ଷାର୍ଣ୍ଣାସିକ ପରୀକ୍ଷା ପରେ ପରେ ପ୍ରତି ସ୍କୁଲ୍ରେ ପିକ୍ନିକ୍ କରି ଥାନ୍ତି । ଏପରି ସ୍ଥଳେ ଶିଲା ଏବଂ ମୀରା ନିଜ ସ୍କୁଲ୍ ତରଫରୁ ପିକ୍ନିକ୍ କରିବାକୁ ଗୋଟିଏ ସୁନ୍ଦର ଦ୍ୱୀପକୁ ଯାଇ ଥାନ୍ତି । ସେହି ଦ୍ୱୀପରେ ପହଁଚିବା ପରେ ସେଠାରେ ଗୋଟିଏ ବୃଦ୍ଧ ଲୋକଙ୍କୁ ବୁଲୁ ଥିବାର ଦେଖିଲା ଶିଲା । ସେହି ବୃଦ୍ଧ ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସେମାନେ ବୃଦ୍ଧ ଲୋକଟିର ପଛେ ପଛେ ଚାଲିଲେ । ଗୋଟିଆ ନିଛାଟିଆ ସ୍ଥାନରେ ସେମାନେ ଦେଖିଲେ ଯେ ଗୋଟିଏ ଜଳ ପରୀ ଗୋଟିଏ ପଥର ଉପରେ ବସିଛି । ଶିଲା ଏବଂ ମୀରା ଆସ୍ତେ ଆସ୍ତେ ଜଳ ପରୀ ପାଖରେ ପହଁଚି ଗଲେ । ଏପରି ସ୍ଥଳେ ହଠାତ୍ ମୀରାର ଗୋଡ ଗୋଟିଏ ପଥର ଚଟାଣ ଉପରେ ବାଜି ସେ ଝୁଂଟି ପଡିଗଲା । ମୀରା ପଡିଯିବାର ଶବ୍ଦ ଶୁଣି ଜଳ ପରୀ ପାଣିରେ କୁଦି ପଡିଲା ।
ପାଖରେ ଥିବା ଡଙ୍ଗାରେ ସେମାନେ ଜଳ ପରୀର ପିଛା କରିବାକୁ ଲାଗିଲେ । ଜଳ ପରୀ ଗୋଟିଏ ପାହାଡର ଗୁମ୍ଫା ଭିତରେ ପଶି ଗଲା । ଶିଲା ଡଙ୍ଗାରେ ଥିବା ଗୋଟିଏ ଦଉଡି ସାହାଯ୍ୟରେ ଡଙ୍ଗାକୁ ଗୁମ୍ଫାରେ ଥିବା ଗୋଟିଏ ପଥର ଚଟାଣ ସହିତ ବାନ୍ଧି ଗୁମ୍ଫା ଭିତରେ ପଶି ଗଲା । ଏଥିରେ ଗୁମ୍ଫା ଭିତରେ ହଜି ଯିବାରୁ ରକ୍ଷା ପାଇବାର ସହଜ ଉପାୟ ସେମାନେ ପାଇ ଗଲେ । କିନ୍ତୁ କିଛି ଦୂର ଯିବା ପରେ ତାଙ୍କୁ ଜଣା ଗଲା ଯେ କେହି ଜଣେ ଦଉଡିକୁ କାଟି ଦେଇଛି । କିନ୍ତୁ ଏ କ’ଣ? କିଏ ଏହି କାର୍ଯ୍ୟ କଲା? ସେମାନେ ଗୁମ୍ଫା ଭିତରେ ହଜି ଯାଇ ଥିଲେ । ସେମାନେ ଭାବିଲେ ଯେ ଗୁମ୍ଫା ଭିତରୁ ସେମାନେ ଆଉ କେବେ ବାହାରକୁ ବାହାରି ପାରିବେ ନାହିଁ । ଏହି ସମୟରେ ଜଳ ପରୀ ପାଣି ଭିତରୁ ବାହାରି ମୀରାକୁ ପାଣି ଭିତରେ ରାସ୍ତା କଡେଇ ନେଇ ଗଲା । ପୁଣି ପାଣି ଭିତରେ ବୁଡି ଗଲା । ଗୁମ୍ଫା ଭିତରୁ ବାହାରି ସେମାନେ ସିଧା ଚାଲି ଗଲେ ନିଜ କ୍ୟାମ୍ପ ପାଖକୁ । ସେହି ସମୟରେ ସେହି ବୁଢା ଲୋକଟିକୁ ଆସିବାର ଦେଖି ସେମାନେ ଗୋଟିଏ ବୁଦା ମୂଳରେ ଲୁଚି ଗଲେ ।
ବୃଦ୍ଧ ଲୋକଟି ବଡ ବଡ କଦମ୍ ପକାଇ ଚାଲି ଯାଉ ଥିଲେ । ଦୁଇ ଜଣ ତାଙ୍କୁ ପିଛା କଲେ । ସେଥି ମଧ୍ୟରେ ସେମାନେ ଗୋଟିଏ ଘର ଭିତରେ ପଶି ଗଲେ । ସେମାନେ ଦୁଇ ଜଣ ଗୋଟିଏ ଝରକା ପାଖରେ ପହଁଚି ତାଙ୍କର କଥା ବାର୍ତ୍ତା ଶୁଣିବାକୁ ଲାଗିଲେ ।
ବୁଢା ଲୋକଟି ନିଜ ସାଥୀ ମାନଙ୍କୁ କହୁ ଥିଲେ ଯେ, ଆମକୁ ଯେ କୌଣସି ଉପାୟରେ ସମୁଦ୍ର ଭିତରେ ଥିବା ସବୁ ଖଜାନା ବାହାର କରିବାକୁ ପଡିବ କିନ୍ତୁ ସର୍ବ ପ୍ରଥମେ ସେହି ଜଳ ପରୀକୁ ମନେଇବାକୁ ପଡିବ । ଆମେ ପାଣିରେ ଗଲା ମାତ୍ରେ ସେ ଆମକୁ ମାରି ପକାଇବ । ଏ କଥା ଶୁଣି ଶିଲା ଏବଂ ମୀରା ଜଳ ପରୀର ସନ୍ଧାନରେ ବାହାରି ପଡିଲେ । କିଛି ସମୟ ଖୋଜା ଖୋଜି କଲା ପରେ ଜଳ ପରୀର ସନ୍ଧାନ ପାଇଲେ । ଶିଲା ତାର ଭାଇ ମୋହନ୍କୁ ମଧ୍ୟ ଡକାଇ ଆଣି ଥିଲା । ମୋହନ୍ ବୁଡାଳୀ ପୋଷାକ ପିନ୍ଧି ଥିଲା । ସେ ଜଳ ପରୀ ପାଣିରେ କୁଦିବା ପରେ ପରେ ମୋହନ୍ ମଧ୍ୟ ପାଣିରେ କୁଦି ପଡିଲା ଏବଂ କ୍ୟାମେରାରେ ଫଟୋ ଉଠାଇବାକୁ ଲାଗିଲା । ମୋହନ୍ ପାଣିରୁ ବାହାରିବା ଆଗରୁ ସେହି ବୁଢା ଲୋକଟି ଓ ତାର ସାଥିମାନେ ମୀରା ଏବଂ ଶିଲାକୁ ଧରି ନେଲେ । ସେହି ବୁଢା ଲୋକଟି ଜାଣି ଯାଇ ଥିଲା ଯେ ମୀରା ଓ ଶିଲା ତାଙ୍କର ସବୁ କଥାକୁ ଶୁଣି ନେଇ ଛନ୍ତି । ଶିଲା ଓ ମୀରାକୁ ବାନ୍ଧି କରି ତାଙ୍କ ଘର ଭିତରକୁ ନେଇ ବନ୍ଦ କରି ରଖି ଦେଲେ ତାପରେ ସମୁଦ୍ରରେ ଥିବା ଖଜାନା ତଥା ଜଳ ପରୀକୁ ମାରିବାକୁ ବାହାରି ପଡିଲେ । ସେହି ସମୟରେ ମୋହନ ଯାଇ ସେହି ଶିଲା ଓ ମୀରାକୁ ବଂଚାଇ ଦେଲା । ମୀରା ସବୁ କଥା ମୋହନ୍କୁ କହି ଦେଲା । ସେମାନେ ତିନି ଜଣ ସମୁଦ୍ର ଛାଡି ଅନ୍ୟ ଆଡକୁ ଚାଲି ଗଲେ । ରାସ୍ତାରେ ସେମାନେ ସ୍କୁଲ୍ର ମିସ୍ ତଥା ଅନ୍ୟ ପିଲା ମାନଙ୍କୁ ଭେଟିଲେ । ସେମାନେ ସମସ୍ତେ ଏକଜୁଟ୍ ହୋଇ ଜଳ ପରୀକୁ ରକ୍ଷା କରିବାକୁ ବାହାରି ପଡିଲେ ।
ସମୁଦ୍ର କୂଳରେ ସେମାନେ ଦେଖିଲେ ଯେ, ସେହି ବୃଦ୍ଧ ବଦ୍ମାସ ଲୋକଟି ସମୁଦ୍ରରୁ ସମସ୍ତ ଖଜାନା ବାହାର କରି ଆଣୁଛି । ସେମାନେ ଯେତେବେଳେ ସମୁଦ୍ର କୂଳରେ ଆସି ପହଁଚି ଗଲେ ସେତେବେଳେ ସମସ୍ତେ ଏକଜୁଟ୍ ହୋଇ ସେହି ବୃଦ୍ଧ ଲୋକଟି ଉପରେ କୁଦି ପଡିଲେ । କିଛି ସମୟ ପରେ ସେମାନେ ବୃଦ୍ଧ ଲୋକଟିକୁ କାବୁ କରି ନେଲେ । ସମୁଦ୍ରରୁ ବାହାର କରି ଆଣିଥିବା ସିନ୍ଧୁକରେ ସୁନା ଭର୍ତ୍ତି ହୋଇ ଥିଲା । ସେତେ ବେଳେ କେଉଁଠୁ ଖବର ପାଇ ସେଠାରେ ପୋଲିସ୍ ମଧ୍ୟ ଆସି ପହଁଚି ଗଲେ । ଜଳ ପରୀର ମଧ୍ୟ କିଛି ଖୋଜ ଖବର ନ ଥିଲା ।
ସେହି ଦିନ ସଂନ୍ଧ୍ୟା ସମୟରେ ସ୍କୁଲ୍ର ଜଣେ ଲୋକ, ଯିଏ କି ପୋଲିସ୍ ହାଜତରେ ଥିଲା ସେଠାରେ ଗୋଟିଏ ଯୁବତୀର ବେଶ ହୋଇ ଆସିଲା । ସେହି ଲୋକଟି ନିଜକୁ ଦେଖାଇ କହିଲା କି ଏହି ହେଉଛି ତୁମର ଜଳ ପରୀ । ସେ ଗୁପ୍ତଚର ବିଭାଗ ତରଫରୁ ସେହି ଭଳି ବଦ୍ମାସ ଲୋକକୁ ଧରିବା ପାଇଁ ଜଳ ପରୀ ବେଶ ଧାରଣ କରି ରହୁ ଥିଲା ।
ଲୋକ ମାନେ ଏହାକୁ ଅସଲୀ ଜଳ ପରୀ ଭାବରେ ଭାବୁ ଥିଲେ । ଆଉ ଗୋଟିଏ କଥା ହେଉଛି ସେହି ଗୁମ୍ଫା ଭିତରେ ଯିବା ସମୟରେ ବନ୍ଧା ହୋଇ ଥିବା ଦଉଡିକୁ ସେହି ବୃଦ୍ଧ ବଦ୍ମାସ ଲୋକଟି ହିଁ କାଟି ଦେଇ ଥିଲା । ଯେ ସେମାନେ ଯେମିତି କି ଗୁମ୍ଫା ଭିତରୁ ଆଉ ପଦାକୁ ବାହାରି ପାରିବେ ନାହିଁ ସେହି ଠାରେ ହିଁ ମୃତ୍ୟୁ ବରଣ କରିବେ ସେଥି ପାଇଁ ସେମାନେ ଏଭଳି କର୍ମ କରି ଥିଲେ ।
ଆଧାର : - ଓଡ଼ିଆ ଗପ
Last Modified : 7/8/2020