ଆଲେକଜାଣ୍ଡର ଫ୍ଲେମିଙ୍ଗ ୧୮୮୧ରେ ଇଂଲଣ୍ଡରେ ଜନ୍ମ ହୋଇଥିଲେ । ସେ ଖୁବ ମେଧାବୀ ଛାତ୍ର ଥିଲେ, ମାତ୍ର ଦାରିଦ୍ର୍ୟ ଯୋଗୁଁ ଷୋହଳ ବର୍ଷ ବୟସରେ ତାଙ୍କୁ ସାମୟିକ ଭାବେ ପାଠ ବନ୍ଦ କରିବାକୁ ହୋଇଥିଲା । ପରେ ଆଲେକଜାଣ୍ଡର ଫ୍ଲେମିଙ୍ଗ ସେଣ୍ଟମେରୀ ମେଡିକାଲ ସ୍କୁଲରେ ନାମ ଲେଖାଇଲେ । ପାସ କରିବା ପରେ ସେ ତତକାଳୀନ ବିଖ୍ୟାତ ଜୀବାଣୁ ବିଜ୍ଞାନୀ ଆଲମୋର୍ଥ ରାଇଟଙ୍କ ପାଖରେ ଗବେଷଣା କରିଥିଲେ ।
ପାସ୍ତରଙ୍କର ସମୟରୁ ଜୀବାଣୁ ଓ ଯୂଜରୋଧକ ବା ଆଣ୍ଟିସେପଟିକଡ ଉପରେ ଗବେଷଣା ଉତ୍ସାହର ସହିତ ଆରମ୍ଭ ହୋଇଥାଏ । ଘା’ ଓ ଖଣ୍ଡିଆ ସୁଖାଇବା ପାଇଁ ରୋଗୀଙ୍କୁ ରୟାୟନିକ ଆଣ୍ଟିସେପଟିକ ଇଂଜେକସନ ଦିଆଯାଉଥାଏ । ଫଳରେ ଘା ଶୁଖିଥାଏ କିନ୍ତୁ ରୋଗୀ ଠାରେ ନାନା ପ୍ରତିକ୍ରିୟା ସୃଷ୍ଟି ହୋଇ ତାର ଅବସ୍ଥା ସାଂଘାତିକ ହେଉଥାଏ । ଏପରିକି ରୋଗୀ ଅନେକ ସମୟରେ ମୃତ୍ୟୁ ମୁଖରେ ପଡୁଥିଲା । ରାସାୟନିକ ଆଣ୍ଟିସେପଟିକ ଧବଳ ରକ୍ତ କଣିକାକୁ ବିନାଶ କରି ଶରୀରର ସ୍ଵାଭାବିକ ପ୍ରତିରୋହ ଶକ୍ତି ନଷ୍ଟ କରେ ଦର୍ଶାଇ ଆଲେକଜାଣ୍ଡର ଫ୍ଲେମିଙ୍ଗ ରାସାୟନିକ ଆଣ୍ଟିସେପଟିକ ବ୍ୟବହାରର ବିରୋଧ କଲେ ।
ଆଲେକଜାଣ୍ଡର ଫ୍ଲେମିଙ୍ଗ ବିଶ୍ଵାସ କରୁଥିଲେ ଯେ ଜୀବାଣୁଙ୍କର ପ୍ରତିରୋଧ କରିବାର ପ୍ରାକୃତିକ ବ୍ୟବସ୍ଥା ଶରୀରରେ ଅଛି । ଥରେ ତାଙ୍କୁ ସର୍ଦ୍ଦି ହୋଇଥାଏ । ନାକରୁ ବୋହୁଥିବା ସଙ୍ଘାଣି ପାଣିକୁ କୌତୁହଳରେ ସେ ପରୀକ୍ଷା ପାଇଁ ରଖିଥିବା ଜୀବାଣୁ ଥାଳିଆରେ ପକାଇଦେଲେ । ଆଲେକଜାଣ୍ଡର ଫ୍ଲେମିଙ୍ଗ ଜାଣିଲେ ସିଙ୍ଘାଣି ପାଣି ଏକ ପ୍ରାକୃତିକ ଆଣ୍ଟିସେପଟିକ । ସେ ପରୀକ୍ଷା କରି ଦେଖିଲେ ଯେ ଆଖିରୁ ବାହାରିଥିବା ଲୁହରେ ମଧ୍ୟ ଆଣ୍ଟିସେପଟିକ ଗୁଣ ଅଛି । ଶରୀର ଜାତ କରୁଥିବା ପ୍ରାକୃତିକ ଆଣ୍ଟିସେପତିକକୁ ଆଲେକଜାଣ୍ଡର ଫ୍ଲେମିଙ୍ଗ ଲାଇସୋଜାଇନ ନାମ ଦେଲେ । ଲାଇସୋଜାଇମ ଜୀବାଣୁଙ୍କୁ ମାରେ କିନ୍ତୁ ଶ୍ଵେତ ରକ୍ତ କଣିକାର କ୍ଷତି କରେନା । ଲାଇସୋଯାଇମ ଜୀବାଣୁଙ୍କୁ ମାରେ କିନ୍ତୁ ଶ୍ଵେତ ରକ୍ତ କଣିକାର କ୍ଷତି କରେନା । କେବଳ ଆଖି ବା ନାକରେ ନୁହେଁ , ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ, ଏପରିକି ରକ୍ତରେ ଅଛି ।
ଆଲେକଜାଣ୍ଡର ଫ୍ଲେମିଙ୍ଗ ବୁଝିଥିଲେ ରୋଗର ଜୀବାଣୁ ମାରିବା ପାଇଁ ଲାଇସୋଜାଇମ ଠାରୁ ଅଧିକ ଶକ୍ତିଶାଳି ଓ ଅପେକ୍ଷାକୃତ କମ ହାନିକାରକ ରାସାୟନିକ ଆଣ୍ଟିସେପଟିକ ଆବିଷ୍କାର ମାନବଜାତିର ଅଶେଷ କଲ୍ୟାଣ କରିବ । ଲାଇସୋଜାଇମ ସେ ଯେପରି ୧୯୨୭ ରେ ଆକସ୍ମିକ ଭାବେ ଆବିଷ୍କାର କରିଥିଲେ, ସେହିପରି ୧୯୨୮ ରେ କଲ୍ୟାଣକାରୀ ଆବିଷ୍କାର କଲେ ଅତ୍ୟନ୍ତ ଆକସ୍ମିକ ଭାବେ ।
ଆଲେକଜାଣ୍ଡର ଫ୍ଲେମିଙ୍ଗ ଷ୍ଟାଫାଇଲୋକୋକସ ନାମକ ଜୀବାଣୁଙ୍କ ସମ୍ପର୍କରେ ଗବେଷଣା କରୁଥାନ୍ତି । ଷ୍ଟାଫାଇଲୋକୋକସ ଜୀବାଣୁ ବଥ, ବ୍ରଣ, ଓ ଘାଆ ପ୍ରଭୃତି କାରଣ ବିଜ୍ଞାନଗାରରେ କେତୋଟି ଥଳିଆରେ ଷ୍ଟାଫାଇଲୋକୋକସ ଜୀବାଣୁ ରଖାଯାଇଥାଏ । ଫ୍ଲେମିଙ୍ଗ କୌଣସି କାରଣରୁ କିଛି ଦିନ ବିଜ୍ଞାନଗାର ଆସି ନଥାନ୍ତି । ଆସି ଦେଖିଲେ ଯେ ଗୋଟିଏ ଥାଳିଆରେ ନୀଳ ଦାଗ ସବୁ ହୋଇଛି । ଝରକା ଖୋଲାଥିବା ସମୟରେ ବାହାର ଜିନିଷ ଉଡିଆସି ଏହି ନୀଳଦାଗ ସୃଷ୍ଟି କରିଛି ଧରିନେଇ ବିଜ୍ଞାନଗାର ଦାୟିତ୍ଵରେ ଥିଲା ଲୋକଙ୍କ ଉପରେ ଫ୍ଲେମିଙ୍ଗ ପ୍ରଥମେ ବିଗିଡି ଗଲେ । ପରେ ଲକ୍ଷ କଲେ ଥାଳିଆରେ ନୀଳ ଦାଗ ଅଞ୍ଚଳରେ ସବୁ ଜୀବାଣୁ ମରିଛନ୍ତି । ନୀଳ ଦାଗ ପାଖକୁ କୌଣସି ଜୀବାଣୁ ଆସୁନାହାନ୍ତି । ଫ୍ଲେମିଙ୍ଗନୀଳ ଦାଗଗୁଡିକୁ ପରୀକ୍ଷା କରି ଜାଣି ପାରିଲେ ଯେ ତାହା ଏକ ପ୍ରକାର ଆଣ୍ଟିସେପଟିକ ଫ୍ଲେମିଙ୍ଗ ଏହାର ନାମ ରଖିଲେ ପେନସିଲିନ । ଅଧିକାଂଶ ଜୀବାଣୁଙ୍କୁ ମାରିଦେବାର କ୍ଷମତା ପେନସିଲିନର ଅଛି ।
ବର୍ଷାପାଗରେ ପାଊଁରୁଟିରେ ଯେଉଁ ନୀଳ ଫିମ୍ଫି ମାଡିଯାଏ ତାହା ପେନସିଲିନ । ମୂଷା ଓ ଠେକୁଆଙ୍କୁ ପେନସିଲିନ ଇଂଜେକସନ ଦେଇ ଫ୍ଲେମିଙ୍ଗ ଲକ୍ଷ କଲେ ଯେ ଏହା ସେମାନଙ୍କର ଶରୀରର କୋଷକୁ ନଷ୍ଟ କରୁନାହିଁ । ଏହାପରେ ତ ପେନସିଲିନକୁ ରୋଗୀଙ୍କ ଉପରେ ପ୍ରୟୋଗ କରିବା କଥା, ମାତ୍ର ଏଥିରେ କିଛି ଅସୁବିଧା ଥାଏ । ଫ୍ଲେମିଙ୍ଗ ଲକ୍ଷ କଲେ ଯେ ପେନସିଲିନର ଜୀବାଣୁ ମାରିବା ଶୀଘ୍ର ଚାଲିଯାଉଛି । ପେନସିଲିନକୁ ଅଧିକ ଶୁଦ୍ଧ ଓ ଗାଢ କରିବାକୁ ସେ ଅନେକ ବିଜ୍ଞାନ ପେନସିଲିନଙ୍କୁ ମଣିଷ ବ୍ୟବହାର ଉପଯୋଗୀ କରିବା ପାଇଁ ଗବେଷଣା କରୁଥାନ୍ତି । ଶେଷରେ ହାୱାର୍ଡ ଫ୍ଲୋରେ ଓ ଇବିଚେନ ନାମକ ଦୁଇଜଣ ଅକସଫୋର୍ଡର ରସାୟନବିଜ୍ଞାନର ଗବେଷକ ଏ କାମରେ ସଫଳ ହେଲେ । ଦ୍ଵିତୀୟ ମହାଯୁଦ୍ଧ ବେଳେ ଖଣ୍ଡିଆ ଖାବରା ହେଉଥିବା ହଜାର ହଜାର ସୈନିକ ପ୍ରାଣ ପେନସିଲିନ ରକ୍ଷା କରିଛି । ବ୍ରୋଙ୍କାଇଟିସ , ମସ୍ତିସ୍କଜ୍ଵର ଓ ଟିଟାନସ ପରି ପ୍ରାଣନାଶକ ବ୍ୟାଧି ପେନସିଲିନର ପ୍ରୟୋଗ ଦ୍ଵାରା ଆରୋଗ୍ୟ ହୋଇଛି । ପେନସିଲିନର ଆବିଷ୍କାରକ ଭାବେ ଫ୍ଲେମିଙ୍ଗଙ୍କ ସହିତ ଫ୍ଲୋରେ ଓ ଚେନଙ୍କୁ ମିଳିତ ଭାବେ ୧୯୪୫ ରେ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି ।
ଆଣ୍ଟିବାୟୋଟିକ ଜୀବାଣୁଙ୍କୁ ମରିଦିଏ ଓ ସେମାନଙ୍କର ବଂଶବୃଦ୍ଧି ରୋକେ । ପେନସିଲିନ ପ୍ରଥମ ବିଶିଷ୍ଟ ଆଣ୍ଟିବାୟୋଟିକ । ଅଶୀରୁ ଊର୍ଦ୍ଦ୍ଵ ଆଣ୍ଟିବାୟୋଟିକ ଆବିଷ୍କୃତ ହୋଇଛି । ସେମାନଙ୍କର ଭିତରୁ ପେନସିଲିନ ଓ ଟେରାମାଇସିଁ ବହୁଳ ଭାବେ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 10/29/2019