ପିଲାଙ୍କୁ କାର୍ଯ୍ୟ ପ୍ରତି ଆଗ୍ରହ କରାଇବା ପଦକ୍ଷେପ
ଉପକ୍ରମ
ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀ ଦେଖାଯାନ୍ତି । ଏପରିକି କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ କୌଣସି ଚାପର ବଶବର୍ତ୍ତୀ ହୋଇ ଆସିଥାନ୍ତି । ସେମାନଙ୍କ ମଧ୍ୟରେ କେତେକ ଶ୍ରେଣୀ ଗୃହର ପରିସ୍ଥିତିକୁ ଲକ୍ଷ୍ୟ ନ ରଖି ଅନ୍ୟମନସ୍କ ହୋଇଥାନ୍ତି । ଶିକ୍ଷଣକାର୍ଯ୍ୟରେ ସେମାନଙ୍କର ମଧ୍ୟ ଆଗ୍ରହ ନଥାଏ । ସେଭଳି ପିଲାମାନଙ୍କର କେତୋଟି ଦିଗକୁ ଆଲୋଚନା କରିବା ।
ଲକ୍ଷଣ
- ଶ୍ରେଣୀ ଗୃହରେ ପାଠପଢା ସମୟରେ ମନଯୋଗ ନ କରିବା ।
- ପିଲାଙ୍କୁ ଦିଆଯାଇଥିବା କାର୍ଯ୍ୟ ଠିକ ସମୟରେ ନ କରିବା ।
- କୌଣସି ଶ୍ରେଣୀଗୃହ ଆଲୋଚନା , କର୍ମଶାଳା ଓ ପ୍ରତିଯୋଗୀତା ଭାଗ ନେବା ପାଇଁ ଆଗ୍ରହୀ ନ ହେବା ।
- ଯେକୌଣସି ସାମାନ୍ୟ ଘଟନାରେ ନିଜର ଅପରିପକ୍ଵତା ପ୍ରକାଶ କରିବା ଓ ଏକାଗ୍ରତା ନଷ୍ଟ ହେବା ।
- ଦୂର ଦୃଷ୍ଟିର ସଂପୂର୍ଣ୍ଣ ଅଭାବ ରହିବା ।
- ସାମାଜିକ ରୀତି , ନିୟମରୁ ସର୍ବଦା ଅଲଗା ରହିବାକୁ ଚାହେଁ ବା ଯେକୌଣସି କାର୍ଯ୍ୟରେ ବେଖାତିର ମନୋଭାବ ପୋଷଣ କରିବା ।
- ସାଙ୍ଗସାଥିଙ୍କ ସହ ମିଳାମିଶା ପାଇଁ ଇଚ୍ଛା ନ କରିବା ।
- ଟି.ଭି ଓ ରେଡିଓର ଆଦରକାରୀ ପ୍ରସାରଣକୁ ଦେଖି କିମ୍ବା ଶୁଣି ସମୟନଷ୍ଟ କରିବା ।
ପ୍ରତିକାର ନିମନ୍ତେ ଆମ କି ପଦକ୍ଷେପ ନେଇପାରିବା
- ଛାତ୍ର/ଛାତ୍ରୀକୁ ସ୍ୱଳ୍ପମିଆଦି କାର୍ଯ୍ୟ ଦେବା ପୂର୍ବ ନିର୍ଦ୍ଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଥିବ ।
- ଯଦି ଛାତ୍ର / ଛାତ୍ରୀର ଶିକ୍ଷଣ କାର୍ଯ୍ୟ ଓ ଶ୍ରେଣୀ ପରିଚାଳନା , ଶାନ୍ତି ,ଶୃଙ୍ଖଳାରେ କିଛି ମତାମତ ଥାଏ , ତେବେ ତାହାକୁ ପଚାରି ଭଲ ବା ଉଚିତ ମତାମତକୁ ସ୍ଵାଗତ କରିବା ।
- କୌଣସି ଭଲ ଆଚରଣଗତ ପରିବର୍ତ୍ତନ ପାଇଁ ପୁରସ୍କାର ହେବା ।
- ଛାତ୍ର / ଛାତ୍ରୀକୁ ଅବସର ସମୟରେ ଶିକ୍ଷାପ୍ରଦ ସହ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବା ।
- ଶିକ୍ଷଣ ପ୍ରକ୍ରିୟାରେ ପିଲାକୁ ପରିବେଶ ସହ ସଂପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ କରିବା ।
- ବିଭିନ୍ନ ପଦାର୍ଥ ମାଧ୍ୟମରେ ଶିକ୍ଷାଦାନ ଫଳ ପ୍ରଦ ଓ ଦୀର୍ଘସ୍ଥାୟୀ ହୋଇଥାଏ । ସେଥିପାଇଁ ଉପଯୁକ୍ତ ମାଧ୍ୟମ ବ୍ୟବହାର କରି ଶିକ୍ଷାଦାନ କରିବା ଉଚିତ ।
ଯେ କୌଣସି ଆପତ୍ତିଜନକ ଆଚରଣ ପ୍ରଦର୍ଶନ କଲେ ସଙ୍ଗେ ସଙ୍ଗେ ପିଲାର ଅଭିଭାବକଙ୍କୁ ଜଣାଇବା ।
ଆଧାର : ପୋର୍ଟାଲ ଟିମ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.