ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗୁରୁ ଦିବସର ଅନୁଚିନ୍ତା
ସେଆର କରନ୍ତୁ

ଗୁରୁ ଦିବସର ଅନୁଚିନ୍ତା

ଗୁରୁ ଦିବସର ଅନୁଚିନ୍ତା ବିଷୟରେ ସୂଚନା ।

ସେପ୍ଟେମ୍ବର ପାଞ୍ଚ ତାରିଖ । ଏହି ଦିବସଟି ଭାରତବର୍ଷର ବିଶିଷ୍ଟ ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିବସଟି ଆମ୍ଭମାନଙ୍କ ପକ୍ଷରେ ଏକ ସ୍ମରଣୀୟ ଦିବସ ରୂପେ ବିବେଚିତ ହୋଇଆସୁଛି । ସଂପ୍ରତି ଏହା ଗୁରୁ ଦିବସ ରୂପେ ପାଳିତ ହେଉଛି । ପୁଣ୍ୟଶ୍ଳୋକ ରାଧାକ୍ରିଷ୍ଣନ୍ କେବଳ ଭାରତବର୍ଷର ନୁହେଁ ପୃଥିବୀର କତିପୟ ଚିନ୍ତାନାୟକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଏବଂ ତାଙ୍କର ପ୍ରତିଭା ବଳରେ ବିଶ୍ଵ ବନ୍ଦିତ ମହିମା ଅର୍ଜନ କରିଥିଲେ । ସେଥି ପାଇଁ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ନେହେରୁ, ରାଜ ଗୋପାଳାଚାରୀ, ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାନ୍ ପୁରୁଷ ମାନେ ତାଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ଏବଂ ଏହି ଶ୍ରଦ୍ଧା ଓ ସମ୍ମାନ ତାଙ୍କୁ ଭାରତବର୍ଷର ସର୍ବୋଚ୍ଚ ଆସନରେ ଅଧୁରୂଢ଼ କରାଇ ଦେଇଥିଲା । ସେ ଭାରତ ବର୍ଷର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ।

ପୂଜନୀୟ ରାଧାକ୍ରିଷ୍ଣନ୍ ସର୍ବୋଚ୍ଚ ଦାର୍ଶନିକ ଥିଲେ ସତ୍ୟମାତ୍ର ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା- ସେ ଥିଲେ ଜୀବନବ୍ୟାପୀ ଜଣେ ଆଦର୍ଶ ଶିକ୍ଷକ, ଅଧ୍ୟାପକ । ତାଙ୍କ ଅଧ୍ୟାପକ ଜୀବନ ସଂପର୍କରେ ଏତେ ଜନଶ୍ରୁତି ଓ କିମ୍ବଦନ୍ତୀ ପ୍ରଚଳିତ ଯେ, ତାହା ହିଁ ତାଙ୍କର ମହାନତା ସଂପର୍କରେ ସବୁଠାରୁ ବଡ଼ ପ୍ରମାଣ ଥିଲା । କଥିତ ଅଛି- ସେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ତାଙ୍କୁ ଗୋଟିଏ ବଗି ଗାଡ଼ିରେ ବସାଇ ଘୋଡ଼ା ବଦଳରେ ପରମ ଶ୍ରଦ୍ଧା ଓ ଭକ୍ତିର ସହିତ ଛାତ୍ରମାନେ ଗାଡ଼ିଟିକୁ ଟାଣି ଟାଣି ତାଙ୍କ ଘର ପର୍ଯ୍ୟନ୍ତ ନେଇ ଯାଉଥିଲେ । ଭାରତର ଆଉ ଜଣେ ଯୋଗଜନ୍ମା ପୁରୁଷ ଶ୍ରୀ ଅରବିନ୍ଦଙ୍କୁ ତାଙ୍କ ଅଧ୍ୟାପନା  ସମୟରେ ତାଙ୍କର ଗାଡ଼ିକୁ ମଧ୍ୟ ଏହିପରି ଭାବରେ ଛାତ୍ରମାନେ ଟାଣି ନେଉଥିବା କଥା ଜନଶ୍ରୁତି ରହିଛି ।

ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି

କେବଳ ଏହି ଦୁଇଜଣ ନୁହଁନ୍ତି, ଏ ଦେଶର ଓ ଆମ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ( ନୀଳକଣ୍ଠ, ଗୋଦାବରୀଶ, ଆଚାର୍ଯ୍ୟ ହରିହର ପ୍ରମୁଖ) ଯେଉଁମାନେ କି ଜନନାୟକ ବା ଦେଶ ନିର୍ମାତା ରୂପେ ଆମ୍ଭ ମାନଙ୍କର ପୂଜନୀୟ ହୋଇଛନ୍ତି ସେମାନେ ମୂଳତଃ ଶିକ୍ଷକ ହିଁ ଥିଲେ । ଶିକ୍ଷକଙ୍କୁ ଦେଶ ଓ ଜାତିର ଯେ ମେରୁଦଣ୍ଡ ବୋଲି କୁହାଯାଇଛି । ଏହି ବିଶେଷ ଉକ୍ତିର ନିଦର୍ଶନ ଏହିସବୁ ମହାନ୍ ବ୍ୟକ୍ତିମାନେ ଆପଣା ଆପଣା ଜୀବନରେ ଦେଖାଇ ପାରିଛନ୍ତି ।

ଶିକ୍ଷକ ମାନଙ୍କୁ ଶ୍ରେଷ୍ଠ ଆସନ

ଭାରତବର୍ଷର ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ଯୁଗ ଯୁଗ ଧରି ଏ ଦେଶର ରାଷ୍ଟ୍ର ନିର୍ମାତାମାନେ ଏହି ଶିକ୍ଷକ କୁଳରୁ ହିଁ ଉଦ୍ଭୁତ ହୋଇ ଆସିଛନ୍ତି । ଭାରତରେ ଶିକ୍ଷକ ମାନଙ୍କୁ ଶ୍ରେଷ୍ଠ ଆସନ ଦେବାର ପରମ୍ପରା ଯୁଗ ଯୁଗ ଧରି ରହି ଆସିଛି । ପ୍ରାଚୀନ ଭାରତରେ ମଧ୍ୟ ଆଚାର୍ଯ୍ୟ ମାନଙ୍କର ସ୍ଥାନ ସଦାସର୍ବଦା ରାଜାମାନଙ୍କ ଉପରେ ନିର୍ଦ୍ଧାରିତ ହୋଇ ରହିଥିଲା । ଶିକ୍ଷକ ବା ଗୁରୁ କେବଳ ଛାତ୍ରମାନଙ୍କୁ ପାଠ ପଢ଼ାନ୍ତି ନାହିଁ ବରଂ ସମାଜକୁ ସର୍ବଦା ସବୁ ଦିଗରେ ଠିକଣା ବାଟଟିକୁ ଧରିବା ଲାଗି ଶିକ୍ଷା ଦେଇଥାନ୍ତି । ଦେଶର ରାଜନୀତି, ଅର୍ଥନୀତି, ଧର୍ମ, ସାହିତ୍ୟ, ସଂସ୍କୃତି ଓ ଲୋକାଚାର ଉପରେ ଆଦର୍ଶ ଶିକ୍ଷକମାନେ ସର୍ବଦା ସଚେତନ ଦୃଷ୍ଟି ରଖୁଥାନ୍ତି । ସମାଜ ଯେତେବେଳେ ଗୋଟିଏ ବିରାଟ ପରିବର୍ତ୍ତନ ଦେଇ ଗତି କରୁଥାଏ, ସେତେବେଳେ ସମସ୍ତେ ବିହ୍ବଳ ହୋଇ ପଡ଼ିଥିବା ବେଳେ ସଜାଗ ଚିତ୍ତ ଶିକ୍ଷକ ହିଁ ତା’ର ମତି ସ୍ଥିର ରଖୁଥାନ୍ତି ଏବଂ ଦୃଷ୍ଟି ସ୍ଥିର ରଖିଥାନ୍ତି । ଶିକ୍ଷକ ନିଜେ କାଳର ପ୍ରଭାବରେ ଭିତରେ ଥାଇ ମଧ୍ୟ କାଳଠାରୁ ନିଜକୁ ମାନସିକ ସ୍ତରରେ ଦୂରେଇ ରଖି ଅତୀତ ଓ ବର୍ତ୍ତମାନକୁ ବିବିଧ ଭାବରେ ବିଶ୍ଳେଷଣ କରି ଭବିଷ୍ୟତ ପ୍ରତି ଅଙ୍ଗୁଳି ନିଦର୍ଶନ କରିଥାନ୍ତି । କାଳର ଘାତ ପ୍ରତିଘାତ ଭିତରେ ଶିକ୍ଷକ ନିଜେ ହୁଏତ ଆତଜାତ ହୁଅନ୍ତି ମାତ୍ର ସେ ସର୍ବଦା ନିଭୀକ ରହିଥାନ୍ତି । କୌଣସି ବାହ୍ୟ ଶକ୍ତି ତାଙ୍କର ଉନ୍ନତ ଶିରକୁ ଅବନତ କରାଇ ପାରନ୍ତି ନାହିଁ - ଯେଣୁ ସେ ନିଜକୁ ଜାତିର ଶିକ୍ଷକ ଭୂମିକାରେ ରଖିବାରେ ସକ୍ଷମ ବା ସମର୍ଥ ହୋଇପାରିଥାନ୍ତି । ଶିକ୍ଷକ ହେଉଛନ୍ତି ନିରପେକ୍ଷ ଓ ଦେଶର ରାଜା, ପ୍ରଜା, ଶାସକ, ଶାସିତ, ଧନୀ, ନିର୍ଭନ, ବିଦ୍ବାନ, ମୂଖି, ଶିଷ୍ଟ, ବିଶିଷ୍ଟ ଓ ଅଶିଷ୍ଟ ସମସ୍ତଙ୍କ ପ୍ରତି ତାଙ୍କର ହୃଦୟ ବାତ୍ସଲ୍ୟ ପରାୟଣ । ଶିକ୍ଷକ ଚାହାନ୍ତି ସମସ୍ତେ ଭଲ ହୁଅନ୍ତୁ – ସମସ୍ତେ ପ୍ରଜ୍ଞା ଲାଭ କରନ୍ତୁ - ସମସ୍ତେ ଶିଷ୍ଟ ହୁଅନ୍ତୁ - ସମସ୍ତଙ୍କର ଅକ୍ଷର ପରିଚୟ ହେଉ । ସମସ୍ତେ ଶୂନ୍ୟରୁ ପୂର୍ଣ୍ଣ ଆଡ଼କୁ ଅଗ୍ରସର ହେବାର ସାଧନା କରନ୍ତୁ । ଶିକ୍ଷକର ବୃଦ୍ଧି ପବିତ୍ର ହେଲେ ଛାତ୍ର ମାନଙ୍କୁ ଜ୍ଞାନ ଦେବା ମାଧ୍ୟମରେ ସେ ନିଜକୁ ଦେଇ ଦିଅନ୍ତି । ଯାହାଦ୍ଵାରା କି ଜଣେ ଛାତ୍ର ଶିକ୍ଷକଙ୍କଠାରୁ ବେଶୀ ଜ୍ଞାନୀ ହୁଏ ବେଶୀ ସମ୍ମାନ ଓ ଐଶ୍ଵର୍ଯ୍ୟର ଅଧକାରୀ ହୁଏ । ଏଭଳି ହେଲେ ଶିକ୍ଷକର ଆନ୍ତରିକ କାମନା ପୂର୍ଣ୍ଣ ହୁଏ ।

ପ୍ରତିଟି ଦେଶ ଗୁରୁ ଦିବସ ପାଳନ କରନ୍ତି । ପିତାମାତାଙ୍କ ସନ୍ତାନ ମାନଙ୍କୁ କେବଳ ଜନ୍ମ ଦେଇଥାନ୍ତି । କିନ୍ତୁ ଶିକ୍ଷକ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମନୁଷ୍ୟ କରିଥାନ୍ତି । ଶିକ୍ଷକ ହିଁ ଦୂରଦ୍ରଷ୍ଟା - ଉପଦେଷ୍ଟା ଭାବରେ ଜାତିର ଶ୍ରେଷ୍ଠ ସମ୍ମାନ ପାଇଥାନ୍ତି । ଶିକ୍ଷକ ହିଁ ଜାତିକୁ ଅନ୍ଧାରରୁ ଆଲୋକକୁ, ମୃତ୍ୟୁରୁ ଅମୃତକୁ ନେଇ ଯାଉଥିଲେ । ଏଥିପାଇଁ ଏକାଙ୍ଗ ଚକ୍ରବର୍ତ୍ତୀ ରାଜ ସିଂହାସନରୁ ଓହ୍ଲାଇ ନିଜ ଗୁରୁଙ୍କ ଚରଣ ତଳେ ଭକ୍ତି ଅର୍ଘ୍ୟ ସମର୍ପଣ କରୁଥିଲେ । ଗୁରୁକୁଳର ଅସାଧାରଣ ବିବତ୍ତା ଓ ଚରିତ୍ରାବରା ଦେଶ ବିଦେଶର ହଜାର ହଜାର ଶିଷ୍ୟଙ୍କୁ ଆକର୍ଷଣ କରୁଥିଲା । ଜ୍ଞାନାର୍ଜନ ଓ ସତ୍ୟାନୁସନ୍ଧାନରେ ଉଭୟେ ଗୁରୁ ଓ ଶିଷ୍ୟ ବ୍ରତୀ ହେଉଥିଲେ । କିନ୍ତୁ ଆଜି ସେ ସ୍ଵଯୁଗ ଅସ୍ତମିତ । ଗୁରୁଶିଷ୍ୟଙ୍କ ବାକ୍ଷିତ ସୁ-ସମ୍ବନ୍ଧ ଅଧୁନା ସ୍ଵପ୍ନ । ସେହି ଜ୍ଞାନ ପିପାସାର ସୃଦୀ ଶୁଷ୍କ । ପାରସ୍ପରିକ ସଦିଚ୍ଛା ଓ ସ୍ନେହ ଭକ୍ତିର ସୁରଧ୍ବନୀ ସମାଜର ଜଟା’ ମଧ୍ୟରେ ସହୀନ ।

ଶିକ୍ଷକ ନିଜ ଜୀବନକୁ ଅଧ୍ୟୟନ କରି ଚାଲିବା ସହ ଅପରକୁ । ତା’ର ଅଧ୍ୟୟନ ଲ ଜ୍ଞାନ ଦାନ କରି ଚାଲିଥାନ୍ତି । ନିଜର ଅନ୍ତର ଭିତରେ ସେ ସର୍ବଦା ଆଲୋକ ଜଳାଇ ରଖିଥାନ୍ତି । ଶିକ୍ଷକ ଯାହା । ସଂସ୍ପର୍ଶରେ ଆସନ୍ତି ତାଙ୍କୁ ଆଲୋକିତ କରି ଦିଅନ୍ତି । ତା’ ଭିତରେ ଆଲୁଅ ଜଳାଇ ଦିଅନ୍ତି । ନିଜକୁ ସର୍ବଦା ପ୍ରଜ୍ଜଳିତ ରଖିବା ଓ ଅନ୍ୟକୁ  ପ୍ରଜ୍ୱଳିତ କରିବା ହେଉଛି ଶିକ୍ଷକଙ୍କର ଜୀବନର ଅହରହ ସାଧନା ।

ଗୁରୁ ଦିବସ’ର ମହତ୍ୱ

ସେପ୍ଟେମ୍ବର ପାଞ୍ଚ ତାରିଖ - ଗୁରୁ ଦିବସ’ର ମହତ୍ୱ ହେଉଛି ସମାଜିକ ଜୀବନରେ ଗୁରୁଙ୍କର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ । ଚିର ସ୍ମରଣୀୟ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଶୁଭ ଜନ୍ମ ତିଥିରେ ତାଙ୍କର ମହନୀୟ ଚରିତକୁ ସ୍ମରଣ କରି କୃତାର୍ଥ ହେବା ସଂଗେସଂଗେ ଆମ । ରାଜ୍ୟର ସମସ୍ତ ଗୁରୁ ଶିକ୍ଷକ, ଅଧ୍ୟାପକମାନଙ୍କ ଶ୍ରୀଚରଣାରବିନ୍ଦୁ । ଶତକୋଟି ପ୍ରଣାମ ହେଉଛି ଏ ଗୁରୁ ଦିବସର ଶୁଭ ଅନୁଚିନ୍ତା ।

ଆଧାର - ଇ ମାଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top