ଆର୍କମେଡିସ ପ୍ରାଚୀନ ପୃଥିବୀର ସର୍ବମହାନ ବିଜ୍ଞାନୀ ଭାବେ ସମ୍ମାନ ପାଆନ୍ତି । ଏହାର କାରଣ ସେ କାଳରେ ମଧ୍ୟ ସେ ବୈଜ୍ଞାନିକ ପ୍ରଣାଳୀରେ ବ୍ୟବହାର କରିଥିଲେ । ଯୁଦ୍ଧବେଳେ ତାଙ୍କ ଜ୍ଞାନର ପ୍ରୟୋଗ କରି ଶତ୍ରୁଙ୍କୁ ଘଉଡେଇ ଡେଇ ପାରୁଥିଲେ । ଏହି କାରଣରୁ ନଗରର ରାଜାଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକମାନେ ଆର୍କମେଡିସଙ୍କୁ ସମ୍ମାନ କରୁଥିଲେ ।
ଆର୍କମେଡିସ ଥିଲେ ପ୍ରାଚୀନ ଯୁଗର ସମୃଦ୍ଧ ଗ୍ରୀକ ସଭ୍ୟତାର ସନ୍ତାନ । ଖ୍ରୀ.ପୂ୨୮୭ରେ ଗ୍ରୀକ ନଗର ସିସିଲିର ସିରାକ୍ୟୁଜ ଠାରେ ସେ ଜନ୍ମଗ୍ରହଣ କରିଥିଲେ । ସେଠାରେ ରାଜାଙ୍କର ବଣିଆ ତାଙ୍କ ପାଇଁ ଗୋଟିଏ ସୁନାର ମୁକୁଟ ତିଆରି କଲେ । ମୁକୁଟଟି ଖୁବ ସୁନ୍ଦର ହୋଇଥାଏ । ତାକୁ ଦେଖି ରାଜା ସନ୍ତୁଷ୍ଟ ହେଲେ । ମାତ୍ର ମନ୍ତ୍ରୀଙ୍କର ସନ୍ଦେହ ହେଲା ଯେ ବଣିଆ ମୁକୁଟରେ ଖାଦ ମିଶାଇ କିଛି ସୁନା ମାରିଦେଇଛି । ବଣିଆ ଯଦି ଏପରି ନିମକହାରାମୀ କରିଥାଏ ଓ ତାକୁ ଦଣ୍ଡ ମିଳିବା ଉଚିତ । ମାତ୍ର ଖାଦ ମିଶିଛି କି ନାହିଁ ଜାଣିବା ପାଇଁ ମୁକୁଟକୁ ଭାଙ୍ଗି ସୁନା ପରୀକ୍ଷା କରିବାକୁ ହେବ । ଏତେ ସୁନ୍ଦର ମୁକୁଟର କୌଣସି ଅଂଶ ଭାଙ୍ଗିବା ପାଇଁ ରାଜା ଆଦୌ ପ୍ରସ୍ତୁତି ନଥିଲା । ମୁକୁଟନ ଭାଙ୍ଗି ତାକୁ ଖାଣ୍ଟି ସୁନାରେ ନିର୍ମିତ କି ନା କିପରି ଜଣାପଡିବ ? ଏ ସମସ୍ୟା ସମାଧାନ ପାଇଁ ଆର୍କମେଡିସଙ୍କୁ ଡକାଗଲା ।
ଆର୍କମେଡିସ ସବୁ ଶୁଣିଲେ । ମାତ୍ର ସଙ୍ଗେ ସଙ୍ଗେ ତାଙ୍କୁ କିଛି ବୃଦ୍ଧି ଜୁଟିଲା ନାହିଁ । ଘରକୁ ଫେରି ଆର୍କମେଡିସ ଯେତେ ଚିନ୍ତା କଲେ, କିଛି ସମାଧାନ ପନ୍ଥା ମିଳୁନଥାଏ । ଦିନେ ସେ ଗାଧୋଇବାକୁ ଯାଇଥାନ୍ତି । ଅନ୍ୟମନସ୍କ ଭାବେ ପାଣି ଭର୍ତ୍ତି ହୋଇଥିବା ଗାଧୁଆକୁଣ୍ଡରେ ଗୋଡ ବୁଡେଇ ଦେଖିଲେ କୁଣ୍ଡରୁ କିଛି ପାଣି ବୋହି ଯାଉଛି । ସେ କୁଣ୍ଡ ଭିତରେ ଯେତେ ଅଧିକ ପଶିଲେ ସେତେ ଅଧିକ ପାଣି ନିଗିଡି ଗଲା । କୁଣ୍ଡ ଭିତରେ ପଶିବା ପରେ ତାଙ୍କ ବିଚକ୍ଷଣ ବୁଦ୍ଧିକୁ ଢୁକିଲା – ତାଙ୍କ ଶରୀରର ଆୟତନ ଯେତିକି , ସେତିକି ପାଣି କୁଣ୍ଡରୁ ବାହାରିଗଲା ।
ଆର୍କମେଡିସ ବୁଝିପାରିଲେ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ତାହା ପରୀକ୍ଷା କରିବାର ବାଟ ତାଙ୍କୁ ମିଳିଯାଇଛି । ସେ ଏତେ ଉତ୍ତେଜିତ ହୋଇପଡିଲେ ଯେ ଗାଧୁଆକୁଣ୍ଡରୁ ବାହାରି “ ଯୁରେକା, ଯୁରେକା ଚିତ୍କାର କରି ରସତ୍ରାରେ ଦୌଡିଲେ । ଗ୍ରୀକ ଭାଷାରେ “ ଯୁରେକା ର ଅର୍ଥ ପାଇଛି । ନିଜ ଆବିଷ୍କାରରେ ଆର୍କମେଡିସ ଏପରି ଭୋଳ ହୋଇଗଲେ ଯେ ସଂପୂର୍ଣ୍ଣ ଳଙ୍ଗଳା ହୋଇ ସେ ରାସ୍ତାରେ ଦୌଡୁଛନ୍ତି ବୋଲି ଭୁଲିଗଲେ । ଏଅବସ୍ଥାରେ ତାଙ୍କୁ ଦେଖୁଥିବା ଲୋକମାନେ ଭାବିଲେ ଆର୍କମେଡିସ ପାଗଳ ହୋଇଯାଇଛନ୍ତି । ଏହି ମହାନ ଆବିଷ୍କାରଙ୍କ ବିଜ୍ଞାନୀ ଆନନ୍ଦରେ ଆତ୍ମହରା ହୋଇ ସବୁ ଭୁଲିଯାଏ । ରାସ୍ତାରେ ଳଙ୍ଗଳା ହୋଇ ଦୌଡିବା ଘଟନା ଏ ଯାଏ ସାରା ପୃଥିବୀର ଲୋକଙ୍କୁ ସେ କଥା ମାନେ ପକାଇ ଦେଉଛି । ଏହା ଭିତରେ ପ୍ରାୟ ତେଇଶି ଶହ ବର୍ଷ ବିତିଗଲାଣି ।
ଆର୍କମେଡିସ ଜାଣିଥିଲେ , ସୁନା ହେଛି ସବୁଠାରୁ ସାନ୍ଦ୍ର ପଦାର୍ଥ । ଏକ କିଲୋ ସୁନାର ଆୟତନ ଏକ କିଲୋ ରୂପରେ ଆୟତନ ଠାରୁ କମ । ରାଜାଙ୍କ ପାଖକୁ ଯାଇ ଆର୍କମେଡିସ ମୁକୁଟ ଓଜନ ସହିତ ସମାନ ଓଜନର ସୁନା ଓ ରୂପାମଗାଗଲା । ପ୍ରଥମେ ଗୋଟିଏ ଭର୍ତ୍ତି ପାତ୍ରରେ ସୁନାକୁ ପାଣିରେ ବୁଡାଇ ସେତିକି ପାଣି ନିଗିଡି ଗଲା ମାପିଲେ । ତାପରେ ପାତ୍ରକୁ ପୁଣି ଜଳପୂର୍ଣ୍ଣ କରି ସେଥିରେ ମୁକୁଟ ବୁଡାଇଲେ । ଦେଖାଗଲା ମୁକୁଟ ଅଧିକ ଜଳ ଅପସାରିତ କଲା । ଯଦି ମୁକୁଟ ଖାଣ୍ଟି ସୁନାରେ ତିଆରି ହୋଇଥାଆନ୍ତା , ତେବେ ମୁକୁଟ ଓ ସୁନାମୁଣ୍ଡା ସମାନ ପରିମାଣର ଜଳ ଅପସାରିତ କରିଥାନ୍ତା । ଏହା ପରେ ପୁଣି ପାତ୍ରକୁ ଜଳପୂର୍ଣ୍ଣ କରି ସେଥିରେ ରୂପାମୁଣ୍ଡା ବୁଡାଇଲେ । ରୂପା ମୁଣ୍ଡା ପାତ୍ରରୁ ମୁକୁଟ ଅପେକ୍ଷା ଅଧିକ ଜଳ ବାହାର କରିଦେଲା । ଏହାର ତାତ୍ପର୍ଯ୍ୟ , ମୁକୁଟ ସୁନା ଓ ରୂପା ମିଶିକାରୀ ଅଛି । ମୁକୁଟର ସାନ୍ଦ୍ରତା ସୁନା ଠାରୁ କମ ଓ ରୂପା ଠାରୁ ଅଧିକ । ଆର୍କମେଡିସଙ୍କ ପରୀକ୍ଷାରେ ସନ୍ତୁଷ୍ଟ ହୋଇ ରାଜା ବଣିଆକୁ ଜେଲ ପଠାଇଦେଲେ ଆର୍କମେଡିସଙ୍କୁ ପ୍ରଚୁର ସୁନା ଉଫାର ହେବାକୁ ଚାହିଁଲେ । ମାତ୍ର ଆର୍କମେଡିସ ନମ୍ରତାର ସହିତ ତାହା ଗ୍ରହଣ ନ କରି କହିଲେ “ ମୁଁ ଯେଉଁ ଅମୂଲ୍ୟ ଜ୍ଞାନର ସନ୍ଧାନ ପାଇଲି ତା ତୁଳନାରେ ସୁନାର ମୂଲ୍ୟ ତୁଚ୍ଛ । ବାସ୍ତବିକ ଜେନ ସୁନାଚୋରକୁ ଧରିବାକୁ ଯାଇ ଆର୍କମେଡିସ ଯେଉଁ ମହାନ ବିଜ୍ଞାନିକ ତଥ୍ୟର ସନ୍ଧାନ ପାଇଲେ ତାହା ତାଙ୍କୁ ମାନବ ଇତିହାସରେ ଚିରଞ୍ଜିବୀ କରି ରଖିବ ।
ବସ୍ତୁମାନଙ୍କର ସାନ୍ଦ୍ରତା ଅସମାନ ବୋଲି ଜଣାଥିଲା । ଗୋଟିଏ ବସ୍ତୁର ସାନ୍ଦ୍ରତା ବସ୍ତୁଟିଏ ଜଳରେ ବୁଡାଇଲେ ତାହା ଯେତିକି ପରିମାଣର ଜଳ ଅପସାରିତ କରେ ତାକୁ ନିଖୁଣ ଭାବେ ମାପିବାର ଉପାୟ ଆର୍କମେଡିସ ନିର୍ଣ୍ଣୀୟ କରିଦେଲେ । ଏହା ବ୍ୟତୀତ ସରଳ ଭାରଦଣ୍ଡ ତତ୍ତ୍ଵର ଆବିଷ୍କାର ତାଙ୍କର ଅନ୍ୟତମ ମହାନ ଆବିଷ୍କାର । ଗୋଟିଏ ପଥରକୁ ଜଣେ ହାତରେ ଠେଲି ଘୁଞ୍ଚାଇ ପାରେନା । ମାତ୍ର ବାଡିରେ ଠେସା ଡେଇ ସହଜରେ ଗଡେଇ ଦେଇପାରେ । ସରଳ ଭାରଦଣ୍ଡର ନିୟମ ସେ ପ୍ରଣୟନ କଲେ । କମ ବଳ ପ୍ରୟୋଗ କରି ପୁଲି ଦ୍ଵାରା ଅଧିକ ଓଜନ ଉଠାଇବାର କୌଶଳ ଆବିଷ୍କାର କରିବା ତାଙ୍କରି କୃତିତ୍ଵ । ସମୁଦ୍ର କୂଳରେ ଗୋଟିଏ ଜାହାଜ ଥାଏ । ଜାହାଜକୁ ଶକ୍ତ ଦଉଡିରେ ବାନ୍ଧି ଦଉଡିକୁ ଅନେକଗୁଡିଏ ପୁଳି ମଧ୍ୟରେ ଗୁଡାଇ ରଖାଗଲା । ଶେଷ ପୁଲିରେ ଝୁଲୁଥିବା ଦଉଡିକୁ ଆର୍କମେଡିସଏନକେ କଥା ଅନୁସାରେ ଟାଣି ଯାହା ଦେଖିଲେ ସେଥିରେ ସେ ସ୍ତମ୍ଭୀଭୁତ ହୋଇଗଲେ । ରାଜା ଦେଖିଲେ , ଏତେ ବଡ ଜାହାଜତା ଜଳପୃଷ୍ଠ ଛାଡି ଉପରକୁ ଉଠୁଛି ।
ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂକୁ ସମୃଦ୍ଧ କରିବା ବ୍ୟତୀତ ଆର୍କମେଡିସ ଥିଲେ ଜଣେ ମହାନ ଗଣିତଜ୍ଞ । ବକ୍ରଙ୍କର ଦୈଘ୍ୟ ଏବଂ ଗୋଲକ ଓ ଶଙ୍କୁ ପରି ଘନଙ୍କର ଘନଫଳ ମାପିବା ପାଇଁ ସୂତ୍ରସବୁ ଆବିଷ୍କାର କରିଥିଲେ । ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ସବୁ ବୃତ୍ତ ପାଇଁ ସ୍ଥିରାଙ୍କ । ଏହି କଥା ଆବିଷ୍କାର କରି ସେ ପରିଧି ଓ ବ୍ୟାସ ଅନୁପାତକୁ ଗ୍ରୀକ ଅକ୍ଷର (ପାଇ) ଚିହ୍ନଟ କରିଥିଲେ । (ପାଇ) ର ମୂଲ୍ୟ 22/7 ପାଖାପାଖି ବୋଲି ନିରୂପଣ କରିଥିବା ତାଙ୍କରି କୃତିତ୍ଵ । ଏଆବିଷ୍କାରର ମୂଲ୍ୟ ଅକଳନୀୟ ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 6/19/2020