অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇଲେକଟ୍ରନର ଆବିଷ୍କାରକ

ଯୋଶେଫ ଜନ ଥମସମ (୧୮୫୬-୧୯୪୦) ପରିଚୟ

୧୮୯୬ ଡିସେମ୍ବର ମାସରେ ଏକ୍ସରେ ଆବିଷ୍କୃତ ହୋଇଥିଲା । ବର୍ଷକ ପରେ ୧୮୯୭ ଡିସେମ୍ବର ମାସରେ ଆବିଷ୍କୃତ ହେଲା । ଇଲେକ୍ ଟ୍ରନ । ଏତିକି ବେଳେ ମ୍ୟାଡମ କ୍ୟୁରୀ ତେଜଷ୍କ୍ରିୟତା ଉପରେ ଗବେଷଣା ଚଳାଇଥାନ୍ତି । ସେତିକି ବିଂଶ ଶତାଦ୍ଦୀର ଅଗମନକୁ ସ୍ଵାଗତ କରି ଏହି ସବୁ ବମ ଫୁଟିଲା । ଥମସନ ଇଂଲଣ୍ଡର ମାଞ୍ଚେଷ୍ଟର ଥରେ ଜନ୍ମ ହୋଇଥିଲେ । ସେ ଅତି ବିଚକ୍ଷଣ ଛାତ୍ର ଥିଲେ ଓ ମାତ୍ର ଚଉଦବର୍ଷ ବୟସରେ ମାଞ୍ଚେଷ୍ଟର ବିଶ୍ଵବିଦ୍ୟାଳୟରେ ପ୍ରବେଶ କଲେ ।

ଇଂଜିନିୟରିଂ ପଢିବା ତାଙ୍କର ଲକ୍ଷ୍ୟ ଥିଲା ମାତ୍ର ଅର୍ଥାଭାବରୁ ସେ ପଦାର୍ଥବିଜ୍ଞାନର ଛାତ୍ର ହେଲେ । ଏହା ଦ୍ଵାରା ବିଜ୍ଞାନର ଅଶେଷ କଲ୍ୟାଣ ହେଲା ଅବଶ୍ୟ । କ୍ୟାଭେଣ୍ଡିସ ବିଜ୍ଞାନ ଗାରରେ ସେ ଗବେଷଣା କରିଥିଲେ । ଏହି ମହାନ ବିଜ୍ଞାନୀ କ୍ୟାଭେଣ୍ଡିସ ପ୍ରଫେସର ଭାବେ ଏହି ବିଜ୍ଞାନଗାରରେ ଦୀର୍ଘ ଚଉତିରିଶ ବର୍ଷ ଗବେଷଣା କରିଥିଲେ ଓ ଗବେଷଣାର ନେତୃତ୍ଵ ନେଇଥିଲେ । ଥମସନଙ୍କ ଅମଳରେ କ୍ୟାଭେଣ୍ଡିସ ବିଜ୍ଞାନଗାରର ମର୍ଯ୍ୟାଦା ଅନେକ ଗୁଣ ବଢିଗଲା ।

ପୁରସ୍କାର

ସେ ନିଜେ ନୋବେଲ ପୁରସ୍କାର ପାଇବା ପରେ ତାଙ୍କ ଅଧୀନରେ ଗବେଷଣା କରି କ୍ୟାଭେଣ୍ଡିସ ବିଜ୍ଞାନଗାରର ଛଅଜଣ ଗବେଷକ ନୋବେଲ ପୁରସ୍କାର ପାଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି । ବିଶିଷ୍ଟ ବିଜ୍ଞାନୀ ରଥରଫୋର୍ଡ । ଥମସନଙ୍କ ପୁଅ ମଧ୍ୟ ନୋବେଲ ପୁରସ୍କାର ପାଇଥିଲେ ।

ଇଲେକଟ୍ରନର କିପରି  ଆବିଷ୍କାରକ କରିଥିଲେ ?

ଥମସନଙ୍କ ସମୟ କୁ ଜଣାପଡିଥିଲା ଯେ ଗୋଟିଏ କାଚଜାରରୁ ବାୟୁ ଚାପ କମାଇ ପତଳା ବାୟୁରେ ବିଦ୍ୟୁତ ପ୍ରବାହଜ କଲେ ବିଯୁକ୍ତ ବିଦ୍ୟୁତ ଅଗ୍ର ବା କ୍ୟାଥୋଡରୁ ଏକ ରଶ୍ମୀ ବାହାରୁଛି । ଏହାକୁ କ୍ୟାଥୋଡ ରଶ୍ମୀ ନାମ ଦିଆଯାଇଥାଏ । ଥମସମ ବିଶ୍ଵାସ କରୁଥିଲେ , କ୍ୟାଥୋଡ ରଶ୍ମୀ ବିଦ୍ୟୁତ ଚାର୍ଜଯୁକ୍ତ କନିକାକୁ ନେଇ ଗଢା ।

କ୍ୟାଥୋଡ ରଶ୍ମୀ ନିକଟକୁ ଚୁମ୍ବକ ଆଣି ଥମସନ ଦେଖିଲେ ଯେ ରଶ୍ମୀ ବାଙ୍କି ଯାଉଛି । ଚାର୍ଜଯୁକ୍ତ କଣିକା ଚୁମ୍ବକ ଦ୍ଵାରା ପ୍ରଭାବିତ ହେବା କଥା । ବିଦ୍ୟୁତ ମଧ୍ୟ ଚାର୍ଜଯୁକ୍ତ କନିକାକୁ ପ୍ରଭାବିତ କରିବ । କ୍ୟାଥୋଡ ରଶ୍ମୀ ବିଦ୍ୟୁତ ଦ୍ଵାରା ପ୍ରଭାବିତ ହେଉଛି କି ନା ଦେଖିବା ପାଇଁ ଥମସନ କ୍ୟାଥୋଡରେ ଇଲେକଟ୍ରୋସ୍ଲୋପ ଖଞ୍ଜିଲେ । ଦେଖାଗଲା ଯେ ଇଲେକଟ୍ରୋସ୍ଲୋପ ଖଞ୍ଜାଯିବା ପରେ କ୍ୟାଥୋଡ ରଶ୍ମୀ ବେଶ ବାଙ୍କୁଛି । ତନ୍ନ ତନ୍ନ ପରୀକ୍ଷା କରି ଥମସନ ସିନ୍ଧାନ୍ତ କଲେଜ ଯେ କ୍ୟାଥୋଡ ରଶ୍ମୀ ପରମାଣୁ ତୁଳନାରେ ଅତି କ୍ଷୁଦ୍ର କନିକାକୁ ନେଇ ଗଠିତ ।

ଏହି କଣିକା ପରମାଣୁରୁ ଛିଡି ଆସୁଥିବା ପରମାଣୁର ଏକ ଅଙ୍ଗ । ଏହାର ଚାର୍ଜ ଋଣାତ୍ମକ । ଏହି ନୂତନ କଣିକାର ନାମ ଥମସନ ରଖିଲେ ଇଲେକଟ୍ରନ । ଥମସନ ନିର୍ଣ୍ଣୟ କରିଥିଲେ ଯେ ଇଲେକଟ୍ରନର ବସ୍ତୁତ୍ଵ ସବୁଠାରୁ ହାଲୁକା ଉଦଜାନ । ପରମାଣୁର ପ୍ରାୟ ଦୁଇହଜାର ଭାଗରୁ ଏକ ଭାଗ । ଡାଲଟନ ଭାବିଥିଲେ , ପରମାନୁଜ ଗୋଟିଏ ନିଦା ପେଣ୍ଡୁ । ଅତି ଛୋଟ ନିଦା ପେଣ୍ଡୁ । ଥମସମ ନିର୍ଣ୍ଣୟ କଲେ ପରାନୁ ଏକ ଘନୀଭୂତ , ନିଦା ବସ୍ତୁ ବିନ୍ଦୁ ନୁହେଁ । ଇଲେକଟ୍ରନ ଏହାର ଅଙ୍ଗ । ଗୋଟିଏ ପରମାଣୁର ଅନେକ ଇଲେକଟ୍ରନ ଅଛି । ଶୀଘ୍ର ଏହର ଆହୁରି ଅନ୍ୟାନ୍ୟ ଅଙ୍ଗ କିଛି ଅଛି ବୋଲି ଆବିଷ୍କୃତ ହେଲା । ପୁଣି ଜଣାପଡିଲା ଯେ ପରମାଣୁ ନିଦା ପରିବର୍ତ୍ତେ ପ୍ରାୟତଃ ଫମ୍ଫା ପେଣ୍ଡୁଟିଏ ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate