୧୮୮୪ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ଓଡ଼ିଶାର ବରେଣ୍ୟ ପ୍ରାଜ୍ଞ ମନୀଷୀ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଜନ୍ମ । ପଣ୍ଡିତ ନୀଳକଣ୍ଠ ଏକାଧାରରେ ଥିଲେ ବିଦ୍ଵାନ ଓ ରାଜନୀତିଜ୍ଞ । ତାଙ୍କର ମେଧାଶକ୍ତି ଅତୁଳନୀୟ । ଠିକ୍ କଲେଜ ଶିକ୍ଷା ଶେଷ କରି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣାର ଉତ୍ସାହିତ ହୋଇ ନିଃସ୍ୱାର୍ଥ ଭାବରେ ଦେଶ ଓ ଜାତିକୁ ଗଢ଼ିବା ନିମନ୍ତେ ମାତ୍ର ତିରିଶ ଟଙ୍କା ବେତନରେ ସେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଶିକ୍ଷକତା ତଥା ଏହି ବିଦ୍ୟାଳୟର ସୁପରିଚାଳନା । କରି ଦୀର୍ଘ କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ । ତାଙ୍କ ସହିତ ସହଯୋଗ କରିଥିଲେ, ଆଚାର୍ଯ୍ୟ ହରିହର ଦାସ, ସ୍ବର୍ଗତଃ ପଣ୍ଡିତ ଗୋଦାବରୀଶ ମିଶ୍ର, ସ୍ଵର୍ଗତଃ କୃପାସିନ୍ଧୁ ମିଶ୍ର, ସ୍ଵର୍ଗତଃ ଲିଙ୍ଗରାଜ ମିଶ୍ର । ପ୍ରଭୃତି ଓଡ଼ିଶାର ବିଦ୍ଵାନ ବ୍ୟକ୍ତିଗଣ ।
କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ. ପାଶ୍ । ପରେ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଯୋଗଦାନ କରିଥିଲେ । ୧୯୨୦ ମସିହାରେ କୁଳପତି ସାର ଆଶୁତୋଷ ମୁଖାର୍ଜୀଙ୍କ ନିମନ୍ତ୍ରଣ । କ୍ରମେ ସେପ୍ଟେମ୍ବର ୨୧ ତାରିଖରେ ତତ୍କାଳୀନ କଲି କତା ବିଶ୍ଵବିଦ୍ୟାଳୟରେ ଆଧୁନିକ ଭାରତୀୟ ସାହିତ୍ୟ ଓ ତୁଳନାତ୍ମକ ଭାଷାତତ୍ତ୍ଵ ବିଭାଗରେ ଓଡ଼ିଆ ଅଧ୍ୟାପକ ରୂପେ ଯୋଗଦାନ କରିଥିଲେ । ୧୯୨୧ ମସିହା ଜାନୁଆରୀ ୬ ତାରିଖରେ କଲିକତା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ପଦ ତ୍ୟାଗ କରିଥିଲେ ।
ଜାନୁଆରୀ ୭ ତାରିଖରେ ସମ୍ବଲପୁରରେ ଅସହଯୋଗ । ଆନ୍ଦୋଳନ ପରିଚାଳନା ସହିତ ‘ସେବା’ ପତ୍ରିକାର ପ୍ରକାଶନ କରିଥିଲେ । ୧୯୨୩ ମସିହାରେ ୪ ମାସ ପାଇଁ କାରାବରଣ କରିଥିଲେ ଓ କଂଗ୍ରେସ ସ୍ୱରାଜ୍ୟ ଦଳରେ ଯୋଗଦାନ କରିଥିଲେ । ସ୍ୱରାଜ୍ୟ ଦଳ ପକ୍ଷରୁ ବିହାର, ଓଡ଼ିଶା ପ୍ରଦେଶର ଅଣ-ମୁସଲମାନ ସଭ୍ୟ ଭାବରେ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଭ୍ୟ ଓ ମୋତିଲାଲ ନେହେରୁଙ୍କ ସଭାପତିତ୍ଵରେ ଗଠିତ ‘ସ୍ଵରାଜ୍ୟ’ ବ୍ୟବସ୍ଥା ସଭା ଦଳରେ ସଂପାଦକ ହୋଇଥିଲେ । ପଣ୍ଡିତ ନୀଳକଣ୍ଠ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସଂସଦର ସଭ୍ୟ ଥିଲେ (୧୯୨୪-୧୯୨୬) । ୧୯୨୭ ମସିହା ଫ୍ରେବୃୟାରୀ ୮ ତାରିଖରେ କେନ୍ଦ୍ର ଆସେମ୍ବ୍ଲିରେ ଓଡ଼ିଆ ଭାଷା ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପ୍ରସ୍ତାବ ଆଗତ କରିଥିଲେ । ଗୋପବନ୍ଧୁଙ୍କ ମୃତ୍ୟୁ ପରେ ପଣ୍ଡିତ ନୀଳକଣ୍ଠ ‘ସମାଜ’ ସଂପାଦନା କରିଥିଲେ । ୧୯୩୦ ମସିହାରେ ପଣ୍ଡିତ ନୀଳକଣ୍ଠ ଇସ୍ତଫା ଦେଇଥିଲେ ଓ କାକଟପୁରରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି କାରାବରଣ କରିଥିଲେ । ଜେଲ୍ରୁ ମୁକ୍ତିଲାଭ କରି ଡିସେମ୍ବର ମାସ ୩୦ ତାରିଖରେ ବନାରସଠାରେ ଅନୁଷ୍ଠିତ ଏସିଆ ଶିକ୍ଷା ସମ୍ମିଳନୀରେ ପ୍ରବନ୍ଧ ପାଠ କରିଥିଲେ ଓ ସେହି ବର୍ଷ ଓଡ଼ିଶା ସର୍ବଦଳୀୟ ସମ୍ମିଳନୀର ସଭାପତି ହୋଇଥିଲେ । ୧୯୩୨ ମସିହାରୁ ୧୯୩୩ ମସିହା ମଧ୍ୟରେ ପଣ୍ଡିତ ନୀଳକଣ୍ଠ ତିନିଥର ବ୍ରିଟିଶ ସରକାରଙ୍କ ଦ୍ଵାରା କାରାବରଣ କରିଥିଲେ । ୧୯୩୪ ମସିହାରେ ପଣ୍ଡିତ ନୀଳକଣ୍ଠ “ନବଭାରତ’ ପତ୍ରିକା ସଂପାଦନ ଓ ପ୍ରକାଶନ ଦାୟିତ୍ଵରେ ଥିଲେ । ୧୯୩୪ ମସିହାରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ପଦ ଅଳଙ୍କୃତ କରିଥିଲେ । ୧୯୩୭ ମସିହାରେ ଓଡ଼ିଶାରେ କଂଗ୍ରେସ ଦଳର ବିଜୟ ହୋଇଥିଲା ଓ ପଣ୍ଡିତ ନୀଳକଣ୍ଠ ସରକାର ଗଠନରେ ନେତୃତ୍ଵ ନେଇଥିଲେ । ୧୯୩୮ ମସିହାରେ ଓଡ଼ିଶାରେ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସରକାରୀ ସମିତିର ସଭାପତି ହୋଇଥିଲେ । ୧୯୩୮ ମସିହାରେ ସେ ଉତ୍କଳ କଂଗ୍ରେସ କମିଟିର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ସୁଭାଷ ବୋଷଙ୍କ ସହିତ ଯୋଗଦାନ କରିଥିଲେ । ୧୯୪୦ ମସିହାରେ ପଣ୍ଡିତ ନୀଳକଣ୍ଠ ପ୍ରାଦେଶିକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ “ନବଭାରତ’ ସଂପାଦନାକୁ ଅଗ୍ରାଧୁକାର ପ୍ରଦାନ କରିଥିଲେ (୧୯୪୧) । ୧୯୪୨ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ କଂଗ୍ରେସ ଦଳ ତ୍ୟାଗ କରିଥିଲେ । ୧୯୫୧ ମସିହାରେ ନୀଳକଣ୍ଠଙ୍କୁ ‘ଉତ୍କଳଗୁରୁ’ ଉପାରେ ଭୂଷିତ କରାଯାଇଥିଲା । ୧୯୫୨ ମସିହାରେ ପଣ୍ଡିତ ନୀଳକଣ୍ଠ ସ୍ଵାଧୀନ ଜନସଂଘ ଦଳ ପ୍ରତିଷ୍ଠା ଓ ଏହି ଦଳର ନେତା ଭାବେ ସତ୍ୟବାଦୀରୁ ସଭ୍ୟ ରୂପେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୪ ମସିହାରେ ବିଶ୍ୱ ଭାର ତୀ (ଶାନ୍ତିନିକେତନ)ରେ ଜଗନ୍ନାଥ ସଂସ୍କୃତି ଉପରେ ଭାଷଣ ଦେବା ସହିତ । ସମ୍ବର୍ଦ୍ଧନା ଲାଭ କରିଥିଲେ । ୧୯୫୫ ମସିହାରେ ପଣ୍ଡିତ ନେହେରୁଙ୍କ ଅନୁରୋଧକ୍ରମେ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ସମୟରେ ପଣ୍ଡିତ ନୀଳକଣ୍ଠଙ୍କୁ ସମ୍ମାନିତ ଡି.ଲିଟ୍ ଉପାଧ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା । ସେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରୋଚାନସେଲର ପଦ ମଧ୍ୟ ଅଳଙ୍କୃତ କରିଥିଲେ । ୧୯୫୭ ମସିହାରେ ପଣ୍ଡିତ ନୀଳକଣ୍ଠ କଂଗ୍ରେସ ପ୍ରାର୍ଥୀ ଭାବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ଅପ୍ରତିଦ୍ଵନ୍ଦୀ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଗ୍ରହଣ କରିଥିଲେ । ୧୯୫୮ ମସିହାରେ ପଣ୍ଡିତ ନୀଳକଣ୍ଠ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୋଇଥିଲେ ଓ ସେହି ବର୍ଷ ଭାରତ ସରକାର (ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ)ଙ୍କ ଦ୍ୱାରା ସରକାରୀ ବାସଭବନରେ ‘ପଦ୍ମଭୂଷଣ ଉପାରେ ତାଙ୍କୁ ଭୂଷିତ କରାଯାଇଥିଲା । ୧୯୬୨ ମସିହାରେ ପଣ୍ଡିତ ନୀଳକଣ୍ଠ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରୋଚାନସେର ପଦରୁ ଅବସର ଗ୍ରହଣ କରିଥିଲେ । ୧୯୬୩ ମସିହାରେ ‘ଆତ୍ମଜୀବନୀ’ ନିମନ୍ତେ ଭାରତୀୟ ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୬୭ ମସିହା ନଭେମ୍ବର ୬ ତାରିଖ ଦିନ ତାଙ୍କର ତିରୋଧାନ ଘଟିଥିଲା ।
ପଣ୍ଡିତ ନୀଳକଣ୍ଠ ଥିଲେ ସ୍ୱାଧୀନଚେତା । ସେ ବ୍ୟକ୍ତିଠାରୁ ନୀତିକୁ ବିଶେଷ ଗୁରୁତ୍ଵ ଦେଉଥିଲେ । ସେ ଥିଲେ ସ୍ପଷ୍ଟବାଦୀ । ଦେଶରେ ମହାମାରୀ ସମୟରେ ରୋଗୀସେବା, ବନ୍ୟା ସମୟରେ ଲୋକସେବା, ରାଜନୀତିରେ ବିଚକ୍ଷଣତା, ପତ୍ରିକା ସଂପାଦନରେ ଦକ୍ଷତା-ତାଙ୍କ ଦ୍ଵାରା ରଚିତ ‘ପ୍ରଣୟିନୀ’, “ଖାରବେଳ’ ଓ ‘କୋଣାର୍କ’ ପ୍ରଭୃତି ଗ୍ରନ୍ଥ ତାହାର ଜ୍ଵଳନ୍ତ ଉଦାହରଣ ।
ପଣ୍ଡିତ ଉପାଧି ପ୍ରକୃତରେ ନୀଳକଣ୍ଠଙ୍କୁ ଶୋଭା ପାଇଥିଲା । ଆଜୀବନ ପାଣ୍ଡିତ୍ୟର ମହତ୍ତ୍ଵ ସେ ରକ୍ଷା କରି ପାରି ଥିଲେ । ଶାନ୍ତିନିକେତନରେ ତାଙ୍କୁ ଦେଖି ଟାଗୋର ଫେରି ଆସିଛନ୍ତି ବୋଲି ଲୋକେ କହୁଥିଲେ । ଉଜ୍ୱଳତମ, ଜ୍ଞାନଦୀପ୍ତିରେ ଭରା ଚକ୍ଷୁ ଦୁଇଟି ତାଙ୍କର ଉଜର୍ସି ନୀ ପ୍ରତି ଭାର ନିଛଙ୍କ ପ୍ରତିଛବି ଥିଲା । ପଣ୍ଡିତ ନୀଳକଣ୍ଠଙ୍କର ଗଦ୍ୟ ଶୈଳୀର ବୈଚିତ୍ରୀ, ଶୁତି ମାଧୁର୍ଯ୍ୟ, ମନୋଜ୍ଞ ଅଭିବ୍ୟକ୍ତି, ପ୍ରସାରଣ ଶୀଳତା ଓ ବହୁବିଧ ଗଠନ ପ୍ରବଣତାକୁ ସହଜରେ ଅନୁଭବ କରି ହେବ ।
ପଣ୍ଡିତ ନୀଳକଣ୍ଠ ଥିଲେ ଜଣେ ସଂସ୍କାରକ । ‘ଆର୍ଯ୍ୟ ଜୀବନ’ ରେ ନୀଳକଣ୍ଠ ଲେଖୁଥଲେ, ‘ସମସ୍ତେ ନିଆଁ ଜାଳନ୍ତି, ନିଆଁ ଲିଭିଗଲେ ଫୁଙ୍କି ଦିଅନ୍ତି, ଫୁଙ୍କି ଦେଲେ ତାହା ପୁଣି ଜଳି ଉଠେ । ବାଲ୍ୟରୁ ସଂସ୍କାର ପ୍ରବୃତ୍ତ ନୀଳକଣ୍ଠଙ୍କ ରକ୍ତରେ ପ୍ରବାହିତ ହୋଇଥିଲା ।
ପଣ୍ଡିତ ନୀଳକଣ୍ଠଙ୍କର ‘ସଂସ୍କୃତ ଓ ସଂସ୍କୃତି’ ଗ୍ରନ୍ଥ ପଢ଼ିଲେ ତାଙ୍କର ପାଣ୍ଡିତ୍ୟ, କର୍ମପଟୁତା, ବିଦ୍ୟାନିଷ୍ଠା ଓ ସମାଜ କଲ୍ୟାଣ ହରିହର, ପୁଣ୍ୟଶ୍ଳୋକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଠାରୁ କୌଣସି ଗୁଣରେ କମ୍ ନଥିଲା ।
ଓଡ଼ିଆ ସମାଲୋଚନା ସାହିତ୍ୟର ସେ ହେଉଛନ୍ତି ଦିଗଦର୍ଶକ । ତାଙ୍କ ଦ୍ଵାରା ଲିଖୁତ, ମନୋଜ୍ଞ ସମାଲୋଚନା ସାହିତ୍ୟ ମଧ୍ୟରେ ‘ଲାବଣ୍ୟବତୀ’ କାବ୍ୟ, ଫକୀରମୋହନ ଓ ଓଡ଼ିଆ ଉପନ୍ୟାସ ଇତ୍ୟାଦି ଉକୃଷ୍ଟ ।
ସଂସ୍କୃତ ଓ ଇଂରାଜୀ ଭାଷାରେ ନୀଳକଣ୍ଠଙ୍କର ଗଭୀର ଜ୍ଞାନ ଥିଲା । ଅନ୍ନଦାଶଙ୍କରଙ୍କ ଭାଷାରେ ‘ନୀଳକଣ୍ଠ ଆଧୁନିକ ଉତ୍କଳର ସାଂସ୍କୃତିକ ଜୀବନର ଶ୍ରେଷ୍ଠ ପ୍ରତିନିଧେ ।”
ପଣ୍ଡିତ ନୀଳକଣ୍ଠ ଯଥାର୍ଥରେ ନୀଳକଣ୍ଠ । ସାଧନାରେ ଏକନିଷ୍ଠତା, ଚିନ୍ତା ଓ ଚେତନାରେ ଶୁଦ୍ଧ ପବିତ୍ରତା, ଭାଷା ଓ କର୍ମରେ ଅପୂର୍ବ ସମନ୍ବୟ ଏବଂ ଯୋଗୀ ଋଷି ପ୍ରତିମ ଏକାଗ୍ର ଚିତ୍ତବୃତ୍ତ ନୀଳକଣ୍ଠଙ୍କୁ କରିଛି ମହାନ-ମନୀଷୀ । କେବଳ ଶିକ୍ଷା ପ୍ରସାର ଓ ସାହିତ୍ୟ ସାଧନା କ୍ଷେତ୍ରରେ ନୁହେଁ, ସମାଜ ସଂସ୍କାର ଓ ବୈପ୍ଳବିକ ଚିନ୍ତାଧାରାରେ ନୀଳକଣ୍ଠ ଥିଲେ ଅନନ୍ୟ ଓ ଅଦ୍ୱିତୀୟ । ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଆ ସାହିତ୍ୟର ଜଣେ ବହୁ ପ୍ରଶଂସିତ, ଜନପ୍ରିୟ ସ୍ରଷ୍ଟା ଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ସହକର୍ମୀ, ସତ୍ୟବାଦୀ ବନବିଦ୍ୟାଳୟର ପ୍ରବୀଣ ଶିକ୍ଷକ, ଓଡ଼ିଶାର ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଜଣେ ସ୍ୱନାମଧନ୍ୟ ମନୀଷୀ ଭାବେ ପଣ୍ଡିତ ନୀଳକଣ୍ଠ ସଦାସର୍ବଦା ଓଡ଼ିଶାର ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ ।
ଆଧାର - ଇ ମଗାଜିନ
Last Modified : 6/23/2020