ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗାନ୍ଧିଜୀଙ୍କ ଦୃଷ୍ଟିରେ ଖଦୀ ଓ ହସ୍ତଶିଳ୍ପ ପରମ୍ପରା
ସେଆର କରନ୍ତୁ

ଗାନ୍ଧିଜୀଙ୍କ ଦୃଷ୍ଟିରେ ଖଦୀ ଓ ହସ୍ତଶିଳ୍ପ ପରମ୍ପରା

ଗାନ୍ଧିଜୀଙ୍କ ଦୃଷ୍ଟିରେ : ଆମ ଖଦୀ ଓ ହସ୍ତଶିଳ୍ପ ପରମ୍ପରା ବିଷୟରେ ସୂଚନା ।

ପରାଧୀନ ଭାରତରୁ ଖଦୀ ଓ ଅନ୍ୟାନ୍ୟ କୌଳିକ କୁଟୀରଶିଳ୍ପଗୁଡ଼ିକ ଲୋପ ପ୍ରାୟ ହେଲାବେଳକୁ ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ଵଦେଶୀ ଆନ୍ଦୋଳନ ଭିଭିରେ ଖଦୀ ଶିଳ୍ପର ପୁନରୁଦ୍ଧାର କରାଇଥିଲେ । ଏହା ସେବେଳରେ ସ୍ଵାଧୀନତାର ଏକ ବିଶିଷ୍ଟ ଅସ୍ତ୍ର ରୂପେ କାର୍ଯ୍ୟ କଲା ଏବଂ ଯାହା ପାଇଁ ଇଂରେଜ ଶାସକବର୍ଗଙ୍କ ବାଣିଜ୍ୟ ନଚଳିବାରୁ, ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଖଦୀ ଓ ଗ୍ରାମୋଦ୍ୟୋଗ ଶିଳ୍ପଗୁଡ଼ିକର ପ୍ରତିଷ୍ଠା ଯୋଗୁଁ ଦାରିଦ୍ର୍ୟ ନିପୀଡ଼ିତ କର୍ମଶୁନ୍ୟ ଗ୍ରାମବାସୀମାନଙ୍କର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଘଟିଲା ।

ସ୍ଵଦେଶ ଆନ୍ଦେ।ଳନର ପ୍ରଥମ ପର୍ଯ୍ୟାୟ

ସ୍ଵଦେଶ ଆନ୍ଦେ।ଳନର ପ୍ରଥମ ପର୍ଯ୍ୟାୟରେ ଗାନ୍ଧିଜୀ ୧୯୧୬ ମସିହାରେ ପୁନାଠାରେ ସ୍ଵରାଜ ପାଇଁ ସତ୍ୟାଗ୍ରହ ଆରମ୍ଭ କରି ବିଦେଶୀ ଇଂରେଜ ଜାତିର ବିରୁଦ୍ଧରେ ପ୍ରଥମ ଓ ସର୍ବ ବଳିଷ୍ଠ ଅହିଂସ ଅସ୍ତ୍ର ରୂପେ ‘ବିଦେଶୀ ବସ୍ତ୍ର ପରିଧାନ କରିବା ବ୍ରହ୍ମଚର୍ଯ୍ୟର ବିରୋଧୀ’, ଏହି ସ୍ଲୋଗାନ ପ୍ରୟୋଗ କରିଥିଲେ । ଯା’ ଫଳରେ ଇଂରେଜଙ୍କ ବ୍ୟବସାୟ ବାଧା ପ୍ରାପ୍ତ ହେଲା ଏବଂ ଭାରତର କୋଟି କୋଟି ଜନତା ସ୍ଵଦେଶ ପ୍ରୀତିରେ ଆପ୍ଲୁତ ହୋଇ ନିଜ ହାତରେ ସୂତାକାଟି ଦେଶୀୟ ବସ୍ତ୍ର ପରିଧାନ କରିବାକୁ ଲାଗିଲେ । କ୍ରମଶଃ ଗାନ୍ଧିଜୀଙ୍କ ଦ୍ଵାରା ନିଖୁଳ ଭାରତ ଚରଖାସଂଘ ପ୍ରତିଷ୍ଠା ହେଲା । ଏହି ଚରଖା ସଂଘ କେବଳ ଖଦଡ଼ ଲୁଗା ପ୍ରସାର ସଂକ୍ରାନ୍ତୀୟ କାର୍ଯ୍ୟରେ ଲିପ୍ତରହି ବହୁବିଧ ପଦ୍ଧତିର ଲୁଗା ବୁଣିବା କୌଶଳ ବାହାର କଲା । ୧୯୩୪ରେ ଗାନ୍ଧିଜୀ ପୁଣି ଗ୍ରାମୋଦ୍ୟୋଗ ସଂଘର ସ୍ଥାପନ କଲେ । ଭାରତୀୟ ଗ୍ରାମଗୁଡ଼ିକରୁ ଯେଉଁସବୁ ହସ୍ତଶିଳ୍ପ ଧ୍ଵଂସ ପାଇ ଯାଉଥିଲା, ସେହିସବୁ ଶିଳ୍ପ ଗୁଡ଼ିକୁ ପୁନର୍ଜୀବନ ଦେବାକୁ ଯାଇ ଏହି ସଂଘ ଶିଳ୍ପୀମାନଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱଳ୍ପ ଫୁଜି ପ୍ରଦାନ ପୂର୍ବକ ଅଗଣିତ ଗ୍ରାମମାନଙ୍କରେ ଗ୍ରାମୋଦ୍ୟୋଗଗୁଡ଼ିକୁ କର୍ମତତ୍ପର କଲା । ଏହାଦ୍ଵାରା ଗ୍ରାମର ପାରମ୍ପରିକ କୁଶଳୀ ଶିଳ୍ପୀବୃନ୍ଦ ସେମାନଙ୍କ ଜୀବିକାର୍ଜନର ଏକ ଅବଲମ୍ବନ ପାଇବାରେ କ୍ରମଶଃ ସମର୍ଥ ହେବାକୁ ଲାଗିଲେ । ବିଭିନ୍ନ କଂଗ୍ରେସ ଅଧିବେଶନଗୁଡ଼ିକରେ ଏହି ଶିଳ୍ପୀମାନଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀଗୁଡ଼ିକୁ  ପ୍ରଦର୍ଶନୀ ଅନୁଷ୍ଠିତ କରାଇ ଶିଳ୍ପୀମାନଙ୍କର କଳାର ପ୍ରଶଂସା କରାଯାଉଥିଲା । ସେପରି ଲଖ୍ମୌଠାରେ ଅନୁଷ୍ଠିତ ଏକ ଖଦୀ ଗ୍ରାମ ଶିଳ୍ପ ପ୍ରଦର୍ଶନୀରେ ଓଡ଼ିଶାର କ୍ଷୁଦ୍ର ଶିଳ୍ପ ସାମଗ୍ରୀ ଉପରେ ଗାନ୍ଧିଜୀଙ୍କ ଭାଷଣର କିଛି ଅଂଶ ଉଦ୍ଧାର କଲେ । ଗ୍ରାମ୍ୟ ଶିଳ୍ପ ପ୍ରାଚୁର୍ଯ୍ୟ ଉପରେ ତାଙ୍କର ଥିବା ଭାବାବେଗ ଅନୁଭବ କରିହୁଏ ଏବଂ ଓଡ଼ିଶାର ଦାରିଦ୍ର୍ୟ ଓ ପ୍ରାଚୁର୍ଯ୍ୟର ସ୍ଵାଦ ପରଖି ନିଆଯାଇପାରେ ।

ସେହି ଉଦ୍ଧତିର କିୟଦଂଶ ଥିଲା - ତୁମେ ଓଡ଼ିଶା ଓ ତା’ର ଦାରିଦ୍ର୍ୟର କଙ୍କାଳମୟ ଚିତ୍ର ଦେଖୁଛ କି ? ଜାଣିଛ କି ଭଳି ଅନାହାର ପ୍ରପୀଡ଼ିତ କଙ୍କାଳମୟ ଭୂମିରୁ ବି ଲୋକେ ଏହି ପ୍ରଦର୍ଶନୀକୁ ହାଡ଼, ଶିଘ ଏବଂ ରୂପାର ତିଆରି କାରୁକାର୍ଯ୍ୟ ମାନ ଘେନି ଆସିଛନ୍ତି ? ସେଗୁଡ଼ିକୁ ଦେଖିଲେ ଆଖି ଝଲସି ଯିବ ଯାଅ ଦେଖିଆସ । ଖାଲି ତିଆରି ଜିନିଷ ନୁହଁ, କେମିତି ମୃତ ଜଡ଼ ଶଂଘ ଓ ଧାତୁକୁ ସେମାନେ ଜୀବନ ଦେଇ ଗଡୁଛନ୍ତି ଏବଂ ତିଆରି କରୁଛନ୍ତି । ତାହା ମଧ୍ୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି । ମାଟି କାଦୁଅ ଭିତରୁ ଦରିଦ୍ର କୁମାରଟିଏ ଅଲୌକିକ ବୈଚିତ୍ରୀ ଦେଖାଇପାରିଛି । ମୁଁ ଯେଉଁସବୁ ଦ୍ରବ୍ୟ ଗୁଡ଼ିକର ଦର କେତେଟଙ୍କା ହୋଇଥିବ ବୋଲି ଭାବୁଥିଲି, ସେଗୁଡ଼ିକ ମାତ୍ର କେଇ ଅଣାରେ ବିକ୍ରୀ ହେଉଛି ଏବଂ କି ସୁନ୍ଦର କାରୁକାର୍ଯ୍ୟ ସବୁ ହେଇଛି ସେଥିରେ । ସେଦିନ ମୁଁ ଦେଖିଲି ଜଣେ ଭଉଣୀ ହାତୀଦାନ୍ତ ତିଆରି ଏକ କୃଷ୍ଣମୂର୍ତ୍ତି କିଣିଥିଲେ । ସେ କୃଷ୍ଣଙ୍କ ପୂଜା କରନ୍ତି ନାହିଁ, କିନ୍ତୁ ସେ ଏବେ ଆସି ମୋତେ କହୁଛନ୍ତି କୃଷ୍ଣ ମୂର୍ତ୍ତିଟି ଏଡ଼େ ସୁନ୍ଦର ହୋଇଛି ଯେ, ମୁଁ ତାକୁ ପୂଜା ନକରି ରହିପାରୁନାହିଁ । ତେଣୁ ଏହି ସବୁ ପ୍ରଦର୍ଶନୀ କେବଳ ପ୍ରଚାର ପାଇଁ ରଖାଯାଇଛି ବୋଲି ମନେ କର ନାହିଁ । ଏହା ଆମର ରୁଚି ଚିନ୍ତାଧାରାକୁ ମଧ୍ୟ ବଦଳାଇ ଦେଇପାରେ । ଆମର ରୁଚି ଓ ଚିନ୍ତା ଆଜି ପରାଧୀନତାର ଦାସତ୍ଵରେ ଏମିତି ଦୂଷିତ ହୋଇଗଲାଣି ଯେ, ଏମିତିକା କ୍ଷୁଦ୍ର ଜିନିଷ ସବୁ ମୃଭିକାରୁ ତିଆରି ହୋଇଥିଲେବି ଏତେ ଯେ କାରୁକାର୍ଯ୍ୟ ଖଚିତ ଓ ସୁନ୍ଦର ହୋଇ ଶିଳ୍ପୀ ହାତରେ ତିଆରି କରାଯାଇପାରେ ଏହାକୁ ଆମେ ବିଶ୍ଵାସ କରିପାରୁ ନାହିଁ ଏବଂ ଯେଉଁମାନଙ୍କ ପାଖରେ ଏହା ଉତ୍ସାହ ଓ ପ୍ରୋତ୍ସାହନର ଅଭାବରୁ ବୁଡ଼ିବାକୁ ଯାଉଛି, ତା’ର ପୁନରୁଦ୍ଧାର କରିବା ନିମନ୍ତେ ଯେତିକି ଆଗ୍ରହ ଦେଖାଇବାର କଥା ଆମେ ଦେଖାଉ ନାହିଁ ।

ଅର୍ଥନୈତିକ ଓ ରାଜନୈତିକ ଅଧିକାର

ଇଂରେଜମାନେ ଆମର ଖଦୀ, ରେଶମ ଓ ହସ୍ତଶିଳ୍ପକୁ ଧ୍ଵଂସ କରି ନିଜର ଅର୍ଥନୈତିକ ଓ ରାଜନୈତିକ ଅଧିକାର  ହାସଲ କରିଥିଲେ । ଇଂରେଜ ଅମଳରେ କେହି ଖଦୀ ପିନ୍ଧିଲେ ତାକୁ ରାଜଦ୍ରୋହୀ ବୋଲି ଧରା ଯାଉଥିଲା । ସରକାରୀ କର୍ମଚାରୀଙ୍କୁ ଖଦୀ ବସ୍ତ୍ର ପିନ୍ଧିବା ମନାଥିଲା । ସ୍କୁଲ କଲେଜକୁ ଖଦୀ ପିନ୍ଧି ଯାଉଥିବାରୁ କେତେକ ଛାତ୍ରଙ୍କୁ ସେବେଳରେ ନାନାପ୍ରକାର ନିର୍ଯ୍ୟାତନା ସହ ଶିକ୍ଷାନୁଷ୍ଠାନରୁ ବିତାଡ଼ିତ କରି ଦିଆଯାଉଥିଲା । ସାଧାରଣ ଆଇନ ଅମାନ୍ୟ ଅପରାଧଠାରୁ ଖଦୀ ପ୍ରଚଳନକୁ ଆହୁରି ଭୟଙ୍କର ଇଂରେଜ ବିରୋଧୀ ବୋଲି ଅଭିହିତ କରାଯାଇ ଦଣ୍ଡବିଧାନ କରାଯାଇଥିଲା । ଭାରତୀୟ କଳାସ୍ଥାପତ୍ୟ ଓ ଭାସ୍କର୍ଯ୍ୟର କଣ୍ଠରୋଧ କରି ଇଂରେଜମାନେ ଫାଇଦା ନେଉଥିଲେ । ଯେତେବେଳେ ଇଂରେଜମାନେ ବଣିକ ସାଜି ଭାରତକୁ ଆସିଥିଲେ, ସେତେବେଳେ ଭାରତର ଖଦୀ ବସ୍ତ୍ର, ରେଶମ ଓ ପଶମ ବସ୍ତ୍ର ସହ ଅନ୍ୟାନ୍ୟ ହାତ ତିଆରି ଚାରୁକଳାର ସୌନ୍ଦର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସବୁର ମାଦକତା ଭରି ରହିଥିଲା । ଇଂରେଜମାନେ ଏହି ସମାଗ୍ରୀ ସବୁକୁ । ଇଂଲଣ୍ଡରେ ବିକ୍ରୀ କରି ଅଧୁକା ଲାଭ କରୁଥିଲେ ଏବଂ ଏହି ସାମଗ୍ରୀଗୁଡ଼ିକର କାତି ବିଦେଶରେ ଏତେ ବଢ଼ିବାକୁ ଲାଗିଲା ଯେ ଇଂଲଣ୍ଡ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ମାନ୍ଦା ହୋଇ ପଡ଼ିଲା ଓ ଉତ୍ପାଦିତ କାରଖାନା ସବୁ ଅବହେଳିତ ହେଇ ପଡ଼ିରହିବାକୁ ଲାଗିଲା । ଏପ୍ରକାର ଅର୍ଥନୈତିକ ବିପତ୍ତିରୁ ମୁକୁଳିବା ପାଇଁ ଇଂରେଜ ସରକାର । ୧୭୦୦ ଖ୍ରୀଷ୍ଟାବ୍ଦରେ ଏକ ସ୍ଵତନ୍ତ୍ର ଆଇନ ଆଣି ଇଂରେଜ ଲୋକେ ଯଦି ଭାରତୀୟ ରେଶମ ବସ୍ତ୍ର ପିନ୍ଧିବେ ବା କ୍ରୟ କରିବେ ସେମାନଙ୍କୁ ପାଞ୍ଚପାଉଣ୍ଡ ଜୋରିମାନା ନିଦ୍ଧାରଣ କଲେ ଏବଂ ଏହି ଆଇନକୁ କଡ଼ାକଡ଼ି ଭାବେ ମଧ୍ୟ ପ୍ରୟୋଗ କଲେ । ତଥାପି ଭାରତୀୟ ଦ୍ରବ୍ୟର ଚାହିଦାକୁ ନିୟନ୍ତ୍ରିତ କରାଯାଇ ନପାରିବାରୁ ଇଂରେଜୀ ବେପାରୀମାନଙ୍କୁ ଭାରତୀୟ ରେଶମ ବିକ୍ରୀ କରିବାକୁ ନିଷେଧ କରାଗଲା ଓ ଏହାର ଅବମାନନା କଲେ ପଚିଶି ପାଉଣ୍ଡ ଜୋରିମାନା ପାଇଁ ଆଇନ ହେଲା । ଏମିତିକି କେହି ମୃତ ଶବକୁ ଭାରତୀୟ ଖଦୀବସ୍ତ୍ର ରେଶମରେ ଢାଙ୍କିବାକୁ ଚାହିଁଲେ ମଧ୍ୟ ଜୋରିମାନା ଦଣ୍ଡରେ କଡ଼ାକଡ଼ି ଭାବେ ଦଣ୍ଡିତ ହେଲେ । ଉପରୋକ୍ତ କେତେକ ଐତିହାସିକ ତଥ୍ୟରୁ ଜାଣିବାକୁ ମିଳେ ଯେ, ଭାରତୀୟ ହସ୍ତ ଓ ଖଦୀ ଶିଳ୍ପ ଆଦିର ବିଦେଶୀ ଚାହିଦା କିଭଳି । ଆଶାତୀତ ଭାବେ ବୃଦ୍ଧି ପାଉଥିଲା ଓ ବିଦେଶୀୟମାନେ କିଭଳି ଚେଷ୍ଟା କରି ତା’ର ଦ୍ରବ୍ୟଗୁଣକୁ ପରାହତ କରିପାରୁନଥିଲେ । ଶେଷରେ ଇଂରେଜ ଶାସକମାନେ କଳେବଳେ କୌଶଳେ ଭାରତର ଗ୍ରାମ ଓ ଗ୍ରାମଭିତ୍ତିକ କୁଟୀର ହସ୍ତଶିଳ୍ପ ଶିକ୍ସାୟନ ଅର୍ଥନୀତିକୁ ନଷ୍ଟ କରିବାରେ ସଫଳ ହୋଇ ଦେଶ ଶାସନ କରିବାରେ ଲାଗିଲେ । ଶେଷରେ ଏହି ବି ଦେଶୀ ବର୍ଜନ ଓ ସ୍ ଦେଶୀ ଜାଗରଣ ଆନ୍ଦୋଳନ ନେଇ ଇଂରେଜମାନେ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ । ଇଂରେଜମାନେ ହସ୍ତଶିଳ୍ପୀମାନଙ୍କର ବେଉସାକୁ ବୁଡ଼େଇବା ପାଇଁ ନିଜ ଦେଶର ମିଲ୍ ଲୁଗାକୁ ଆମ ଦେଶରେ ଚଳାଇବାକୁ ଲାଗିଥିଲେ ।

ପରମପୂଜ୍ୟ ଗାନ୍ଧିଜୀଙ୍କର ସ୍ୱଦେଶୀ ଆନ୍ଦୋଳନ କ୍ରମରେ ଭାରତ ସ୍ଵାଧୀନ ହେଲା ଏବଂ ସ୍ଵାଧୀନତାର ଠିକ୍ ପରବର୍ତ୍ତୀ ଅବସ୍ଥାରେ ଗାନ୍ଧିଜୀ କହିଥିଲେ, “ଆମ ସମ୍ମୁଖରେ ସରକାର କେମିତି ଚଳାଇବା, ଏହା ମୁଖ୍ୟ ଓ ଜରୁରୀ ସମସ୍ୟା ନୁହେଁ । ପ୍ରଶ୍ନ ହେଉଛି, ଆମର ଲୋକଙ୍କୁ ଖାଇବାକୁ ଓ ପିନ୍ଧିବାକୁ କେମିତି ଯୋଗାଇ ପାରିବା । ତାହାର ସମାଧାନ ପାଇଁ ମହାମାନବ ମହାତ୍ମାଙ୍କ ଦର୍ଶନ ଥିଲା, ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଲୋକ ଶ୍ରମର ଉପଯୋଗ କରିବାକୁ ପଡ଼ିବ । ଗ୍ରାମାଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଅନାହାରୀ, ଅର୍ଦ୍ଧାହାରୀ ଅଧ୍ୟବାସୀଙ୍କୁ ଖଦୀ ଗ୍ରାମୋଦ୍ୟୋଗ ଓ ବିଭିନ୍ନ ଘରୋଇ କୌଳିକ କୁଟୀର ଶିଳ୍ପ ଭଳି ବିଭିନ୍ନ ଫଳ ପ୍ରଦ କର୍ମରେ ନିୟୋଜିତ କରାଇ, ବେ-ରୋଜଗାରୀ ସହ ଖଦୀବସ୍ତ୍ରର ଅଭାବକୁ ଦୂର କରାଯାଇପାରିବ । ଏହି ଦର୍ଶନ ଏବେବି ଆମ ପାଇଁ ଆବଶ୍ୟକ ହେଇପଡ଼ିଛି ।

ସଂଗୃହିତ - ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଆସିକା

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top