ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଆମ ଦେଶର ସେନାବାହିନୀର ଶକ୍ତି
ସେଆର କରନ୍ତୁ

ଆମ ଦେଶର ସେନାବାହିନୀର ଶକ୍ତି

ଆମ ଦେଶର ସେନାବାହିନୀର ଶକ୍ତି ବିଷୟରେ ସୂଚନା ।

ଭାରତର ଯୁଦ୍ଧାସ୍ତ୍ର ଉତ୍ପାଦନର ଇତିହାସ

ଭାରତର ଯୁଦ୍ଧାସ୍ତ୍ର ଉତ୍ପାଦନର ଇତିହାସକୁ ଅନୁଧ୍ୟାନ କଲେ ଜାଣିବାକୁ ମିଳେ ଯେ, ୧୮୦୨ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସ ୧୮ ତାରିଖ ଦିନ ପଶ୍ଚିମବଙ୍ଗର କୋଶିପୁରଠାରେ ହୁଗୁଳି ନଦୀ ଉପକୂଳରେ ପ୍ରଥମେ ଯୁଦ୍ଧାସ୍ତ୍ର ଉତ୍ପାଦନ କାରଖାନା ପ୍ରତିଷ୍ଠିତ ହୋଇ କେବଳ ବନ୍ଧୁକ ଓ ସେଲ୍ (ହାତ ବୋମା) କାରଖାନାର ପ୍ରଥମ ୟୁନିଟ୍ ପ୍ରତିଷ୍ଠିତ ହୋଇଥିଲା । ମୁଖ୍ୟତଃ ବନ୍ଧୁକରେ ବ୍ୟବହୃତ ହେଉଥିବା ଗୁଳିଗୋଳା ଉତ୍ପାଦନ ପାଇଁ ଏହି କାରଖାନା ଉଦ୍ଦିଷ୍ଟ ଥିଲା । ବର୍ତ୍ତମାନ ଏହା ଦେଶର ୩୯ଟି ଯୁଦ୍ଧାସ୍ତ୍ର ପ୍ରସ୍ତୁତକାରୀ କାରଖାନାର ପ୍ରାଣକେନ୍ଦ୍ର ରୂପେ ପରିଚିତ । ବର୍ତ୍ତମାନ ବିହାରର ନାଳନ୍ଦାଠାରେ ୧୫୫ ଏମ୍.ଏମ୍. ଆଟିଲେରୀ ଗନ ସିଷ୍ଟମ ପାଇଁ ଆବଶ୍ୟକ ବାଇମୋଡ଼ଲାର ଚାର୍ଜ ଉତ୍ପାଦନ ପାଇଁ ଏହାର ୪୦ତମ କାରଖାନା ପ୍ରତିଷ୍ଠା ଲାଭ କରିଛି । ୧୯୪୭ ମସିହାରେ ୧୫ କୋଟି ଟଙ୍କା ମୂଲ୍ୟର ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ପ୍ରସ୍ତୁତ କରାଯାଇ ପାରୁଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୬ ହଜାର ୫୦୦ କୋଟି ଟଙ୍କାରେ ପହଞ୍ଚିଛି । କୋଲକାତା ଅନାନ୍ସ ଫାକ୍ତି ବୋର୍ଡ଼ (ଓ.ଏଫ୍.ବି.) ଏହିସବୁ କାରଖାନାଗୁଡ଼ିକୁ ନିୟନ୍ତ୍ରଣ କରିବା ସହିତ କାରଖାନା ଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ । ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଗୁଡ଼ିକର ମହାନିର୍ଦ୍ଦେଶକ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ଵ ବହନ କରନ୍ତି । ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀଯୋଗ୍ୟ ନଅ ଜଣ ସଦସ୍ୟଙ୍କୁ ନେଇ ଓ.ଏଫ୍.ବି. ଗଠିତ ହୋଇଛି ।

ବିଗତ କାରଗିଲ ଯୁଦ୍ଧ କାଳରେ ଭାରତୀୟ ଅସ୍ତ୍ରଶସ୍ତ୍ର କାରଖାନା । ପୁଣିଥରେ ନିଜର ସାମର୍ଥ୍ୟ ଓ ଦକ୍ଷତା ପ୍ରତିପାଦନ କରିପାରିଛି । ଭାରତୀୟ ସେନାବାହିନୀକୁ ଦେଶରକ୍ଷା ସରଞ୍ଜାମ ଯୋଗାଇବାରେ ଏହିସବୁ କାରଖାନା ସର୍ବାପେକ୍ଷା ନିର୍ଭରଶୀଳ ଅନୁଷ୍ଠାନର ମର୍ଯ୍ୟାଦା ଲାଭ କରିଛି । ଉନ୍ନତ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଏହିସବୁ କାରଖାନା ନିଜର ଉଦ୍ୟମ ଅବ୍ୟାହତ ରଖିଛି ।

ଅସ୍ତ୍ରଶସ୍ତ୍ର କାରଖାନା

ଅସ୍ତ୍ରଶସ୍ତ୍ର କାରଖାନା ଗୁଡ଼ିକର ବୈଷୟିକ ଏବଂ ଗୁଣାତ୍ମକ ସମିଶ୍ରଣ ଉପାଦେୟତା କାର୍ଯ୍ୟକ୍ରମ ସାରା ଦେଶରେ ବିସ୍ତାର ଲାଭ କରିଛି । କାରଖାନାଗୁଡ଼ିକ ବହୁବିଧ ସାମରିକ ଉପକରଣ ଉତ୍ପାଦନ କରୁଥିବା ବେଳେ ସେଗୁଡ଼ିକ ମଧ୍ୟରେ ସାମରିକ ଅସ୍ତ୍ରଶସ୍ତ୍ର, ସାମୂହିକ ଗାଡ଼ିମଟର ଏବଂ ସେସବୁର ଆବଶ୍ୟକୀୟ ଯନ୍ତ୍ରାଶ, ଯୁଦ୍ଧାସ୍ତ୍ର ସଜିତ ମଟରଗାଡ଼ି, ସେନାବାହିନୀର ପୋଷାକପତ୍ର ଓ ଅନ୍ୟାନ୍ୟ ଯନ୍ତ୍ରପାତି, ଅପଟିକାଲ ଏବଂ ଅପଟୋଇଲେକ୍ଟ୍ରୋନିକ୍ ଡିଭାଇସ ସହିତ କେବୁଲ ଏବଂ ଫାଇବର ଅପଟିସ ଉତ୍ପାଦନ କରି ସେନାବାହିନୀକୁ ଯୋଗାଇ ଦେଇଥାନ୍ତି । ଏହି ଓ.ଏଫ୍.ବି. ସଂଗଠନ ଦେଶର ଅନ୍ୟ ୮ଟି ସରକାରୀ ପ୍ରାପ୍ତ ସଂଗଠନ ସହିତ ଦେଶରକ୍ଷା ପାଇଁ ଆବଶ୍ୟକ ଉପକରଣର ଶତକଡ଼ା ୪୪ ଭାଗ ଯୋଗାଇ ଦେଇଥାନ୍ତି । ଦେଶରକ୍ଷା ବଜେଟରେ  ହାରାହାରି ଶତକଡ଼ା ୭୦ ଭାଗରେ ଏହି ସଂଗଠନ ଅଂଶିଦାର ହୋଇପାରିଛି । ଗତ ୧୯୯୯-୨୦୦୦ ବର୍ଷଠାରୁ ଦେଶରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା ଗୁଡ଼ିକ ବଳକା ଉତ୍ପାଦନ କରି ଚାଲିଛନ୍ତି ।

ଗ୍ରାହକ ମାନଙ୍କର ସନ୍ତୋଷ ବିଧାନ ଉପରେ ଗୁରୁତ୍ଵ ଦେଇ ଓ.ଏଫ୍.ବି. ଅନ୍ତର୍ଭୁକ୍ତ କାରଖାନାଗୁଡ଼ିକ ଆଇ.ଏସ୍.ଓ. ପ୍ରଶଂସାପତ୍ର (ସାର୍ଟିଫିକେଟ) ହାସଲ କରିବା ଉଦ୍ଦେଶ୍ୟ ରଖିଛି । ଅଧିକାଂଶ  କାରଖାନା ଆଇ.ଏସ୍.ଓ. ୯୦୦୧-୯୦୦୨ ସାର୍ଟିଫିକେସନ ପୁରସ୍କାର ଲାଭ କରିଛି । ଉନ୍ନତମାନର ଉପକରଣ ଉତ୍ପାଦନ କ୍ଷେତ୍ରରେ ପଛରେ ନପଡ଼ି କେତେକ କାରଖାନାର ସ୍ଵାସ୍ଥ୍ୟସେବା ଏବଂ ତାଲିମ ଅନୁଷ୍ଠାନ ମଧ୍ୟ ଆଇ.ଏସ୍.ଓ. ୯୦୦୧-୯୦୦୨ ସାଟିଫିକେଟ ହାସଲ କରିଛି ।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ (ଡି.ଆର୍.ଡି.ଓ.) ଉନ୍ନତମାନର ଆଧୁନିକ ଉପକରଣ ଆବଶ୍ୟକ କରୁଥିବାବେଳେ ଭାରତୀୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତକାରୀ କାରଖାନା ଗୁଡ଼ିକ ସେମାନଙ୍କର ନିଜସ୍ଵ ଉତ୍ପାଦନ କ୍ଷେତ୍ରରେ ଉନ୍ନତମାନର ଉପକରଣ ପ୍ରସ୍ତୁତ କରିବାରେ ସଫଳ ହୋଇପାରିଛନ୍ତି ।

ବୈଷୟିକ ଜ୍ଞାନକୌଶଳ ବିନିମୟ

ବିଦେଶ ସହିତ ବୈଷୟିକ ଜ୍ଞାନକୌଶଳ ବିନିମୟରେ ଅଭିଜ୍ଞତା  ହାସଲ କରି ଅସ୍ତ୍ରଶସ୍ତ୍ର କାରଖାନାଗୁଡ଼ିକ ଉନ୍ନତମାନର ସ୍ଵଦେଶୀ ଉପକରଣ ପ୍ରସ୍ତୁତ କରିପାରୁଛନ୍ତି । ଏଗୁଡ଼ିକ ମଧ୍ୟରେ ବିଜୟନ୍ତ ଏବଂ ଟି-୭୨ ଟ୍ୟାଙ୍କ ଓ ଏହାର ଆବଶ୍ୟକୀୟ ଯୁଦ୍ଧ ଉପକରଣ, ପଦାତିକ ବାହିନୀର କମ୍ବାଟ ମଟରଗାଡ଼ି ସହିତ ଯୁଦ୍ଧ ଉପକରଣ, ୧୫୫ - ଏମ୍. ଏମ୍. ବନ୍ଧୁକ ଏବଂ ୮୪ ଏମ୍. ଏମ୍. ରକେଟ ଲଞ୍ଚର ଏବଂ ଯୁଦ୍ଧାସ୍ତ୍ର ଆଦି ଉପକରଣ ହେଉଛି ଗୁରୁତ୍ଵପୂର୍ଣ୍ଣ ।

ବିଳମ୍ବରେ ହେଲେ ମଧ୍ୟ ଓ.ଏଫ୍.ବି.ଆର୍.ଆଣ୍ଡ.ଡି.କୁ ଶକ୍ତିଶାଳୀ କରିବା ଲକ୍ଷ୍ୟ ରଖି ଏକ ନୂଆନୂଆ ଉପକରଣ ପ୍ରସ୍ତୁତ କରିବା ଏବଂ ଆର.ଆଣ୍ଡ.ଡ଼ି.ର କୋଠାବାଡ଼ି ବିସ୍ତାର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଫଳରେ ଆମେ ବିଦେଶରୁ ଆମଦାନୀ କରୁଥିବା ଦେଶରକ୍ଷା ସାମଗ୍ରୀ ହ୍ରାସ ପାଇବା ସହିତ । ବିଦେଶରେ ଆମ ଉତ୍ପାଦିତ ଉପକରଣ ବଜାର ବିଦେଶରେ ସୃଷ୍ଟି କରିପାରିବା ।

କମ ସମୟ ମଧ୍ୟରେ ଆମ ସେନାବାହିନୀକୁ ଆବଶ୍ୟକୀୟ । ଉପକରଣ ଯୋଗାଇ ଦେବା ପାଇଁ କାରଖାନା ଗୁଡ଼ିକର ଆଧୁନିକୀକରଣ । ସହିତ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଉପକରଣ ଯୋଗାଇବା ପାଇଁ ଓ.ଏଫ୍.ବି. ଯତ୍ନଶୀଳ ହେଉଛନ୍ତି । ନବମ ପଞ୍ଚବାର୍ଷିକ ଯୋଜନାରେ ଆଧୁନିକୀକରଣ ଦିଗରେ ୧୦୬୨ କୋଟି ଟଙ୍କା  ବିନିଯୋଗ କରାଯାଇଛି । ବର୍ତ୍ତମାନ ପ୍ରଚଳିତ ୨୦୦୨-୦୭ ଦଶମ ପଞ୍ଚବାର୍ଷିକୀ ଯୋଜନାରେ ୧୭୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଦେଶର ସଶସ୍ତ୍ର ବାହିନୀର ବାର୍ଷିକ ଆବଶ୍ୟକତା ଉପରେ  ଅସ୍ତ୍ରଶସ୍ତ୍ର କାରଖାନାର କାର୍ଯ୍ୟକାରିତା ନିର୍ଭର କରେ । ଶାନ୍ତି ସମୟରେ କାରଖାନା ଗୁଡ଼ିକର ଉତ୍ପାଦନ ତୁଳନାତ୍ମକ ଭାବେ ଆର୍ଥିକ ଦୃଷ୍ଟିରୁ କମ୍ ହେଉଥିବା ବେଳେ ଆବଶ୍ୟକ ବେଳେ ଏହା ଲାଭଜନକ ଓ ଗ୍ରାହକମାନଙ୍କ ପାଇଁ ସୁଲଭ ହୋଇଥାଏ ।

ଗତ ୩ ବର୍ଷରେ ଆମ ଦେଶରକ୍ଷା ସେକ୍ଟର ଗୁଡ଼ିକର ଉତ୍ପାଦନ ଶତକଡ଼ା ୭୫ ଭାଗ ହୋଇଥିଲା । ସେହି ସମୟରେ ବିଦେଶକୁ ରପ୍ତାନୀ ୬୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ମାତ୍ର ୧୯୯୯-୨୦୦୦ ବର୍ଷ ବେଳେ ଏହି ପରିମାଣ ୪.୬୩ କୋଟି ଟଙ୍କାରେ ସୀମିତ ଥିଲା । ରପ୍ତାନୀ ହେଉଥିବା ଗୁରୁତ୍ଵପୂର୍ଣ୍ଣ ଦ୍ରବ୍ୟ ମଧ୍ୟରେ ମାଇନ୍-ପୁଫ ମଟରଗାଡ଼ି (ଏମ୍.ପି.ଭି.) ଯାହା ଆର.ଆଣ୍ଡ.ଡି.ର ନିଜ ଉତ୍ପାଦିତ । ଓ.ଏଫ୍.ବି. ଉତ୍ପାଦିତ ୧୫୫ ଏମ୍.ଏମ୍. ବନ୍ଧୁକ ୨୦୦୨ ବର୍ଷ ଆବୁଧାବିରେ ପ୍ରଦର୍ଶିତ ହୋଇଥିଲା । ପରେ ବିଭିନ୍ନ ସ୍ଥାନରୁ ଏହାର କ୍ରୟ ପାଇଁ ଆଗ୍ରହ ପ୍ରକାଶ ପାଇଛି ।

ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ

ଦେଶର ବିଭିନ୍ନ ସ୍ଥାନରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନାମାନ ବିସ୍ତାର ଲାଭ କରିଛି । ଏଥିମଧ୍ୟରୁ ଅନେକ କାରଖାନାର ବିସ୍କୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ସକ୍ଷମ । କେତେକ ଆଭ୍ୟନ୍ତରୀଣ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏ ଧରଣର କାରଖାନା ସ୍ଥାପିତ ହୋଇଛି । ଏହିସବୁ କାରଖାନାରେ କାର୍ଯ୍ୟରତମାନଙ୍କ ପାଇଁ ଓ ସେମାନଙ୍କ ପରିବାର ପାଇଁ ବାସଗୃହ ଯୋଗାଇ ଦିଆଯାଇଛି । ଏହି ସବୁ ବସତିମାନଙ୍କର ପରିମଳ ବ୍ୟବସ୍ଥା କରାଯାଇଥିଲା ବେଳେ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସୁବିଧା ଦୃଷ୍ଟିରୁ ମାର୍କେଟ କଂପ୍ଲେକ୍ସ, ଡାକ୍ତରଖାନା, କମ୍ୟୁନିଟି ସେଣ୍ଟର, ଖେଳ ପାଇଁ ଷ୍ଟାଡ଼ିୟମ, ବିଦ୍ୟାଳୟ, ବ୍ୟାଙ୍କ, ଡାକଘର ଓ କ୍ଲବ ଘରମାନ ରହିଛି । ପରିବେଶ ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷରୋପଣ କରାଯାଇଛି । ଏହି ସବୁ ଜନବସତି ଭାରତରେ ବିଭିନ୍ନତା ଭିତରେ ଏକତା ପ୍ରତିପାଦନ କରୁଛି ।

ଆଧାର - ଇ ମାଗାଜିନ

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top