ଉପକ୍ରମ
ମାଛ ର ବହୁତ ଉପକାରିତ ଗୁଣ ଥାଏ ।
- ପ୍ରସୂତି ମା’ଙ୍କୁ ଖାଇବାକୁ ଦେଲେ ମାଛ । ବୁଦ୍ଧିଆ ପିଲାଟି ଜନ୍ମିବ ଜାଣି ରଖ ।।
- ମାଛ ପୁଷ୍ଟିସାର, ମାଛ ସ୍ନେହସାର ହୋଇଥାଏ ସହଜରେ ହଜମଶୀଳ ଖାଇଲେ ତାକୁ-କି ପିଲା, କି ବୁଢା ରୋଗୀଟିଏ ମଧ୍ୟ ହୁଏ ସବଳ ।।
- ଗୋଟା ଚୁନାମାଛ –ଯେ ନିତି ଖାଏ ଅସ୍ଥି ତାହାର ମଜବୁତ୍ ହୁଏ ।।
- ଘରକୁ ଆସିଲେ କୁଣିଆ ନ ହେବ କେବେ ଛାନିଆଁ । ମାଛକୁ କରି ତରକାରୀ ପରଶିବ ତାଙ୍କୁ ଆଦର କରି ।।
- ନିୟମିତ ଥିଲେ ଖାଦ୍ୟରେ ମୀନ । ସୁସ୍ଥ ରହିବ ଜୀବନ ତମାମ ।।
- ମାଛଚାଷ ଯାହାର । କି ଆନନ୍ଦ ତାହାର ।।
- ପୋଖରୀରେ କଲେ ମିଶ୍ରିତ ମାଛଚାଷ । ଖାଦ୍ୟ ପ୍ରତିଦ୍ଵନ୍ଦିତା କମ୍ ହେବା ସହିତ ଲାଭ ହେବ ଅଶେଷ ।।
- ଆଧୁନିକ ଶୈଳୀରେ କଲେ ସଘନ ମାଛଚାଷ କୃଷକର ଲାଭ ସଙ୍ଗେ ହେବ ଦେଶର ବିକାଶ ।।
- ଧନ୍ୟ ତୁମେ ମତ୍ସ୍ୟ, ଧନ୍ୟ ତୁମର ଉପକାର ତୁମ ବେପାର କରି ଚାଲୁଛି ମୋ ଅଭାବୀ ସଂସାର ।।
- ମତ୍ସ୍ୟ ରୂପେ ସୃଷ୍ଟି ତୋର କେବେ ମଧୁର ଜଳରେ ତ କେବେ ଲୁଣି ପାଣିରେ ଲୋଡା ହୁଅ ଖାଦ୍ୟ ରୂପେ ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ।।
ମାଛ ଯାହାର ଆହାର ରୋଗ ନାହିଁ ତାହାର
- ମାଛ ଆଉ ଗଛ ଏମାନେ ଯେ ଠକିବେ ଏହା ସଂପୂର୍ଣ୍ଣ ମିଛ ।।
- ମୁଣ୍ଡା ଯାଆଁଳ ଛାଡି କରିଲେ ଚାଷ ମାଛ ଧରିବା ଭାଇ ମାସକୁ ମାସ ।
- ଅତି ଦରକାରୀ ଲୌହ ଓ ତମ୍ବାସାର ଦେଶୀ ମାଗୁର ମାଛରେ ଥାଏ ପ୍ରଚୁର ।। ରକ୍ତହନୀ ରୋଗୀର ଏହା ଔଷଧ ନିୟମିତ ଖାଇ ସେ ହୁଏ ନୀରୋଗ ।।
- ମତ୍ସ୍ୟ ଅବତାରେ ଅବତୀର୍ଣ୍ଣ କେଶବ ଭଗବାନ । ସ୍ୱାସ୍ଥ୍ୟ ଓ ସମ୍ପଦ କରନ୍ତି ପ୍ରଦାନ ।।
- ଧନ୍ୟ ତୁହି ମୀନ, ଧନ୍ୟ ତୋ ଜୀବନ ସ୍ରଷ୍ଟାଙ୍କ ଦୃଷ୍ଟିରେ ତୁ ଅଟୁ ଅନନ୍ୟ ମନୁଷ୍ୟର ସୁସ୍ଥ ଜୀବନ ହିଁ ତୋର କାମ୍ୟ।।
- ମାଛକୁ ନେଇ ଯେ କରେ ବ୍ୟବସାୟ ଖ୍ୟାତି ସହ ହୁଏ ଧନର ଆଦାୟ ।।
- ପଖାଳଭାତ ଦେହକୁ ହୀତ ଯଦି ଥାଏ ମାଛ ତା ସହିତ ।।
- ମାଛ ସାଙ୍ଗକୁ ବତକ ଅବା କୁକୁଡା ଚାଷ ଚାଷୀ ମୁହଁରେ ଆଣିହେବ ମେଞ୍ଚାଏ ହସ ।।
- ଖଇଙ୍ଗା, ଭେକିଟି, ଇଲିସି,ଚାନ୍ଦି ସୁଆଦ ଜାଣିବ, ଖାଇଲେ ରାନ୍ଧି ।।
- ମାଛ ଖାଅ, ମାଛ ଖୁଆଅ ଅତିଥି ଦେବଙ୍କୁ ଖୁସି କରାଅ ।।
- ଭାକୁର ମାଛ ଉପର ପାଣିରେ ରୋହୀ ମାଛ ବଢେ ମଝିରେ ।। ମିରିକାଳୀ ରହେ ତଳପାଣିରେ ଚାଷୀ ଭାଇ ଏ ସବୁ ଜାଣି ଥାଅରେ ।।
- ଆଖି ଥିବ ସତେଜ ଗାଲି ଦିଶୁଥିବ ନାଲି କିଣିଲା ବେଳେ ଜାଣିବ ଏହା ତାହା ମାଛ ବୋଲି ।।
- ମାଛକୁ ତାଜା ରଖିବା ପାଇଁ ଗୁଣ୍ଡ ବରଫରେ ଦିଅ ପୁରାଇ ।।
- ଚିଙ୍ଗୁଡି କଙ୍କଡା ଝୋଳ ଭାବିଲେ ପାଟିରୁ ବହଇ ଲାଳ ମାଛ ବେସରକୁ ଗୋଟା ମାଛ ଭଜା ଭାତ କଂସା କରିଦିଏ ଖୋଳ ।।
- ମାଛ ଯାହାର ଆହାର ରୋଗ ନାହିଁ ତାହାର ।।
ଆଧାର – ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ,(ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ)
Last Modified : 6/30/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.