অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିସ୍ମୟଜନକ ଏକ୍ସରେର ଆବିଷ୍କାରକ

ଔଲହେଲମ କୋନ୍ ରୋଡ ରଣ୍ଟଗେନ (୧୮୪୫-୧୯୨୩) ପରିଚୟ

ଏକସରେ ପରି ମଣିଷ ପକ୍ଷରେ କଲ୍ୟାଣକର ଆବିଷ୍କାର କମ ଘଟିଛି  । ଏହାର ଆବିଷ୍କାରକ  ରଣ୍ଟଗେନଙ୍କ ଜନ୍ମ ପ୍ରୁସିଆରେ     । ତାଙ୍କର ପିତା ଜଣେ ଜର୍ମାନ କୃଷକ ଓ ମାତା ଜଣେ ଡଚ ମହିଳା   । ପିଲାଦିନେ  ରଣ୍ଟଗେନ ହଲାଣ୍ଡରେ ପାଠ ପାଢୀଥିଲେ   । ପରେ ସୁଇଜରଲ୍ୟାଣ୍ଡର ଜୁରିଚ ବିଶ୍ଵବିଦ୍ୟାଳୟରେ ବିଜ୍ଞାନ ପଢିଲେ   ।

ଜର୍ମାନର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ୍ଜ ରହି ୧୮୮୫ରେ ଉରଜବର୍ଗ ବିଶ୍ଵବିଦ୍ୟାଳୟରେ ପଦାର୍ଥବିଜ୍ଞାନରେ ପ୍ରଫେସର ହୋଇଥାନ୍ତି   । ସେଇବର୍ଷ ଡିସେମ୍ବର ମାସରେ ଏକସରେ ଆବିଷ୍କାର କରି ସେ ୟୁରୋପରେ ଚହଳ ପକାଇଦେଲେ   ।

ଏକସର ଆବିଷ୍କାର

ରଣ୍ଟଗେନଙ୍କ ପୂର୍ବରୁ କ୍ୟାଥଦେ ର ଆବିଷ୍କାର ହୋଇଥାଏ   । ରୁଦ୍ଧ କାଚନାଲି ଭିତରୁ ବାୟୁ ନିଷ୍କାସନ କରିନେଇ କାଚ ନାଲିରେ ଥିବା ପତଳା ବାୟୁ ମଧ୍ୟରେ ବିଦ୍ୟୁତ ତରଙ୍ଗ ପ୍ରବାହିତ କଲେ ବିଦ୍ୟୁତ ଅଗ୍ର କ୍ୟାଥଡରୁ ହଳଦିଆ ସବୁଜ ମିଶା ଏକ ରଶ୍ମି ନିର୍ଗତ ହୁଏ  । ଏ ରଶ୍ମି କିଛି ବର୍ଷ ପୂର୍ବରୁ ଉଇଲିୟମ କ୍ରୁକସ ଆବିଷ୍କାର କରି ଏହାର  ନାମ ରଖିଥାନ୍ତି କ୍ୟାଥୋଡ ରେ  “ଥରେ ଅନ୍ଧାର ଘରେ ରଣ୍ଟଗେନ  କ୍ୟାଥୋଡ ରଶ୍ମିକୁ ନେଇ ପରୀକ୍ଷା କରୁଥିଲେ  । ସେ ଲକ୍ଷ୍ୟ କଲେ ଯେ ଅନ୍ଧାର ଘରକୋଣରେ ଥିବା ବେରିୟମ ପ୍ଲେଟିନୋସାଇଡ ବୋଳା ଖଣ୍ଡେ କାଗଜ ଆଲୋକରେ ଝଲମଲ ହେଉଛି  । କ୍ୟାଥୋଡ ରଶ୍ମି ନିର୍ଗତ ବନ୍ଦ କରିଦେଲେ କାଗଜ ଝଲମଲ ହେବା ବନ୍ଦ    । ଏହାର ବାରମ୍ବାର ପରୀକ୍ଷା କରି ଦେଖି ରଣ୍ଟଗେନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ   । ସେ ଜାଣିଗଲେ ଯେ ବେରିଅମ କାଗଜକୁ କିଛି ଗୋଟିଏ ରଶ୍ମି ଝଲମଲ କରୁଛି  । ରଣ୍ଟଗେନ ସିଦ୍ଧାନ୍ତ କଲେ ଯେ କାଚ ନଳୀରୁ ଏକ ଅଜଣା ରଶ୍ମି ବାହାରି ଆସି ବେରିଅମ କାଗଜ ଉପରେ ପଡୁଛି  । କ୍ୟାଥୋଡ ରଶ୍ମି କାଚନଳୀକୁ ଅନ୍ଧାରିଆ ରଖିବା ପାଇଁ ତାକୁ ବନ୍ଦ କାର୍ଡବୋଡ ବାକ୍ସରେ ରଖାଯାଇଛି   । ତାକୁ ମଧ୍ୟ ଏହି ଅଜଣା ରଶ୍ମି ଭେଦି ପାରୁଛି   ! କୌତୁହଳ ସମ୍ଭାଳି ନ ପରି ରଣ୍ଟଗେନ ବେରିଅମ କାଗଜକୁ ପାଖ ଘରକୁ ନେଇଗଲେ   । ତାପରେ କ୍ୟାଥୋଡ ରଶ୍ମି ନିର୍ଗମନ ଚାଲୁ କରି ଦେଖିଲେ ବେରିଅମ କାଗଜ ପୂର୍ବପରି ଝଲମଲ ହେଉଛି   । ଏହାର ଅର୍ଥ ଏହି ଅଜଣା ରଶ୍ମି କାନ୍ଥକୁ ଭେଦ କରି ପାଖ ଘର ଭିତରକୁ ଆସି ପାରୁଛି  ।  ଏହାର ଶକ୍ତି ତ କମ ନୁହେଁ   ।  ରଣ୍ଟଗେନ  ଏହି ଅଜଣା ରଶ୍ମିର ନାମ ରଖିଲେ ଏକସରେ   । ଇଂରାଜୀରେ ଅଜଣା ସଂଖ୍ୟା ବା ବସ୍ତୁକୁ ଏକସ କୁହାଯାଏ   ।

ରଣ୍ଟଗେନଙ୍କ ଆବିଷ୍କାର ବିଜ୍ଞାନ ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଲା   । ଚିକିତ୍ସାଜଗତ ଖୁବ ଶୀଘ୍ର ଏହାର ବ୍ୟବହାର କଲା  । ରଣ୍ଟଗେନ  ପରୀକ୍ଷା କରି ଦେଖିଲେ ଯେ ଏକସରେ ମଣିଷର ମାଂସ ଭେଦିଯାଉଛି  କିନ୍ତୁ ହାଡ ପାଖରେ ଅଟକୁଛି   । ଯଦି ମଣିଷ ହାତ ତଳେ ଗୋଟିଏ ଫଟୋଗ୍ରାଫିକ ପ୍ଳେଟ ରଖି ଏକସରେ ପାତ କରାଯାଏ ତେବେ ଆଙ୍ଗୁଠି ମାନଙ୍କର ହାଡର ଚିତ୍ର ଉଠିଯିବ   ।  ମାଢିକୁ ଭେଦି ଦାନ୍ତମୂଳକ ଫଟୋ ଏକସରେ ଦ୍ଵାରା ଉଠିପାରିବ   । ଦାନ୍ତ କେତେ କ୍ଷୟ ହେଲାଣି ଓ ଉପଡିବା ଆବଶ୍ୟକ କି ନା ସେ ବିଷୟ ଦାନ୍ତମୂଳର ଏକସରେ ଫଟୋରୁ ଦାନ୍ତ ଡାକ୍ତର ଜାଣି ପାରନ୍ତି   । ଆମେରିକାରେ ରଣ୍ଟଗେନ ଙ୍କର ବିସ୍ମୟ ରଶ୍ମି ଆବିଷ୍କାରର ମାତ୍ର ଚାରିଦିନ ପରେ ଗୋଟିଏ ଲୋକଙ୍କ ଗୋଡରେ ବାଜିଥିବା ଗୁଳିକୁ ଏକସରେ ଫଟୋ ଦ୍ଵାରା ଚିହ୍ନଟ  କରାଯାଇ ତାକୁ କାଢି ଦିଆଗଲା   । ଏକସର ଆବିଷ୍କାର ହେବାର ତିନିମାସ ପରେ ଏଡି ନାମକ ବାଳକର ଭଙ୍ଗାହାଡର ଫଟୋ ଉଠାଯାଇ ତାକୁ ଜୋଖିଜ ଦିଆଗଲା ଓ ପିଲାଟି ଭଲ ହେଲା  । ଏକସରେ ସାହାଯ୍ୟରେ ଆରୋଗ୍ୟ ହେବାରେ ଏଡି ହେଉଛି ପୃଥିବୀର ପ୍ରଥମ ମଣିଷ   । ଆଜି ପ୍ରତିଦିନ ପୃଥିବୀର ଲକ୍ଷ ଲକ୍ଷ ମଣିଷଙ୍କର ଭଙ୍ଗା ହାଡର ଏକସରେ ଫଟୋ ଉଠାଯାଇ ସେମାନଙ୍କର ଚିକିତ୍ସା ହେଉଛି ।

ପୁରସ୍କାର

ଗାଳିଲିଓଙ୍କ ଠାରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ବିପ୍ଲବ ଆରମ୍ଭ ହୋଇଗଲା   । ପରମାଣୁ ଉପରେ ନୂତନ ଆଲୋକପାଟ କରିବାଫଳରେ ଏକସରେ ଆବିଷ୍କାର ଦିନ ପଦାର୍ଥ ବିଜ୍ଞାନର ଦ୍ଵିତୀୟ ବିପ୍ଲବ ଆରମ୍ଭ ହୋଇଛି   ।  ୧୯୦୧ରୁ ନୋବେଲ ପୁରସ୍କାରର ଆରମ୍ଭ  । ପଦାର୍ଥ ବିଜ୍ଞାନରେ ପ୍ରଥମ ନୋବେଲ ପୁରସ୍କାର ରଣ୍ଟଗେନ ଙ୍କୁ ମିଳିଛି   ।

ରଣ୍ଟଗେନ ଙ୍କ ଆବିଷ୍କାର କେବଳ ଚିକିତ୍ସାବିଜ୍ଞାନରେ ନୂତନ ଦ୍ଵାର ଖୋଲି ନ ଥିଲା, ପରମାଣୁ ଗଠନ ନେଇ ନାନା ଚିନ୍ତା ଖେଳିଗଲା    । ପରମାଣୁ ଅବିଭାଜ୍ୟ –ଏଥିରେ ରଣ୍ଟଗେନଙ୍କର ପୂର୍ଣ୍ଣ ବିଶ୍ଵାସ ଥିଲା , ମାତ୍ର ତାଙ୍କ ପରେ ପରେ ପରମାଣୁ ଅନେକ କ୍ଷୁଦ୍ରତର କଣିବାକୁ ନେଇ ଗଠିତ ବୋଲି ବିଜ୍ଞାନୀମାନେ ଆବିଷ୍କାର କଲେ ।

ଏକସରେ ଭଙ୍ଗାହାଡ ଚିହ୍ନଟ କରେ   । କ୍ୟାନସର ଘାଆକୁ ପୋଡେ   ।  ୧୯୭୦ ପରଠାରୁ computerized Axial Tomography Scanner ବା CAT  ସାହାଯ୍ୟରେ ଜଣେ ରୋଗୀର ବିଭିନ୍ନ ଦିଗରୁ ସଂପୂର୍ଣ୍ଣ ଶରୀରର ଏକସରେ ଚିତ୍ର ଦେଖିବା ସମ୍ଭବ ହୋଇଛି  । ଫଳରେ ରୋଗୀର ଠିକ କେଉଁଠି ଟ୍ୟୁମର ହୋଇଛି ବା ରକ୍ତ ଜମାଟ ବାନ୍ଧିଛି ତାହା ଧରାପଡୁଛି ଓ ଅପରେସନ କରିବାରେ ସୁବିଧା ହେଉଛି  ।

CAT ର ଆବିଷ୍କାରକ ଆଲାନ କରମାକ ଓ ଗଡଫ୍ରେ ହାଉସଫୁଲଡଙ୍କୁ ମିଳିତ ଭାବେ ୧୯୮୧ ରେ ଚିକିତ୍ସାବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଛି   ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate