ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବିଶ୍ଵାସର ପ୍ରତୀକ – ରେଡ଼କ୍ରସ
ସେଆର କରନ୍ତୁ

ବିଶ୍ଵାସର ପ୍ରତୀକ – ରେଡ଼କ୍ରସ

ବିଶ୍ଵାସର ପ୍ରତୀକ – ରେଡ଼କ୍ରସ ବିଷୟରେ ସୂଚନା ।

ରେଡ଼କ୍ରସ

ସଦାମ ଉପନ୍ୟାସ ଲେଖୁଛନ୍ତି । ତାଙ୍କ ଉପନ୍ୟାସରେ ଯିଏ ନାୟକ, ତାଙ୍କ ନାମ ସଲିମ୍ । ଦୀର୍ଘକାୟ ଚେହେରା, ଘନ କେଶରାଶି, ମୋଟା ନିଶ । ମୋଟାମୋଟି ଭାବରେ ଆକର୍ଷଣୀୟ ବ୍ୟକ୍ତିତ୍ଵ । ଆଖି ଚାହାଣୀରେ ଆଦେଶ ଦେଇପାରୁଥିବା ଏହି ନାୟକଙ୍କର ଯିଏ ସ୍ରଷ୍ଟା, ସିଏ ଆଜି ନିଜ ଦେଶର ମାଟିରେ ବଳି - ଏକ ନିଭୃତ କୋଠରୀରେ । କିଛି ଦିନ ତଳେ ଯାହାର ମୁଖ ନିତି ବାଣୀ ଥିଲା ଅକାଟ୍ୟ ଆଇନ୍, ଯାହାର ଆଦେଶକୁ କାର୍ଯ୍ୟକାରୀ କରିବାକୁ ଅଧସ୍ତନମାନଙ୍କ ମଧ୍ୟରେ ହେଉଥିଲା ପ୍ରତିଯୋଗିତା – ସେ ଆଜି ନିର୍ବାସିତ । ଭାବନା ରୂପାନ୍ତରିତ ହେଉଛି ଉପନ୍ୟାସରେ ସଭାମ ହୁସେନଙ୍କ ସଂପର୍କରେ ଏହି ଖବରଟି ବାହାରିଥିଲା ଦୈନିକ ଧରିତ୍ରୀରେ – ମଇ ତିନି ତାରିଖ ଦିନ । ଯାହା ଜଣାଗଲା ଏହି ଖବରଟି ଲୋକଲୋଚନକୁ ଆଣି ପାରିଛନ୍ତି ରେଡ଼କ୍ରସର ପ୍ରତିନିଧୁଗଣ, ଯେଉଁମାନେ କି ଭେଟି ଥିଲେ ସଦ୍ଦାମଙ୍କୁ ତାଙ୍କ ପାଇଁ ଟଣା ଯାଇଥିବା ଲକ୍ଷ୍ମଣ ରେଖା ଭିତରେ । କେତେକଙ୍କ ପାଇଁ ଖବରଟି ଥିଲା ଆଶ୍ଵସ୍ତିକର ।

ଯାହା ହେଉ କାହା ଦ୍ଵାରା ହୁଏନି, ତାହା କରନ୍ତି ରେଡ଼କ୍ରସ୍‌ ସ୍ୱେଚ୍ଛାସେବକମାନେ ନିଷିଦ୍ଧାଞ୍ଚଳ ଭିତରକୁ ପ୍ରବେଶ କରିପାରନ୍ତି ସେମାନେ କିଛି ମହତ୍ଵ ଉଦ୍ଦେଶ୍ୟ ନେଇ । ସେମାନଙ୍କ ପାଇଁ ଶତ୍ରୁ-ମିତ୍ର ବାଛବିଚାର କିଛି ନାହିଁ । ଯେତେ ବେଳେ ସମସ୍ତେ ଆହତ, ଯେତେବେଳେ ଆକାଶ ଭରିଯାଏ ବେଦନାରେ, ସେତେବେଳେ ସମସ୍ତେ ଖୋଜନ୍ତି ଜଣେ ପ୍ରିୟଜନର ଉପସ୍ଥିତି, ଆଉ ଆହା ପଦଟିଏ । ଆଉ ଏହି ଭାବୋଚ୍ଛାସ ଭିତରୁ ହିଁ ରେଡ଼କ୍ରସର ସୃଷ୍ଟି । ପ୍ରକୃତିକୃତ ହେଉ ବା ମଣିଷକୃତ ହେଉ - ବିପର୍ଯ୍ୟସ୍ତ କବଳରୁ କାହାର ନିସ୍ତାର ନାହିଁ । ଜାତି, ଧର୍ମ, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ଶିକାର ହୁଅନ୍ତି ଏ ଭୟାନକ ପରିସ୍ଥିତିରେ । ଆଉ ସେତିକିବେଳେ ସହାୟତାର କୋମଳହାତ ଲମି ଆସେ ରେଡ଼କ୍ରସ ସଂସ୍ଥାରୁ । ଏହି ଶବ୍ଦର ନାମ ଉଚ୍ଚାରଣ ମାତ୍ରେ କାହିଁକି କେଜାଣି ସୃଷ୍ଟି ହୁଏ ଏକ ଆତ୍ମପ୍ରତ୍ୟୟ ।

ଏହି ସଂସ୍ଥାର ଯିଏ ସ୍ରଷ୍ଟା, ଏହି ପ୍ରତୀକର ଯିଏ ଜନକ, ସେ ଥିଲେ ହେନେରୀ ଡୁନାଣ୍ଟ, ସ୍ଵିଜରଲ୍ୟାଣ୍ଡର ଜଣେ ବ୍ୟବସାୟୀ ଜନ୍ମ ୧୯୨୮ ମସିହାରେ । ୩୧ ବର୍ଷ ବୟସରେ ବ୍ୟବସାୟ କାର୍ଯ୍ୟରେ । ଇଟାଲୀ ଯାଇଥିବାବେଳେ, ଜୁନ୍‌ ୨୪ ତାରିଖର ସଲଫେରିନୋ ଯୁଦ୍ଧ ତାଙ୍କ ଜୀବନରେ ଏକ ବିରାଟ ପରି ବର୍ଭନ ଆଣିଥିଲା, ଠିକ୍ ଯେମିତି ପରିବର୍ତ୍ତନ ଆଣିଥିଲା କଳିଙ୍ଗ ଯୁଦ୍ଧ ଚଣ୍ଡାଶୋକଙ୍କ ମନରେ ସଲଫେରିନୋର ୧୪ ଘଣ୍ଟିଆ ଯୁଦ୍ଧରେ ମଲେ ୪୦ ହଜାର, ଆହତ ହେଲେ ଆହୁରି ଅନେକ । ଯୁଦ୍ଧକ୍ଷେତ୍ରରେ ଆହତ ସୈନିକ ମାନଙ୍କ ଆଉଁ ଚିତ୍କାର ଥିଲା ସାମାନ୍ୟ ପାଣି ଟିକିଏ ପାଇଁ, ସେମାନଙ୍କର ଚିକିତ୍ସା ପାଇଁ । କିଛି ସମଭାବାପନ୍ନ ଯୁବକଙ୍କୁ ଯୋଗାଡ଼କରି ଏହି ୩୧ ବର୍ଷୀୟ ବ୍ୟକ୍ତି ଜଣକ ଲାଗିପଡ଼ିଲେ ନରନାରାୟଣଙ୍କ ସେବାରେ । ତାଙ୍କର । ଆଦର୍ଶ ହୋଇଗଲା ‘କାମୟେ ଦୁଃଖ ତତ୍ପାନୀ, ପ୍ରାଣୀନ୍ୟ ଆଉଁ ନାଶନମ୍ । ସେଇଦିନଠାରୁ ଏହି ସଂସ୍ଥାର ସୃଷ୍ଟି, ଆଉ ପ୍ରତୀକର ମଧ୍ୟ । ସ୍ଵିଜରଲ୍ୟାଣ୍ଡର ଜାତୀୟ ପତାକା ଥିଲା, ନାଲି ପୃଷ୍ଠଭୂମିରେ ଧଳାଛକି ।  ଏଠି ଖାଲି ରଙ୍ଗ ବଦଳି ଗଲା । ଧଳା ପୃଷ୍ଠଭୂମିରେ ନାଲିଛକି ହେଲା । ରେଡ଼କ୍ରସ, ଆଜିର ବିଶ୍ଵରେ ସର୍ବକାଳୀନ ଶ୍ରେଷ୍ଠ ମାନବବାଦୀ ସଂଗଠନ, । ଯାହାର କି ୧୭୯ଟି ରାଷ୍ଟ୍ରରେ ଜାତୀୟ ଶାଖାମାନ ଅଛି । ସମୟର ସ୍ରୋତରେ କେତେକ ମୁସଲମାନ ରାଷ୍ଟ୍ରରେ ଏହା ରେଡ଼କ୍ରସ ପରିବର୍ତ୍ତେ । ରେଡ଼କ୍ରିସେଣ୍ଟ (ଲାଲ୍ ବଙ୍କିମଚନ୍ଦ୍ର) ରୂପେ କାର୍ଯ୍ୟକରି ଆସୁଅଛି । ଲକ୍ଷ୍ୟ । ଗୋଟିଏ - ମାନବ ସେବା ହିଁ ମାଧବ ସେବା । ସେଇଥି ପାଇଁ ଶ୍ରୀମଦ୍ ଭଗବତ ଗୀତାର ପଞ୍ଚଦ ଶାଧାୟ ରେ ଉଲ୍ଲେଖ ଅଛି ‘ମନୈନ୍ୟଶୋ ଜୀବଲୋକେ ଜୀବଭୂତଃ ସନାତନଃ ।

ବିଶ୍ଵ ରେଡ଼କ୍ରସ ଦିବସ

ହେନେରୀଙ୍କ ଜନ୍ମ ଦିବସ ମଇ ଆଠ ତାରିଖରେ ସମଗ୍ର ବିଶ୍ୱରେ ପାଳନ ହୁଏ ବିଶ୍ଵ ରେଡ଼କ୍ରସ ଦିବସ । ସେଇ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଗୋଟିଏ ଥିମ୍ ଉପରେ ଗୁରୁତ୍ଵ ଦିଆଯାଏ ।  ଚଳିତବର୍ଷ ପାଇଁ ବାର୍ଭା ହେଲା ‘Stop Discrimination? ଯାହାକୁ କି କୁହାଯାଇପାରିବ ବାଛବିଚାର ବନ୍ଦକର, ଭେଦଭାବ । ବନ୍ଦକର । ଗତବର୍ଷର ଥିମ୍ ବା ଆହ୍ମାନ ଥିଲା, Truth About  Aids-pass it on’ ଅର୍ଥାତ୍, ଏ ବିଷୟରେ ସତକଥା - ସମସ୍ତଙ୍କୁ କହି ଦିଅନ୍ତୁ । ତା’ ପୂର୍ବବର୍ଷର ଥିମ୍ ବା ପ୍ରସଙ୍ଗ ଥିଲା, 'Stop misuse of Red-Cross Emblem? ଅର୍ଥାତ୍, ରେଡ଼କ୍ରସ ପ୍ରତୀକର ଅପବ୍ୟବହାର ବନ୍ଦ କର ।

ଦିବସ ପାଳନ ହୁଏ ବହୁତ ଜାକଜମକରେ । କିଛି ଦିନ ପୂର୍ବରୁ ପ୍ରସ୍ତୁତି । ଆଉ ତା’ପରେ ସ୍ୱର୍ଗଦ୍ୱାରଠାରେ ଶବସତ୍କାର କଲାବେଳର । ବୈରାଗ୍ୟ ସାଗର ସ୍କାନ ବେଳେ ଧୋଇଗଲା ପରି ଏ ମନୋଭାବ । କୁଆଡ଼େ ଉଭେଇ ଯାଏ । କିନ୍ତୁ ରେଡ଼କ୍ରସ ସଂସ୍ଥାରେ ଏ କଥା ଟିକିଏ । ନି ଆରା ସାଧାରଣତ ଏଠାରେ କର୍ମୀମାନେ ଟିକିଏ ଭିନ୍ନ । ମାନସିକତାର ଅସାମାନ୍ୟ ମାଦକତା ବହନ କରୁଥିବା ଚିହ୍ନଟିଏ ପୋଷାକରେ ଲଗାଇ ଦେଲେ ମନୋଭାବ ବଦଳିଯାଏ । ସେମାନଙ୍କର ଖୁଆପିଆ ଭୁଲିଯାଇ ଲାଗି ଯାଆନ୍ତି ସେମାନେ ନିଃସ୍ୱାର୍ଥପର କାର୍ଯ୍ୟରେ ୨୦୦୨ ବିଶ୍ଵ ରେଡ଼କ୍ରସ ଦିବସ ପୂର୍ବରୁ ଯେତେବେଳେ ସେ ବର୍ଷର ପ୍ରସଙ୍ଗ ଜଣାପଡ଼ିଲା, ଜାଣିବା ଶୁଣିବା ଲୋକ ଆଶ୍ଚର୍ଯ୍ୟ ହେଲେ ।  ତାହା ଥିଲା ରେଡ଼କ୍ରସ ପ୍ରତୀକର ଅପବ୍ୟବହାର ସଂପର୍କରେ । ସେତେବେଳ ପର୍ଯ୍ୟନ୍ତ ପ୍ରାୟ ଲୋକମାନେ ଜାଣିଥିଲେ ଯେ, ରେଡ଼କ୍ରସ ଚିହ୍ନଟି ଡାକ୍ତରମାନଙ୍କ ପାଇଁ, ଔଷଧ ଦୋକାନ ପାଇଁ ଓ ଆମ୍ବୁଲାନ୍ସ ପାଇଁ ଉଦ୍ଦିଷ୍ଟ, କିନ୍ତୁ ରେଡ଼କ୍ରସ ତରଫରୁ ବଣ୍ଟନ କରାଯାଇଥିବା ପ୍ରଚାରପତ୍ରରୁ ଯାହା ଜଣାଗଲା, ଏହି ଚିହ୍ନ ବ୍ୟବହାର କରିବା ପାଇଁ ଉପରୋକ୍ତ ତିନିବର୍ଷ କେହି ହକ୍‌ଦାର ନୁହଁନ୍ତି । ସେମାନଙ୍କର ଅଲଗା ଅଲଗା ପ୍ରତୀକ ଅଛି । ରେଡ଼କ୍ରସ ଚିହ୍ନ ଦୁର୍ଗତମାନଙ୍କ ପାଇଁ ନିଃଶୁଳ୍କ ସେବା ପ୍ରଦାନ କରିବାବେଳେ, ରେଡ଼କ୍ରସ ପାଇଁ ପାଣ୍ଠି ସଂଗ୍ରହ । ଉଦ୍ଦେଶ୍ୟରେ, ସୂଚନାତ୍ମକ ଓ ସୁରକ୍ଷାତ୍ମକ ଭାବରେ ତଥା ଅନୁରୂପ କେତେକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହି ବିଚାରରେ । ରେଡ଼କ୍ରସ ବାହିନୀଙ୍କ ଉଦ୍ୟମ ଫଳରେ କେତେକ ଚିକିତ୍ସାଳୟରେ । (ଉଦାହରଣ : ବଡ଼ ଡାକ୍ତରଖାନା, ପୁରୀ) ଓ କେତେକ ଆମ୍ବୁଲାନ୍ସରେ । ସଠିକ୍ ସଂକେତ ବ୍ୟବହାର କରାଯାଉଅଛି । ଏପରିକି କେତେକ । ସଚେତନ ଔଷଧ ଦୋକାନୀ ସେମାନଙ୍କ ରସିରେ ନାଲିଛକି ପରିବର୍ତ୍ତେ । ନେଳିଛକି ବ୍ୟବହାର କଲେଣି । ଗାଡ଼ିରେ ନାଲିବତୀର ଅପବ୍ୟବହାର ପରି ରେଡ଼କ୍ରସ ପ୍ରତୀକର ଅପବ୍ୟବହାର ସଂପୂର୍ଣ୍ଣ ବନ୍ଦ ନହେଲେ ମଧ୍ୟ ସେଥିପାଇଁ ସଚେତନତା ଜାଗ୍ରତ ହେଲାଣି ।

ରେଡ଼କ୍ରସ ସଂଗଠନ

ରେଡ଼କ୍ରସ ସଂଗଠନ ପାଇଁ ଗତବର୍ଷର ପ୍ରସଙ୍ଗ ଥିଲା ଏସ୍ । ରୋଗ ସଂପର୍କିତ  ଗାଁଗହଳିରେ କୁହାଯାଏ ରୋଗ ଚାରି ପ୍ରକାରର ଶାପଜ, ପାପଜ, ଗ୍ରହଜ, ଓ ଅନ୍ତଜ । ଶାପଜ ଓ ପାପଜଜନିତ ରୋଗ ଗୁଡ଼ିକରୁ ଶାପ କିମ୍ବା ପାପ ମୁକ୍ତ ହେଲେ, ଗ୍ରହଜ ସଂପର୍କିତ । ରୋଗରୁ ସଂପୃକ୍ତ ଗ୍ରହର ପ୍ରଭାବ ତୁଟିଲେ କିମ୍ବା ଗ୍ରହ ଶାନ୍ତି କଲେ ଉପଶମ ମିଳୁଥିବା ବେଳେ, ଅନ୍ତଜଜନିତ ରୋଗରୁ ଚିକିତ୍ସା ଦ୍ବାରା ଉପଶମ ମିଳେ । କିନ୍ତୁ ମାତ୍ର ଦୁଇ ଦଶନ୍ଧି ଧରି ବିଭୀଷିକା ସୃଷ୍ଟି କରିଥିବା ଏସ୍ ରୋଗ ହେଉଛି ମଣିଷର ନିଜର କୃତକର୍ମର ଫଳ । ପୁରାଣକୁ ବିଶ୍ଵାସ କରନ୍ତୁ ବା ନକରନ୍ତୁ, ନାରୀ ସଙ୍ଗଜନିତ ଦୋଷରୁ ଦେବରାଜ ଇନ୍ଦ୍ରଙ୍କ ଅବସ୍ଥା କ’ଣ ହୋଇଥିଲା, ତାହା ଯଦି ଆମ ଉପରେ ଟିକିଏ। ପ୍ରଭାବ ପକାଇ ଥାଆନ୍ତା, ତା’ହେଲେ ୧୯୮୬ ମସିହାରେ ଏହି ରୋଗ । ଏ ଦେବଭୂମିକୁ ପ୍ରବେଶ କରିବା ପାଇଁ ଟିକେଟ କରିପାରି ନଥାନ୍ତା । ଏହି ରୋଗରେ ଶାରୀରିକ ପୀଡ଼ା ଅପେକ୍ଷା ମାନସିକ ଦୁଃଶନ ରୋଗୀକୁ ଅସ୍ତବ୍ୟସ୍ତ କରିପକାଏ ଯାହା ଫଳରେ କି ରୋଗୀଟି ସବୁବେଳେ ଶୁଣୁଥାଏ ଶୀତଳ ମୃତ୍ୟୁର ପାଦ ଶବ୍ଦ । ମୃତ୍ୟୁ ପୂର୍ବରୁ ମୃତ୍ୟୁ ବର୍ଷକ ଭିତରେ ଲୋକମାନେ ରେଡ଼କ୍ରସର ଏହି ଥିରେ କେତେକ ପ୍ରଭାବିତ ହୋଇଛନ୍ତି ତାହା ପରିସଂଖ୍ୟାନ କହିବ, କିନ୍ତୁ ଦର୍ପଣରେ ଦେଖୁବା ପରି ଆମେ ସମସ୍ତେ ବିଶ୍ବବାସୀଙ୍କ ସହ ଏକାଠି ମିଶି ଦେଖୁଲେ ଅପ୍ରେଲ ମାସର ଭାରତ-ପାକିସ୍ଥାନ କ୍ରିକେଟ ଖେଳି ଯେଉଁଥିରେ କି ଉଭୟ ଦଳର ସମସ୍ତ ଖେଳାଳୀ ମୁଲତାନ ପଡ଼ିଆକୁ ଓହ୍ଲାଇ ଆସିଥିଲେ, ଜନସଚେତନତା ପାଇଁ ପୋଷାକ ଉପରେ ଲାଲ୍ ରିବନ (ଏଚ୍.ଆଇ.ଭି. ଏସ୍‌ର ପ୍ରତିଷେଧକର ସଙ୍କେତ) ଲଗାଇ । ପ୍ରସଙ୍ଗ ମୂଲ୍ୟହୀନ ହୋଇ ନାହିଁ ।

ଚଳିତବର୍ଷ ପାଇଁ ରେଡ଼କ୍ରସର ଥମ୍ ହେଲା ‘Stop Discrimination, ଯାହାକୁ ବୁଝିବାଭଳି କୁହାଯାଇପାରିବ ‘ବାଛି ବିଚାର ବନ୍ଦ କର’ । ଆଜିକାଲି ସମାଜରେ ବିଭିନ୍ନ କାରଣରୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସାମାଜିକ ସ୍ଥିତି, ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ବହୁତ ବାଛବିଚାର କରାଯିବାର ନଜିର ଅଛି । ଏହି ବାଛବିଚାର, ଭେଦଭାବ ଆରମ୍ଭ ହେଉଛି ମାତୃ ଗର୍ଭରୁ । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ବେଆଇନ ହୋଇଥିଲେ ହେଁ, କେତେକ କ୍ଷେତ୍ରରେ ଏହା କରାଯାଉଅଛି ଏବଂ ଗର୍ଭସ୍ଥ ଶିଶୁଟି କନ୍ୟା ହୋଇଥିଲେ ସେଠାରେ ଭୃଣହତ୍ୟା କରାଯାଉଅଛି । ପଞ୍ଜାବ ରାଜ୍ୟରେ କନ୍ୟା ନିଅଣ୍ଟ ପଡୁଥିବା କଥା କିଛି ଦିନ ତଳେ ଖବର କାଗଜରେ ବାହାରିଥିଲା । ତାହାର କାରଣ କନ୍ୟା ଭୃଣଜନିତ ବାଛବିଚାର ନୁହେଁ ତ ? ଜାତି ଭିତ୍ତିରେ କରାଯାଉଥିବା ବାଛବିଚାର ସଂପର୍କରେ ଆଲୋକପାତ କରିବା ନିଷ୍ପ୍ରୟୋଜନ । ବିପର୍ଯ୍ୟୟ ପରେ ଯେଉଁ କେତୋଟି ‘ଅଲୋଡ଼ାବର୍ଗ’ ସୃଷ୍ଟି ହୁଅନ୍ତି, ତାହା କେବଳ ଏହି ଭେଦଭାବ-ବାଛବିଚାର ଯୋଗୁଁ ମଣିଷକୃତ ଯୁଦ୍ଧର ଧ୍ବଂସ କାହାଣୀ ଅବର୍ଣ୍ଣନୀୟ । ଜଣେ ମରି ଗଲାପରେ ତା’ର ମା', ଭଉଣୀ ଓ ଶିଶୁର ଲୁହରେ ବସୁଧା ଭିଜିଯାଏ । ଏ କଷ୍ଟଠାରୁ କଷ୍ଟ ଆହୁରି ବଢ଼ି ଯାଏ, ଯେତେବେଳେ ଜଣେ ନିଖୋଜ ହୁଏ । ସେତେବେଳେ ହଠାତ୍ ସୃଷ୍ଟି ହୁଏ ଭୟଙ୍କର ପରିସ୍ଥିତି । ଏଥିପାଇଁରେଡ଼କ୍ରସ ସଚେତନ । ଆଉ ସେଇଥିପାଇଁ ହୁଏତ ଗତ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବିଭିନ୍ନ ଦେଶର ରେଡ଼କ୍ରସର ପ୍ରତିନିଧ,ଜେନେଭା କନଭେନସରେ ସ୍ଵାକ୍ଷର କରିଥିବା ଦେଶର ପ୍ରତିନିଧୁଗଣ, ବଛା ବଛା ସେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ମିଳିତ ଜାତିସଂଘର ପ୍ରତିନିଧ, ଜେନେଭାଠାରେ ମିଳିତ ହୋଇଥିଲେ ରେଡ଼କ୍ରସ ପତାକା ତଳେ ଏ ବିଷୟରେ ଆଲୋଚନା କରିବାକୁ । ସେମାନଙ୍କୁ ବ୍ୟଥିତ କରିଥିଲା ମାନବିକ ମୂଲ୍ୟବୋଧକୁ ସମ୍ମାନ ନଦେବା, ସେମାନଙ୍କୁ ବ୍ୟଥିତ କରିଥିଲା ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରେ ବଳି ପଡୁଥିବା ନିରୀହ ଜନସାଧାରଣଙ୍କ ଯନ୍ତ୍ରଣା । ସେମାନଙ୍କୁ ବ୍ୟଥିତ କରିଥିଲା। ଆନ୍ତର୍ଜାତୀକ ଆଇନ ଉଲ୍ଲଙ୍ଘନ, ସେମାନଙ୍କୁ ବ୍ୟଥିତ କରିଥିଲା ବିପର୍ଯ୍ୟୟ ପରବର୍ତ୍ତୀ ଅବସ୍ଥାରେ ଦାରିଦ୍ର୍ୟ କିପରି ବଞ୍ଚିବାର ଅଧୁକାରକୁ, ସ୍ଵାସ୍ଥ୍ୟ ସେବାର । ଅଧକାରକୁ, ଆତ୍ମସମ୍ମାନର ଅଧିକାରକୁ ଛଡ଼ାଇ ନେଉଛି । ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ନିଖୋଜ ବ୍ୟକ୍ତି ମାନଙ୍କ ଅବସ୍ଥା ଚିନ୍ତା କରି । ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଯୁଦ୍ଧବନ୍ଦୀମାନଙ୍କ ପ୍ରତି ହେଉଥିବା ଅମାନବୀୟ ଆଚ ରଣ ଯୋଗୁଁ , ସେମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଏଚ.ଆଇ.ଭି./ଏସ୍ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ସାମାଜିକ ପ୍ରତିକ୍ରିୟା ନେଇ । ସମ୍ଭବତଃ ଏଇଥିରୁ ହିଁ ଚଳିତ ବର୍ଷ ଥମ୍ ‘Stop Discrimination’ର ସୃଷ୍ଟି ।

ଜଗତର ନାଥ ଜଗନ୍ନାଥଙ୍କର ଏ ଦେଶ । ତାଙ୍କ ବଡ଼ଦେଉଳରେ ଶ୍ରୀମହାପ୍ରସାଦ ପାଇବାରେ ବାଛବିଚାର ନାହିଁ । ସେଥିରେ ସମସ୍ତଙ୍କର ସମାନ ଅଧୁକାର । ହିନ୍ଦୁର ପରମାରାଧ୍ୟ କାଳିଆଠାକୁର ଘୋଷଯାତ୍ରା ପାଇଁ ମନ୍ଦିର ବାହାରକୁ ବାହାରି ଆସନ୍ତି ସଭିଙ୍କୁ ଭେଟିବାକୁ । ସେଥିରେ ବାଛବିଚାର ନାହିଁ । ଦୈନନ୍ଦିନ ନୀତିରେ ଠାକୁର ନିଜେ ପ୍ରାତଃ ଭୋଜନ (ଗୋପାଳ ବଲ୍ଲଭ ଭୋଗ) ଗ୍ରହଣ କରିବା ପୂର୍ବରୁ ବୁଝନ୍ତି ତାଙ୍କର ଦ୍ଵାରପାଳମାନଙ୍କ କଥା। ଆଗ ଜୟ-ବିଜୟ ଖାଇ ସାରିବା ପରେ ପରେ ସେ’ ଖାଆନ୍ତି । ଦ୍ଵାରପାଳ ବା ପ୍ରହରୀ ବୋଲି ମନରେ ବାଛବିଚାର ନାହିଁ । ଆଗ ଦ୍ଵାରପାଳ ପୂଜା ଓ ପରେ ଗୋପାଳ ବଲ୍ଲଭ ପୂଜା ଅନୁଷ୍ଠିତ ହୁଏ ଶ୍ରୀମନ୍ଦିରରେ ପ୍ରତ୍ୟହ । ଆମେ ତାଙ୍କରି ଚକ୍ର ଆଢୁଆଳରେ ଥାଇ ତାଙ୍କ ଠାରୁ କ’ଣ କିଛି ଶିଖୁବାନି ? ତାହା ହିଁ ଆଜିର ଅନୁଚିନ୍ତା ।

ଆଧାର - ଇ ମାଗାଜିନ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top