ଶୀତଳଯୁଦ୍ଧ ଅସ୍ତ୍ରଶସ୍ତ୍ର ଯୁଦ୍ଧ ନୁହେଁ । ଏହା ଆଦର୍ଶଗତ ବିଭେଦ , ଅପ୍ରଚାର ଏବଂ କୂଟନୀତିସ୍ତରୀୟ ପ୍ରତିଦ୍ୱନ୍ଦିତା । ଏଥିରେ ପ୍ରତ୍ୟକ୍ଷ ସଂଘର୍ଷ ବା ସ୍ଥାୟୀ ଶାନ୍ତି ନ ଥାଏ । ଏ ଯୁଦ୍ଧରେ ପ୍ରତ୍ୟେକ ପକ୍ଷ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିବା ସହିତ ଅନ୍ୟ ପକ୍ଷକୁ ଦୁର୍ବଳ କରିଦେବାକୁ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଆନ୍ତି ।“ଶୀତଳଯୁଦ୍ଧ “ ଶବ୍ଦଟିକୁ ପ୍ରଥମେ ଆମେରିକୀୟ ରାଜନୈତିକ ବର୍ଣ୍ଣାଡ ବାରୁକ ୧୬ ଏପ୍ରିଲ ୧୯୪୭ରେ ବ୍ୟବହାର କରିଥିଲେ । ପୂର୍ବବର୍ତ୍ତୀ କାଳରେ ଆମରିକାର ବୁଦ୍ଧିଜୀବୀ ଓ ସାମ୍ବାଦିକ ୱାଲଟର ଲିପାମାନ ତାଙ୍କ ପୁସ୍ତକରେ ଏ ଶବ୍ଦଟିକୁ ବ୍ୟବହାର କରି ଏହାକୁ ଜଣପ୍ରିୟ କରାଇଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସୋଭିଏତ ରୁଷ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଏହି ଶବ୍ଦଟି ବ୍ୟବହୃତ ହୋଇଥିଲା । ସାମ୍ୟବାଦି ସୋଭିଏତ ରୁଷ ଏବଂ ଗଣତାନ୍ତ୍ରବାଦି ତଥା ପୁଞ୍ଜିବାଦିର ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କ୍ରମାଗତ ଉତ୍ତେଜନା ଓ ଦ୍ଵନ୍ଦର ଅନ୍ତର୍ଜାତିକ ରାଜନୈତିକ ପରିବେଶ ଉପରେ ପ୍ରଭାବହିଁ ହେଉଛି ଶୀତଳ ଯୁଦ୍ଧ ।
କେତେକ ଐତିହାସିକ ବିଶ୍ଵାସ କରନ୍ତି ଯେ ଶୀତଳ ଯୁଦ୍ଧର ଆରମ୍ଭ ହୋଇଥିଲା ୧୯୧୭ ମସିହାରେ ଯେତେବେଳେ କି ରୁଷ ଦେଶରେ କୃଷକ ଓ ଶ୍ରମିକ ଆନ୍ଦୋଳନ ଦ୍ଵାରା ଜାର ଶାସନର ପତନ ଘଟି ସାମ୍ୟବାଦି ଶାସନ ପ୍ରତିଷ୍ଠିତ ହୋଇଥିଲା । ଆଉ କେତେକ ଐତିହାସିକ ମତରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରୁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । କିନ୍ତୁ ଅଧିକାଶ ଐତିହାସିକ ସହମତି ହୁଅନ୍ତୁ ଯେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ରୁଷର ସାମରିକ ଶକ୍ତି ବିପୁଳ ଭାବରେ ବୃଦ୍ଧିପ୍ରାପ୍ତ ହୋଇ ଯୁଦ୍ଧପରେ ଏହି ଦୁଇଟି ରାଷ୍ଟ୍ର ଦୁଇ ମଧାଶକ୍ତି ରୂପେ ପରିଚିତ ହେଲେ । କିନ୍ତୁ ସେମାନେ ଦୁଇଗୋଟି ବିପରୀତ ଆଦର୍ଶରେ ବିଶ୍ଵାସ କରୁଥିଲେ । ସୋଭିଏତ ରୁଷ ସାମ୍ୟବାଦୀ ଆଦର୍ଶରେ ବିଶ୍ଵାସ କରୁଥିବା ସମୟରେ ପୁଞ୍ଜିବାଦୀ ଆମେରିକା ଗଣତନ୍ତ୍ରରେ ବିଶ୍ଵାସ କରୁଥିଲା । ଯୁଦ୍ଧ ଯୋଗୁଁ ଜର୍ମାନୀ , ଇଟାଲୀ ଓ ଜାପାନର ସାମରିକ ଶକ୍ତି ଧ୍ଵଂସପ୍ରାପ୍ତ ହୋଇଥିଲା । ଯୁଦ୍ଧଜନିତ କ୍ଷୟକ୍ଷତି ଓ ସାମ୍ରାଜ୍ୟଗୁଡିକ ବିଲୟ ଫଳରେ ଇଂଲଣ୍ଡ, ଫ୍ରାନ୍ସ ପ୍ରଭୃତି ଦେଶ ଦୁର୍ବଳ ହୋଇ ଯାଇଥିଲେ । ସେମାନେ ଯୁକ୍ତରାଷ୍ଟ୍ର ଆମେରିକଠାରୁ ସାମରିକ ସାହାଯ୍ୟ ଆସା କରୁଥିଲେ । ସେହିପରି ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ , ରୁମାନିଆ, ବୁଲଗେରିଆ , ଆଲବାନିଆ ପ୍ରଭୁତି ସାମ୍ୟବାଦୀ ସରକାର ଗଠିତହୋଇଥିୟଲା ଏବଂ ସେଗୁଡିକରେ ସୋଭିଏତ ରୁଷର ପ୍ରଭାବ ବହୁ ପରିମାଣରେ ବୃଦ୍ଧି ପାଇଥିଲା । ସେମାନେ ସୋଭିଏତ ରୁଷର ଆର୍ଥିକ ସାହାଯ୍ୟ ଉପରେ ନିର୍ଭର କରିଥିଲେ । ୧୯୪୯ ମସିହାରେ ରୁଷ ସହାୟତାରେ ଚୀନ ଦେଶରେ ଗଣ ବିପ୍ଲବ ମାଧ୍ୟମରେ ମାଓ ସେ ତୁଙ୍ଗ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
ଏହି ପରିପ୍ରେକ୍ଷରେ ବିଶ୍ଵ ରାଜନୀତି କ୍ଷେତ୍ରରେ ପ୍ରଭାବ ବିସ୍ତାର ନିମନ୍ତେ ଦୁଇ ମହାଶକ୍ତି ମଧ୍ୟରେ ପ୍ରବଳ ପ୍ରତିଦ୍ଵନ୍ଦ୍ୱିତା ଆରମ୍ଭ ହୋଇଥିଲା । ଉଭୟପକ୍ଷ ମଧ୍ୟରେ ସନ୍ଦେହ , ଈର୍ଷା ଓ ଶତ୍ରୁତା କ୍ରମାଗତ ଭାବରେ ବଢିଚାଲିଲା । ଦୁଇ ମାହାଶକ୍ତି ପରସ୍ପର ମଧ୍ୟରେ ଯୁଦ୍ଧଦ୍ଵାରା ପ୍ରଭାବ ବିସ୍ତାର ନିମନ୍ତେ ସାହସ କଲେନାହିଁ । ସେମାନଙ୍କ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଗଲେ । ସେମାନଙ୍କ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଗଲା । ସେମାନେ ନିଜର ଆନୁଗତ ରାଷ୍ଟ୍ରମାନଙ୍କୁ ଆର୍ଥିକ ଓ ସାମରିକ ସାହାଯ୍ୟ ଯୋଗାଇଲେ । ପରସ୍ପରପ୍ରତି ଅନାସ୍ଥା ପ୍ରକଟକରି କୁତ୍ସାରଟନା ଓ ବିରୋଧାତ୍ମକ ପ୍ରଚାରରେ ଲାଗିପଡିଲେ । ଫଳରେ ବିଶ୍ଵ ରାଜନୀତି କ୍ଷେତ୍ରରେ ଏକ ଅଶାନ୍ତ ତଥା ସାରାଗରମ ପରିସ୍ଥିତି ସୃଷ୍ଟି ହେଲା ଏବଂ ଏହା “ ଶୀତଳ ଯୁଦ୍ଧ “ ନାମରେ କଥିତ ହେଲା ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୂର୍ବ ଇଉରୋପୀୟ ରାଷ୍ଟ୍ର ସମୂହ ଏବଂ ଚୀନ ଦେଶରେ ସୋଭିଏତ ରୁଷର ପ୍ରଭାବ କ୍ରମଶଃ ବଢିଚାଲିଲା । ଜର୍ମାନୀ ବିଭାଜନ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହେଲା । ପୂର୍ବ ଇଉରୋପକୁ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହେଲା । ପୂର୍ବ ଇଉରୋପକୁ ସାମ୍ୟବାଦର ଲୌହ ପରିଡାରେ ଆଛାଦିଟା କରିସାରିବା ପରେ ସୋଭିଏତ ରୁଷ ପଶ୍ଚିମ ଇଉରୋପ ଆଡେ ଦୃଷ୍ଟିନିକ୍ଷେପ କରିବାକୁ ଆରମ୍ଭ କରଥିଲା । ସୋଭିଏତ ରୁଷର ଏପ୍ରକାରର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ । ଏହାର ପ୍ରସାରର ପ୍ରତିହାତ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ପଦକ୍ଷେପ ନେଲା ।
ଇଟାଲୀ, ଫ୍ରାନ୍ସ, ଗ୍ରୀସ ,ଓ ତୁର୍କୀ ଆଦି ଦେଶରେ ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ବିପର୍ଯ୍ୟୟର ସୁଯୋଗ ନେଇ ସାମ୍ୟବାଦୀମାନେ ସେହିସବୁ ଦେଶରେ ସେମାନଙ୍କର ପ୍ରଭାବ ଓ ଅଧିକାର ବିସ୍ତାର ନିମନ୍ତେ ଯୋଜନା କରିଥିଲେ । ବିଶେଷକରି ଗ୍ରୀସ ଓ ତୁର୍କୀର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲା । ଗ୍ରୀକମାନେ ତାଙ୍କର ସ୍ଵାଧୀନତା ହରାଇବାକୁ ବସିଥିଲେ । ଗ୍ରୀସର ଉତ୍ତରରେ ଥିବା ସାମ୍ୟବାଦୀ ପଡୋଶୀ ରାଷ୍ଟ୍ର ଯଥା ବୁଲଗେରିଆ ଏବଂ ଆଲବାନିଆ ସାମ୍ୟବାଦକୁ ସମର୍ଥନ କରୁଥିବା ୧୩.୦୦୦ ଗ୍ରୀକ ଗରିଲାଙ୍କୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଯୋଗାଇ ଗ୍ରୀସରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ । ୧୯୪୭ ମସିହା ଡିସେମ୍ବର ମାସରେ ଗ୍ରୀସ ତାହାର ପଡୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ କରିଥିଲା । ନିରାପତ୍ତା ପରିଷଦ ଏ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଏକ ଅନୁସନ୍ଧାନକାରୀ ଦଳ ଗ୍ରୀସ କୁ ପଠାଇଥିଲେ । ୧୯୪୭ ମସିହା ଜାନୁଆରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏକ ଅର୍ଥନୈତିକ ଅନୁସନ୍ଧାନକରି ଦଳ ସେଟାକୁ ପଠାଇ ଥିଲା ।
ତୁର୍କୀର ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ହୋଇ ପଡିଥିଲା । ୧୯୪୫ ମସିହାରେ ସୋଭିଏତ ରୁଷ ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ଵ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥିଲା ଏବଂ ପୂର୍ବ ତୁର୍କୀର ଦୁଇଟି ବିରାଟ ପ୍ରଦେଶ ଉପରେ ନିଜର କର୍ତ୍ତୁତ୍ଵ ଜାହିର କରିବାକୁ ଉଦ୍ୟମ କରିଥିଲେ ,। ତୁର୍କୀ ସରକାରଙ୍କୁ ଫାଶୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ସୋଭିଏତ ରୁଷ ତରଫରୁ ଦୋସାରୋପ କରି ପ୍ରଚାର କରାଗଲା । ତୁର୍କୀର ସାଧାରଣ ଜନତାଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରାଗଲା । ଏହି ପରିସ୍ଥିତିରେ ତୁର୍କୀ ସରକାର ଯୁକ୍ତରାଷ୍ଟ୍ର ଆମେରିକାର ସାହାଯ୍ୟ ଲୋଡିଲେ ।
୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରୁମାନ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଏକ ଅଭିଭାଷଣ ଉପସ୍ଥାପନ କରିଥିଲେ ଯାହା ପରିବର୍ତ୍ତୀ କାଳରେ ଟ୍ରୁମାନ ନୀତି ଭାବରେ ପରିଚିତ ହେଲା । ଏହି ନୀତି ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମରିକାର କଂଗ୍ରେସ ଜୁନ ୧୯୪୮ ମସିହା ସୁଦ୍ଧା ଗ୍ରୀସ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ଉଦ୍ଦେଶ୍ୟରେ ୪୦୦ ନିୟୁତ ଡଲାର ମଞ୍ଜୁର କରିଥିଲେ । ଏହି ସହାୟତା ଦ୍ଵାରା ୧୯୫୦ ମସିହା ସୁଦ୍ଧା ଗ୍ରୀସ ଓ ତୁର୍କୀର ପରିସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥିଲା । ଗ୍ରୀସରୁ ଗରିଲାମାନେ ପ୍ରତିହତ ହୋଇଥିଲେ । ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇ ସ୍ଵାଭାବିକ ଅବସ୍ଥା ଫେରି ଆସିଥିଲା । ତୁର୍କୀରେ ମଧ୍ୟ ଅନୁରୂପ ଉନ୍ନତି ଘଟିଥିଲା । ଶାନ୍ତି ପ୍ରତିଷ୍ଠା ପରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୨୭ ବର୍ଷ ଧରି ଶାସନ କରୁଥିବା ଏକମାତ୍ର ଦଳ କ୍ଷମତାଚ୍ୟୁତ ହୋଇଥିଲା ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ବିଧ୍ଵଂସ ଇଉରୋପୀୟ ରାଷ୍ଟ୍ରମାନଙ୍କର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବା ଏବଂ ସେହି ଦେଶଗୁଡିକରେ ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ରଆମେରିକା ୧୯୪୭ ମସିହା ଜୁନ ୫ ତାରିଖରେ ମାର୍ସାଲ ଯୋଜନା ପ୍ରବର୍ତ୍ତନ କରିଥିଲା । ଏହା ଟ୍ରୁମାନ ନୀତିର ଏକ ସମ୍ପ୍ରସାରଣ ଥିଲା ଏବଂ ସମଗ୍ର ଇଉରୋପର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ କରାଯାଇଥିଲା । ୧୯୪୭ ମସିହାରୁ ୧୯୫୫ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବରେ ୪ ବର୍ଷ ଧରି ମାର୍ସାଲ ଯୋଜନା ବିପୁଳ ସଫଳତା ହାସଲ କରିଥିଲେ । ଏହା ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଇଉରୋପୀୟ ଦେଶଗୁଡିକ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡିକୁ ଅର୍ଥନୈତିକ ବିପର୍ଯ୍ୟୟ ତଥା ସାମ୍ୟବାଦର ପ୍ରଭାବରୁ ରକ୍ଷା କରିଥିଲେ ।
ମାର୍ସାଲ ଯୋଜନାକୁ ଇଉରୋପୀୟ ରାଷ୍ଟ୍ରଗୁଡିକର ଆଭ୍ୟନ୍ତରିନ ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ ବୋଲି ଅଭିହିତ କରି ସୋଭିଏତ ରୁଷ ତାହାର ତୀବ୍ର ନିନ୍ଦା କରିଥିଲେ ,। ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ଵାସଘାତକତା ଏବଂ ସାମ୍ରାଜ୍ୟବାଦର ଏକ ନମୁନା ରୂପେ ସେ ଚିତ୍ରିତ କରିଥିଲା । ଏହାଦ୍ଵାରା ସୋଭିଏତ ରୁଷ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି କରିଥିଲା । ଫଳରେ ଶୀତଳଯୁଦ୍ଧ ତୀବ୍ର ରୂପ ଧାରଣ କରିଥିଲା ଓ ଜର୍ମାନୀ , କୋରିଆ ଆଦି ଦେଶରେ ସଂଘର୍ଷ ଉପୁଜିଲା । ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ବୈଠକ ଗୁଡିକରେ ଏହା ପ୍ରତିଫଳିତ ହୋଇଥିଲା ।
ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା
Last Modified : 1/25/2020