ତୃତୀୟ ସହସ୍ରାଦ୍ଦୀ ଆରମ୍ଭ ହୋଇଯାଇଛି । ଦ୍ଵିତୀୟ ସହସ୍ରାଦ୍ଦୀର ହଜାର ବର୍ଷ ଭିତରେ ପୃଥିବୀର ଶ୍ରେଷ୍ଠ ବ୍ୟକ୍ତି ସବୁ କେ ଥିଲେ , ଏ ସମ୍ପର୍କରେ ବିଖ୍ୟାତ ଟାଇମ ପତ୍ରିକା ଏକ ଜନସର୍ଭେ କରିଥିଲା । ଏହି ଜଣସର୍ଭେ ଅନୁସାରେ ବିଗତ ସହସ୍ରାଦ୍ଦୀର ସର୍ବଶ୍ରେଷ୍ଠ ବ୍ୟକ୍ତି ମହାତ୍ମାଗାନ୍ଧୀ, କାର୍ଲମାକ୍ସ ଆଇନଷ୍ଟାଇନ ବା ନିଉଟନ ନୁହନ୍ତି । ସର୍ବଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ଗୁଟେନବର୍ଗ । ତୁମ ଭିତରୁ ଅନେକ ତାଙ୍କ ନାମ ଶୁଣିନାହଁ । କେତେକ ଶିକ୍ଷିତ ବଡ ମଣିଷଙ୍କ ନିକଟରେ ମଧ୍ୟ ଗୁଟେନବର୍ଗ ଅପରିଚିତ ।
ଗୁଟେନବର୍ଗ ଛାପାକଳର ଆବିଷ୍କାର କରିଥିଲେ । ଛାପାକଳ ଆବିଷ୍କାର ହେବାପରେ ବହି, ପତ୍ରପତ୍ରିକା ଛପା ହେଲା । ଲୋକେ ପାଠ ପଢିବାକୁ ଆଗ୍ରହୀ ହେଲେ । ୟୁରୋପରେ ନବଜାଗରଣ ଆସିଲା । ଛାପାକଳ ମଣିଷକୁ କେତେ ଉନ୍ନତ ସ୍ତରକୁ ନେଇଛି ତାହା କଳ୍ପନା କରିବା କଷ୍ଟକର । ମାତ୍ର ଏହି ବିରାଟ ଉଦ୍ଭାବନକାରୀ ତାଙ୍କ ଜୀବନକାଳରେ ଅଚିହ୍ନା ରହିଲେ । ପରବର୍ତ୍ତୀ କାଳରେ ଲୋକେ ତାଙ୍କ କବର ଖୋଜିଲେ । ମାତ୍ର ତାହା ମିଳିଲା ନାହିଁ । କାରଣ କେବଳ ବିଶିଷ୍ଟ ଲୋକଙ୍କର କବର ଚିହ୍ନଟ ରଖିବାର ବିଧି ଅଛି । ଗୁଟେନବର୍ଗ କେଉଁ ନିର୍ଦ୍ଧିଷ୍ଟ ସ୍ଥାନରେ ଜନ୍ମ ହୋଇଥିଲେ, କେଉଁଠି ପଡିଥିଲେ, କଣ ପାଢୀଥିଲେ, କାହାକୁ ବିବାହ କଲେ ଇତ୍ୟାଦି ଖବର ସବୁ ମାଟି ଗର୍ଭରେ ଚିରଦିନ ପାଇଁ ହଜିଯାଇଛି । ମକଦ୍ଦମା ସଂକ୍ରାନ୍ତରେ କୋର୍ଟରେ ଦାଖଲ କରିଥିବା କାଗଜପତ୍ରରୁ ତାଙ୍କ ଜୀବନ ସମ୍ପର୍କରେ କିଛି ଖବର ପରବର୍ତୀ କାଳରେ ସଂଗୃହିତ ହୋଇପାରିଛି । ତାଙ୍କ ବାପାଙ୍କ ଉଇଲକୁ ନେଇ ବିବାହ ଦେଖାଗଲା ଓ ଗୁଟେନବର୍ଗ କୋର୍ଟକୁ ଗଲେ । ସେ ସ୍ଥାପନ କରିଥିବା ପ୍ରେସର ସ୍ଵତ୍ତ୍ଵ ନେଇ ଜଣେ ସହଯୋଗୀ ତାଙ୍କ ନାମରେ କେସ୍ କରିଥିଲେ । ସେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ବୋଲି ଦାବୀ କରି ଜଣେ ମହିଳା ଗୁଟେନବର୍ଗଙ୍କୁ କୋର୍ଟକୁ ଘୋଷାଡ଼ିଥିଲେ । ଗୁଟେନବର୍ଗ ତାଙ୍କୁ ଠକ ଓ ମିଥ୍ୟାବାଦୀ କହିଛନ୍ତି ବୋଲି ଅଭିଯୋଗ କରି ଜଣେ ଜୋତା ଦୋକାନୀ ତାଙ୍କ ନାମରେ କେସ କରିଥିଲା । କୋର୍ଟକୁ ଘୋଷାଡ଼ି ହେବା ଅନୁଭୂତି କେଉଁ ଯୁଗରେ ବା କେଉଁ ଦେଶରେ ଆଦୌ ପ୍ରୀତିକର ନୁହେଁ । ଗୁଟେନବର୍ଗ ହରକତ ହୋଇଥାଆନ୍ତୁ ପଛେ ମକଦ୍ଦମାଗୁଡିକ ଯୋଗୁଁ ତାଙ୍କ ସମ୍ବନ୍ଧରେ କିଛି ଜାଣିବା ସମ୍ଭବ ହୋଇଛି ।
ଗୁଟେନବର୍ଗ ପଞ୍ଚଦଶ ଶତାଦ୍ଦୀରେ ଛାପାକଳ ଆବିଷ୍କାର କଲେ । ତା ପୂର୍ବରୁ ୟୁରୋପରେ ବହିଥିଲା । ମାତ୍ର ସେ ସବୁ ଥିଲା ହାତ ଲେଖା ବହି । ମୁଖତଃ ବାଇବେଳକୁ ଉତାରିବା କାମ ଖ୍ରୀଷ୍ଟ ସନ୍ନ୍ୟାସୀମାନେ କରୁଥିଲେ । ପ୍ରାକ ପ୍ରେସ ଯୁଗରେ ବାଇବେଲ ଥିଲା ପ୍ରାୟ ଏକମାତ୍ର ଗ୍ରନ୍ଥ । ବାଇବେଲ ବ୍ୟତୀତ ଇଂରାଜୀ ସାହିତ୍ୟରେ ଚସରଙ୍କର “ କାଣ୍ଟରବୁରି ଟେଲସ “ ଓ ଆଉ ଦୁଇ ତିନୋଟି ବହି ପ୍ରଚଳିତ ଥିଲା । କାରଣ , ପ୍ରଥମତଃ ପଢିପାରୁଥିବା ଲୋକଙ୍କ ସଂଖ୍ୟା ଥିଲା ଖୁବ କମ । ଦ୍ଵିତୀୟରେ ଖଣ୍ଡେ ବହିକୁ ହାତରେ ଉତାରିବା ବାଲା ମୂଳଲେଖାକୁ ଆଡେଇ ଦେଇ ନିଜ ମନକୁ କିଛି ଜ୍ଞାନ ଓ ଭାଷା ଚାତୁରୀ ପୂରାଇ ଦେଉଥିଲେ ।
ପଞ୍ଚଦଶ ଶତାଦ୍ଦୀରେ ନୂଆ ବୈଜ୍ଞାନିକ ତତ୍ତ୍ଵ ଆବିଷ୍କୃତ ହେବାକୁ ଆରମ୍ଭହେଲା । ମାତ୍ର ଛାପାକାଳ ଅଭାବରୁ ବିଜ୍ଞାନ ସମ୍ପର୍କୀୟ ଲେଖାର ପ୍ରସାର ଘଟିପାରି ନ ଥିଲା । ଠିକ ସମୟରେ ଗୁଟେନବର୍ଗଙ୍କ ଛାପାକଳ ପ୍ରସ୍ତୁତ ହୋଇଯିବାରୁ ଜ୍ଞାନ ବିଜ୍ଞାନର ପ୍ରସାର ୟୁରୋପରେ ଅଭୂତପୂର୍ବ ଭାବେ ଦ୍ରୁତବେଗରେ ଘଟିଲା ।
ଗୁଟେନବର୍ଗ ୟୁରୋପରେ ଛାପାକାଳ ଚଳାଇବାର ପାଞ୍ଚ ସହ ବର୍ଷ ପୂର୍ବରୁ ନବମ ଶତାଦ୍ଦୀରେ ଚୀନଦେଶରେ ଛାପା ବ୍ୟବସ୍ଥା ପ୍ରଚଳିତ ଥିଲା । ଗୋଟିଏ ପାଣ୍ଡୁ ଲିପିର ଏକ ପୃଷ୍ଠା ଅକ୍ଷରମାନଙ୍କୁ କାଠ ବ୍ଲକରେ ଖୋଦେଇ ଚୀନା ମାନେ ବହି ଛାପୁଥିଲେ । ବାହାର ଜଗତ ସହିତ ଚୀନଦେଶର ସମ୍ପର୍କ ନଥିବାରୁ ଛାପା କୌଶଳ ୟୁରୋପରେ ପହଞ୍ଚି ପାଇଲା ନାହିଁ । ତେବେ ଚୀନାମାନେ ଉଦ୍ଭାବନ କରିଥିବା କାଗଜ ଏକାଦଶ ଶତାଦ୍ଦୀରେ ୟୁରୋପରେ ପହଞ୍ଚିଥିଲା । ଖ୍ରୀଷ୍ଟାଦ୍ଦ ୧୩୯୦ ବେଳରୁ ଜର୍ମାନୀରେ କାଗଜ ପ୍ରସ୍ତୃତ ହୋଇଥାଏ । ଏହା ଗୁଟେନବର୍ଗଙ୍କ ଛାପାକାଳ ଉଦ୍ଭାବନର କିଛି ବର୍ଷ ପୂର୍ବର ଘଟଣା । ଛାପାକଳ ପ୍ରସ୍ତୃତି ହେବା ବେଳକୁ କାଗଜର ଅଭାବ ନଥାଏ ।
ଗୁଟେନବର୍ଗ ଜର୍ମାନର ରାଇସ ନଦୀ କୁଳରେ ମେଂଜ ନାମକ ଏକ ବିଶିଷ୍ଟ ସହରରେ ୧୩୯୮ ପାଖାପାଖି ଜନ୍ମ ହୋଇଥିଲେ । ଗୁଟେନବର୍ଗଙ୍କ ବାପା ଫ୍ରାଇଲି ମେଂଯ ମୁଦ୍ରାଶାଳାରେ କାମ କରୁଥିଲେ । ତାଙ୍କ ପରିବାରର ଅବସ୍ଥା ସ୍ଵଚ୍ଛଳ ଥିଲା । ମୁଦ୍ରା ସଲାରେ ସୁନା ଓ ରୂପାକୁ ନିର୍ଦ୍ଧିଷ୍ଟ ଆକାର ଦେବା ଓ ତା ଉପରେ ମୋହର ମାରିବା କାମ ହୁଏ । ସମ୍ଭବତଃ ଗୁଟେନବର୍ଗ ମୁଦ୍ରାଶାଳାରେ କାମ କରି ଧାତୁଙ୍କ ସମ୍ପର୍କରେ ଅଭିଜ୍ଞତା ହାସଲ କରିଥିଲେ । ମୁଦ୍ରାଶାଳାରେ ଧାତୁଙ୍କ ସମ୍ପର୍କରେ ଅଭିଜ୍ଞତା ଧାତୁରେ ଅକ୍ଷର ପ୍ରସ୍ତୁତ କରିବା ଦିଗରେ ତାଙ୍କୁ ସାହାଯ୍ୟ କରିଥିବ ।
ଫ୍ରାଇଲ ମେଂଜ ସହରର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଓ ମୁଦ୍ରାଶାଳାରେ ଉଚ୍ଚ ପଦ ଅଧିକାରୀ ଥିବାରୁ ନଗରରେ ରାଜନୀତି ସହିତ ସେ ଜଡିତ ହୋଇ ପଡୁଥିବା ସ୍ଵାଭାବିକ । ଖ୍ରୀସ୍ତାଦ୍ଦ ୧୪୧୧ ରେ ପରିଆବର ଛାଡି ମେଂଜରୁ କିଛି କାଳ କାଳ ପାଇଁ ପଳାଇବାକୁ ହୋଇଥିଲେ । ତାଙ୍କର ମୃତ୍ୟୁ ପରେ ୧୪୨୮ ରେ ଗୁଟେନବର୍ଗ ମେଂଜ ଛାଡି ଷ୍ଟାସବର୍ଗ ଉଠିଗଲେ । ଷ୍ଟାସବର୍ଗ ମେଂଜ ଠାରୁ ୨୦୦ କିଲୋମିଟର ଦୂର । ଷ୍ଟାସବର୍ଗରେ ସେ କୋଡିଏ ବର୍ଷ ରହି ସେଇଠି ତାଙ୍କର ପ୍ରଥମ ପ୍ରେସ ଆରମ୍ଭ କଲେ । ତେବେ ଏହି ପ୍ରେସ ବିଷୟ ସେ ଗୋପନ ରଖିବାକୁ ଚାହିଁଲେ । ପ୍ରେସ ଗୁଟେନବର୍ଗଙ୍କ ନିଶା ଥିଲା । ଏହି କାମରେ ସେ ସାରାଜୀବନ ପରୀକ୍ଷା ନିରୀକ୍ଷା କରିଛନ୍ତି । ନିଜ ଜୀବନକାଳ ମଧ୍ୟରେ ସେ ଛାପାକାମକୁ ଏପରି ବିକଶିତ ଅବସ୍ଥାରେ ଛାଡିଜାଛନ୍ତି ଯେ ଆଗାମୀ ଚାରିବର୍ଷ ଭିତରେ ତାହାର କୌଣସି ମୌଳିକ ପରିବର୍ତ୍ତନ ଦରକାର ପଡିନାହିଁ । ସିସାରେ ଅକ୍ଷର ପ୍ରସ୍ତୁତ ତାଙ୍କରି ଆବିଷ୍କାର ।
୧୪୧୧ ରେ ଗୁଟେନବର୍ଗଙ୍କ ପ୍ରେସରୁ ପ୍ରଥମ ଛାପା କାଗଜ ବାହାରିଥିଲା ୧୪୪୮ ରେ ସେ ଗୋଟିଏ କ୍ୟାଲେଣ୍ଡର ଓ ଲ୍ୟାଟିନ ବ୍ୟାକରଣ ବହି ଛାପିଥିଲେ । ଏବେକା ର ପ୍ରେସ ପ୍ରଚାର ପତ୍ର , ବିଜ୍ଞାପନ ଇତ୍ୟାଦି ପୃଷ୍ଠକିଆ ଲେଖା ଛାପି ଲାଭ ପାଆନ୍ତି । ପାଞ୍ଚଦଶ ଶତାଦ୍ଦୀରେ ଏ ସବୁ ନଥିଲା । ତେବେ ଏବେକର “ ଜବୱାର୍କ “ ପରି ଗୁଟେନବର୍ଗ ଗୋଟିଏ ଲାଭଜଣକ କାମ ଠାବ କଲେ । ଗୋଟିଏ ଲୋକ ଯଦି କିଛି ପାପ କରେ ଚର୍ଚ୍ଚରେ କିଛି ଟଙ୍କା ଦାନ କରି ସେ ରକ୍ଷା ପାଏ କ୍ଷମା କରାଗଲା ମର୍ମରେ ଖଣ୍ଡେ ଲେଖା କାଗଜ ଚର୍ଚ୍ଚରେ ଦାଖଲ କରେ । ଚର୍ଚ୍ଚ ଦେଉଥିବା ପାପ କ୍ଷମାରେ ପ୍ରମାଣ ପତ୍ରକୁ “ ଇଣ୍ଡଲଜେନ୍ସ “ କୁହାଯାଏ । ଆଗରୁ ଇଣ୍ଡଲଜଣେସ ହାତଲେଖା ଥିଲା । ଗୁଟେନବର୍ଗ ପ୍ରଥମେ ଇଣ୍ଡଲଜେନ୍ସ ସବୁ ଛାପି ପାପୀମାନଙ୍କୁ ବିକିଲେ । ଭଲ ଲାଭ ପାଇଥିବେ । ଷୋଡଶ ସତାଡି କେବଳ ଛାପା ଇଣ୍ଡଲଜେନ୍ସକୁ ଚର୍ଚ୍ଚ ଗ୍ରହଣ କଳା । ପାପମୁକ୍ତ ହେବାକୁ ଅନେକ ବ୍ୟକ୍ତି ଇଣ୍ଡଲଜେନ୍ସ ଧରି ଚର୍ଚ୍ଚ ଶରଣ କଲେ । ଏଥିରେ ଚର୍ଚ୍ଚର ଖୁବ ଭଲ ରୋଜଗାର ହେଲା । ଏହାଦ୍ଵାରା ଚର୍ଚ୍ଚର ବଦ୍ନାମ ମଧ୍ୟ ବଢିଲା । ପ୍ରେଟେଷ୍ଟାଣ୍ଟ ଓ କ୍ୟାଥଲିକ ଚର୍ଚ୍ଚ ଅଲଗା ହୋଇଯିବା ଫଳରେ ବଡନାମ ଇଣ୍ଡଲଜେନ୍ସ ଏକ ମୁଖ୍ୟ କାରଣ ରୂପେ ବିଦ୍ୟମାନ । ପ୍ରୋଟେଷ୍ଟାଣ୍ଟମାନେ ଇଣ୍ଡଲଜେନ୍ସରୁ ଅର୍ଥ ଉପାର୍ଜନର ବିରୋଧ କଲେ ।
୧୪୪୮ ରେ ଗୁଟେନବର୍ଗନିଜର ଜନ୍ମସ୍ଥାନ ମେଂଜକୁ ଫେରିଲେ । ସେଠାରେ ବହୁ ପରିମାଣର ଅର୍ଥ ଜଣେ ମହାଜନ ଠାରୁ ଧାର କରି ପ୍ରେସ ଆରମ୍ଭ କଲେ । ଜୀବନରେ ଗୁଟେନବର୍ଗ ଅନେକ ଥର ଧାର କରିଛନ୍ତି; କିନ୍ତୁ କେବେ ସୁଝି ନାହାନ୍ତି ମକଦ୍ଦମାରେ ଲଢି ପ୍ରେସ ହରାଇଛନ୍ତି । ପ୍ରେସ କାମରେ ତାଙ୍କ ସୁନାର ହେବାରୁ ଫଷ୍ଟ ନାମକ ଜଣେ ଧନୀ ବ୍ୟକ୍ତିଙ୍କ ଠାରୁ ସେ ପୁଣି ବହୁତ ଅର୍ଥ ଧାର କଲେ । ୧୪୫୦ରେ ବାଇବେଲ ଛାପା ଆରମ୍ଭ ହେଲା । ଏହା ଏକ ମହାନ କୀର୍ତ୍ତି । ଗୁଟେନବର୍ଗଙ୍କ ବାଇବେଲର ପୃଷ୍ଠା ସଂଖ୍ୟା ଥିଲା ୧୨୮୨ । ଏହା ଦୁଇଖଣ୍ଡରେ ବନ୍ଧେଇ ହୋଇ ବିକ୍ରି ହେଲା । ସେ ତିନିଶହ ଖଣ୍ଡ ବାଇବେଲ କରି ପ୍ରସ୍ତୁତ କରିଥିଲେ । ଗୁଟେନବର୍ଗଙ୍କ ବାଇବେଲ “ ବୟାଳିଶ ଧାଡିଆ ବାଇବେଲ “ ନାମରେ ବିଖ୍ୟାତ ହେଲା । କାରଣ ଏହାର ପ୍ରତ୍ୟେକ ପୃଷ୍ଠାରେ ୪୨ ଟି ଧାଡିଥିଲା । ଗୁଟେନବର୍ଗ ବାଇବେଲ ଛାପିଲେ କିନ୍ତୁ ବିକି ପାରିଲେ ନାହିନ । କାରଣ ଫଷ୍ଟ ଟଙ୍କା ପାଇଁ ମକଦ୍ଦମା କରି ପ୍ରେସ ଅଧିକାର କରିନେଲେ । ଗୁଟେନବର୍ଗଙ୍କ ତାଲିମପ୍ରାପ୍ତ ପ୍ରେସ କର୍ମଚାରୀଙ୍କ ସାହାଯ୍ୟରେ ବାଇବେଲ ଛାପା ସମାପ୍ତ କରି ଫଷ୍ଟ ତାକୁ ବିକିଲେ ।
ଗୁଟେନବର୍ଗଙ୍କ ବାଇବେଲର ପ୍ରାୟ ୪୦ ଟି କପି ବ୍ରିଟିଶ ଲାଇବ୍ରେରୀ, ନିୟର୍କ ପବ୍ଲିକ ଲାଇବେରୀ , ଅନ୍ୟାନ୍ୟ ଲାଇବ୍ରେରୀ ଓ ମେଂଜ ଠାରୁ ଗୁଟେନବର୍ଗ ମିଉଜିୟମରେ ସୁରକ୍ଷିତ ଅଛି ।
ଗୁଟେନବର୍ଗଙ୍କ କର୍ମଚାରୀଙ୍କୁ ନିଯୁକ୍ତ କରି ଫଷ୍ଟ ପ୍ରେସ ଚଳାଇଲେ ଓ ବାଇବେଲ ପରେ ୧୪୫୭ ରେ ଖ୍ରୀଷ୍ଟୀୟ ସ୍ତୋତ୍ର ବହିଛାପା ହେଲା । ଏହି ସ୍ତୋତ୍ର ବହି ବାରମ୍ବାର ଛପାହୋଇଛି । ୧୪୬୬ ରେ ଫଷ୍ଟଙ୍କ ମୃତ୍ୟୁପରେ ତାଙ୍କର ସହଯୋଗ ପ୍ରେସ ଚାଲୁ ରଖିଲେ । ମାତ୍ର ସେତେବେଳେକୁ ମେଂଜ ବାହାରେ ୟୁରୋପରେ ଅନ୍ୟାନ୍ୟ ସ୍ଥାନରେ ପ୍ରେସ ସବୁ ପ୍ରତିଷ୍ଠିତ ହୋଇଥାଏ । ବହି ପାଇଁ ସେ ସମାଜରେ ଏକ କ୍ଷୁଧା ଥିଲା ଓ ଲୋକେ ଗୁଟେନବର୍ଗଙ୍କୁ ଆବିଷ୍କାରକୁ ଉପେକ୍ଷା କରୁଥିଲେ ସେ କଥା ସ୍ପଷ୍ଠ ଭାବେ ପ୍ରମାଣିତ ହୋଇଛି । ଦୁଇଜଣ ଜର୍ମାନ ଦୁଇଟି ପ୍ରେସ ଇଟାଲୀରେ ଆରମ୍ଭ କରିଥିଲେ । ପ୍ରଥମଟି ରମରେ ୧୪୬୪ ରେ ଓ ଦ୍ଵିତୀୟଟି ଭେନିସରେ ୧୪୬୯ରେ ପ୍ରତିଷ୍ଠିତ ହେଲା । ଭେନିସ ପ୍ରେସ ୟୁରୋପର ପ୍ରକାଶନ କେନ୍ଦ୍ର ହୋଇ ଉଠିଲା । ୧୪୭୦ ରେ ଫ୍ରାନ୍ସରେ ୧୪୭୧ରେ ନେଦରଲ୍ୟାଣ୍ଡରେ ପ୍ରଥମ ପ୍ରେସ ପ୍ରତିଷ୍ଠିତ ହୋଇଥିଲା । ଷୋଡଶ ଶତାଦ୍ଦୀରେ ପ୍ରେସଙ୍କ ପ୍ରସାର ବିଂଶ ଶତାଦ୍ଦୀର ଦ୍ଵିତୀୟାର୍ଦ୍ଧରେ କମ୍ୟୁଟର ଙ୍କ ପ୍ରସାର ସହିତ ତୁଳନୀୟ । ସର୍ବତ କମ୍ୟୁଟର ପଶିଯିବାରୁ ଅନେକ ଲୋକ କାମ ହରାଇଲେ । ସେହିପରି ପ୍ରେସ ବ୍ୟାପିଯିବାକୁ ବହି ଲିଖନକାରୀ ବେକାର ବସିଲେ ।
ଛପାକଳର ପ୍ରଧାନ ଶତ୍ରୁ ଭାବେ ଲେଖାଗଲା ରୋମାନ କ୍ୟାଥଲିକ ଚର୍ଚ୍ଚ । ସେ ଯାଏ ବିଶ୍ଵବିଦ୍ୟାଳୟ ଓ ସ୍କୁଲ ସବୁ ଚର୍ଚ୍ଚ ଅଧୀନରେ ଥିଲା । ପିଲାଙ୍କୁ ପାଠ ପଢାଇଲେ ପାଇଁ ଲୋକଙ୍କର ବ୍ୟଗ୍ରତା ଆସିବାକୁ ବିଦ୍ୟାଳୟ ସଂଖ୍ୟା ଦ୍ରୁତବେଗରେ ବଢିଲା । ଏହା ଚର୍ଚ୍ଚର ମୁଣ୍ଡବ୍ୟଥାର ଗୋଟିଏ କାରଣ ହେଲା । ଦ୍ଵିତୀୟତଃ ଲୋକଙ୍କର କଥିତ ଭାଷାରେ ବାଇବେଲ ଛାପା ଆରମ୍ଭ ହୋଇଗଲା । ଆଗରୁ କେବଳ ଲ୍ୟାଟିନ ଭାଷାରେ ବାଇବେଲ ଥିଲା ଓ ଲ୍ୟାଟିନ ଜାଣିନଥିବା ସାଧାରଣ ଲୋକଙ୍କୁ ଚର୍ଚ୍ଚର ପାଦ୍ରୀମାନେ ବାଇବେଲ ବୁଝାଉଥିଲେ । ଲୋକଙ୍କର କଥିତ ଭାଷାରେ ବାଇବେଲ ଛପାଯିବାରୁ ବାଇବେଲ ଉପରେ ଚର୍ଚ୍ଚର ଏକଚାଟିଆ ଆଧିପତ୍ୟ କମିଳା । ଲୋକଙ୍କର କଥିତ ଭାଷାରେ ବାଇବେଲ ଛପାଯିବାରୁ ବାଇବେଲ ଉପରେ ଚର୍ଚ୍ଚର ଏକଚାଟିଆ ଆଧିପତ୍ୟ କମିଲା । ବାଇବେଲର ଜର୍ମାନୀ ଅନୁବାଦ ୧୪୬୬ରେ ପ୍ରକାଶ ପାଇଲା । ପରେ ଫରାସୀ, ସ୍ପେନିୟ ଓ ଡଚ ଭାଷାରେ ବାଇବେଲରେ ବାହାରିଲା । ଇଣ୍ଡଲଜଣେସ କିଣି ପାପରୁ ମୁକ୍ତ ହେବାର ବ୍ୟବସ୍ଥା ବାଇବେଲ ନାହିଁ ବୋଲି ଲୋକେ ଜାଣିଲେ । ଚର୍ଚ୍ଚର ସମାଲୋକମାନେ ଛଦ୍ମନାମରେ ଚର୍ଚ୍ଚର କାରବାର ବିଷୟ ଲେଖି ଛପାଇଲେ । ଚର୍ଚ୍ଚର ବିନା ଅମୁମତିରେ ଛଦ୍ମନାମରେ ଲିଖିତ କୌଣସି ବହି ଛାପାଯିବ ନାହିଁ ବୋଲି ଚର୍ଚ୍ଚ ନିୟମ କଲା । ଏହି ସବୁ ଗଣ୍ଡଗୋଲରୁ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଆରମ୍ଭ ହେଲା ।
ପ୍ରେସର ଗଭୀର ଓ ସୁଦୂରପ୍ରସାରୀ ପ୍ରଭାବ କଳନା କରିବା କଷ୍ଟକର । ତେଣୁ ଗୁଟେନବର୍ଗଙ୍କୁ ଦ୍ଵିତୀୟ ସହସ୍ରାଦ୍ଦୀର ଶ୍ରେଷ୍ଟ ମାନବ ଆସନରେ ବସାଇବାର ଓଜନଡାର କାରଣ ଦେଖିହୁଏ।
ଆଧାର - ଶରତ କୁମାର ମହାନ୍ତି
Last Modified : 10/29/2019