অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାତୃଭାଷା ଓ ଲୋକଶିକ୍ଷା

ମାତୃଭାଷା ଓ ଲୋକଶିକ୍ଷା

ଲେଖକ ପରିଚୟ

ଓଡ଼ିଆ ଗଦ୍ୟ ଭାଷାକୁ ନିଜସ୍ମ କଳା କୌଶଳରେ ରୁଚିକର କରାଇ ପାରିଥବା ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳ ଢେଙ୍କାନାଳର ଅନତିଦୂରରେ ଅବସ୍ଥିତ ଗଞ୍ଜାଇଡ଼ିହ ଗ୍ରାମରେ ଜନ୍ମଗ୍ରହଣ କରିଥଲେ । ସଂସ୍କୃତ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଓ ଭାଷା ବିଜ୍ଞାନରେ ବିଶେଷ ଶିକ୍ଷା ଲାଭକରି ସେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧାପକ ଓ ପରେ ଓଡ଼ିଆ ବିଭାଗର ପ୍ରଫେସର ରୂପେ ରେଭେନ୍ସା ମହାବିଦ୍ୟାଳୟରେ ଦାୟିତ୍ଵ ସଂପାଦନ କରିଥିଲେ ।  ଭାଷା ବିଜ୍ଞାନୀ, ପ୍ରାବନ୍ଧିକ, ଅନୁବାଦକ, ଭ୍ରମଣ-ସାହିତ୍ୟ ରଚୟିତା, ଶିଶୁସାହିତ୍ୟ ଲେଖକ ଭାବେ ସେ ସୁପରିଚିତ । ତାଙ୍କ ରଚିତ ଭାଷା ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକଗୁଡ଼ିକ ହେଉଛି ମଣିଷର ଭାଷା, ଧ୍ଵନି ବିଜ୍ଞାନ, ଇଂରାଜୀ ଉଚ୍ଚାରଣ ଶିକ୍ଷା ଓ ଭାଷା ଶାସ୍ତ ପରିଚୟ । ଭ୍ରମଣ ସାହିତ୍ୟ ମଧ୍ୟରେ ଉଲ୍ଲେଖଯୋଗ୍ୟ କୃତିଗୁଡ଼ିକ ହେଉଛି ଲଣ୍ଡନ ଚିଠି, ଆମେରିକା ଅନୁଭୂତି, ଗଙ୍ଗାରୁ ଗୋଦାବରୀ । ତାଙ୍କ ଦ୍ଵାରା ଓଡ଼ିଆ ଭାଷାକୁ ଅନୁଦିତ ପୁସ୍ତକଗୁଡ଼ିକ ହେଉଛି: ଗୋଦାନ, ଗବନ, ବନ୍ଦୀ ନେହେରୁ, ବିସ୍ମତିର ଚିତ୍ର ଇତ୍ୟାଦି । ବିଭିନ୍ନ ସମୟରେ ସେ ଲେଖୁଥବା ପ୍ରବନ୍ଧଗୁଡ଼ିକ ମଣିଷର ଭାଷା, ଓଡ଼ିଆ କେବେ, ବିଚାର ଆଲୋଚନା ପୁସ୍ତକରେ ସଂକଳିତ ।

‘ମାତୃଭାଷା ଓ ଲୋକ ଶିକ୍ଷା' ପ୍ରବନ୍ଧଟି ‘ଓଡ଼ିଆ କେବେ' ବହିରୁ ସଂଗୃହୀତ । ଏହି ପ୍ରବନ୍ଧରେ ମାତୃଭାଷାର ଉପାଦେୟତା ଓ ଲୋକ ଶିକ୍ଷା ପାଇଁ ତାହା କିଭଳି ଉପଯୋଗୀ ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଅଛି ।

ଗଦ୍ୟ

ଆମ ଦେଶରେ ଭାଷା ସମସ୍ୟା କହିଲାମାତ୍ରେ ଲୋକେ ବୁଝନ୍ତି ହିନ୍ଦୀ-ଇଂରେଜି ବିବାଦ କଥା । ଆଞ୍ଚଳିକ ଭାଷା କଥାଟା ବେଶି ମନକୁ ଆସେନାହିଁ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ । ଅନ୍ନବସ୍ତ୍ର ପରି ତାର ଦରକାର ନିଜର ଭାଷା । ସେଥିପାଇଁ ଅର୍ଥନୀତି କ୍ଷେତ୍ରରେ ଗାନ୍ଧିଜୀ ବିଦେଶୀ ବର୍ଜନ କରି ସ୍ଵଦେଶୀ ବ୍ୟବହାର କରିବାପାଇଁ ଯେମିତି ଡାକ ଦେଲେ, ଭାଷା କ୍ଷେତ୍ରରେ ସେମିତି ଇଂରେଜି ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବାପାଇଁ ଘୋଷଣା କଲେ । ତାଙ୍କର ଡାକହେଲା କେନ୍ଦ୍ର ଭାଷା ହେବ ହିନ୍ଦୀ ଓ ଭିନ୍ନ ଭିନ୍ନ ରାଜ୍ୟଗୁଡ଼ିକରେ ରାଜ୍ୟଭାଷା ହେବ ଆଞ୍ଚଳିକ ଭାଷା ଅର୍ଥାତ୍ ରାଜ୍ୟ ଲୋକମାନଙ୍କର ମାତୃଭାଷା । ଗାନ୍ଧିଜୀ ମାତୃଭାଷାକୁ ମାତୃ ସ୍ତନ୍ୟ ପରି ମୂଲ୍ୟବାନ ମନେକରୁଥିଲେ । ତାଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତାକୁ କେବେ ଦେଶଭକ୍ତ କୁହାଯାଇପାରେନା । ଓଡ଼ିଆ କବି ଠିକ୍ କହିଥିଲେ - ‘ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନିଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?‘ କିନ୍ତୁ ଇଂରେଜି ଭାଷା ପ୍ରଭାବରେ ଆମ ଦେଶରେ ଭାଷା ପରିସ୍ଥିତି ଏମିତି ହେଲା ଯେ, ମାତୃଭାଷା ନ ଜାଣି ମଧ୍ୟ ଲୋକେ ହେଲେ ଜ୍ଞାନୀ । ଏହି ଜ୍ଞାନୀ ଲୋକମାନଙ୍କର ମାତୃଭାଷା ଅବହେଳା ହେଲା ଜାତି ପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ । ଯେଉଁମାନେ ଜ୍ଞାନୀ, ପଦସ୍ଥା, ଯାହାଙ୍କ କଥାରେ ମୂଲ୍ୟଥିଲା, ସେମାନେ ମାତୃଭାଷା ପ୍ରତି ଉଦାସୀନ ହେବା ଫଳରେ ମାତୃଭାଷାର ଅଗ୍ରଗତି ଅସମ୍ଭବ ହେଲା । ଗାନ୍ଧିଜୀ ଠିକ୍ ବୁଝିପାରିଲେ ଯେ, ଇଂରେଜି ଶିକ୍ଷା ଶାସନର ମାଧ୍ୟମ ହୋଇ ରହିଥିବା ଯାକେ ଆଞ୍ଚଳିକ ଭାଷାଗୁଡ଼ିକ ପ୍ରତି କାହାରି ଦୃଷ୍ଟି ଫେରିବା ନାହିଁ, ବଡ଼ ବରଗଛ ତଳେ ଛୋଟ ବରକୋଳି ଗଛ ଉଧେଇ ପାରିବ ନାହିଁ। ବିଜୁଳିବତି ଜଳୁଥିବାଯାକେ ଛୋଟ ଦୀପକୁ କେହି ଚାହିଁବେ ନାହିଁ । ଛୋଟକୁ ରକ୍ଷା କରିବାକୁ ହେଲେ ବଡ଼କୁ ବାରଣ କରିବାକୁ ହେବ, ଠିକ୍ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯେମିତି ହେଉଛି । ଦେଶର କ୍ଷୁଦ୍ର ଶିକ୍ରମାନଙ୍କୁ ବଞ୍ଚାଇ ରଖିବାକୁ ହେଲେ ବିଦେଶୀ ଆମଦାନିକୁ ବାରଣ କରିବାକୁ ହେବ । ଏହି ଦୃଷ୍ଟିରୁ ବିଚାର କଲେ ଇଜରାଇଲର ଆଧୁନିକ ହିବ୍ରୁ ଭାଷା ଏକ ପ୍ରକୃଷ୍ଟ ଉଦାହରଣ । ହିବ୍ରୁ ଭାଷା ମୃତପ୍ରାୟ ଅବସ୍ଥାରୁ ଉଠି ଏବେ ଇଜରାଇଲର ରାଜ୍ୟଭାଷାରେ ପରିଣତ ହୋଇଛି । ସେଠି ହିବ୍ରୁକୁ ଉଠାଇବା ପାଇଁ ଅନ୍ୟ ଭାଷା ବିରୋଧରେ ପ୍ରଚାର ପର୍ଯ୍ୟନ୍ତ କରାଗଲା । ସ୍କୁଲରେ ପିଲାମାନଙ୍କୁ ରୀତିମତ ଶିକ୍ଷା ଦିଆଗଲା ବିଦେଶୀ ଭାଷା ବ୍ୟବହାର କରିବା ଭୁଲ । ଫଳରେ ପ୍ରେଞ୍ଚ, ଜର୍ମାନୀ, ପୋଲିସ ପ୍ରଭୃତି ଯେଉଁ ଭାଷା ସବୁ ହିବ୍ରୁ ସଙ୍ଗରେ ପ୍ରତିଯୋଗିତା କରୁଥିଲେ, କାଳକ୍ରମେ ସେମାନେ ପଛରେ ପଡ଼ିଗଲେ ଓ ଖୁବ୍ ଅଳ୍ପ ସମୟ ଭିତରେ ଶତକଡ଼ା ଅଶୀଜଣ ଲୋକ ହିବ୍ରୁରେ କାମ ଚଳାଇବା ପାଇଁ ଉପଯୁକ୍ତ ହେଲେ । ଭାଷାକୁ ନିର୍ଦେଶ ଦେବାପାଇଁ ପୃଥ୍ଵୀର ଖୁବ୍ ସଭ୍ୟ ଦେଶମାନଙ୍କରେ ମଧ୍ୟ ଏକାଡ଼େମୀ ଅଛି । ଇଜରାଇଲରେ ହିବ୍ରୁ ପାଇଁ ଗୋଟାଏ ଭାଷା କାଉନସିଲ ଅଛି ।

ଦ୍ଵିତୀୟ କଥା, ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ପ୍ରତ୍ୟେକ ଭୋଟର ଉପଯୁକ୍ତ ଶିକ୍ଷା ନପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସମୂହ ଜନତାକୁ ଅଜ ସମୟ ଭିତରେ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ହିଁ ସର୍ବୋତ୍କୃଷ୍ଣ ମାଧ୍ୟମ । ବିଦେଶୀ ଭାଷାରେ ସମୂହ ଶିକ୍ଷାର ଉଦାହରଣ ପୃଥ୍ଵୀରେ କେଉଁଠି ବୋଧହୁଏ ନାହିଁ । ସେଇଥିପାଇଁ ଇଂରେଜି ଶିକ୍ଷା ଏ ଦେଶରେ ଦେଢ଼ଶହ ବର୍ଷ ହେଲା ଚାଲିଥିଲେ ମଧ୍ୟ ଶତକଡ଼ା ଦେଢ଼ଜଣ ଭାରତୀୟ ବି ଇଂରେଜି ଶିଖିପାରି ନାହାନ୍ତି । ଇଂରେଜି ବିରୋଧରେ ଆମମାନଙ୍କର ଏହି ହେଲା ପ୍ରଧାନ ଅଭିଯୋଗ । ତା'ଛଡ଼ା ମାତୃଭାଷାରେ ଯେତେଶୀଘ୍ର ଯେତେ କାମ କରିହେବ, ବିଦେଶୀ ଭାଷାରେ ସେତେଶୀଘ୍ର କରିହେବ ନାହିଁ। ଆପଣ ପରୀକ୍ଷା କରି ଦେଖନ୍ତୁ- ଶହେ ପୃଷ୍ଠାର ଓଡ଼ିଆ ବହି ପଢ଼ିବା ପାଇଁ ଆପଣଙ୍କୁ କେତେ ସମୟ ଲାଗେ ଓ ସେତିକି ପୃଷ୍ଠାର ଇଂରେଜି ବହି ପଢ଼ିବା ପାଇଁ କେତେ ସମୟ ଲାଗେ ଓ ତା’ପାଇଁ କେତେ ଅଧୁକ ମାନସିକ ପରିଶ୍ରମ କରିବାକୁ ପଡ଼େ । ମାତୃଭାଷାରେ ମନୁଷ୍ୟର ଯେଉଁ ସ୍ତୁର୍ଭି ହୁଏ, ଅନ୍ୟ କୌଣସି ଦ୍ଵିତୀୟ ଭାଷାରେ ତା ହୁଏନାହିଁ। ଭାରତର ଜଣେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଅନ୍ନଦାଶଙ୍କର ରାୟ, ଢେଙ୍କାନାଳରେ ଜନ୍ମ ହୋଇ ଆଇ.ସି.ଏସ୍. ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଜୀବନ କାଟିଥିଲେ । ସେ ଓଡ଼ିଆ କହୁଥିଲେ ଓ ଓଡ଼ିଆରେ ଲେଖୁଥିଲେ । ଖାଲି ଲେଖୁ ନଥିଲେ, ଖୁବ ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଓଡ଼ିଆରେ ଲେଖନ୍ତି ନାହିଁ, ଲେଖନ୍ତି ବଙ୍ଗଳାରେ । ସେ ଏହି ୧୯୬୩ ଜୁନରେ କଟକର ଗୋଟିଏ ସଭାରେ ସ୍ଵୀକାର କରିଯାଇଛନ୍ତି - କାହିଁକି ସେ ଓଡ଼ିଆ ଛାଡ଼ି ବଙ୍ଗଳାରେ ଲେଖଲେ । ତାଙ୍କର ମାତୃଭାଷା ବଙ୍ଗଳା ହୋଇଥିବାରୁ ସେହି ଭାଷାରେ ତାଙ୍କର ଯେଉଁ ସ୍ଵାଭାବିକ ସ୍ତୁର୍ଭି ହେବ, ଓଡ଼ିଆ ଭାଷାରେ ତାହା ହୋଇପାରିବ ବୋଲି ସେ କଜନା କରିପାରିଲେ ନାହିଁ । ଫଳରେ ସେ ମାତୃଭାଷାକୁ ଫେରିଗଲେ । ନିଜକୁ ପ୍ରକାଶ କରିବାପାଇଁ ମାତୃଭାଷା ସବୁଠାରୁ ସହଜ ଓ ସ୍ଵାଭାବିକ ମାଧ୍ୟମ, ଏଥରେ କହିବାର କିଛି ନାହିଁ ।

ବିଦେଶୀ ଭାଷାରେ ଶିକ୍ଷା ଦେବାରେ ଗୋଟିଏ ପ୍ରଧାନ ଅସୁବିଧା ହେଉଛି ଶିକ୍ଷାଟା ସହଜରେ ଲୋକଙ୍କ ଭିତରେ ପ୍ରସାରିତ ହୋଇପାରେ ନାହିଁ । ବିଦେଶୀ ଶିକ୍ଷା ସମସ୍ତେ ପାଇପାରନ୍ତି ନାହିଁ । ଯେଉଁ କେତେଜଣ ପାଆନ୍ତି, ସେମାନେ ସ୍କୁଲ, କଲେଜରୁ ଫେରି ଘରେ ପହଞ୍ଚିଲେ ସାଧାରଣତଃ ବିଦେଶୀ ଭାଷାକୁ ଆଉ ବ୍ୟବହାର କରନ୍ତି ନାହିଁ । ଧରନ୍ତୁ ଇଂରେଜି କଥା । ଆମ ଦେଶରେ ଖୁବ୍ କମ୍। ପରିବାର ଅଛନ୍ତି ଯେଉଁଠି ସମସ୍ତେ ଇଂରେଜି ଜାଣନ୍ତି । ସମସ୍ତେ ଇଂରେଜି ଜାଣିଥିଲେ ମଧ୍ୟ ମାତୃଭାଷା ପରି କେହି ତାକୁ ବ୍ୟବହାର କରନ୍ତି ନାହିଁ । କୌଣସି ବିଦେଶୀ ଭାଷାକୁ ମାତୃଭାଷାପରି ବ୍ୟବହାର କରିବା ସ୍ଵାଭାବିକ ନୁହେଁ କିମ୍ବା ସହଜ ବି ନୁହେଁ । ତା'ଛଡ଼ା ପରିବାରର ଲୋକେ ଇଂରେଜି ନ ଜାଣିଥିବାରୁ ପାଠୁଆ ପୁଅଝିଅଙ୍କ ଇଂରେଜି ବହିରୁ କୌଣସି ଜ୍ଞାନ ଆହରଣ କରିପାରନ୍ତି ନାହିଁ । ତେଣୁ ଜ୍ଞାନଟା ସହଜରେ ପ୍ରସାରିତ ନହୋଇ ସଙ୍କୁଚିତ ହୋଇ ରହେ । ଧରନ୍ତୁ, ଘରେ ଟେବୁଲ ଉପରେ ଖଣ୍ଡିଏ ବହି ରଖାହୋଇଛି । ବହିଟା ଯଦି ମାତୃଭାଷାରେ ଲେଖା ହୋଇଥାଏ, ତେବେ ବିଷୟବସ୍ତୁ ଯାହା ଥାଉନା କାହିଁକି, ଘରର ଯେକୌଣସି ଲୋକ ସେଥିପ୍ରତି ଆଗ୍ରହ ପ୍ରକାଶ କରିବେ ନିଶ୍ଚୟ । କିଛି ନ ହେଲେ ବି ବହିର ନାଁ ଟା ପଢ଼ିପାରିବେ । ଧରନ୍ତୁ, ଧାନଚାଷ ବିଷୟରେ ଖଣ୍ଡିଏ ପୁସ୍ତକ ଓଡ଼ିଆ ଭାଷାରେ ଲେଖା ହୋଇଛି । ତାକୁ ଦେଖିଲେ ଯେକୌଣସି କୃଷକର କୌତୁହଳ ହେବ, ଏଥିରେ ସନ୍ଦେହ କ'ଣ ଅଛି ? ପ୍ରତିଦିନ ଯେ ଚାଷ କରୁଛନ୍ତି, ବର୍ଷ ବର୍ଷ ଧରି ନାନା ଅଭିଜ୍ଞତା ଭିତରେ ଯେ ସମୟ କାଟୁଛନ୍ତି, ସେ ନିଶ୍ଚୟ ଜାଣିବାକୁ ଚାହିଁବେ – ପୃଥିବୀର ଅନ୍ୟ ଅଭିଜ୍ଞ କୃଷକମାନେ କୃଷି ବିଷୟରେ କ’ଣ କହିଛନ୍ତି । ଖୁବ ଗଭୀର ତଥ୍ୟଗୁଡା ଅବା ବୁଝି ନପାରିବେ, ସାଧାରଣ କଥାଗୁଡା ତ ନିଶ୍ଚୟ ଜାଣିପାରିବେ । କିନ୍ତୁ। ପାଠଗୁଡ଼ା ଇଂରେଜିରେ ଲେଖା ହୋଇଥିବାରୁ ବହିକୁ ଛୁଇଁବା ତାଙ୍କ ପକ୍ଷରେ ଅସମ୍ଭବ ହେଉଛି । ଏହି ଦୃଷ୍ଟିରୁ ବିଚାର କଲେ ସ୍ଵଦେଶୀ ଭାଷା ମାଧ୍ୟମରେ ଦିଆଯାଉଥିବା ଶିକ୍ଷା ଲୋକଙ୍କ ଭିତରେ ସହଜରେ ବିସ୍ତୁତ ହୋଇପାରୁନାହିଁ । ବିଲାତ ପ୍ରଭୃତି ଦେଶରେ ଦେଖିବା କଥା ତାଙ୍କ ବହି । ବିଲେଇ, କୁକୁର ପାଳିବା ଠାରୁ ଆରମ୍ଭ କରି ଉଡ଼ାଜାହାଜ ଉଡ଼େଇବା ପର୍ଯ୍ୟନ୍ତ ସବୁପ୍ରକାର ଜ୍ଞାନକୁ ସରଳ ଭାଷାରେ ଲୋକେ ବୁଝିଲାପରି ଲେଖି ଦିଆଯାଉଛି । ଯେକୌଣସି ଲୋକ ବହି ଖଣ୍ଡିଏ କିଣିନେଇ ପଢୁଛି । ତାରି ଫଳରେ ଜ୍ଞାନ ସହଜରେ ବିସ୍ତୁତ ହୋଇପାରୁଛି । କିନ୍ତୁ । ଆମ ଦେଶରେ ଜ୍ଞାନ ଭଣ୍ଡାରଟା ଇଂରେଜିରେ ଥିବାରୁ କୋଟି କୋଟି ଜନତା ଆଖି ଥାଉଁ ଥାଉଁ ଅନ୍ଧ । ଯେ ଇଂରେଜି ପଢ଼ିପାରୁଛି, ସେହି ପାରଙ୍ଗମତା ପାଇଁ ତା ମନରେ ଯେଉଁ ଅଭିମାନ ଓ ଯେ ନ ପଢ଼ିପାରୁଛି, ସେହି ଅପାରଗତା ପାଇଁ ତାର ଯେଉଁ ନୂର୍ଦ୍ଧାନମନ୍ୟତା ୟାକୁଇ ନେଇ ଦେଶ ଦୁଇଭାଗରେ ବିଭକ୍ତ ହୋଇଛି, ପାଠୁଆ ଓ ଅପାଠୁଆ, ଏକାଘର ଭିତରେ ଉଠିଛି ଅଦୃଶ୍ୟ ପାଚେରି । ବିଦେଶୀ ମାଧ୍ୟମର ଏହି ଅପ୍ରାକୃତିକ ପାଚେରିକୁ ଭାଙ୍ଗିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ ସେହି ଅଦୃଶ୍ୟଦ୍ରଷ୍ଟା ଗାନ୍ଧିଜୀ ।

ସେହି କୃଷି କଥାର ଉଦାହରଣ ନେଇ ଅନ୍ୟ ପକ୍ଷରୁ ବିଚାର କଲେ ବିଦେଶୀ ମାଧ୍ୟମ ଯୋଗୁଁ ଆମ ଭାଷା କ'ଣ ହରାଇଛି, ତା’ ସ୍ପଷ୍ଟ ଜାଣିହେବ । ଇଂରେଜି ଭାଷାରେ ସବୁ ଲେଖିବା ପଢ଼ିବା ଫଳରେ ମାତୃଭାଷାରେ କୃଷି ବିଷୟରେ ଯେତେ ଟେକନିକାଲ ଇଡ଼ିୟମ ଅଛି, ତାକୁ ଇଂରେଜି ପଢୁଆ, କୃଷକ କାଳକ୍ରମେ ଭୁଲିଯାଉଛନ୍ତି । ସେହି ପରିମାଣରେ ଆମ ମାତୃଭାଷାର କ୍ଷତି ହେଉଛି । ଇଂରେଜି ପଢୁଆ ଲୋକ ମାତୃଭାଷାରେ ଲେଖିବା ପଢ଼ିବା ପାଇଁ ନାରାଜ । ତେଣୁ ମାତୃଭାଷାରେ କୃଷି ବିଷୟରେ ଟେକନିକାଲ ଶବ୍ଦ ତିଆରି ହେବାର ସମ୍ଭାବନା ନାହିଁ । ପୁଣି ୟାକୁଇ ଆଳ କରି କୁହାଯାଉଛି - ଆମ ଭାଷାରେ ତ ପାରିଭାଷିକ ଶବ୍ଦ ନାହିଁ, ଆମେ ଲେଖା ପଢ଼ା କରିବୁ କେମିତି ? ଏହି ହେଲା ଭାଷା ମାପଚକ୍ର ।  କରିବାର ସୁଯୋଗ ନାହିଁ ଓ ନକରିଥିବାରୁ ଆଉ ସୁଯୋଗ ଦିଆଯିବ ନାହିଁ । ଫଳରେ ଇଂରେଜି ଛଡ଼ା ଆମର ଆଉ ମୁକ୍ତି ନାହିଁ । ଓଡ଼ିଶାରେ ଯେତେବେଳେ କୃଷି କଲେଜ ସ୍ଥାପନ କରାଗଲା, ଶିକ୍ଷା ମାଧ୍ୟମକୁ ଓଡ଼ିଆ କରିବାପାଇଁ କେହି କେହି ଉପଦେଶ ଦେଇଥିଲେ, କିନ୍ତୁ ଆମର ଆବଶ୍ୟକ ଶକ୍ତି କିମ୍ବା ସାହସ ନଥିବାରୁ ସେହି ଗତାନୁଗତିକ ବାଟରେ କାମ ଚାଲିଲା । ମାତୃଭାଷାରେ ଶିକ୍ଷା ହୋଇପାରିଥିଲେ, ଦେଶର ଇଂରେଜି  ଅନଭିଜ୍ଞ ଅଥଚ ଭଲ ଭଲ ଅଭିଜ୍ଞ କୃଷକମାନେ ସେଠି ସାମୟିକ ଶିକ୍ଷା ନେଇପାରିଥାନ୍ତେ ଓ ଆମ କୃଷିଛାତ୍ରମାନେ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖିପାରିଥାଆନ୍ତେ । କୃଷକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି, ସେଥିରେ ଋଷିଙ୍କ ଶ୍ରାଦ୍ଧ ବି ହୋଇପାରିବ ନାହିଁ । ଏ ଦେଶ କୃଷକର ଯେଉଁ ପରମ୍ପରାଗତ ଅଭିଜ୍ଞତା, ତା’ର ମୂଲ୍ୟ କିଛି ନାହିଁ, କିନ୍ତୁ ଜାପାନୀ ଓ ଆମେରିକାନ୍ କୃଷକମାନଙ୍କର ଯେଉଁ ଅଭିଜ୍ଞତା, ସେହି ଆମର ଅମୂଲ୍ୟ ସମ୍ପଦ ।

ଆଜିର ଏହି ଯୋଜନାମୟ ଦେଶରେ ଚାରିଆଡ଼େ ଉନ୍ନୟନ କାର୍ଯ୍ୟ ଚାଲୁ ହେଉଛି । ରାସ୍ତା, ଘାଟ, କାନ୍ଥ, ବାଡ଼ ସବୁଠି ପ୍ରଚାରପତ୍ର ଦେଖିବାକୁ ମିଳୁଛି । ଯେଉଁତକ ମାତୃଭାଷାରେ ଲେଖା ହୋଇଛି, ସେତକ ଅକ୍ଷର ଚିହ୍ନିଥିବା ଯେକୌଣସି ଲୋକ ପଢ଼ିବାକୁ ଚେଷ୍ଟା କରୁଛି, କିନ୍ତୁ ଇଂରେଜିରେ ଯାହା ଲେଖାହୋଇଛି, ଅନ୍ଧ ଆଗରେ ବତି ଜାଳିଲାପରି ତା' ସେଇମିତି ରହିଯାଉଛି । ଗଛପତ୍ର, କାନୁବାଡ଼ ଯୁଆଡ଼େ ଆଜିକାଲି ଦେଖିବ, ଲେଖାହେଉଛି N.M.E.P ମାନେ ଜାତୀୟ ମ୍ୟାଲେରିଆ ନିରାକରଣ ପ୍ରୋଗ୍ରାମ, ଇଂରେଜିରେ କହିଲେ ନ୍ୟାସନାଲ ମ୍ୟାଲେରିଆ ଇରାଡ଼ିକେସନ ପ୍ରୋଗ୍ରାମ । ମ୍ୟାଲେରିଆ ବିରୋଧରେ ସରକାର କେମିତି ଯୁଦ୍ଧ ଘୋଷଣା କରୁଛନ୍ତି, ଲୋକମାନଙ୍କ ମଧ୍ୟରେ ତାକୁ ଇ ପ୍ରଚାର କରିବାପାଇଁ ଯଦି ଏହା ଲେଖା ହୋଇଥାଏ, ତା'ହେଲେ ଇଂରେଜି ଅକ୍ଷରରେ ଲେଖାହୋଇଛି କାହିଁକି ? ଓଡ଼ିଆରେ ଲେଖା ହୋଇଥିଲେ ଜୋଲାକା ଓ ସରକାର ଉଭୟଙ୍କର ଲାଭ ଜୋହାଇଥାନ୍ତି । ଲୋକେ ଜାଣନ୍ତେ - ସରକାର ତାଙ୍କ ପାଇଁ କେତେ କାମ କରୁଛନ୍ତି !

ଧରନ୍ତୁ, ସଡ଼କରେ ମଝିରେ ମଝିରେ ଯେଉଁ  ନିର୍ଦ୍ଦେଶନାମା ଲେଖାହୋଇଛି, ଯଥା - Caution, Sharp bendahead, Dangerous curve, Bazar area ahead, Drive slow,ପାଇଁ ଲେଖାହୋଇଛି ? କରଦାତା ସାଧାରଣ ପଥୁକର ଏଥିରେ କିଛି ଭାଗ ନାହିଁ ? ଇଂରେଜି ସାଙ୍ଗକୁ ଏଥିରେ ଯଦି ଓଡ଼ିଆ ଲେଖା ହୋଇଥାନ୍ତା, ତେବେ ଯେକୌଣସି ଓଡ଼ିଆ ପଢ଼ା ଲୋକ ସେଥିରୁଜ୍ଞାନ ଆହରଣ କରିପାରୁଥାନ୍ତା । ଏବେ ଅବଶ୍ୟ ଅନେକ ଜାଗାରେ ଓଡ଼ିଆରେ ଲେଖାହେଲାଣି । ଇଂରେଜ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରରେ ରଖିଥିଲେ, କିନ୍ତୁ ଦେଶୀ ସରକାର ଇଂରେଜି ବଳରେ ଲୋକଙ୍କୁ ଦୂରରେ ରଖିଛନ୍ତି । ସେଇଥିପାଇଁ ଗାନ୍ଧିଜୀ ଏତେ ବ୍ୟାକୁଳ ହେଉଥିଲେ ମୁକ ଜନତାକୁ ତା’ର ମାତୃଭାଷାର ଅଧୁକାର ଦେବାପାଇଁ । ରୁଷ ସରକାର ପ୍ରତ୍ୟେକ ସୋଭିଏଟରେ ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧ୍ଵକାର ଦେଇଛନ୍ତି । ବାସ୍ତବରେ ଲୋକଙ୍କ ହାତକୁ କ୍ଷମତା ଦେଇ ତାଙ୍କ ନିଜ ଭାଷାରେ ଶାସନ କାର୍ଯ୍ୟ ଚଳାଇବା ପାଇଁ ସୁଯୋଗ ନ ଦେଲେ ସେ କ୍ଷମତାର କିଛି ଅର୍ଥ ନାହିଁ । ଗାଁ ଗହଳରେ ବି.ଡ଼ି.ଓ ଏବଂ ପଞ୍ଚାୟତ ଇଞ୍ଜିନିୟର ଇଂରେଜିରେ କଥାବାର୍ତ୍ତା ହେଉଥିଲା ବେଳେ ପାଖରେ ଠିଆ ହୋଇଥିବା ଇଂରେଜି ଅନଭିଜ୍ଞ ସରପଞ୍ଚଙ୍କ ଚେହେରା ଯଦି ଆପଣ କେବେ ଦେଖିଥିବେ ତା'ହେଲେ ଜାଣିଥିବେ, ସେପରି କ୍ଷେତ୍ରରେ ଲୋକପ୍ରତିନିଧି ମାନଙ୍କର ଅବସ୍ଥାଟା କ'ଣ ? ଇଂରେଜି ଉଠିଯାଇ କାଗଜପତ୍ର ଯେଉଁଦିନ ଓଡ଼ିଆରେ ହୋଇଯିବ, ସେଦିନ ସାଧାରଣ ଲୋକଙ୍କର ଅନେକ ଅସୁବିଧା ଉଠିଯିବ ।

ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ମାତୃଭାଷା ସମ୍ପର୍କରେ ଯାହା କହୁଥିଲେ, ସେମାନେ ଯେ କେବଳ ଜାତୀୟତା ପ୍ରୋତରେ ଭାସିଯାଇ କହୁଥଲେ ତା’ ନୁହେଁ । ସେମାନଙ୍କର ଦୃଷ୍ଟିକୋଣ ଥିଲା ଖୁବ୍ ପ୍ରାକ୍ଲିକାଲ । ଶିକ୍ଷା ବିଷୟ ନେଇ ଯେତେ କମିଟି ବସିଥିଲା, ଯଥା- ତାରାଚାନ୍ଦ କମିଟି, ମୁଦାଲିୟର କମିଟି, ରାଧାକୃଷ୍ଣ କମିଟି ଓ ଜାକିର ହୁସେନ କମିଟି - ସମସ୍ତେ ସମସ୍ଵରରେ କହିଥିଲେ। ମାତୃଭାଷା ଶିକ୍ଷା ସବୁ ଶିକ୍ଷାର ମୂଳମନ୍ତ୍ର, କିନ୍ତୁ ଲକ୍ଷ୍ୟ କରିବାର କଥା - ଇଂରେଜି ଭାଷା ଏ ଜାତି ଉପରେ କି ଇନ୍ଦ୍ରଜାଲ ସୃଷ୍ଟି କରିଛି, ଏପର୍ଯ୍ୟନ୍ତ ଏତେ ଝଡ଼ଝଞ୍ଜା ଭିତରେ ମଧ୍ୟ ମାତୃଭାଷା ପ୍ରତି ଆମର ସମ୍ମାନ ଆସିନାହିଁ । ଆମ ବିବାହ ବ୍ରତ ନିମନ୍ତ୍ରଣ ଲେଖାଯାଉଛି ଇଂରେଜିରେ, ଆମ ଲୋକସଭା ହେଉଛି ଇଂରେଜିରେ, ପୁଅଝିଅଙ୍କ ନାଁ ବି ଦିଆଯାଉଛି ଇଂରେଜିରେ, ଅଥଚ ଆମ ଭାଷାପ୍ରତି ଯେ ଯେପରି ବ୍ୟବହାର କଲେ ମଧ୍ୟ ଆମେ ବେଶି ବ୍ୟଗ୍ର କିମ୍ବା ଚିନ୍ତିତ ନୋହୁଁ । ୧୯୬୩ ମସିହାରେ ଓଡ଼ିଶାର ସଂସ୍କୃତିକେନ୍ଦ୍ର ପୁରୀଠାରେ ଗୋଟିଏ ନୂଆ ରେଳଷ୍ଟେସନ ତିଆରି ହେଲା । ସେହି ଷ୍ଟେସନର ପୋଟିକୋ, ଛାତ ଉପରେ ଶାମୁକା ସାହାଯ୍ୟରେ ଷ୍ଟେସନର ନାମ ଲେଖାଥିଲା ହିନ୍ଦୀ ଓ ଓଡ଼ିଆ ଭାଷାରେ । ହିନ୍ଦୀରେ ' ପୁରୀ' ବନାନ ଲେଖାହେଲା ଠିକ, ଅଥଚ ଓଡ଼ିଆରେ ଲେଖାହେଲା ଭୁଲ । କେନ୍ଦ୍ର ସରକାରଙ୍କର ଇଞ୍ଜିନିୟର କିମ୍ବା କଣ୍ଟାକୁରଙ୍କୁ ଯଦି ଓଡ଼ିଆ ଜଣାନାହିଁ, ସେମାନେ କ'ଣ ପୁରୀରେ କାହାକୁ ହେଲେ ଜଣକୁ ପଚାରି ଶୁଦ୍ଧ ଭାବରେ ଲେଖିପାରିଲେ ନାହିଁ ? ଏ କ’ଣ ସେମାନଙ୍କର ଅଜ୍ଞତା ନା ଓଡ଼ିଆ ଭାଷା ଓ ଜାତିପ୍ରତି ଅବହେଳାର ନିଦର୍ଶନ ! ଲକ୍ଷ ଲକ୍ଷ ଟଙ୍କାର ସୁନ୍ଦର କୋଠାଟିଏ, ଅଥଚ ସେଥିରେ ଭୁଲରେ ଲେଖାହେଲା ଓଡ଼ିଆ ନାଁ ଟା । ସେଠି ଯେଉଁ ‘ପୁରି’ ଶବ୍ଦ ଲେଖାହେଲା, ‘ ପୁରୀ’ର ସେପରି ବନାନ ଭାଷାକୋଷରେ ବି ନାହିଁ । ଏବେ ଅବଶ୍ୟ ତାକୁ ଠିକ କରି ଦିଆଯାଇଛି । ରାଉରକେଲାରେ କେନ୍ଦ୍ର ସରକାରଙ୍କର ଯେଉଁ ତା’ର ଘର ତିଆରି ହୋଇଛି, ସେଥିରେ ଘରର ନାଁ ଟା ଉଭୟ ହିନ୍ଦୀ ଓ ଓଡ଼ିଆ ଅକ୍ଷରରେ ଲେଖା ହୋଇଥିଲା । ସେହି ଗୃହ ଉନ୍ମୋଚନ କରିବା ପାଇଁ କେନ୍ଦ୍ର ସରକାରୀ ହାକିମ ଆସିଥିଲେ, ସେ କୁଆଡ଼େ ଓଡ଼ିଆ ଅକ୍ଷରକୁ ଲିଭାଇ ଦେବାପାଇଁ ନିର୍ଦେଶ ଦେଇଥିଲେ ବୋଲି ଖବରକାଗଜରେ ବାହାରିଥିଲା । ଏକଥା ଯଦି ସତ୍ଯ ହୋଇଥାଏ, ତେବେ ଭାଷାପ୍ରତି ଆମମାନଙ୍କର ଉଦାସୀନତା କେତେ, ତାହା ସହଜରେ ଜଣାଯିବ । ଲଣ୍ଡନରେ ଗୋଟିଏ ଷ୍ଟ୍ରୀଟ ଅଛି, ତା ନାଁ ହେଉଛି Conduit Street ।  ବି.ବି.ସି ସମ୍ବାଦ ପ୍ରଚାରବେଳେ ସେହି ନାଁକୁ ଯେଭଳି ଭାବରେ ଉଚ୍ଚାରଣ କରାଗଲା ସ୍କଟଲାଣ୍ଡର ଲୋକେ ତାକୁ ପସନ୍ଦ କଲେ ନାହିଁ । ତା’ରି ଉପରେ ମାସ ମାସ ଧରି ଆନ୍ଦୋଳନ ଚାଲିଲା । ଶେଷରେ ଇଂଲଣ୍ଡ, ସ୍କଟଲାଣ୍ଡ ଉଭୟଙ୍କୁ ସୁହାଇଲା ଭଳି ଏକ ଉଚ୍ଚାରଣ ଗୃହୀତ ହେଲା । ତା'ର କାରଣ ହେଉଛି, ନିଜ ଭାଷା ପାଇଁ ସେମାନଙ୍କର ଯଥେଷ୍ଟ ଚେତନା ଓ ସମ୍ମାନ ଅଛି । କିନ୍ତୁ ବିବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଦରେ ମଧ୍ୟ ଆମେ ନିଜ ଭାଷା ବିଷୟରେ ସଚେତ ହେବାକୁ ଆରମ୍ଭ କରିନାହୁଁ ।

ଲୋକ ଘରୁ ଗୋଡ଼ କାଢ଼ିଲେ ବରାବର ମନେମନେ ଭାବେ, ବାହାର ଲୋକେ ତାକୁ ଚିହ୍ନନ୍ତି କି ନାହିଁ । ଯଦି ସେ ଦେଶ ବାହାର ଲୋକେ ତାକୁ ଜାଣନ୍ତି, ତାଙ୍କ ଗାଁ ନାଁ କିମ୍ବା ତା' ରାଜ୍ୟର କୌଣସି କଳା, ସଂସ୍କୃତି କିମ୍ବା ଭାଷା ନାଁ ଜାଣନ୍ତି, ତେବେ ସେ ଭାରି ଖୁସି ହୁଏ । ନିଜର ପ୍ରତିଷ୍ଠା ଅଛି ବୋଲି ଭାବି ଅଭିମାନ ଅନୁଭବ କରେ । ଏହିପ୍ରକାର ଅଭିମାନ ମଣିଷର ଦରକାର ମଧ୍ୟ । ତା' ନହେଲେ ଲୋକେ ଦେଶ, ଜାତି , ଭାଷା, ସଂସ୍କୃତିର ସୁନାମ ପାଇଁ ଚେଷ୍ଟା କରନ୍ତେ କାହିଁକି ? ବ୍ୟକ୍ତିଗତ ଅନୁଭୂତିରୁ ମୁଁ ଦେଖିଛି - ଓଡ଼ିଶା ବାହାରେ ଲୋକେ ଯେତେବେଳେ ପଚାରନ୍ତି ଓଡ଼ିଶା କ'ଣ ବିହାର- ଓଡ଼ିଶା ? ଓଡ଼ିଆ ଲୋକେ କି ଭାଷା କହନ୍ତି ? ବଙ୍ଗଳା ନା ତେଲୁଗୁ ? ମନେ ମନେ ଟିକେ ବିରକ୍ତ ଲାଗେ ସତ, କିନ୍ତୁ ଭାବି ଦେଖିଲେ ଦୁର୍ବଳତା ଆମ ନିଜର । ବିଲାତ ପରି ଏତେ ଟିକିଏ ରାଜ୍ୟକୁ ଯଦି ସବୁ ଲୋକେ ଜାଣୁଛନ୍ତି, ଆମକୁ ଜାଣୁନାହାନ୍ତି କାହିଁକି ? ଆମରି ଭାଷା ପରି ଗୋଟିଏ ବଙ୍ଗଳା ଭାଷାକୁ ଯଦି ପୃଥ୍ଵୀ ଲୋକେ ଜାଣୁଛନ୍ତି, ଆମକୁ ଜାଣୁନାହାନ୍ତି କାହିଁକି ? ଇଂରେଜି ଆଧିପତ୍ୟକୁ କମାଇବାକୁ ହେବ । ଭାରତୀୟ ଭାଷାର ଉଦାହରଣ ଦେଲାମାତ୍ରେ ଲୋକେ ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, ତେଲୁଗୁ, ତାମିଲର ନାଁ କହୁଛନ୍ତି, ଅଥଚ ଆମ ନାଁ କେହି ଧରୁନାହାନ୍ତି, ତା’ର କାରଣ ବୋଧହୁଏ ଆମେ ଆମ ରାଜ୍ୟକୁ ଓ ତା’ର ଭାଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିପାରିନାହୁଁ । ସେଥିପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଦରକାର । ଯେଉଁ ସୁବିଧା, ସୁଯୋଗ ଓ ସାଧନା ନେଇ କେତେକ ଭାରତୀୟ ଭାଷା ଆଗେଇ ଯାଇଛନ୍ତି, ଓଡ଼ିଶା ଭାଗ୍ୟରେ ତା ଜୁଟିନାହିଁ । ବିଦେଶୀ ଶାସନ ତଳେ ଭାରତୀୟ ଭାଷାମାନଙ୍କର ଯେତିକି ଗତିରୋଧ ହୋଇଛି, ତାଠୁ ବେଶୀ ହୋଇଛି ଓଡ଼ିଆ ଭାଷାର । ଓଡ଼ିଆ କେବଳ ବ୍ରିଟିଶମାନଙ୍କ ତଳେ ନଥିଲା, ବହୁକାଳ ପର୍ଯ୍ୟନ୍ତ ବଙ୍ଗ-ବିହାର ପ୍ରଭୃତି ପ୍ରଦେଶ ସଙ୍ଗେ ଯୋଡ଼ା ହୋଇ ରହିଥିଲା । ଓଡ଼ିଶାର ବାବୁ ଶ୍ରେଣୀ ଏବେ ବି ପୁରା ଓଡ଼ିଆ ହୋଇନାହାନ୍ତି, ସେତେବେଳେ ତା ପ୍ରାୟ ସମସ୍ତେ ଅଲେ ବିଦେଶୀ । ସେକାଳ ଗଡ଼ଜାତମାନଙ୍କରେ, ପୁଣି ଓଡ଼ିଶାରେ ଛବିଶଟା ଗଡ଼ଜାତ, ବାବୁ କହିଲେ କେବଳ ବଙ୍ଗୀୟ ଭଦ୍ରଲୋକମାନଙ୍କୁ ବୁଝାଉଥିଲା । ତେଣୁ ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିଲା କିଏ ? ଫକୀରମୋହନଙ୍କ ପରି ଯେଉଁମାନେ ଚିନ୍ତା କରୁଥିଲେ, ସେମାନଙ୍କୁ କୁହାଯାଉଥିଲା'ରିଙ୍ଗ ଲିଡ଼ର' । ହିନ୍ଦୀ ଲୋକେ ଆସି ଓଡ଼ିଆ ପାଇଁ କାମ କରିବା କିମ୍ବା ଓଡ଼ିଆ ଲୋକେ ଯାଇ ମରାଠୀ ଭାଷାର ଉନ୍ନତି ପାଇଁ ଚେଷ୍ଟା କରିବାର ଉଦାହରଣ ଖୁବ୍ କମ୍ । ଏସବୁ କ୍ଷେତ୍ରରେ ପ୍ରତ୍ୟେକେ ନିଜ ଭାଷା ପାଇଁ କାମ କରିବା କଥା । ଆମେ ଯଦି ଭାବୁଥାଉଁ, ଆମପାଇଁ ଆଉ ଲୋକେ କରିବେ- ସେ ଭାବନା ଆମର ଭୁଲ । ବଥା ସିନା ବଥାଏ, ଆବୁ କାହାର ବଥାଏ ନାହିଁ ।

  • ଆଞ୍ଚଳିକ ଭାଷାପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ  ଇଂରେଜି ଆଧିପତ୍ୟକୁ, କମାଇବାକୁ ହେବ ।
  • ଜନତାର ସାମୂହିକ ଶିକ୍ଷାପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ ।
  • ମାତୃଭାଷା ପାଇଁ ଅଭିମାନ ଓ ମାତୃଭାଷାର ସୁବିଧା, ଉନ୍ନତି ସାଧନ କାମ୍ୟ ।

ଶବ୍ଦାର୍ଥ

ଶବ୍ଦ

ଅର୍ଥ

ପଦସ୍ଥ

ପଦାଧିକାରୀ

କାଉନସିଲ

ପ୍ରାଶାସନିକ ପରିଷଦ

ସମୂହ

ସମଷ୍ଟି

ସ୍ଫୂର୍ତ୍ତି

ଚଞ୍ଚଳତା, ଫୁର୍ତ୍ତି, ଉତ୍ସାହ

ନିରବଚ୍ଛିନ୍ନ

ଅବିରତ ଭାବରେ

ହିବ୍ରୁ

ଇଜରାଇଲର ଆଧୁନିକ ଭାଷା

ଋଷିଙ୍କ ଶ୍ରାଦ୍ଧ

 

ଆୟୋଜନ ବଡ଼ ଜଣାପଡ଼ୁଥିଲେ ହିଁ ଫଳାଫଳ ନ୍ୟୂନ (ଅଜା, ଯୁଦ୍ଧେ, ଋଷି ଶ୍ର।ଦ୍ଧେ ପ୍ରଭାତେ ମେଘଡମ୍ବରୁ, ଦାମ୍ପତ୍ତ୍ୟେ କଳହଶ୍ଟୈବ ବହ୍ଵାଡମ୍ବରେ ଲଘୁକ୍ରିୟା)

ପୋଲିସ

ପୋଲାଣ୍ଡବାସୀଙ୍କ ମାତୃଭାଷା

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate