ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତରତ୍ନ ଜେ.ଆର୍.ଡି
ସେଆର କରନ୍ତୁ

ଭାରତରତ୍ନ ଜେ.ଆର୍.ଡି

ଭାରତରତ୍ନ ଜେ.ଆର୍.ଡି ବିଷୟରେ ତଥ୍ୟ ।

ଭାରତତ୍ନ ଜେ.ଆର୍.ଡି. ଟାଟା

ଭାରତର ଅନ୍ୟତମ ପ୍ରସିଦ୍ଧ ଶିଳ୍ପ ସଂସ୍ଥା ଟାଟା ପକ୍ଷରୁ ଏଇ ୨୦୦୪ ବର୍ଷରେ ଏହାର ଦୁଇପ୍ରାଣ ପ୍ରତିଷ୍ଠାତାଙ୍କର ଶତବାର୍ଷିକ ଉତ୍ସବ ପାଳନ କରାଯାଉଛି । ଜଣେ ହେଲେ ଟାଟା ଶିଳ୍ପର ଆଦି ପ୍ରତିଷ୍ଠାତା । ଜାମସେତଜୀ ନୁସେରୱାନିଜୀ ଟାଟା । ୧୯୦୪ । ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ତେଣୁ ଚଳିତ ବର୍ଷଟି ହେଉଛି ତାଙ୍କ ମୃତ୍ୟର ଏକ ଶତବର୍ଷ । ଟାଟା ଶିଳ୍ପ ଓ ଅନ୍ୟାନ୍ୟ ସାମାଜିକ ପ୍ରକଳ୍ପର ଆଉ ଜଣେ ପ୍ରତିଷ୍ଠାତା ହେଉଛନ୍ତି ଭାରତତ୍ନ ଜେ.ଆର୍.ଡି. ଟାଟା । ଶହେ ବର୍ଷ ପୂର୍ବେ, ଜୁଲାଇ ୨୯ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଟାଟା ଶିକ୍ସ କଂପାନୀ ଏହି ବର୍ଷସାରା ପ୍ରତି ମାସ ୨୯ ତାରିଖରେ ତାଙ୍କର ସ୍ଵତନ୍ତ୍ର ଉତ୍ସବ ପାଳନ କରିବାକୁ ସ୍ଥିର କରିଥିବା ଜଣାଯାଇଛି ।

ଆମ ଦେଶରେ ବୃହତ୍ ଶିଳ୍ପ ସଂସ୍ଥା ବୋଇଲେ ସାଧାରଣତଃ ଆଗେ ଟାଟାକୁ ବୁଝାଉଥିଲା । ଏବେ ଅବଶ୍ୟ ଉଇପ୍ରୋ, ରିଲାଏନ୍ତ୍ର, ବିର୍ଲା ଓ ଇନ୍‌ଫୋସିସ୍ ପ୍ରଭୃତି ବିଭିନ୍ନ ବଡ଼ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକର ଅଭ୍ୟୁଦୟ ଘଟିଛି । ପ୍ରତିଯୋଗିତାର ବଜାରରେ ଅନ୍ୟାନ୍ୟ ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକର ଅଭିବୃଦ୍ଧି ଓ ଅଗ୍ରଗତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଟାଟା ଶିଳ୍ପ ସଂସ୍ଥାର କଳେବର ବୃଦ୍ଧି ନପାଉ ପଛେ ମାନ ଅନ୍ତତଃ ହ୍ରାସ ପାଇ ନାହିଁ । ସାଧାରଣରେ ଏ ପର୍ଯ୍ୟନ୍ତ ମଧ୍ୟ ବିଶ୍ଵାସ ଯେ ସରକାରୀ ଚାକିରି ପରି ଟାଟା କଂପାନୀର ଚାକିରି ସୁରକ୍ଷିତ କେବଳ ନୁହେଁ, ଦରମା ଦୃଷ୍ଟିରୁ ମଧ୍ୟ ଉତ୍ତମ ।

ଟାଟା ପ୍ରଥମେ ଏ ଦେଶରେ ଇସ୍ପାତ ଶିଳ୍ପ ଆରମ୍ଭ କରିଥିଲେ । ମଧ୍ୟ ଏହାର ପ୍ରତିଷ୍ଠାତାମାନଙ୍କର ଲକ୍ଷ୍ୟ କେବଳ ଧନ ଉପାର୍ଜନ ନଥିଲା ।  ଶିଳ୍ପ ଓ ବାଣିଜ୍ୟର ବିକାଶ ସହିତ ବିଭିନ୍ନ ସାମାଜିକ କ୍ଷେତ୍ରକୁ ଉନ୍ନତ କରିବା ମଧ୍ୟ ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଟାଟା ଇସ୍ପାତ ଶିଳ୍ପର । ପ୍ରାଣ ପ୍ରତିଷ୍ଠାତା ସ୍ଵର୍ଗୀୟ ଜେ.ଏନ୍. ଟାଟା ସେଥିପାଇଁ ଯଥାର୍ଥରେ କହିଥିଲେ - ଆର୍ଥନୀତିକ ସ୍ଵାଧୀନତା ବ୍ୟତିରେକେ ରାଜନୀତିକ ସ୍ଵାଧୀନତାର କିଛି ଅର୍ଥ ନାହିଁ ।” ତେଣୁ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପରେ ବାଙ୍ଗାଲୋର ଠାରେ ଯେଉଁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଏନ୍ସ (ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ) ସେ ପ୍ରତିଷ୍ଠା କରି ଯାଇଛନ୍ତି, ଭାରତରେ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାହାର ସ୍ଥାନ ଅତି ଉଚ୍ଚରେ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟାଟା ସଂସ୍ଥାର ସାହାଯ୍ୟ ଓ ସହଯୋଗ ମଧ୍ୟ ଉଲ୍ଲେଖନୀୟ ।

ଟାଟା ସଂସ୍ଥା ଶକ୍ତି ଉତ୍ପାଦନ

ଇସ୍ପାତ ଶିଳ୍ପରୁ ଜୀବନ ଆରମ୍ଭ କରି ଟାଟା ସଂସ୍ଥା ଶକ୍ତି ଉତ୍ପାଦନ ସହିତ ମୋଟର ଗାଡ଼ି ଶିଳ୍ପ ଓ ଟେଲି ଯୋଗାଯୋଗ କ୍ଷେତ୍ର ପ୍ରଭୃତି ବିଭିନ୍ନ ସ୍ଥାନକୁ ତାଙ୍କର ବାଣିଜ୍ୟ ବ୍ୟବସାୟର ଶାଖା ପ୍ରସାରିତ କରି ସାଫଲ୍ୟ ହାସଲ କରିଛନ୍ତି । ହେଲେ ମଧ୍ୟ, ମୂଳ ଇସ୍ପାତ ଶିଳ୍ପର ଉନ୍ନତି ସାଧନ ନିମନ୍ତେ ସେହି ସଂସ୍ଥା ସର୍ବଦା ଧାନ ଦେଇ ଆସିଛି । ସମଗ୍ର ବିଶ୍ୱରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଟାଟା । ସଂସ୍ଥା ସର୍ବ କନିଷ୍ଠ ହୋଇପାରେ, ମାତ୍ର ସର୍ବତ୍ର ଏହାର ସୁନାମ ରହିଛି ।

ଚଳିତ ବର୍ଷ ଏହି ସଂସ୍ଥା ୪.୩ ନିୟୁତ ଟନ୍‌ର ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରଖୁଛି । ଭାରତୀୟ ଅର୍ଥନୀତିର ଏବେ ଭଲ ଅବସ୍ଥା ଥିବାରୁ ଏହାର ଅଭିବୃଦ୍ଧି ପରିଲକ୍ଷିତ ହେଉଥିବା ବେଳେ ଇସ୍ପାତ ଚାହିଦା ଥିବାରୁ ଟାଟା ଶିଳ୍ପ ସଂସ୍ଥା ଏବେ ଇସ୍ପାତ ଉତ୍ପାଦନକୁ ଅଧିକ ସକ୍ରିୟ ଓ ତ୍ଵରାନ୍ୱିତ । କରି ବାକୁ ଉଦ୍ୟମ କରୁଛି ବୋଲି ଟାଟା ଷ୍ଟିଲ କର୍ପୋରେଟ୍ କମ୍ୟୁନିକେସନରେ ମୁଖ୍ୟ ସଂଜୟ ଚୌଧୁରୀଙ୍କ ବକ୍ତବ୍ୟରୁ ଜଣାଯାଇଛି । ଆଗାମୀ ୨୦୦୭-୦୮ ଆର୍ଥିକ ବର୍ଷ ସୁଦ୍ଧା କଂପାନୀର ଏହି ଉତ୍ପାଦନ କ୍ଷମତାକୁ ଦ୍ବିଗୁଣିତ କରାଯାଇ ୭.୫ ବା ୮ ନିୟୁତ ଟନ୍‌କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଛି । ଜାମସେଦପୁର ଠାରେ ଏହି ଉତ୍ପାଦନ । ବୃଦ୍ଧି ସମ୍ଭବ ନହେଲେ, ଅନ୍ୟ ରାଷ୍ଟ୍ରରେ ଇସ୍ପାତ ଉତ୍ପାଦନ ପାଇଁ ବ୍ୟବସ୍ଥା କରିବାକୁ ଏବେ ସେହି ଶିଳ୍ପ ସଂସ୍ଥା ଉଦ୍ୟମ କରୁଛି ।

ଏକ ଶତବର୍ଷ ପରେ, ଟାଟାର ପ୍ରତିଷ୍ଠାତାମାନଙ୍କ ସ୍ୱପ୍ନକୁ ସାକାର କରି ଟାଟା ଶିଳ୍ପ ସଂସ୍ଥା ତାହାର ମୂଳ ଶିଳ୍ପ ଇସ୍ପାତ ଉତ୍ପାଦନକୁ ଆନ୍ତର୍ଜାତୀୟ ସ୍ତରରେ ଉପନୀତ କରାଇ ସୁନାମ ଅର୍ଜନ କରିବାକୁ ଉଦ୍ୟମ ଜାରି ରଖିଛି  । ଚାହିଦା ଅନୁଯାୟୀ ଉତ୍ପାଦନ ବୃଦ୍ଧି ସମ୍ଭବ ନହୋଇ ମଧ୍ୟ ଏହି ଶିଳ୍ପ ସଂସ୍ଥା ଯେ ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାର । ସମ୍ମୁଖୀନ ହୋଇପାରୁଛି, ଅର୍ଥାତ୍ ବିଭିନ୍ନ ମୋଟର କଂପାନୀମାନଙ୍କୁ ଭଲ ଭାବେ ତାହାର ଉତ୍ପାଦିତ ଇସ୍ପାତ ବିକ୍ରୀ କରି ପାରୁଛି, ତାହା ହିଁ ବଡ଼ କଥା । ମାଲେସିଆର ପ୍ରସିଦ୍ଧ ମୋଟର କାର୍ କଂପାନୀ, ପ୍ରୋଟନ୍ ସମେତ ଅନେକ ବହୁରାଷ୍ଟ୍ରୀୟ କଂପାନୀ ଟାଟା ଇସ୍ପାତ ଉପରେ ଏବେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ମାରୁତି, ହୁଣ୍ଡାଇ, ହୋଣ୍ଡା, ଫୋର୍ଡ଼ ଇଣ୍ଡିଆ, ଟୋୟଟା, ଟାଟା ମୋଟରସ୍ ଓ ବାଜାଜ ପ୍ରଭୃତି ଖ୍ୟାତନାମା ମୋଟର କଂପାନୀଗୁଡ଼ିକ ଟାଟା ଇସ୍ପାତ ଉପରେ ନିର୍ଭର କରି ସେମାନଙ୍କର ବାଣିଜ୍ୟ ବୃଦ୍ଧି କରି ଆସୁଥିବା ଜଣାଯାଇଛି ।

ଲୁହା ଓ ଇସ୍ପାତ ଶିଳ୍ପ ପ୍ରତିଷ୍ଠା

ଲୁହା ଓ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଜାମସେଜୀ କାହିଁକି । ଇଚ୍ଛା କରିଥିଲେ, ସେ ବିଷୟରେ ସାମାନ୍ୟ ସୂଚନା ଦେଲେ ଯଥେଷ୍ଟହେବ । ଜର୍ମାନର ରିଟର୍ ଭୋନ୍ ସ୍ଵାର୍ଜ ନାମକ ଜଣେ ଭୂତତ୍ତ୍ବବିତ୍ ୧୮୮୨ ମସିହାରେ ଯେଉଁ ପ୍ରାମାଣିକ ଦଲିଲଟିଏ ରଖି ଯାଇଥିଲେ, ତାହାକୁ ଜେ, ଏନ୍. ଟାଟା ପରୀକ୍ଷା କରି ଜାଣିପାରିଲେ ଯେ ତତ୍କାଳୀନ ଭାରତର ନାଗପୁରସ୍ଥିତ ଚନ୍ଦା ଜିଲ୍ଲାରେ ଲୁହାପଥର ଗଚ୍ଛିତ ରହିଥିଲା । ମାତ୍ର ଦଲିଲ ସୂଚୀତ ସେହି ସ୍ଥାନରେ ଉନ୍ନତମାନର କୋଇଲା ନଥିଲା । କିମ୍ବା ପ୍ରଚୁର ପରିମାଣରେ ଲୁହା ପଥର ମଧ୍ୟ ଗଚ୍ଛିତ ନଥିଲା ବୋଲି ଅନୁସନ୍ଧାନରୁ ଜଣାପଡ଼ିବାରୁ ଟାଟାଜୀ ସେହି ସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ଶିଳ୍ପ ସମ୍ଭାବନା ଥିବା ବିଷୟରେ ମନୋନିବେଶ କରିଥିଲେ । ୧୯୦୩-୦୪ ରେ ପ୍ରସିଦ୍ଧ ଭୂତତ୍ତ୍ୱବିତ୍ ସି.ଏମ୍. ଲେଙ୍କ ସମେତ ଜାମସେତ୍ରଜୀଙ୍କ ଜ୍ୟେଷ୍ଠପୁତ୍ର ଦୋରାବଜୀ ଟାଟାଙ୍କୁ ନେଇ ଗଠିତ ଏକ ଦଳ ଏହାପରେ ନାଗପୁରଠାରୁ ୨୨୪ କିଲୋମିଟର ଦୂରବର୍ତ୍ତୀ ଡରର୍ ସ୍ଥାନରେ ପହଞ୍ଚି ଲୁହାପଥରର ସନ୍ଧାନ ଆରମ୍ଭ କରିଥିଲେ । ସେଠାରେ ପ୍ରଚୁର ପରିମାଣରେ ଲୁହାପଥର ଗଚ୍ଛିତ ଥିବାର ସନ୍ଧାନ ମିଳିଥିଲେ । ମଧ୍ୟ ଜଳାଭାବ କାରଣରୁ ଶିଳ୍ପ ପ୍ରତିଷ୍ଠା ପାଇଁ ସେହି ସ୍ଥାନ ମଧ୍ୟ ବର୍ଜନ କରାଯାଇଥିଲା । (ଆଶ୍ଚର୍ଯ୍ୟ ଯେ ଏହାର ପ୍ରାୟ ୫୦ ବର୍ଷ ପରେ ସେଠାରେ ଭିଲାଇ ଇସ୍ପାତ କାରଖାନା ଆରମ୍ଭ ହୋଇଥିଲା ।)

ପ୍ରକୃତ ରେ ୧୯୦୭ ମସିହା ଡିସେମ୍ବର ମାସରେ ହିଁ ଜାମସେଜୀଙ୍କ ଶିଳ୍ପ ପ୍ରତିଷ୍ଠାର ସ୍ଵପ୍ନ ସାକାର ହୋଇଥିଲା । ଭୂତତ୍ତ୍ଵବିତ୍ର ପି.ଏନ୍. ବୋଷଙ୍କ ପରାମର୍ଶକ୍ରମେ ସୁବର୍ଣ୍ଣରେଖା ଓ ଖରକାଇ ନଦୀର ସଂଗମସ୍ଥଳୀରେ ସାକଚୀ ନାମକ ଏକ ଗ୍ରାମକୁ ଉକୃଷ୍ଟ ସ୍ଥାନ ଭାବରେ ନିରୂପିତ କରାଗଲା । ସେହି ଗ୍ରାମର ଚତୁଃପାର୍ଶ୍ଵ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଥିଲା ଏବଂ ସେଠାରୁ ମାତ୍ର କେତେଗୋଟି କିଲୋମିଟର ଦୂରରେ ଅବସ୍ଥିତ । କାଳିମାଟି ରେଳଷ୍ଟେସନ  ୧୯୦୮ ଫେବୃଆରୀ ୭ରେ ଜାମସେତୁଜୀ ଇସ୍ପାତ କାରଖାନାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଇବା ପରେ ୧୯୧୨  ମସିହା ଫ୍ରେବୃୟାରୀ ମାସରେ ଇସ୍ପାତ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହାପରେ ସେହି ବନ୍ୟା ପରିବେଶ ପରିପୂର୍ଣ୍ଣ ଓ ଆଦିବାସୀ ଅଧୁଷିତ ଆକର୍ଷଣହୀନ ସ୍ଥାନରେ ଗଢ଼ି ଉଠିଥିଲା ଯୋଜନାବଦ୍ଧ ସୁନ୍ଦର ସହର । ୧୯୧୯ରେ ଏହି ସାଚୀ ସହରର ନାମ ବଦଳିଯାଇ ହୋଇଥିଲା ଜାମସେଦପୁର । ୧୯୧୦ରେ ଏହି ସହର ଆରମ୍ଭ ହେଲାବେଳେ ଏହାର ଜନସଂଖ୍ୟା ଥିଲା ମାତ୍ର ୬,୦୦୦ । ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଏହି ଜାମସେଦପୁର ସହରର ଜନସଂଖ୍ୟା ଏବେ ସାତ ଲକ୍ଷ ଅତିକ୍ରମ ହେବା ଉପରେ । ଦିଲ୍ଲୀ, ମୁମ୍ବାଇ, ଚେନାଇ ବା କୋଲକାତା ପରି ଏହି ସହର ମହାନଗରୀର ମାନ୍ୟତା ପାଇ ନଥିଲେ ହେଁ ଏହାର ପ୍ରତିଷ୍ଠାତାଙ୍କ ଇଚ୍ଛାନୁଯାୟୀ ଏହା ଏକ ଉନ୍ନତମାନର ସମୃଦ୍ଧ ସହରରେ ପରିଣତ ହୋଇଛି । ପରିବେଶର ପ୍ରଯତ୍ନ ଏହି ସହରର ଅନ୍ୟତମ ବୈଶିଷ୍ଟ୍ୟ ସହରବାସୀଙ୍କୁ ଯେପରି ସଦାସର୍ବଦା । ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ, ତାହା ଅନ୍ୟତ୍ର ସମ୍ଭବ ହୋଇଛି କି ନାହିଁ କହି ହେଉନାହିଁ । ବାର୍ଷିକ ପ୍ରାୟ ଲକ୍ଷେ ୨୦ ହଜାର ଟନ୍ ଓଜନର ଆବର୍ଜନାକୁ ଏହି ସହରରୁ ଦୂରକୁ ସ୍ଥାନାନ୍ତର କରାଯାଇପାରୁଛି । ସହରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଟାଟା ଶିଳ୍ପ ସଂସ୍ଥା ବାର୍ଷିକ ପ୍ରାୟ ୧୩୯ କୋଟି ଟଙ୍କା ବ୍ୟୟ କରୁଥିବା ଜଣାଯାଇଛି । ସମ୍ଭବତଃ ଏହିସବୁ କାରଣରୁ ଏ ସହରର ଲୋକେ । ଅନ୍ୟାନ୍ୟ ବଡ଼ ସହରକୁ ଯାଇ ବସବାସ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

ଟାଟା ଶିଳ୍ପ ସମୃହର ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଜେ.ଆର୍.ଡି. ଟାଟାଙ୍କର ଅବଦାନ

ଟାଟା ଶିଳ୍ପ ସମୃହର ଅଭିବୃଦ୍ଧି ଓ ବିକାଶ କ୍ଷେତ୍ର ରେ ଜେ.ଆର୍.ଡି. ଟାଟାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କୁ ଯେତେବେଳେ ବୟସ ୩୪, ସେତେବେଳେ ସେ ଏହି ବିଶାଳ ଟାଟା ଶିଳ୍ପ ସାମ୍ରାଜ୍ୟର ଅଧ୍ୟକ୍ଷ ଦାୟିତ୍ଵ ସମ୍ଭାଳି ଥିଲେ । ପ୍ରକୃତରେ ଅନ୍ୟାନ୍ୟ ଶିଳ୍ପପତି ଓ ବ୍ୟବସାୟୀଙ୍କଠାରୁ ସେ ଥିଲେ ଭିନ୍ନ ଧରଣର । ନୈତିକତା ହିଁ ତାଙ୍କର ଅନ୍ୟତମ ଭୂଷଣ ଥିଲା । ସେ ଥିଲେ ଭାରତର ପ୍ରଥମ ଶିଳ୍ପପତି ଯାହାଙ୍କୁ ଭାରତରତ୍ନ ଉପାଧି  ପ୍ରଦାନ କରାଯାଇଥିଲା । ଜେ.ଆର୍.ଡି.ଙ୍କ ଜୀବନକୁ । ଭିତ୍ତି କରି ଶ୍ରୀ ଆର୍.ଏମ୍. ଲାଲା ଏକ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ପୁସ୍ତକଟିର ନାମ ହେଉଛି, Beyond the Last blue Mountain, J.R.D. Tata (ନୀଳ ପର୍ବତର ଆରପଟେ, ଜେ.ଆର୍.ଡି. ଟାଟା) ଏହି ପୁସ୍ତକଟି ପ୍ରକାଶ କରିଛନ୍ତି ଭାଇକିଙ୍ଗ୍ । ପ୍ରକାଶନ ସଂସ୍ଥା । ଏଥିରେ ଜେ.ଆର୍.ଡି.ଙ୍କର ଘଟଣାବହୁଳ ଜୀବନର ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସନ୍ନିବିଷ୍ଟ । ଏହି ଜୀବନୀ ଅନୁଧ୍ୟାନ କଲେ ମନେ ହୋଇଥାଏ ଯେ ଶିଳ୍ପ ଓ ବ୍ୟବସାୟ ଲବ୍ଧ ଅର୍ଥ ତାଙ୍କୁ କେବେ ହେଲେ ଆକୃଷ୍ଟ କରିପାରିନାହିଁ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟ ଜବାହରଲାଲ ନେହେରୁଙ୍କ ସହିତ ଜେ.ଆର୍.ଡିଙ୍କ ସଂପର୍କ ଅତି ନିବିଡ଼ ଥିଲା । ଜେ.ଆର୍.ଡିଙ୍କ ବୟସ ଯେତେବେଳେ ୨୦ ବର୍ଷ, ନେହେରୁଙ୍କ ବୟସ ସେତେବେଳେ ୩୬ ବର୍ଷ । ଜବାହରଲାଲଙ୍କ ପିତା ମୋତିଲାଲ ନେହେରୁ ଯେତେବେଳେ ବମ୍ବେ ( ଏବର ମୁମ୍ବାଇ) ଯାଉଥିଲେ, ସେତେବେଳେ ସେ ଜେ.ଆର୍.ଡି.ଙ୍କ ପିତା ଆର.ଡି. ଟାଟାଙ୍କ ଘରେ ରହୁଥିଲେ ।  ମୋତିଲାଲଙ୍କ ସହିତ ଜବାହର ଓ ତାଙ୍କର ଭଗିନୀ ବିଜୟଲକ୍ଷ୍ମୀ ମଧ୍ୟ  ଯାଉଥିଲେ । ସ୍ଵାଧୀନତା ପ୍ରାପ୍ତିର ୨୦ ବର୍ଷର ପୂର୍ବରୁ ନେହେରୁ ଓ ଜେ.ଆର୍.ଡିଙ୍କ ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇଯାଇଥିଲା – ଯାହାକି ଅତୁଟ ରହିଥିଲା ନେହେରୁଙ୍କର ଜୀବନାବସାନ ଘଟିବା ପର୍ଯ୍ୟନ୍ତ ଜଣେ ଥିଲେ ରାଜନୀତିଜ୍ଞ ଓ ଅନ୍ୟ ଜଣକ ଥିଲେ ବ୍ୟବସାୟୀ  ଉଭୟଙ୍କ ମଧ୍ୟରେ ପତ୍ରାଳାପ ମଧ୍ୟ ଚାଲିଥାଏ । ମାତ୍ର ବନ୍ଧୁତା ବ୍ୟକ୍ତିଗତ ସ୍ତରରେ ସୀମିତ ଥିଲା । ପରସ୍ପର ମଧ୍ୟରେ ରାଜନୀତି ବା ବ୍ୟବସାୟକୁ ନେଇ କେହି କେବେ ପ୍ରାୟ ନିନ୍ଦା କରିନାହାନ୍ତି । ଦେଶ ବା ଦେଶବାସୀଙ୍କ ସ୍ଵାର୍ଥରକ୍ଷା ପାଇଁ ଉଭୟଙ୍କ ମଧ୍ୟରେ ଅନେକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇଛି । ନେହେରୁ ଜେ.ଆର୍.ଡିଙ୍କୁ ସବୁବେଳେ ବିଜେ’ ବୋଲି ସଂକ୍ଷେପରେ ସମ୍ବୋଧନ କରି ଆସୁଥିଲେ । ୧୯୪୮ ମସିହାରେ ପ୍ୟାରିସଠାରେ ଜାତିସଂଘର ଏକ ଅଧବେଶନରେ ଭାରତୀୟ ଦଳର ପ୍ରତିନିଧି ଭାବେ ଯୋଗ ଦେବା ଲାଗି ନେହେରୁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ବିଜୟଲକ୍ଷ୍ମୀ ପଣ୍ଡିତ ସେହି ଭାରତୀୟ ପ୍ରତିନିଧ ଦଳର ନେତୃତ୍ଵ ନେଇଥିଲେ । ଜେ.ଆର୍.ଡିଙ୍କର ସେଠାରେ ଉଲ୍ଲେଖନୀୟ ଭୁମିକା ପ୍ରଶଂସିତ ହୋଇଥିଲା । ମାତ୍ର ୧୯୪୯ରେ ନେହେରୁ ଜାତିସଂଘର ଅନ୍ୟ ଏକ ଅଧିବେଶନକୁ ଜେ.ଆର୍.ଡି.ଙ୍କୁ ନିମନ୍ତ୍ରଣ କରିବାରୁ ସେ ନମ୍ରତାର ସହିତ ସେହି ଅଧିବେଶନରେ ଯୋଗଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ତାଙ୍କର ଯୁକ୍ତି ଥିଲା- ଭାରତରେ ଏତେ କାମ କରିବାକୁ ଅଛି ଯେ ଅଯଥା ସେହି ଅବେଶନରେ ବସି ରହି ସେ ସମୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ ।

୧୯୮୬ରେ ଇଂରାଜୀ ‘ଇଣ୍ଡିଆ ଟୁଡ଼େ’ ପତ୍ରିକାକୁ ସାକ୍ଷାତକାର ଦେଇ ଜେ.ଆର୍.ଡି. କହିଥିଲେ ଯେ ସେ ନେହେରୁଙ୍କର ଜଣେ ଉତ୍ତମ ବନ୍ଧୁ ଥିଲେ । ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ବିଶ୍ଵାସ ମଧ୍ୟ କରୁଥିଲେ । ଅନ୍ୟପକ୍ଷରେ ସେ ମଧ୍ୟ ନେହେରୁଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଶଂସା କରୁଥିଲେ । ଏସବୁ ସତ୍ତ୍ୱେ ସେ ନେହେରୁଙ୍କର ସମସ୍ତ ଆର୍ଥିକ ବା ବୈଦେଶିକ ନୀତିକୁ ସମର୍ଥନ କରିପାରୁ ନଥିଲେ । ଏହି ବକ୍ତବ୍ୟରୁ ଜେ.ଆର୍.ଡି.ଙ୍କ ନିଭୀକତାର ସ୍ପଷ୍ଟ ସୂଚନା ମିଳିଥାଏ ।

ରାଷ୍ଟ୍ର  ଗଠନ ପ୍ରକ୍ରିୟା ରେ ନେହେରୁଙ୍କ ବ୍ୟତୀତ  ରାଜଗୋପାଲାଚାରୀ ବା ଜୟପ୍ରକାଶ ନାରାୟଣଙ୍କୁ ମଧ୍ୟ ଜେ.ଆର୍.ଡି. ସାହାଯ୍ୟ କରି ଆସୁଥିଲେ । ଟାଟା ଗୁପ୍ତର ଅଧ୍ୟକ୍ଷ ଥିବା ସମୟରେ ସେ ନିଜର ଶିଳ୍ପ ବ୍ୟବସାୟର ଦେଖାଶୁଣା କରିବା ସଂଗେସଂଗେ ବହୁ ଜନହିତକର କାର୍ଯ୍ୟରେ ନିଜର ନିପୁଣତା ପ୍ରଦର୍ଶନ କରିଆସିଥିଲେ । ତାଙ୍କରି ନିର୍ଦ୍ଦେଶରେ ୧୯୭୯ରେ ଟାଟା ଷ୍ଟିଲ ରୁରାଲ ଡେଭେଲପମେଣ୍ଟ ସୋସାଇଟି ଗଠିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ଗ୍ରାମ ଉନ୍ନୟନରେ ମହତ କାର୍ଯ୍ୟ ଏହି ସୋସାଇଟି ହାତକୁ ନେଇଥିଲେ । ଆରମ୍ଭରୁ ୩୨ଟି ଗ୍ରାମର ଉନ୍ନୟନ ଲାଗି ଉଦ୍ୟମ କରିଥିବା ଏହି ସୋସାଇଟି ଏବେ କେବଳ ଝାଡ଼ଖଣ୍ଡ ରାଜ୍ୟରେ ନୁହେଁ, ବିହାର ଓ ଓଡ଼ିଶା ପରି ପଡ଼ୋଶୀ ରାଜ୍ୟର ୭୦୦ଟି ଗ୍ରାମର ବିକାଶ ପାଇଁ ପଦକ୍ଷେପ ନେଇଥିବା ଜଣାଯାଇଛି । ଜେ.ଆର୍.ଡି.ଙ୍କ ପ୍ରେରଣାରେ ମଧ୍ୟ ଟାଟା ଷ୍ଟିଲ ଟ୍ରାଇବାଲ କଲଚରାଲ ସୋସାଇଟି ଗଠିତ ହୋଇ ଏହା ଜରିଆରେ ପ୍ରାୟ ୫୨ ଟି ଗ୍ରାମ ଓ ଚାରିଟି ସହରାଞ୍ଚଳ ବସ୍ତି ମାନଙ୍କରେ ଆଦିବାସୀ ଓ ହରିଜନ ମାନଙ୍କର ଯାବତୀୟ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଚାଲିଥିବା ଜଣାଯାଇଛି ।

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top