অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରମାଣୁର ଆଦ୍ୟ ଚିତ୍ରକର

ବିକ୍ୟୁରେଲ ତେଜସ୍କ୍ରିୟତା ଆବିଷ୍କାର ଓ ପୁରସ୍କାର

ମାଡାମ କ୍ୟୁରୀ ଏକାକୀ ତେଜସ୍କ୍ରିୟତା ଆବିଷ୍କାର କରିନଥିଲେ । ବିକ୍ୟୁରେଲ ତେଜସ୍କ୍ରିୟତା ଅନ୍ୟତମ ଆଦ୍ୟ ଗବେଷକ । ପେରି କ୍ୟୁରୀ, ମାଡାମକ୍ୟୁରୀଙ୍କ ସହିତ ମିଶି ବିକ୍ୟୁରେଲ ନୋବେଲ ପୁରସ୍କାର ପାଇଥିଲେ । ୧୮୯୯ରେ ବିକ୍ୟୁରେଲ ଲକ୍ଷ୍ୟ କଲେ ଯେ ତେଜସ୍କ୍ରିୟ ବସ୍ତୁରୁ ବିକୀରିତ ରଶ୍ମୀ ଚୁମ୍ବକ ପ୍ରଭାବରେ ବାଙ୍କି ଯାଇଛି । ସେ ସିଦ୍ଧାନ୍ତ କଲେ ଯେ ଏହି ବିକୀରିତ ରଶ୍ମୀର ଗୋଟିଏ ଅଂଶ ଅତିକ୍ଷୁଦ୍ର ଋଣାତ୍ମକ କଣିକାକୁ ନେଇ ଗଢା । ଏହି ଋଣାତ୍ମକ କଣିକାଗୁଡିକ ଇଲେକଟ୍ରନ । ଏହା ୧୯୦୦ ଖ୍ରୀସ୍ତାଦ୍ଦର ଘଟଣା । ଯଦି ତେଜସ୍କ୍ରିୟ ମୌଳିକଙ୍କ ଠାରୁ ଇଲେକଟ୍ରନ ନିର୍ଗତ ହେଉଛି , ତେବେ ମୌଳିକଙ୍କ ପରମାଣୁ ନିଦା ଓ ଅବିଭାଜ୍ୟ ନୁହନ୍ତି । ଡାଲଟନ କହିଥିଲେ ପରମାଣୁ ନିଦା , ଘନ, ଅତି କ୍ଷୁଦ୍ର ଘନକ । ମାଡାମ କ୍ୟୁରୀ ଓ ବିକ୍ୟୁରେଲଙ୍କ ଆବିଷ୍କାର ଏ ଧାରଣା ଉପରେ ଆଘାତ ଆଣିଲା । ତେଜସ୍କ୍ରିୟତା ଯେଉଁ ଜଟିଳ ପ୍ରହେଳିକାପୂର୍ଣ୍ଣ ପ୍ରଶ୍ନ ଉଠାଇଲେ ତାର ସମାଧାନ କରିଥିଲେ ମହାନ ବୈଜ୍ଞାନିକ ରଥରଫୋର୍ଡ । ୧୯୦୨ ଠାରୁ ଯୁବକ ରଥରଫୋର୍ଡ ତେଜସ୍କ୍ରିୟତା ସମ୍ପର୍କରେ ଅନେକ ଯୁଗାନ୍ତକାରୀ ଓ ବିସ୍ମୟଜନକ ଆବିଷ୍କାର କରି ଚାଲିଲେ । ତାଙ୍କର ଏହି କୃତିତ୍ଵ ପାଇଁ ୧୯୦୮ ଖ୍ରୀଷ୍ଟାଦ୍ଦରେ ରସାୟନବିଜ୍ଞାନରେ ରଥରଫୋର୍ଡ ନେବୋଲ ପୁରସ୍କାର ମିଳିଛି ।

ରଥରଫୋର୍ଡ (୧୮୭୧ -୧୯୩୭) ପରିଚୟ

ରଥରଫୋର୍ଡଙ୍କ ଜନ୍ମଦେଶ ନିଉଜିଲ୍ୟାଣ୍ଡ । ବିଜ୍ଞାନରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ବିଦ୍ୟୁତ ଚୁମ୍ଭକୀୟ ରଶ୍ମି ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର କରି ସେ ନିଜ ଦେଶରେ ବୈଜ୍ଞାନିକ ମହଲରେ ଶ୍ରଦ୍ଧାଭାଜନ ହୋଇଥିଲେ । ଗୋଟିଏ ଛାତ୍ର ବୃତ୍ତି ପାଇଁ ୧୮୯୫ ରେ ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗବେଷଣା କରିବାକୁ ଆସିଲେ । କାନାଡାରେ କିଛି ବର୍ଷ ପ୍ରଫେସର ଦାୟିତ୍ଵ ତୁଲାଇବା ବ୍ୟତିତ ତାଙ୍କର ଅବଶିଷ୍ଟ ଜୀବନ ଇଂଲଣ୍ଡରେ କଟିଛି ।

ପରମାଣୁର ଆଦ୍ୟ ଚିତ୍ରକର କିପରି କରିଥିଲେ ?

ତେଜସ୍କ୍ରିୟ ପରମାଣୁରୁ କେବଳ ଇଲେକଟ୍ରନ ନିର୍ଗତ ହୁଏ ନାହିଁ , ତିନି ପ୍ରକାର ରଶ୍ମୀ ବିକିରଣ ହୁଅନ୍ତି । ଏମାନଙ୍କ ନାମ ରଥରଫୋର୍ଡ ରଖିଛନ୍ତି ଆଲଫାରଶ୍ମୀ , ବିଟା ରଶ୍ମୀ , ଗାମା ରଶ୍ମୀ । ଆଲଫା ରଶ୍ମି ଆଲଫା କଣିକାଙ୍କର ଏକ ସ୍ରୋତ । ଗୋଟିଏ ଆଲଫା କଣିକା ଏକ ହିଲିୟମ ପରମାଣୁର ନିଉକ୍ଲିୟସ ବ୍ୟତିତ ଅନ୍ୟ କିଛି ନୁହେଁ । ହିଲିୟମ ପରମାଣୁର ନିଉକ୍ଲିଅସ ଦୁଇଟି ପ୍ରୋଟିନ ଓ ଦୁଇଟି ନିଉଟ୍ରନଙ୍କୁ ନେଇ ଗଠିତ । ନିଉଟ୍ରନ ନାମକ ଏକ ଆଣବିକ କଣିକା ଅଛି ବୋଲି ରଥରଫୋର୍ଡ ଆନୁମାନ କରିଥିଲେ । ନିଉଟ୍ରନ ଆବିଷ୍କୃତ ହୋଇଥିଲା ୧୯୩୧ ରେ । ବିଟା କଣିକା ହେଉଛି ଇଲେକଟ୍ରନ । ଗାମା ରଶ୍ମି ହେଉଛି ଏକସ –ରେ ଜାତୀୟ ରଶ୍ମି । ଏହାର ତରଙ୍ଗ ଦୀର୍ଘ ଏକସରେ ଠାରୁ ମଧ୍ୟ କମ । ତେଜସ୍କ୍ରିୟ ବିକିରଣ ଆଲଫା , ବିଟା ଓ ଗାମା ରଶ୍ମିର ସମାହାର । ତେଜସ୍କ୍ରିୟ ବିକିରଣ ଫଳରେ ଗୋଟିଏ ମୌଳିକ ଅତି ଧୀର ବେଗରେ ଅନ୍ୟାନ୍ୟ ମୌଳିକରେ ପରିଣତ ହୁଏ । ଉଦାହରଣ ସ୍ୱରୂପ ୟୂରାନିୟମ କାଳକ୍ରମେ କ୍ରମାନ୍ଵୟରେ ଥୋରିଆମ , ରେଡିୟମ , ପୋଲୋନିଅମ ବିସମଥ ଓ ଶେଷରେ ସୀମାରେ ପରିଣତ ହୁଏ । ସୀମା ଏକ ସ୍ଥିର ମୌଳିକ ତେଜସ୍କ୍ରିୟତାର ବିଶ୍ଳେଷଣ କରି ରଥରଫୋର୍ଡ ଦେଖାଇଦେଲେ ଯେ ସବୁ ପରମାଣୁ ଶାସବଟୋ ଅକ୍ଷୟ ନୁହନ୍ତି । ଡାଲଟନ କହିଥିଲେ, ପରମାଣୁ ଗୋଟିଏ ଅତି କ୍ଷୁଦ୍ର ଗୋଲାକାର, ନିଦା ବସ୍ତୁପିଣ୍ଡ । ରଥରଫୋର୍ଡ ପରମାଣୁର ପ୍ରଥମ ଆଧୁନିକ ଚିତ୍ର ପ୍ରଦାନ କଲେ । ଏଥିପାଇଁ ସେ ଯେଉଁ ପରୀକ୍ଷା କରିଥିଲେ , ତାହା ବୈଜ୍ଞାନିକ ପରୀକ୍ଷା କରିବାରେ ରଥରଫୋର୍ଡଙ୍କର ପ୍ରଚଣ୍ଡ ପ୍ରତିଭାର ପରିଚୟ ଦିଏ । ରଥରଫୋର୍ଡଙ୍କ ପରମାଣୁ ଚିତ୍ରକୁ ମାର୍ଜିତ କରି ତାଙ୍କର ବନ୍ଧୁ ନିଲସ ବୋର ପରମାଣୁର ଯେଉଁ ଚିତ୍ର ପ୍ରଦାନ କଲେ ତାହା ସମସ୍ତେ ଗ୍ରହଣ କରିନେଲେ । ମିଟରରେ ଗୋଟିଏ ଭାଗରୁ ଏକ ଭାଗ ମୋଟେଇ ବିଶିଷ୍ଟ ପଟଳା ସୁନା ପତିଆ ଉପରେ ଆଲଫା ରଶ୍ମି ପକେଇ ରଥରଫୋର୍ଡ ଦେଖିଲେ ଯେ ଆଲଫା କଣିକା ସବୁ ପାତିଆ ଭିତର ଦେଇ ସିଧା ପଳାଉଛନ୍ତି । ସତେ ଯେପରି ପାତିଆଟି ନାହିଁ । ପାତିଆ ପତଳା ହେଲେ ମଧ୍ୟ ଅସଂଖ୍ୟ ପରମାଣୁ ନେଇ ଗଢା । ଯଦି ଗୁଳି ସବୁ ଗୋଟିଏ ଇଟା କାନ୍ଥ ଭେଦି ନିର୍ବିଘ୍ନରେ ପଳାନ୍ତି ତେବେ ଧରିବାକୁ ହେବେ ଯେ ଇଟାଗୁଡିକ ଫମ୍ଫା । ଗୁଳି ସବୁ ଫମ୍ଫା ଇଟା ଭିତର ଦେଇ ବାହାରି ଯାଉଛନ୍ତି ରଥରଫୋର୍ଡ ଲକ୍ଷ କଲେ , ଦଶଜହାର ଆଲଫା କଣିକାଙ୍କ ମଧ୍ୟରେ ମାତ୍ର ଗୋଟିଏ ବାଟ ଭାଙ୍ଗୁଛି । ଏହାର ତତ୍ପର୍ଯ୍ୟ , ସୁନାପାତର ପରମାଣୁ ସବୁ ପ୍ରାୟ ଫାଙ୍କା । ଏହି ଫାଙ୍କା ବାଟ ପରମାଣୁଙ୍କୁ ଭେଦି ନିର୍ବିଘ୍ନରେ ଆଲଫା ଗତି କରୁଛନ୍ତି । ବାଟ ଭାଙ୍ଗୁଥିବା ଆଲଫା କଣିକାଙ୍କ ମଧ୍ୟରୁ କେତେକ ଅଳ୍ପ ବାଙ୍କନ୍ତି , ଆଉ କେତେକ ନବେ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କାନ୍ତି । ଯେଉଁଠି ନବେ ଡିଗ୍ରୀ ବାଙ୍କେ ସେଇଟି ନିଉକ୍ଳିଅସ ସହିତ ମୁହାଁମୁହିଁ ଧକ୍କା ଖାଏ । ନିଉକ୍ଲିୟସ ଧାରରେ ଆଲଫା କଣିକା ଅଳ୍ପେ ବଙ୍କାଏ । ରଥରଫୋର୍ଡ ଙ୍କ ବନ୍ଧୁ ଓ ସହଯୋଗୀ ମାନେ ଜାଣିଥିଲେ ଯେ ତାଙ୍କର ବୈଜ୍ଞାନିକ ଅନ୍ତର୍ଦୂଷ୍ଟି ଗଭୀର । ସୁନାପାତ ପରୀକ୍ଷା ଓ ଅନ୍ତଦୃଷ୍ଟିର ସାହାଯ୍ୟ ନେଇ ପରମାଣୁର ଚିତ୍ର ଆଙ୍କିଲେ । କହିଲେ ଯେ ପରମାଣୁର କେନ୍ଦ୍ର ଥରେ ପରମାଣୁର ସମସ୍ତ ଧନାତ୍ମକ ଚାର୍ଜ ଠୁଳ ହୋଇଛି । ଏହାର ନାମକରଣ ସେ କରିଥିଲେ “ ନିଉକ୍ଳିୟସ “ । ନିଉକ୍ଳିୟସ ବାହାରେ ଇଲେକଟ୍ରନମାନଙ୍କର ମିଳିତ ଋଣାତ୍ମକ ଚାର୍ଜ ସମାନ । ସମାନ ସମାନ ଧନାତ୍ମକ ଓ ଋଣାତ୍ମକ ଚାର୍ଜ ପରସ୍ପର କାଟୁଥିବା ଫଳରେ ପରମାଣୁଟି ଚାର୍ଜ ନିରପେକ୍ଷ ହୋଇଥାଏ । ବର୍ଷ କେଇଟାରେ ରଥରଫୋର୍ଡ ପରମାଣୁ ବିଜ୍ଞାନକୁ ଏତେ ଉଚ୍ଚକୁ ନେଇଗଲେ ଯେ ତାଙ୍କୁ “ ପରମାଣୁ ବିଜ୍ଞାନର ନିଉଟନ “ ବୋଲି କୁହାଗଲା । ରଥରଫୋର୍ଡ ଜଣେ ଗବେଷଣା ଭ୍ୱେ କଭେଣ୍ଡିସ ବିଜ୍ଞାନଗାରରେ କାମ କରିଥିଲେ ।,କାନାଡାର ମାଳଗିଲ ବିଶ୍ଵବିଦ୍ୟାଳୟର ପ୍ରଫେସର ପଦ ଗ୍ରହଣ କରି ୧୮୯୮ ରେ କାନାଡା ଗଲେ ଓ ସେଠାରୁ ୧୯୦୯ ରେ ଫେରିଲେ । ୧୯୧୯ ରେ କାଭେଣ୍ଡିସ ବିଜ୍ଞାନଗାରର ମର୍ଯ୍ୟାଦାଜନକ ଡାଇରେକଟର ପଦ ଗ୍ରହଣ କଲେ । ୧୯୩୧ ରେ ତାଙ୍କୁ ସାର ଉପାଧି ପ୍ରଦାନ କରାଯାଇଥିଲା ଏହା ପରେ ସେ ଲର୍ଡ ରଥରଫୋର୍ଡ ନାମରେ ନାମିତ ହେଲେ । ରଥରଫୋର୍ଡ ଗପୁଡି ଲୋକ ଓ ବଡ ପାଟିରେ କଥାବାର୍ତ୍ତା କରନ୍ତି । ଥରେ ଟ୍ରିନିଟି କଲେଜ ହଲରେ ସେ ଚିଡ଼ା ହୋଇଛନ୍ତି , ଜଣେ ପାଦ୍ରୀ ଆସିଲେ । ପାଦ୍ରୀଙ୍କ ଉଦ୍ଦେଶ୍ୟରେ ସେ ଘୋଷଣା କଲେ “ ମୁଁ ଲର୍ଡ ରଥରଫୋର୍ଡ “ । ପାଦ୍ରୀ କହିଲେ “ ମୁଁ ୟର୍କର ଆର୍କବିଶପ “ । “ଆର୍କବିଶପ ସର୍ବ ମହାନ ଧର୍ମଯାଜକ । କେହି କାହା କଥା ବିଶ୍ଵାସ କଲେ ନାହିଁ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate