অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶ୍ଵର କେତେକ ଗୁରୁତ୍ଵପୂର୍ଣ୍ଣ ଅଗ୍ରଗତି

ଉପନିବେଶର ଆକ୍ଷରିକ ଅର୍ଥ ହେଉଛି ବିଦେଶସ୍ଥ ଆବାସ   । କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପାନକୁ ଏକ ସ୍ଵାତ୍ଵାଧିକାର ରାଜ୍ୟ ମନେ କରି ମାତୃ ଦେଶର ଲାଭ ପାଇଁ କାର୍ଯ୍ୟରେ ଲଗାଇବା ହେଉଛି ଉପନିବେଶବାଦ  । ବାଣିଜ୍ୟ ବ୍ୟବସାୟର ଉନ୍ନତି , ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମ ପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା  । ଉପନିବେଶବାଦ ପ୍ରଥମେ ଷୋଡଶ ଶତାଦ୍ଦୀରେ ଆରମ୍ଭ ହୋଇଥିଲା   । ଇଉରୋପୀୟ ରାଷ୍ଟ୍ରମାନେ ପ୍ରଥିବୀର ବିଭିନ୍ନ ଅଞ୍ଚଳରେ ନିଜ ଦେଶର ଉପନିବେଶମାନ ସ୍ଥାପନ କରିଥିଲେ   । ସେମାନେ ଏସିଆ ଓ ଆଫ୍ରିକାକୁ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ ଏବଂ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ରମାନ ଖୋଲି ଏକଚାଟିଆ ବାଣିଜ୍ୟ କାରବାର କରିବା ପାଇଁ ଉଦ୍ୟମ କାଲେ   । ବାଣିଜ୍ୟକ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଲା  । ପ୍ରଥମ ପର୍ଯ୍ୟାୟ ଉପନିବେଶବାଦ ଅଷ୍ଟାଦଶ ଶତାଦ୍ଦୀର ଶେଷଭାଗ ପର୍ଯ୍ୟନ୍ତ ଚାଲିଥିଲା  । ଉନ୍ନବିଂଶ ଶତାଦ୍ଦୀର ଶେଷବେଳକୁ ଉପନିବେଶ ସ୍ଥାପାନ ଓ ଔପନିବେଶିକ ପ୍ରତିଦ୍ୱନ୍ଦିତା ପୁନରୁଧାନ ହେଲା   । ଊନ ବିଂଶ ଶତାଦ୍ଦୀରେ ବିଭିନ୍ନ ଦେଶର ସାମାଜିକ, ଅର୍ଥନୈତିକ, ଓ ରାଜନୈତିକ ଅବସ୍ଥା ଉପନିବେଶବାଦ ବିକାଶ ପାଇଁ ସହାୟକ ହେଲା  । ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ପରିସ୍ଥିତିର ଫାଇଦା ନେଇ ନିଜର ସ୍ଵାର୍ଥକୁ ସୁହାଉଥିବା ଅଞ୍ଚଳକୁ ଜୟକାଲେ ଏବଂ ବିଜିତ ଅଞ୍ଚଳରେ ଉପନିବେଶ ସ୍ଥାପନ କଲେ  । ଉପନିବେଶବାଦର ଏହି ନୂତନ ପର୍ଯ୍ୟାୟ ଥିଲା ଔପନିବେଶିକ ସାମ୍ରାଜ୍ୟବାଦ    । ଏହା 1914 ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ଵଯୁଦ୍ଧ ପାଇଁ ଏକ ପ୍ରମୁଖ କାରଣ ହୋଇଥିଲା   ।

ଏସିଆ ଓ ଆଫ୍ରିକାରେ ଉପନିବେଶବାସର କାରଣ

(1) ଭୌଗଳିକ ଆବିଷ୍କାର

ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ଭୌଗଳିକ ଆବିଷ୍କାର ଫଳରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ନୂତନ ଅଞ୍ଚଳର ସନ୍ଧାନ ମିଳିଲା   । ଇଉରୋପୀୟ ରାଷ୍ଟ୍ରମାନଙ୍କରୁ ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କୃତ ହେଲା  । ଫଳରେ ଦେଶମାନଙ୍କ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଅଧିକ ସୁବିଧା ହେଲା   । ପ୍ରତ୍ୟେକ ଦେଶ ଅନ୍ୟ ଦେଶ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ   । ଭୌଗଳିକ ଅନୁସନ୍ଧାନକାରୀମାନେ ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଲ୍ଜ ପରିସ୍ଥିତି ଥିବା କଥା ସେମାନଙ୍କ ବିବରଣୀରେ ଉଲ୍ଲେଖ କଲେ   । ଏହିପରି ଭାବରେ ଭୌଗୋଳିକ ଆବିଷ୍କାର ଉପନିବେଶ ସ୍ଥାପନ ପାଇଁ ପଥ ପ୍ରଦର୍ଶନ କଲା   ।

(2) ଲାଭଜନକ ବ୍ୟବସାୟର ସୁବିଧା

ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ ଉପଲବ୍ଧ ହେଉଥିଲା  । ସେଗୁଡିକ ମଧ୍ୟରେ ବିଭିନ୍ନ ପ୍ରକାର ମସଲା , ଚା, କର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର ଏବଂ ଇବୋନୀକାଠ ମୁଖ୍ୟ ଥିଲା   । ଏହି ସାମଗ୍ରୀଗୁଡିକୁ ଏସିଆର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରି ଇଉରୋପୀୟ ବ୍ୟବସାୟୀମାନେ ସେମାନଙ୍କ ଦେଶରେ ବିକ୍ରୟ କରି ପ୍ରଚୁର ଲାଭ କଲେ  । ସେହିପରି ଆଫ୍ରିକା ମହାଦେଶର ସୁନା , ହୀରା , ତମ୍ବା , ମୂଲ୍ୟବାନ କାଠ , ହାତୀ ଦାନ୍ତ, ରବର ଓ ୟୁରାନିୟମ ପ୍ରଭୃତି ଦ୍ରବ୍ୟ ଇଉରୋପୀୟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭବାନ କଲା    । ଆଫ୍ରିକାର ଦାସ ବ୍ୟବସାୟ ସବୁଠାରୁ ବେଶୀ ଲାଭଦାୟକ ଥିଲା   । ଇଉରୋପୀୟ ଦାସ ବ୍ୟବସାୟୀମାନେ ପ୍ରତ୍ୟେକ ମାସରେ ବହୁ ସଂଖ୍ୟକ ଆଫ୍ରିକୀୟଙ୍କୁ ଦାସ ଭାବରେ ଆମେରିକାକୁ ରପ୍ତାନି କରି ବହୁତ ଲାଭବାନ ହେଲେ   । ପର୍ତ୍ତୁଗାଲ, ସ୍ପେନ , ହଲାଣ୍ଡ, ଫ୍ରାନ୍ସ ପ୍ରଭୁତି ଇଉରୋପୀୟ ରାଷ୍ଟ୍ରଗଣ ଏସିଆ ଓ ଆଫ୍ରିକାରେ ଲାଭଜନକ ବ୍ୟବସାୟ ଦ୍ଵାରା ଆକର୍ଷିତ ହୋଇ ସେଠାରେ ଉପନିବେଶମାନ ସ୍ଥାପନ ପାଇଁ ତୀବ୍ର ପ୍ରତିଦ୍ଵନ୍ଦିତା ଲାଗିପଡିଲା  ।

(3) ଶିଳ୍ପ ବିପ୍ଲବପ୍ରଥମ ବାଷ୍ପଚାଳିତ ଇଞ୍ଜିନ

ଅଷ୍ଟାଦଶ ଶତାଦ୍ଦୀର ପ୍ରଥମ ଭାଗକୁ ବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ଅନେକ ନୂତନ ଯନ୍ତ୍ରର ଉଦ୍ଭାବନ ହେଲା   । ସେହି ଯନ୍ତ୍ର ସାହାଯ୍ୟରେ କଳ କାରଖାନାମାନଙ୍କରେ ଅଳ୍ପ ଶ୍ରମ ଓ ସମୟ ବିନିମୟରେ ଦୈନଦିନ ବ୍ୟବହୃତ ଦ୍ରବ୍ୟମାନଙ୍କ ଉତ୍ପାଦନ ବୃଦ୍ଧି ଯୋଗୁଁ ମନୁଷ୍ୟ ଜୀବନଯାପନରେ ପରିବର୍ତ୍ତନ  ଘଟିଲା   । ଏହାକୁ ଶିଳ୍ପ ବିପ୍ଲବ କୁହାଯାଏ   ।

(4) ପରିବହନ ଓ ଯୋଗାଯୋଗରେ ଉନ୍ନତି

ବାଷ୍ପୀୟ ଜାହାଜର ଉଦ୍ଭାବନ ଦ୍ଵାରା ଇଉରୋପୀୟ ଦେଶମାନଙ୍କରୁ ଜଳପଥରେ ଏସୀୟ ଓ ଆଫ୍ରିକାୟ ଅଞ୍ଚଳକୁ ଜିନିଷପାତ୍ର ପରିବହନ କରିବା ସହଜ ଓ ଶୀଘ୍ର ହେଲା । ଜଳ ପଥ, ସ୍ଥଳପଥ ଓ ରେଳପଥ ନିର୍ମାଣ ଫଳରେ ଆଭ୍ୟନ୍ତରୀଣ ଅଞ୍ଚଳକୁ କଞ୍ଚାମାଲ ପରିବହନ କରିବା ଏବଂ ଉତ୍ପାଦିତ ଦ୍ରବ୍ୟର ରପ୍ତାନି ବା ଆମଦାନୀ ପାଇଁ ସୁବିଧା ହେଲା   ।

(5) ଦୁର୍ବଳ ଶାସନ :

ଉନ୍ନବିଂଶ ଶତାଦ୍ଦୀରେ ଏସିଆ ଓ ଆଫ୍ରିକା ମହାଦେଶ ଅନ୍ତର୍ଭୁକ୍ତ ଦେଶମାନଙ୍କରେ ଶାସନ ଅତ୍ୟନ୍ତ ଦୁର୍ବଳ ଥିଲା  । ଅନେକ ଜାତୀୟରାଷ୍ଟ୍ର ସୃଷ୍ଟି ହୋଇଥିଲେ ସୁଦ୍ଧା ନୂତନ ଶାସନ ପଦ୍ଧତିର କୌଣସି ପ୍ରଭାବ ଏ ଦୁଇ ମହାଦେଶର ଦେଶମାନଙ୍କ ଉପରେ ପଡି ନଥିଲା   । ସେଠାରେ ମଧ୍ୟଯୁଗୀୟ ଶାସନ ଚାଲିଥିଲା ଓ ସେ ଅଞ୍ଚଳର ଲୋକମାନେ ସ୍ଥାନୀୟ ମୁଖ୍ୟଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିଲେ   । ଅଧିକନ୍ତୁ ଏସିଆ ଓ ଆଫ୍ରିକାର ଦେଶଗୁଡିକ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ନିର୍ମାଣ କରିପାରି ନ ଥିଲେ    । ଫଳରେ ଇଉରୋପୀୟ ରାଷ୍ଟ୍ରମାନେ ସହଜରେ ସେମାନଙ୍କୁ ଯୁଦ୍ଧରେ ଜୟ କରିପାରୁଥିଲେ   । ବହୁ ସଂଖ୍ୟାରେ ଏସିଆ ଓ ଆଫ୍ରିକାର ଲୋକମାନେ ସ୍ୱଳ୍ପ ପାରିଶ୍ରମିକ ନ ମିଳିଲେ ସୁଦ୍ଧା ଇଉରୋପୀୟ ସୈନ୍ୟବାହିନୀରେ ଯୋଗ ଦେବାକୁ ବା ବିଦେଶରେ ଅବସ୍ଥିତ କାରଖାନାମାନଙ୍କରେ କାମ କରିବାକୁ ଚାଲିଯାଉଥିଲେ   । ଫଳରେ ଏହି ଦୁଇ ମହାଦେଶର ସୈନ୍ୟବାହିନୀର ଲୋକବଳ ଦୁର୍ବଳ ହେଲା   ।

(6) ଧର୍ମ ଓ ସଂସ୍କୃତିର ପ୍ରଚାର :

ଉପନିବେଶବାଦ ଦ୍ଵାରା ପଛୁଆ ଶ୍ରେଣୀର ଲୋକେ ପାଶ୍ଚାତ୍ୟ ସଂସ୍କୃତି ଓ ଧର୍ମ ସମ୍ପର୍କରେ ଆସି ଅଧିକ ଉନ୍ନତ ଜୀବନଜାପାନ କରିବେ ବୋଲି କେତେକ ଇଉରୋପୀୟ ରାଷ୍ଟ୍ର ପ୍ରଚାର କଲେ  । ଉପନିବେଶସ୍ଥିତ ଅନୁନ୍ନତ ଅଧିବାସୀଙ୍କ ଜୀବନ ଜୀବିକା ବା ଶିକ୍ଷା ଓ ସଂସ୍କୃତିର ଉନ୍ନତି କରିବା ଉଚ୍ଚତର ଜାତିର କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କଲେ  । ଏସିଆ ଓ ଆଫ୍ରିକା ମହାଦେଶର ମୂଳ ଅଧିବାସୀଙ୍କୁ ଏହି ଇଉରୋପୀୟ ଉପନିବେଶବାଦୀଗଣ ଅନୁନ୍ନତ ଓ ଅନଗ୍ରସର ମଣିଲେ   । ସେମାନଙ୍କୁ ସଭ୍ୟ ଓ ସଂସ୍କୃତି ସମ୍ପନ୍ନ କରିବା ଏବଂ ସେମାନଙ୍କ ଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ଇଉରୋପୀୟମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମନେ କରି ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ   ।

(7) ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି :

ଏସିଆ ଓ ଆଫ୍ରିକାର ସାମରିକ ବା ବାଣିଜ୍ୟକ ଗୁରୁତ୍ଵ ଓ ଅବସ୍ଥିତି ଅନେକ ଇଉରୋପୀୟ ରାଷ୍ଟ୍ରଙ୍କୁ ସେଠାରେ ଉପନିବେଶ ସ୍ଥାପନ ପାଇଁ ଆକୃଷ୍ଟ କଲା  । ଏସିଆ ଓ ଆଫ୍ରିକାର ଦେଶମାନଙ୍କରେ ଶିଳ୍ପୀ ଓ କାରିଗରମାନେ ଅନୁନ୍ନତ ପଦ୍ଧତିରେ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଥିବାର ଲୋକଙ୍କ ଆବଶ୍ୟକ ଚାହିଦା ମେଣ୍ଟାଇପାରିଲେ ନାହିଁ   । ଫଳରେ ସେମାନଙ୍କୁ ଇଉରୋପୀୟ ରାଷ୍ଟ୍ର ଙ୍କ ଯନ୍ତ୍ର ତିଆରି ସାମଗ୍ରୀ ଉପରେ ଅଧିକ ନିର୍ଭର କରିବାକୁ ପଢୁଥିଲା  । ଏହାର ସୁଯୋଗ ନେଇ ଇଉରୋପୀୟମାନେ ଏ ଦୁଇ ମହାଦେଶରେ ଉପନିବେଶ ସ୍ଥାପନ ପାଇଁ ଅଧିକ ଉତ୍ସାହିତ ହେଲେ   । ଏସିଆ ଓ ଆଫ୍ରିକାରେ ଅଳ୍ପ ପାରିଶ୍ରମିକରେ ଇଉରୋପୀୟମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଖଣି କାରଖାନାରେ କାମ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ମାନବସମ୍ବଳ ଉପଲ୍ଲବ୍ଧ ହେଉଥିଲା   ।

ଏସିଆରେ ଉପନିବେଶ ସ୍ଥାପନ

ଭାରତରେ ଉପନିବେଶ

ପର୍ତ୍ତୁଗାଲ ବିଶିଷ୍ଟ ନାବିକ ଭାସ୍କୋଡାଗାମାଙ୍କ ଦ୍ଵାରା 1498 ରେ ଭାରତକୁ ଜଳପଥ ଆବିଷ୍କୃତ ହେବା ଫଳରେ ପର୍ତ୍ତୁଗାଲମାନେ ପ୍ରଥମେ ଭାରତ ସହ ବାଣିଜ୍ୟ ବ୍ୟବସାୟ ଆରମ୍ଭ କଲେ ଏବଂ ଉପନିବେଶ ସ୍ଥାପନ କଲେ   ।  1497 ମସିହାରେ ପର୍ତ୍ତୁଗାଲର ରାଜଧାନୀ ଲିସବନଠାରୁ ଚାରୋଟି ଜାହାଜ ସହିତ ଭାସ୍କୋଡାଗାମା ଜଳପଥ ଆରମ୍ଭ କରିଥିଲେ   । ଆଫ୍ରିକାର ପଶ୍ଚିମ ଉପକୂଳ ପାର୍ଶ୍ଵରେ ଯାଇ ଉତ୍ତମାଶା ଅନ୍ତରୀପରେ ପହଞ୍ଚିଲେ   । ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଅରବ ନାବିକଙ୍କ ସହାୟତାରେ ଭାରତ ମହାସାଗରରେ ଯାତ୍ରା କଲେ ଏବଂ 1498 ମେ 20 ତାରିଖରେ ଭାରତର ମାଲାବାର ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଥିଲେ  । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ ଓ ଅନ୍ୟାନ୍ୟ ଇଉରୋପୀୟମାନଙ୍କ ପାଇନ୍ନ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା   ।

ପରେ ପରେ ଡଚ (ହଲାଣ୍ଡର ଅଧିବାସୀ ), ଡେନ (ଡେନମାର୍କର ଅଧିବାସୀ ) , ଫରାସୀ (ଫ୍ରାନ୍ସର ଅଧିବାସୀ) ଇଂରେଜ ପ୍ରଭୁତି ଇଉରୋପୀୟ ରାଷ୍ଟ୍ରଗଣ ଭାରତରେ ଉପନିବେଶମାନ ସ୍ଥାପନ ପାଇଁ କ୍ରମେ ପରସ୍ପର ମଧ୍ୟରେ ପ୍ରତିଦ୍ଵନ୍ଦିତା ଓ କଳହରେ ଲିପ୍ତ ରହିଲେ  । ଶେଷରେ ସମସ୍ତଙ୍କୁ ବିତାଡିତ କରି ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଜରିଆରେ ଭାରତର କେତେକ ସମୁଦ୍ର ଉପକୂଳ ଅଞ୍ଚଳକୁ ସେମାନଙ୍କ ଶାସନ ଅଧୀନକୁ ଆଣିଥିଲେ   ।

1857 ମସିହାରେ ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା   । କିନ୍ତୁ ତା ପରେ ପରେ ଇଂରେଜମାନଙ୍କ ଅସହ୍ୟ ଶୋଷଣ ନୀତିଯୋଗୁଁ ଭାରତରେ ଦେଶାତ୍ମକବୋଧ ଓ ସାମଗ୍ରିକ ଜାତୀୟତା ଜାଗ୍ରତ ହେଲା ଓ ଦେଶବାସୀ ଇଂରେଜମାନଙ୍କ କବଳରୁ ମୁକ୍ତ ହେବା ପାଇଁ ସଂଗ୍ରାମ ଜାରି ରଖିଲେ  । 1857 ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କୁହାଯାଏ   ।  ଇଷ୍ଟ ଇଣ୍ଡିଆ କମ୍ପାନୀର ରବର୍ଟ କ୍ଲାଇବଙ୍କ ଦ୍ଵାରା 1757 ମସିହାର ପଲାଶୀ ଯୁଦ୍ଧରେ ବଙ୍ଗଳାର ନବାବ ସିରାଜଉଦ୍ଦୌଲା ପରାସ୍ତ ହେବା ଠାରୁ 1947 ମସିହା ଦେଶ ସ୍ଵାଧୀନ ହେବା ପର୍ଯ୍ୟନ୍ତ ପ୍ରଥମେ ବଙ୍ଗଳା ଓ ପରେ ସମଗ୍ର ଭାରତ ଏକ ଶତ ନବେ ବର୍ଷ ବ୍ୟାପୀ ଇଂଲାଣ୍ଡର ଏକ ଉପନିବେଶ ଭାବେ ଇଂରେଜମାନଙ୍କ ଶାସନ ଅଧୀନରେ ରହିଥିଲା   ।

ଚୀନରେ ଇଂଲାଣ୍ଡର ପ୍ରଭାବ ବିସ୍ତାର

ଇଂରେଜମାନେ ଚୀନରୁ ଚା ଓ ରେଶମ କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ କିନ୍ତୁ ଚୀନରେ ଇଂଲଣ୍ଡର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ହୋଇପାରୁନଥିଲା   । ଇଂରେଜମାନେ ଭାରତରେ ଅଫିମ  ଚାଷ କରି ଚୀନ ସହିତ ବେଆଇନ ଅଫିମ ବ୍ୟବସାୟ କଲେ   । ଚୀନ ଏକ ଅଫିମ ବୋଝେଇ ଜାହାଜକୁ ଜବତ କରି ସମସ୍ତ ଅଫିମକୁ ନଷ୍ଟ କରିଦେଲା   । ଫଳରେ 1839 ମସିହାରେ ଇଂଲଣ୍ଡ ଚୀନ ବିରୋଧରେ ଯୁଦ୍ଧ କଲା ଏବଂ ତାକୁ ଆକେଶ୍ଲରେ ପରାସ୍ତ କଲା   । ଏହି ଯୁଦ୍ଧକୁ “ ଅଫିମ ଯୁଦ୍ଧ “ କୁହାଯାଏ  । ଯୁଦ୍ଧ ପରେ ଚୀନ ଇଂଲଣ୍ଡକୁ କ୍ଷତିପୂରଣ ଦେଲା ;ଇଂରେଜ ବ୍ୟବସାୟୀଙ୍କୁ ପାଇଁ ଦୁଇଟି ପରିବର୍ତ୍ତେ ପାଞ୍ଚୋଟି ବନ୍ଦର ଖୋଲିଲା ଏବଂ ହଙ୍ଗକଙ୍ଗ ଦ୍ଵୀପ ଇଂଲଣ୍ଡକୁ ହସ୍ତାନ୍ତର କଲା    ।

ଚୀନର ବିଭାଜନ

କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ ମଧ୍ୟରେ ଯୁଦ୍ଧ ହେଲା  । ଏଥିରେ ଚୀନ ପରାସ୍ତ ହୋଇ କୋରିଆକୁ ସ୍ଵାଧୀନତା ପ୍ରଦାନ କଲା ଏବଂ ଜାପାନକୁ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ଵୀପ ସମର୍ପଣ କରିବା ସହ ଶହେ ପଚାଶ ଲକ୍ଷ୍ୟ ଡଲାର କ୍ଷତି ପୂରଣ ଦେବାକୁ ବାଧ୍ୟ ହୋଇଥିଲା   ।  ଏହି କ୍ଷତି ପୂରଣ ଦେବା ପାଇଁ ଚୀନକୁ ସାହାଯ୍ୟ କରି ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲଣ୍ଡ ଚୀନକୁ ଭାଗ ଭାଗ କରି ସେମାନଙ୍କ ମଧ୍ୟରେ କର୍ତ୍ତୁତ୍ଵ ପରିସର ବାଣ୍ଟିନେଲେ   । ଜର୍ମାନୀ କିଆଚଓ ଉପସାଗର ଏବଂ ସାଣ୍ଟୁଙ୍ଗ ଓ ହୋୟାଙ୍ଗ ହୋ ଉପତ୍ୟକାରେ ସ୍ଵତନ୍ତ୍ର ଅଧିକାର ପାଇଲେ  । ରୁଷିଆ ମାଞ୍ଚୁରିଆରେ ରେଳପଥ ନିର୍ମାଣର ଅଧିକାର ସହିତ ଲିଆଓତୁଙ୍ଗ ଉପଦ୍ଵୀପ ପାଇଲା  । ଫ୍ରାନ୍ସ କ୍ଵାଙ୍ଗଚଓ  ଉପସାଗର ଓ ଚୀନର ତିନୋଟି ଦାକ୍ଷିଣାତ୍ୟ ପ୍ରଦେଶରେ ବ୍ୟାପକ ଅଧିକାର ପାଇଲା   । ଇଂଲଣ୍ଡ ୟାଙ୍ଗସି ଉପତ୍ୟକାରେ ପ୍ରଭାବ ବ୍ୟତିତ ୱିହିୱି ଲାଭ କଲା  । ଚୀନର ଏହି ବିଭାଜନକୁ “ ଚୀନା ତରଭୁଜର କର୍ତ୍ତନ “ ଭାବେ ବର୍ଣ୍ଣନା କରାଯାଇଛି    ।

ହଲାଣ୍ଡର ନିୟନ୍ତ୍ରଣ ବିସ୍ତାର

ଶ୍ରୀଲଙ୍କା ପ୍ରଥମେ ପାର୍ତ୍ତୁଗାଲ ଓ ପରବର୍ତ୍ତୀ କାଳରେ ହଲାଣ୍ଡ ଏବଂ ଇଂଲଣ୍ଡ ଦ୍ଵାରା ଅଧିକୃତ ହେଲା   । ଶିଙ୍ଗାପୁରର ସମେତ ମାଳୟକୁ ଡଚମାନେ ଇଂଲଣ୍ଡକୁ ଦେଇଦେବା  ଦ୍ଵାରା ଦୂର ପ୍ରାଚ୍ୟର ସମସ୍ତ ବ୍ୟବସାୟ ଇଂଲଣ୍ଡର ନିୟନ୍ତ୍ରଣରେ ରହିଲା  । ଇଣ୍ଡୋନେସିଆ ଓ ତାର ଚାରିପଟରେ ଥିବା ଦ୍ଵୀପଗୁଡିକ କ୍ରମେ ଡଚ ନିୟନ୍ତ୍ରଣରେ ରହିଲା   । 1875 ମସିହା ପରେ ହଲାଣ୍ଡ ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା   ।

ଇଣ୍ଡୋଚୀନରେ ଫ୍ରାନ୍ସର ସଫଳତା

ଦକ୍ଷିଣ ପୂର୍ବ ଏସିଆର ଲାଓସ, କାମ୍ବୋଡିଆ ଓ ଭିଏତନାମ ଅଞ୍ଚଳ ମୋଟାମୋଟି ଭାବେ ଇଣ୍ଡୋ-ଚୀନ ଭାବରେ ପରିଚିତ   । ଫ୍ରାନ୍ସ ଇଣ୍ଡୋ-ଚୀନରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନର ସର୍ବେସର୍ବା ହେଲା  । କ୍ରମେ ଉଲ୍ଲିଖିତ ଭିନ୍ନ ଭିନ୍ନ ଅଞ୍ଚଳଗୁଡିକ ଏକାଠି କରାଯାଇ ଜଣେ ଫରାସୀ ଗଭର୍ଣ୍ଣର ଜେନେରାଲଙ୍କ ତତ୍ତ୍ବାବଧାନରେ ରଖାଗଲା   ।

ଇଂଲଣ୍ଡର ବର୍ମା ଅଧିକାର

ବର୍ମା ତୋନକିନ ଠାରୁ ମାଣ୍ଡାଳୟ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ 1880 ମସିହାରେ ଫ୍ରାନ୍ସ ସରକାରଙ୍କୁ  ଅଧିକାର ଦେଲା    । ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର ଆଶଙ୍କା କରି ଇଂଲଣ୍ଡ ଏହାର ବିରୋଧ କଲା ଓ ବର୍ମା ବିରୋଧରେ ଯୁଦ୍ଧ ଘୋଷଣା କଲା  । ଇଂଲଣ୍ଡ  ବର୍ମାକୁ ପରାସ୍ତ କରି ତାହାକୁ 1886 ମସିହାରେ ଭାରତ ସହ ମିଶାଇ ବିରାଟ ଇଂରେଜ ସାମ୍ରାଜ୍ୟରେ ପରିଣତ କଲା   ।

ଯୁକ୍ତରାଷ୍ଟ୍ର ଆମେରିକା ଅଧୀନରେ ଫିଲିପାଇନ୍ସ

କ୍ୟୁବା ଓ ଫିଲିପାଇନ୍ସ ସ୍ପେନୀୟ  ଶାସନ ବିରୋଧରେ ବିଦ୍ରୋହ କଲେ   । ଯୁକ୍ତ ରାଷ୍ଟ୍ର ଆମେରିକା ସ୍ପେନ ବିରୋଧରେ ଯୁଦ୍ଧ କରି ତାକୁ ପରାସ୍ତ କଲା ଏବଂ କ୍ୟୁବା ଓ ଫିଲିପାଇନ୍ସକୁ ନିଜ ଅଧୀନରେ ଆଣିଲା   । ଏହାର ବିରୋଧ କରି ଫିଲିପିନୋମାନେ ଆମେରିକା ବିରୋଧରେ ବିଦ୍ରୋହ କଲେ କିନ୍ତୁ ଆମେରିକା ବିଦ୍ରୋହକୁ ଦମନ କରିଥିଲା   । ଫିଲିପାଇନ୍ସ ଆମେରିକା ଅଧୀନରେ ଦୀର୍ଘକାଳ ବ୍ୟାପୀ ଏକ ଉପନିବେଶ ରୂପେ ରହିଥିଲା   ।

ଇଂଲଣ୍ଡର ତିଦ୍ଦତ ଓ ଇରାନ ଅଧିକାର

କେନ୍ଦ୍ରୀୟ ଏସିଆ , ଇରାନ , ଆଫଗାନିଷ୍ଠାନ ଓ ତିଦ୍ଦତ ଉପରେ ନିୟନ୍ତ୍ରଣ ଅଧିକାର ପାଇଁ ଇଂଲଣ୍ଡ ଓ ରୁଷିଆ ପରସ୍ପରର ପ୍ରତିଦ୍ଵନ୍ଦୀ ଥିଲେ  । ଉନ୍ନବିଂଶ  ଶତାଦ୍ଦୀର ଦ୍ଵିତୀୟ ଭାଗରେ କେନ୍ଦ୍ରୀୟ ଏସିଆର ପ୍ରାୟ ସମସ୍ତ ଅଞ୍ଚଳ ଅଧିକାର କରିବାର ରୁଷିଆ ସଫଳ ହେଲା   । 1907 ମସିହାର ଏକ ରାଜିନାମା ଅନୁଯାୟୀ ଦକ୍ଷିଣ ଇରାନ ଇଂଲଣ୍ଡ ଓ ଉତ୍ତର ଇରାନ ରୁଷିଆର କର୍ତ୍ତୁତ୍ଵାଧିନ ହେଲା  । ମଧ୍ୟ ଇରାନକୁ ନିରପେକ୍ଷ ରଖି ଦେଶ ପାଇଁ ମୁକ୍ତ ରଖାଗଲା   । 1907 ମସିହା ରାଜିନାମା ଅନୁସାରେ ଉଭୟ ଦେଶ ତିଦ୍ଦତ ହସ୍ତକ୍ଷେପ କରିବେ ନାହିଁ  ବୋଲି ରାଜି ହେଲେ ଓ ରୁଷିଆ ଆଫଗାଣିସ୍ଥାନର ପ୍ରଭାବ କ୍ଷେତ୍ର ବହିର୍ଭୂତ ବୋଲି ରାଜି ହେଲା ଏବଂ ଆଫଗାନୀସ୍ଥାନ ଶାସକ ଇଂଲଣ୍ଡ ପ୍ରତି ଅନୁଗତ ରହିବା ପର୍ଯ୍ୟନ୍ତ ଇଂଲଣ୍ଡ ଆଫଗାନିସ୍ଥାନ ଅଧିକାର କରିବ ନାହିଁ ବୋଲି ରାଜି ହେଲା  । କିନ୍ତୁ 1911 ମସିହାରେ ଚୀନରେ ରାଜତନ୍ତ୍ରର ଉଚ୍ଛେଦ ପରେ ତିଦ୍ଦତ ଇଂରେଜମାନଙ୍କ ଅଧୀନକୁ ଚାଲିଗଲା   । 1917 ମସିହାର ରୁଷ ବିପ୍ଲବ ପରେ ନୂତନ ସୋଭିଏତ ରୁଷିଆ ସରକାର ଇଂଲଣ୍ଡ ଓ ରୁଷିଆ ରାଜିନାମାର ଅବସାନ ଘୋଷଣା କଲେ ଓ ଇରାନ ଉପରୁ ସମସ୍ତ ଅଧିକାର ପ୍ରତ୍ୟାହାର କଲେ   । ଫଳରେ ଇରାନ  ଇଂଲଣ୍ଡଦ୍ଵାରା ଅଧିକୃତ ହେଲା   । ଇତି ମଧ୍ୟରେ ଇରାନରେ ତେଲର ସନ୍ଧାନ ମିଳିବାକୁ ଏହା ଯୁକ୍ତରାଷ୍ଟ୍ର ଆମରିକାର ଷ୍ଟାଣ୍ଡାର୍ଡ ତେଲ କମ୍ପାନୀ ଓ ଇଂଲଣ୍ଡର ଆଙ୍ଗ୍ଲୋ- ପରସିଆନ ତେଲ କମ୍ପାନୀର କର୍ତ୍ତୁତ୍ଵରେ ରହିଲା   ।

ତୁର୍କୀର କ୍ଷୟ

ତୁର୍କୀ ଓ ତୁର୍କୀ ସାମ୍ରାଜ୍ୟରେ ଥିବା ଏସୀୟ ଅଧିକାରଭୁକ୍ତ ଅଞ୍ଚଳ ସମୂହରେ କ୍ରମେ ଜର୍ମାନ ପ୍ରଭାବ ବିସ୍ତାର କରୁଥିଲା   । ଏହି ଅଞ୍ଚଳରେ କନଷ୍ଟାଣ୍ଟିନେପଲରୁ ବାଗଦାଦ ଓ ପରସିଆନ ଗୁଳ୍ପ ପର୍ଯ୍ୟନ୍ତ ଏକ ରେଳପଥ ନିର୍ମାଣ କରିବାକୁ ଜର୍ମାନୀ ଗୋଟିଏ କମ୍ପାନୀ ଅନୁମତି ପାଇଥିଲା  । ଇରାନ ଓ ଭାରତରେ ଜର୍ମାନୀ ତାର ଆର୍ଥିକ ସ୍ଵାର୍ଥକୁ ଆଗେଇ ନେବା ପାଇଁ ଆଶା କରିଥିଲେ   । ମାତ୍ର ଫ୍ରାନ୍ସ , ଇଂଲଣ୍ଡ ଓ ରୁଷିଆ ଏହାର ବିରୋଧ କଲେ  । ଫଳରେ ଜର୍ମାନୀ, ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଏକ ରାଜିନାମା ସ୍ଵାକ୍ଷରିତ ହୋଇ ଉକ୍ତ ଅଞ୍ଚଳକୁ ଭାଗ କରାଗଲା କିନ୍ତୁ ପ୍ରଥମ ବିଶ୍ଵଯୁଦ୍ଧ ଜର୍ମାନ ଓ ତୁର୍କୀ ପରାସ୍ତ ହେବା ପରେ ସିରିୟା, ପାଲେଷ୍ଟାଇନ , ମେସୋପତାମିଆ ଓ ଅରବ ସମେତ ସୁବିସ୍ତୁତ ଅଞ୍ଚଳ ତୁର୍କୀଠାରୁ କାଢି ନିଆଯାଇ ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା   ।

ଜାପାନର ସଫଳତା

କୋରିଆକୁ ନେଇ 1894 ମସିହାରେ ଜାପାନ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ଚୀନରେ ଜାପାନର ପ୍ରଭାବ ବୃଦ୍ଧି ପାଇଲା   । 1902 ମସିହାରେ ଇଂଲଣ୍ଡ ମସିହାରେ ଇଂଲଣ୍ଡ ସହିତ ଚୁକ୍ତି ସ୍ଵାକ୍ଷର କରି ଜାପାନ ଯେ କୌଣସି ଇଉରୋପୀୟ ବୃହତ ରାଷ୍ଟ୍ରର ସମକକ୍ଷ ବୋଲି ଜଣାଇଦେଲା   । 1904-05 ମସିହା ଯୁଦ୍ଧରେ ରୁଷିଆକୁ ପରାସ୍ତ କରି ଜାପାନ ସଖାଲିନର ଦକ୍ଷିଣଭାଗ ଏବଂ ପୋର୍ଟ ଆର୍ଥର ସହ ଲିଆଓତୁଙ୍ଗ ଉପଦ୍ଵୀପର ଦକ୍ଷିଣଭାଗ ପାଇଲା   । 1910 ମସିହାରେ କୋରିଆ ଜାପାନର ଏକ ଉପନିବେଶରେ ପରିଣତ ହୋଇଥିଲା   ।

ଆଫ୍ରିକାରେ ଉପନିବେଶ ସ୍ଥାପାନ

ବେଲଜିଆନ କଙ୍ଗୋର ସୃଷ୍ଟି

ବେଲଜିଅମର ରାଜା ଦ୍ଵିତୀୟ ଲିଓପୋଲ୍ଡଙ୍କ ଆର୍ଥିକ ସହାୟତାରେ 1878 ମସିହାରେ ଆନ୍ତର୍ଜାତୀକ କଙ୍ଗୋ ସଂଘ ଗଠନ କରାଯାଇଥିଲା   । ଏହି ସଂଘଦ୍ଵାରା ଆଫ୍ରିକାର ମୁଖ୍ୟମାନଙ୍କ ସହିତ ଚୁକ୍ତି ସ୍ଵାଖରିତ ହୋଇ   । 1885 ମସିହାରେ କଙ୍ଗୋ ସ୍ଵାଧୀନ ରାଷ୍ଟ୍ର ଗଠନ ହେଲା ଓ ଲିଓପୋଲ୍ଡ ଏହାର ରାଜା ହେଲେ  । କଙ୍ଗୋର ଅଧିବାସୀଙ୍କୁ ନୃଶଂସଭାବେ ଶୋଷଣ କରାଯିବାକୁ 1908 ମସିହାରେ ରାଜା ଲିଓପୋଲ୍ଡ ବାଧ୍ୟ ହୋଇ କଙ୍ଗୋ ସ୍ଵାଧୀନ ରାଷ୍ଟ୍ରକୁ ବେଲଜିଅମ ସରକାରଙ୍କୁ ହସ୍ତାନ୍ତର କଲେ   । ପରେ ଏହା “ ବେଲଜିଆନ କଙ୍ଗୋ “ ଭାବରେ ନାମିତ ହେଲା   । କ୍ରମେ ରବର ଓ ହାତୀଦାନ୍ତ ଅପେକ୍ଷା କଙ୍ଗୋର ସୁନା, ହୀରା,  ୟୁରାନିୟମ, କାଠ ଓ ତମ୍ବା ପ୍ରଭୁତି ଦ୍ରବ୍ୟ ଗୁଡିକ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଲା   । ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବହୁତ ରାଷ୍ଟ୍ର ଏହି ସମ୍ପଦ ଗୁଡିକର ବିନିଯୋଗ ପାଇଁ ବେଲଜିଅମ ସହିତ ଯୋଗ ଦେଲେ   ।

ନାଇଜେରିଆରେ ଇଂଲଣ୍ଡର ଆଧିପତ୍ୟ

ପଶ୍ଚିମ ଆଫ୍ରିକାର ନାଇଜର ନଦୀ ଅଞ୍ଚଳ ପ୍ରଚୁର ମୂଲ୍ୟବାନ ସମ୍ପଦରେ ଭରପୁର ଥିଲା   । ନାଇଜେରିଆ ନାମରେ ପରିଚିତ ଏହି ଅଞ୍ଚଳର ଗୋଟିଏ ଭାଗ ଇଂଲଣ୍ଡ ଦ୍ଵାରା ଅଧିକୃତ ହୋଇଥିଲା   । ଇଂଲଣ୍ଡ ସେଠାରୁ ଦାସମାନଙ୍କୁ ଆମେରିକା ରପ୍ତାନୀ କରୁଥିଲା  । କ୍ରମେ ଇଂରେଜ କମ୍ପାନୀ ଫ୍ରାନ୍ସର ଏକ କମ୍ପାନୀକୁ ପ୍ରତିଦ୍ୱନ୍ଦିତାରୁ ହଟାଇ ନାଇଜେରିଆର ଶାସକ ହେଲା   । କିଛିବର୍ଷ ପରେ ଇଂଲଣ୍ଡର ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ବୋଲି ଘୋଷଣା କଲେ  । ଇଂଲଣ୍ଡ ପଶ୍ଚିମ ଆଫ୍ରିକାରେ ଗାମ୍ବିଆ,ଅଗନ୍ତି, ସ୍ଵର୍ଣ୍ଣ ଉପକୂଳ ଓ ସିଏରାଲିଓନ ଅଞ୍ଚଳଗୁଡିକ ଅଧିକାର କଲା   ।

ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର

କଙ୍ଗୋ ନଦୀର ଉତ୍ତରରେ ଥିବା ଅଞ୍ଚଳରୁ ଫ୍ରାନ୍ସ ଅଧିକାର କଲା ଏବଂ ଏହା “ ଫରାସୀ କଙ୍ଗୋ “ ଭାବେ ପରିଚିତ ହେଲା   । ପୂର୍ବରୁ ଆଫ୍ରିକାର ପଶ୍ଚିମ ଉପକୂଳରେ ଫ୍ରାନ୍ସ ସେନିଗାଲ ଅଧିକାର କରିଥିଲା   । ପରେ ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସ ତା’ପରେ ସାମ୍ରାଜ୍ୟ ବିସ୍ତାର କରି ସେନିଗାଲ , ଫରାସୀ ଗିଣି , ଆଇଭରି ଉପକୂଳ , ଦାହୋମେ , ମଉରିତାନିଆ , ଫରାସୀ ସୁଦାନ , ଉପର ଭୋଲତା ଓ ନାଇଜର ଅଞ୍ଚଳଗୁଡିକର ଅଧିକାରୀ ହେଲା   ।

ଜର୍ମାନୀର କ୍ଷତି

1880 ମସିହା ପରେ ଜର୍ମାନୀ ପ୍ରଥମେ ପଶ୍ଚିମ ଉପକୂଳରେ ଟୋଗୋଲାଣ୍ଡ ଅଧିକାର କଲା   । ପରେ ପରେ ଦକ୍ଷିଣ ଦିଗକୁ ମୋଡି ଯାଇ କାମେରୁନ ଅଧିକାର କଲା   । ଜର୍ମାନୀମାନେ କ୍ରମେ ଦକ୍ଷିଣ ପଶ୍ଚିମ ଆଫ୍ରିକାରେ ପ୍ରତିଷ୍ଠିତ ହେଲେ   । ପର୍ତ୍ତୁଗୀଜ ଉପନିବେଶ ଆଙ୍ଗୋଲା ଓ ମୋଜାମ୍ବିକକୁ ଇଂଲଣ୍ଡ ଓ ଜର୍ମାନ ନିଜ ଭୀତରେ ବାଣ୍ଟିନେବାକୁ ରାଜି ଥିଲେ କିନ୍ତୁ ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡିକୁ ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା   । ଟୋ ଗୋଲାଣ୍ଡ ଓ କାମେରୁନ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଭାଗ କରାଗଲା ଏବଂ ଦକ୍ଷିଣ ପଶ୍ଚିମ ଆଫ୍ରିକାର ଜର୍ମାନୀ ଅଧିକୃତ ସମସ୍ତ ଅଞ୍ଚଳ ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକାକୁ ଦିଆଗଲା   । ଆଫ୍ରିକାର ପଶ୍ଚିମ ଉପକୂଳରେ ରିଓ ଡି ଓରୋ ଏବଂ ରିଓ ମୁନି ଓ ଫରନଣ୍ଡୋପୋ ଠାରେ ସ୍ପେନର ଦୁଇଟି ଉପନିବେଶ ଥିଲା   । ଆଙ୍ଗୋଲା ଓ ପର୍ତ୍ତୁଗୀଜ ଗିନିର ମୂଲ୍ୟବାନ ଅଞ୍ଚଳକୁ ପର୍ତ୍ତୁଗାଲ ଅଧିକାର କରିଥିଲା   । କେବଳ ଲାଇବେରିଆ ବ୍ୟତିତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟମାନଙ୍କ ମଧ୍ୟରେ ଭାଗ ହୋଇଥିଲା   ।ଆମେରିକାରୁ ମୁକ୍ତ ହୋଇଥିବା ଦାସମାନେ ଲାଇବେରିଆରେ ବସତି ସ୍ଥାପନ କରିଥିଲେ   ।

ପ୍ରବାସୀ ଡଚମାନଙ୍କ ଦ୍ଵାରା ନୂତନ ରାଜ୍ୟ ସ୍ଥାପନ

ଦକ୍ଷିଣ ଆଫ୍ରିକାରେ ଡଚମାନେ ପ୍ରତିଷ୍ଠା କରିଥିବା କେପ କଲୋନୀକୁ ଊନବିଂଶ ଶତାଦ୍ଦୀର ପ୍ରଥମ ଭାଗର ଇଂଲଣ୍ଡ ଅଧିକାର କରିନେଲେ   । “ ବୋଏର “ ଭାବରେ ପରିଚିତ ପ୍ରବାସୀ ଡଚ ଅଧିବାସୀମାନେ ଉତ୍ତର ଦିଗକୁ ଚାଲିଗଲେ  । ସେଠାରେ ଅରେଞ୍ଜ ସ୍ଵାଧୀନ ରାଜ୍ୟ ଓ ଟ୍ରାନ୍ସଭାଲ ନାମରେ ଦୁଇଟି ରାଜ୍ୟ ସ୍ଥାପନ କଲେ   । 1950 ମସିହା ସୁଦ୍ଧା ଏହି ଦୁଇଟି ରାଜ୍ୟକୁ ବୋଏରମାନେ ଶାସନ କରୁଥିଲେ   ।

ଦକ୍ଷିଣ ଆଫ୍ରିକାର ଶ୍ଵେତାଙ୍ଗ ଶାସନ

1870 ମସିହାରେ ସେସିଲ ରୋଡସ ନାମକ ଜଣେ ଇଂରେଜ ଅର୍ଥାନ୍ୱେଷୀ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଗଲେ   ।ଏକ ଆଫ୍ରୀକୀୟ ଉପନିବେଶକୁ ନିଜ ଅନୁସାରେ “ ରୋଡିସୀଆ “ ରଖିଲେ  । ଇଂରେଜମାନେ ରୋଡେସିଆ, ବେଛୁଆନାଲାଣ୍ଡ , ସ୍ଵାଜିଲାଣ୍ଡ ଓ ବସୁତୋଲାଣ୍ଡ ଅଧିକାର କଲେ   । ଏହାର ଅଳ୍ପଦିନ ପରେ ଦକ୍ଷିଣ ଆଫ୍ରିକା ଯୁନିଅନ ଗଠିତ ହେଲା   । ବୋଏର, ଇଂରେଜ ଓ ଅନ୍ୟ କେତେକ ଇଉରୋପୀୟ ପ୍ରବାସୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଯୁନିଅନ ସଂଖ୍ୟାଲଘୁ ଶ୍ଵେତାଙ୍ଗଙ୍କ ଦ୍ଵାରା ଶାସିତ ହେଲା   । ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା   ।

ପୂର୍ବ ଆଫ୍ରିକାର ନିୟନ୍ତ୍ରଣ

ମୋଜାମ୍ବିକର ଏକ ଅଂଶ ପର୍ତ୍ତୁଗାଲ ଦ୍ଵାରା ଦଖଲ ହେବା ବ୍ୟତିତ 1884 ମସିହା ପର୍ଯ୍ୟନ୍ତ ପୂର୍ବ ଆଫ୍ରିକା କୌଣସି ଇଉରୋପୀୟ ରାଷ୍ଟ୍ର ଦ୍ଵାରା ଅଧିକୃତ ହୋଇଣଥିଲା   । ସେହି ବର୍ଷ ଜର୍ମାନୀର କାର୍ଲପିଟରସ ନାମକ ଜଣେ ବ୍ୟକ୍ତି ଏହି ଅଞ୍ଚଳକୁ ଜର୍ମାନୀର ସୁରକ୍ଷା ଅଧୀନରେ ରଖିବାକୁ ସ୍ଥାନୀୟ ଶାସକମାନଙ୍କୁ ପ୍ରରୋଚିତ କଲେ   । ଫ୍ରାନ୍ସ ଓ ଇଂଲଣ୍ଡଙ୍କର ମଧ୍ୟ ଏହି ଅଞ୍ଚଳ ପ୍ରତି ଲୋଭ ଥିଲା   । ଏକ ରାଜିନାମା ବଳରେ ଫ୍ରାନ୍ସ ମାଡାଗାସ୍କର ପାଇଲା ଏବଂ ପୂର୍ବ ଆଫ୍ରିକାକୁ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ  ଭାଗ କରାଗଲା   । ଏହି କରିଡରର ଉତ୍ତରାର୍ଦ୍ଧ ଇଂରେଜମାନଙ୍କର ଦକ୍ଷିଣାର୍ଦ୍ଧ ଜର୍ମାନୀମାନଙ୍କ କର୍ତ୍ତୁତ୍ଵରେ ରହିଲେ  । ପରବର୍ତ୍ତୀ ସମୟରେ ଏହି ଅଞ୍ଚଳଗୁଡିକ ଇଂଲଣ୍ଡ ଓ ଜର୍ମାନୀ ଦ୍ଵାରା  ଅଧିକୃତ ହେଲା   । 1890 ମସିହାର ଏକ ରାଜିନାମା ଦ୍ଵାରା ଉଗାଣ୍ଡାକୁ ଇଂଲଣ୍ଡକୁ ଦେବା ପାଇଁ ନିଷ୍ପତ୍ତି ନିଆଗଲା   ଏବଂ ତାବଦଳରେ ଜର୍ମାନୀକୁ ହେଲିଗୋଲାଣ୍ଡ ଦିଆଗଲା   । 1896 ମସିହାରେ ଉଗାଣ୍ଡାକୁ ଇଂରେଜଙ୍କ ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଗଲା   । ଜାଞ୍ଜିବାର ଏବଂ ପେମ୍ବା ଦ୍ଵୀପ , ୱିଟୁ ଓ ନ୍ୟାସାଲାଣ୍ଡ ଉପରୁ ଜର୍ମାନୀ ତାର ଦାବି ପ୍ରତ୍ୟାହାର କଲା   । କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତା ଠାରୁ ଅଧିକ ଅଞ୍ଚଳ ଅଧିକାର କଲା   । ପ୍ରଥମେ ବିଶ୍ଵଯୁଦ୍ଧରେ ଜର୍ମାନୀ ହାରିବାପରେ ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ଦେଇ ଦିଆଗଲା ଏବଂ ଏହାକୁ “ ଟାଙ୍ଗାନାଇକା “ ନାମରେ ନାମିତ କରାଗଲା   । ଇଂରେଜ ଅଧିକୃତ ପୂର୍ବ ଆଫ୍ରିକାକୁ “କେନିଆ “ ନାମରେ ନାମିତ କରାଗଲା   । ଜର୍ମାନୀ ଅଧିକୃତ ରୁଆଣ୍ଡା – ଉରୁଣ୍ଡି ବେଲଜିଅମକୁ ଦିଆଗଲା   ।

ଇଟାଲୀର ଔପନିବେଶିକ ଉଦ୍ୟମ

ଇଟାଲୀୟମାନେ ଆଫ୍ରିକାର ମରୁଭୁମି ଅଞ୍ଚଳରେ ଅବସ୍ଥିତ ସୋମାଲିଲାଣ୍ଡ ଓ ଏରିଟ୍ରିଆକୁ ଅଧିକାର କରିଥିଲେ   । ଆବିସିନିଆ ଏକ ସ୍ଵାଧୀନ ରାଷ୍ଟ୍ର ଥିଲା   । ଏହାକୁ ଇଟାଲୀ ତାର ସୁରକ୍ଷାପ୍ରାପ୍ତ ଅଞ୍ଚଳ ବୋଲି ଦାବି କରି ଆକ୍ରମଣ କଲା   । 1896 ମସିହାରେ ଆବିସିନିଆ ଇଟାଲୀର ଦାବିକୁ ପ୍ରତ୍ୟାଖ୍ୟାନ କରି ଇଟାଲୀୟ ସୈନ୍ୟବାହିନୀକୁ ଏକ ଯୁଦ୍ଧରେ ପରାସ୍ତ କଲା   । ଫଳରେ ଇଟାଲୀ ତାର ଦାବି ଓ ସୈନ୍ୟବାହିନୀକୁ ଏଠାରେ ପ୍ରାତ୍ୟାହାର କଲା   ।

ଫ୍ରାନ୍ସର ଟ୍ୟୁନିସିଆ ଦଖଲ

ଆଫ୍ରିକାର ଉତ୍ତର ଉପକୂଳରେ ଅବସ୍ଥିତ ଆଲଜେରିଆ ଫ୍ରାନ୍ସର ସମସ୍ତ ଉପନିବେଶ ମଧ୍ୟରେ ସବୁଠାରୁ ଅଧିକ ଲାଭଜନକ ଥିଲା   । ଏହା ଫରାସୀ ଉତ୍ପାଦିତ ସାମଗ୍ରୀ ପାଇଁ ବିଶାଳ ବଜାର ସୃଷ୍ଟି କରିଥିଲା   । ଆଲଜେରିଆର ପୂର୍ବରେ ଅବସ୍ଥିତ ଟ୍ୟୁନିସିଆ ଉପରେ ଫ୍ରାନ୍ସ , ଇଂଲଣ୍ଡ ଓ ଇଟାଲୀର ଲୋଭ ଥିଲା   । 1878 ମସିହାରେ ଏକ ରାଜିନାମା ଅନୁସାରେ ଇଂଲଣ୍ଡ ସାଇପ୍ରସ ଦ୍ଵୀପକୁ ଅଧିକାର କଲା ଓ ବଦଳରେ ଫ୍ରାନ୍ସର ଟ୍ୟୁନିସିଆ ସ୍ଵଛନ୍ଦ ଭାବେ ପ୍ରଭାବ ବିସ୍ତାର କରିବା ପାଇଁ ସୁଯୋଗ ଦେଲା   । ପରବର୍ତ୍ତୀ ସମୟରେ ଫ୍ରାନ୍ସର ଟ୍ୟୁନିସିଆ  ଦଖଲଭୁକ୍ତ ହେଲା   ।

ମରକ୍ଲୋର ସ୍ଥିତି ନିର୍ଦ୍ଧାରଣ

ଜିବ୍ରାଲଟରର ଦକ୍ଷିଣ ଓ ଆଫ୍ରିକାର ଉତ୍ତର ଉପକୁଳରେ ଅବସ୍ଥିତ ମରକ୍ଳୋ ସେମାନଙ୍କ ଅଞ୍ଚଳ ବୋଲି ଉଭୟ ଫ୍ରାନ୍ସ ଓ ଇଟାଲୀ ଦାବି କଲେ   ।  1900 ମସିହାରେ ଫରାସୀମାନଙ୍କର ମରକ୍ଳୋ ଅଧିକାର ଏବଂ ଇଟାଲୀୟମାନଙ୍କର ତ୍ରିପୋଲି ଓ ସିରେନାଇକା ଅଧିକାର ଏବଂ ଉଭୟ ଦେଶ ଗ୍ରହଣ କଲେ   । 1940 ମସିହାରେ ସ୍ଵାଖରିତ ଏକ ରାଜିନାମା ଅନୁଯାୟୀ ଫ୍ରାନ୍ସକୁ ମରକ୍ଳୋ ଦିଆଗଲା ଓ ଇଂଲଣ୍ଡକୁ ଇଜିପ୍ଟ ଦିଆଗଲା   ।

ଇଂଲଣ୍ଡ, ଫ୍ରାନ୍ସ ଓ ଇଟାଲୀ ଉତ୍ତର ଆଫ୍ରିକାକୁ ଭାଗ କରିବା ପାଇଁ ରାଜିନାମା ସ୍ଵାକ୍ଷର କରିବାବେଳେ ଜର୍ମାନୀକୁ ଉପେକ୍ଷା କରାଯାଇଥିବାରୁ ଜର୍ମାନୀ ଫ୍ରାନ୍ସ  ମରକ୍ଳୋ ଅଧିକାର ବଦଳରେ ସ୍ପେନକୁ ଟାଞ୍ଜିଏର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା   । ଏ ସଂକ୍ରାନ୍ତରେ ଅନେକ ଆନ୍ତର୍ଜାତିକ ସଙ୍କଟ ଦେଖାଦେଲା ଓ ଯୁଦ୍ଧର ଆଶଙ୍କା ସୃଷ୍ଟି ହେଲା  । ତେବେ ଶେଷରେ ଫରାସୀ କଙ୍ଗୋର 250000 କିଲୋମିଟର ଅଞ୍ଚଳ ଜର୍ମାନୀକୁ ସମର୍ପଣ କରିବା ପାଇଁ ଫ୍ରାନ୍ସ ରାଜି ହେଲା   । ସ୍ପେନକୁ ମରକ୍ଳୋର ଏକ ଛୋଟ ଅଂଶ ଦିଆଗଲା   । 1922 ମସିହା ଫ୍ରାନ୍ସ ମରକ୍ଳୋକୁ ତାର ସୁରକ୍ଷାପ୍ରାପ୍ତ ଦେଶ ଭାବେ ପ୍ରତିଷ୍ଠିତ କଲା   ।

ବିଖଣ୍ଡିତ ତୁର୍କୀ

ତୁର୍କୀ ସାମ୍ରାଜ୍ୟର ଅଧିକୃତ ତ୍ରିପୋଲି ଓ ସିରେନାଇକା ଉପରେ ଇଟାଲୀର ଦାବିକୁ ଇଉରୋପୀୟ ରାଷ୍ଟ୍ରମାନେ ସମର୍ଥନ ଜଣାଇଥିଲେ   । ତେଣୁ ଇଟାଲୀ ତୁର୍କୀ ବିରୋଧରେ ଯୁଦ୍ଧ ଘୋଷଣା କରି ସେହି ଦୁଇ ରାଜ୍ୟକୁ ଅଧିକାର କଲା ଏବଂ ସେହି ଅଞ୍ଚଳକୁ “ଲିବିଆ” ନାମ ଦିଆଗଲା   ।

ଇଜିପ୍ଟ ତୁର୍କୀ ସାମ୍ରାଜ୍ୟର ଏକ ରାଜ୍ୟ ଥିଲା ଏବଂ ପାସା ନାମରେ ପରିଚିତ ତୁର୍କୀର ସୁଲତାନଙ୍କ ପ୍ରତିନିଧିଙ୍କ ଦ୍ଵାରା ଶାସିତ ହେଉଥିଲା   ।   ଫ୍ରାନ୍ସ ଇଜିପ୍ଟ ଅଧିକାର କରିବା ପାଇଁ ଆଗ୍ରହୀ ଥିଲା   । ଇଜିପ୍ଟ ଅଧିକାର କରିବା ପାଇଁ ଆଗ୍ରହୀ ଥିଲା   । ଇଜିପ୍ଟ ଗଭର୍ଣ୍ଣର ଇସମାଇଲ ପାସା ସୁଏଜ କେନାଲର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ   । 1869 ମସିହାରେ କେନାଲ ଖନନ ସଂପୂର୍ଣ୍ଣ ହେବା ପରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଭାରତକୁ ପଥ ସୁରକ୍ଷିତ ରହିବା ପାଇଁ କେନାଲର ବହୁ ସଂଖ୍ୟକ ଅଂଶଧନ କ୍ରୟ କଲେ   ।  ପାଶଙ୍କର ଆର୍ଥିକ ସମସ୍ୟା ପାଇଁ ଇଜିପ୍ଟ ଉପରେ ଇଂରେଜ ଓ ଫରାସୀଙ୍କର ଯୁଗ୍ମ ନିୟନ୍ତ୍ରଣ ବୃଦ୍ଧି ପାଇଲା । ପାଶା ଏହାକୁ ପ୍ରତିରୋଧ କରିବାକୁ ଉଦ୍ୟମ କରିବାକୁ ତାଙ୍କୁ ଗାଡି ତ୍ୟାଗ କରିବାକୁ ପଡିଲା ଏବଂ ତାଙ୍କ ସ୍ଥାନରେ ଜଣେ ନୂତନ ଗଭର୍ଣ୍ଣରଙ୍କୁ ନିଯୁକ୍ତି ଦିଆଗଲା   । 1882 ମସିହାରେ ଇଂରେଜ ଓ ଫରାସୀଙ୍କ ନିୟନ୍ତ୍ରଣ ବିରୋଧରେ ହୋଇଥିବା ବିଦ୍ରୋହକୁ ଦମନ କରି ଇଂରେଜ ସୈନ୍ୟବାହିନୀ ଇଜିପ୍ଟ ଦଖଲ କଲେ  । ପ୍ରଥମ ବିଶ୍ଵଯୁଦ୍ଧ ଏବଂ ତୁର୍କୀର ରାଜ୍ୟ ନୁହେଁ ବୋଲି ଇଂଲଣ୍ଡ ଘୋଷଣା କଲା  । କାଳକ୍ରମେ 1922 ମସିହାରେ ଇଜିପ୍ଟ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ବୋଲି ଗ୍ରହଣ କରିବାକୁ ଇଂଲଣ୍ଡ ବାଧ୍ୟ ହୋଇଥିଲା   ।

ବିଭାଜିତ ସୁଦାନ

ଊର୍ଣ୍ଣବିଂଶ ଶତାଦ୍ଦୀର ଶେଷ ଭାଗକୁ ଜଣେ ସୁଦାନୀୟ ନେତା ନିଜକୁ “ ମାହଦି “ ଭାବେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲଣ୍ଡ ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ   । 1898 ମସିହାରେ ଇଜିପ୍ଟ ଓ ଇଂଲଣ୍ଡ ମଧ୍ୟରେ ଏକ ଦୀର୍ଘ ଓ ରକ୍ତାକ୍ତ ଯୁଦ୍ଧ ପରେ ଇଂଲଣ୍ଡ ସୁଦାନକୁ ପୁନଃ ଅଧିକାର କଲା   । ସୁଦାନ ଇଂଲଣ୍ଡ ଶାସନାଧୀନ ହେଲା   । ଫ୍ରାନ୍ସ  ସୁଦାନର ଦକ୍ଷିଣ ଭାଗକୁ ଅଧିକାର କରିବା ପାଇଁ ଉଦ୍ୟମ କରି ବିଫଳ ହେଲା   । ତେବେ ପଶ୍ଚିମ ସୁଦାନ ଓ ସାହାରା ଅଞ୍ଚଳକୁ ଫ୍ରାନ୍ସକୁ ତାର ସ୍ଵାଧୀନ ଅଧିକାର ବିସ୍ତାର କରିବା ପାଇଁ ଛାଡି ଦିଆଗଲା   ।

ଉପନିବେଶବାଦର ପରିଣାମ

ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶମାନ ସ୍ଥାପନ କରିଥିଲେ   । ଏ ଦୁଇ ମହାଦେଶର ଅଧିକାଂଶ ଦେଶ ସେମାନଙ୍କ ରାଜନୈତିକ ସ୍ଵାଧୀନତା ହରାଇ ଦେଇଥିଲେ ଏବଂ ଏକ ବା ତତୋଧିକ ସାମ୍ରାଜ୍ୟବାଡି ରାଷ୍ଟ୍ର ଦ୍ଵାରା ଶାସିତ ହେଉଥିଲେ  । 1914  ମସିହା ସୁଦ୍ଧା ପୃଥିବୀର ପ୍ରାୟ ଅଣଶିଳ୍ପାୟତ ରାଷ୍ଟ୍ର କେତେକ ଶିଳ୍ପାୟିତ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ନିୟନ୍ତ୍ରଣକୁ ଆସିଯାଇଥିଲା   । ସାମ୍ରାଜ୍ୟବାଦ ଶେଷ ସମୟ ବେଳକୁ ପୃଥିବୀର ପ୍ରାୟ ଦୁଇ ତୃତୀୟାଂସ ଲୋକେ ବିଦେଶ ଶାସନାଧିନ ରହିଥିଲେ   । ଇଉରୋପୀୟ ରାଷ୍ଟ୍ରଗୁଡିକ  ସବୁଠାରୁ ବେଶୀ ଉପନିବେଶ ସ୍ଥାପନ କରିଥିଲେ  । ସେତେବେଳେ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହୋଇଥିଲା  । ଉପନିବେଶବାଦର ନିମ୍ନଲିଖିତ ପରିମାଣଗୁଡିକୁ ପରିଲକ୍ଷିତ  ହୋଇଥିଲା   ।

କୁପରିମାଣ

ପ୍ରଥମତଃ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ଫଳରେ ଉପନିବେଶଗୁଡିକର ତଥା ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ ଦ୍ଵାରା ପରୋକ୍ଷ ଭାବରେ ନିୟନ୍ତ୍ରିତ ଅନ୍ୟାନ୍ୟ ଦେଶଗୁଡିକର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଢିଲା   । ଏହି ଦେଶମାନଙ୍କରେ ସ୍ଥାନୀୟ ଶିଳ୍ପଗୁଡିକ ଲୋପ ପାଇଲା   । ଉଦାହରଣ ସ୍ୱରୂପ ଭାରତର ବୟନ ଶିଳ୍ପ ଏପରି ଧ୍ଵଂସପ୍ରାପ୍ତ ହେଲା ଯେ, ପୂର୍ବରୁ ଭାରତ  ବିଦେଶକୁ ଲୁଗା ରପ୍ତାନି କରୁଥିବା ବେଳେ ଉପନିବେଶ ହେବାପରେ ଭାରତକୁ ଇଂଲଣ୍ଡରୁ ଲୁଗା ଆମଦାନୀ କରିବାକୁ ପଡିଲା    ।

ଦ୍ଵିତୀୟତଃ ଉପନିବେଶଗୁଡିକର ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ ନିୟନ୍ତ୍ରଣାଧୀନ ହେଲା ଏବଂ ସେମାନେ ନିଜର ଲାଭ ପାଇଁ ସେଗୁଡିକ ଉପଯୋଗ କଲେ   । ଉପନିବେଶମାନନ୍କାରେ ଶିଲ୍ପାୟନରୁ ନିରୂତ୍ସାହିତ କରାଗଲା ଏବଂ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀ ହିତ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା   ।

ତୃତୀୟତଃ ଉପନିବେଶଗୁଡିକରେ ସାମ୍ରାଜ୍ୟବାଦୀ ଦେଶମାନଙ୍କର ଶିଳ୍ପ ପାଇଁ ହେଉଥିବା ଆବଶ୍ୟକ ମେଣ୍ଟାଇବା ଉଦ୍ଦେଶ୍ୟରେ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା   । ତାଛଡା କେତେକ ଦେଶରେ କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ  ଉତ୍ପାଦନ କରାଗଲା   ।  ଉଦାହରଣ ସ୍ୱରୂପ କ୍ୟୁବାରେ କେବଳ ଚିନୀ ଉତ୍ପାଦନ କରାଗଲା   ।

ଚତୁର୍ଥତଃ ଉପନିବେଶଗୁଡିକରେ ଅତ୍ୟଧିକ କର ଓ ଖଞ୍ଜାଣା ଆଦାୟ କରି ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ଶୋଷଣ କଲେ   । ଉତ୍ତମ ଜମିଗୁଡିକୁ ସେମାନେ ନିଜ ଅଧୀନକୁ ନେଇଗଲେ   । ବସ୍ତୁତଃ ଉପନିବେଶଗୁଡିକର ସମସ୍ତ ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀମାନେ ଲୁଟିନେଇଗଲେ  । ଫଳରେ ଉପନିବେଶଗୁଡିକରେ ଦାରିଦ୍ର୍ୟ ବୃଦ୍ଧି ପାଇଲା   ।

ରାଜନୈତିକ ସ୍ଵାଧୀନତା ପାଇବା ପରେ ମଧ୍ୟ ଅନେକ ଦେଶଙ୍କୁ ଅର୍ଥନୈତିକ ପ୍ରଗତି ପାଇଁ ବହୁ କଷ୍ଟ ସହିବାକୁ ପଡିଲା   ।

ପଞ୍ଚମତଃ ଉପନିବେଶବାଦ ବା ସାମ୍ରାଜ୍ୟବାଦ ଦ୍ଵାରା ବର୍ଣ୍ଣଗତ ବିଦ୍ଵେଷ ଓ ଅହଂକାର ସୃଷ୍ଟି ହେଲା  । ପୃଥିବୀରେ ଶାସନ କରିବା ଆଇନ ଭାଗବାନ  ଗୋରା ଲୋକମାନଙ୍କୁ ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରି ସେମାନଙ୍କୁ ଉଚ୍ଚ ବର୍ଗର ବୋଲି ବିବେଚନା କରାଗଲା   ।   ଉପନିବେଶଗୁଡିକରେ ଗୋରା ଶାସକମାନେ ସ୍ଥାନୀୟ ଅଧିବାସୀଙ୍କୁ ନୀଚ ଦ୍ରୁଷ୍ଟିରେ ଦେଖି ବର୍ଣ୍ଣଗତ ବିଭେଦ ସୃଷ୍ଟି କଲେ   । ଗୋରା ଲୋକମାନେ ସ୍ଥାନୀୟ ଲୋକଙ୍କ ସହିତ ଏକାଠି ନ ରହି ସ୍ଵତନ୍ତ୍ରଭାବେ ଅଲଗା ରହିଲେ   । ଦକ୍ଷିଣ ଆଫ୍ରିକାରେ ଏହି ବର୍ଣ୍ଣ ବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣା ଅବସ୍ଥାରେ ଥିଲା   ।

ସୁପରିଣାମ

ଉପନିବେଶବାଦ ଦ୍ଵାରା ପରୋକ୍ଷରେ କେତେକ ସଫଳ ମଧ୍ୟ ମିଳିଥାଏ   । ପ୍ରଥମତଃ ନିଜ ସ୍ଵାର୍ଥ ହାସଲ ପାଇଁ ଉପନିବେଶବାଦୀଙ୍କ ଦ୍ଵାରା ନିଆଯାଇଥିବା କେତେକ ପଦକ୍ଷେପ ପ୍ରକାରାନ୍ତରେ ଉପନିବେଶବାସୀଙ୍କୁ ସାହାଯ୍ୟ କରିଥିଲା   । ଉଦାହରଣ ସ୍ୱରୂପ ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ରେଳପଥ ନିର୍ମାଣ, ଡାକତାର ବ୍ୟବସ୍ଥାର ଆରମ୍ଭ ପ୍ରଭୁତି ଦେଶର ଜାତୀୟତା ବିକାଶରେ ସହାୟକ ହୋଇଥିଲେ   ।

ଦ୍ଵିତୀୟତଃ ଉପନିବେଶଗୁଡିକର ଅନ୍ୟ ଦେଶ ସହିତ ବାଣିଜ୍ୟକ ସମ୍ପର୍କ ସାମ୍ରାଜ୍ୟବାଦୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ  ହୋଇଥିଲେ ସୁଧା ପରବର୍ତ୍ତୀ ସମୟରେ ଉପନିବେଶଗୁଡିକ ସ୍ଵାଧୀନ ହେବାପରେ ଏହା ସେମାନଙ୍କ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରୁଥିଲା ।

ତୃତୀୟତଃ ଉପନିବେଶଗୁଡିକ ନିଜ ମାତୃଦେଶ ତଥା ଦେଶର ସମ୍ପର୍କରେ ଆସି ନୂତନ ସଭ୍ୟତା ଓ ସଂସ୍କୃତିଦ୍ଵାରା ପ୍ରଭାବିତ ହେଲେ ଏବଂ ନିଜ ଦେଶରେ ସାମାଜିକ ଓ ସଂସ୍କୃତିକ ଉନ୍ନତି ଆଣିପାରିଲେ   ।   ।

ସଭ୍ୟତାର ପ୍ରସାର ଉପନିବେଶ ସ୍ଥାପନର ଉଦ୍ଦେଶ୍ୟ ବୋଲି ଯୁକ୍ତି ବାଢିଥିଲେ ସୁଦ୍ଧା ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ଉପନିବେଶ ଗୁଡିକର ସାମାଜିକ ଓ ଅର୍ଥନୈତିକ ଶୋଷଣ କରି ନିଜ ସ୍ଵାର୍ଥ ତଥା ନିଜ ଦେଶର ବିକାଶ ଘଟାଇଥିଲେ । ତେବେ ପ୍ରତ୍ୟେକ ପଦକ୍ଷେପରେ ଉପନିବେଶବାସୀ ଉପନିବେଶବାଦୀଙ୍କୁ ବିରୋଧ କରୁଥିଲେ ଏବଂ ଆବଶ୍ୟକ ପଡିଲେ ସଶସ୍ତ୍ର ସଂଗ୍ରାମ କରି ବିଦେଶୀ ଶାସକଙ୍କୁ ନିଜ ମାଟିରୁ ହଟାଇବାକୁ ପଛେଇ ନଥିଲେ   । କ୍ରମେ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଏକ ଅନ୍ତର୍ଜାତିକ ରୂପ ନେଲା ଏବଂ ପ୍ରତ୍ୟେକ ବିଜିତ ଦେଶ ଅନ୍ୟ ବିଜିତ ଦେଶର ସ୍ଵାଧୀନତା ପାଇଁ ସମର୍ଥନ ଜଣାଇଥିଲେ   ।ଦ୍ଵିତୀୟ ବିଶ୍ଵଯୁଦ୍ଧର ଦୁଇ ଦଶନ୍ଦି ମଧ୍ୟରେ ପ୍ରାୟ ସମସ୍ତ ଉପନିବେଶ ସ୍ଵାଧୀନତା ହାସଲ କରିଥିଲେ   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା   ।

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate