ଐତିହାସିକ ଦୃଷ୍ଟିକୋଣରୁ ବିଂଶ ଶତାଦ୍ଦୀର ଏକ ଗୁରୁତ୍ଵପୂର୍ଣ୍ଣ ଘଟନା ହେଉଛି ସୋଭିଏତ ସଂଘର ବିଲୟ ଯାହାକି ଶୀତଳ ଯୁଦ୍ଧ ଓ ଅସ୍ତ୍ରଶସ୍ତ୍ର ପ୍ରତିଯୋଗୀତାର ଅବସାନ ଘଟାଇଥିଲେ । ୧୯୧୭ ମସିହାରେ ରୁଷ ଦେଶରେ ଏକଛତ୍ରବାଡି ଓ ଅତ୍ୟାଚାରୀ ଜାର ଶାସନ ବିରୋଧରେ ବୋଲସେଭିକ ଆନ୍ଦୋଳନ ସଂଘଠିତ ହେବାଦ୍ଵାରା ଜାର ଶାସନର ପତନ ହୋଇଥିଲା । ୧୯୨୩ ମସିହାରେ ଭ୍ଲାଡିମିର ଲେନିନଙ୍କ ନେତୃତ୍ଵରେ ୧୫ ତି ରାଜ୍ୟ ସମାହାରରେ ସାମ୍ୟବାଦୀ ସୋଭିଏତ ସଂଘ ଆତ୍ମପ୍ରକାଶ କରିଥିଲା । ଲେନିନଙ୍କର ନୂତନ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା । ୧୯୨୮ ମସିହାରେ ଯୋଶେଫ ଷ୍ଟାଲିନ ଙ୍କ ଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ଖୁବ କମ ସମୟ ମଧ୍ୟରେ ସୋଭିଏତ ସଂଘ ଏକ କୃଷି ପ୍ରଧାନ ରାଷ୍ଟ୍ରରୁ ଶକ୍ତିଶାଳି ଶିଳ୍ପୋନ୍ନତ ରାଷ୍ଟ୍ରରୂପେ ବିଶ୍ଵରେ ନିଜର ପରିଚୟ ସୃଷ୍ଟି କରିପାରିଥିଲା ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ ବେଳକୁ ସୋଭିଏତ ସଂଘ ପୃଥିବୀର ଦ୍ଵିତୀୟ ବୃହତ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ପରେ ପୃଥିବୀର ଅନ୍ୟତମ ବୃହତଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଥିଲା । ଷ୍ଟାଲିନଙ୍କର ବଳିଷ୍ଠ ନେତୃତ୍ଵ ସୋଭିଏତ ସଂଘର ଚତୁଃପାର୍ଶ୍ଵରେ ସାମ୍ୟବାଦର ଲୌହପରଦାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଭାବ ଓ ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।୧୯୪୯ ମସିହା ବେଳକୁ ସୋଭିଏତ ସଂଘ , ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ , ବୁଲଗେରିଆ , ଆଲବାନିଆ , ପୂର୍ବ ଜର୍ମାନୀ ପ୍ରଭୁତିରେ ସାମ୍ୟବାଦ ଶାସନ ପ୍ରତିଷ୍ଠା କରିଥିଲେ । ଷ୍ଟାଇନ ୧୯୩୫ ମସିହା ପର୍ଯ୍ୟନ୍ତ ସୋଭିଏତ ସଂଘର ଶାସନ ଦୃଢ ହସ୍ତରେ ପରିଚାଳନା କରିଥିଲେ ।
ଷ୍ଟାଲିନଙ୍କର ମୃତ୍ୟୁପରେ ନିକିତା କୃଶ୍ଚେଭ ସୋଭିଏତ ସଂଘର ପ୍ରଧାନମନ୍ତ୍ରୀ ହେଲେ । ସେ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନୀତିରେ ବିଶ୍ଵାସ କରୁଥିଲେ ଏବଂ ତାଙ୍କ ସମୟରେ ପଶ୍ଚ୍ୟାତ୍ୟ ରାଷ୍ଟ୍ରଗୁଡିକ ସହିତ ସୋଭିଏତ ସଂଘର ସମ୍ପର୍କରେ ସାମାନ୍ୟ ଉନ୍ନତି ଘଟିଥିଲା । କିନ୍ତୁ ଚୀନର ଶାସକ ମାଓ ସେ ତୁଙ୍ଗଙ୍କ ସହ ସୋଭିଏତ ସଂଘର ସମ୍ପର୍କ ତିକ୍ତ ହୋଇଥିଲା । ସୋଭିଏତ ସଂଘ ଏବଂ ସାମ୍ୟବାଡି ଚୀନ ମଧ୍ୟରେ ତୀବ୍ର ମତଭେଦ ଘଟି ବିଶ୍ଵରେ ସୋଭିଏତ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା । କୃଶ୍ଚେଭ ତାଙ୍କର ଉଦାରବାଡି ମନୋଭାବ ଯୋଗୁଁ କଠୋରପନ୍ଥୀଙ୍କ ଦ୍ଵାରା ନିନ୍ଦିତ ହେଲେ ଏବଂ ୧୯୬୪ ମସିହାରେ କ୍ଷମତାରୁ ଅପସରି ଗଲେ । କୃଶ୍ଚେଭ ପରେ ପରେ ଆଲେକ୍ସି କୋସିଜିନ ଏବଂ ଲିଓନିଡ ବ୍ରେଜନେଭଙ୍କ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସୋଭିଏତ ସଂଘର ଅସ୍ତ୍ରଶସ୍ତ୍ର ପ୍ରତିଯୋଗୀତା ଓ ଶୀତଳଯୁଦ୍ଧ ଯୋଗୁଁ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା ।
ଅଶୀଦଶକର ଆରମ୍ଭରୁ ମୁଦ୍ରାସ୍ଫୀତି , ଆବଶ୍ୟକ ସାମଗ୍ରୀର ଅଭାବ , କୃଷି ଉତ୍ପାଦନ ହ୍ରାସ ଏବଂ କଳାବଜାରର ପ୍ରଭାବରୁ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଦୁର୍ବଳ ହୋଇପଡିଲା । ଏତତବ୍ୟତୀତ ସାମ୍ୟବାଡି ଲୌହପରଦା ନୀତି ଯୋଗୁଁ ବିଶ୍ଵସ୍ତରୀୟ ସୂଚନା ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ ସଂଘ ବଞ୍ଚିତ ହୋଇ ଅନଗ୍ରସରତାର ସୁଫଳରୁ ସୋଭିଏତ ସଂଘ ବଞ୍ଚିତ ହୋଇ ଅନଗ୍ରସରତାର ଶିକାଶ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପଟି ରୋନାଲଡ ରିଗାନଙ୍କ ଦ୍ଵାରା ଘୋଷିତ ତରକା ଯୁଦ୍ଧ ଯୋଜନା ସୋଭିଏତ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧିକ ସାମରିକ ଖର୍ଚ୍ଚ ବୋଝ ଲଦି ହେଇଥିଲା । ୧୯୮୬ ମସିହାର ଚେର୍ଣ୍ଣୋବିଲ ଆଣବିକ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା ଦ୍ଵାରା ସୋଭିଏତ ସଂଘର ବିପର୍ଯ୍ୟୟ ଆର୍ଥନୀତିକ ଅବସ୍ଥା ବିଶ୍ଵବସିଙ୍କୁ ଦୃଷ୍ଟିଗୋଚର ହୋଇଥିଲା ।
ସୋଭିଏତ ସଂଘର ଏହିପରି ସ୍ଥାଣୁ ଅବସ୍ଥା ଅବସରରେ କେତେକ ଯୁବ ସାମ୍ୟବାଦିଙ୍କ ମଧ୍ୟରେ ନୂତନ ଚିନ୍ତାଧାରର ଅଭ୍ୟୁଦୟ ଘଟି ରାଜନୈତିକ ଓ ଆର୍ଥନୀତିକ ଉଦାରିକରଣ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ସହିତ ସୁସମ୍ପର୍କ ଏକ ନୂତନ ଅଧ୍ୟାୟର ସୂତ୍ରପାଟ ହୋଇଥିଲା । ୧୯୮୫ ମସିହା ମାର୍ଚ୍ଚ ମାସରେ ମିଖାଇଲ ଗୋର୍ବାଚେଭ ସୋଭିଏତ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଲେ । ତାଙ୍କ ନେତୃତ୍ଵରେ ନିକିତା କୃଶ୍ଚେଭଙ୍କ ଅଧୀନରେ କାର୍ଯ୍ୟ କରିଥିବା ଷ୍ଟାଲିନ ବିରୋଧୀ ତଥା ଉଦାରପନ୍ଥୀ ଓ ସଂସ୍କାରବାଦି ଯୁବ ବୈଷୟିକ ବିଜ୍ଞାନୀଗଣ ସୋଭିଏତ କମ୍ୟୁନିଷ୍ଟ ଦଳରେ ନିଜର ସ୍ଥିତି ଦୃଢ କରିଥିଲେ । ସେମାନଙ୍କ ସହାୟତାରେ ବିପର୍ଯ୍ୟସ୍ତ ରାଜନୈତିକ ଓ ଆର୍ଥନୀତିକ ଅବସ୍ଥାକୁ ସୁଧାରିବା ପାଇଁ ଗୋର୍ବାଚେଭଙ୍କ ଦ୍ଵାରା ଗ୍ଲାସନସ୍ତ ବା ମୁକ୍ତ ରାଜନୈତିକ କାର୍ଯ୍ୟ କଳାପ , ପେରିସ୍ତ୍ରୋଇକା ବା ଅର୍ଥନୀତିକ ପୁନର୍ବିନ୍ୟାସ ଇସ୍କୋରେନିୟେ ବା ଦ୍ରୁତ ଆର୍ଥନୀତିକ ପରି କେତେକ ନୂତନ ନ୍ତି ୧୯୮୬ ମସିହାରେ ହୋଇଥିଲା ।
ଗ୍ଲାସନସ୍ତ ନୀତିଦ୍ଵାରା ସୋଭିଏତ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା । ସହସ୍ରାଧିକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ କରାମୁକ୍ତ କରାଗଲା । ସୋଭିଏତ ସମାଜ ବିଜ୍ଞାନ ଅଧ୍ୟୟନ ବ୍ୟାପକ ହେଲା ଏବଂ ବହୁ ଗୋପନୀୟ ତଥ୍ୟ ଲୋକଲୋଚନକୁ ଆସିଲା ।୧୯୭୮ ମସିହା ଜାନୁଆରୀ ମାସରେ ଗୋର୍ବାଚେଭ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରିଥିଲେ । ୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ସେ ସୋଭିଏତ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପଟି ରୂପେ ନିର୍ବାଚିତ ହେଲେ । ଗ୍ଲାସନସ୍ତ ନୀତି ପ୍ରଣୟନ କରି ସୋଭିଏତ ସାମ୍ୟବାଡି ବ୍ୟବସ୍ଥାରେ ଉନ୍ନତି ସାଧନ କରିବା ଗୋର୍ବାଚେଭଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ କୋହଳ ହେବାଦ୍ଵାରା ସୋଭିଏତ ସଂଘର ଦୁର୍ବଳତା ଲୋକଲୋଚନ କୁ ଆସିଲେ ଏବଂ ସରକାର ଜନସାଧାରଣଙ୍କର ଆସ୍ଥା ଓ ବିଶ୍ଵାସ ହରାଇଲେ । ପୂର୍ବ ଇଉରୋପୀୟ ୱାରିଶ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ ସଂଘର ହସ୍ତକ୍ଷେପ ବନ୍ଦକରି ନିୟନ୍ତ୍ରଣ କୋହଳ କରିଦିଆଯିବାରୁ ସେ ସବୁ ରାଷ୍ଟ୍ରରେ ସାମ୍ୟବାଡି ସରକାରଙ୍କ ପତନ ଘଟିଲା ।
ଆର୍ଥନୀତିକ ପୁର୍ନଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ ଗୋର୍ବାଚେଭଙ୍କ ଦ୍ଵାରା ପ୍ରଣିତ ପେରାସ୍ତ୍ରୋଇକା ଏବଂ ଇସ୍ଲୋରେନିୟେ ନୀତି ଦ୍ଵାରା ସୋଭିଏତ ସଂଘର ବହୁବର୍ଷ ଧରି ମନ୍ଥର ହୋଇଯାଇଥିବା ଅର୍ଥନୀତିରେ କୌଣସି ଉନ୍ନତି ହୋଇପାରି ନଥିଲେ । ୧୯୯୦ ମସିହା ସୁଦ୍ଧା ସୋଭିଏତ ସରକାର ଦେଶର ଅର୍ଥନୀତି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ହରାଇଲେ । ଲାଭ ହେଉ ନଥିବା ଉଦ୍ୟୋଗଗୁଡିକ ବଞ୍ଚାଇବାକୁ ଯାଇ ସରକାରୀ ଖର୍ଚ୍ଚ ବଢି ଚାଲିଲା । ସୋଭିଏତ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଙ୍ଘୀୟ ସରକାରଙ୍କୁ ରାଜସ୍ୱ ଦେବାକୁ ମନାକରିଦେଲେ । ଫଳରେ ସୋଭିଏତ ସଂଘର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡିଲା ।
କ୍ରମଶଃ ସୋଭିଏତ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେଲା । ସେହି ରାଷ୍ଟ୍ରଗୁଡିକର ନିର୍ବାଚନରେ ସାମ୍ୟବାଡି ଦଳ ପରାଜିତ ହୋଇ ଆଞ୍ଚଳିକ ଦଳମାନ କ୍ଷମତାକୁ ଆସିଲେ । ଏହାଦ୍ଵାରା ସୋଭିଏତ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା । ରାଷ୍ଟ୍ରମାନେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ସମାଜବାଡି ଓ ଗଣତାନ୍ତ୍ରିକ ଦଳ ଗଠନ କାଲେ , ଉଦାରିକରଣ ପ୍ରକ୍ରିୟାର ପ୍ରଭାବରେ , ଭାଟିଭିଆ , ବେଳାରୁଷ, ଉଜବେକିସ୍ତାନ , ଜର୍ଜିଆ , ପ୍ରଭୁତି ରାଜ୍ୟ ସ୍ଵାଧୀନତା ଘୋଷଣା କାଲେ । ସାମ୍ୟବାଦ ଦଳକୁ ବାସନ୍ଦ କରାଗଲା ଓ ୱାରିଶ ଚୁକ୍ତିକୁ ଭାଙ୍ଗି ଦିଆଗଲା । କ୍ଷମତା ଦଖଲ କରିବା ପାଇଁ କଠୋରପନ୍ଥୀ ସାମ୍ୟବାଡିମାନଙ୍କର ସମସ୍ତ ଚେଷ୍ଟା କଠୋର ପନ୍ଥୀ ସାମ୍ୟବାଡି ମାନଙ୍କର ସମସ୍ତ ଚେଷ୍ଟା ରୁଷ ସାଧାରନତନ୍ତ୍ରର ରାଷ୍ଟ୍ରପତି ବରିସ ୟେଲତସିନ ଙ୍କର ଦୃଢ ପଦକ୍ଷେପ ଯୋଗୁଁ ପଣ୍ଡ ହୋଇଗଲା । ୧୯୯୧ ମସିହା ଡିସେମ୍ବର ୨୫ ତାରିଖ ପଦରୁ ଇସ୍ତଫା ପ୍ରଦାନ କାଲେ । ତାପର ଦିନ ଅର୍ଥାତ ୧୯୯୧ ମସିହା ଡିସେମ୍ବର ୨୬ ତାରିଖ ଦିନ ସୋଭିଏତ ସଂଘର ଅସ୍ତିତ୍ଵ ଲୋପ ପାଇଲା ।
ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା
Last Modified : 1/28/2020