ପଞ୍ଚଦଶ ଶତାବ୍ଦୀର ମାଟିର ମହାକବି ସାରଳା ଦାସ / ଆଧୁନିକ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ (କନକପୁର) ଗ୍ରାମରେ ତାଙ୍କର ଜନ୍ମ, ସାଧନା ଓ ସିଦ୍ଧି । ସାରଳା ଠାକୁରାଣୀଙ୍କ କୃପାରୁ ତାଙ୍କର କବିତ୍ଵ ସୃଷ୍ଟି I ସିଦ୍ଧେଶ୍ଵର ପରିଡ଼ାରୁ ସେ ହେଲେ ସାରଳା ଦାସ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ସେ ଓଡ଼ିଆ ଭାଷାରେ ରଚନା କଲେ ମହାଭାରତ, ଚଣ୍ଡୀ ପୁରାଣ, ରାମାୟଣ ଆଦି ଗ୍ରନ୍ଥ। ଉକ୍ତ ଉକ୍ତ କାବ୍ୟାଂଶଟି ମହାଭାରତର “ସ୍ଵର୍ଗାରୋହଣ ପର୍ବ”ରୁ ଆନୀତ । ଉକ୍ତ କବିତାରେ ଯୁଥିଷ୍ଠିରଙ୍କର ଉଦାର ମାନସିକ ବ୍ୟକ୍ତିତ୍ଵ ପରାର୍ଥପରାୟଣତା, ଧର୍ମଭାବ ଓ ବ୍ୟକ୍ତି ସ୍ଵାର୍ଥ ପରିବର୍ତ୍ତେ ଅନ୍ୟର ମଙ୍ଗଳ କାମନା ଅଭିବ୍ୟକ୍ତ । ଏହା ଦାଣ୍ଡିବୃତ୍ତରେ ରଚିତ ।
ୟେଥୁ ଅନନ୍ତରେ ବିଲଙ୍କା ଦେଶ ରାଜା ଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟ ପୂଜା । ବସନ କୁଣ୍ଡଳ ଚନ୍ଦନ ପୁଷ୍ୟମାଳା ଦେଇ ଶତ ସହସ୍ର ଦଣ୍ଡ ପ୍ରଳମ୍ବ ହୋଇ ଶୋଇ | ଶୁଣିମା ମୁନି ହେ ଯୁଝେଷ୍ଟି ଦେବଂକ ର ସ୍ଵର୍ଗାରୋହଣ କଥା କିସ ପ୍ରତିଉତ୍ତର ଦିଲେ ଇନ୍ଦ୍ର ଯେ ଦେବତା । ଶୁଣା ହୋ, ମହାରାଜା ବଦୟନ୍ତି ଅଗସ୍ତି ଯୁଝେଷ୍ଟି ‘କି କୋଳ କରି ଧଇଲେ ସୁରପତି । ବାବୁରେ ପିତା ଆଗ୍ୟ ।” ବିଲେ ତୁ ଯିବୁରେ ଆକାଶ ପୁଷୋତ୍ତ୍ୟକ ବିମାନେ ବସି ବେଗେ ଯିବା ଆସ । ତ୍ରିଦଶ ଦେବତା ୟେ ଯେ ବସିଛନ୍ତି ସୂର୍ବେ ତୋତେ ବାଟ ଚାହିଅଛନ୍ତି ଚାଲାଯିବା ବେଗୋ | ଯୁଝେଷ୍ଟି ବୋଇଲେ ମୁଁ ନାଶ କଲି ସୋଦର ଯେକା ହୋଇ କେମନ୍ତେ ଯିବଇ” ଅମର । ଇନ୍ଦ୍ର ବୋଇଲେ ବାବୁ ତୋହୋର ସୋଦର ଚାରିଭ୍ରାଥେ ଦେବ ସଭାୟୋ ବସିଛନ୍ତି ସକୁଟୁମ୍ବେ ଶ୍ରୀକୃଷ୍ଣ ସହିତେ । ପୁଷ୍ୟେକ ବିବାନେ ବିଜେ କରିବା ବିଳମ୍ବ ନ କର ତୁହି ତୋହୋର ଯିବାକୁ ଯେ ଅଛନ୍ତି ବାଟ ଚାହିଁ । ଇନ୍ଦ୍ର ଦେବତା ବଚନେ ଯୁଝେଷ୍ଠି ଉଠିଲେ ଧାତିକାରେ ଶୁକ୍ଲାମ୍ବର ଶ୍ୱାନକୁ ଧଇଲେ କୋଳରେ । ଇନ୍ଦ୍ର ଦେବତା ବୋଇଲେ ଯେ ଦେଖୁ ଦେଖୁଂ ଶ୍ଵାନ ଯେତେକ ବସ୍ରେ ଛୁଇଂ ତେତେ ବସ୍ତେ ସ୍ରାହାନ । ଯାତ୍ରା ଯୋଗେ ବୋଇଲେ ଅଯାତ୍ରା ହୋଅଇ ପାଦରଜ ପଡନ୍ତେଣ, ଅବେଳକେ ଆଷ୍ୟ ତୁଟଇ । ଯୁଝେଷ୍ଟି ଦେବଂକ ମନ ବିଡ଼ିବା ନିମନ୍ତେ ଜାଣିମାନ ଧର୍ମ ଅଛଇ ଯେହାଂକର କେତେ । ଇନ୍ଦ୍ର ଜାଣଇ ସେ ଶ୍ଵାନ ଅଟଇ ଧର୍ମ ସେ ଦେବତା ଧର୍ମର କଷଣ ନିମନ୍ତେ ୟେସନେକ କଥା । ଯୁଝେଷ୍ଟି ଦେବଂକ ମନ ବିଡ଼ିବା ନିମନ୍ତକୁ ଅନେକ ଭ୍ରଚ୍ଛନାମାନ ଇନ୍ଦ୍ର ବୋଇଲେ ଶ୍ୱାନକୁ । ୟେହି ସେ ଦେବ ବିବାନ ଦେଖ ହୋ ଯୁଝେଷ୍ଠି ଶ୍ଵାନ ପାମର ଯିବ କେସନେକେ ଯିବ ଉଠି । ଯୁଝେଷ୍ଠି ବୋଇଲେ ଦେବ ଶୁଣିମା ମଘବାନ ବଡ଼ାଇ ମହତ୍ତ୍ଵ ଯେ ଅଟଇ ଦେବଶ୍ୱାନ । ଅନେକ ସୋଦର ଥିଲେ ମୋହୋର ସେ ସାହା ଶେଷ କାଳେ କେହି ନୋହିଲେ ମୋର ବାହା । ୟେ, ଶ୍ଵାନଗୋଟି ମୋର ରକ୍ଷା କଲା ଧର୍ମ ମୋହରେ ସଦୟା ଥିଲେ ବିବାନେ ଯେହାକଇ° ନେମ । ବିବାନେ ନ ବସାଇବା ହୋ ଯେବେ ଦେବ ତାତ ମୋତେ କିମ୍ପା ସ୍ଵର୍ଗ ହୋଇବ ପରାପତ । ଯେତେବୋଲି ଶ୍ଵାନକୁ ଧଇଲେ ବେନିଭୁଜେ ଦେବ ବିବାନ ଉପରେ ଯୁଝେଷ୍ଠି ଦେବ ବିଜେ । ଇନ୍ଦ୍ରଦେବତା ଯୁଝେଷିଂକି କଲେ ଅନେକ ପ୍ରଶଂସା ସଦା ସଦୟୋ ତୋହୋର ବାବୁ ୟେସନେକ ମନୀଷା । ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତ ପାଷାଣେ ନ ଲାଗଇ ଯେହେ ଜଳ°କର ଘାତ । ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତ ପାଷାଣେ ନ ଲାଗଇ ଯେହେ ଜଳ°କର ଘାତ । ଅଭେଦ ସେହ୍ଲାରେ ଯେହ୍ନେ ଭେଦଇ ଶର ଅନେକ ହତ୍ୟା ଦୋଷ ହୋଇଲା ଦୂରାନ୍ତର । ଶ୍ରୀକୃଷ୍ଣ ଯେ ଭୂପତିତ ହୋଇଲେ ମେଦିନୀ ସ୍ଵକାୟୋ ସ୍ଵର୍ଗକୁ ଯାଇ ନୁଆରିଲେ ଦେହ ଘେନି । ଇନ୍ଦ୍ର ଦେବତା ବୋଇଲେ ଶୁଣା ହୋ ଯୁଝେଷ୍ଠି । ଚିହ୍ନିକି ନୁଆରିଲେ ଯେହି ଶ୍ଵାନ ଗୋଟି । ଯୁଝେଷ୍ଠି ବୋଇଲେ ଯେ, ମୋହୋର ଚର୍ମ ଚଛୁ ଅନ୍ତର୍ଯ୍ୟାମୀ ନୋହଇ କେହ୍ନେ ଗ୍ୟାନ ଇଛୁ । ଇନ୍ଦ୍ର ବୋଇଲେ ଯୁଝେଷ୍ଠି ଯାହା କଇ° ସୁମରିଲେ ତୋହୋର ମାତ ନିରାକାର ପୁରୁଷ ୟେ ସେ ଧର୍ମ ଦଇବତ । ଶୂନ୍ୟ ମାର୍ଗେ ଶବଦ ଶୁଭଇ ଯାହାର ଚିହ୍ନ ବର୍ଣ୍ଣ ନ ଦିଶଇ ଯେ ପ୍ରତକ୍ଷେ ନିରାକାର । ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ରୂପ ଗୋଟି ଯେ ସେ ଧର୍ମ ଦେବତା ଶୁଣ ଗୋ’ ଯୁଝେଷ୍ଠି । ସଞ୍ଚପି କରି ଯହୁଂ କହିଲେ ଦେବରାୟେ ଶ୍ୱାନରୂପ ତେଜି ସେ ହୋଇଲେ ଅନ୍ତର୍ଧ୍ୟାୟେ । ଶୂନ୍ୟେ ଥାଇ ଶବଦେକ ବିକାଶିଲେ ବାଣୀ ବିବାନ ଆରୋହି ତୁମ୍ଭେ ଚଳ ଏହିକ୍ଷଣି । ଶୁନ୍ୟେ ଥାଇ ଶବଦ ଦିଅନ୍ତି ଦେବ ଧର୍ମ ସତ୍ୟବାଦୀ ଯୁଝେଷ୍ଠି ତୁ ପୁରୁଷ°କ ଉତ୍ତମ । ତୁ ହେମବନ୍ତ ପର୍ବତେ ହୋଇକୁ ଆସି ଯହୁ° ୟେକା ତୁ ଦିଗମ୍ବର ହୋଇଲୁ ବାବୁରେ ତୋତେ କେହି ନାହିଂ ସାଖା। ଆମ୍ଭେ ଶ୍ୱାନ ରୂପ ଧଇଲୁ ତୋର ଆଗେ ବିବାନେ ନିଜେ କରି ବେଗେ ଯାଅ ଅମର ସ୍ଵର୍ଗେ ।
|
ସୂଚନା :
ମହାଭାରତ ମହାକାବ୍ୟର ଅଷ୍ଟାଦଶ ପର୍ବ ମଧ୍ୟରୁ ‘ସ୍ଵର୍ଗାରୋହଣ ପର୍ବ ଅନନ୍ୟ ତଥା ଭାବ ଗମ୍ଭୀର । ଧର୍ମ ଯୁଦ୍ଧରେ ଭାଇ, ଆମ୍ବୀୟ, ଗୁରୁ, ଗୁରୁଜନ ଓ ଅସଂଖ୍ୟା ସୈନ୍ୟ ନିଧନ ଜନିତ ପାପବୋଧରେ ପ୍ରିୟମାଣ ଯୁଧିଷ୍ଠିର ଜୟୀ ହୋଇ ମଧ୍ୟ ଆତ୍ମଗ୍ନିରେ ଜର୍ଜରିତ ହେଲେ । ଅନୁତପ୍ତ ପ୍ରାଣରେ ପ୍ରାଣପ୍ରିୟ ଭ୍ରାତା ଓ ପତ୍ନୀଙ୍କ ସହ ପାର୍ଥିବ ମୋହ ପରିତ୍ୟାଗ କରି ମହାଯାତ୍ରାର ଆୟୋଜନ କଲେ ଓ ହସ୍ତିନାରୁ ବାହାରି ହିମାଳୟ ଦେଇ ସ୍ଵର୍ଗାରୋହଣ କଲେ । ପରିଶେଷରେ ଶୁକ୍ଲାମ୍ବର ଶ୍ଵାନ ସହ ସେହି ଏକମାତ୍ର ଧର୍ମବଳରୁ ସ୍ଵର୍ଗକୁ ଯିବାରେ ସମର୍ଥ ହେଲେ । ଧର୍ମର ପ୍ରମୂର୍ତ୍ତି ପ୍ରତୀକ ଏହି ପୁରାଣ ପୁରୁଷ ଯୁଧିଷ୍ଠିର ପୁଣ୍ୟଶ୍ଳୋକ ରୂପେ ନିତ୍ୟ ଉଚ୍ଚାରିତ ।
ଶବ୍ଦ |
ଅର୍ଥ |
ଯେଥୁଅନନ୍ତରେ ବିଲଙ୍କା |
ଏଥୁଅନ୍ତେ, ଏହାପରେ |
ବିଲଙ୍କା |
ଏକ ଦେଶର ପୌରାଣିକ ନାମ । ଏଠାରେ ମହୀରାବଣ ଓ ତାଙ୍କ ପରେ ବିଲଙ୍କା ରାବଣ ବା ସହସ୍ରାସୁର ରାବଣ ରାଜତ୍ବ କରୁଥଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ସେମାନଙ୍କୁ ମାରିଥୁଲେ । ଦ୍ଵାପର ଯୁଗରେ ଏଠାରେ ଜଣେ ଧାର୍ମିକ ରାଜା ଅଲେ । ସେ ମହର୍ଷି ଅଗସ୍ତିଙ୍କୁ ଯୁଧୁଷ୍ଠିରଙ୍କ ସ୍ଵର୍ଗାରୋହଣ ବିଷୟରେ ପଚାରିଛନ୍ତି । |
ଅଗସ୍ତି |
ପୁରାଣ ପ୍ରସିଦ୍ଧ । ଋଷି, ଯିଏ ଆର୍ଯ୍ୟାବର୍ତ୍ତର ଦକ୍ଷିଣକୁ ପ୍ରଥମେ ଯାତ୍ରା କରି ମାଲବାର ଉପକୂଳରେ ଆଶ୍ରମ ସ୍ଵାପନ କରିବା ସହିତ ପ୍ରଥମ ଥର ପାଇଁ ବୈଦିକ ଧର୍ମ ବିସ୍ତାର କରିଥୁଲେ । ସେ ବଶିଷ୍ଣଙ୍କ ବଡ଼ ଭାଇ । ଦକ୍ଷିଣ ଦିଗରେ ଉତ୍କଳ ଅଗସ୍ତି ନକ୍ଷତ୍ର ରୂପେ ବିଦ୍ୟମାନ ।
|
କୁଣ୍ଡଳ |
କର୍ଣ୍ଣ ଅଳଙ୍କାର |
ସହସ୍ର |
ଏକହଜାର |
ଦଣ୍ଡ ପ୍ରଳମ୍ବ |
ଲମ୍ବମାନ |
ଶୁଣିମା |
ଶୁଣନ୍ତୁ |
ଯୁଝେଷ୍ଠି |
ଯୁଧିଷ୍ଠିର |
ବଦୟନ୍ତି |
(ବଦନ୍ତି) କହନ୍ତି |
ସୁରପତି |
ଇନ୍ଦ୍ର |
ପିତା |
ଏଠାରେ ବିଧାତା ବା ବ୍ରହ୍ମାଙ୍କୁ ସୂଚାଉଛି |
ପୁଷ୍ୟେକ |
ପୁଷ୍ପକ, ଦେବରାଜ ଇନ୍ଦ୍ରଙ୍କ ଯାନ |
ତ୍ରିଦଶ |
ଦେବତା, ଏଠାରେ ଏହାର ଅର୍ଥ ସ୍ଵର୍ଗ |
ଦେବତାୟେ |
ଦେବତାମାନେ |
ନାଶକଲି |
ହରାଇଲି |
ସୋଦର |
ଏକ ଗର୍ଭଜାତ ଭ୍ରାତା |
ଅମର |
ଦେବତା, ଏଠାରେ ସ୍ଵର୍ଗ ରୂପେ ବ୍ୟବହୃତ |
ଭ୍ରାଥ |
ଭାଇ |
ସଭାୟେ |
ସଭାରେ |
ବିବାନେ |
ବିମାନରେ |
ଧାତିକାରେ |
ଅତିଶୀଘ୍ର |
ଶୁକ୍ଲାମ୍ବର |
ଧଳା ଲୁଗା, ଏଠାରେ ଯୁଧିଷ୍ଠିରଙ୍କ ସହିତ ଯାଉଥିବା ଧଳା ବର୍ଣ୍ଣ ବିଶିଷ୍ଟ କୁକୁର |
ଦେଖୁ ଦେଖଂ |
ଦେଖିବା ମାତ୍ରେ |
ବସ୍ର |
ବସ୍ତ୍ର |
ସ୍ରାହାନ |
ସ୍ରାହାନ, ସ୍ରାନ |
ବୋଇଲେ |
ବୋବାଇଲେ, ଭୂକିଲେ |
ଅଯାତ୍ରା |
ଅମଙ୍ଗଳ ସୂଚକ ଯାତ୍ରା |
ପାଦରଜ |
ପାଦଧୂଳି |
ପଡନ୍ତେଣ |
ପଡିବା ଦ୍ଵାରା |
ଅବେଳକେ |
ଅବେଳରେ |
ଆଷ୍ୟ |
ଆୟୁଷ |
ଧର୍ମର କଷଣ |
ଧର୍ମଙ୍କୁ କଷଣ ଦେବା ପାଇଁ |
ୟେସନେକ |
ଏଭଳି |
ଭ୍ରଚ୍ଛନା |
ଉର୍ତ୍ସନା, ଗାଳି |
ୟେହି |
ଏହି |
ପାମର |
ପାପୀ |
କେସନେକେ |
କିପରି |
ମଘବାନ |
ଇନ୍ଦ୍ର |
ଦେବଶ୍ଵାନ |
ଦେବତୀ ରୂପୀ କୁକୁର |
ମୋର ରକ୍ଷା କଲା ଧର୍ମ |
ଯାତ୍ରା କାଳରେ ମୋତେ ସାହାଯ୍ୟ ହେଲା |
ସଦୟା |
ସଦୟ, ଅନୁଗ୍ରହ |
ୟେହାକଇଁ |
ଏହାକୁ |
ନେମ |
ନେବ |
ଦେବତାତ |
ଦେବଶ୍ରେଷ୍ଠ, ଏଠାରେ ଇନ୍ଦ୍ର |
ତାତ |
ପିତା |
ପରାପତ |
ପ୍ରାପତ, ଲାଭ |
ମନୀଷା |
ତୀକ୍ଷଣ ବୁଦ୍ଧି, ପ୍ରଜ୍ଞା, ଗଭୀର ପାଣ୍ଡିତ୍ୟ |
ସେହ୍ନା |
ସାଞ୍ଜୁ, କବଚ |
ଦୂରାନ୍ତର |
ଦୂର ହେବା |
ଭୂପତିତ |
ଭୂଇଁରେ ପଡିବା |
ସ୍ଵକାୟେ |
ନିଜ ଦେହରେ |
ନୂଆରିଲେ |
ନ ପାରିଲେ, ଜାଣିନ ପାରିଲେ, କହିଲେ |
ଚଛୁ |
ଚକ୍ଷୁ |
କେହ୍ନେ |
କିପରି |
ଯାହାକଇଂ |
ଯାହାକୁ |
ସୂମରିଲେ |
ସ୍ମରଣ କଲେ |
ନିରାକାର |
ଅରୂପ, ଆକାରଶୂନ୍ୟତା |
ଦଇବତ |
ଦେବତା |
ପ୍ରତକ୍ଷେ |
ପ୍ରତ୍ୟକ୍ଷରେ, ନିଜ ଆଖି ଆଗରେ, ସମ୍ମୁଖରେ |
ସଷ୍ଟିକ |
ସ୍ଫଟିକ |
ସଞ୍ଚପି |
ସ୍ଥିର କରି |
ଯହୁଂ |
ଯେତେବେଳେ |
ଦେବରାୟେ |
ଦେବଶ୍ରେଷ୍ଠ, ଇନ୍ଦ୍ର |
ଅନ୍ତର୍ଧ୍ୟାୟେ |
ଅନ୍ତର୍ଦ୍ଧାନ, ଅଦୃଶ୍ୟ |
ଦେବଧର୍ମ |
ଧର୍ମ ଦେବତା |
ହେମବନ୍ତ |
ହିମାଳୟ |
ୟହୁଂ |
ଏଠାରେ |
ୟେକା |
ଏକା |
ଦିଗମ୍ବର |
ସନ୍ନ୍ୟାସୀ, ଅନ୍ୟର୍ଥ-ଶିବ |
ସାଖା |
ସାଥି, ଆଶ୍ରୟ |
ଆଧାର - "ମାଧ୍ୟାମିକ ଶିକ୍ଷା ପରିଷଦ"
Last Modified : 6/21/2020