ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କଥା ସାହିତ୍ୟ ଶିଳ୍ପୀ କିଶୋରୀ ଚରଣ
ସେଆର କରନ୍ତୁ

କଥା ସାହିତ୍ୟ ଶିଳ୍ପୀ କିଶୋରୀ ଚରଣ

କଥା ସାହିତ୍ୟ ଶିଳ୍ପୀ କିଶୋରୀ ଚରଣ ଜୀବନୀ ବିଷୟରେ ସୂଚନା ।

କିଶୋରୀ ଚରଣ ଜୀବନୀ

ଓଡ଼ିଆ କଥା ସାହିତ୍ୟକୁ ରଦ୍ଧି ମନ୍ତ କରିଥିବା ପ୍ରଥିତ ଯଶା କଥାକାର ମାନଙ୍କ ମଧ୍ୟରେ କିଶୋରୀ ଚରଣ ଦାସ ହେଉଛନ୍ତି ଅନ୍ୟତମ । ଦୀର୍ଘ ଚାଳିଶ ବର୍ଷରୁ ଉର୍ଦ୍ଧ୍ଵକାଳ ନିରବଚ୍ଛିନ୍ନ ସାଧନାକରି ସେ ଓଡ଼ିଆ କଥା ସାହିତ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦା ଦେଇଛନ୍ତି।

ଏକାଧାରରେ ସେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସୁପ୍ରଶାସକ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଓ ମିଷ୍ଟଭାଷୀ ଭାବରେ ସର୍ବଜନ ପ୍ରଶଂସିତ ।

୧୯୨୪ ମସିହା ମାର୍ଚ୍ଚ ୧ ତାରିଖରେ ଏହି ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ । କଟକର ଖଟବିନ୍ ସାହିରେ । ତାଙ୍କ ପିତାଙ୍କ ନାମ ବିପ୍ରଚରଣ ଦାସ । ସେ ଥିଲେ ଜିଲ୍ଲା ଜଜ୍ ଓ ମାତାଙ୍କ ନାମ ସୀତାମଣି ଦେବୀ ।

ଓଡ଼ିଆ ଗଳ୍ପ ସଂକଳନ ‘ମଣିହରା’ ପାଇଁ ସେ ୧୯୭୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୭୪ରେ ପ୍ରଜାତନ୍ତ୍ର ‘ଝଙ୍କାର’ ପୁରସ୍କାର, ୧୯୭୬ରେ ‘ଠାକୁର ଘର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ୧୯୮୬ରେ ‘ଭିନ୍ନ ପାଉଁଶ’ ପାଇଁ ଶାରଳା ପୁରସ୍କାର ପ୍ରାପ୍ତ ସମେତ ୧୯୯୨ ମସିହାରେ ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ‘ବିଷୁବ’ ପୁରସ୍କାର ପାଇଥିଲେ । ଏତଦ୍‌ବ୍ୟତୀତ ଉତ୍କଳ ବିଶ୍ଵବିଦ୍ୟାଳୟ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ଡି.ଲିଟ୍ ଉପାଧ୍ୟ ପ୍ରଦାନ କରିଥିଲା । ତାଙ୍କର କେତୋଟି ଗଳ୍ପ ଇଂରାଜୀ, ଫ୍ରେଞ୍ଚ ଓ ସ୍କାନିସ୍ ଭାଷାରେ ଅନୁମୋଦିତ ହୋଇ ତାଙ୍କୁ ଦେଶରେ ଓ ଦେଶ ବାହାରେ ବିପୁଳ ଯଶର ଅଧିକାରୀ  କରାଇଛି ।

ବିଶେଷକରି ତାଙ୍କ ଗଳ୍ପରେ ମଧ୍ୟବିତ୍ତ ପରିବାର ଓ ତା’ର ସମାଜ, ଆର୍ଥନୀତିକ ଓ ମନସ୍ତାତ୍ତିକ ସମସ୍ୟାବଳୀକୁ ଅତି ମନନଶୀଳ ଭାଷା ଓ ବିଶ୍ଳେଷଣାତ୍ମକ ରୀତିରେ ପ୍ରକାଶ କରିଛନ୍ତି । ଏ ସମସ୍ତ ଅତ୍ୟନ୍ତ ହୃଦ୍ୟ, ସୁପାଠ୍ୟ ତଥା ବୌଦ୍ଧିକ ପାଠକ ପ୍ରାଣକୁ ଗଭୀର ଭାବେ ଆସକ୍ତ ଓ ଆଚ୍ଛନ୍ନ କରି ରଖେ ।

‘ମଣିହରା’ ଗଳ୍ପ ସଂକଳନ ହେଉଛି ତାଙ୍କର ଏକ ସୁନ୍ଦର ସୃଷ୍ଟି । ଏହା ୧୯୭୦ ମସିହାରେ ପ୍ରଥମେ ପ୍ରକାଶ ପାଇଥିଲା । ଗ୍ରନ୍ଥଟିର ପ୍ରଥମ ଗଳ୍ପ “ମଣିହରା’ ନାମାନୁସାରେ ଏହି ସଂକଳନର ନାମକରଣ ହୋଇଥିବା ଜଣାଯାଏ । ମଣିହରା ସର୍ପ ନୁହେଁ, ପ୍ରତି ଶୋଧ ପରାୟଣା କୌଣସି ବଂଚି ତା ପ୍ରେମିକା ନୁହେଁ, ସେ ସନ୍ତାନହରା ଜନନୀ । କରୁଣ ଓ ବାତ୍ସଲ୍ୟ ରସ ଭାବୋଚ୍ଛାସ ଅତ୍ୟନ୍ତ ହୃଦୟସ୍ପର୍ଶୀ । ନିର୍ମଳା ଦେବୀଙ୍କର ଲୁହବୋଳା ଆଖି ରୁ ଯେଉଁ ନିର୍ଗତ ହୋଇଛି ନିଆଁ, କୌଣସି ସାମ୍ମନା ତାକୁ ନିଭାଇ ପାରି ନାହିଁ ଥମିଯିବା ପାଇଁ ..। କିନ୍ତୁ ସେ ଯେତେ ବେଳେ ବୁଝିପାରିଛନ୍ତି ମୃତ୍ୟୁ ସମ୍ମୁଖରେ ମଣିଷ କିପରି ଅସହାୟ, ସେ ଧନୀମାନୀ ଯେ କେହି ହୋଇଥାନ୍ତୁନା କାହିଁକି .. ପ୍ରକୃତି କୋଳରେ ଅଛି କେବଳ ଏ ଅଭି ନବ ସୃଷ୍ଟି ର ଆନନ୍ଦ, ସେତେବେଳେ ସେ ନିଜ ଆଖିରୁ ନିଗୁଡ଼ୁଥିବା ଲୁହ ଓ ବୁକ୍ଳଫଟା କୋହ ବ୍ୟତିରେକେ ନିଜ ହୃଦୟର ଶାନ୍ତି ଫେରି ପାଇଛନ୍ତି ।

ତାଙ୍କର ଜନନୀ ପ୍ରାଣ ପୁନର୍ଜୀବନ ଲାଭ କରିଛି । ତାଙ୍କର ପଥହରା ଜୀବନ ନୂଆପଥ ପାଇଛି, ସେ ଚଲାପଥ ଜୀବନ ଓ ଜୀବିକାର .. ସେଥିରେ ଭରପୁର ଅଛି ସାହସ, ଦୃଢ଼ ମନୋବଳ, ଆଉ ବଂଚିବାର ନୂତନ ଉଦ୍ଦୀପନା ।

କିଶୋରୀ ଚରଣ ସିଧାସଳଖ ଭାବରେ ବିଷୟର ଅବତାରଣା କରନ୍ତି, କୌଣସି ବାଜାଲ ବିସ୍ତାର ପାଇଁ ପ୍ରୟାସୀ ନୁହନ୍ତି । ସହଜ ସ୍ଵାଭାବିକ ଭାଷାରେ କରନ୍ତି ବିନିଯୋଗ ସୃଷ୍ଟିଶୀଳ । ତେଣୁ ତାଙ୍କ ଗଳ୍ପରେ ରହିଛି ନୂଆ ନୂଆ ଅଭିଯୋଜନ, ନୂତନ ଆଗିକ ଓ ଆତ୍ମିକ  ବିଭବ । ବହୁ ସଂଖ୍ୟାରେ ଗଛ ଲେଖି ଥିଲେ ବି ପ୍ରତ୍ୟେକ ଗଛରେ ରହିଛି ଅଜସ୍ର ମୌଳିକତା ଓ ନବଦିଗନ୍ତର ସନ୍ଧାନ ..।

ଗାଳ୍ପିକଙ୍କର ଶୀତ ଲହରୀ’ ହେଉଛି ଏକ ଉଲ୍ଲେଖନୀୟ ସୃଷ୍ଟି । ଏଥିରେ କଥାକାର ତରଙ୍ଗାୟିତ ମନୁଷ୍ୟ ମନର ବିଚିତ୍ର ବ୍ୟବଚ୍ଛେଦ କରିଛନ୍ତି । ଦଶଟି ଗଛରେ ସନ୍ନିବେଶିତ ଏହି ସଂକଳନରେ ଲେଖକଙ୍କର ଦାର୍ଶନିକ ଦୃଷ୍ଟିରଂଗୀ ବେଶ୍ ହୃଦୟସ୍ପର୍ଶୀ । ଗଳ୍ପ ଗୁଡ଼ିକରେ ଏକ ଅଦୃଶ୍ୟ ଭାବସୂତ୍ର ପରିଲକ୍ଷିତ, ଯାହାକି ଲେଖକଙ୍କ ବିଷୟରୁ ବିଷୟାନ୍ତରକୁ ଭାସି ଯାଉଥିବା ମନକୁ ପୁଣି ଥରେ ଏକତ୍ରିତ କରିଦିଏ । ବଦଳି ଯାଉଥିବା ସମୟର ସ୍ଵର, ମୂଲ୍ୟବୋଧର କଥା ଓ ଅଗାଧ ବିଶ୍ଵାସରେ ଭରପୂର କେତେକ ଚରିତ୍ର ମଧ୍ୟରେ ଭାବନାର ଭିନ୍ନ ଭିନ୍ନ ସ୍ତରର ଏକତ୍ର ସମାବେଶ ଦୃଷ୍ଟିଗୋଚର ହୁଏ । ଏଥିରେ ସନ୍ନିବେଶିତ ହୋଇଥିବା ଗଛ ଗୁଡ଼ିକ ମଧ୍ୟରେ ଶୀତ ଲହରୀ, ଇନ୍ଦିରା, ନିଧନ, ସୁଡ଼ଙ୍ଗ, ରାଜବେଶ, ଖେଳ ସରି ନାହିଁ, ବନ୍ୟା ଓ ଝରଣା, ଆପଣା ସୁନା, ଧବଳ ଟଗର ଓ ଧୋରେ ବାୟା ଧୋ ପ୍ରଭୃତି ପ୍ରଧାନ ।

‘ଶୀତ ଲହରୀ’ ଗଳ୍ପର ନାମ ଅନୁସାରେ ସଂକଳନଟି ନାମିତ । ଗଛ ନାୟକ କାର୍ତ୍ତିକ ବାବୁଙ୍କ ଜୀବନ ସଂପର୍କୀୟ ଅଭିଜ୍ଞତା ଓ ଅନୁଭୂତିକୁ ପାଥେୟ କରି ଏ ଗଳ୍ପ ରଚିତ । ବୟୋଜ୍ୟେଷ୍ଠ ଓ ଉଦାରତା ଅଟନ୍ତି କାର୍ତ୍ତିକ ବାବୁ । ତାଙ୍କ ପରିବାରରେ ଏକଦା ଗହଳ ଚହଳ ଲାଗି ରହିଥିଲା । ହୋ ହାଲ୍ଲାରେ ଘର ପୂରି ଉଠୁଥିଲା । ପିଲା ମାନେ ଦେଶ ବିଦେଶରେ ପ୍ରତିଷ୍ଠିତ ଓ ପତ୍ନୀଙ୍କ ତିରୋଧାନ ହେତୁ ଘର ଆଜି ଖାଁ, ଗାଁ କୋକୁଆ ଭୟ । ସବୁ ନୀରବ, ନିଷ୍ପନ୍ଦ । ପରିଣତ ବୟସରେ ପହଁଚି ନିସଙ୍ଗ ରହୁଥିଲେ ମଧ୍ୟ କାର୍ତ୍ତିକ ବାବୁ ମନେକରନ୍ତି ସେ ସୁସ୍ଥ ଓ ପରମୁଖାପେକ୍ଷୀ ନୁହନ୍ତି । ପଡ଼ୋଶୀ ସଦାବିହାରୀ ବାବୁ ବହୁ କୁଟୁମୀ ଓ ତାଙ୍କର ପତ୍ନୀ ରୁଣା। ସେ ଡି.ଏସ୍.ପି. ଭାବରେ କାର୍ଯ୍ୟ କରି ସଂପ୍ରତି ଅବସର ନେଇଛନ୍ତି । ପତ୍ନୀଙ୍କ ସ୍ଵାସ୍ଥ୍ୟ ଖରାପ ନେଇ ସେ ଚିନ୍ତିତ । ସ୍ଵାସ୍ଥ୍ୟ ନିମିତ୍ତ ସପରିବାର ପୁରୀ ଆସିବା ଅବସରରେ ସଦାବିହାରୀ ବାବୁଙ୍କ ପିଲା ମାନଙ୍କ ସହିତ ପରିଚୟ ସମୟରେ ସେ ମାଳିନୀ ନାମୀ କିଶୋରୀର ଚଞ୍ଚଳତାରେ ଆକୃଷ୍ଟ ହୋଇଛନ୍ତି । ଛୁଟି କଟାଇବାକୁ ଆସିଥିବା ନିଜ ନାତି ରମୁର ଅନାସକ୍ତ ଜୀବନଧାରା ଉପରେ ମନ୍ତବ୍ୟ ଦେଇଛନ୍ତି । ଏକ ଷ୍ଟାମ୍ପ ଆଲବମ୍ ସେ ମାଳିନୀକୁ ଉପହାର ଦେଇଛନ୍ତି । କିନ୍ତୁ ପରମୁହୁର୍ତ୍ତରେ ସେ ରମୁ ସହିତ ମାଳିନୀକୁ ସମୁଦ୍ର କୂଳରେ ଆବିଷ୍କାର କରି ତଟସ୍ଥ ହୋଇଛନ୍ତି । ପୁନଶ୍ଚ ଖୁବ୍ କମ୍ ଦିନ ପରେ ସମୁଦ୍ର କୂଳରେ ଏକାକୀ ରମୁକୁ ଚିନ୍ତାଗ୍ରସ୍ତ ଦେଖି ସେ ବୁଝି ପାରିଛନ୍ତି ଯେ ମାଳିନୀ ପୁରୀ ଛାଡ଼ି ଯାଇଛି । ଏଥିରେ ସେ କିନ୍ତୁ ବିବ୍ରତ ନୁହନ୍ତି । କାରଣ ଏ ଧରଣର ପ୍ରେମର ଚିରସ୍ଥାୟୀତ୍ଵ ଉପରେ ସେ ଆଦୌ ବିଶ୍ଵାସ କରନ୍ତି ନାହିଁ ।

‘ନିଧନ’ ଗଳ୍ପ ସାମ୍ବାଦିକ ରଜନୀ ସାମନ୍ତ ଓ ତାଙ୍କର ପତ୍ନୀ ପ୍ରତିଭା ସାମନ୍ତଙ୍କୁ ନେଇ ରଚିତ ‘ସୁଡ଼ଙ୍ଗ' ଗଳ୍ପରେ ଓଡ଼ିଆ ଶ୍ରମିକର ଦୀନହୀନ ଜୀବନ ଯାତ୍ରାର ପ୍ରତିଛବି ପରିବେଷିତ ହୋଇଛି । ୧୮ ନମ୍ବର ଶାନ୍ତନୁବାଗର ପିଲା ଖେଳକୁ ନେଇ ଖେଳ ସରି ନାହିଁ ଗଳ୍ପ ରଚିତ । ‘ଧୋରେ ବାୟା ଧୋ’ ସାଂପ୍ରତିକ ରାଜନୀତିକୁ ଭିତ୍ତିକରି ରଚିତ । ବିଶେଷକରି ସହରୀ ମଣିଷର ଜୀବନ ପ୍ରତି ଦୃଷ୍ଟିଇଂଗୀ, ଜଟିଳ ଓ ସୂକ୍ଷ୍ମ ମନସ୍ତତ୍ତ୍ଵ, ରାଜନୀତି ସଚେତନତାକୁ କେନ୍ଦ୍ର କରି ଗଛଗୁଡ଼ିକ ଗଢ଼ି ଉଠିଛି । ଆଧୁନିକ କ୍ଷୁଦ୍ର ଗଳ୍ପ ଭାବରେ ଏ ଗଛଗୁଡ଼ିକ ଯେ ସୁଖପାଠ୍ୟ ଓ ବେଶ୍ ବଳିଷ୍ଠ ଏଥିରେ ସନ୍ଦେହ ନାହିଁ ।

ପୁରସ୍କୃତ ପୁସ୍ତକ

ତାଙ୍କର ପୁରସ୍କୃତ ପୁସ୍ତକ ଭିନ୍ନ ପାଉଁଶ’ରେ ମଧ୍ୟବିତ୍ତ ମଣିଷ ଜୀବନର ଚିତ୍ର ଓ ଓଡ଼ିଶା ଭିନ୍ନ ଅନ୍ୟପ୍ରାନ୍ତରର ଜୀବନର ଚିତ୍ର ମଧ୍ୟ କେତୋଟି ଗଳ୍ପରେ ପ୍ରତିଭାତ । ଏହି ସଂକଳନଟିରେ ଏଗାର ଗୋଟି ଗଳ୍ପ ସନ୍ନିବେଶିତ ଓ ଏହା ୧୯୮୪ ମସିହାରେ ପ୍ରକାଶିତ । ଏଥିରେ ସ୍ଥାନିତ ହୋଇଥିବା ଗୋଟିଏ ଗଛର ନାମାନୁସାରେ ସଂକଳନଟିର ନାମକରଣ ଯେ କରାଯାଇଛି ଏହା ନିଃସନ୍ଦେହ।

‘ଭିନ୍ନ ପାଉଁଶ’ ଗଛରେ ଜଣେ ଅଷ୍ଟ୍ରେଲିଆନ୍ ଝିଅ ମ୍ୟାରିଲିର ଭାରତରେ ମୃତ୍ୟୁ ହେବା ଓ ତା’ର ପାଉଁଶକୁ ସଂଗ୍ରହକରି ପହଞ୍ଚାଇ ଦେବାର ଦାୟିତ୍ୱ ସଂପର୍କୀୟାଙ୍କ ଆବେଗ ବେଶ୍ ହୃଦ୍ୟ । ପନ୍ଦର ବର୍ଷ ଲାୱାରିସ୍‌ର ଯେଉଁ ପାଉଁଶ, ହୁଏତ ପଇଁତିରିଶ ବର୍ଷିଆ ମ୍ୟାରିଲିର ସେଇ ପାଉଁଶ । ଦେହ ପୋଡ଼ିଗଲେ ପାଉଁଶର ଆଉ ପରିଚୟ କ’ଣ ? ସବୁ ପାଉଁଶ ସମାନ । ତେଣୁ ମ୍ୟାରିଲିର ବୁଢ଼ୀ ମାଆକୁ ଭୁଲାଇ ଦେବାର ପ୍ରଶ୍ନ କେଉଁଠି ? ପାପ କେଉଁଠି ? ପାଉଁଶ ! ଭିନ୍ନ ପାଉଁଶ । ବା କିଏ ? ଭଗବାନଙ୍କ ଦୃଷ୍ଟିରେ ସବୁ ଆତ୍ମା ସମାନ । ଯୁଗେ ଯୁଗେ ଭାରତବର୍ଷ ଶାନ୍ତି ଓ ମୁକ୍ତିର ପୀଠ ଭୂମି । ସେଇ ବିଶ୍ଵାସରେ  ଦେଶବିଦେଶରୁ ସମୁଦ୍ର ପାରି ହୋଇ ଏଠିକି ପର୍ଯ୍ୟଟକ ଆସନ୍ତି ।  ଭାରତୀୟ ମନ୍ତ୍ରରେ ଦୀକ୍ଷିତ ହେବା ସଂଗେ ଏଠାରେ ଇହଲୀଳା ସମ୍ବରଣ କରିବାକୁ ମଧ୍ୟ ଶ୍ରେୟ ମଣିଥାନ୍ତି । ଯେଉଁ ବିଶ୍ଵାସ ଅଷ୍ଟ୍ରେଲିଆନ୍ ଝିଆ ମ୍ୟାରିଲିନ ର ବଦ୍ଧପରିକର ଥିଲା ।

‘ଚିତ୍ରାଙ୍ଗଦାର ଚିଟାଉ’ ଗଚ୍ଛ ମଣିପୁରକୁ କେନ୍ଦ୍ରକରି ପରିକଳ୍ପିତ ଓ ପରିପୁଷ୍ଟ । ତାଙ୍କ ଲେଖନୀ କୃତ ଏବଂ ଅତିରିକ୍ତ’ ଗର କଥାବସ୍ତୁ । ସଂପୂର୍ଣ୍ଣ ପାରିବାରିକ ହେଲେ ହେଁ ସାଂପ୍ରତିକ ଯୁବମାନସର ପ୍ରତିକ୍ରିୟା ଏଥିରେ ପ୍ରତିଫଳିତ । ମଣିଷ ଜୀବନରେ ଢେର ପ୍ରତିପତ୍ତିଶାଳୀ ହୋଇପାରେ ସତ, ମାତ୍ର ଜାତୀୟତା ଜୀବନର ସଂଗଠନ କ୍ଷେତ୍ରରେ ଅଂଶୀଦାର ହୋଇ ନଥିଲେ, ସେ ହୋଇଯାଏ ଅଫାଗ୍ରେୟ । କିନ୍ତୁ ଯେଉଁ ମାନଙ୍କର ପରକୁ ଆପଣାର କରିବାର ଶକ୍ତି ଥାଏ ଅତ୍ୟଧିକ ଓ ମନୋବଳ ଥାଏ ଉତ୍ସର୍ଗୀକୃତ, ତ୍ୟାଗମୟ ସେ ହୋଇଯାଆନ୍ତି ଅବିସ୍ମରଣୀୟ । ଏହିଭଳି ଏକ ଚିନ୍ତାଧାରାକୁ ଆଧାରକରି ତାଙ୍କ ସଂରଚିତ ‘ଏବଂ ଅତିରିକ୍ତ’ ଗଳ୍ପ । ଏହା ‘ଇସ୍ତାହାର’ର ପୂଜା ସଂଖ୍ୟା, ୧୯୮୩ରେ ମଧ୍ୟ ପ୍ରକାଶ ପାଇଥିଲା ।

ଗଳ୍ପ ଜଗତ ଉପରେ ଆଲୋଚନା

ତାଙ୍କ ଗଳ୍ପ ଜଗତ ଉପରେ ଆଲୋଚନା କରିବାକୁ ଯାଇ । ଅଧ୍ୟାପକ  ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହନ୍ତି - ‘ଅବଚେତନ ମନର । ସୂକ୍ଷ୍ମତିସ୍କକ୍ଷ ବିଶ୍ଳେଷଣ ଓ ମନସ୍ତାତ୍ତିକ ଚିତ୍ରଣ କିଶୋରୀ ଚରଣଙ୍କ ଗଳ୍ପ ଗୁଡ଼ିକର ବିଶେଷତ୍ଵ । ଆଧୁନିକ ମଣିଷ ମନର କଠୋରତା ଓ ସ୍ନେହ ମମତାହୀନ ପରିବାର ପରିସର ମଧ୍ୟରେ ମୂଲ୍ୟବୋଧହୀନ, ବ୍ୟଥିତ, ବିକଳାଙ୍ଗ ନାରୀ ପୁରୁଷର ମନସ୍ତାତ୍ଵିକ ବିଶ୍ଳେଷଣରେ ତାଙ୍କର ସଫଳତା ନିହିତ । ସାମାଜିକ ଓ ପାରିବାରିକ ଜୀବନର ନାନା ବିଚିତ୍ର । ଅନୁଭୁତି ତାଙ୍କ ଗଳ୍ପଗୁଡ଼ିକର ଉପଜୀବ୍ୟ । ତାଙ୍କ ଗର ଚରିତ୍ର ସବୁ ବୌଦ୍ଧିକତା-ପୀଡ଼ିତ, ଆସଚେତନ ଏବଂ ଅହଂପ୍ରବଣ । ଆଧୁନିକ ମଣିଷର ଅସହାୟତା ନିଃସଙ୍ଗତା ଓ ଦୁର୍ବଳତା ତାଙ୍କ ଗଳ୍ପଗୁଡ଼ିକରେ ନିଖୁଣ ଭାବରେ ଚିତ୍ରିତ । ଆହରଣଗତ କୃତ୍ରିମତା ଅପେକ୍ଷା ସହଜ ସରଳ ନିଜସ୍ଵତାରେ ରୁଦ୍ଧିମନ୍ତ ଏକ ଅନାଡ଼ମ୍ବର ଗ ଶୈଳୀ ତାଙ୍କର ବିଶେଷତ୍ଵ ଓ ଏହା ଯେପରି ମଧୁର, ସେହିପରି ଅନାବିଳ ସନ୍ତାନ୍ତ । (ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ପ୍ର.୨୮୨)

ଶିକ୍ଷା ଓ ନିଯୁକ୍ତି ବିଷୟରେ ସୂଚନା

ଶ୍ରୀ ଦାସ ୧୯୪୨ ମସିହାରେ ରେଭେନ୍ସା କଲେଜରୁ ସର୍ବୋକୃଷ୍ଟ ଗ୍ରାଜୁଏଟ୍ ଭାବେ ଉତ୍ତୀର୍ଣ୍ଣ ହେବାପରେ ୧୯୪୪ରେ ପାଟଣା ବିଶ୍ୱ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ଏମ୍.ଏ. ଇତିହାସରେ ପାସ୍ କରିଥିଲେ । ୧୯୪୭ ମସିହାରେ ଓଡ଼ିଶା ଆଡ଼ମିଣ୍ଟେଟିଭ୍ ଚାକିରିରେ ନିଯୁକ୍ତି ପାଇଥିଲେ । ତତ୍ପରେ ପରେ ସେ ବିଖ୍ୟାତ କଂଗ୍ରେସ ନେତା । ତଥା ସଂସଦ ସଭ୍ୟ ସ୍ଵାମୀ ଭୁବନାନନ୍ଦ ଦାସଙ୍କ କନ୍ୟା କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ୧୯୫୦ ରେ ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ଇଣ୍ଡିଆନ୍ Audit and Accounts ଚାକିରିରେ ଯୋଗଦାନ କରିଥିଲେ । କର୍ମଜୀବନରେ ସେ ଦେଶ ବିଦେଶରେ ବହୁ ଉଚ୍ଚ । ପଦପଦବୀରେ ଅବସ୍ଥାପିତ ହୋଇ କଲିକତା, ଦିଲ୍ଲୀ, ଲଣ୍ଡନ ଓ ନିୟୁର୍କ ଆଦି ନାନା ସ୍ଥାନରେ କାର୍ଯ୍ୟକରି ବହୁ ଅନୁଭୂତି ସଂଚୟ କରିଥିଲେ।

୧୯୮୦ରେ ଅଷ୍ଟ୍ରେଲିଆର ଆଡ଼ି ଲେଡ଼ ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଲେଖକ ସପ୍ତାହରେ ଭାରତର ପ୍ରତିନିଧତ୍ନ କରିଥିଲେ । ୧୯୮୨ ମସିହାରେ Additional Deputy Comptroller ଏବଂ A.G. India ନୂଆଦିଲ୍ଲୀ ପଦବୀରୁ ଅବସର ଗ୍ରହଣ କରି । କଟକଠାରେ ସ୍ଥାୟୀ ଭାବରେ ରହି ଆସୁଥିଲେ । ସେ ଥିଲେ ଜଣେ  ଦକ୍ଷ ଓ ସଛୋଟ ଅଫିସର । ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନ । ନିମନ୍ତେ ଲେଖାଲେଖ କରିବା ସାଂଗକୁ ବହୁ ସାଂସ୍କୃତିକ ଅନୁଷ୍ଠାନର  ଆନୁଷ୍ଠାନିକ କାର୍ଯ୍ୟରେ ଦିଗ୍‌ଦର୍ଶନ ମଧ୍ୟ ଦେଉଥିଲେ । ପିଲାଦିନୁ ସାହିତ୍ୟ ପ୍ରତି ତାଙ୍କର ଏକ ଅନୁରାଗ ଥିଲା । ସେ ରଚନା କରୁଥିବା ଗଳ୍ପ, କବିତା ଗୁଡ଼ିକ ସେହି ସମୟରେ ନବୀନ, ଶଙ୍ଖ, ସହକାର, ଚତୁରଙ୍ଗ ଇତ୍ୟାଦି ପତ୍ରିକାରେ ପ୍ରକାଶିତ ହେଉଥିଲା। ୧୨.୭.୯୪ ରୁ । ୧୨.୭.୯୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପ୍ରଥମ ଗଳ୍ପ ସଂକଳନ ଇଂଗା ଖେଳନା’ ୧୯୬୧ ମସିହାରେ ପ୍ରକାଶିତ ହୋଇଥିଲା ।

ଲେଖନୀକୃତଗ ଗ୍ରନ୍ଥ, ଉପନ୍ୟାସ, ଭ୍ରମଣ କାହାଣୀ ନାମ

ତାଙ୍କ ଲେଖନୀକୃତଗ ଗ୍ରନ୍ଥ ମଧ୍ୟରେ – ଇଂଗା ଖେଳନା, ଘର ବାହୁଡ଼ା, ଲକ୍ଷ ବିହଙ୍ଗ, ମଣିହରା, ଠାକୁର ଘର, ନାଲି ଗୁଲୁ ଗୁଲୁ ସାଧବ ବୋହୂ, ଭିନ୍ନ ପାଉଁଶ, ଶୀତ ଲହରୀ ଓ ଇଂରାଜୀରେ Death of an Indian and Other Stories ପ୍ରକାଶିତ । ଉପନ୍ୟାସ ମଧ୍ୟରେ – ସାତ ଦିନର ସତୀ, ୧୯୯୩, ନେତା ଓ ନେତ୍ରମଣି, ସକଳ ସନ୍ତାନ, ସ୍ଵର୍ଗସୀମା, ବିଦେଶିନୀ, ଶେଷ ଅଙ୍କ ପ୍ରଥମ ଦୃଶ୍ୟ ଅନ୍ୟତମ । ଭ୍ରମଣ କାହାଣୀ – ଚେନାଏ ପୃଥିବୀ, ଚିରୁଡ଼ାଏ ଘର । ସମାଲୋଚନା – ଲେଖକର ସଂସାର । କବିତା ସଂକଳନ - ମିନି-କାମନା । ଏତଦ୍‌ବ୍ୟତୀତ ଘାସଫୁ ଲ’ ଛଦ୍ମ ନାମରେ କେତେକ କବି ତ ‘ଝଙ୍କାର’ ଓ ‘ଜୀବନରଙ୍ଗ’ରେ ପ୍ରକାଶିତ । ମଶାଣି ଫୁଲ ଏବଂ ଅନ୍ୟାନ୍ୟ ଗଳ୍ପ ସଚ୍ଚି ରାଉତରାୟଙ୍କ ୩୧ଟି ଗଳ୍ପର ସଂକଳନ ମଧ୍ୟ କରିଥିଲେ । ଏ ସମସ୍ତ ଆଧୁନିକ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ।

ସେ ଥିଲେ ସରଳ, ନିଷ୍କପଟ ଓ ମଣିଷ ପରି ମଣିଷଟିଏ ।  ୧୯୮୨ ରେ ସରକାରୀ ଚାକିରିରୁ ଅବସର ନେଇଥିଲେ ସୁଦ୍ଧା ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସାହିତ୍ୟ ସାଧନାରେ ବ୍ରତୀ ଥିଲେ । ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ । ତାଙ୍କର ଅପ୍ରକାଶିତ ରଚନାବଳୀ ଲୋକଲୋଚନକୁ ଆସିବା ଉଚିତ । ଆଜି ସେ ଆମରି ଗହଣରେ ନାହାନ୍ତି ସତ, ହେଲେ ରଖି ଦେଇଯାଇଛନ୍ତି ଚିରନ୍ତନ ସ୍ମୃତି  । ତାଙ୍କ ଭଳି ଯଶସ୍ଵୀ, କାଳଜୟୀ ଶିଳ୍ପୀ ବାସ୍ତବରେ ଅମର ।

ଆଧାର - ଇ ମଗାଜିନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top