অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ଉପକ୍ରମ

ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି ।

ବର୍ଣ୍ଣନା

ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ । ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି ।ଦେହର ମଳିରୁ ଜୈବିକ ପୁତ୍ର ଅସମ୍ଭବ ତେଣୁ ଗଣେଶ ଏକ କାଳ୍ପନିକ ଚରିତ୍ର । କାହାଣୀ ଅନୁସାରେ ପାର୍ବତୀ ଯେତେବେଳେ ନିଜ ଦେହ ମଳିରୁ ଏକ ପୁତ୍ର ସନ୍ତାନର ଆକୃତି କରି ଜୀବ ଦାନ ଦେଲେ ତାହା କ୍ଷଣିକରେ ଏକ ବାଳୁତ ରୂପଧାରୀ ମନୁଷ୍ୟରେ ପରିଣତ ହୋଇଗଲା, ସେତେବେଳେ ତାଙ୍କ ମୁଣ୍ଡ ହାତୀ ସଦୃଶ୍ୟ ନଥିଲା । ତାଙ୍କ ମୁଣ୍ଡ ଦେଖିବାକୁ ଠିକ୍ ମଣିଷ ପରି ଥିଲା । ଜନ୍ମ ହବାର କ୍ଷଣିକ ମଧ୍ୟରେ ସେ କଥା ହେବା ଏବଂ ସୁରକ୍ଷ୍ୟା ବିଦ୍ୟା ମଧ୍ୟ ଶିଖିଗଲେ ଯେତେବେଳେକି ଏକ ମାନବ ଶିଶୁକୁ ଏହା କିଛି ବର୍ଷ ଲାଗିଥାଏ । ପାର୍ବତୀ ନିଜେ ସ୍ନାନ କରୁଥିବା ସମୟରେ ଗଣେଶଙ୍କୁ ଦ୍ୱାରପାଳ ଭାବେ ଜଗିବାର ଦାଇତ୍ୱ ଦେଲେ । ଏହି ସମୟରେ ଶିବ ଯେବେ ଘରକୁ ଆସି ଗୃହପ୍ରବେଶ ପାଇଁ ଚେଷ୍ଟାକଲେ ସେଥିରେ ଗଣେଶ ବାଧା ଦେଲେ ।  ବାପା ପୁଅ ଦୁହେଁ ଦୁହିଁଙ୍କୁ ଚିହ୍ନି ନପାରି ଯୁଦ୍ଧ କଲେ । ଦୁଇ ଜଣ ଭଗବାନ ହୋଇ ମଧ୍ୟ କେହି କାହାକୁ ଚିହ୍ନି ନପାରିବା ଏକ ଆଶର୍ଯ୍ୟ ବିବୃତି । ତେବେ ଯାହା ହଉ ଯୁଦ୍ଧରେ ବାପା ଜିତିଲେ ଏବଂ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଗଲା । ପରେ ପାର୍ବତୀ ଏହା ଦେଖି ବହୁତ କାନ୍ଦିଲେ ଏବଂ ପୁଅକୁ ବଞ୍ଚାଇବା ପାଇଁ ଶିବଙ୍କୁ ଅଳି କଲେ ଏବଂ ଗଣେଶ ତାଙ୍କ ପୁଅ ବୋଲି ପରିଚୟ ଦେଲେ । ଶିବଙ୍କର ତ୍ରିଶୁଳରୁ ଛେଦିତ ମୁଣ୍ଡ କେବେ ଯୋଡି ହୁଏନା ତେଣୁ ସେ ଯୋଡି ପାରିବେନି ବୋଲି ନିଜର ଅସାମର୍ଥ୍ୟତାକୁ ଜଣାଇଲେ ।  ଏଠାରେ ଦ୍ରଷ୍ଟବ୍ୟଯେ ଶିବଙ୍କ ତ୍ରିଶୁଳ ଆଗରେ ନିଜେ ଶିବ ମଧ୍ୟ ଶକ୍ତି ହୀନ । ପରେ ବ୍ରହ୍ମାଙ୍କ ଉପାୟ ଅନୁସାରେ ଶିବ ତାଙ୍କ ଦୂତଙ୍କୁ ଉତ୍ତରଦିଗକୁ ମୁହଁ କରିଥିବା ଜୀବର ମୁଣ୍ଡ କାଟି ଆଣିବାକୁ ଆଦେଶ ଦେଲେ । ନିଜେ ଭଗବାନ ହୋଇ ନିଜ ପିଲା ପାଇଁ କିପରି ଅନ୍ୟ ଜୀବର ମୁଣ୍ଡ କଟାଇବାପାଇଁ ଆଦେଶ ଦେଲେ ଏହା ସାଧାରଣ ତର୍କର ବାହାରେ । ତେବେ ଦୂତ ମାନେ ଖୋଜି ଖୋଜି ଏକ ହାତୀ ପିଲାର ମୁଣ୍ଡକୁ କାଟି ଆଣି ଶିବଙ୍କୁ ଦେଲେ ଆଉ ଶିବ ତାକୁ ଗଣେଶଙ୍କ ଗଣ୍ଡିରେ ଯୋଡି ହାତୀ ମୁଣ୍ଡ ଥିବା ମାନବ ଶରୀରକୁ ଜୀବଦାନ ଦେଲେ; ସେବେଠୁ ଗଣେଶ ହାତୀ ମୁଣ୍ଡ ଧାରୀ ଭଗବାନ । ଏଠାରେ ସବୁ କିଛି କାଳ୍ପନିକ ହେଲେ ମଧ୍ୟ ବିଶେଷ ଜ୍ଞାନର ମଧ୍ୟ ଅଭାବ ଅଛି  । ତାହା ହେଉଛି ମୁଣ୍ଡ ହେଉଛି ଏକ ଜୀବର ପ୍ରକୃତ ପରିଚୟ ତାହାର ଗଣ୍ଡି ନୁହେଁ । ଯଦି ରାମ ଏବଂ ଦାମ ନାମ ଧାରୀ ମନୁଷ୍ୟ ଦ୍ଵୟଙ୍କ ମୁଣ୍ଡକାଟି ଶରୀର ବଦଳାଇ ଦିଆଯାଏ ଏବଂ ପରେ ଜୀବ ଦାନ ଦିଆଯାଏ ତେବେ ରାମକୁ ଡାକିଲେ ରାମ ଜବାବ ଦବ ଦାମ ନୁହେଁ । ତେଣୁ ଶରୀର ଯାହାର ହେଉନା କାହିଁକି ମୁଣ୍ଡରେ ହିଁ ଜୀବର ପ୍ରକୃତ ପରିଚୟ ଥାଏ । ଯେତେବେଳେ ଶିବ ଏକ ହାତୀ ମୁଣ୍ଡ ଗଣେଶଙ୍କ ଗଣ୍ଡିରେ ଯୋଡ଼ିଲେ ତେବେ ଏହା ଏକ ହାତୀର ହିଁ ପରିଚୟ ଦେବ ପୂର୍ବ ଗଣେଶର ନୁହଁ । ତେଣୁ ଆମେ ପୂଜା କରୁଥିବା ଗଣେଶ, ଗଣେଶ ନୁହଁ ଏକ ହାତୀ ଯାହାର ନାମ କୌଣସି ପୁରାଣରେ ଲେଖା ନାହିଁ । ସେହି ହାତୀ ପିଲାର ନାମ ନା ସେ ଦୂତ ଜାଣିଥିଲେ ନା କାଳ୍ପନିକ ଚରିତ୍ର ଶୃଷ୍ଟିକାରୀ ଲେଖିବାକୁ ଯୌକ୍ତିକ ମନେ କରିଥିଲେ ।  ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛୁ ଅଯୌକ୍ତିକରେ  ମଧ୍ୟ ଏକ ଅଚିହ୍ନା, ନାମ ନଥିବା ହାତୀକୁ ବର୍ଷ ବର୍ଷ ଧରି ଭୁଲରେ ପୂଜା କରିଆସୁଅଛୁ । ବୈଜ୍ଞାନିକ ବିଚାର ଅନୁଶାରେ ମସ୍ତିଷ୍କର ମୃତ୍ୟୁ ଜୀବର ମୃତ୍ୟୁ ବୋଲି ଧରା ଯାଏ । ତେଣୁ ଗଣେଶଙ୍କ ମୁଣ୍ଡ ଖଣ୍ଡନ ହୋଇଥିବା ଦିନ ହିଁ କାଳ୍ପନିକ ଗଣେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଆପଣଂକ ବିସ୍ୱାଶକୁ ଆହତ କରିପାରେ କିନ୍ତୁ ନିଜକୁ ତର୍କ ଅନ୍ଧ ଭାବରେ ବଂଚେଇବା ଏବଂ ପର ପିଢ଼ିକୁ ତର୍କ ଅନ୍ଧତ୍ୱ ମାନସିକ ରୋଗରେ ଠେଲିଦେବା ଏକ ମହା ମୁର୍ଖତା ହିଁ ହେବ ।    ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ଆଧାର  ଓଡ଼ିଆ ଗପ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate