অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସଂସଦୀୟ ଗଣତନ୍ତ୍ର

ସମ୍ବିଧାନ ପ୍ରଣୟନ

ସ୍ଵାଧୀନୋତ୍ତର ଭାରତରେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳନ ନିମନ୍ତେ ସମ୍ବିଧାନ ପ୍ରଣୟନ ସଭାରେ ନିଷ୍ପତ୍ତି ନିଆଗଲାବେଳକୁ ଏହି ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପଡ଼ି ସାରିଥିଲା । ୧୯୩୫ ମସିହାର ଭାରତ ଶାସନ ଆଇନରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲା ଏବଂ ଉକ୍ତ ଆଇନ କାର୍ଯ୍ୟକାରୀ ହେବା ସହିତ ଜନସାଧାରଣ ଏହି ବ୍ୟବସ୍ଥା ସହିତ ଅଭ୍ୟସ୍ତ ହୋଇ ପଡ଼ିଥିଲେ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାରେ ସ୍ଵାଧୀନ ହୋଇଥିବା ଯେକୌଣସି ଦେଶ ସହ ତୁଳନା । କଲେ ଭାରତରେ କାର୍ଯ୍ୟ କରିଆସୁଥିବା ବିଭିନ୍ନ ପ୍ରଶାସନିକ ବିଭାଗ ଓ ଅଙ୍ଗଗୁଡ଼ିକ ମଧ୍ୟ ସଂସଦୀୟ ଗଣତନ୍ତ୍ର ପାଇଁ ଅଧିକ  ଉପଯୋଗୀ ଓ ଦକ୍ଷ ଥିଲା । ଏହାକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତାମାନେ ଭାରତ ପରି ଏକ ବହୁ ବିଚିତ୍ରତା ଓ ବିଭିନ୍ନତା ପରିପୂର୍ଣ୍ଣ ବିଶାଳ ଦେଶରେ ସଂସଦୀୟ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରିଥିଲେ । ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ଅନ୍ତେ ସାମ୍ବିଧାନିକ ବିଧ ବ୍ୟବସ୍ଥା ଅନୁଯାୟୀ ସଂସଦ ଗଠିତ ହେଲା । ସେହିଦିନ ଠାରୁ ଏହି ବ୍ୟବସ୍ଥା ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକାରୀ ହୋଇ ଏକ ରାଜନୈତିକ ବିକାଶର ଧାରା ପ୍ରତିଷ୍ଠା କରିପାରିଛି । ଫଳରେ ସଂସଦୀୟ ଗଣତନ୍ତ୍ର କେବଳ ଇଂଲଣ୍ଡରେ ସଫଳ ହୋଇପାରିବ ବୋଲି ଯେଉଁ ଅହଂପୂର୍ଣ୍ଣ ପାଶ୍ଚାତ୍ୟ ଚିନ୍ତାଧାରା ରହିଥିଲା, ତାହା ଭୁଲ ବୋଲି ପ୍ରମାଣିତ ହୋଇଛି ।

ସମସାମୟିକ ଅନ୍ୟ ସଂସଦୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତୀୟ ପ୍ରଶାସନରେ ଜନ ସଂପୃକ୍ତି, ସ୍ଥିରତା, ଉତ୍ତରଦାୟିତ୍ଵତା ଓ ଶାସନର ସ୍ଵଚ୍ଛତା ଉତ୍ସାହଜନକ । ସେହି ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ ଆର୍ଥିକ ବିକାଶର ଧାରା ମଧ୍ୟ ଉଲ୍ଲେଖନୀୟ । ଅନଗ୍ରସର ଗୋଷ୍ଠୀଙ୍କ ନିମନ୍ତେ ଆର୍ଥିକ ନିରାପତ୍ତା ବ୍ୟବସ୍ଥା କରାଯାଇ ମୁଦ୍ରାସ୍ପିତି ହାରକୁ ଶତକଡ଼ା ପାଞ୍ଚ ବା ଛଅ ମଧ୍ୟରେ ସୀମିତ ରଖିବା ନିମନ୍ତେ ଉଦ୍ୟମ ଚାଲୁ ରହିଛି । ଜେହେରା ଏଫ୍ ଆରତଙ୍କ ଲିଖିତ ପୁସ୍ତକ ‘ଡେମୋକ୍ରେସି ଆଣ୍ଡ ହ୍ୟୁମାନ ରାଇଟସ୍ ଇନ୍ ଡେଭେଲପିଙ୍ଗ୍ କଣ୍ଟ୍ରିଜ’ ଓ ଜୁଆନ ଲିଙ୍କ ପୁସ୍ତକ “ଏ କେଶ ଫର୍ ପାର୍ଲିଆମେଣ୍ଟାରୀ ଡେମୋକ୍ରେସୀ’ରେ ଭାରତରେ ପ୍ରଚଳିତ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରାଯାଇଛି ଓ ପୃଥିବୀର ଅନ୍ୟ ଦେଶ ମାନଙ୍କରେ ଏହାର ପ୍ରଚଳନ ପାଇଁ ସେମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି । ଉତ୍ତରଦାୟିତ୍ଵତା ସହିତ ଜନମୁଖୀ ଓ କ୍ରିୟାଶୀଳ ସରକାର ପ୍ରତିଷ୍ଠିତ ହେବା ଫଳରେ ସଂସଦୀୟ ଗଣତନ୍ତ୍ରର ଉପାଦେୟତା ପରିଲକ୍ଷିତ ହେଉଛି ।

ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରତିଷ୍ଠିତ

ଅନେକ ବିକାଶଶୀଳ ଦେଶରେ ଶୈଶବ ଅବସ୍ଥାରୁ ଗଣତନ୍ତ୍ରର ତଣ୍ଟିଚିପି ହତ୍ୟା କରାଯାଇଥିଲେ ମଧ୍ୟ ଏକ ଉଦାରବାଦର ମୂଲ୍ୟବୋଧ ନେଇ ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି । ପୃଥିବୀରେ ଅନ୍ୟତମ ବୃହତ୍ ଶକ୍ତି ରୂପେ ମୁଣ୍ଡ ଟେକୁଥିବା ଭାରତରେ ଶାସନ ବ୍ୟବସ୍ଥା ସ୍ଥିର ଓ ଶକ୍ତିଶାଳୀ ହୋଇପାରିଛି । ସମାଜର ବିଭିନ୍ନ ବର୍ଗଙ୍କ ସ୍ଵାର୍ଥର ସୁରକ୍ଷା ତଥା ଶାସନ ବ୍ୟବସ୍ଥାରେ ସେମାନଙ୍କ ସଂପୃକ୍ତି ସହିତ ଶାନ୍ତିପୂର୍ଣ୍ଣ ଭାବରେ ଶାସନ ପରିବର୍ତ୍ତନ ସମ୍ଭବପର ହୋଇପାରିଛି । ଗଣତନ୍ତ୍ରରେ ଜନସାଧାରଣ କ୍ଷମତାର ଉତ୍ସ ହୋଇଥିଲା ବେଳେ ସେହି କ୍ଷମତାର ଆନୁଷ୍ଠାନିକ ପ୍ରତିରୂପ ହେଉଛି ସଂସଦ । ସରକାରୀ କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ସଂସଦ ହାତରେ ଦାୟିତ୍ଵ ଅର୍ପିତ ହୋଇଛି । ପ୍ରଥମ ସାଧାରଣ ନିର୍ବାଚନ ପରେ ପ୍ରତିଷ୍ଠିତ ହୋଇଥିବା ସଂସଦ ଇତିମଧ୍ୟରେ ନାନା ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରି ଚାଲିଛି । ସ୍ଵାଧୀନତା ପରଠାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର । ସଂଖ୍ୟା ଗରିଷ୍ଠତା ରହିଥିବାରୁ, ଏହି ଦଳ ସରକାର ଗଠନ କରିବା ସହିତ ଇଚ୍ଛା କରୁଥିବା ଯେକୌଣସି ପ୍ରସ୍ତାବକୁ ସଂସଦରେ ଗୃହୀତ କରାଇ ନେଇପାରୁଥିଲା । କଂଗ୍ରେସ ନେତୃତ୍ରାଧୀନ କାର୍ଯ୍ୟ ପାଳିକାର । ସଂସଦ ଉପରେ ପ୍ରାଧାନ୍ୟ ରହିଥିବା କାରଣରୁ ସେ ସମୟରେ ସଂସଦ ଏକ ‘ରବର ଷ୍ଟାମ୍ପ’ ପରି କାର୍ଯ୍ୟ କରୁଥିଲା । ଏକ ଦଳୀୟ ପ୍ରାଧାନ୍ୟ ବ୍ୟବସ୍ଥା ସମ୍ଭେ ସଂସଦ କେତେକ କ୍ଷେତ୍ରରେ ନିଜର ସ୍ନାତସ୍ୟତା ରକ୍ଷା କରିପାରିଥିଲା । ୧୯୫୫-୫୬ ମସିହାର ରାଜ୍ୟ ପୁନର୍ଗଠନ କମିଶନଙ୍କ ପ୍ରସ୍ତାବରେ ସୂଚୀତ ହୋଇନଥିଲେ ମଧ୍ୟ ବମ୍ବେ ରାଜ୍ୟକୁ ଭାଷାଭିତ୍ତିରେ ଦୁଇଭାଗ କରିବା ନିମନ୍ତେ ସଂସଦ ପ୍ରସ୍ତାବ ଗ୍ରହଣ କରିଥିଲା । ପଶ୍ଚିମବଙ୍ଗର ବେରୁବାରୀ ଅଞ୍ଚଳକୁ ପାକିସ୍ଥାନକୁ ହସ୍ତାନ୍ତର କରିବା ନିମନ୍ତେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପାକିସ୍ଥାନ ସରକାରଙ୍କ ସହିତ ରାଜିନାମା କରିଥିଲେ ମଧ୍ୟ ସଂସଦର ବିରୋଧ ଯୋଗୁଁ ତାହା ସମ୍ଭବ ହୋଇନଥିଲା । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପରାମର୍ଶକ୍ରମେ ସମ୍ବିଧାନ ସଂଶୋଧନ କରାଯାଇ ଏହି ରାଜିନାମାକୁ କାର୍ଯ୍ୟକାରୀ କରାଯାଇଥିଲା । ସଂସଦର ବାଧ୍ୟ ବାଧକତା ଯୋଗୁଁ ଟି.ଟି. କ୍ରିଷ୍ଣାମାଚାରୀ ( ୧୯୫୮) ଓ କେଶବ ଦେଓ ମାଲବ୍ୟ (୧୯୬୩)ଙ୍କ ପରି ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ରାଜନୈତିକ କ୍ଷମତାର ସାର୍ବଭୌମ୍ୟ ଅନୁଷ୍ଠାନ ରୂପେ ୧୯୬୨ ର ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟ ରେ ସଂସଦ ଯେପରି ନିଜକୁ ପ୍ରତିଷ୍ଠିତ କରିପାରିଥିଲା, ତାହା ଅଭୂତପୂର୍ବ ବୋଲି କୁହାଯାଇପାରେ ସଂଖ୍ୟା ଗରିଷ୍ଠତା ଥାଇ । ମଧ୍ୟ ନେହେରୁ ସରକାରଙ୍କର ସଂସଦ ପ୍ରତି ଯଥେଷ୍ଟ ସମ୍ମାନବୋଧ ରହିଥିଲା । ସେତେବେଳେ ସରକାର ଚାହିଁଥିଲେ ଗୁରୁତ୍ଵପୂର୍ଣ୍ଣ ଜାତୀୟ ନିଷ୍ପତ୍ତମାନ ଦଳୀୟ ସଭାରେ ଗ୍ରହଣ କରି ପରେ ସଂସଦର ଆନୁଷ୍ଠାନିକ ସମ୍ମତି ହାସଲ କରିପାରିଥାନ୍ତେ । କିନ୍ତୁ ସଂସଦ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରୁଥିବା ନେହେରୁ ସେପରି କାର୍ଯ୍ୟକ୍ରମକୁ ନାପସନ୍ଦ କରୁଥିଲେ । ତାଙ୍କ ସମୟରେ ବିରୋଧୀଦଳମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରାଯାଉଥିଲା ଓ ସେମାନଙ୍କ ଗଠନମୂଳକ ମତାମତକୁ ଗ୍ରହଣ କରାଯାଉଥିଲା । ସେସମୟରେ ସଂସଦର ବାର୍ଷିକ କାର୍ଯ୍ୟ ଦିବସ ସଂପାଦନ କରାଯାଉଥିବା କାର୍ଯ୍ୟର ପରିମାଣ କାର୍ଯ୍ୟପାଳିକାକୁ ନିୟନ୍ତ୍ରଣ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦ୍ଧତି, ଅବେଶନ କାଳରେ ସାଂସଦମାନେ ପ୍ରଦର୍ଶନ କରୁଥିବା ଆଚରଣବିଧ ପ୍ରଭୃତିର ଅନୁଧ୍ୟାନ କଲେ ଉଚ୍ଚ ରାଜନୈତିକ ଆଦର୍ଶ ଓ ପରମ୍ପରାର ପରିଚୟ ମିଳେ ।

ସଂସଦର କାର୍ଯ୍ୟକଳାପର ଗୁଣବତ୍ତା ତାହାର ସଦସ୍ୟମାନଙ୍କ ଗୁଣାବଳୀ ଉପରେ ନିର୍ଭର କରେ । ସଂସଦକୁ ନିର୍ବାଚିତ ହେବା ନିମନ୍ତେ । ସମ୍ବିଧାନରେ କୌଣସି ଶିକ୍ଷାଗତ ଯୋଗ୍ୟତା ନିରୂପିତ ହୋଇନାହିଁ । ସେ ସମୟର ନିରକ୍ଷରତା ହାରକୁ ଅନୁଧ୍ୟାନ କରି ଶିକ୍ଷାଲାଭ । କରିପାରିନଥିବା କୌଣସି ଆଗ୍ରହୀ ନାଗରିକଙ୍କୁ ସଂସଦୀୟ ନିର୍ବାଚନରେ ପ୍ରାର୍ଥୀ ହେବା ନିମନ୍ତେ ନିରୁତ୍ସାହିତ ନକରିବା ଉଦ୍ଦେଶ୍ୟରେ ହୁଏତ ଏପରି ବ୍ୟବସ୍ଥା କରାଯାଇଥିଲା ।

୧୯୪୭ରେ ସ୍ଵାଧୀନତା ଘୋଷଣା

୧୯୪୭ରେ ସ୍ଵାଧୀନତା ଘୋଷଣା ହେବାର ଅବ୍ୟବହିତ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚଚ୍ଚିଲ ତାତ୍ସଲ୍ୟ କରି କହିଥିଲେ ଯେ କେତେଜଣ ଦୁର୍ବଳ ବ୍ୟକ୍ତିଙ୍କୁ (Men of Straw) ଭାରତରେ କ୍ଷମତା ସମର୍ପିତ ହେଉଥିବାରୁ, ଦେଶର ଶାସନ କାର୍ଯ୍ୟ ସଠିକ୍ ରୂପେ ପରିଚାଳିତ ହୋଇପାରିବ ନାହିଁ । ୧୯୬୦ ଦଶକରୁ ଦେଶରେ ଆରମ୍ଭ ହୋଇଥିବା ରାଜନୈତିକ ଅବକ୍ଷୟକୁ ଦୃଷ୍ଟିରେ ରଖି ସେଲିଗ୍ ହାରିସନ ନାମକ ଜଣେ ପାଶ୍ଚାତ୍ୟ ରାଜନୀତିବିଜ୍ଞାନୀ ଭାରତ ଭାଗ ଭାଗ । ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ । ଜେ.ଏସ୍. ମିଲ୍ ଓ ଜେ.ଏସ୍. ଫଣ୍ଡିଭାଲଙ୍କ ମତରେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଅଞ୍ଚଳ ଓ ବାସସ୍ଥାନ ଜନିତ ବିଭିନ୍ନତା ରହୁଥିବା ବହୁବାଚକ ସମାଜ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ସଠିକ୍ ବ୍ୟବସ୍ଥା ନୁହେଁ । କେବଳ ସାଂସ୍କୃତିକ ଐକ୍ୟଥିବା ଦେଶରେ ଗଣତନ୍ତ୍ର ସଫଳ ରୂପେ କାର୍ଯ୍ୟ କରିପାରିବ । ଉପନିବେଶ ବ୍ୟବସ୍ଥାରେ ଯେପରି ଅଗଣତାନ୍ତ୍ରିକ ବଳ ପ୍ରୟୋଗ ଦ୍ଵାରା ଶାସନ କାର୍ଯ୍ୟ ଚାଲୁଥାଏ, ଠିକ୍ ସେହିପରି ବହୁବାଚକ ସାମାଜିକ । ବ୍ୟବସ୍ଥାରେ ବଳପ୍ରୟୋଗ ବିନା ଶାସନ ସମ୍ଭବ ହେବ ନାହିଁ । ବିନା ଶକ୍ତି ପ୍ରୟୋଗରେ ଶାନ୍ତି ବା ସ୍ଥିରତା ମଧ୍ୟ ରକ୍ଷା କରାଯାଇପାରିବ ନାହିଁ । ଅନ୍ୟ କେତେକ ରାଜନୈତିକ ବିଶାରଦଙ୍କ ମତରେ ଶିଳ୍ପ ସମୃଦ୍ଧି, ଆର୍ଥିକ ବିକଶିତ ଅଥବା ପୁଞ୍ଜିବାଦୀ ଆର୍ଥିକ ବ୍ୟବସ୍ଥାରେ ହିଁ ଗଣତନ୍ତ୍ର ବଂଚି ରହିପାରିବ । ସେଥିପାଇଁ କୁହାଯାଉଛି ଯେ ଗଣତନ୍ତ୍ର ଇଂଲଣ୍ଡରେ ସୁସ୍ଥ, ଆମେରିକାରେ ଧନଶାଳୀ, ସୁଇଜରଲ୍ୟାଣ୍ଡରେ ଆରାମଦାୟକ ଓ ଭାରତରେ ଦାରିଦ୍ର୍ୟ ଅବସ୍ଥାରେ ରହିଛି ।

ସମସ୍ତ ସମାଲୋଚନା ସତ୍ତ୍ଵ, ଏକଥା ସତ୍ୟ ଯେ ସଂସଦୀୟ । ଗଣତାନ୍ତ୍ରିକ ବ୍ୟବସ୍ଥାର ବିକଳ୍ପ ରୂପେ ଅନ୍ୟ କୌଣସି ଶାସନ ବ୍ୟବସ୍ଥା । ଭାରତରେ ଗ୍ରହଣୀୟ ହେବ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କରେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଆମ ଦେଶରେ ଏକକାଳୀନ ଭାବରେ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନଠାରୁ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ହୋଇଗଲା । କିନ୍ତୁ ସେଥିପାଇଁ ଉଭୟ ସାମାଜିକ ଓ ମାନସିକ ସ୍ତରରେ ଯେପରି ପ୍ରସ୍ତୁତିକରଣ ଆବଶ୍ୟକ, ତାହା ହୋଇଥିବାରୁ, ଅନ୍ୟ ପାଶ୍ଚାତ୍ୟ । ଦେଶ ତୁଳନାରେ ଭାରତରେ ସମସ୍ୟାମାନ ଅଧିକ  ଦେଖାଯାଉଛି । କିଛି ଉଚ୍ଚାଭିଳାଷୀ, ରାଜନୈତିକ ସଚେତକ ବୁଦ୍ଧିଜୀବୀଙ୍କ ଦାନ ରୂପେ । ଭାରତୀୟ ଜନସାଧାରଣଙ୍କୁ ହଠାତ୍ ମିଳି ଯାଇଥିବା ଗଣତାନ୍ତ୍ରିକ ବ୍ୟବସ୍ଥା । କାର୍ଯ୍ୟକାରୀ ହେଲାବେଳକୁ ସଙ୍କଟ ସୃଷ୍ଟି ହେଉଛି । ଭାରତ ପରି ଏକ ବୃହତ୍ତମ କାର୍ଯ୍ୟଶୀଳ ଗଣତନ୍ତ୍ରର ଏହି ଦୁରବସ୍ଥା ପାଇଁ ରାଜନୀତି ବିଜ୍ଞାନୀ । ପ୍ରଫେସର ରଜନୀ କୋଠାରୀ ଉଭୟ ରାଜନେତା ଓ ବୁଦ୍ଧିଜୀବୀମାନଙ୍କୁ ଦାୟୀ କରିଛନ୍ତି । ବୁଦ୍ଧିଜୀବୀମାନେ ଭାରତୀୟ ଉଚ୍ଚ ପରମ୍ପରାର ରକ୍ଷକ ହେବାସହ ପରିବର୍ତ୍ତନର ମଧ୍ୟ  ବାର୍ତ୍ତାବହ ହେବା କଥା । କିନ୍ତୁ ସେମାନେ  ନିଜ ଦାୟିତ୍ଵରୁ ଓହରି ଯାଇ ବାସ୍ତବତା ଓ ମୂଲ୍ୟବୋଧ ମଧ୍ୟରେ ପାର୍ଥକ୍ୟ । ସୃଷ୍ଟି ପାଇଁ ବାଟ ପରିଷ୍କାର କରୁଛନ୍ତି । ସାମନ୍ତବାଦୀ ଓ ସାମ୍ପ୍ରଦାୟିକ ଶକ୍ତିଙ୍କ ବିରୁଦ୍ଧରେ ଲଢ଼େଇ କରି, ଏକ ଉଦାରବାଦର ମୂଲ୍ୟବୋଧ ନେଇ ଭାରତୀୟ ନେତୃବୃନ୍ଦ ସଂସଦୀୟ ଗଣତନ୍ତ୍ର ପ୍ରତିଷ୍ଠା କରିଛନ୍ତି ।  ଗଣତାନ୍ତ୍ରିକ ବ୍ୟବସ୍ଥା ବିଭିନ୍ନ ସମସ୍ୟା ସମାଧାନର ମାଧ୍ୟମ ହେବାର କଥା । କିନ୍ତୁ ଆମ ଦେଶରେ ଏହା ନୂଆ ନୂଆ ସମସ୍ୟା ସୃଷ୍ଟି କରୁଛି । ଆର୍ଥିକ ଅଥବା ସାମାଜିକ କାରଣରୁ ଯେତେ ନୁହେଁ, ରାଜନୈତିକ  କାରଣରୁ ସେତେ ଅଧିକ  ସମସ୍ୟା ସୃଷ୍ଟି ହୋଇଛି । ଜନସଚେତନତା  ଉପରେ ଗୁରୁତ୍ଵ ଦେଇ ନେହେରୁ କହିଥିଲେ ଯେ, ବୀତସ୍ପୃହ ଓ ନିଷ୍କର୍ମା ଜନତାଙ୍କୁ ନେଇ ଗଣତନ୍ତ୍ରର ସୁରକ୍ଷା କରାଯାଇ ପାରିବ ନାହିଁ । ସେଥିପାଇଁ ଦୃଷ୍ଟିଭଙ୍ଗୀ ବା ମୂଲ୍ୟବୋଧରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଗଣତନ୍ତ୍ରର ସୁରକ୍ଷା ପାଇଁ ବସ୍ତୁର ବିକାଶ ନୁହେଁ, ବ୍ୟବସ୍ଥାର ବିକାଶ ନୁହେଁ ବରଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିବିଶେଷଙ୍କ ବିକାଶ ଏକାନ୍ତ ଆବଶ୍ୟକ । ଏହା ସହିତ, ମୁକ୍ତ ଗଣମାଧ୍ୟମ, ସୁସ୍ଥ ଜନମତ, ଅବାଧ ନିର୍ବାଚନ, ସ୍ଵାଧୀନ ଓ ନିରପେକ୍ଷ ବିଚାରାଳୟ ଓ ସର୍ବୋପରି ଦୃଢ଼ ବିରୋଧୀ ଦଳଙ୍କ ମାଧ୍ୟମରେ ଭାରତୀୟ ସଂସଦୀୟ ଗଣତନ୍ତ୍ର ନିରାପଦ ଓ ଦୃଢ଼ ରହିପାରିବ ।

ସମ୍ପାଦନ - ଡଃ ମନ୍ଦାକିନୀ ଦାସ, ରାଜନୀତି ବିଜ୍ଞାନୀ ବିଭାଗ ରେଭେନ୍ସା ମହାବିଦ୍ୟାଳୟ, କଟକ

ଆଧାର - ଇ ମଗାଜିନ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate