অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁର ସୁନ୍ଦରୀ

ସୁର ସୁନ୍ଦରୀ

ଲେଖକ ପରିଚୟ

ସରଳାଦେବୀ ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିକଟବର୍ତ୍ତୀ ନରିଲୋ ଗାଁରେ ଜନ୍ମଗ୍ରହଣ କରିଥିଲେ ।  ସେ ଜଣେ ଆଗଧାଡ଼ିର ସଭାନେତ୍ରୀ ରୂପେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ  ଏବଂ ବାରମ୍ଭାର କାରାବରଣ କରିଥିଲେ ।  ବହୁ ପ୍ରବନ୍ଧ, ଜୀବନୀ ଓ ସାହିତ୍ୟଲୋଚନା ଲେଖିବାରେ ସେ ଅଲେ ସିଦ୍ଧହସ୍ତ । ତାଙ୍କ ରଚିତ ପୁସ୍ତକ ମଧ୍ୟରେ ନାରୀର ଦାବି ଉତ୍କଳର ନାରୀ ସମସ୍ୟା, ନାରୀ ଜଗତ, ପଞ୍ଚପ୍ରଦୀପ, ଭାରତୀୟ ମହିଳା ପ୍ରସଙ୍ଗୀ, ସାରଳା ମହାଭାରତୀୟ ନାରୀ ଚିତ୍ର, କୁନ୍ତଳା କୁମାରୀଙ୍କ କବି ପ୍ରତିଭା, ରବୀନ୍ଦ୍ର ପୁଜା, ଗାଁ ବାଲାଙ୍କ କଥା, ରାୟ ରାମାନନ୍ଦ ଇତ୍ୟାଦି ଅନ୍ୟତମ ।

ଏହି ଏକାଙ୍କିକାର କଥାବସ୍ତୁ ପୌରାଣିକ ଆଖ୍ୟାନ ଉପରେ ଆଧାରିତ । ଏଥିରେ ନାରୀର ସ୍ଵାଭିମାନି ଆତ୍ମମର୍ଯ୍ୟାଦାବୋଧ ଓ ଦୁଷ୍ଟମାନଙ୍କ ଦମନରେ ନାରୀଶକ୍ତିର ଭୂମିକା ପ୍ରତିପାଦିତ ।

ଗଦ୍ୟ

ପ୍ରଥମ ଦୃଶ୍ୟ

ହିମାଦ୍ରିର ଶିରୋଦେଶରେ ଅଭ୍ରଭେଦୀ ଭୀଷଣଦର୍ଶନ ଧବଳାକୃତି ଧବଳଗିରି ଉଦ୍ଧି ବାହୁ ହୋଇ ତପସ୍ୟାନିରତ । ତାହାର କନକ କିରୀଟ ମର୍କତମୟ କନକକାନ୍ତି ବିଶିଷ୍ଟ । ତାହାର ଗାତ୍ରରେ ନିକୁଞ୍ଜ କାନନର ତରୁରାଜି ଓ ମୁକୁଳିତ କୁସୁମ ଶୋଭିନୀ ଲତାବିତାନ । ସୁନାଦିନୀ ବିହଙ୍ଗିନୀଗଣ ଓ ସୁନାଦୀ ବିହଙ୍ଗାକୂଳ, ମଧୁଲୋଭୀ ଅଳି, ମୃଗେନ୍ଦ୍ର କେଶରୀ, କରୀଶ୍ଵର, ଶାର୍ଜୁଳ, ଭଲୁକ, ବନ କମଳିନୀ, ସୁଲୋଚନା-କୁରଙ୍ଗିଣୀ, ମଣକୁନ୍ତଳାଫଣନୀ ବଷଧର ଫଣୀ କେହ ସେହ ଗରରାଜକୁ ସ୍ପର୍ଶ କରିପାରନ୍ତି ନାହିଁ। ସେଠାରେ କେହି ପ୍ରବେଶ କରିବା ସୁଦୂର ପରାହତ । ଅଦ୍ମରେ ଘନ ତିମିରିତ ଗଭୀର ଗହ୍ଵରରେ କଳକଳନାଦିନୀ ଅଳକାନନ୍ଦାର ଜଳସ୍ରୋତ ପାତାଳ ପ୍ରବେଶ କରିଛି । ମାନବ ଦାନବ ଯକ୍ଷ ରକ୍ଷ ଦେବତା ସମସ୍ତଙ୍କର ଏକାନ୍ତ ଅଗମ୍ୟ ଏ ପଥ । ଦିବାନିଶି ମେଘମାଳା ଉତ୍ସବିତ ଏହି ଗିରି ଯେପରି ଭୂତନାଥ ଶିବଙ୍କ ସହିତ କୈଳାସ ଶିଖରେ ପରି ନୃତ୍ଯ ବିନୋଦରେ ରତ । ଦେବରାଜ ଇନ୍ଦ୍ର ବୈଜୟନ୍ତ ଧାମ ତ୍ୟାଗକରି ତାଙ୍କର କନକାସନ, ରାଜଛତ୍ର, ନନ୍ଦନ ବନର ପାରିଜାତ ସୁରଭି, ଉର୍ବଶୀ, ମେନକା, ଚିତ୍ରଲେଖା, ମିଶ୍ରକେଶୀ, ଗନ୍ଧର୍ବ କିନ୍ନର ଯକ୍ଷ ରକ୍ଷ ବିଦ୍ୟାଧରଙ୍କୁ ତ୍ୟାଗ କରି ନୀରବରେ ଅଶ୍ରୁମୁଞ୍ଚନ କରି ଗିରିକନ୍ଦରରେ ଆଶ୍ରୟ ନେଇଛନ୍ତି । ତାଙ୍କର ବଦନପ୍ରଭା ମଳିନ । ଦୂର୍ଦ୍ଦାନ୍ତ ଦୈତ୍ୟକୁଳ ଦୈବ ବଳରେ ବଳୀ ହୋଇ ସୁରମାନଙ୍କୁ ପରାଜୟ ଗ୍ଳାନି ଦେଇଛନ୍ତି । ଦୈତ୍ୟରାଜ ସୁନ୍ଦ ଉପସୁନ୍ଦଙ୍କ ଅତ୍ୟାଚାରରେ ତ୍ରାସିତ ଦେବଗଣ ଭୟବିହ୍ଵଳ ହୋଇ ଆତ୍ମଗୋପନ କରିଛନ୍ତି । ଲାଞ୍ଛନାଭୀତ ହୋଇ ସହସ୍ର ବର୍ଷ ଅବିଶ୍ରାନ୍ତ ଯୁଦ୍ଧରେ ଦେବଗଣ ଶ୍ରାନ୍ତକ୍ଲାନ୍ତ ।

ସୁନ୍ଦ - ଯାହା ହେଉ, ଏତେ ଦିନେ ଦାନବମାନଙ୍କର ମନକାମନା ପୂର୍ଣ୍ଣ ହେଲା । ସହସ୍ରବର୍ଷ କାଳ ଯୁଦ୍ଧ ପରେ ଇନ୍ଦ୍ରଙ୍କୁ ସ୍ଵର୍ଗଚ୍ୟୁତ କରି ବ୍ରହ୍ମାଙ୍କ କୃପାରୁ ଆମର ମୁକ୍ତି ହେଲା । ଓଃ, ଦେବତାମାନେ କି ଖଳ ପ୍ରକୃତିର ଜୀବ । ମର୍ତ୍ତ୍ୟ ଲୋକରୁ ଆସୁଥିବା ଯଜ୍ଞଧୂମରୁ ହବି ଚୋରି କରି ଆମକୁ ଚିରକାଳ ବଞ୍ଚନା କରି ଆସିଛନ୍ତି ।

ଉପସୁନ୍ଦ - ତ୍ରିପୁରାରି ମହାଦେବ  ଆମର ସହାୟ । ଏତେକାଳ ଆମର ମନୋରଥ ପୂର୍ଣ୍ଣ କରିଛନ୍ତି ମହାଦେବ । ଅୟୁତ ଅୟୁତ ବର୍ଷର ତପସ୍ୟାର ଫଳ ଅଛି ତ ପୁଣି ? ବୃଥା ଯିବ କିପରି ?

ଦାନବ ସେନାପତି - ଜୟ ମହାରାଜ ସୁନ୍ଦଙ୍କର ଜୟ ।

ସୁନ୍ଦ - ତୁମେ ତ ମୋର ସେନାପତି, ତୁମ ଜୟଗାନ ନିଷ୍ପ୍ରେୟୋଜନ ।

ଅପସରାଗଣ - ଜୟ ମହାରାଜ ସୁନ୍ଦଙ୍କର ଜୟ ।

ସୁନ୍ଦ - ଏ କିଏ ଅପସରାଗଣ ! କିନ୍ତୁ ସେନାପତି, କାହାନ୍ତି ସେ ପରାଜିତ ଦେବତାମାନେ ? ଶୁଭୁନାହିଁତ ସେମାନଙ୍କର ଜୟଗାନ ?

ସେନାପତି - ସମସ୍ତେ ଆପଣଙ୍କ ଆଦେଶ ପାଳନ କରି  ଯେ ଯାହା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ମହାରାଜ ।

ସୁନ୍ଦ- ଉତ୍ତମ ! ପବନ, ଅଗ୍ନି, ବରୁଣ, କୁବେର, ଦଶଦିଗପାଳ, ଶମନ, ସମସ୍ତେ ମୋ ରାଜନବରରେ ଉପସ୍ଥିତ ଅଛନ୍ତି ତ ?

ସେନାପତି - ଆଜ୍ଞା, ମହାରାଜ ।

ଉପସୁନ୍ଦ - ଚିତ୍ରରଥ ଗନ୍ଧର୍ବରାଜ କାହିଁ ?

ସେନାପତି - ସେ ଅପସରାମାନଙ୍କୁ ସଜିତ କରାଉଛନ୍ତି । ସ୍ଵର୍ଗ ରାଜ୍ୟରେ ସମସ୍ତଙ୍କର ଆନୁଗତ୍ୟକୁ ଦେଖୁଛି । କିନ୍ତୁ ମୃଗାକ୍ଷୀ ବିମ୍ବାଧରୀ ଶଚୀ କାହିଁ ? ସେହି କୃଶୋଦରୀର କବରୀ ମନ୍ଦାର ମାଳରେ ଶୋଭିତ । ମୁଁ ତାକୁଇ କାମନା କରେ । ବର୍ତ୍ତମାନ ଉର୍ବଶୀ ଓ ରମ୍ଭା ଗୀତ ନୃତ୍ଯ କରନ୍ତୁ  ।

ଉପସୁନ୍ଦ - ଉର୍ବଶୀ ! ତୁମର ପ୍ରିୟ ସଖୀ ଶଚୀ ଦେବୀ କାହାନ୍ତି ?

ସେ ଇନ୍ଦ୍ରଙ୍କ ସଙ୍ଗରେ ହିମାଦ୍ରି ଶିଖରରେ ବାସ କରୁଛନ୍ତି ।

(ସୁନ୍ଦ ଉପସନ୍ଦଙ୍କର ଅଟ୍ଟହାସ୍ୟା)

ଉପସୁନ୍ଦ - ରମ୍ଭା ! ପାରିବ। ଗୋଟିଏ କାର୍ଯ୍ୟ କରି ? ଯଥେଷ୍ଟ ପୁରସ୍କାର ଦେବି।

ରମ୍ଭା - ଆଜ୍ଞା ଦିଅନ୍ତୁ, ମହାରାଜ ।

ଉପସୁନ୍ଦ - ସେହି ଶଚୀ ଦେବୀଙ୍କୁ କାପୁରୁଷ ଶୃଗାଳ ଇନ୍ଦ୍ରର ଇନ୍ଦ୍ରଜାଲପାଶରୁ ଛିନ୍ନ କରି ଆଣି ପାରିବ ?

ସୁନ୍ଦ - ଶଚୀ ଦେବୀଙ୍କୁ ଇନ୍ଦ୍ରର ମାୟା ପାଶରୁ ଛିନ୍ନ କରି ଆଣି ନ ପାରିଲେ ଆମ୍ଭମାନଙ୍କର ଗୌରବ ମ୍ଳାନ ହେବା ନିଶ୍ଚିତ । ସ୍ଵର୍ଗରେ ଆଉ ସୁଖ କାହିଁ ?

ଉପସୁନ୍ଦ - ସଭାସଦଗଣ ! ଶୁଣିଲ ତ ସୁନ୍ଦଙ୍କ ମର୍ମବାଣୀ ? ବର୍ତ୍ତମାନ ଶୀଘ୍ର ଯାଇ ହିମାଦ୍ରି ଗହ୍ଵରରୁ ଇନ୍ଦ୍ରପାଶରୁ ଶଚୀକୁ ମୁକ୍ତ କରି ଏଠାକୁ ଘେନି ଆସ ! ରାଜାଜ୍ଞା ପାଳନରେ ବିମୁଖ ହେଲେ କଠିନ ଶାସ୍ତି ପାଇବ ।

ସୁନ୍ଦ- ଉଚ୍ଚେଃଶ୍ରବା ଅଶ୍ଵ, ଐରାବତ ହସ୍ତୀ, ପାରିଜାତ ପୁଷ୍ପ, ସୁଧାଭାଣ୍ଡ ଅଧିକାର  କରି ମଧ୍ୟ ଆମର ବାସନା ଅପୂର୍ଣ୍ଣ ରହିଲା । ଆମକୁ ସଫଳକାମ ହେବାକୁ ଇ ପଡ଼ିବ-ଉପାୟ ଯାହାହେଉ । ପ୍ରେମ ଓ ଯୁଦ୍ଧରେ ତ ନୀତି ନିୟମ ପାଳନ କରିବା ବିଧି ଅନୁମୋଦିତ ନୁହେଁ, - କ’ଣ କହୁଛୁ ଉପସୁନ୍ଦ ?

ଉପସୁନ୍ଦ - ହଁ ଭାଇ, ଠିକ୍ କହିଛ । (ଉଦ୍ଧତ କଣ୍ଠରେ) ଯାଆନ୍ତୁ ଦୈତ୍ୟଗଣ- ଯାଆନ୍ତୁ ଅପସରାଗଣ, ଶୀଘ୍ର ନେଇ ଆସନ୍ତୁ ! ସେ ଆଉ ଏବେ ତାଙ୍କର ଇନ୍ଦ୍ରାଣୀ ନୁହନ୍ତି । ଇନ୍ଦ୍ରସିଂହାସନ ଯାହାର, ଶଚୀ ତାହାର - ସର୍ବଭୋଗ୍ୟ ଭିତରେ ସେ ଏକ ଭୋଗ୍ୟ, ସେ ଦୈତ୍ୟ ରାଜଙ୍କର ରାଣୀ । ହିମାଳୟ ଦେଶର ଗହନ ବିପିନ ସ୍ଵର୍ଗ ରାଣୀଙ୍କର ବାସ ଯୋଗ୍ୟ ସ୍ଥାନ ନୁହେଁ ।

ସେନାପତି - ଯଥା ଆଜ୍ଞା, ମହାରାଜ ! ଅପସରାମାନେ ଯାଆନ୍ତୁ ।

ସୁନ୍ଦ - ନିଶ୍ଚୟ ଯାଆନ୍ତୁ । କିନ୍ତୁ ମେଘ, ବଜ୍ର, ବିଦ୍ୟୁତ୍ ସମସ୍ତେ ଆମର କିଙ୍କର ଭଳି ସ୍ଵର୍ଗରେ ଅଛନ୍ତି ତ ?

ସେନାପତି - ଆଜ୍ଞା, ସେମାନଙ୍କର ସ୍ଵର୍ଗ ଛାଡ଼ି ଯିବାର ଉପାୟ ନାହିଁ । ଏ ସ୍ଵର୍ଗ ଧାମରେ ଯେ ଇନ୍ଦ୍ର ସିଂହାସନରେ ବସେ, ତାର କିଙ୍କର ରୂପେ ମେଘମାଳ, ଅଶନି, ବିଦ୍ୟୁତ୍ ତା' ନିକଟରେ ଖଟିବାକୁ ବାଧ୍ୟ  । ଏହା ବିଧିର ବିଧାନ । ଆନ କରିବା କାହାରି ସାଧ ନାହିଁ।

ଦ୍ଵାରୀ - ମହାରାଜ, ମଣୋହିକୁ ବିଜେ କରିବା ହୁଅନ୍ତୁ । (ସୁନ୍ଦ ଉପସୁନ୍ଦଙ୍କର ପ୍ରସ୍ଥାନ, ଦରବାର ଭାଙ୍ଗିଲା )

ଦ୍ଵିତୀୟ ଦୃଶ୍ୟ

(ଦେବତାମାନେ ଇନ୍ଦ୍ରଙ୍କ ନିକଟକୁ ଆଗମନ କଲେ । ଭାଗ୍ୟ ବିଡ଼ମ୍ବିତ ଦୁଃସ୍ଥ ମଳିନ ବେଶରେ ଇନ୍ଦ୍ରଙ୍କର ରାଜଦଣ୍ଡ ସ୍ଖଳିତ । ସେ ଶଚୀଙ୍କ ନିକଟରେ ବସିଛନ୍ତି । କୁମାର କାର୍ତ୍ତିକେୟ ପ୍ରଣାମ କଲେ ।)

ଇନ୍ଦ୍ର - ସ୍ଵର୍ଗ ରାଜ୍ୟରୁ କି ସମ୍ବାଦ ଆଣିଛ, କୁମାର ?

କାର୍ତ୍ତିକେୟ - (ନିମ୍ନ କଣ୍ଠରେ ଅଧୋମୁଖରେ) କହିବାକୁ ଆସିଛି, କିନ୍ତୁ ଅକଥ୍ୟ, ଦେବରାଜ ।

ଇନ୍ଦ୍ର – କହ କାର୍ତ୍ତିକେୟ । କୁଣ୍ଡା କାହିଁକି ବୋଧ କରୁଛ ?

କାର୍ତ୍ତିକେୟ- ସୁନ୍ଦ ଉପସୁନ୍ଦଙ୍କ ଆଜ୍ଞା, ମାତା ଶଚୀ ଦେବୀ ସେମାନଙ୍କ ନିକଟକୁ ଯିବେ । ଏହି ଦୁଃସମ୍ବାଦର ବାର୍ତ୍ତା ବହ ରୂପେ ଆସିଛି ମୁଁ।

ଇନ୍ଦ୍ର – (କ୍ରୋଧରେ, ଆଶ୍ଚର୍ଯ୍ୟ ହୋଇ) କାହିଁକି ?

କାର୍ତ୍ତିକେୟ - ଏହାର ଉତ୍ତର ଦେବାକୁ ମୁଁ ଅତି ଅଭାଜନ ।

ଇନ୍ଦ୍ର – ପାଷଣ୍ଡ ରାକ୍ଷସମାନଙ୍କର ସ୍ପର୍ଦ୍ଧା ଏତେଦୁର ବଢ଼ିଗଲାଣି ନା ? ସେମାନଙ୍କୁ ସ୍ଵର୍ଗ ଭୁବନ ରୁ ଉଚ୍ଛେଦ କରି ପାରୁନାହଁ !

ଶଚୀ - ସୁନ୍ଦ ଉପସୁନ୍ଦ ପୃଥିବୀର ଶତ୍ରୁ । ଜଗତର ବିଧିବିଧାନ ଅତିକ୍ରମ କରିବାରୁ ସେମାନଙ୍କ ନିର୍ମମ ଅତ୍ୟାଚାରରେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର କମ୍ପୁଛି । ସସାଗରା ଧରଣୀ ସଂତ୍ରାସିତ ହେଉଛି । ଦେବରାଜ ଇନ୍ଦ୍ରପତ୍ନୀ ଙ୍କୁ ସ୍ପର୍ଦ୍ଧିତ  ଦାନବମାନେ ଯଥାର୍ଥରେ ଅପମାନିତ କରୁଛନ୍ତି । ଏ ଲଜ୍ଜା, ପରାଜୟ ଗ୍ଳାନିଠାରୁ ମଧ୍ୟ ଅଧିକ ପୀଡ଼ା ଦିଏ ।

ଇନ୍ଦ୍ର – ହେଇଟି ଦେବି ! ଶମନ ଆସିଗଲେଣି ।

ଶଚୀ - ନମସ୍କାର, ଧର୍ମରାଜ ! ବସନ୍ତୁ । (ଆସନ ପ୍ରଦାନ)

ଇନ୍ଦ୍ର - କହନ୍ତୁ ତ ଧର୍ମ ଦେବ ! ଆମେ ଚିରକାଳ ଦାନବମାନଙ୍କ ବିରୋଧରେ ସଂଗ୍ରାମ ଚଳାଇ ଆସିଲେ । ଆଜି ଦେବବଳ ନଷ୍ଟ ହୋଇଥିବାରୁ, ଦାନବ ବଳ ବଢ଼ିଯାଇଛି । କିନ୍ତୁ ଆମେ ପରାଜିତ, ଲାଞ୍ଛିତ  ହୋଇ ଚିରକାଳ ଭୀତ ଶ୍ଵାନ ଭଳି ପର୍ବତ କନ୍ଦର ଭିତରେ ଲୁଚିଲେ ତ ହେବ ନାହିଁ ? ଦେବତାମାନେ ବିଚାର କରନ୍ତୁ , ସ୍ଵର୍ଗ ରାଜ୍ୟକୁ କିପରି ଅସୁର କବଳରୁ ମୁକ୍ତ କରିବେ ।

ଶମନ- (କ୍ରୋଧିତ ସ୍ଵରରେ ଦାନ୍ତ ଚୋବାଇ) ଦେବରାଜ ! ହେ ତ୍ରିଦିବପତି ! ବିଧିବିଧାନ ବୁଝିବା କଷ୍ଟକରି । ବୁଝି ପାରୁନାହିଁ, ଆମ୍ଭମାନଙ୍କର ପୂଜା, ଉପାସନା, ସତ୍ୟତା ଓ ଏତେ ନିଷ୍ଠାରେ ଧର୍ମକର୍ମ ପାଳନା ସତ୍ତ୍ୱେ  ପିତାମହ ବ୍ରହ୍ମା ପ୍ରତିଯୁଗରେ ଆମ୍ଭମାନଙ୍କୁ ଦାନବଶକ୍ତି ଦ୍ଵାରା  କାହିଁକି ହରାଇ ଦିଅନ୍ତି ? ତାହା ଏକା ସେ ଜାଣିଥିବେ  । ମୁଁ ପଲକମାତ୍ରକେ ଚରାଚର ଉଚ୍ଛନ୍ନ କରିଦେବି । କିନ୍ତୁ ବ୍ରହ୍ମା ବୃଥାରେ ଆମ୍ଭମାନଙ୍କ ଦ୍ଵାରା  ସମୁଦ୍ର ମନୁନ କଲେ ବା କାହିଁକି ? ନୀଳକଣ୍ଠ ବିଷପାନ କଲେ କାହିଁକି ? ଆମର ଅମର ହେବା ଫଳରେ କେବଳ ଅପମାନ ଭୋଗିବା ସିନା ସାର । ଦେବରାଜ ! ସମସ୍ତ ବିଭୂତି ସତ୍ତ୍ୱେ  ଦୈବବଳ ହିଁ ଶ୍ରେଷ୍ଠ ବଳ, -ଆମପ୍ରତି ବିଧିବାମ ।

ପବନ - (ହୁଙ୍କାର  କରି) ଦେବରାଜ ! ଯାହା ଯମ କହିଲେ ତହିଁରେ ସନ୍ଦେହ ନାହିଁ। ବିଧି ଆମ ପ୍ରତି ଦାରୁଣ ଶତ୍ରୁତା  କରିଛି । ପିତାମହ ବ୍ରହ୍ମାଙ୍କର ଦାନବମାନଙ୍କ ପ୍ରତି ଯଦି ଏଡ଼େ ପ୍ରୀତି, ମମତା ସେ ସେମାନଙ୍କୁ ରାଜାସନ ଦିଅନ୍ତୁ । ଆମେ ଏତେ ପୂଜା ଧର୍ମ ଯଜ୍ଞ କରି, ବହୁ କଷ୍ଟରେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ଭୁବନ  ମାନଙ୍କରେ ଶାସନ କରି, ଲୋକ ପାଳି ଶେଷରେ ଏତେ ଅପମାନ ସହିବୁ । କିପରି ? ଅସତ୍ୟର ଜୟ ଦେଖିଲେ ଲୋକେ ଏଣିକି କି ଆଦର୍ଶ ଗ୍ରହଣ କରିବେ ! ଏଇ ତ ହେଲା ନୀତି ? ଆପଣ ଆଦେଶ କଲେ ଏଇକ୍ଷଣି ମୁଁଚରାଚର ବିଶ୍ଵକୁ ଲଣ୍ଡଭଣ୍ଡ କରିଦେବି । ସମସ୍ତ ବିଶ୍ଵକୁ ସମୁଦ୍ରରେ ବୁଡ଼ାଇ ଦେବି-ଅଣୁରାଶିରେ ଦିଗ ପୂରିଯିବ ।

(ପର୍ବତ ଚୂଡା  ଧସି ଗଲା । ପବନ ତୋଫାନରେ ସଂସାର ବିହ୍ଵଳ ହୋଇ ପଡ଼ିଲା । ସମୁଦ୍ରରେ ତରଣୀ ବୁଡ଼ିଲା । ମୃଗଗଣ ଗିରିଗୁହା ଛାଡ଼ି ପଳାଇଲେ । ଗର୍ଭିଣୀମାନଙ୍କର ଗର୍ଭସ୍ରାବ ହୋଇଗଲା ।)

କାର୍ତ୍ତିକେୟ — (ମଧୁର କଣ୍ଠରେ) ଯୁଦ୍ଧରେ ଜୟ ପରାଜୟ କାହାରି ହାତର କଥା ନୁହେଁ । ଦାନବ ଡ୍ରାସରେ ଆମେ ପୃଷ୍ଠଭଙ୍ଗ ଦେଲୁ । ଆମର ସହସ୍ର ନାରାଚ ମଧ୍ୟ ଦାନବର ଚର୍ମ ଭେଦି ପାରିଲା ନାହିଁ । ଆମର ଏ ପରାଜୟକୁ ବିଧିବିଧାନ କହିବାକୁ ହେବ । ବିଧି ପ୍ରତିକୂଳତାର କାରଣ ମଧ୍ୟ ଆମର ଅଗୋଚର । ଦେବ କୂଳରେ ବୟୋକନିଷ୍ଠ ମୁଁ ; ବିଧାତାର ଇଚ୍ଛା ଉପରେ କ'ଣ ଅବା କହିବି ?

ଶମନ- ମୋ ବିଚାରରେ ଚାଲ ସମସ୍ତେ ବ୍ରହ୍ମାଙ୍କ ନିକଟକୁ ଯାଇ ଆମର ପରାଜୟର ପ୍ରତିକାର ଲୋଡ଼ିବା ।

ଇନ୍ଦ୍ର – ହେ ଶମନ ! ତୁମର ଦଣ୍ଡ ଏଡ଼େ ବିଷମ ଯେ ସମସ୍ତେ ତୁମ ଭୟରେ ଭୀତ; କିନ୍ତୁ ବିଧି ବାମ ହେଲେ ତୁମର ଏ ଦଣ୍ଡ ଫୁଲ ପରି ପ୍ରାଣୀ ଦେହରେ ବାଢି ଚାଲିଯାଏ । ହେ ପ୍ରଭଞ୍ଜନ ! ବିରଞ୍ଚି ବଳରେ ତୁମ୍ଭେମାନେ ବଳୀ । ତୁମର ଭୀଷଣ ନିଃଶ୍ଵାସରେ ତରୁକୂଳ ଭଗ୍ନ ହୁଏ; ତୁଙ୍ଗ ଗିରିଶୃଙ୍ଗ ଚୂର୍ଣ୍ଣୀଭୂତ ହୁଏ; କିନ୍ତୁ ବିଧବାମ, ତେଣୁ ତୁମେ ମଧ୍ୟ ଶକ୍ତିହୀନ । ମନ୍ତ୍ର ବଳରେ ଫଣୀ ତୁଲ୍ୟ ମୁଁ ନିରୁପାୟ ।

କାର୍ତ୍ତିକେୟ- ମୋ ମତରେ ସମସ୍ତଙ୍କର ପିତାମହଙ୍କ ନିକଟରେ ଗୁହାରି କରିବା ଉଚିତ ।

ଇନ୍ଦ୍ର - ଏ ବିପୁଳ ପୃଥିବୀ  ପାଳନ ପାଇଁ ବିଧାତା ଆମକୁ ସୃଷ୍ଟି କରିଅଛି । ଧର୍ମର ଜୟ ସୁନିଶ୍ଚିତ; ତା ନ ହୋଇଥିଲେ  ଆମର ଅସ୍ତିତ୍ଵ ନଥାନ୍ତା । ଅସୁରମାନେ ଅଧାର୍ମିକ । ଦାମ୍ଭିକ । ପାପାଚାରୀ । ସେମାନଙ୍କ ଆପାତଃ ବିଜୟ ଆହ୍ଲାଦରେ ବୁଦ୍ଧିମାନ ଦେବୀ – କ'ଣ ପାଇଁ ଆସିଲେ ଆପଣମାନେ, ଏ ବିଚଳିତ ହେବେ ନାହିଁ । ଆମେ ସେମାନଙ୍କ  ଭଳି ଅଧର୍ମ ଓ ପାପବୃତ୍ତି  କୁ ଯେବେ ଇନ୍ଦ୍ର – ମା । ଦାନବକୁଳର ଅତ୍ୟାଚାର ଆଉ ସହି ଅନୁସରଣ କରିବା, ଆଉ ଦେବାସୁର ଭେଦ ହେଉ ନାହିଁ । ଏତେ ଅପମାନ ତୋର କେଉଁଠି ରହିବ ? ତେଣୁ ମୁଁ ଦେବତାମାନଙ୍କୁ ନିବେଦନ କରେ, ସମସ୍ତେ ଧାତାଙ୍କ ନିକଟକୁ ଯାଇ ପରାମର୍ଶ ଲୋଡ ।

ତୃତୀୟ ଦୃଶ୍ୟ

(ବ୍ରହ୍ମଲୋକରେ ଦେବତାଗଣଙ୍କ ସହିତ ଇନ୍ଦ୍ର, ବ୍ରହ୍ମାଙ୍କ ନିକଟରେ ପ୍ରବେଶ କଲେ । ଶକ୍ତି ଦେବୀଙ୍କୁ ସେଠାରେ ଦେଖି ଦେବଗଣ ସ୍ତୁତି କଲେ ।)

ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା ।

ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋନମଃ ।

ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।

ଯା ଦେବୀ ସର୍ବଭୂତେଷୁ କୀର୍ତି ରୂପେଣ ସଂସ୍ଥିତା ।

ଯା ଦେବୀ ସର୍ବଭୂତେଷୁ କଳା ରୂପେଣ ସଂସ୍ଥିତା ।

ଯା ଦେବୀ ସର୍ବଭୂତେଷୁ ଅନ୍ନ ରୂପେଣ ସଂସ୍ଥତା ।

ଯା ଦେବୀ ସର୍ବଭୂତେଷୁ, ଜୟ ରୂପେଣ ସଂସ୍ଥିତା ।

ନମସ୍ତସ୍ୟେ ... . . . ...

ଦେବୀ – କ’ଣ ପାଇଁ ଆସିଲେ ଆପଣମାନେ, ଏ ଅସମୟରେ ?

ଇନ୍ଦ୍ର – ମା ! ଦାନବକୁଳର ଅତ୍ୟାଚାର ଆଉ ସହି ହେଉ ନାହିଁ । ଏତେ ଅପମାନ ତୋର ସନ୍ତାନଗଣ କିପରି ସହିବେ ମା ? ତୁ ଜଗତତାରିଣୀ, ବିପଦନାଶିନୀ, ସୃଷ୍ଟିସ୍ଥିତି ପ୍ରଳୟ-କାରିଣୀ, ଆଦ୍ୟାଶକ୍ତି, ଚରାଚର ମାତା, ପ୍ରକୃତି ରୂପା । ଅଭୟ ପଦତଳେ ଆଶ୍ରୟ ଦେ'ମା ! ତେର ଶରଣାଗତ ସନ୍ତାନମାନଙ୍କୁ ଘେନି ବ୍ରହ୍ମାଙ୍କ ଆଗରେ ଆମର ଦୁଃଖ ଜଣାଅ ।

ଦେବୀ - ବ୍ୟସ୍ତ ହୁଅ ନାହିଁ, ଦେବରାଜ ! ଅଧର୍ମ, ଅସତ୍ୟ, ଅତ୍ୟାଚାର , ଆଉ ତାର ପ୍ରତିକାର ଏ ସବୁ ଭଗବାନଙ୍କର ସୃଷ୍ଟିଲୀଳାର ଅଂଶ । ଚକ୍ଷୁଷ୍ମାନ ହୋଇ ତୁମ୍ଭେ  ମାନେ ଏ ପରାଜୟକୁ ଚିରନ୍ତନ ଭାବ ନାହିଁ। ଏ ସବୁ ମୋର  ଲୀଳା ଖେଳା । ( ହାସ୍ୟ) ଆଚ୍ଛା, ତୁମେମ୍ବମାନେ ବିଧାତାଙ୍କ ନିକଟକୁ ଯାଅ । ତୁମ୍ଭମାନଙ୍କର କଥା ମୁଁ କହିଛି । ଶଚୀ ଦେବୀ, ରତି ଦେବୀ। ଏମାନେ ମୋତେ ନାନାବିଧ ପୂଜା ଉପାସନା କରି ପ୍ରୀତ କରିଛନ୍ତି । ତୁମ୍ଭମାନଙ୍କର ଅମାନିଶା ପାହିଲାଣି ଜୟ ସୁନିଶ୍ଚିତ ।

(ପ୍ରସ୍ଥାନ)

ଦେବଗଣ – ଯଥା ଆଜ୍ଞା ଦେବୀ !

(ଦେବତାମାନେ ଶକ୍ତିମୟୀଙ୍କ ଆଶୀର୍ବାଦ ଲାଭକରି ପିତାମହଙ୍କ ଚରଣ ଦର୍ଶନ କଲେ I)

ବ୍ରହ୍ମା - ବତ୍ସଗଣ ! ତୁମମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ମୋର ଆଗୋଚର ନାହିଁ। କିନ୍ତୁ ସୁନ୍ଦ ଚତୁଥ ଦୃଶ୍ୟ ଉପସୁନ୍ଦଙ୍କର ଅୟୁତ ବର୍ଷର ତପସ୍ୟା, କୁଚ୍ଛ୍ର ସାଧନା, ପୁଣ୍ୟର ଫଳ। କିଛି ଅଛି ତ ? ସେମାନଙ୍କ ପରାକ୍ରମକୁ ତୁମ୍ଭେ ମାନେ କେହି ବିରୋଧରେ ସଂକେତ ଦେଲେ, ତାହା ପ୍ରତିହତ କରିପାରିବ ନାହିଁ, ଏହା ବିଧିର ବିଧାନ । ସମୁଦ୍ର ଜୁଆର ନିଜ ଇଚ୍ଛାରେ  ଭଟ୍ଟା ପଡ଼େ ସିନା, କେହି ବଳପ୍ରୟୋଗରେ ଭଟ୍ଟା ପକାଇ ପାରିବ ନାହିଁ। ସେମାନଙ୍କୁ ବଳରେ ନ ପାରି ଛଳରେ ମାରିବାକୁ ଯନ୍ କରି । ଯଦି ତୁମ୍ଭେ ମାନେ ସେ ଦୁଇ ଭାଇଙ୍କ ଭିତରେ କଳହର ସୂତ୍ରପାତ କରିପାରିବ, ତେବେ ସେମାନଙ୍କୁ ନାଶ କରି ପୁଣି ସ୍ଵର୍ଗ ସିଂହାସନ ପାଇ ପାରିବ ।

ଇନ୍ଦ୍ର - ପିତାମହ ! ଆପଣଙ୍କର ଆଶୀର୍ବାଦହିଁ ଆମର ରକ୍ଷାକବଚ । ଆପଣଙ୍କର ଆଶୀର୍ବାଦହିଁ ଆମର ରକ୍ଷାକବଚ । ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ।

ବ୍ରହ୍ମା - ଯେ ଦେବୀ ବ୍ରହ୍ମ ନିଳୟରେ ରହୁଛନ୍ତି, ତାଙ୍କର ଆଶୀର୍ବାଦ ନିଅ।

ଇନ୍ଦ୍ର - ଦେବୀ ପ୍ରସନ୍ନ ହୁଅ, ଦେବଶତ୍ରୁକୁ ବିନାଶ କରି, ଦେବଗଣଙ୍କୁ ବିପଦରୁ ତ୍ରାଣ କର ଜନନୀ !

ଦେବୀ - ସତ୍ୟ, ଧର୍ମ, ନ୍ୟାୟ ଘେନି ତୁମ୍ଭେ ମାନେ ବିଜୟୀ ହେବ । ମୁଁ ତୁମ୍ଭମାନଙ୍କ ସ୍ତବରେ ସନ୍ତୁଷ୍ଟ । ଆଶୀର୍ବାଦ କରୁଛି, ଅଭୀଷ୍ଟ ସିଦ୍ଧି ହେଉ ।

(ଦେବଗଣଙ୍କର ବ୍ରହ୍ମଲୋକରୁ ପ୍ରସ୍ଥାନ)

ଚତୁର୍ଥ ଦୃଶ୍ୟ

-ଦେବସଭା -

ଇନ୍ଦ୍ର – ଦେବଗଣ, ବ୍ରହ୍ମା ଯେ ଦାନବ ଭ୍ରାତୃ ବିରୋଧରେ ସଂକେତ ଦେଲେ,ତାହା କିପରି ସାଧିତ ହେବ, ସେଥିପାଇଁ ଆପଣମାନଙ୍କର ପରାମର୍ଶ  ଅପେକ୍ଷା କରୁଛି ।

ସାଧୁତ ହେବ, ସେଥି   ପାଇଁ ବିଧାନ । ସମୁଦ୍ର ଜୁଆର ନିଜ ଇଚ୍ଛାରେ ଆପଣମାନଙ୍କର ପରାମର୍ଶ ଅପେକ୍ଷା କରୁଛି।

ଯମ - ମୋର ଦଣ୍ଡରୁ କଳା ହରଣ ହୋଇଛି ମହାରାଜ ! ମୁଁ କୌଣସି ପରାମର୍ଶ ଦେବାକୁ ଅକ୍ଷମ ।

କାର୍ତ୍ତିକେୟ – ମୋତେ ଦେବରାଜ ଅନୁମତି ଦେଲେ ମୁଁ ଯାଇ ଦୁଇ ଭାଇଙ୍କୁ ସମ୍ମୁଖ ସଂଗ୍ରାମକୁ ଡାକିବି । ସେମାନଙ୍କୁ କହିବି, ଯେ ଶକ୍ତିମାନ୍ ସେ ଯୁଦ୍ଧ କରିବାକୁ ଆସନ୍ତୁ! ଏଥିରେ ସୁନ୍ଦ ବାହାରିଲେ ସ୍ଵାଭାବିକ ପ୍ରତିଦ୍ଵନ୍ଦୀ ଭାବରେ ଉପସୁନ୍ଦ ବି ବାହାରିବ । ସେମାନଙ୍କର ଭିତରେ ମହାକଳହ ଜାତ ହେବ । ଭ୍ରାତୃବିରୋଧ ସେମାନଙ୍କ ନିଧନର କାରଣ ।

ଯମ - (ଈଷତ ହସି) ତୁମ୍ଭେ  ଅସାର ପ୍ରସ୍ତାବ କରୁଛ । ସର୍ପର ବିଷ ଜ୍ଵାଳା ଅଛି । ସମସ୍ତେ ଜାଣନ୍ତି । ସର୍ପ ଦ°ଶନ କଲେ ବିଷ ଦେହର ସର୍ବାଙ୍ଗରେ ଚରିଗଲା ଭଳି ସୁନ୍ଦ ସଙ୍ଗେ ଯୁଦ୍ଧ କଲେ ଉପସୁନ୍ଦ ବଳେ ତାହାର ଭାଇ ପାଇଁ ଲଢ଼ିବ । କୂଟ ଯୁଦ୍ଧରେ ଦାନବ  ବଳୀୟାନ୍ । ତୁମେ ଏ ଦୁର୍ବୁଦ୍ଧି କଲେ ବିପଦରେ ପଡ଼ିବ । ବରଂ କୁବେରକୁ କହି ତାଙ୍କ ଗନ୍ତାଘରକୁ ନେଇ ସମ୍ମୁଖରେ ରଖିଦେଲେ ସେମାନଙ୍କ ଚକ୍ଷୁ ଝଲସିଯିବ । ଧନ ଲୋଭରେ ଉନ୍ମତ୍ତ ହୋଇ ଦୁଇ ଭାଇ ବିବଦମାନ ହୋଇ ପ୍ରତିଦ୍ଵନ୍ଦିତାରେ ଯୁଦ୍ଧ କରି ମରିବେ ।

ଇନ୍ଦ୍ର - ଯାହା ଶମନ କହିଲେ, ଯଥାର୍ଥ। ଅର୍ଥ ଲୋଭରୁ ପାପ ଓ ପାପରୁ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଧନ କାହିଁ ? ତୁମ୍ଭେମାନେ କ’ଣ ଭୁଲିଗଲ ଯେ, ଆମେ ସମସ୍ତେ ଦୀନହୀନ ବାସଟୁତ କାଙ୍ଗାଳ ହୋଇ ବୁଲୁଛୁ? (ଦେବତାମାନେ ମୌନ ରହିଲେ । ଏହି ସମୟରେ ଦୈବବାଣୀ ହେଲା । “ହେ ଦେବଗଣ ! ତୁମ୍ଭେ ମାନେ ବିଶ୍ୱକର୍ମାଙ୍କ ନିକଟକୁ ଯାଅ । ତାଙ୍କୁ କହି ତାଙ୍କ ଦ୍ଵାରା  ଜଗତରେ ଗୋଟିଏ ଅତୁଲ୍ୟରୂପା ଅଙ୍ଗନା ନିର୍ମାଣ କରି । ତାକୁ କହ ଏ ନିଖିଳ ଚରାଚର ସ୍ରାବର ଜଙ୍ଗମ ବିଶ୍ ପ୍ରକୃତିରୁ ସୌନ୍ଦର୍ଯ୍ୟ ଆହରଣ କରି ତହିଁରେ ଅଙ୍ଗନାକୁ ରୂପନ୍ୟାସ ଦିଅନ୍ତୁ । ପ୍ରକୃତିର ସୌନ୍ଦର୍ଯ୍ୟରୁ ତିଳ ତିଳ କରି ଆହରଣ କରି ଯେ ପ୍ରମଦା ଗଠିତ ହେବ, ତାହାରି ସୌନ୍ଦର୍ଯ୍ୟ ଦର୍ଶନରେ ଭ୍ରାତୃବିରୋଧ ଜାତ ହେବ । ତେବେ ଯାଇ ଦୁଷ୍ଟ ରାକ୍ଷସ କୁଳର ବଧ ହେବ ।”)

ଇନ୍ଦ୍ର - ଶୁଣିଲ ତ ଦୈବବାଣୀ କୁମାର ! ତୁମେ ପବନଙ୍କୁ ଶକ୍ତିଭିକ୍ଷା କରି ଶୀଘ୍ର ଯାଇ ଶିଳ୍ପକୁଳରାଜ ବିଶ୍ୱକର୍ମାଙ୍କୁ ଡାକି ଆଣିବ ।

କାର୍ତ୍ତିକେୟ – ଯଥା ଆଜ୍ଞା ! ଦେବରାଜ ।

(ପ୍ରସ୍ଥାନ)

ପଞ୍ଚମ ଦୃଶ୍ୟ

(ଉତ୍ତର ମେରୁ ପର୍ବତ ଦେଶରେ ଦେବଶିଜୀ ବିଶ୍ୱକର୍ମା ଲୁହାରେ ମୂର୍ତ୍ତି ଗଢୁଥିଲେ  । କାର୍ତ୍ତିକେୟ ପ୍ରବେଶ କରି ତାଙ୍କୁ ନମସ୍କାର କଲେ ।)

ବିଶ୍ୱକର୍ମା - କି କୁମାର ? ଏ ଦୂରଦେଶକୁ ହଠାତ୍ ଆଗମନର କାରଣ କ'ଣ ? ସୁରପୁରେ କୁଶଳ ତ ସବୁ ?

କହ ସ୍ଵର୍ଗର ବାରତା—

କି କାରଣେ ଆସିଲ ମୋ ପୁରେ ?

କେଉଁ ସ୍ଵର୍ଗ ବରାଙ୍ଗନା ଲାଗି ଅବା

ଦେବି ମୁହଁ କମ ଅଳଙ୍କାର,

ଦେଖ ମୋ କରଣୀ।

ଏହି ଅପୂର୍ବ ନୂପୁରନିକ୍ଵଣରେ

ବୀଣାପାଣି ବୀଣା ଦେବ ଛିନ୍ନ କରି ହେଲେ

ଏହି ଦେଖ ସୁମେଖଳା, ଦେଖ, ଭାବ ମନେ

ଏହି ଗଜ ମୁକ୍ତା ହାର, ଦେଖିଲ ଏହାକୁ

ଏହି ଦେଖ ସୀମନ୍ତର ଟୀକା,

ଏହି ଯେ କଙ୍କଣ ଦେଖ ଖଚିତ ରତନେ ।

ପ୍ରବାଳ କୁଣ୍ଡଳ ଦେଖ

କି ଛାର ଏହାର ତୁଲେ ବନଦେବୀ

କର୍ଣ୍ଣର ପଳାଶ ?

ରମଣୀର ମନୋଜ୍ଞ ଭୂଷଣ,

ଆଉ କେତେକ  ନେବ  ବା ଅଳଙ୍କାର ଅସୀମ ମୋ ଗନ୍ତାଘରୁ ?

କୁମାର - (ଦୀର୍ଘ ନିଃଶ୍ଵାସ ମାରି) ଆଉ କି ଅଛି ହେ ଦେବ ସେ କାଳର ସୁଖ ? ବିଶ୍ଵପ୍ରାନ୍ତେ ତିମିରିତ ମହୋଦଧୁ ପାରେବସା ତୁମ୍ଭେ  ନାଥ ! ଜାଣ ନାହିଁ ସ୍ଵର୍ଗର ଦୁର୍ଦ୍ଦଶା ? ହାୟ ! ଦୈତ୍ୟକୁଳ ପ୍ରବଳ ସମରେଲୋଟଇ ତ୍ରିଦଶାଳୟ ଲଣ୍ଡଭଣ୍ଡା କରେ, ପାମର ଅସୁର !

ପ୍ରେରିଛନ୍ତି ତବ ଆଶ୍ଳେଶ ଦେବା ଅସୁରାରି ଶିଳ୍ପୀବର ! ହାୟ ! ଆଉ କି ଆମର ପୂର୍ବାବସ୍ଥା ଅଛି ? ଅସୁର ପାମରମାନେ ଦେବକୁଳକୁ ଉଚ୍ଛନ୍ନ କରି ଦେବରାଜଙ୍କୁ ରାଜ୍ୟଚ୍ୟୁତ ଲାଞ୍ଛିତ  କରିଛନ୍ତି । ଆପଣ ସୃଷ୍ଟି ସୀମାନ୍ତରେ ତିମିରିତ ଦେଶରେ ଭୂମଣ୍ଡଳର ଗୋଟିଏ ନିର୍ଜନ ପ୍ରାନ୍ତରେ ରହିଥିବା ହେତୁ ସ୍ଵର୍ଗର ସମ୍ବାଦ ପାଇ ନ ଥିଲେ  ।

ବିଶ୍ଵକର୍ମା - ବଡ଼ ଅଦ୍ଭୁତ  କଥା ! ଦେବତାଙ୍କର ପରାଜୟ, ପୁଣି ଦାନବଗଣଙ୍କର ସ୍ଵର୍ଗ ରାଜ୍ୟରେ ରାଜତ୍ଵ ! ଦେବତାଙ୍କୁ ଦୁଷ୍ଟ ଅସୁରମାନେ ଅପମାନ କରିଛନ୍ତି କିପରି ? ସବୁ ଘଟଣା କାର୍ଯ୍ୟ କାରଣ ପରମ୍ପରାରେ କହ |

କୁମାର - ମହାଭାଗ ! ବିଳମ୍ବ ଅସହ୍ୟ । ଶୀଘ୍ର ମନୋରଥ ଯାନରେ ଗତି କରନ୍ତୁ  । ଦେବରାଜ ବଡ଼ ଅସ୍ଥିର ପ୍ରତୀକ୍ଷାରେ ବସିଛନ୍ତି-ଆପଣଙ୍କ ପାଇଁ।

ଷଷ୍ଠ ଦୃଶ୍ୟ

(ବିଶ୍ୱକର୍ମା କୁମାରଙ୍କ ସହ ଇନ୍ଦ୍ରଭୁବନରେ ପ୍ରବେଶ କଲେ ।)

ଇନ୍ଦ୍ର - ବିଶ୍ୱକର୍ମାଙ୍କର ଜୟ ହେଉ !

ଦେବଗଣ – ମହାତ୍ମନ୍ ! ଆପଣ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ  । ଏତିକି ପ୍ରାର୍ଥନା । ବିଧାତା ବରରେ ସୁନ୍ଦ ଉପସୁନ୍ଦ ସମୁଦ୍ର ମନୁନ ବେଳେ ଅମୃତ ଖାଇ ଅମର ହୋଇ ପାରିଛନ୍ତି । ଦେବରାଜ୍ୟ ଜୟ କରି ସେମାନେ ସ୍ଵର୍ଗର ରାଜା ହୋଇଛନ୍ତି । ଆପଣ ସୁନ୍ଦ ଉପସୁନ୍ଦଙ୍କର କଳହ ସୃଷ୍ଟି ଉଦ୍ଦେଶ୍ୟରେ ଏପରି ଗୋଟିଏ ଅନିଦ୍ୟା ନାରୀ ଗଠନ କରନ୍ତୁ , ଯାହା ଦ୍ଵାରା  ଦେବତାଙ୍କର ଅଭୀଷ୍ଟ ସିଦ୍ଧି ହେବ । ତାହା ନ ହେଲେ ଦାନବ ଯୁଦ୍ଧରେ ଅଜେୟ ।

ବିଶ୍ଵକର୍ମା - ଆପଣମାନଙ୍କର ନିର୍ଦ୍ଦେଶ  ନିଶ୍ଚୟ ପାଳନ କରିବି । ତିମିରିତ ମେରୁ ସମୁଦ୍ର କୂଳରେ ତ୍ରିଦିବର ବହୁ ଦୂରରେ ମର୍ତ୍ତ୍ୟର ସୃଷ୍ଟି ସୀମାରେଖା ନିକଟରେ ଯେ ମେରୁ ପର୍ବତ ତୁଷାର କିରୀଟ ଘେନି ଉଭା ହୋଇ ରହିଛି । ସେହିଠାରେ ମୋର ବାସଗୃହ । ସଂସାରର ଜଞ୍ଜାଳ ମୋତେ ସ୍ପର୍ଶ କରେ ନାହିଁ । ଦେବାସୁର ସଂଗ୍ରାମରେ ଦେବତାଙ୍କର ପରାଜୟ ବାର୍ତ୍ତା  ମଧ୍ୟ ମୋ ପକ୍ଷରେ ନୂତନ ସମ୍ବାଦ ।

ଇନ୍ଦ୍ର - ଶିଳ୍ପୀରାଜ  ! ବର୍ତ୍ତମାନ  ଆପଣଙ୍କ ଦୟା ଉପରେ ସମଗ୍ର ଦେବଶକ୍ତି ନିର୍ଭର କରୁଛି ।

(ବିଶ୍ୱକର୍ମା ଧ୍ୟାନସ୍ଥ ହୋଇ ବ୍ରହ୍ମାଙ୍କ ପ୍ରଦତ୍ତ ସୃଷ୍ଟିବୀଜ ମନ୍ତ୍ର ଉଚ୍ଚାରଣ କଲେ) ବିଶ୍ଵକର୍ମା - ବ୍ରହ୍ମାଙ୍କ ବରରେ ମୁଁ ଯାହାକୁ ସ୍ମରଣ କରିବି, ସେ ମୋ ନିକଟକୁ ଆସିବ । ମୁଁ ଧ୍ୟାନସ୍ଥ ହୁଏଁ ।

( ବିଶ୍ୱକର୍ମା ଧ୍ୟାନସ୍ଥ ହୋଇ ଏକ ଅନିନ୍ଦ୍ୟ  ସୁନ୍ଦରୀ ଲଳନା ସୃଷ୍ଟି କଲେ । ଶେଷରେ ଅମୃତ ସଂଚାର କରି ଦେବଶିଳ୍ପୀ ଏହି ଅପରୂପ ଅପୂର୍ବ କାମିନୀକୁ ଜୀବନ୍ୟାସ କଜୋଲ । ଜୀବନ୍ୟାସ  ପାଇ ଜୀବନ୍ତ ନାରୀ ଉଭା ହେଲେ । ଏହି ସମୟରେ ଦେବଗଣ ଆସି ପ୍ରବେଶ କଲେ । )

ବିଶ୍ୱକର୍ମା – ହେ ଇନ୍ଦ୍ରାଦି ଦେବଗଣ ! ଏବେ ଆପଣଙ୍କ ଅଭୀଷ୍ଟ ସିଦ୍ଧି ହେଲା ତ ? ହେ ଦେବଶିନୀ ! ତୁମ ଅପୂର୍ବ ସୃଷ୍ଟିର ତୁଳନା ନାହିଁ । ଯେଣୁ ସ୍ଥାବର ଜଙ୍ଗମ ଭୂତାତ୍ସକ ପ୍ରକୃତିର ସୌନ୍ଦର୍ଯ୍ୟ ପସରାରୁ ତିଳ ତିଳ ସୁଷମା ଆଦୃତ ହୋଇ ଏ ନାରୀର ସୃଷ୍ଟି ହୋଇଛି । ତେଣୁ ଏହାର ନାମ ତିଳୋତ୍ତମା ରଖାଯାଉ ।

ବିଶ୍ଵକର୍ମା – ତଥାସ୍ତୁ ।

ଇନ୍ଦ୍ର - ମନ୍ମଥ କାହାନ୍ତି ?

ମନ୍ମଥ – ଆଜ୍ଞା  !

ଇନ୍ଦ୍ର - ତୁମେ ମଧୁକରି ଋତୁରାଜଙ୍କୁ ସଙ୍ଗରେ ଘେନି ଏହି ନାରୀ ସହିତରେ ଅବିଳମ୍ବେ ସୁନ୍ଦ ଉପସୁନ୍ଦଙ୍କ ନିକଟରେ ଉପସ୍ଥିତ ହୁଅ ।

ମଦନ - (ନମସ୍କାର କରି) ଯେ ଆଜ୍ଞା !

ଇନ୍ଦ୍ର - କାର୍ତ୍ତିକେୟ ! ତୁମେ ଦେବ-ସେନାପତି । ଆମର ସୈନ୍ୟମାନଙ୍କୁ ଖାଣ୍ଡବ ବନକୁ ଅଧେ, ଆଉ ଅଧେ କାମ୍ୟକ ବନକୁ ପଠାଇ ଦିଆ । ସେମାନେ ଜାଗ୍ରତ ରହିଥିବେ  । ସୁନ୍ଦ ଉପସୁନ୍ଦ ପରସ୍ପର ବିବଦମାନ ହେଲେ, ତାର ଶେଷଫଳକୁ ଅପେକ୍ଷା ନ କରି ଦୈତ୍ୟନାଶ କରିବାକୁ ଆଦେଶ ଦେବେ  । ଏହା ମୋର  ଇଚ୍ଛା ଓ ତୁମକୁ ଆଦେଶ ।

କାର୍ତ୍ତିକେୟ - ଦେବରାଜଙ୍କ ଆଦେଶ ଶିରୋଧାର୍ଯ୍ୟ ।

ଦେବଗଣ - ଆସ ସେନାପତି, ସମସ୍ତେ ଦେବସେନା ଗହଣରେ ବର୍ତ୍ତମାନ ଆତ୍ମଗୋପନ କରି ରହିବାପାଇଁ ବନ ପ୍ରବେଶ କରିବା ।

ସପ୍ତମ ଦୃଶ୍ୟ

(ସୁନ୍ଦ ଉପସୁନ୍ଦ ଙ୍କ ରାଜଦରବାର, କାଳକେତୁ, ଧୂମକେତୁ, ସେନାପତିଗଣ, ଦାନବଗଣ, ଅପସରାଗଣ ଉପସ୍ଥିତ ରହିଛନ୍ତି ।

ଉପସୁନ୍ଦ - (ହସି) ଭାଇ ! ଯେଉଁ ଇନ୍ଦ୍ର ବୃତ୍ରାସୁର ବଧ କଲା, ଯେଉଁ ନପୁଂସକ କାର୍ତ୍ତିକେୟ ତ୍ରିପୁରାସୁର ସଂହାର କଲା, ସେମାନଙ୍କ ଆସ୍କାଳନ ଆଉ ଶୁଭେ ନାହିଁ । ସେମାନଙ୍କ ବାହୁ । ଆଜି ଦୁର୍ବଳ, ଆମେ ଅମର, ଯେତେଦିନ ସୂର୍ଯ୍ୟଚନ୍ଦ୍ର ରହିଥିବେ , ସେତେକାଳ ଆମର ରାଜତ୍ଵ, ଆଉ ଅସୀମ କ୍ଷମତାର ବିନାଶ ନାହିଁ।

କାଳକେତୁ - ମହାରାଜ ! ଅମର ତ କେହି ନୁହନ୍ତି ? ଦେବତାମାନେ ଅମର । ମାତ୍ର ବିଧାତା ଆପଣମାନଙ୍କୁ ଅମରବର ଦେଇ ପ୍ରାକୃତିକ ନିୟମର ବ୍ୟତିକ୍ରମ କରିଛନ୍ତି । ତେଣୁ ଏହା ଅତି ଅସମ୍ଭବ ବୋଧହୁଏ ।

ଧୂମକେତୁ - ଯଥାର୍ଥ କହିଲ କାଳକେତୁ ! ଏହା ମୋର ମଧ୍ୟ ବିଶ୍ୱାସ  ହୁଏ ନାହିଁ। ବ୍ରହ୍ମା ତ ଦେବ ପିତାମହ !

ସୁନ୍ଦ - ତପସ୍ୟା ଆଉ ପୁଣ୍ୟ ବଳରେ ଇନ୍ଦ୍ର ସ୍ଵର୍ଗରେ ରାଜା ହୋଇ ଅମର ହୋଇଛି । ଆମେ ଆଜି ତା ପରି ପ୍ରତାପୀ ରାଜାକୁ ଆମର କିଙ୍କର କରିପାରିଛୁ । ଅର୍ଥାତ୍ ଇନ୍ଦ୍ରଠାରୁ ଆମର ତପୋବଳ ବେଶି । ଭଗବାନ ନୃସିଂହ ଅବତାର ହେଲାବେଳେ ଆମର ପିତାମହ ହିରଣ୍ୟକଶିପୁ ଦୈତ୍ୟକୁ ବିଦାରଣ କରିଥିଲେ  । ସେହି ହିରଣ୍ୟକଶିପୁର ପୁତ୍ର ନିକୁମ୍ଭାସୁରର ପୁତ୍ର ଆମ୍ଭେମାନେ ।  ଆମ୍ଭମାନଙ୍କର ବିନ୍ଧ୍ୟାଗିରିରେ ଅୟୁତ ବର୍ଷ ତପସ୍ୟା ଫଳରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ଆମକୁ ଅମର ବର ଓ ସ୍ଵର୍ଗ ରାଜ୍ୟ ଦାନ କରିଛନ୍ତି । ତେବେ ଭ୍ରାତୁ ବିରୋଧରେ ଆମର ମୃତ୍ୟୁ ହେବ ବୋଲି ଧାତା କହିଛନ୍ତି । ଆମେ ମଧ୍ୟ ଭ୍ରାତୃବିରୋଧୀ ହେବୁନାହିଁ ବୋଲି ତାଙ୍କୁ ବର ମାଗୁଛୁ।

ଧୂମକେତୁ - (ଆନନ୍ଦରେ) ତା' ହେଲେ ଆଉ ଚିନ୍ତା ନାହିଁ। ଆପଣମାନେ ନୀରକ୍ଷୀର ତୁଲ୍ୟ ଦୁଇ ଦେହରେ ଏକ ପ୍ରାଣ ହୋଇ ମିଳିତ ଭାବରେ ଅବସ୍ଥାନ   କରନ୍ତୁ  । ଜଣକରି ଚିନ୍ତା ଅନ୍ୟଙ୍କଠାରେ ପ୍ରତିବିମ୍ବିତ ହୁଏ-କାୟାର ଛାୟା ଭଳି । ଆପଣମାନେ ଜଗତରେ ଅଜର, ଅମର, ଅଜେୟ ।

କାଳକେତୁ - ଆପଣଙ୍କ ଭୟରେ ଦେବଲୋକ ତ୍ରସ୍ତ । ସେଥିପାଇଁ ସେମାନେ ସମସ୍ତେ ବନବାସ କରୁଛନ୍ତି ।

ଦୈତ୍ୟକୁଳ - (ଦୀର୍ଘ ଅଟ୍ଟହାସ୍ୟାରୋଳ)

ସୁନ୍ଦ - ତୁମେମାନେ ବହୁ କଷ୍ଟ ପାଇଛ ।  ବର୍ତ୍ତମାନ  କିଛି ଆନନ୍ଦ କରି, ଆମୋଦ ପ୍ରମୋଦ କରି; ବିଶ୍ରାମ ସୁଖ କରି- ଯୁଦ୍ଧକ୍ଲାନ୍ତି ଦୂର କରିବା ଆବଶ୍ୟକ  ।

ଦୈତ୍ୟଗଣ - ଜୟ ସୁନ୍ଦ ଉପସୁନ୍ଦଙ୍କର ଜୟ ।

ସୁନ୍ଦ - ଚାଲ ଭାଇ ଉପସୁନ୍ଦ ! ଆମେ ଦୁହେଁ ମୃଗୟା ବିନୋଦ କରିବାକୁ ବନରୁ ବନାନ୍ତରକୁ ଯିବା । ସସାଗର  ଧରଣୀର କୁସୁମକୁନ୍ତଳାବେଶ ବନାନୀର ଗଭୀରତମ ଦେଶରେ ଅତି ସୁନ୍ଦର-ମନୋଜ୍ଞ । ବହୁକାଳ ଦେବସେନାଙ୍କ ସହିତ ସମର ଅଭିଯାନ କରି ଆଉ ନିଶ୍ଚିନ୍ତା ଆନନ୍ଦ ବିନୋଦନର ଅବସର ହୋଇ ନାହିଁ।

ଉପସୁନ୍ଦ - (ଆହ୍ଲାଦରେ) ଚାଲ ଭାଇ ଧୂମକେତୁ, କାଳକେତୁ, ରକ୍ତବାହୁ, ପାତ୍ରମନ୍ଦିଗଣ ! ଚାଲ ଆଜି ରାଜଗହଣରେ ବନ, ଗହନକୁ ମୃଗୟା କରି ଯିବା । ଅଶ୍ଵ, ଗଜ, ପଦାତିକ, ଅସ୍ତ୍ର ରଥ ସମସ୍ତ ସାଜ ସରଞ୍ଜାମ ଆଣି ଠୁଳ କରି ବିନୋଦ ଯାତ୍ରାର ଅନୁରୂପ ବ୍ୟବସ୍ଥା କର।

କାଳକେତୁ - ଚକ୍ଷୁପଲକ ମାତ୍ରେ ତାହା ସବୁ ସଜ୍ଜିତ ହେବ ସମ୍ରାଟ, ପ୍ରସ୍ତୁତ ହେଉନ୍ତୁ !

ସୁନ୍ଦ - ଅପସରାଗଣଙ୍କୁ ଆମ୍ଭମାନଙ୍କର ପ୍ରମୋଦ ସହଚରୀ ରୂପେ ସଙ୍ଗେ ସଙ୍ଗେ ଯିବାକୁ ହେବ -

( ଘନବନସ୍ଥଳରେ ଭ୍ରମଣକ୍ଲାନ୍ତ  ତିଳୋତ୍ତମାର ପ୍ରବେଶ)

ତିଳୋତ୍ତମା - ଓଃ, ବିଧାତା ମୋ ଭାଲରେ କି ଏହିପରି ଦୁଃଖକଷ୍ଟ ଲେଖିଥିଲା  ? କେଜାଣି, ତାହା ସେ ଜାଣେ । ଘନତିମିରିତ ବନ୍ଧୁର ବନ ପଥ ଅତିକ୍ରମ କରି ସେ ଦୁଃଖ ମୁଁ ବୁଝିପାରୁଛି । (ଦୂରକୁ ଚାହିଁ) ଓଃ, ଅନତି ଦୂରରେ କି ସୁନ୍ଦର ସ୍ପଟିକ ପରି ସ୍ଵଚ୍ଛ ତରଳ ରଜତଥ୍ରୋତା ଜଳରାଶି ! ଯାଏଁ ସେହି ସରୋବର ତୀରରେ କିଛି କ୍ଷଣ ବିଶ୍ରାମ କରେ । (ତିଳୋତ୍ତମା  ପଥ ଅତିକ୍ରମ କରି ସରୋବର ସୋପାନରେ କ୍ଲାନ୍ତ ତନୁକୁ ଢାଳି ଦେଇ ବିଶ୍ରାମ କଲା । କ୍ଷଣକାଳ ବିଶ୍ରାମ ପରେ ସରୋବରରେ ନିଜର ପ୍ରତିବିମ୍ବ  ଦେଖି ଅବୋଧ ଭଳି ସ୍ଵାଗତ। ଉକ୍ତି କଲା ।) ଆହା, ଏପରି ମନୋହର ରୂପକାନ୍ତି ପୃଥିବୀ ର ଚକ୍ଷୁ କେବେ ଦେଖିଛି କି ! ପିତାମହ ବ୍ରହ୍ମାଙ୍କ ନିଳୟରେ ଦେଖିଛି ସୁନ୍ଦରୀ ଶ୍ରେଷ୍ଠା ଇନ୍ଦ୍ରାଣୀଙ୍କୁ, ବିଦ୍ୟାଧରୀ କିନ୍ନ ରୀଗଣଙ୍କୁ, ଦେବବାଳାମାନଙ୍କୁ । କିନ୍ତୁ ଏ ଲଳନାର ପଦରଜ ସହିତ ସେମାନଙ୍କର ତୁଳନା ହୁଏ ନାହିଁ । ମନେ ହୁଏ, ଏ ଅବା ବନ ଦେବୀ ହୋଇଥିବେ  ! ଏହି ଅତୁଳା ନାରୀଙ୍କର କିଙ୍କରୀ ପଣରେ ରହି ପଦସେବା କରିବାକୁ ଚିତ୍ତ ବଳେ I ହେ ଭଗବତୀ ! ତୁମେ ଜଳଦେବୀ ହୁଅ ଅବା ବନଦେବୀ ହୁଅ, ପ୍ରତ୍ଯକ୍ଷୀଭୂତା ହୋଇ ମୋତେ ଦର୍ଶନ ଦିଅ ।

(ଏହା କହି ତିଳୋତ୍ତମା  ଭକ୍ତି ଭାବରେ ପ୍ରଣାମ କଲା । ଜଳ ପ୍ରତିବିମ୍ବ  ମଧ୍ୟ  ସେହିପରି ପ୍ରଣାମ କଲା ତିଳୋତ୍ତମାକୁ)

ତିଳୋତ୍ତମା - (ବିସ୍ମୟରେ) କିଏ ତୁମେ, ସ୍ଵଚ୍ଛ ନୀଳଜଳ ମଧ୍ୟ ରେ କିଏ ତୁମେ ? ହେ ଦେବୀ, ହେ ସୁନ୍ଦରୀ ଶ୍ରେଷ୍ଠା ! (ଧ୍ଵନି କାନନରେ ପ୍ରତିଧ୍ଵନିତ ହେଲା । ତିଳୋତ୍ତମା  ଭୟ ବିହ୍ଵଳ ହୋଇ ଆତଙ୍କରେ ଡାକିଲା-” ପିତାମହ ବ୍ରହ୍ମା, ” ତାପରେ ସେଠାରେ ମୂଜ୍ଜିତା ହୋଇ ପଡ଼ିଲା । ବସନ୍ତ ସହ ମଦନ, ହସି ହସି ସେହି ଠାବରେ ଉପସ୍ଥିତ ହେଲେ । ତିଳେ।ତ୍ତମାକୁ ଜଳସିଞ୍ଚି  ସାଷ୍ଟମ କରାଇଲେ ।)

ମଦନ - ତିଳୋତ୍ତମା । କାହିଁକି କାହାକୁ ଭୟ କରୁଚ ମୃଗାନ୍ଧି ? ହେଇଟି ଚାହିଁ ଦେଖ । ବସନ୍ତ ସହିତ ତମ ସଙ୍ଗରେ ଅଦୃଶ୍ୟ ଭାବରେ ମୁଁ ରହିଛି । ଆମେ ଦୁଇଜଣ ଅଲକ୍ଷ୍ୟରେ ତୁମ ପଥ ଅନୁସରଣ କରି ଚାଲିଛୁ ।

ତିଳୋତ୍ତମା - ମଦନ; ତୁମେ ବସନ୍ତ ସହିତ ମୋର ଅଙ୍ଗରକ୍ଷୀ ହୋଇ ଆସିଛ ବୋଲି ତ ମୁଁ ଜାଣେ ନାହିଁ ? ଗୋଟିଏ ପରମାସୁନ୍ଦରୀ ନାରୀକୁ ଜଳ ଦର୍ପଣରେ ଦେଖି ତାର ଲୋକୋଭର ସୌନ୍ଦର୍ଯ୍ୟରେ ମୁଁ ବିନ୍ଦୁଳା ହୋଇ ପଡ଼ିଲି । ଦେବୀ ବୋଲି ମନେ କରି ପ୍ରଣାମ କଲି, ମାତ୍ର ସେହି ନାରୀର ଅସ୍ତିତ୍ଵ ଖୋଜି ନ ପାଇ ଭୀତତ୍ରସ୍ତ ହୋଇ ପଡ଼ିଲି । ମୋର ବୃଦ୍ଧି ବିଭ୍ରମ ଘଟିଲା ମୂହୁର୍ତ୍ତକ ପାଇଁ।

ବସନ୍ତ - ତିଳୋତ୍ତମେ ! ଯେଉଁ ପ୍ରତିମା ବିମ୍ବ ଜଳଦର୍ପଣରେ ଦେଖିଲ, ତାହା ତୁମରି ନିଜ ରୂପ ! ତୁମରି ମଧୁର ଧ୍ଵନିର ପ୍ରତିଧ୍ଵନି କରୁଛି ନୀଳ ବନରାଜି କୋଳରେ ରହିଅବା ନୃତ୍ୟରତା ମୟୁରୀ । ଏରୂପ ସମ୍ବାର ଦେଖି ନାରୀ ହୋଇ ତୁମେ ଯଦି ଏପରି ବିବଶା ହୁଅ, ଭାବି ଦେଖିଲ, ତୁମର ଦର୍ଶନ ଲାଳସୀ ପୁରୁଷକୂଳଙ୍କ ଦଶା କିପରି ହେବ ?

ମଦନ - ବୃଥା ବାକ୍ୟ ବ୍ୟୟରେ ବିଳମ୍ବା କରି ଲାଭ ଦେଖିଲେ । ନାହିଁ । ଶୀଘ୍ର ଯାଅ ରୂପସୀ... ନିକଟରେ  ଦୈତ୍ୟରାଜଙ୍କୁ ଭେଟିବ । ଦେଖିଲଣି ? ମଳୟ ସମୀର ସୁଦୁର (ତିଳୋତ୍ତମା  ଧୀର ପଦକ୍ଷେପରେ ମରାଳ ବନାନୀ ବୁକୁ ରୁ ଅଜଣା ପୁଷ୍ପ ସୁରଭି ଗମନ ଜୋର କାନନ ପଥରେ ଅଗ୍ରସର ଚନ୍ଦନ ସିକ୍ତ କରି ବାହି ଆଣୁଛି । ଏ ହେଲା । ଲତା, ମହୀରୁହ, କୋକିଳ, ଅଳି,କପୋତୀ ମାନେ ନାରୀକୁ ପଥରେ ସେମାନଙ୍କ ନିକଟରେ କ୍ଷଣେ ବିଶ୍ରାମ କରିବାକୁ ଅନୁରୋଧ କଲେ । କୁସୁମାଞ୍ଜଳି ଦେଲେ । ଛାୟା ସୁନ୍ଦରୀ ତରୁବରରେ ପୁଷ୍ପ ଫଳ ସଜାଇ ସଖୀ ଭାବରେ ବରଣ କରି କହିଲେ- ହେ, ସୁନ୍ଦରୀ, କ୍ଷଣକ ପାଇଁ ଏହି ତରୁ ତଳେ ଉପବେଶନ କରି । ମୁଁ ତୁମକୁ ସୁଶୀତଳ ଛାୟା ଦାନ କରିବାକୁ ପ୍ରତୀକ୍ଷା କରୁଛି । ବନଚର ଗଣ ଓ ପାର୍ବତ୍ୟ   କନ୍ୟାଗଣ କହିଲେ-ହେ ସୁନ୍ଦରୀଶ୍ରେଷ୍ଠା, ଏହି ଦଣ୍ଡକ ବନରେ ବୈଦେହୀ ନିବାସ କରିଥିଲେ  । ତୁମେ ବିଶ୍ରାମ କରି ।)

ମଦନ -(ସହାସେଲ୍ୟ କୌତୁକରେ) ଆହା, ବିଧାତାଙ୍କର କି ଅପୂର୍ବଲୀଳା । ଏ ନାରୀକୁ ଦେଖି ଧରିତ୍ରୀ ବନସ୍ପତି ମଧ୍ୟ ପାଗଳ ।

(ସୁନ୍ଦ ଉପସୁନ୍ଦ, ଆମୋଦ ଉତ୍ସବରେ ମଭ । ଭୋଜନ, ପାନ, ଗାନ । ଅପସରା ମେଳରେ ଆମୋଦ ମତ୍ତା । ବନସ୍ଥଳୀରେ ଦାନବ ସେନାଗଣ ଆମୋଦ ମତ୍ତା । ଅଶ୍ଵ, ଗଜ, ପଦାତିକମାନେ ଅସ୍ତ୍ର ଝନତକାରରେ ନିଜର ପୌରୁଷ ପ୍ରଦର୍ଶନ କରୁଛନ୍ତି । ସୁନ୍ଦ ଉପସୁନ୍ଦ ବନ ବନାନ୍ତ ଭ୍ରମଣ କରୁ କରୁ ତିଳୋତ୍ତମାକୁ ପୁଷ୍ପାସ୍ତରଣରେ ଆସୀନ ଦେଖିଲେ ।

ଉପସୁନ୍ଦ – ଭାଇ ସୁନ୍ଦ ! କି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିଲଣି ? ମଳୟ ସମୀର ସୂଦୁର ବନାନୀ ବୁକୁରୁ ଅଜଣା ପୁଷ୍ପସୁରଭି ଚନ୍ଦନସିକ୍ତ କରି ବାହି ଆଣୁଛି । ଏ ଅକାଳରେ ବସନ୍ତ କିପରି ଆସିଲା ? ଚାଲ ଭାଇ; ଦେଖିବା କେଉଁ କୁଞ୍ଜ କାନନରୁ  ଏପରି ସୁରଭି ମଳୟ ବହି ଆଣୁଛି । ଆଃ  ଭ୍ରମର ଗୁଡ଼ିକ ଦୂରରେ ଉଡ଼ିବା ଦେଖି ମନେ ହେଉଛି, ନିକଟରେ ସରୋବରରେ କମଳିନୀ ମୃଣାଳ ଉପରେ ଫୁଟିଛି । ତା’ର ମାଦକ । ଗନ୍ଧ ଭ୍ରମର କୂଳଙ୍କୁ ଅସହ୍ୟ ହୋଇଛି ।

ସୁନ୍ଦ - ଭାଇ; ଏ ସସାଗରା ଧରା, ଦ୍ୟୁଲୋକ  ଭୂଲୋକ ଗ୍ରହ ଉପଗ୍ରହ, ସୂର୍ଯ୍ୟ ଚନ୍ଦ୍ର ତାରା ସମସ୍ତେ ଯେପରି ଆମରି ଜୟ ଗାଥା ଗାଇ ପୁଲକିତ ହେଉଛନ୍ତି । ଯେତେବେଳେ ଆମର ପ୍ରଜାକୁଳ ସୁଖୀ, ସେତେବେଳେ ଏ ଗହନ ବିପିନର ଦେବତା କ'ଣ ପାଇଁ ତାଙ୍କର ଆନନ୍ଦ ବାର୍ତ୍ତା ର ପ୍ରତୀକ ମଳୟକୁ ସୁରଭିତ କରି ଆମ ନିକଟକୁ ପଠାଇବେ ନାହିଁ କହିଲ ? ବନଦେବୀ ପୁଷ୍ପାସ୍ତରଣରେ ଆମକୁ ଅଭିବାଦନ କରିଛନ୍ତି ବୋଲି ମନେ କରେ ।

ଉପସୁନ୍ଦ - ରାଜକାର୍ଯ୍ୟରୁ ଅବସର ବିନୋଦନ ପାଇଁ ଆସିବା ସାର୍ଥକ ହୋଇଛି, ଭାଇ ! କି ଆନନ୍ଦମୟ ସତେ ଏ ନିକାଞ୍ଚନ ବନସୁଳି ! ଅରଣ୍ୟ  ଦେବତାର କି ଆକର୍ଷଣୀ ଶକ୍ତି ! ମୋର ସମସ୍ତ ଚେତନା। ଯେପରି ଆରଣ୍ୟ କ ମାଦକ ଆକର୍ଷଣରେ ବିମୂଢ଼ ହୋଇ ଯାଉଛି-ଇଚ୍ଛା ହେଉଛି, ଏହିଠାରେ ବାସ କରେ ।

(ସୁନ୍ଦ ଉପସୁନ୍ଦ ବନ ଭ୍ରମଣ କରି ରଥରୁ ଉପସୁନ୍ଦ - ଅବତରଣ କଲେ, ଖଣ୍ଡିଏ ସ୍ପଟିକ ଆସନରେ ଦୁଇ ଭାଇ ବସିଲେ କ୍ଲାନ୍ତି ଦୂର କରିବାକୁ)

ତିଳେ।ତ୍ତମା- (ଭୀତକଣ୍ଠରେ) ଓଃ ! କିଏ ଏମାନେ ? ଏମାନଙ୍କ ଦୀର୍ଘବପୁ ଦେଖି ମୋର ହୃଦୟ କମ୍ପିତ ହେଉଛି, ଆଉ ଶରୀର ମଧ୍ୟ ଘର୍ମାକ୍ତ ହେଉଛି । ଏ ଇନ୍ଦ୍ର ସମ ରୂପଲାବଣ୍ୟ ସମ୍ପନ୍ନ ଯୁବକ ଦ୍ଵୟ କିଏ ସେ ? ଅସାମାନ୍ୟ ଏମାନଙ୍କର ଦୀର୍ଘ ଶରୀରର ପରାକ୍ରମ ! ମଦନ କହୁଥିଲେ  ଯେଉଁ ଦୈତ୍ୟମାନଙ୍କ କଥା, ଏମାନେ କ'ଣ ସେହି ଦୈତ୍ୟ ? (ଏକ ଦୃଷ୍ଟିରେ ସୂର୍ଯ୍ୟମୁଖୀ। ସୂର୍ଯ୍ୟଙ୍କୁ ଚାହିଁଲାଭଳି ଚାହିଁ ରହିଲା ତିଳୋତ୍ତମା ଦୈତ୍ୟଦ୍ଵୟଙ୍କୁ)

ସୁନ୍ଦ - କି ଆଶ୍ଚର୍ଯ୍ୟ ! ଏ ବନ ନିକୁଞ୍ଜରେ ଉଜ୍ଜଳ ପ୍ରଦୀପଶିଖା ରୂପିଣୀ। ଏ ନାରୀ କିଏ ? ନା ଏ। ଗୌରୀ, ଭଗବତୀ ମୂର୍ତ୍ତି ? ଚାଲ ଯାଇ ତାଙ୍କ ପଦରେ ପୁଷ୍ପାଞ୍ଜଳି ଦେଇ ପୂଜା କରିବା । ଦେବୀ ବରଦା ହେବେ ।

(ସୁନ୍ଦ ଉପସୁନ୍ଦ ତୀବ୍ର ବେଗରେ ତିଳୋତ୍ତମା  ନିକଟକୁ ଗମନ କଲେ)

ବସନ୍ତ – ହେ ମନ୍ମଥ !। ଏହି ପ୍ରକୃଷ୍ଣ କାଳରେ ତୁମର

ତୀକ୍ଷଣ ପଞ୍ଚସାୟ କରୁ ଦୈତ୍ୟମାନଙ୍କୁ ବାଣ ବିଦ୍ଧ କରି । ଦେବରି ପୁଙ୍କ ବିନାଶ କରିବାରେ ବିଳମ୍ବ କରି ନାହିଁ।

(ଅନ୍ତରୀକ୍ଷରୁ କୁସୁମ ଶର ବୃଷ୍ଟି ହୋଇ ଅସୁରମାନଙ୍କୁ ଅତିଷ୍ଠ କଲା । ମଦନ ଶରରେ ଜର୍ଜରିତ କଳେବର ହୋଇ ସୁନ୍ଦ ଉପସୁନ୍ଦ ଦୁହେଁ ଅଙ୍ଗନାକୁ ଧରି ପକାଇଲେ ।

ଉପସୁନ୍ଦ - (କ୍ରୋଧରେ) ବନୀର ଶ୍ରେଷ୍ଠ ! ଏ ନାରୀ ଉତ୍ତମା ତିଳୋତ୍ତମା ସମ୍ପର୍କରେ ତୁମର ଭ୍ରାତୃବଧୂ ହେବ ।  ତୁମେ କ’ଣପାଇଁ ଏ ନାରୀକୁ ସ୍ପର୍ଶ କରୁଛ ?

ସୁନ୍ଦ- ବଡ଼ ଆଶ୍ଚର୍ଯ୍ୟ କଥା କହିଲ ଭାଇ ! ତୁମ ସମ୍ମୁଖରେ ମୁଁ ଯେ ଏହିକ୍ଷଣି ଏ କନ୍ୟାରନ୍ସକୁ ବରଣ କଲି ? ଏ ନାରୀ ମୋର ପତ୍ନୀ  । ତୁମେ ଏ ନାରୀର ଦେବର ହେବ ।  ତୁମର ମାତୃ ସ୍ଥାନୀୟା, ଗୁରୁସ୍ଥାନୀୟା । ଏ ନାରୀର ହସ୍ତମୁକ୍ତ କରି- ଏହାକୁ ସ୍ପର୍ଶ କରି ନାହିଁ।

ଉପସୁନ୍ଦ- (ପ୍ରଜ୍ଵଳିତ ହୁତାଶନ ସମ ମହାକୋପରେ) ରେ ଅଧର୍ମଚାରୀ ! କୂଳାଙ୍ଗାର ! ଭ୍ରାତୃବଧୂକୁ ଦୈତ୍ୟମାନେ ମାତୃସମ ମଣିଥାନ୍ତି । ନିର୍ଲିଜ ତୁ ଅଧୀର ହୋଇ ତୁ ପୁଣି ତା'ର ଅଙ୍ଗ ସ୍ପର୍ଶ କରୁଛୁ ?

ସୁନ୍ଦ - କ’ଣ କହିଲୁ ପାମର ? ମୁଁ ପାପାଚାରୀ, ଅଧର୍ମାଚାରୀ, ଧୁକ୍ ଧୁକ୍ ତୋତେ - ଧୁକ୍ ଦୁଷ୍ଟମତି । ପାପିଷ୍ଠ ଶୃଗାଳ ହୋଇ ସିଂହୀ ସହିତ ମିଳନ ବାଞ୍ଚା ? ରେ ବର୍ବର ! ତୋର ଉପଯୁକ୍ତ ଶାସ୍ତି ବିଧାନ କରିବି । (ସୁନ୍ଦ ଅସି ନିଷ୍କାସିତ କରିବା ଦେଖି ହୁଙ୍କାର

କରି ଉପସୁନ୍ଦ ନିଜର ଅସ୍ତ୍ର ଧାରଣ କଲା । ଦୁହିଁଙ୍କ ଅସ୍ତ୍ର ଦୁହିଁଙ୍କୁ କ୍ଷତବିକ୍ଷତ କରିଦେଲା । ଦୁହେଁ ରକ୍ତସ୍ନାତ ହୋଇ ଭୂତଳଶାୟୀ ହେଲେ । କେତେ କ୍ଷଣ ପରେ ସୁନ୍ଦ ଚେତନା ପାଇ ଉଠିଲା ।

ସୁନ୍ଦ - ଓହୋ, କି କୁକର୍ମ କଲି ! ପୂର୍ବକଥା, ପିତାମହଙ୍କ ବରଦାନ ସର୍ଭ ଭୁଲିଗଲି । ଏତେ ତପସ୍ୟା କରି ବିଧାତା ତୋଷି ଯେ ବର ମିଳିଲା, ଏହା କି ତୋର ଶେଷ ଫଳ ହେଲା ! ବାଲି ବକ୍ଷରେ କୃତ୍ରିମ ସୌଧ ନିର୍ମାଣିଥିଲି  କାହିଁକି ? କାମମଦରେ ଯେଉଁ ଦୁର୍ମତିମାନେ ମତ୍ତ ହୁଅନ୍ତି, ସେମାନଙ୍କର ଏହି ଗତି ଚିରନ୍ତନ ବୋଲି ଜଗତରେ ବିଦିତ ଅଛି । କିନ୍ତୁ ଭାଇ, ଏତିକି ମୋର ଦୁଃଖ ରହିଲା, ରଣକ୍ଷେତ୍ରରେ ଶତ୍ରୁ ଜିଣି ମୋର ପ୍ରାଣନାଶ ହେଲାନାହିଁ । ମୃଗରାଜ ବ୍ୟାଧ ଫାନ୍ଦରେ ଅକସ୍ମାତ ଜୀବନ ଦେଲାଭଳି ଆମ ଉଭୟଙ୍କର ସମଦଶା ହେଲା ।

(ବିଷାଦରେ ନିଃଶ୍ଵାସମାରି ସୁନ୍ଦ ଅସୁର ଦେହତ୍ୟାଗ  କଲା )

ଉପସୁନ୍ଦ - (ଶୋକାଭିଭୂତ ହୋଇ) ହେ ଦୈତ୍ୟକୁଳପତି । ତୁମର ଅମରବାଥିତ ଶରୀର ଧରଣୀରେ ଲୋଟୁଛି । ଚାଲ, ଉଠ, ଯୁଦ୍ଧକ୍ଷେତ୍ରକୁ ଯିବା । ତୁମେ ଆଜି ଦାନବ ସେନାପତି ନ ହେଲେ ଦାନବ କୁଳର ନାମ ଲୋପ ହେବ ।  ହେ ଅଗ୍ରଜ ! ମୁଁ ତୁମର ଚିରଦାସ, ଚିର ଅନୁଗତ କିଙ୍କର ମାତ୍ର । ଅଚ୍ଛ ଦୋଷଜୋର ଦୋଷୀ, କ୍ଷମାକରି ଭାଇ !ହେ ବାସବବିଜୟୀ, ଏ ବାମାକୁ ତୁମେ ଗ୍ରହଣ କରି ମନରୁ ପ୍ରାସ ନାଶ କରି ।

(ଦୂରରୁ ଦେବତାମାନଙ୍କର ବିଜୟ ହୁଙ୍କାର , ଶଙ୍ଖଧୁନି ଶୁଭିଲା । ଦେବ ସେନାଗଣ ଅସ୍ତ୍ର ନେଇ ଦାନବକୁଳ ସଂହାର କରି କରି ଉପସୁନ୍ଦ ନିକଟରେ ଉପସ୍ଥିତ ହେଲେ ।)

ଇନ୍ଦ୍ର - ହେ ଉପସୁନ୍ଦ ! ତୁମେ ମଦମତ୍ତ ହୋଇ ପୃଥିବୀ  ପୃଷ୍ଠରେ ଅଧର୍ମ ସ୍ରୋତ ପ୍ରବାହିତ କଲ । ଭୂତଗଣ ଓ ଦେବଗଣଙ୍କ ପ୍ରତି ଅନାଚାର କରିଛ । ଧରଣୀର ସମଗ୍ର ସମ୍ପଦ ଜୁର କରି, ଲୁଟି କରି ତୁମେ ଆଉ ତୁମ ଭାଇ ସୁନ୍ଦ ଅତି ଅନ୍ୟାୟ କ୍ଷମତାରେ ମତ୍ତ ହୋଇ ଭୋଗ କରିଛ । ପୁଣି ତୁମର ଅନୁଗତ ଦୈତ୍ୟକୂଳକୁ ସେହି ଭୋଗରେ ଜର୍ଜରିତ କରିଛ I ତୁମେ କୁବେରର ଅଳକାପୁରୀକୁ ଛାରଖାର କରି କୁବେର ଧନ ଲୁଣ୍ଠନ ଓ ଶୋଷଣ କରି ତୁମ ପାପ କର୍ମର ଉପାୟ ଓ ଅନୀତି ପଥର ପାଥେୟ ରୂପେ ପ୍ରୟୋଗ କରିଛ । ବିଳମ୍ବ ହେଲେ ସେହି ସତ୍ୟ ଓ ଧର୍ମର ଜୟ ସୁନିଶ୍ଚିତ । ଏହା ଶାଶ୍ଵତଧାରା । ରେ ପାପାତ୍ମା  ଦୁରାଚାରୀ ଅସୁର ! ତୁ ଇଷ୍ଟ ସ୍ମରଣ କରି ଅସ୍ତ୍ର ଧାରଣ କରି ।

ଉପସୁନ୍ଦ - ରେ ଦୁରାତ୍ମା ! ଦେବକୁଳ ପାମର ! ତୁ ଲମ୍ପଟ ଯେପରି, ଧୁଟ ସେପରି । ତୁ ଦାନବ ଭୟରେ ଭୀତ ହୋଇ ହିମାଦ୍ରି ଶିଖର ଗହ୍ଵରରେ ଶୃଗାଳ ତୁଲ୍ୟ ନିଜର ପତ୍ନୀ ଅଞ୍ଚଳରେ ଆତ୍ମଗୋପନ କରିଥିଲୁ । ଆଜି ତୋର ଏଡ଼େ ସ୍ପଦ୍ଧି ? ମୋ ସହିତ ଯୁଦ୍ଧ ଚାହୁଁଛୁ ?

(ଦୁଇ ଜଣଙ୍କର ତୁମୁଳ ଯୁଦ୍ଧ । ଉପସୁନ୍ଦ ମସ୍ତକ ଇନ୍ଦ୍ରାସ୍ତ୍ରରେ ଚୂର୍ଣ୍ଣ ହୋଇଗଲା । ଦେବଗଣ ଚନ୍ଦନକାଠ, ଘୃତ ଓ ତଣ୍ଡୁଳ ଆଣି ମୃତଦେହ ଦାହ କଲେ । ସୁନ୍ଦ ଉପସୁନ୍ଦର ପତ୍ନୀମାନେ ସହମୃତା ହୋଇ ବ୍ରହ୍ମଲୋକକୁ ଗମନ କଲେ ।)

ତିଳୋତ୍ତମା - ବାସବ ! ଆପଣଙ୍କର ଅଭିଳାଷ ଏ କ୍ଷୁଦ୍ର ଜୀବନରେ ସାର୍ଥକ ହେବାରୁ ମୁଁ ଧନ୍ୟ । ମୋର ପ୍ରଣାମ ଗ୍ରହଣ କରିବେ ।

ଇନ୍ଦ୍ର- ତିଳେ। ଉମେ ! ତୁମେ ଆଜି ଦେବଗଣଙ୍କ ଆଶିଷ ଲାଭ କଲା । ଦେବତାଙ୍କ ବିପଦ କାଳରେ ତୁମେ ଭଗବତୀ ମାତା ରୂପିଣୀ ହୋଇ ଆମମାନଙ୍କୁ ଲାଞ୍ଛନା ଓ ମହା ଅପମାନ ଓ ଦୁଃଖରୁ ରକ୍ଷା କରିଛ । ହୋ ସତି ! ତୁମର ଏ ସୁଖ୍ୟାତି ଜଗତରେ ଚିରକାଳ ଘୋଷିତ ହେବ | ତୁମରି ପ୍ରସାଦରୁ ଦାନବ ଦଳନ ହେଲା ବୋଲି ତୁମର ନାମ ‘ଦାନ ବଦଳିନୀ’ । ତୁମେ ଇ ମା ଦୁର୍ଗା । ଦୁର୍ଗତିନାଶିନୀ । ତୁମକୁ ନମସ୍କାର କରୁଛି ।

ତିଳୋତ୍ତମା - ଦେବରାଜ ! ମୁଁ ଦେବଙ୍କ ଦୁର୍ଦ୍ଦଶା ମୋଚନ କଲି ସତ୍ୟ; କିନ୍ତୁ ବର୍ତ୍ତମାନ  କେଉଁଠିକି ଯିବି ମୁଁ?

ଇନ୍ଦ୍ର - ତୁମେ  ପଣ୍ୟବତୀ, ଭାଗ୍ୟବତୀ । ଯେଉଁଠି କେଶବପତ୍ନୀ  ମହାଲକ୍ଷ୍ମୀଙ୍କ ନିବାସ ଯେଉଁ ଇନ୍ଦୁବଦନା ଇନ୍ଦିରା ଅତଳ ଜଳଧିତଳେ ରହିଛନ୍ତି, ସେହି ଆଲୋକିତ ସାଗର ତଳେ ରହିବ-ଯାଆ ! । ତାହାପରେ ସୂର୍ଯ୍ୟଲୋକରି ମହାମଣ୍ଡଳରେ ତୁମେ ଭାସ୍ଵର ହୋଇ ବିରାଜିତ ହେବ ।

(ତିଳୋତ୍ତମା ସୂର୍ଯ୍ୟଲୋକ ଗମନ କଲେ । ଦେବତାମାନଙ୍କର ସ୍ଵର୍ଗରାଜ୍ୟରେ ପୁନଃ ପ୍ରବେଶ ହେଲା । ଅମର ପୁରୀର ଉତ୍ସାହିତ ନିଶୀଥରେ ସ୍ଵର୍ଗରେ ଇନ୍ଦ୍ର ସଭାରେ ଅପସରାମାନେ ନୃତ୍ୟଗୀତ ଆୟୋଜନ କଲେ ।)

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate