অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଳିଯୁଗର ସମାପ୍ତି ଏବଂ ମିଶ୍ରବାବୁ

କଳିଯୁଗର ସମାପ୍ତି ଏବଂ ମିଶ୍ରବାବୁ

ଲେଖକ ପରିଚୟ

ଭୁବନେଶ୍ଵର ବେହେରା କଳାହାଣ୍ଡି ଜିଲ୍ଲାର ଖୁର୍ସାଲିଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଇଞ୍ଜିନିୟର ଥିଲେ । ଓଡ଼ିଆ କ୍ଷୁଦ୍ରଗଳ୍ପ, ରମ୍ୟରଚନା, ଆତ୍ମଜୀବନମୂଳକ ଉପନ୍ୟାସ ଲେଖୁବାରେ ତାଙ୍କର କଳାଚାତୁରୀ ବାରି ହୋଇପଡ଼େ । ସେ ରଚନା କରିଥିବା ଓଡ଼ିଆ କ୍ଷୁଦ୍ରଗଳ୍ପ ଗୁଡ଼ିକ ସଂକଳିତ ହୋଇଛି କଥା ଓ ଲଥା, ଫର ଫର ଉଡ଼େ, ଆନ୍‌ସାରୀ ଚାଚା ଏବଂ ଅନ୍ୟାନ୍ୟ ଗଢ଼, ମନ୍ତ୍ରଜୀବର ପୁସ୍ତକରେ । ତାଙ୍କ ‘ଶୁଣ-ପରୀକ୍ଷ' ପୁସ୍ତକଟି ଶ୍ରେଷ୍ଠ ପ୍ରବନ୍ଧ ପୁସ୍ତକ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ୧୯୭୭ରେ ପୁରସ୍କୃତ । ଆତ୍ମ ଜୀବନୀ ଆଧାରିତ ଉପନ୍ୟାସ 'ଗାରି ଡାକ ‘ ପାଇଁ ୧୯୯୪ ମସିହାରେ ସେ ଶାରଳା ପୁରସ୍କାର ପାଇଥଲେ ।

‘କଳିଯୁଗର ସମାପ୍ତି ଓ ମିଶ୍ରବାବୁ ’ କ୍ଷୁଦ୍ରଗଳ୍ପ ‘ଝଙ୍କାର' ପତ୍ରିକାର ଏପ୍ରିଲ, ୧୯୮୪ ସଂଖ୍ୟାରେ ପ୍ରକାଶ ପାଇଥୁଲା । ଗଢ଼ଟି 'ଆନ୍ ସାରୀ ଚାଚା' ଏବଂ ଅନ୍ୟାନ୍ୟ ଗଢ଼' ବହିରେ ସଂକଳିତ । ପ୍ରାଣୀଜଗତର ମାନବେତର ପକ୍ଷୀମାନଙ୍କ ପ୍ରତି ମଣିଷର ଶ୍ରଦ୍ଧା ଓ ସେମାନଙ୍କ ଭାଷା ବୁଝିବା ପରିପ୍ରେକ୍ଷୀରେ ମାନବ ଜୀବନକୁ ବୁଝିବା ହାସ୍ୟାକର ରାତିରେ ବର୍ଣ୍ଣିତ ।

ଗଦ୍ୟ

ମଣିଷ ମୁଣ୍ଡର ଖପୁରି ତଳେ ଅତ୍ୟାଧୁନିକ କାରଖାନାଟିଏ ଆଉ ତା' ସାଙ୍ଗକୁ ଗୋଟାଏ କମ୍ପ୍ୟୁଟର କେନ୍ଦ୍ର ସ୍ଥାପିତ ହୋଇ ରହିଥିବା କଥା ସମସ୍ତଙ୍କୁ ଜଣା । ଯେକୌଣସି କାରଖାନାର ବିଭିନ୍ନ ସ୍ଥାନମାନଙ୍କରେ ବିଭିନ୍ନ ଯନ୍ତ୍ରପାତି ଖଞ୍ଜା ହେଲା ବେଳେ ଛୋଟ ବଡ଼ ଅସଂଖ୍ୟା ପେଞ୍ଚସ୍କୃ-ଖିଲ-କଣ୍ଟା ଯେପରି ବ୍ୟବହୃତ ହୋଇଥାଏ, ଏଇ ଖପୁରି ତଳ କାରଖାନାରେ ମଧ୍ୟ ସେପରି ପେଞ୍ଚ-ସ୍କୃ ମାନ ଯେ ବ୍ୟବହୃତ ହୋଇଥୁବ, ସେଥିରେ ସନ୍ଦେହ ନାହିଁ । ଯନ୍ତ୍ରପାତି ଖଞ୍ଜିଲା ବେଳେ କାରିଗର ମେକାନିକର ସାମାନ୍ଯ ଅସାବଧାନତା ଯୋଗୁଁ ହେଉ ଅଥବା କଳ କବଜାମାନଙ୍କର କ୍ରମାଗତ ବ୍ୟବହାର ଯୋଗୁଁ ହେଉ, ଦି ଚାରିଟା, ପେଞ୍ଚ ସ୍କୃ ବେଳେବେଳେ ଢିଲା ହୋଇପଡ଼େ, ଏବଂ ଯେପରି ଢିଲା ସ୍କୃ ଉପରେ ଆସ୍ଥାନ ମାଡ଼ି ବସିଥିବା କାରଖାନାର ମାଲିକ ନିଜେ ମଧ୍ୟ ଟିକିଏ ତେଢ଼ା ହୋଇ ପଡ଼ନ୍ତି । ଏପରି ତେଢ଼ା ମଣିଷମାନେ ସାଧାରଣତଃ ଏକଜିଦିଆ, ଏକ ଶିଙ୍ଗା, ଏକ ଧସିଆ । ଅକ୍ଷେର ନଗରୀର ଅବୁଝା ରଜାଙ୍କ ପରି ସେମାନେ ଯାହା ବୁଝିଥିବେ ବୁଝିଥିବେ ।

ପୁନଶ୍ଚ ମୁଣ୍ଡ ଯେତିକି ବଡ଼, ସେ ମୁଣ୍ଡର ଅଧିକାରୀ ସେତିକି ପ୍ରତିଭାବାନ ବୋଲି ଲୋକେ କହନ୍ତି । ସେପରି ପ୍ରତିଭାବାନ ବଡ଼ ମୁଣ୍ଡିଆଙ୍କ ଖପୁରି-ତଳ କାରଖାନା ଅପେକ୍ଷାକୃତ ବଡ଼ ହୋଇଥିବାରୁ ସେଥିରେ ଲାଗିଥିବା ପେଞ୍ଚ-ସ୍ତ୍ର ଏବଂ ସେ ଭିତରୁ ଢ଼ିଲା ହୋଇଥିବା ସ୍କୃର ସଂଖ୍ୟା ମଧ୍ୟ ଅପେକ୍ଷାକୃତ ବେଶୀ । ଏଇ ନେପୋଲିୟନ ହିଟଲର ମାନେ ତାଙ୍କ ତେଢ଼ି ନଜର ନେଇ ଯେଉଁ କାମରେ ଲାଗନ୍ତି, ଲାଗିଥାନ୍ତି - ଦେବ-ଦାନବ ପଶିବାକୁ ଭୟ କରୁଥିବା ସ୍ଥାନକୁ ଧସାଇ ପଶନ୍ତି । ଖାଲ ଡିପ ନମାନି ସମସ୍ତଙ୍କୁ ଠେଲି ପେଲି ଆଗକୁ ମାଡ଼ି ଚାଲନ୍ତି, ଏଭରେଷ୍ଟ ଶୃଙ୍ଗ ଚଢ଼ନ୍ତି, ସମୁଦ୍ରର ଅକାତକାତ ପାଣିରେ ଡୁବା ମାରନ୍ତି, ଚନ୍ଦ୍ର ପୃଷ୍ଠାରେ ଓହ୍ଲାଇ ପଢ଼ନ୍ତି, ମହମ୍ମଦ ତୋଗଲକଙ୍କ ପରି ଦିଲ୍ଲୀରୁ ଦୌଲତାବାଦ ଓ ଦୌଲତାବାଦରୁ ଦିଲ୍ଲୀ ହେଉଥାନ୍ତି ।

ମିଶ୍ର ବାବୁ ଯେ ଏପରି ଜଣେ ଅସାଧାରଣ ପ୍ରତିଭାବାନ ବ୍ୟକ୍ତି, ସେକଥା ଜୟଦେବ ଜାଣିଥିଲେ । ତାଙ୍କ ରୀତିନୀତି ଚାଲି ଚଳଣ ଜଣାଇ ଦେଉଥୁଲା ଯେ ତାଙ୍କ ମୁଣ୍ଡର କେତେ ସ୍କୃ ଢ଼ିଲା । କିନ୍ତୁ ସେଦିନର ତାଙ୍କ ଢ଼ଙ୍ଗ ରଙ୍ଗ ଦେଖି ଜୟଦେବଙ୍କ ଆଶଙ୍କା ହେଲା ଯେ ମିଶ୍ରବାବୁଙ୍କ ମୁଣ୍ଡର ଖପୁରି-ତଳ କାରଖାନାର ଯେଉଁ ଗୋଟିଏ ଅଂଶରେ ଲାଗିଥିବା ଗୁଡିଏ ନଟ, ଏକା ସଙ୍ଗରେ ଢ଼ିଲା ହୋଇଯିବା ଫଳରେ ଅଥବା କେତେକ ବୋଲଟ ଏକା ସଙ୍ଗରେ ଛିଣ୍ଡିଯିବା ଯୋଗୁଁ କାରଖାନାର ଫାଳେ ଏକାଥରେ ଭୂଶୁଡି ପଡ଼ିଛି ।

ଖରା ଛୁଟି ସରି ଆସିଲା ବେଳକୁ ଜୟଦେବ ବାବୁଙ୍କ ଝିଅ ସରିତା ତା' ପୁଅଝିଅଙ୍କୁ ଧରି ଘରକୁ ଫେରୁଥାଏ । ଟ୍ରେନ ତ ଚେଷ୍ଟସନରେ ମାତ୍ର ଦୁଇ ମିନିଟ ଠିଆ ହୁଏ । ଝିଅ ଏବଂ ନାତି ନାତୁଣୀଙ୍କୁ ରେଳ ଗାଡ଼ିରେ ନିଜେ ବସାଇ ଦେଇ ଆସିବେ ବୋଲି ଜୟଦେବ ସପ୍ଲକ କେସିଙ୍ଗା ଚେଷ୍ଟସନ କୁ ଯାଇଥାନ୍ତି । ଟ୍ରେନ ପହଞ୍ଚିଲା ପରେ ତାଙ୍କ ଡବା ପାଖରେ ନାତି ନାତୁଣୀମାନେ ଯଥାରୀତି ଆଈଙ୍କି ଜାବୁଡ଼ି ଧରିଲେ ଏବଂ ଆଈ ସକେଇବାକୁ ଆରମ୍ଭ କଲେ । ସେମାନଙ୍କ ମୁଁ ମୁଁ ଭିତରେ ରେଳଗାଡ଼ି ମଧ୍ୟ ସୁ' ସୁ' କରି ଦେଲାଣି-ଜାଣି ଜୟଦେବ ନାତି-ନାତୁଣୀମାନଙ୍କୁ କୌଣସିମତେ ଗାଡ଼ି ଉପରକୁ ଉଠାଇ ଦେଇଛନ୍ତି କି ନାହିଁ, ଟ୍ରେନ ଚାଲିବାକୁ ଆରମ୍ଭ କଲା । ତା' ପରେ କିଛି ଦୂର ହାତ ହଲାହଲି । ରୁମାଲ ହଲାଇଲା ବେଳକୁ ଟ୍ରେନ ମୋଡ଼ ନେଲା ଯେ ଆଉ କିଛି ଦିଶିଲାନି ।

ନାତି ନାତୁଣୀଙ୍କ କେତେ ଦିନର ଆନନ୍ଦ କୋଳାହଳ ପରେ ଏ ବିଛେଦ । ବିଷାଦଭରା ମନ ନେଇ ଜୟଦେବ ତାଙ୍କ ସ୍ତ୍ରୀଙ୍କ ସହ ଷ୍ଟେସନ ଛାଡ଼ି କାର, ଆଡ଼ିକି ଆସୁଛନ୍ତି, ଅନୁମାନ କଲେ ଯେ ତାଙ୍କ କାରରେ ଲୋକ ଭର୍ତ୍ତି । ଏ ମୁର୍ଖାଗୁଡ଼ାକ ପ୍ରାଇଭେଟ କାରକୁ ଭଡ଼ା ଗାଡ଼ି ବୋଲି ଧରି ନେଇ ଆଗତୁରା ବସି ଗଲେଣି ଭାବି ସେ ରାଗରେ ସ୍ତ୍ରୀଙ୍କୁ ପଛରେ ପକାଇ ଗାଡି ପାଖକୁ ମାଡି ଆସୁଛନ୍ତି, ହସ ଆଉ କାଶର ଗୋଟାଏ ଅଭୂତ ସମ୍ମିଶ୍ରଣ ଶୁଣି ଯେଉଁଠି ଥିଲେ ସେଇଠି ଟିକେ ଥମିଗଲେ । ମନେ ହେଲା ସେ ହସ ଆଉ ଖଣ୍ଡିକାଶ ତାଙ୍କର ବେଶ୍ ପରିଚିତ । ଗାଡ଼ି ପାଖକୁ ଆସି ସେ ଯେମିତି ଭିତରକୁ ଅନାଇ ଦେଇଛନ୍ତି ଜଣେ ଝିଅର ମୁହଁ ଦେଖି ତାଙ୍କର ମନେ ହେଲା ମୁହଁଟି ଚିହ୍ନା ଚିହ୍ନା । ସାମନା ସିଟରେ ଜଣେ କେହି ଭ୍ରଦଲୋକ ଦି’ଜଣ ଛୋଟ ଛୁଆଙ୍କୁ ନେଇ ବସିଛନ୍ତି । ପଛପଟ ସିଟରେ। ଏ ଝିଅ ଏବଂ ଗୋଟାଏ ସଫେତ୍ ଦାଢ଼ି ଜୟଦେବ କ’ଣ କରିବେ ବୁଝି ନପାରି ବଲ ବଲ ଅନାଇଥିବା ଦେଖି ଦାଢ଼ିବାଲା ବୁଢ଼ା ପାଟିରେ ଫୋଟକା ଫଟାଇ ‘ ହେ-ହେ -ହେ'ର ଗୋଟାଏ ଲହର ଛାଡ଼ି ଦେଲେ । ସର୍ବସ୍ଵତ୍ଵ ସଂରକ୍ଷିତ ସେ ହସ ନିଃସନ୍ଦେହରେ ଜଣାଇ ଦେଲା ଯେ ଦାଢ଼ିବାଲା। ଭଦ୍ର ଲୋକଟି ସ୍ଵୟଂ ମିଶ୍ରବାବୁ, ତାଙ୍କ ପାଖରେ ବସିଥିବା ଝିଅ ଯେ ଗୌରୀ, ସେଥିରେ ଆଉ ସନ୍ଦେହ ନଥୁଲା । ଜୟଦେବ ଖୁସିରେ ଚିତ୍କାର କଲେ – ଆରେ - ମିଶ୍ରବାବୁ.. ଆଉ ଗୌରୀ ... ତୁ ?

ମିଶ୍ରବାବୁ ଗାଡ଼ି ଭିତରୁ ବାହାରି ପଡି ନମସ୍କାର କର୍ଜୁ କର୍ଜୁ କହିଲେ – ‘ଭାଇନା- ମୁଁ ଆପଣଙ୍କୁ ଏମିତି ଚମକାଇ ଦେବି ବୋଲି ସ୍ଥିର କରି ଆଗରୁ ଆପଣଙ୍କ କାର ଭିତରେ ବସି ଯାଇଛି । ମୋ ଜୋଇଁଙ୍କର ତ ଭବାନୀପାଟଣା କଲେଜକୁ ବଦଳି ହୋଇଯାଇଛି - ଖରା ଛୁଟି ପରେ କଲେଜ ଖୋଲିବା ପ୍ରଥମ ଦିନ ହିଁ ନୂଆ ପୋଷ୍ଟରେ ଯୋଗ ଦେବା କଥା - କିନ୍ତୁ ନୂଆ ସହରରେ କେଉଁଠି କିଛି ଠିକଣା ନାହିଁ । ଗୌରୀ ଏଣେ ଜିଦ୍ କଲା ଯେ ସେ ମୂଳରୁ ଆସି ଭଡ଼ା ଘର ଠିକ୍ କରି ରହିବ ଆଉ ପିଲାଙ୍କୁ ସ୍କୁଲରେ ଛାଡ଼ିବ । ମୁଁ ବି ଦେଖିଲି ସତରେ ଟିକେ ଡେରି ହୋଇଗଲେ ସାନ ଛୁଆଙ୍କୁ କୌଣସି ସ୍କୁଲରେ ସିଟ୍ ମିଳେନି - ଆପଣ ଏବେ ଭବାନୀପାଟଣାରେ ରହୁଛନ୍ତି ଜାଣି ଦିନେ ଦି ଦିନ ପାଇଁ ଆପଣଙ୍କ ପାଖେ ରହିଗଲେ ମନ୍ଦ ହୁଅନ୍ତା ନାହିଁ ଭାବି ସେମାନଙ୍କୁ ସାଙ୍ଗରେ ନେଇ ଆସିଲି । ପ୍ଲାଟଫର୍ମ ବାହାରେ ଖାଲି ଗାଡିଟିଏ ଦେଖି ଆଗତୁରା ଭଲ ସିଟ୍ ସବୁ ଦଖଲ କରି ନେଇଥିବା ଉଚିତ ଭାବି ପାଖକୁ ଆସି ନମ୍ବର ପ୍ଲେଟ ଦେଖି, ମନେ ହେଲା ଗାଡ଼ିଟି ବେଶ୍ ଚିହ୍ନା - ହୁଏ ତ ଆପଣଙ୍କର । ପାଖରେ ଜଣେ ଦି’ଜଣଙ୍କୁ ପଚାରି କଥାଟି ଠିକ୍ ବୋଲି ବୁଝି ନେଲା ପରେ ଗାଡିରେ ଆମେ ସମସ୍ତେ ବସିଗଲୁ ।'

ଅନେକ ଦିନ ପରେ ଏ ଦେଖା ସାକ୍ଷାତ । ଗୌରୀ ଓ ତା ସ୍ଵାମୀ ଯଥାବିଧି ତାଙ୍କ ମାଉସୀଙ୍କୁ ପ୍ରଣାମ କରି କିଏ ଏବେ କେଉଁଠି ଅଛି କାହାର କେତେ ପୁଅ ଝିଆ, କାହା ପାଇଁ କେଉଁଠି ପ୍ରସ୍ତାବ ପଡିଛି ସେ ସବୁ ଆରମ୍ଭ କରି ଦେଇଥିଲେ, ଶୀଘ୍ର ପହଞ୍ଚି ରୋଷେଇ ବାସ ନ କଲେ ସାନପିଲାମାନେ ଭୋକରେ ଶୋଇ ପଡ଼ିବେ- ‘ଜୟଦେବଙ୍କ ଇଙ୍ଗିତରେ ସମସ୍ତେ ଆଉ ଡେରି ନକରି ଗାଡିରେ ବସିଗଲେ ଆଉ ଚାଲି ଆସିଲେ ଭବାନୀପାଟଣା ।

ଦି' ତିନିଦିନ ପରେ ଭଡା ଘରଟିଏ ପାଇ ଗୌରୀ ତା ଘରକୁ ଉଠିଗଲା । ଭବାନୀପାଟଣାରେ ତାଙ୍କ ଛୋଟ ରହଣି କାଳ ଭିତରେ ସେ କାହିଁକି ଏପାଖ ସେପାଖ ହେଉଥିବେ– ମିଶ୍ରବାବୁ ରହିଗଲେ ଜୟଦେବ ବାବୁଙ୍କ ଘରେ ।

ପୂର୍ବ ଆଷାଢ଼ । କର୍ମ ଭୀ କେତେ ଅସରା ବର୍ଷା ହୋଇଗଲାଣି । ଆକାଶରେ କଳା ବଉଦର, ଅସରନ୍ତି ପଟୁଆର । ରାତିରେ ଖାଲି ବାହାର ଭିତର ହେବା କଥା । ଖୋଲା ଆକାଶ ତଳେ ଶୋଇଲେ ବର୍ଷାର ଭୟ । ଏଣେ ବାରନ୍ଦାରେ ମଶାଙ୍କ ଭିଡ ଏବଂ ତାଙ୍କ କ୍ରମାଗତ ବେତାଳିଆ ସଙ୍ଗୀତ ସାଙ୍ଗକୁ ମୁନିଆ ଛୁଞ୍ଚିର ଦାଉ । ମଶାରି ଦେଇ ଶୋଇଲେ ଅଣନିଃଶ୍ଵାସୀ ହୋଇ ମରିବା କଥା-କୋଠରି ଭିତରେ ପଖୀତଳ ହିଁ ଅଲା ଦୁଇ ବନ୍ଧୁଙ୍କ ପାଇଁ ଏକମାତ୍ର ଆଶ୍ରୟସ୍ଥଳୀ । ରାତି ସାରା ପଙ୍ଖ ଗରମ ପବନ ବିଞ୍ଚିଛି ବୋଲି ଦି’ ବନ୍ଧୁ ପାହାନ୍ତିଆ ହେଉ ନ ହେଉଣୁ ଚଉକି ଦି'ଟା ବାହାରେ ପକାଇ ଶୀତଳ ପବନ ସାଙ୍ଗକୁ ଗରମ ଚା ବେଢ଼ାକୁଛନ୍ତି – ଲୁଣିଆ ବିସ୍ଫୁଟ ଦି ଚାରିଟା ପାଟିରେ ପକାଉଛନ୍ତି ଆଉ ଗପ ଧରିଛନ୍ତି ତାଙ୍କ ହୀରାକୁଦ ବନ୍ଧ ଦିନର ! ମିଶ୍ର ବାବୁ ହଠାତ୍ ତାଙ୍କ ମୁଣ୍ଡ ବଙ୍କାଇ ହାତ ଠାରି ଜୟଦେବ ବାବୁଙ୍କୁ ତୁନି ହେବାକୁ ଇସାରା ଦେଲେ ଏବଂ କିଛିକ୍ଷଣ ପରେ ପଚାରିଲେ ‘ଶୁଣୁଛନ୍ତି ନା ସେମାନଙ୍କ କଥା’ ?

ଜୟଦେବ ଚାରିଆଡ଼ିକି ଅନାଇଲେ । କାହିଁ, କେଉଁଠି କେହି ନାହାନ୍ତି । ଘର ଭିତରେ କେବଳ ଜୟଦେବ ବାବୁଙ୍କ ସ୍ତ୍ରୀ- କଢ଼େଇରେ କିଛି ଘଣ୍ଟାଘଣ୍ଟିର ଆବାଜରୁ ମନେ ହେଉଛି ଏତେ ଭୋରରୁ ବି କିଛି ଜଳଖିଆ ପତ୍ର କରିବାକୁ ଆରମ୍ଭ କରିଦେଲେଣି । ବାହାର ସଡ଼କରେ କାଁ ଭାଁ ଗୋଟାଏ ଦି'ଟା ରିକ ସା- ଏପର୍ଯ୍ୟନ୍ତ ଲୋକ ମାନଙ୍କ ଯାତାୟାତ ବିଶେଷ ଆରମ୍ଭ ହୋଇନି । କାନୁବାଡ଼ର ଦିପଟେ ଯେଉଁ ଦିଟା ଘର ସେ ଦି'ଟା ପ୍ରାୟ ନିସ୍ତବଧ । ଗୋଟାଏ। ଘରେ କିଏ ଜଣେ ହୁଏତ ଦାନ୍ତ ଘଷି କୁଳି କରୁଛି ଆଉ ନାକ ସଫା କରୁଛି । କାନୁ ଉପରେ ବଣି ଚାରୋଟି ବସି କୌ କଟର ହେଉଛନ୍ତି । ଦୂର ଖପରେଲି ଛାତ ଗୋଟାକ ଉପରୁ କୁକୁଡ଼ାଟିଏ ଉପର ତଳ ମୁଣ୍ଡ ହଲାଇ ଏବେ ବି ତା'ର ନୁତନ ଦିନର ଆବାହନୀ ଡାକ ଛାଡ଼ିଛି - କକରେ କଅକ୍– । ଜୟଦେବ ପଚାରିଲେ ‘କାହା କଥା କି ମିଶ୍ରବାବୁ ?'

‘ଶୁଣୁନାହାନ୍ତି ସେ କାହାଣୀ' - ବିସ୍ଫୁଟ ଚୋବାଇବା କମାଇ ଦେଇ ଉତ୍ତର ଦେଲେ ମିଶ୍ରବାବୁ ।

ଜୟଦେବ ପୁଣି ଥରେ କାନ ଡେରି ଚାରିଆଡ଼ିକି ଆଖି ବୁଲାଇ ଆଣିଲେ । କାହାଣୀ କୁହା ଅଥବା ଗପ ସପର ସୋର ଶବ୍ଦ ତ ଛାଡ଼, କାହିଁ କେଉଁଠି ଫିସ୍ ଫିସ୍‌ର ଆବାଜ ବି ନାହିଁ । କହିଲେ – ତୁଳେଇ ତୁଳେଇ କିଛି ସ୍ଵପ୍ନ ଦେଖୁନ ତ ମିଶ୍ର ବାବୁ ?”

ବଙ୍କା ମୁହଁରେ ସାମାନ୍ୟ ହସ ଖେଳାଇ ମିଶ୍ରବାବୁ ଜବାବ ଦେଲେ – ‘ଶୁଣି ପାରିଲେ ନି ସେ ମୁନାର ପ୍ରଶ୍ନ ? ପଚାରିଲା- ‘ ଦାଢ଼ିଆ ବୁଢ଼ା ଏ ଘରକୁ ନୂଆ ଆସିଛି ନା ବାପା ?’’ ବାପ-ବଣିର ହିଁ ଉତ୍ତର ସରୁ ନ ସରୁଣୁ ମୁକ୍ମିର ଏଣେ ପ୍ରଶ୍ନ- “ବୁଢ଼ା ଦାଢ଼ି କାହିଁକି ରଖିଛି କି ବାପା ?' ବାପ- ବଣି କିଛି ଉତ୍ତର ନଦେଇ ବିରକ୍ତି ପ୍ରକାଶ କଲାକହିଲା- ‘ ତମେ ସେ ଝିଣ୍ଟିକା ଦି'ଟା ଆଗ ଗିଳି ଦିଆ, ତା’ପରେ ଏ ବୁଢ଼ାମାନଙ୍କ କଥା ଶୁଣିବା ।’ ମୁନ୍ନାମୁନ୍ନି କିନ୍ତୁ ଅଝଟ, ଡେଣା ହଲାଇ ଜିଦ୍ କଲେ- “ତମେ ସେ କଥା ନ କହିଲେ ଆମେ ଖାଇବୁନି । ତାପରେ ବାପ ବଣି ଏବେ କହିବାକୁ ଆରମ୍ଭ କରିଛି – ହେଇ ଶୁଣନ୍ତୁ...''

ତମେ ଏ ବଣିମାନଙ୍କ କେର୍କ କଟର ଶୁଣୁଛ ମିଶ୍ରବାବୁ ?-ଅବିଶ୍ଵାସ୍ୟା ଆଖିରେ ମିଶ୍ରବାବୁଙ୍କୁ ଚାହିଁ ଜିଜ୍ଞାସା କରିଥିଲେ ଜୟଦେବ।

' ଏଇଟା ଖାଲି କେର୍କ ’କଟର ନୁହେଁ ଭାଇନାଏମାନଙ୍କ ଗପ ସପ କଥାବାର୍ଭା ଭିତରେ ବେଳେବେଳେ ଅତି ନିଗୁଢ଼ ତତ୍ତ୍ଵମାନ ଭରି ରହିଥାଏ । ଶୁଣୁଛନ୍ତି ନା ବାପ ବଣିର ଉତ୍ତର ? କହୁଛି- “ବୁଢ଼ାମାନେ ବେଳେବେଳେ ଦାଢ଼ି ରଖନ୍ତି – ‘ଦାଢ଼ି ତାଙ୍କ ମୁହଁକୁ ବେଶ ମାନେ ବୋଲି । କିନ୍ତୁ ଧ୍ଵଜା ଯେପରି ଜାତି-ଧର୍ମର ଏକ ପ୍ରତୀକ ବନ୍ଧନରୁ ମୁକ୍ତି ଚାହୁଁଥିବା କେହି କେହି ଏ ଦାଢ଼ିକୁ ତାଙ୍କ ସାଧନାର ପ୍ରତୀକ ରୂପରେ ରଖନ୍ତି ।'

ଜୟଦେବ ପାଟି ମେଲା କରି ଅନାଇ ଥିଲେ ମିଶ୍ରବାବୁଙ୍କୁ । ତାଙ୍କ ସଫେତ ଦାଢ଼ିକୁ, ଚନ୍ଦା ହୋଇ ମଝିରେ ଚକ ଚକ୍ କରୁଥିବା ତାଙ୍କ ମୁଣ୍ଡର ଖପୁରିକୁ ଆପଣାଛାଏଁ ପଚାରିଦେଲେ – “ ବଣିମାନେ କେମିତି କାହାଣୀ କହିବେ ମିଶ୍ରବାବୁ ? ରାତିରେ ନିଦ ହେଲାନି ବୋଲି...'

' ହେଇ ଶୁଣନ୍ତୁ' - ଉତ୍ତର ଦେଲେ ମିଶ୍ରବାବୁ । ‘ଏଥର ମୁନ୍ନିର ମା' ପଚାରିଲାଣି 'ପୌ ପାଓ ପିଟର ପଟପାଙ୍ଗ ପୁଙ୍ଗ ଟିରର ଟରର' – ‘ ଚିହ୍ନି ପାରୁଛନ୍ତି ନା ବଣିମାନଙ୍କୁ' ? ଏ ପାଖ ମୁଣ୍ଡରେ ବସିଛି ମୁନ୍ନି ମା- ତା' ପାଖକୁ ମୁନ୍ନି, ମୁନ୍ନି ପାଖକୁ ମୁନ୍ନା ଆଉ ମୁନ୍ନାକୁ ଲାଗି ବାପ-ବଣି । ମା' ବଣି ପଚାରିଲା – ମୁନ୍ନାର ବା' - ମଣିଷ ମାନେ ତ ମୁକ୍ତି ପାଇଁ ନାନା ରକମର ସାଧନା କରନ୍ତି, ଆମେ କାହିଁକି କିଛି କରୁ ନା?'

ମୁନ୍ନା ବାପର ଉତ୍ତର-ଟିର ଠେଟିଙ୍ଗ -ପିଆଏଁ ପିଆଏଁ । ଛେଚିଙ୍ଗ ଛେଚିଙ୍ଗ କୈକଟର – ଶୁଣିଲେ ତ କି ଚମତ୍କାର ଏ। ତତ୍ତ୍ଵ । କହୁଛି - ଯାହାର ବନ୍ଧନ ଅଛି। ସେ ସିନା ମୁକ୍ତି ଖୋଜିବ ଆମର ତ କୌଣସି ବନ୍ଧନ ନାହିଁ ଅନନ୍ତ ଆକାଶର ମୁକ୍ତ ବିହଙ୍ଗ ଆମେ ମାନସରୋବରର ମରାଳ, ପମ୍ପା ସରୋବର ଚକ୍ରବାକ ଚକ୍ରବାକୀ-ବୈକୁଣ୍ଠପୁରର ଗରୁଡ । ଜଟାୟୁ ସମ୍ପାତି ପରି ଆକାଶର ଉଦ୍ଧିରେ ଉଦ୍ଧିକୁ ଉଡ଼ି ଉଡ଼ି ଡେଣା ଯେତେ ବେଳେ ଶେଷରେ ଜଳିଯିବ ଅଥବା ଥକିଯିବ, ତଳେ ପଡ଼ିବୁ କଚାଡ଼ି ହୋଇ । ଆକାଶକୁ ଅନାଇଁ ଆମ ପ୍ରାଣ ଯିବ । ଆଉ ମରିଗଲା ପରେ ଯେଉଁ ମହାଶୂନ୍ୟରୁ ଆମେ ଆସିଥୁର୍ଲା, ସେଇ ମହାଶୂନ୍ୟରେ ମିଳାଇ ଯିବୁ । ତା'ପରେ ଆକାଶକୁ ଅନାଇ ସାମାନ୍ୟ ହସି ସେ ଯୋଡ଼ି ଦେଲା- ‘ଟିର ଟଅର- ପାଙ୍ଗ ପୁଙ୍ଗ' । ତମେ ସେ ମଣିଷମାନଙ୍କ ପାଖକୁ ଭୁଲରେ ବି ଯିବନିଟି । ସେମାନେ ତୁମକୁ ଧରି ପିଞ୍ଜରା ଭିତରେ ଭର୍ତ୍ତି କରି ଦେଇ ‘ଚକ୍ରଧର' ବୋଲିବାକୁ ଶିଖାଇବେ । ତମେ ବନ୍ଧନରେ ପଡ଼ିଗଲା ପରେ ମୁକ୍ତି ପାଇଁ ଯେତେ ଛଟପଟ ହେଲେ ବି ଆଉ ମୁକ୍ତି ପାଇବନି- ବାଧ୍ୟ ହୋଇ ‘ଚକ୍ରଧର' କୁ ଡାକିବ ।”

' ଏଥର ବୁଝି ପାରୁଛନ୍ତି ନା ଏମାନଙ୍କ କଥା ? '' ବୁଝାଉଥିଲେ ମିଶ୍ରବାବୁ । ଠିକ୍ ଚାଇନିଜ ମାନଙ୍କ ଭାଷା ପରି ଭାଷା । ସର୍ଟି ହେଣ୍ଡ ପରି ଗୋଟାଏ ଗୋଟାଏ ଶବ୍ଦରେ ଠେସି ହୋଇଥାଏ। ଅର୍ଥପୂର୍ଣ୍ଣ ମାଳେ ବାକ୍ୟ ।

ଏଥର ଶୁଣନ୍ତୁ ମୁନ୍ନି-ମା'ର ଆଉ ଗୋଟିଏ ପ୍ରଶ୍ନ । ପଚାରୁଛି - ତେବେ ମଣିଷମାନେ କେଉଁ ପିଞ୍ଜରାରେ ବନ୍ଦ ହୋଇଛନ୍ତି ଆଉ ତାଙ୍କୁ ବନ୍ଦୀ କରିଛି କିଏ ? ମୁନ୍ନା ବାପାର ଉତ୍ତର - ସେ ଯେଉଁ ଧଳା କୋଠାମାନ ଦେଖୁଛ, ସେ ଗୋଟାଏ ଗୋଟାଏ ପିଞ୍ଜରା । ସେଭିତରେ ହିଁ ଏ ମଣିଷମାନେ ନିଜେ ନିଜକୁ ବନ୍ଦୀ କରିଦେଇ ମୁକ୍ତି ପାଇଁ ଧନ୍ଦି ହୋଇ ବୁଲୁଛନ୍ତି । କାଳେ ପୁଅ-ଝିଅ-ନାତି-ନାତୁଣୀ ଉଡ଼ି ଯାଇ ତାଙ୍କ ପାଖରୁ ଦୂରେଇ ଯିବେ, ସେ ଭୟରେ ସେମାନେ ଯିଏ ନିଜ କୋଠାକୁ ଯେତେ ବଡ଼ ଆଉ ମଜଭୂତ କରି ଦେଇ ପାରିଲେ । କାନୁ ଘେରା ସେ ଘର, କେବଳ କେତୋଟି ଟ୍ରିଲ ଦିଆ ଝରକା ଆଉ କେତୋଟି କବାଟ । କାଳେ ସେ କବାଟ ଦେଇ ପୁଅ-ଝିଅ-ନାତି-ନାତୁଣୀ ବାହାରକୁ ଖସିଯିବେ ଆଉ ବାହାରିଗଲେ ପୁଣି ଫେରିବେନି, ସେଇ ଭୟରେ ସେମାନେ ଘରେ ଖୁନ୍ଦି ଦେଇଥିବେ, ନାନା ରକମର ଲୋଭନୀୟ ସାଜ ସରଞ୍ଜାମ - ଖାଦ୍ୟ ସାମଗ୍ରୀ, ବାହାରିଗଲେ ସେସବୁ ପଦାର୍ଥ ଲୋଭରେ ଘରର ବନ୍ଧନୀ ଭିତରକୁ ପୁଣି ଥରେ ଫେରି ଆସିବେ ବୋଲି । ଏଇ ପୁଅଝିଅଙ୍କୁ ବାନ୍ଧି ରଖିବାପାଇଁ ସେମାନେ ଯେଉଁ ଥୋପ ସୃଷ୍ଟି କରନ୍ତି, ସେ ଥୋପର ଅଠାକାଠିରେ ଶେଷରେ ନିଜେ ଲାଗି ଯାଆନ୍ତି, ଘର ବାଡ଼ି ଧନ ସମ୍ପତ୍ତି ସେମାନଙ୍କୁ ଜାବୁଡ଼ି ଧରେ ଆଉ ସେଇ ଧନସମ୍ପଢି ପାଇଁ ତାଙ୍କ ଭିତରେ ଯାବତୀୟ ଟଣା ଓଟରା, ମାରପିଟ୍ ହଣାକଟା । ପ୍ରତିଯୋଗିତା ଚାଲିଥାଏ। ନିଜ ଘରେ କିଏ କେତେ ସାମଗ୍ରୀ ଖୁନ୍ଦି ଦେଇପାରିବ-ଅନ୍ୟର ଖାଦ୍ୟ ତା' ପାଟିରୁ ଛଡ଼ାଇ ଆଣି, ଅନ୍ୟ ଘରର ସଞ୍ଚିତ ପଦାର୍ଥ ଲୁଟିନେଇ, ଦରକାର ପଡ଼ିଲେ ଅନ୍ୟର ତୋଟି କାଟି । ସେଥୁପାଇଁ କେତେ ପ୍ରବଞ୍ଚନା ଠକାମି ଭଣ୍ଡାମି । ତାକୁ ସେମାନେ କହନ୍ତି ସଂସାରବନ୍ଧନ । ସେ ବନ୍ଧନ ସେମାନେ ନିଜେ ସୃଷ୍ଟି କରନ୍ତି ଆଉ ସେଥୁରୁ ମୁକୁଳିବା ପାଇଁ ଛାଟିପିଟି ହୁଅନ୍ତି । ଅନ୍ୟକୁ ଛନ୍ଦିବାକୁ ଯାଇ ନିଜେ ଛନ୍ଦି ହୋଇଯିବା ପ୍ରକ୍ରିୟାକୁ ସେମାନେ ପୁଣି କହନ୍ତି ‘ ମାୟା' ।

: ପେ ପୁଉ ଟିର ଟରର – ମୁନ୍ନା ମୁନ୍ନିଙ୍କ ସଙ୍ଗରେ ଆମର କ'ଣ ଏପରି ବନ୍ଧନ ନାହିଁ ?

: ଆମର ମୁନ୍ନା ମୁନ୍ନି ଅଛନ୍ତି ସତ, କିନ୍ତୁ ସେମାନେ ଆଜି ଅଛନ୍ତି, କାଲି ଉଡ଼ିଯିବେ । ତା' ପରେ ଆମର ହୁଏତ ଆଉ ଦେଖା ସାକ୍ଷାତ୍ ବି ହେବନି । ଗଛ ଉପରେ କାଠି କୁଟାର ଯେଉଁ ବସା- ମୁନ୍ନା ମୁନ୍ନିଙ୍କ ଉପରେ ତା’ର ବି କୌଣସି ବନ୍ଧନ ନାହିଁ । ଆମଠାରୁ ଉଡ଼ିଗଲା ପରେ ସେ ଦିହେଁ ଯେ ପୁଣି ପାଖାପାଖି ରହିବେ, ସେମାନଙ୍କ ଭିତରେ ସେମିତି ବନ୍ଧନ ବି ନାହିଁ ।

: ପୁଅ ଝିଅ ନାତି ନାତୁଣୀ, ଜ୍ଞାତି କୁଟୁମ୍ବ ବନ୍ଧୁବାନ୍ଧବ ପାଇଁ ମଣିଷର ଯେଉଁ ସ୍ନେହର ବନ୍ଧନ ତାହା କ'ଣ ଆମ ମୁକ୍ତି ଅପେକ୍ଷା ଆହୁରି ଭଲ ନୁହେଁ ?- ମୁନ୍ନି- ମା’ ର ପ୍ରଶ୍ନ ।

: କିଏ ଭଲ କିଏ ମନ୍ଦ କେମିତି କହିହେବ ? ସେଇ ସ୍ନେହତ ବନ୍ଧନର ରଜୁ- ସେଥୁରୁ ମୁକୁଳିବା ପାଇଁ ମଣିଷର ଏତେ ପ୍ରଚେଷ୍ଟା । ଦାଢ଼ି ରଖା, ତଥାପି ଦେଖିଲନି । ମୁକ୍ତି ଲୋଡି ମଧ୍ୟ ବୁଢ଼ା କେମିତି ତା' ଝିଅ ଜୋଇଁ ନାତି ନାତୁଣୀଙ୍କୁ ଧରି ଧାଇଁ ଆସିଛି। ଏତେ ବାଟ ବାପ-ବଣିର ଉତ୍ତର' କହି ହସି ଉଠିଲେ ମିଶ୍ରବାବୁ ।

ତେଣେ ମୁନ୍ନା-ମୁନ୍ନି ବି ଡେଣା ପିଟି ବାପ-ମା'ଙ୍କୁ ଅନାଇ ଚିରଟିର କରି ହସୁଥିଲେ । ଏକା ସଙ୍ଗେ ପଚାରି ଦେଲେ- ଦାଢ଼ିଆ ବୁଢ଼ା ତେବେ ବେଶ ସ୍ନେହୀ ଆଉ ଧାର୍ମିକ ଲୋକ ନା ବାପା? ବାପ-ବଣି ତାଙ୍କୁ ତାଗିଦ୍ କରି କହିଲା- ଏମିତି ସଫେତ ଦାଢ଼ି ଦେଖି ଭାବିବନି ଯେ ନିଶ୍ଚୟ ବଡ଼ ଧାର୍ମିକ ହୋଇଥୁବ, ହୋଇ ପାରେ ନ ହୋଇ ପାରେ ମଧ୍ୟ । ଏ ମଣିଷମାନଙ୍କ ଭେକ ଅନେକ ପ୍ରକାରର । ଏ ସଫେତ ଦାଢ଼ି କେଉଁ ଗୋଟାଏ ଦଳର ହୋଇଥୁବ । ତା' ବୋଲି ଯେ ସେ ଧାର୍ମିକ ହୋଇଗଲା, ସେମିତି ଭାବି ତା' ପାଖକୁ ଯିବ ନି ରେ ବାପା ଏମାନେ ନିଜ କୁକର୍ମ ଘୋଡ଼େଇବା ପାଇଁ ନାନା ବେଶ ହୁଅନ୍ତି । ନାନା ସାଧକ ପଛରେ ଗୋଡ଼ାନ୍ତି । ସେ ଭିତରୁ କେତେ ଭଲ ଆଉ କେତେ ଠକ ଭଣ୍ଡା । ଝିମିଟି ଖେଳରୁ ମହାଭାରତ ଆରମ୍ଭ ହେଲା ପରି ଛୋଟ ଛୋଟ କଥାରୁ ଏମାନେ ସମସ୍ତେ ଏବେ ମାରପିଟ୍ ହେବେ । ଈଶ୍ଵରବାଦୀ, ନିରୀଶ୍ଵରବାଦୀ, ସାମ୍ୟ ସମାଜବାଦୀ- ବ୍ୟକ୍ତି ସ୍ଵାତନ୍ତ୍ର୍ୟ ପୁଞ୍ଜିବାଦୀ । ଘମାଘୋଟ ଲଢ଼େଇ ହେବ । କର୍ଣ୍ଣ ବିରୋଧରେ ଅର୍ଜୁନ, ଭୀମ ବିରୋଧରେ ଦୁଃଶାସନ । ମହାଭାରତ ଯୁଦ୍ଧରେ ଚକ୍ର ଏ ପାଖରୁ ଯାଇ ସେ ପାଖ ଏବଂ ସେ ପାଖରୁ ଆସି ଏ ପାଖ ଛେଦିନେଲାପରି ଏ ପାଖରୁ ପଡ଼ିବ ବୋମା ସେ ପାଖରେ । ଆଉ ସେ ପାଖରୁ ପଡ଼ିବ ବୋମା ଏ ପାଖରେ । ଅଣୁଯୁଦ୍ଧ ପରମାଣୁ ଯୁଦ୍ଧ । ହାଇଡ୍ରୋଜେନ ବୋମା - ନିଉଟ୍ରନ ବୋମା । ପୃଥିବୀ ଛାରଖାର ହୋଇଯିବ - ସବୁ ଧ୍ଵଂସ ହୋଇଯିବ । କେହି ଜୟୀ ହେବାକୁ ନ ଥିବେ ।'

: ମାଛମାନେ ମଜା କରିବେ, ନାଇଁ ବାପା ?

: ନାଇଁ ସେମାନେ ବି ଯିବେ । ସମୁଦ୍ର ଭିତରେ ଛପି ରହି ମଣିଷମାନେ ଛାଡ଼ିବେ ବୋମା ଏକ ଆରେକର ଜାହାଜ ଆଡ଼କୁ ସାତ ସମୁଦ୍ରର ପାଣି ବିଷ ପାଲଟିଯିବ ।

: ତେବେ ଖାଲି ଆମର ମଜା । ଉଡ଼ି ଉଡ଼ି ତାମସା ଦେଖିବୁ - ଡେଣା ହଲାଇଲା ମୁନ୍ନା ।

ନାଇରେ ବାପା ଆମେ ବି ଯିବୁ - ଉତ୍ତର ଦେଲା ବାପ-ବଣି । ଜଳ ସୁଳ ସବୁଠି ହେବ ଲଢ଼େଇ । ଗଛ ପତ୍ର ସବୁ ଜଳିଯିବ । ବୋମାର ତେଜରେ ପବନ ବି ବିଷ ହୋଇଯିବ । ଆମେ ଆଉ ବଞ୍ଚିବୁ କେମିତି ?

ଆମେୟ କ’ଣ ଦୋଷ କଲୁ କି ବାପା ?- ଦୁଃଖ କରି ପଚାରିଲା ମୁନ୍ନି । ତମେ ସେଦିନ ନିଜେ କହୁଥିଲ ଯେ ଅଧର୍ମର ବିନାଶ ଏବଂ ଧର୍ମର ସଂସ୍ଥାପନା ପାଇଁ ଭଗବାନ ମାଛ, କଇଁଛ, ବରାହ, ନରସିଂହ ହୋଇ ପାଞ୍ଚଥର ମଣିଷ ଜନ୍ମ ନେଲେ ମଧ୍ୟ ଚଢ଼େଇମାନେ ଅଧର୍ମ କରନ୍ତି ନି ବୋଲି ଥରେ ବି ଚଢ଼େଇ ଜନ୍ମ ନେଇନାହାନ୍ତି । ଆମକୁ ଏବେ ମାରିବେ କାହିଁକି ?

: ମୁଁ ତ ତୁମକୁ ଭୀଷ୍ମ ପିତାମହଙ୍କ କଥା ଆଗରୁ କହିଛି । ମହାଜ୍ଞାନୀ, ପରମ ଧାର୍ମିକ ସତ୍ୟବ୍ରତ ସିଏ, ସତ୍ୟ ରକ୍ଷା କରିବାକୁ ଯାଇ ଅଧର୍ମର ପାଖରେ ରହିଲେ ବୋଲି ତାଙ୍କୁ ବି ମରିବାକୁ ପଡ଼ିଲା । ଆମର ବି ସେଇ ଦଶା ହେବ ।’ ବିଷଷ୍ଠ ସ୍ଵରରେ କହୁଥୁଲା ମୁନ୍ନିର ବାପା । ‘ଆମର ଦୋଷ ଥାଉ ବା ନଥାଉ ମଣିଷ ପରି ଜୀବଙ୍କ କୁସଙ୍ଗରେ ଆସି ଆମେ ବି ପରମାଣୁ ବୋମାର ସର୍ବଗ୍ରାସୀ ବିଷ ଜ୍ଵଳାରେ ଧ୍ଵଂସ ପାଇଯିବୁ । ଧୂମକେତୁ ପରି କରାଳ ଦେଖା ଯାଉଥିବା ବୋମାର ବିସ୍ତୋଟନ ମାନ ସମସ୍ତଙ୍କୁ ନିଃଶେଷ କରିଦେବ । ଧରାଧାମରେ ଆଉ କେହି ରହିବେ ନି । କଳିଯୁଗର ଶେଷ ହେବ । ଆସିବା ପ୍ରଳୟ ।”

: ଭଗବାନଙ୍କ ସୃଷ୍ଟିର ବିନାଶ ହେବ ବାପା ?

: ହଁ ବାପ, ପୁଣି ଜନ୍ମ ନେବ। ଭଗବାନଙ୍କ ନୂତନ ସୃଷ୍ଟି । କାଳରୂପୀ ମହାଦେବ ଅନେକ କାଳ ପରେ ପୁଣି ଥରେ ସେ ସବୁ ବିଷକୁ ପାନ କରିନେଇ ବିଷଜ୍ଜଳା ହରଣ କରିନେବେ, ପୟୋଧ ଜଳେ ଦେଖା ଦେବେ ମୀନରୂପୀ ଭଗବାନ । ସୃଷ୍ଟିଚକ୍ରର ଗୋଟିଏ ଘୁର୍ଣ୍ଣନ ପରେ ପୁଣି ଥରେ ଆରମ୍ଭ ହେବ ସତ୍ୟଯୁଗ ।'

ଜୟଦେବ ବାବୁଙ୍କ ସ୍ତ୍ରୀ ଦି’ ଥାଳି ଗରମ ଚକୁଳି ଧରି ଘର ଭିତରୁ ବାହାରି ଆସିଲେ । ମିଶ୍ରବାବୁଙ୍କ ଚା' କପରେ ଥଣ୍ଡା ଚା' ଭର୍ତ୍ତି ହୋଇଥିବା ଦେଖି ଯେମିତି ସେ ଜୟଦେବ ବାବୁଙ୍କୁ ଅନାଇଛନ୍ତି, ଜୟଦେବ ବାବୁ ବଣି ଚଢ଼େଇଙ୍କ ଆଡ଼ିକି ଆଙ୍ଗୁଠି ଦେଖାଇ କହିଲେ- “ତମ ଭାଇ ବଣି ଚଢ଼େଇଙ୍କ ଗପ ଶୁଣୁଛନ୍ତି ।'

ଜୟଦେବ ବାବୁଙ୍କ ସ୍ତ୍ରୀ କ'ଣ ବୁଝିଲେ କେଜାଣି ଥାଳି ଦି'ଟା ଛେଟ ଟେବୁଲ ଉପରେ ଥୋଇ ଦେଇ ସୁ' କରି ହାତ ହଲାଇ ଦେବା ଫଳରେ ଚାରୋଟିଯାକ ବଣି ଉଡି ଗଲେ ବେଢ଼ାରେ ଥିବା ତାଳଗଛ ଉପରକୁ।

ମିଶ୍ରବାବୁ ମନ୍ତ୍ର ମୁଗଧ ପରି ଥରେ ଦାଢ଼ିଆଉଁଶୁଥିଲେ ତ ଥରେ ଅନାଉଥିଲେ। ଚକୁଳି ଥାଳିକି ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate