অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭଗବାନ କାହାର

ଭଗବାନ କାହାର

ଉପକ୍ରମ

ଥରେ ମହାଦେବ ଓ ବିଷ୍ଣୁ ସେମାନଙ୍କ ଭକ୍ତମାନଙ୍କ ପାଖକୁ ବୁଲିଯିବାକୁ ବିଚାର କଲେ । ତେବେ ପ୍ରଥମେ କାହା   ଭକ୍ତଙ୍କ ପାଖକୁ ଯିବେ? ଶେଷରେ ଦୁହେଁ ବିଚାର କଲେ ଯେ ମହାଦେବଙ୍କ ଭକ୍ତଙ୍କ ପାଖରୁ ଭ୍ରମଣ ଆରମ୍ଭ କରିବେ । ତେଣୁ ଦେବତା ରୂପ ଛାଡି ସେମାନେ ଗରିବ ବ୍ରାହ୍ମଣ ବେଶ ଧାରଣ କଲେ ଓ ଭକ୍ତଙ୍କ ଘର ଆଡେ ଚାଲିଲେ । ମହାଦେବଙ୍କ ଭକ୍ତମାନେ ଥିଲେ ଅପେକ୍ଷାକୃତ ଧନଶାଳୀ । ତେଣୁ ଜଣେ ଧନିକ ଭକ୍ତଙ୍କ ଦ୍ୱାରସ୍ଥ ହେଲେ ସେ ଦୁଇ ବ୍ରାହ୍ମଣ ।

ବର୍ଣ୍ଣନା

ଧନୀ ବ୍ୟବସାୟୀଟି ସେତେବେଳେ ତାର ବେପାରରେ ଏତେ ବ୍ୟସ୍ତ ଥିଲେ ଯେ ସେମାନଙ୍କୁ ହତାଦାର କରି ସେଠାରୁ ତଡି ଦେଲେ । ସେ ସ୍ଥାନ ଛାଡି ଦୁହେଁ ଆଉ ଜଣଙ୍କ ଦ୍ୱାରକୁ ଭିକ୍ଷା କରିବା ଆଳରେ ଚାଲିଗଲେ । ସେଠାରେ ମଧ୍ୟ ସେଇ ଏକା ଅବସ୍ଥା । ଏହା ଦେଖି ମହାଦେବ ଅତ୍ୟନ୍ତ କ୍ରୋଧରେ ରକ୍ତରଙ୍ଗା ହୋଇଗଲେ । କ୍ରୋଧ ଓ କ୍ଷୁଧାରେ ସେମାନେ ଏବେ କ’ଣ କରିବେ ଚିନ୍ତାକରି ବିଷ୍ଣୁଙ୍କ ଭକ୍ତଙ୍କ ପାଖକୁ ଯିବା ପାଇଁ ସ୍ଥିର କଲେ । ବାଟରେ ଯାଉ ଯାଉ ବିଷ୍ଣୁ କହିଲେ ମହାଦେବ! ଆପଣଙ୍କ ଭକ୍ତମାନଙ୍କ ପାଖରେ ଅମାପ ଧନ ଥାଇ ମଧ୍ୟ ସେମାନେ ଆମମାନଙ୍କ କଥା ଟିକିଏ ବି ଚିନ୍ତା କରିପାରିଲେ ନାହିଁ । ଆଉ ମୋର ଭକ୍ତମାନେ ତ ପୁରାପୁରି ଗରିବ, ସେମାନେ କ’ଣ ବା ଦେବେ ଯେ ଆମେ ତାକୁ ଖାଇବା? ଚାଲନ୍ତୁ ଆମେ ଏଠାରୁ ଫେରିଯିବା । କିନ୍ତୁ ବିଷ୍ଣୁଙ୍କ ଏ କଥାରେ ମହାଦେବ ଆଦୌ ଏକମତ ହେଲେ ନାହିଁ । ତାପରେ ଜଣେ ବିଷ୍ଣୁଙ୍କ ଭକ୍ତ ପାଖରେ ଯାଇ ସେମାନେ ଦୁଇଜଣ ଯାକ ପହଁଚିଲେ ।

ପତର ଛାଉଣୀ-ନୁଆଁଣିଆ ଘର । ନିପଟ ଗରିବ । ମାଟି ପିଣ୍ଡାରେ ବୁଢୀଟିଏ ବସି ଫୁଲ ଗୁନ୍ଥୁଛି । ସାହା ଭରସା ବୋଲି କହିଲେ ତାର କେହି ନାହିଁ । ଖଟିଲେ ଖାଇବ । ଯେମିତି ବୁଢୀ ଏ ବ୍ରାହ୍ମଣ ଦି’ ଜଣଙ୍କୁ ଦେଖିଛି ଖୁବ୍ ଆଗ୍ରହ ସହକାରେ ସେମାନଙ୍କୁ ପାଛୋଟି ନେଇ ତା ପଣତ କାନିରେ ମାଟି ପିଣ୍ଡାକୁ ଝାଡିଦେଇ ତାଉପରେ ଏକ ପଇଡ ମଶିଣା ପାରିଦେଲା । ସେମାନଙ୍କ ପାଖରେ ନିରିମଳ ପାଣି ଢାଳେ ମଧ୍ୟ ଥୋଇଦେଲା । ତାପରେ ସେ ବୁଢୀଟି ତା ଘର ଭିତରକୁ ଧାଇଁ ଯାଇ ମୁଢି ଓ ଗୁଡ ଆଣି ବାଉଁଶିଏ ରଖିଦେଲା । ଭୋକିଲା ବ୍ରାହ୍ମଣ ଦି’ଜଣ ତାକୁ ଅତି ଆନନ୍ଦରେ ଖାଇ ବୁଢୀର ସେଇ ମନୋଭାବରେ ଏତେ ମୁଗ୍ଧ ହେଲେ ଯେ ତାହା କହିଲେ ନସରେ । ମହାଦେବ ଏହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୁଅନ୍ତେ ବିଷ୍ଣୁ ଟିକେ ହସିଦେଇ କହିଲେ, ‘ମା’ ତୁମର ସ୍ୱର୍ଗ ପ୍ରାପ୍ତି ହେଉ । ଏହା ଦେଖି ମହାଦେବ ହଠାତ୍ ଟିକେ ସନ୍ଦେହରେ ପଡିଗଲେ । ତାପରେ ମହାଦେବ ବିଷ୍ଣୁଙ୍କୁ ପଚାରିଲେ, ପ୍ରଭୁ ଆପଣ ଧନିକ ବ୍ୟକ୍ତିର ଧୀକାର ଶୁଣି ତାକୁ ଦୀର୍ଘାୟୁ ହେଉ ବୋଲି ଆଶିଷ ଦେଲେ ଅଥଚ ଏ ବିଚାରୀ ବୁଢୀଟି ଆମକୁ କେତେ ସହାନୁଭୂତି ଦେଖାଇଲା ତାକୁ ଆପଣ ସ୍ୱର୍ଗପ୍ରାପ୍ତିର କଥା କହିଲେ । ଏମିତି କେମିତି ଅବିଚାର ହେ ମଧୁସୂଦନ । ଏହା ଶୁଣି ବିଷ୍ଣୁ କହିଲେ ଧନି ବ୍ୟକ୍ତି ଅଧିକ ଧନ ପାଇ ସେଥିରେ ଘାଂଟି ହେଉ ବୋଲି ତାକୁ ମୁଁ ଦୀର୍ଘାୟୁର ଆଶିଷ ଦେଲି । କିନ୍ତୁ ବାର୍ଦ୍ଧକ୍ୟ ଗ୍ରାସିଥିବା ଏ ବୁଢୀଟିର ସ୍ନେହରେ ଅତିଶୟ ପ୍ରୀତ ହୋଇ ତାକୁ ମୁଁ ସ୍ୱର୍ଗପ୍ରାପ୍ତିର ବର ପ୍ରଦାନ କଲି । ଏହା ତ ଏ ବୁଢୀର ସୌହାର୍ଗ୍ୟ ।

ଏ ସଂସାରରେ ଧନ ଜମାରୁ ବଡ ନୁହେଁ ସବୁଠାରୁ ବଡ ହେଉଛି ମନ । ଯେଉଁମାନେ ନର ସେବାକୁ ନାରାୟଣଙ୍କ ସେବା ବୋଲି ମନେ କରନ୍ତି ସେମାନେ ସ୍ୱର୍ଗଗାମୀ ହେବେ ଓ ଯେଉଁମାନେ ଧନ ମୋହରେ ମଣିଷକୁ ଧୀକାର କରନ୍ତି ସେମାନେ କେବଳ ନର୍କରେ ହିଁ ସଢନ୍ତି । ଏହି କଥା ବିଚାର କରି କରି ନିଜ ନିଜ ପୁରକୁ ବାହୁଡି ଗଲେ ମହାଦେବ ଓ ବିଷ୍ଣୁ ଦେବ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ ।

ଆଧାର ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate