ସାଧାରଣତଃ ଦେଖାଯାଇଛି ଯେ, ପିଲାମାନେ ଭାଷାର ବ୍ୟବହାର ନିଜ ଅନୁଭୂତିରୁ ଶିଖନ୍ତି । ପିଲାଙ୍କ ପାଇଁ ବାସ୍ତବ ଅନୁଭବ ବିନା ଶବ୍ଦର ଅର୍ଥ ନାହିଁ । ଅନୁଭୂତି ବିନା ଶବ୍ଦ ଉଚ୍ଚାରଣ ପିଲାଙ୍କ ପାଇଁ ଦୁର୍ବୋଧ ଓ ଅର୍ଥହୀନ । ଅନ୍ୟ ଭାଷାରେ ଭାଷା ଶିକ୍ଷା ଏକ ଅନୁକୂଳ ପରିବେଶ ଓ ପ୍ରସଙ୍ଗ ଆବଶ୍ୟକ । ତେଣୁ ଶିକ୍ଷକ /ଶିକ୍ଷୟତ୍ରୀ ହିଷବାରେ ଭାଷା ଶିକ୍ଷାଦାନ କଲାବେଳେ ଆମେମାନେ ପିଲାମାନଙ୍କର ଶିକ୍ଷା ଗ୍ରହଣର ଗତିକୁ କ୍ଷିପ୍ର ଓ ସାବଲିଳ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି , ଯାହାଦ୍ଵାରା ପିଲାମାନେ ନିରନ୍ତର ଭାବେ ଅନୁଭୂତି ଓ ବସ୍ତୁକୁ ପାଥେୟ କରି ଭାବ ଆଦାନ ପ୍ରଦାନ କରିପାରିବେ । ଏହି ପଡ଼ିଏସ ସମ୍ଭବପର ହୋଇପାରିବ , ଯଦି ଆମେ ନିମ୍ନଲିଖିତ କେତୋଟି ବିଷୟକୁ ଦ୍ରୁଷ୍ଟିରେ ରଖିବା ।
ଶ୍ରେଣୀ ମଧ୍ୟରେ ପିଲାମାନେ ପରସ୍ପର ସହିତ ପରିଚିତ ହୁଅନ୍ତି , ନିଜ ନିଜ ଭୀତରେ କଥାବାର୍ତ୍ତା କରନ୍ତୁ ଓ ପରସ୍ପର ନାଁ ଇତ୍ୟାଦି ପଚାରନ୍ତୁ । ଏହାପରେ ଗୋଟିଏ ଗୋଟିଏ ଖେଳ ଖେଳିବା ଯଥା “ ପିଲାଙ୍କୁ ଏକ ବୃତ୍ତ କରି ଠିଆ ହେବା ପାଇଁ କହିବା , ଏହାପରେ ପ୍ରତି ପିଲାର ନାଁ ଧରି ଡାକିବା ଓ ନା ଶୁଣିଲେ ସେହି ପରି ଡେଇଁ କରି ବୃତ୍ତ ଭିତରକୁ ପଶିବା ଲାଗି ତାକୁ କହିବା । ବୃତ୍ତ ଭୀତରେ ପୁଣି ବୃତ୍ତଟିଏ କରି ଏପରି ଡକାଯାଇଥିବା ପିଲାଏ ଠିଆ ହେବେ , ଯେମିତି ବାହାର ବୃତ୍ତର ପ୍ରତି ପିଲା ପାଇଁ ଭୀତର ବୃତ୍ତରେ ଜେନ କରି ପିଲା ରହିବ । ବାହାର ଓ ଭୀତର ବୃତ୍ତରେ ଥିବା ଏହି ଯୋଡା ଯୋଡା ପିଲାଙ୍କ ଭୀତରେ ପୁଅ ଝିଅ ଯେପରି ସମାନ ଭାବରେ ରହନ୍ତି ଶେଠୀପ୍ରତି ଦ୍ରୁଷ୍ଟି ଦେବା । “ ଏ ଖେଳ କିଛି ଦିନ ଚାଲିପରେ । ଏହାଦ୍ଵାରା ପିଲାମାନେ ପରସ୍ପରର ନାଁ ଇତ୍ୟାଦି ଜାଣିପାରିବେ ।
ପ୍ରତ୍ୟେକ ପିଲାର ନାଁ ଏକ କାର୍ଡବୋର୍ଡରେ ଲେଖି ତା ବେକରେ ଝୁଲାଇ ଦେବା । ଏପରି କରିବା ଦ୍ଵାରା ସେମାନଙ୍କ ନାଁ କିପରି ଦେଖାଯାଉଛି କ୍ରମଶଃ ସେମାନେ ଜାଣିପାରିବେ । ସେମାନେ ଅକ୍ଷରଜ୍ଞାନ ବଢିଲେ ସେମାନେ ନିଜ ନାଁ ପଢିପାରିବେ ।
ବର୍ତ୍ତମାନ ଆମେମାନେ କାର୍ଯ୍ୟ କରିବା ଲାଗି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ । ଆସନ୍ତୁ କ୍ଷେତ୍ର ଭିତ୍ତିରେ ପଦ୍ଧତି ବିଷୟରେ ବିଶଦ ଆଲୋଚନା କରିବା । ନିମ୍ନରେ ମାତୃଭାଷା ଦକ୍ଷତା ସୂଚୀ ଦିଆଯାଉଛି । ଏହି ଦକ୍ଷତା ଗୁଡିକୁ ମଧ୍ୟ ପାଠ୍ୟ ପୁସ୍ତକରେ ଉଲ୍ଲେଖ କରାଯାଇଛି । କାର୍ଯ୍ୟ ଆରମ୍ଭ କରିବା ସମୟରେ ଏହି ଦକ୍ଷତାଗୁଡିକୁ ଆଉ ଠାରେ ପଢିନେଇ ମନେରଖନ୍ତୁ ।
୧ |
ଶୁଣିବା |
୧.୧.୧ ୧.୧.୨ ୧.୧.୩ |
ସରଲ , ଜଣାଶୁଣା ଓ ଜଣପ୍ରିୟ , କବିତା ଓ ଗଳ୍ପକୁ ଶୁଣି ବୁଝିବା ଜଣାସୁନା ପରିସ୍ଥିତିରେ କଥୋପକଥନକୁ ବୁଝିବେ ଜଣାଶୁଣା ପରିସ୍ଥିତିରେ ମୌଖିକ ଅନୁରୋଧ ଏବଂ ସରଲ ଆଦେଶକୁ ବୁଝିବେ । |
୨ |
କହିବା |
୨.୧.୧ ୨.୧.୨ ୨.୧.୩ ୧.୧.୪ |
ଶୁଦ୍ଧଭାବେ ସରଳ ବାକ୍ୟର ପୁନରାବୃତ୍ତି କରିବେ । ସରଳ ଛନ୍ଦ , କବିତା ଏବଂ ଗୀତକୁ ଅଙ୍ଗୀଭଙ୍ଗୀ ପ୍ରଦର୍ଶନପୂର୍ବକ ହଁ /ନାହିଁ ଉତ୍ତର ଆସୁଥିବା ସରଳ ପ୍ରଶ୍ନର ଉତ୍ତର ଦେବେ । ସରଳ ପ୍ରଶ୍ନ ପଚାରିବେ |
୩ |
ପଢିବା |
୩.୧.୧ ୩.୧.୨ ୩.୧.୩ |
ଶବ୍ଦରେ ଥିବା କିମ୍ବା ସ୍ଵତନ୍ତ୍ରଭାବେ ଥିବା ସାଧାରଣ ଅକ୍ଷରଗୁଡିକୁ ଚିହ୍ନିବେ କଳାପଟା, ଫ୍ଲାସକାର୍ଡ ଇତ୍ୟାଦିରେ ଥିବା ବଡ ବଡ ଅକ୍ଷର ଓ ହସ୍ତାକ୍ଷରକୁ ପଢିବେ । ସରଳ ଜଣାଶୁଣା ଶବ୍ଦ ପାଟି କରି ପଧିବେ ( ଏହି ଶବ୍ଦ ତିନିରୁ ଅଧିକ ଅକ୍ଷର ବିଶିଷ୍ଟ ହେବ ନାହିଁ ) |
୪ |
ଲେଖିବା |
୪.୧.୧ ୪.୧.୨ ୪.୧.୩ |
ସ୍ଵରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷରରୁ ନକଲ କରି ଲେଖିବେ ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷର ଆଦି ଲେଖିବେ ଜଣାଶୁଣା ସରଳ ଶବ୍ଦ ଏବଂ ସରଳ ବାକ୍ୟ ଲେଖିବେ |
୫ |
ଧାରଣର ବୋଧଗମ୍ୟତା (ଶୁଣିବା , ଲେଖିବା ମାଧ୍ୟମରେ ) |
୫.୧.୧ ୫.୧.୨ |
ପାଠ୍ୟପୁସ୍ତକରେ ଦିଆଯାଇଥିବା ସରଳ ତଥ୍ୟକୁ ମନେ ପକାଇବେ । ଶୁଣିବା ପରେ ‘ କିଏ , କେତେବେଳେ ‘ଏବଂ ‘କେଉଁଠାରେ ‘ ଆଦି ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବେ । |
୬ |
ବ୍ୟବହାରିକ ବ୍ୟାକରଣ |
୬.୧.୧ |
ଗୋଟିଏ ଶବ୍ଦର ସେସ ଅକ୍ଷର ଅନୁସାରେ ଆଉ କେତେଗୁଡିଏ ଶବ୍ଦ କହିବେ ଓ ଲେଖିବେ |
୭ |
ସ୍ଵ- ଶିକ୍ଷଣ |
୭.୧.୧ |
ସରଳ ସଚିତ୍ର ଅଭିଧାନରେ ବ୍ୟବହାର କରିପାରିବେ । |
୮ |
ଭାଷାର |
୮.୧.୧
|
ସରଳ ଭଦ୍ର ଅଭିବ୍ୟକ୍ତି ସମ୍ପର୍ଣ୍ଣ ନୀତି ନିୟମ ଅନୁଶ୍ରୁତ ବାକ୍ୟ ବୁଝିବେ ଓ ବ୍ୟବହାର କରିବେ |
୯ |
ଶବ୍ଦାବଳୀ ନିୟନ୍ତ୍ରଣ |
୯.୧.୧ |
ମୋଟାମୋଟି ପଠନ ବୋଧଗାମ୍ୟତା ପାଇଁ1୧୫୦୦ ଶବ୍ଦ ସହିତ ପରିଚିତ ହେବେ । |
ଆଧାର :ପୋର୍ଟାଲ ଟିମ
Last Modified : 1/26/2020