অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇତିହାସ ଓ ରାଜନୀତି ବିଜ୍ଞାନ-ଦୀର୍ଘ ଉତ୍ତର ମୂଳକ

୪ ନମ୍ବର - ସମ୍ବଳିତ ନମୁନା ପ୍ରଶ୍ନୋତ୍ତର

  1. ଚମ୍ପାରନ ଆନ୍ଦୋଳନ ରେ ମହାତ୍ମାଗନ୍ଧି ଙ୍କ ଭୂମିକା ସମ୍ପର୍କରେ ଆଲୋଚନା  କର ।
    1. ଚମ୍ପାରନ ଆନ୍ଦୋଳନ ଗାନ୍ଧୀଜୀଙ୍କ ନେତୃତ୍ବରେ ପରିଚାଳିତ ପ୍ରଥମ ଅହିଂସା ଆନ୍ଦୋଳନ ।
    2. ରାଜକୁମାର ଶୁଳ୍କ ନାମକ ଜେନ ସ୍ଥାନୀୟ ବାସିନ୍ଦା ଙ୍କ ଅନୁରୋଧ କ୍ରମେ ମହାତ୍ମାଗନ୍ଧି ୧୯୧୭ ଏପ୍ରିଲ ମାସରେ ଚାଷୀମାନଙ୍କ ସମସ୍ଯା ର ଅନୁଧ୍ୟାନ କରିବା ପାଇଁ ଚମ୍ପାରନ ର ସଦର ମହକୁମା ମୋତିହାରୀରେ ପହଞ୍ଚିଲେ।ତାଙ୍କ ସହିତ ରାଜେନ୍ଦ୍ର ପ୍ରସାଦ ,ମହାଦେବ ଦେଶାଇ ,ନରହରି ପାରିଖ ଓ ଜେ.ବି କୃପାଳିନୀ ଆଦି ନେତା ଯାଇଥିଲେ ।
    3. ଚମ୍ପାରନ ଜିଲ୍ଲା ଅଧିକାରୀଙ୍କ ଧମକ ସତ୍ତ୍ୱେ ଗାନ୍ଧୀଜୀ ପ୍ରଚଳିତ ତିନିକାଠିଆ ବ୍ୟବସ୍ଥା ବିରୋଧରେ ଅହିଂସା ଉପାୟରେ ଆନ୍ଦୋଳନ ଆରମ୍ଭ କଲେ ।
    4. ଶେଷରେ ଗାନ୍ଧୀଜୀ ସଫଳ ହେଲେ ,ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଓ ଇଂରେଜ ମାଲିକମାନଙ୍କ ଦ୍ଵାରା ଆଦାଯ କରାଯାଉଥିବା ଅର୍ଥର ଶତକଡା ୨୫ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା ।
  2. ଦ୍ଵିତୀୟ ଗୋଲଟେବୁଲ ବୈଠକ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର।
    1. ୧୯୩୧ ମସିହା ସେପ୍ଟେମ୍ବର ୭ ତାରିଖରୁ ଡିକେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଠାରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ବସିଥିଲା । କଂଗ୍ରେସ ତରଫରୁ ଗାନ୍ଧୀଜୀ ଏକମାତ୍ରା ପ୍ରତିନିଧି ଭାବେ ଯୋଗଦେଇଥିଲେ । ଇଂଲଣ୍ଡ ର ପ୍ରଧାନମନ୍ତ୍ରୀ ରାମସେ ମାକଡୋନାଲଡ ଏହି ବୈଠକରେ ଅଦ୍ୟକ୍ଷତା କରିଥିଲେ ।
    2. ଉଇନଷ୍ଟନ ଚର୍ଚିଲ ଗନ୍ଧିଯୀଙ୍କୁ :”ଅର୍ଦ୍ଧନଗ୍ନ ଫକିର” ଭାବେ ଆକ୍ଷେପ କରିଥିଲେ ଓ ସମ୍ରାଟ ପଞ୍ଚମ ଜର୍ଜ ଗନ୍ଧିଜୀଙ୍କୁ ଧମକ ଦେଇ କହିଥିଲେ ଜେ ସରକାରଙ୍କୁ ସହଯୋଗ ନ କଲେ ଭାରତୀୟମାନଙ୍କୁ ମେସିନ ଗନ ଓ ବୋମାରେ ଉଡାଇଦେବେ ।
    3. ଗାନ୍ଧୀଜୀ ନିରତ୍ତିକ ଭାବେ କହିଥିଲେ ଜେ ଭାରତୀୟମାନଙ୍କ ପାଇଁ ଇଂରେଜ ମାନଙ୍କ ବୋମା ଫୋଟୋକା ତୁଲ୍ୟ ।
    4. ଏହି ବୈଠକରେ ଭାରତୀୟମାନଙ୍କ ଦାବୀକୁ ଉପେକ୍ଷା କରାଯିବ ସହିତ ହିନ୍ଦୁ ,ମୁସଲମାନ ଓ ହରିଜନମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା କରଯାଇଥିଲା ।ଫଳରେ ଗାନ୍ଧୀଜୀ ବ୍ୟଥିତ ହୋଇ ୧୯୩୧ ଡିକେମ୍ବର ୨୮ ରେ ଭରତ ଫେରି ଆସିଥିଲେ ।
  3. ଆଇନ ଅମାନ୍ୟ ଆନ୍ଦୋଳନ ର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ?
    1. ୧୯୩୦ ମସିହା ଏପ୍ରିଲ ୯ ତାରିଖ ଦିନ ଆଇନ ଅମାନ୍ୟ ଆନ୍ଦୋଳନ ଘୋଷଣା କରାଯାଇଥିଲା ।ସେଥିରେ ନିମ୍ନଲିଖିତ କାର୍ଯ୍ୟକ୍ରମମାନ ସ୍ଥାନ ପାଇଥିଲା ।
    2. ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରିବା ସହିତ ମଦ ଦୋକାନ,ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀ ଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରିବା ଓ ଚରଖାରେ ସୂତା କାଟିବା ।
    3. ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରିବା ଓ ଅସ୍ପୃଶ୍ୟ ତା ବର୍ଜନ କରିବା ।
    4. ଛାତ୍ରମାନେ ସ୍କୁଲ ,କଲେଜ ପରିତ୍ୟାଗ କରିବେ ,ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ,ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ- ଏହି ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ ।
  4. ମାଗେଗୁ-ଚେମସଫୋର୍ଡ ସଂସ୍କାର ର ଅନ୍ୟନାମ କ’ଣ ଓ ଏହି ଆଇନ ରେ କେଉଁସବୁ ତ୍ରୁଟି ଥିଲା ?
    1. ମାଗେଗୁ –ଚେମସଫୋର୍ଡ ସଂସ୍କାର ର ଅନ୍ୟନାମ ଭାରତ ଶାସନ ଆଇନ ୧୯୧୯ ।
    2. ପ୍ରଥମ ତ୍ରୁଟି-ଭାଇସରାୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସାଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରୀମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ ।
    3. ଦ୍ଵିତୀୟ ତ୍ରୁଟି-ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳ ଙ୍କ ଅଧୀନରେ ରଖାଯାଇଥିବା ବିଭାଗଗୁଡିକ ଠାରୁ ଅପେକ୍ଷାକୃତ କମ ଗୁରୁତ୍ୱପୂର୍ଣ୍ଣ । ଏହି ବିଭାଗଗୁଡିକ ମନ୍ତ୍ରୀମଣ୍ଡଳ ଅଧୀନରେ ରହିଲା ।
    4. ତୃତୀୟ ତ୍ରୁଟି –କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପନ ସଭାରେ  ସବ୍ୟମାନଙ୍କର ପୂର୍ବରୁ ଥିବା ମୁସଲମାନ ସଂପ୍ରଦାଯ ବ୍ଯତୀତ ଖ୍ରୀଷ୍ଟିୟାନ ଓ ଶିଖମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠିତ ହେଲା ଓ ୪ ର୍ଥ ତ୍ରୁଟି ଥିଲା ଭୋଟଦାନ ଅଧିକାରକୁ ଅଧିକ ସଙ୍କୁଚିତ କରାଗଲା ।

୩ ନମ୍ବର -ସମ୍ବଳିତ ନମୁନା ପ୍ରଶ୍ନୋତ୍ତର

  1. ଗାନ୍ଧୀଜୀ କେବେ ଓ କେଉଁଠାରେ ଅଙ୍ଗୁଳି ଛପା ବିରୋଧରେ ଏକ ସଭା କରିଥିଲେ ଓ ଏହାର ଫଳାଫଳ କ’ଣ ଥିଲା ?
    1. ଗାନ୍ଧୀଜୀ ୧୯୦୬ମସିହା ସେପ୍ଟେମ୍ବର ୧୧ ତାରିଖରେ ଜୋହାନସବର୍ଗ ର ଏମ୍ପାୟାର ଥିଏଟରଠାରେ ଅଙ୍ଗୁଳି ଚାପ ବିରୋଧରେ ଏକ ସଭା କରିଥିଲେ ।
    2. ଫଳରେ ଭାରତୀୟମାନେ ଏହି ଆଇନ କୁ ବିରୋଧ କରିବା ପାଇଁ ସଂକଳ୍ପ ନେଲେ ।
    3. ସେଠାରେ ସରକାର ଅନେକ ଆନ୍ଦୋଳନ କାରୀ ବନ୍ଦୀ କଲେ ଓ ଗାନ୍ଧୀଜୀ ଙ୍କୁ ବନ୍ଦୀ ଜୋହାନସବର୍ଗ କାରାଗାର ରେ ରଖାଗଲା ।
  2. କେବେ ଓ କାହା ଅଧ୍ୟକ୍ଷତାରେ ସାଇମନ କମିଶନ ଗଠିତ ହୋଇଥିଲା ?ଏହା କେଉଁ ଉଦ୍ଦେଶ୍ୟରେ ହୋଇଥିଲା ଓ ଏହି କମିଶନକୁ ଭାରତୀୟ ମାନେ ବିରୋଧ କରିଥିଲେ କାହିଁକି ?
    1. ୧୯୨୭ ମସିହାରେ ସାର ଜନ ସାଇମନ ଙ୍କ ଅଧ୍ୟକ୍ଷତା ରେ ସାଇମନ କମିଶନ ଗଠିତ ହୋଇଥିଲା ।
    2. ୧୯୧୯ ଭାରତ ଶାସନ ଆଇନ ର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ।
    3. ଏହି କମିଶନ ରେ ୭ ଜଣ ସଭ୍ୟ ଥିଲେ  । କିନ୍ତୁ ଜେନ ହେଲେ ବି ଭାରତୀୟ ସଭ୍ୟ ଣ ଥିବା ରୁ ଏହା ଭାରତୀୟମାନଙ୍କୁ ଅପମାନଜନକ ବୋଧ ହେଲା । ତେଣୁ ଏହି କମିଶନ କୁ ଭାରତୀୟ ମାନେ ବିରୋଧ କଲେ ।
  3. ୧୯୨୯ ମସିହାରେ ଜାତୀୟ କଂଗ୍ରେସ ଅଧିବେଶନ କେଉଁଠି ବସିଥିଲା? ସିଏ କ’ଣ ଘୋଷଣା କରିଥିଲେ ?
    1. ୨୯୨୯ ମସିହାରେ ଜାତୀୟ କଂଗ୍ରେସ ଅଧିବେଶନ ଲାହୋର ଠାରେ ବସିଥିଲା ।
    2. ଏହି ଅଧିବେଶନରେ ଜବାହରଲାଲ ନେହେରୁ ଅଧ୍ୟକ୍ଷତା କରିଥିଲେ ।
    3. ସେ ଘୋଷଣା କରିଥିଲେ ସଂପୂର୍ଣ୍ଣ ସ୍ଵାଧୀନତା ଭାରତର ଲକ୍ଷ୍ୟ ।
  4. ଓଡିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ନିଶା ନିବାରଣ ପାଇଁ କେଉଁ ସବୁ ପଦକ୍ଷେପ ସତ୍ୟାଗ୍ରହ ମାନେ ନେଇଥିଲେ ?
    1. ନିଶା ନିବାରଣ ପାଇଁ ପ୍ରଥମେ ଥିବା ତାଳ ଓ ଖଜୁରୀ ଗଛ କାଟିବା ପାଇଁ ସତ୍ୟାଗ୍ରହିମାନେ ଜନସାଧାରଣଙ୍କୁ ବୁଝାଇଲେ
    2. କଟକରେ ବିଦେଶୀ ମଦ ଦୋକାନ ଓ ଗାଁ ମାନଙ୍କରେ ଥିବା ତାଡି ଦୋକାନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇ ଲୋକମାନଙ୍କୁ ନିଶା ସେବନରୁ ନିବୃତ କରାଯାଇଥିଲା ।
    3. ଏହିପରି ବିକ୍ଷୋଭ କରୁଥିବା ସମୟରେ ରମାଦେବୀ ଓ ସାରଳା ଦେବୀଙ୍କୁ ବେତ୍ରାଘାତ ସହିବାକୁ ପଡିଥିଲା ।

୨ ନମ୍ବର - ସମ୍ବଳିତ ନମୁନା ପ୍ରଶ୍ନୋତ୍ତର

  1. ଖେଡା ସତ୍ୟାଗ୍ରହ କ’ଣ ପାଇଁ ଆରମ୍ଭ ହୋଇଥିଲା?
    1. ଖେଡା ଜିଲ୍ଲାରେ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଅନୁସାରେ ସ୍ଵାଭାବିକ ଉତ୍ପାଦନ ର ଏକ ଚତୁର୍ଥାଂଶ ରୁ କମ ଶସ୍ଯ ଉତ୍ପାଦିତ ହେଲେ ଚାଷୀମାନଙ୍କ ଉପରେ ରାଜସ୍ୱ ଦେୟ କୋହଳ ହେବାର ବ୍ୟବସ୍ଥା ହୋଇଥିଲା ।
    2. କିନ୍ତୁ ୧୯୧୮ ମସିହାରେ ଖେଦା ଜିଲ୍ଲାରେ ଦୁର୍ଭିକ୍ଷ ପଡି ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଚାଷୀମାନଙ୍କୁ ସଂପୂର୍ଣ୍ଣ ରାଜସ୍ୱ ସରକାର ଙ୍କ ତରଫରୁ ଦାବି କରାଗଲା । ତେଣୁ ଗାନ୍ଧୀଜୀ ସତ୍ୟାଗ୍ରହ ଆରମ୍ଭ କଲେ ।
  2. ତିନିକାଠିଆ ବ୍ୟବସ୍ଥା କହିଲେ କ’ଣ ବୁଝ ?
    1. ବିହାରରେ ଚମ୍ପାରନ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡିଏ ଭାଗରୁ ତିନି ଭାଗ ଜମିରେ ନୀଳଚସ କରିବା ପାଇଁ ବାଧ୍ୟ କରାଯାଇଥିଲା ।
    2. ଇଂରେଜ ବୃକ୍ଷରୋପଣ କାରୀଙ୍କୁ ଚାଷୀମାନେ ଉତ୍ପାଦିତ ନୀଳକୁ ବାଧ୍ୟ ହୋଇ ବିକ୍ରି କରୁଥିଲେ ।ଏହାକୁ ତିନିକାଠିଆ ବ୍ୟବସ୍ଥା କୁହାଯାଉଥିଲା ।
  3. ତିଳକ ସ୍ଵରଜ ପାଣ୍ଠି କ’ଣ ପାଇଁ ଗଠନ କରାଯାଇଥିଲା ?
    1. ଅସହୋଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ସ୍ମୃତିରେ ତିଲକ ସ୍ଵରାଜ ପାଣ୍ଠି ଗଠନ କରାଯାଇଥିଲା ।
    2. ଜନସାଧାରଣ ମୁକ୍ତ ହସ୍ତରେ ଏହି ପାଣ୍ଠିକୁ ଦାନ କରୁଥିଲେ । ଫଳରେ ଅଳ୍ପଦିନ ମଧ୍ୟରେ ଏହି ପାଣ୍ଠିରେ ଏକ କୋଟି ଟଙ୍କା ଜମା ହୋଇଯାଇଥିଲା ।

ଆଧାର : ବୋର୍ଡ଼  ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate