অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନ୍ମଭୂମି

ଲେଖକ ପରିଚୟ

ପ୍ରସିଦ୍ଧ ଐତିହାସିକ ଓ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ ।  ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ଵ ଗବେଷଣାରେ ବ୍ୟାପୃତ ରହି ସେ ବହୁ ନୂତନ ଐତିହାସିକ ତଥ୍ୟର ସନ୍ଧାନ କରିଥିଲେ ।  ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ' ବିଷୟରେ ଇଂରାଜୀରେ ଲିଖିତ ତାଙ୍କର ଗବେଷଣାଗ୍ରନ୍ଥ ଅତ୍ୟନ୍ତ ଉପାଦେୟ ସୃଷ୍ଟି ।  ଓଡ଼ିଆ ଭାଷାରେ ମୌଳିକ ପ୍ରବନ୍ଧ ଲେଖି ପ୍ରତିଭାବାନ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇଛନ୍ତି । ସତ୍ୟ ସହିତ ତଥ୍ୟର ସମନ୍ଵୟ, ଅକାଟା ଯୁକ୍ତି ଓ ମନ୍ଦ୍ର-ଗମ୍ଭୀର ଭାଷା। ତାଙ୍କ ପ୍ରବନ୍ଧଗୁଡ଼ିକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଥାଏ ।  ପ୍ରବନ୍ଧ ମାନସ, ଇତିହାସ ଓ କିମ୍ବଦନ୍ତୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର ଓ ଆମ୍ବ ଜୀବନୀ ‘ମୋ ସମୟର ଓଡ଼ିଶା’ ପ୍ରଭୃତି ତାଙ୍କର ପ୍ରଧାନ କୃତି ।

'ପ୍ରବନ୍ଧ ମାନସ'ରୁ ସଂଗୃହୀତ ‘ଜନ୍ମଭୂମି' ପ୍ରବନ୍ଧଟିରେ ଲେଖକ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ କରି ଅରଣ୍ୟ ପ୍ରକୃତି ବେଷ୍ଠିତ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ଵ ଦର୍ଶାଇଛନ୍ତି ।  ଗ୍ରାମରୁ ରାଜ୍ୟ, ଦେଶ ଓ ବିଶ୍ଵବାସୀ ହେବାପାଇଁ ଏବଂ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ‘ବସୁଧୈବ କୁଟୁମ୍ବକମ୍' ଭାବନାରେ ଏହି ପ୍ରବନ୍ଧଟି ପରିପୁଷ୍ଟ ।

ଗଦ୍ୟ

କାହାକୁ ମୋର ଜନ୍ମଭୂମି ବୋଲି କହିବି - ଏହି ବିଶାଳ ପୃଥ୍ବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀଗ୍ରାମ ? ଏମାନଙ୍କ ମଧ୍ୟରୁ କେହି କାହାରିଠାରୁ ବିଚ୍ଛିନ୍ନ ହୋଇ ନ ଥୁବାରୁ ବ୍ୟାପକ ଅର୍ଥରେ ଏ ସମସ୍ତ ମୋର ଜନ୍ମଭୂମି ହେଲେ ସେହିଁ ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କଲି-ଯେଉଁଠାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଲି-ବିଷମ-ବିପାକ ବେଳେ ଯେ ଅଞ୍ଚଳ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଢାଳି ଦେଇ ଶିଶୁପ୍ରାଣକୁ ପରିପୁଷ୍ପ କଲା, ସେହି ପଲ୍ଲୀ ହିଁ ମୋର ଜନ୍ମଭୂମି; ସେହି ମୋର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ । ଆୟୁସୂର୍ଯ୍ୟ ଯେତେ ବେଶୀ ଘନିଷ୍ଟ ହେବାର କଥା କିନ୍ତୁ ଏ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରିକି ଲୀନ ହେବାକୁ ବସିଛି । ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି।

ମୋର ଜନ୍ମଭୂମିକୁ ଫେରିଯିବା ପାଇଁ ମୋର ନୈତିକ ସାହସ ନାହିଁ । ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି । ଆଜି ମୁଁ ତାର ରୂପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ । ରାଶି ରାଶି ଶାଳ ତରୁ ମଧ୍ୟରେ ତଟିନୀ-ବେଷ୍ଠିତ। ଭଞ୍ଜ-କୀର୍ତିକିରୀଟିନୀ ମୋର ଜନ୍ମଭୂମି ମୋ ଆଖି ଆଗରେ ଭାସିଯାଏ; କିନ୍ତୁ ତାର କୋଳକୁ ଫେରିଯିବା ପାଇଁ ମୋର ସାହସ ହୁଏ ନାହିଁ |

ଏହା ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମଗ୍ର ଶିକ୍ଷିତ ସମାଜର ସମସ୍ୟା । ଧର୍ମାନ୍ତର ଗ୍ରହଣ କଲା ପରେ ବହୁ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଯେପରି ଧର୍ମ ପାଖରେ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ସେମାନଙ୍କ ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦି ବଦଳାଇ ଦିଅନ୍ତି ଓ ଶେଷବେଳକୁ ଜାତୀୟତା ଭୂଲି ଯେପରି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ଵୀକାର କରନ୍ତି, ଠିକ୍ ସେହିପରି ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ପାଖରେ ସେମାନଙ୍କ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ଶେଷବେଳକୁ ନିଜର ଜନ୍ମଭୂମିକୁ ସୁଦ୍ଧା ପାସେରି ପକାନ୍ତି । ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଯାଏ । ପଲ୍ଲୀଗ୍ରାମକୁ ଫେରିଯାଇ ଜୀବିକାର୍ଜନ କରିବା ଦୂରେ ଥାଉ, ସେଠାରେ କିଛିକାଳ ଅବସ୍ଥାନ କରିବା ମଧ୍ୟ ସମ୍ଭବପର ହୁଏ ନାହିଁ। ଏଣୁ ଥରେ ଥରେ ଭାର୍ବୋ— ଗ୍ରାମକୁ ଯାଇ କଅଣ କରିବି ? ଯଦି ଗ୍ରାମର ଉନ୍ନତିକର କାର୍ଯ୍ୟ ପାଇଁ ଯଥାସାଧ୍ୟ ଅର୍ଥଦାନ ହିଁ ମୋର ଏକମାତ୍ର ଅବଶେଷ କର୍ଭବ୍ୟ, ଗ୍ରାମକୁ ନ ଯାଇ ମଧ୍ୟ ତାହା କରାଯାଇପାରେ । ଜନ୍ମଭୂମି ସହିତ ମୋର ଆଉ କି ପ୍ରକାର ସମ୍ବନ୍ଧ ଅଛି ?

ବହୁ ବାଦ – ବି ସମ୍ବାଦ ସତ୍ତେ ପଲ୍ଲୀ ଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଗୋଟାଏ ଏକପରିବାରତ୍ବର ପରମ୍ପରା ଗଢ଼ି ଉଠିଥାଏ । କେହି ଭାଇ, କେହି ଭଉଣୀ, କେହିକକା, କେହି ଖୁଡ଼ୀ, ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି । ମୋ ଜନ୍ମଭୂମି ସହିତ ଏ ମଧୁର ସମ୍ବନ୍ଧ ମୋର ଆଉ ନାହିଁ । ଗ୍ରାମଟିଯାକର ଭାଇଭଉଣୀ, କକାଖୁଡ଼ୀ, ମାମୁଁମାଇଁ, ମଉସାମାଉସୀ ଇତ୍ୟାଦି ସବୁ ପର ହୋଇଗଲେଣି । ଚେଷ୍ଟା କଲେ ମଧ୍ୟ ଏ ମଧୁର ସମ୍ବନ୍ଧ ଆଉ ଫେରି ପାଇବା ସମ୍ଭବ ନୁହେଁ । ଗ୍ରାମମୁଣ୍ଡରେ ସାର ମାଉସୀ ତା’ର ଛୋଟ ପିଣ୍ଡାଟିରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛି, ଆଜି ମଧ୍ୟ ବସିଥାଏ । ଆଗେ ଦେଖିବା ମାତ୍ରେ ପରାରୁଥିଲା, "କେବେ ଆସିଲୁ ବାପା ?" ଆଜିକାଲି କିନ୍ତୁ କହେ- “କେବେ ଆସିଲ ବାବୁ ?” ଗ୍ରାମର ମଝିରେ ଗୋବିନ୍ଦା ଭାଇର କ୍ଷୁଦ୍ର କୂଟିର । ଆଜୀବନ ଅକର୍ମା ଓ ଅବିବାହିତ ରହି ସେ ତାର କ୍ଷୁଦ୍ର କୁଟିରକୁ ଦୁର୍ଗ କରି ସମଗ୍ର ବିଶ୍ଵ ବିରୋଧରେ ବିଦ୍ରୋହ ଘୋଷଣା କରିଆସିଛି । ଆଗେ ଦେଖାହେଲେ ବହୁ ମାନ ସହିତ ସେ ମୋତେ ତା’ର କୁଟିରରେ ବସାଇ ମନବୋଧ ଚଉତିଶାର ବ୍ୟାଖ୍ୟା କରୁଥିଲା । ଆଜି ମୁଁ ଶତଚେଷ୍ଟା କଲେ ମଧ୍ୟ ତାର ପୂର୍ବ ପ୍ରତ୍ୟୟ ଆଉ ଫେରିପାଏ ନାହିଁ । ଗ୍ରାମଟିଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି । ଯେଉଁ ଆଡ଼କୁ ଚାହିଁଲେ ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲୟୋଦର, ଅବାଞ୍ଚିତ, ଅବହେଳିତ ଶିଶୁମାନଙ୍କ ସମାବେଶ ଦେଖାଯାଏ । ଏମାନଙ୍କ ମଧ୍ୟରୁ କେହି ସୁଦ୍ଧା ମୋତେ ଜାଣନ୍ତି ନାହିଁ । କେବେ କେବେ ଦେଖାହେଲେ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫକୁ ଚାହୁଁ ରହିଲା ପରି ସେମାନେ ମୋତେ ଖାଲି ଚାହିଁ ରହନ୍ତି ।  ଗ୍ରାମବାସୀମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଓ ଅଦ୍ଧି ଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାନ୍ତି, ସେମାନେ ରାଜନୀତିର ଆଶ୍ରୟ ନେଇଅଛନ୍ତି । ଏମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ । ଯଦି କେହି ଏହି ରାଜନୈତିକ ମତବାଦ ମଧ୍ୟରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ, ତାହାହେଲେ ସେ ଏମାନଙ୍କ ମଧ୍ୟରେ ସୁଦ୍ଧା ଅନ୍ତର୍ଭୁକ୍ତ ନୁହେଁ । ଅନ୍ୟ କଥା ଦୂରେ ଥାଉ, ଏମାନଙ୍କ ସହିତ ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା କରିବା ମଧ୍ୟ ସମ୍ଭବ ନୁହେଁ । ରାଜନୈତିକ ମତବାଦ ଅନୁସାରେ ଏମାନଙ୍କ ମାନସିକ ପରିବର୍ତନ ମଧ୍ୟ ଘଟିଯାଇଛି । ଏମାନେ ପୁଷିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ ! ଏଣୁ ଏମାନଙ୍କ ମନ ସହିତ ଗତି କରି ଚାଲିବା ସମ୍ଭବ ହୁଏ ନାହିଁ ।

ଏହିପରି ଶ୍ରେଣୀର ଗ୍ରାମବାସୀଙ୍କ ମନରେ ମୋର ଆଉ ସ୍ଥାନ ନାହିଁ। ଏମାନଙ୍କ କର୍ମ- ଯୋଜନାରେ ମଧ୍ୟ ସ୍ଥାନ ପାଇବା ସମ୍ଭବ ନୁହେଁ। ସ୍ଵାର୍ଥର ବିଭେଦ ସତ୍ତେ କର୍ମ ଓ କେକୃଶ ମଧ୍ୟରେ ଗ୍ରାମବାସୀମାନଙ୍କ ଭିତରେ ଅନ୍ୟ ଏକ ପ୍ରକାର ଏକ ପରିବାରତ୍ର ଭାବ ଆପେ ଆପେ ଜାତ ହୋଇଥାଏ । ନିଦାଘର ନିରାଟ ଝାଞ୍ଜିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଏମାନେ ସମସ୍ତେ ନୂଆ ମେଘକୁ ଚାହିଁ ରହନ୍ତି । ଜ୍ୟୋଷ୍ଠର ଶେଷବେଳକୁ ସ୍ତୁପୀକୃତ ମେଘ ଘନ-ଶ୍ୟମ ଗିରିରାଜିର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳ ତରୁ ଉପରକୁ ଆନତ ହୋଇଆସେ ଓ ଗର୍ଜନ ତର୍ଜନରେ ଦିଗନ୍ତ କମ୍ପାଇ ବାରିପାତରେ ପଲ୍ଲୀଭୂମିକୁ ସିକ୍ତ କରିଯାଏ । ସିକ୍ତଭୂମିର ସୁଗନ୍ଧ ଓ ବନ୍ୟାୟୁଅର ପରିମଳରେ ରଜ ପର୍ବ ର ଆରମ୍ଭ ହୁଏ; ଉଦବେଳ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇପଡ଼ନ୍ତି । ମହାସମାରୋହରେ ରଜପର୍ବ ଶେଷ ହେବା ପରେ ନିଷୁର ବାସ୍ତବତା ଆସି ପଡ଼େ । କ୍ଲାନ୍ତ, ସିକ୍ତ ଓ ଧାରାହତ ଶ୍ରମ ଜୀବନୀ ମାନଙ୍କ ସମକେ ବତ ଯନ୍ ଜୋର ଧରଣୀ ଶସ୍ୟଶ୍ୟାମଳା ହୋଇଉଠେ ଓ ହେମନ୍ତରେ ସ୍ଵର୍ଣ୍ଣ-ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ । ଗ୍ରାମର ଏହି ଯେ ଶୃଙ୍ଖଳିତ କର୍ମ-ଯୋଜନା ଅଛି, ସେଥୁମଧ୍ୟରେ ମୋର ସ୍ଥାନ ନାହିଁ । ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଏହି କର୍ମ ଯୋଜନାର କୌଣସି ସ୍ଥାନରେ ଅଂଶ ନେବା ପାଇଁ ମୋର ଭୌତିକ ଶକ୍ତିର ଅଭାବନ ଥିଲେ ମଧ୍ୟ, ନୈତିକ ଶକ୍ତିର ଅଭାବ ରହିଛି । ଏଣୁ ମୁଁ ମୋର ଜନ୍ମଭୂମିର ଖାଲି ମନରୁ ନୁହେଁ, କର୍ମରୁ ମଧ୍ୟ ବିଚ୍ୟୁତ ହୋଇପଡ଼ିଅଛି।

ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ ନୁହେଁ; ସେ ବହୁ ପରିମାଣରେ ଗତାନୁଗତିକତାର ଦାସ । ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ନିରର୍ଥକ ନେକ୍‌ଟାଇକୁ ମଧ୍ୟ ଛାଡ଼େ ନାହିଁ । କାୟ-କେଶ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ତାହାହେଲେ ଏପରି ଅର୍ଥପୂର୍ଣ୍ଣ ଆଭିଜାତ୍ୟର ଚିହ୍ନକୁ କିଏ ବା କାହିଁକି ଛାଡ଼ିବ ? ସମସ୍ତ ଶିକ୍ଷିତ କାୟ-କେଶ ସହିବାକୁ ଅକ୍ଷମ ନୁହନ୍ତି; କିନ୍ତୁ ସମସ୍ତ ଶିକ୍ଷିତ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ । ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ଏଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ । ତା ଛଡ଼ା କୌଣସି ବ୍ୟକ୍ତିର ଦୈନିକ ଆୟ ପାଞ୍ଚ ଅଣା ବା ପଚାଶ ଲକ୍ଷ ଟଙ୍କା ହୋଇପାରେ; ସେଥୁପାଇଁ ଆଇନର ବାଧା ନାହିଁ, କିମ୍ବା ଧର୍ମ ବା ସମାଜର ନିନ୍ଦା ନାହିଁ। ବରଞ୍ଚ ମାନବର ସମସ୍ତ ନୀତିକୁ ପଦରେ ଦଳି ଦେଇ, ଉର୍ଦ୍ଧଶ୍ଵାସରେ ଧାଇଁ, ସେ ଯେତେ ବେଶୀ ଏହି ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ସେ ସେତେବେଶୀ ଜୀବନ-ଯୁଦ୍ଧର ଦିଗବିଜୟୀ ବୀର ବୋଲି ପରିଚିତ ହୁଏ, ସେତେ ବେଶୀ ଆଦର ଓ ପ୍ରଶଂସାର ପାତ୍ର ହୁଏ । ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ ଖାଲି ଶାରୀରିକ ଶ୍ରମରେ ଏହି ଦୀର୍ଘ ବ୍ୟବଧାନକୁ କିଞ୍ଚୁତ ମାତ୍ର କମ୍ କରିବା ମଧ୍ୟ ସମ୍ଭବ ନୁହେଁ ।

ଏହି ସବୁ କାରଣରୁ ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କର ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କନ୍ଧନା ଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତାମାତାଙ୍କ ଆଶା ଭରସାର ସୁଳ ହୋଇ, ଗ୍ରାମ ବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ, ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାର ସୁଦ୍ଧା ସୁବିଧା ପାଆନ୍ତି ନାହିଁ । କୃଷ୍ଣ ତିନି ଦିନକୁ କଣ୍ଟା କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲା ପରି ସେମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲିଆସନ୍ତି । କିନ୍ତୁ କେହି ଭାବନ୍ତି ନାହିଁ ଯେ, ଏହି ଅନୈତିକତା ବା ବିଶ୍ୱାସଘାତକତାରୁ କୃଷ୍ଣଙ୍କ ପରି ମହାପୁରୁଷ ସୁଦ୍ଧା ପାର ପାଇ ନ ଥିଲେ । ନନ୍ଦ, ଯଶୋଦା ଓ ଗୋପୀ-ଗୋପାଳଙ୍କ ଅସୀମ ସେସୃହରେ ପରି ପାଳିତ ହୋଇ ଶେଷବେଳକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର ଛାଡ଼ି ଆସିଲେ । ନନ୍ଦ ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା, ପ୍ରେମମୟୀ ରାଧା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଗଲେ; କିନ୍ତୁ କୃଷ୍ଣ ଆଉ ଫେରିଲେ ନାହିଁ । ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦେଶରେ ଚଳାଇ; ମଥୁରା ଠାରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରି, ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ର ‘କଷ ପ୍ରାସାଦ, ଅଷ୍ଟପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ ହୋଇ ଦ୍ଵାରକାରେ ବସିଗଲେ ! କିନ୍ତୁ ପରିଣାମ କଅଣ ଭଲ ହେଲା ? କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ଅତଳ ଜଳଧୁ ତଳରେ ନିମଗ୍ନ ହୋଇଗଲା, ଆଉ ତାଙ୍କ ନବ ସଂସାରର ମଦ୍ୟପ ବା 'ଶଛୋଗଷ୍ଟ1 ଓ ସାଙ୍ଗସାଥୀ ମଧ୍ୟ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ଵଂସ ହୋଇଗଲେ !! ରାଜ୍ୟହୀନ, ଗୃହହୀନ , ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଶେଷବେଳକୁ ମହାଭାରତର କର୍ଣ୍ଣଧାର ନିବିଡ଼ ଅରଣ୍ୟର ଲତିକା-ଦୋଳାରେ ଅବଶ ଅଙ୍ଗକୁ ଢାଳିଦେଲେ । କିନ୍ତୁ ଶେଷରେ ସୁଦ୍ଧା ଶାନ୍ତିରେ ରହିପାରିଲେ ନାହିଁ । ଅକ୍ଷଣ ପରେ ତାଙ୍କର ଦୋଳାୟମାନ ପଦ-ପଲ୍ଲବରେ ଅଭିଶାପ ପରି ନିଷ୍ଟ୍ରର ଲୌହ-ଶରଟିଏ ଆସି ପଡ଼ିଲା । ଏହା ମଧ୍ୟ ତାଙ୍କର କୃତକର୍ମର ପରିଣାମ । ଯେଉଁ ପାଦ ଗୋପପୁରରେ ଗୋ-ଚାରଣ ଦ୍ଵାରା ଚର୍ମପାଦୁକା ପରି କଠିନ ହୋଇଥିଲା, ତାହା ଦ୍ଵାରକାର ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇ ପଡ଼ିଲା । ଏଣୁ ନିର୍ବେଧ ବ୍ୟାଧ ମନରେ ଯେ ତାହା ହରିଣ କର୍ଣ୍ଣର ଭ୍ରମ ଆଣିଦେବ, ଏଥୁରେ ବିଚିତ୍ରତା ବା କଅଣ ଥିଲା ?

ଏହି ପୁରାତନୀ ଗାଥାରେ ସତ୍ୟ ରହିଛି । ଏଣୁ ବହୁ ଶତାବ୍ଦୀର ବିସ୍ମତି ଭେଦ କରି ତାହା ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚୁପାରିଛି । କୃଷ୍ଣଙ୍କ ନବରାଜ୍ୟର ଅଭ୍ରଂକଷ ପ୍ରାସାଦ ଆଉ ନାହିଁ; କିନ୍ତୁ ତାଙ୍କ ମାତୃଭୂମିର ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ଇତ୍ୟାଦି ସବୁ ପୂର୍ବପରି ରହିଛନ୍ତି । ପୂର୍ବ ପରି ଆଜି ମଧ୍ୟ ଯମୁନା ବହି ଚାଲିଛି, ବୃନ୍ଦାବନର ପୁଷ୍ଠିତ କଦମ୍ବରେ ଆଜି ମଧ୍ୟ ମୟୂରର ଉଦ୍ଧତ ନୃତ୍ୟ ଦେଖାଯାଏ ଓ ଆଜି ମଧ୍ୟ ଦୂର ବଂଶୀସ୍ଵନରେ ଅନୂଢ଼ା ଗୋପକନ୍ୟାର ମନ ଅହେତୁକ ଓ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇଉଠେ । କୃଷ୍ଣଙ୍କର ଏହି ଅମର ଗାଥାରୁ ବହୁ କଥା ଶିଖିବାର ଅଛି । ଏହା ସତ୍ୟ ଯେ, ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ ଥୋଇ ଦିଆହୋଇଛି । ଏଣୁ ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତମାନେ ଯେ ପାଶ୍ଚାତ୍ୟ ଜୀବନଧାରଣର ମାନ ଅନୁସରଣ କରିବେ, ଏହା ନିଶ୍ଚିତ କଥା । ତଥାପି ବହୁ ସହସ୍ର ଶିକ୍ଷିତ ମଧ୍ୟରୁ ଯେଉଁମାନେ ସେମାନଙ୍କ ମହାନୁଭବତାର ପରିଧିକୁ, ପଲ୍ଲୀଗ୍ରାମରୁ ପ୍ରଥମେ ଆରମ୍ଭ କରି ବିଶ୍ଵ ପର୍ଯ୍ୟନ୍ତ ବ୍ୟାପ୍ତ କରିପାରିଛନ୍ତି, ସେହିମାନେ ହିଁ ଆମ୍ଭମାନଙ୍କ ସମସ୍ୟା । କିନ୍ତୁ ଏହି ସ୍ଵାଭାବିକ ପନ୍ଥା ଛାଡ଼ି ଆମ୍ଭମାନଙ୍କ ସମସ୍ୟା । କିନ୍ତୁ ଏହି ସ୍ଵାଭାବିକ ପନ୍ଥା ଛାଡ଼ି ଯେଉଁମାନେ ଗ୍ରୀସୀୟ ଦେବତା। ଏଟ୍ଲାସ୍ ପରି ସମସ୍ତ ବିଶ୍ଵର ଭାର ବହନ କରିଛନ୍ତି ବୋଲି କୁବ୍ଜ ହୋଇ ଚାଲନ୍ତି, ସେମାନେ ଖାଲି ପ୍ରବଞ୍ଚନା କରିଥାନ୍ତି । ଯେ ଭଲ, ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ ଯେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ଵବାସୀ ହୋଇ ନ ପାରେ । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିଗଡ଼, ଛିନ୍ନ କରି ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଓ ଭାରତବର୍ଷକୁ ବ୍ୟାପ୍ତ କରିପାରନ୍ତି, ସେମାନେ ଆମ୍ଭମାନଙ୍କ ସମସ୍ୟା ହୁଅନ୍ତି ।

ଶବ୍ଦାର୍ଥ

ଶବ୍ଦ

ଅର୍ଥ

ବିପାକ

ବିପଦ, ବିପର୍ଯ୍ୟୟ

ତଣ୍ଡୁଳ

ଚାଉଳ

ଜାତିସସ୍ମର

ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରନ୍ତି ।

ଭଞ୍ଜକୀର୍ତ୍ତି

ମୟୁରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କୀର୍ତ୍ତି

କିରୀଟିନୀ

କିରୀଟଯୁକ୍ତା ବା ମୁକୁଟମଣ୍ଡିତା

ମନବୋଧ ଚଉତିଶା

ଏହି ଜନପ୍ରିୟ ଚଉତିଶାଟି ବୈରାଗ୍ୟ ଓ ଭକ୍ତିଭାବ ସମ୍ବଳିତ । ଏହାର ରଚୟିତା ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର ଜୋଶଷ ଭାଗର କବି ଭକ୍ତଚରଣ ଦାସ ।

ପ୍ରତ୍ୟୟ

ବିଶ୍ଵାସ

କୃଶୋଦର

ଅପୁଷ୍ଟତା ହେତୁ ଯେଉଁମାନଙ୍କ ପେଟ ପଶି ଯାଇଥାଏ ।

ଲମ୍ବୋଦର

ଏଠାରେ ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ।

ଅବାଞ୍ଚିତ

ଯାହାକୁ ଆମେ ଚାହୁଁନା

ଅନାଗତ

ଯାହା ଆସି ନାହିଁ, ଭବିଷ୍ୟତ

ସ୍ତୂପୀକୃତ

ସ୍ତର ବା ଥାକ ଥାକ ହୋଇ ଜମା ରହିଥିବା

ଯୂଥି

ଯୂଇଫୁଲ (ଯୂଥୀ, ଯୂଥିକା, ଯୂଥୀକା)

ପରିମଳ

ସୁବାସ, ସୌରଭ

ଶ୍ରମଜୀବୀ

କାୟିକ ଶ୍ରମରେ ଯେଉଁମାନେ ଚଳନ୍ତି ।

ସ୍ଵର୍ଣ୍ଣ-ଶୀର୍ଷ

ଯାହାର ଅଗ୍ରଭାଗ ସ୍ଵର୍ଣ୍ଣ ସଦୃଶ, ଏଠାରେ ପାଚିଲା ଧାନ ।

ଆଭିଜାତ୍ୟ

ସଂଭ୍ରାନ୍ତପଣିଆ

ଅଭ୍ରଂକଷ

ଆକାଶଛୁଆଁ

ଅଷ୍ଟପାଟବଂଶୀ

ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀ (ରୁକ୍ମିଣୀ, ସତଥ୍ୟଭାମା,ମିତ୍ରବିନ୍ଦା, ପ୍ରଭୃତି ।)

ପ୍ରଭାସତୀର୍ଥ

ଦ୍ଵାରକା ନିକଟବର୍ତ୍ତୀ ତୀର୍ଥସ୍ଥାନ

ଏରକାର ବନ

ଶର ବଣ

କର୍ଣ୍ଣଧାର

ମଙ୍ଗୁଆଳ

ପଦପଲ୍ଲବ

କଅଁଳ ପତ୍ର ପରି କୋମଳ ପାଦ

ରକ୍ତାଭ

ରକ୍ତର ବର୍ଣ୍ଣ ସଦୃଶ

ଗାଥା

କାହାଣୀ, କିମ୍ବଦନ୍ତୀ

ଏଟ୍ଲାସ୍

ଗ୍ରୀସୀୟ ଦେବତା । ପ୍ରତିଶୃତି ରକ୍ଷା କରିବା ଲାଗି ସେ ପୃଥୁବୀକୁ ନିଜର ଦୁଇ ହାତରେ ଟେକି ଧରିଥିଲେ ।

କୁବ୍ଯ

କୁଜା

ପ୍ରବଞ୍ଚନା

ଠକାମି, ଛଳନା

ନିଗଡ଼

ଶିକୁଳି, ବନ୍ଧନ

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate