অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଟ୍ରିକ ମନ୍ତ୍ର-ପ୍ରଥମ ଭାଷା ଓଡିଆ-ଦୀର୍ଘ ଉତ୍ତର ମୂଳକ

ପ୍ରଶ୍ନ - ୧

ପ୍ରାୟ 120 ଟି ଶବ୍ଦରେ ଉତ୍ତର ଲେଖ ।

ପ୍ରଶ୍ନ: ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର ।

କିମ୍ବା ,ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ର ଏକ ତୁଳନାତ୍ମକ ଚିତ୍ର ପଠିତ ପ୍ରବନ୍ଧକୂ ଅନୁସରଣ କରି ପ୍ରଦାନ କର ।

ଉତ୍ତର  -୧

ଉ. ବିଜ୍ଞାନଭିତ୍ତିକ ସାହିତ୍ୟ ରଚନାରେ ସିଦ୍ଧହସ୍ତ ସ୍ଵନାମଖ୍ୟାତ ଶିକ୍ଷାବିତ ବଂଶୀଧର ସାମନ୍ତରାୟ ଓଡିଆ ସାରସ୍ଵତ ଜଗତର ଏକ ଅବିସ୍ମରଣୀୟ ପ୍ରତିଭା । ୧୯୪୨ ମସିହା ଜ୍ୟୋଷ୍ଠ ସଂଖ୍ୟା “ଉତ୍କଳ ସାହିତ୍ୟ “ର ପ୍ରୁଷ୍ଠା ମଣ୍ଡନ କରିଥିବା ଆଲୋଚ୍ୟ ପ୍ରବନ୍ଧ “ସଭ୍ୟତା ଓ ବିଜ୍ଞାନ “ରେ ଆଧୁନିକ ସଭ୍ୟତା ର ବିକାଶରେ ବିଜ୍ଞାନର ଅବଦାନ ସମ୍ପକରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଭାରତୀୟ ସଭ୍ୟତା ସହିତ ବାହ୍ୟ ସଭ୍ୟତାର ଏକ ତୁଳନାତ୍ମକ ଚିତ୍ର ନିଜସ୍ଵ ଶୈଳୀରେ ଉପସ୍ଥାପନ କରିଛନ୍ତି ।

ପ୍ରାବନ୍ଧିକଙ୍କ ମତରେ,”ମାନବ ଯେଉଁ ବୈଷୟିକ,ଶାରୀରିକ ,ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ ,ତାହାକୁ ଆମ୍ଭେମାନେ ସଭ୍ୟତା ଆଖ୍ୟା ଦେଇଥାଉ” ।ମାନବ ସଭ୍ୟତା ର ଯେ ନିରନ୍ତର ଅଗ୍ରଗତି ଘଟୁଛି ଏହା ଆମେ ପ୍ରାଚୀନ ଆଦିମ ମାନବ କିମ୍ବା ବର୍ତ୍ତମାନ ର ନିଗ୍ରୋ ବା ପାର୍ବତୀୟ ବନ୍ୟ ଜାତିମାନଙ୍କ ସହିତ ଆମ୍ଭମାନଙ୍କୁ ତୁଳାନା କଲେ ଜାଣିପାରିବା । ଏ ସମସ୍ତ ଘଟଣା ର ଶ୍ରେୟ ପ୍ରାବନ୍ଧିକ ବିଜ୍ଞାନକୁ ଦେଇଛନ୍ତି ।ସଭ୍ୟତା ର ଅନ୍ଵେଷଣ ରେ ବିଜ୍ଞାନ ହିଁ ପଥଦର୍ଶକ ସାଜିଛି ଏଥିରେ କାହାର ଦ୍ଵିମତ ନାହିଁ । ମାତ୍ର ଦେଶ ଓ ସଂସ୍କୃତି ଅନୁସାରେ ସଭ୍ୟତା ର ପାର୍ଥକ୍ୟ ଅନୁଭୂତ ହୁଏ । ଲେଖକଙ୍କ ଅନୁଯାୟୀ “ବିଭିନ୍ନ କାଳରେ ବିଭିନ୍ନ ଜାତିମାନଙ୍କର ଏହି ସଭ୍ୟତା ର ଆଦର୍ଶ ଭିନ୍ନ ଭିନ୍ନ ଥିଲା ।ଯାବତୀୟ ବୈଷୟିକ ଉନ୍ନତି  ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ ରୂପେ ପରିଗଣିତ ହେଉଥିବା ବେଳେ ତ୍ୟାଗ ଓ ଆତ୍ମସଞ୍ଜମ ଭାରତୀୟ ସଭ୍ୟତା ର ଆଦର୍ଶ ଥିଲା । ସର୍ବଦା ଭୋଗ ବିଳାସରେ ମତ୍ତ ରହିବାକୁ ରୋମୀୟ ଓ ଗ୍ରୀସୀୟମାନେ ପସନ୍ଦ କରୁଥିଲେ । ମିଶରିୟ ସଭ୍ୟତା ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ଥିଲା । ମାତ୍ର ଏ ସମସ୍ତ ଭୋଗବାଦୀ ସଭ୍ୟତାଠାରୁ ଭାରତୀୟ ମାନେ ସଂପୂର୍ଣ୍ଣ ଦୂରରେ ଥିଲେ । ସେମାନେ ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଭୋଗମାର୍ଗଗାମୀ ଜାତିଠାରୁ ନିଜର ପଥ ସଂପୂର୍ଣ୍ଣ ପୃଥକ କରିଦେଇଥିଲେ । ପ୍ରାବନ୍ଧିକ ଙ୍କ ମତରେ ,”ଭାରତୀୟ ସଭ୍ୟତା” ର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଞ୍ଜମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥିଲେ ।

 

ଭାରତୀୟ ମାନେ ବିଷୟ ଜଞ୍ଜାଳ ପରିବେଷ୍ଠିତ ଗୃହସ୍ଥ ଜୀବନଯାପନ କରୁଥିଲେ ମଧ୍ୟ ଭୋଗ ସେମାନଙ୍କୁ ସ୍ପର୍ଶ କରିପାରି ନ ଥିଲା । କାରଣ ପ୍ରଥମରୁ ତ୍ୟାଗ ଓ ସଂଯମ ପଥର ସେମାନେ ପଥିକ ଥିଲେ । ଭାରତର ସମସ୍ତ ବୈଷୟିକ ଉନ୍ନତି,ରୋମୀୟ ଓ ଗ୍ରୀସୀୟ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ । ରୋମୀୟ ଓ ଗ୍ରୀସୀୟ ମାନଙ୍କର ବୈଷୟିକ ଉନ୍ନତିର ନିଦର୍ଶନ ଯାହା ଆମେ ଦେଖିବାକୁ ପାଉ ତାହା ଇଚ୍ଛାକୃତ ଥିଲା ବେଳେ ଭାରତୀୟମାନଙ୍କର ସୃଷ୍ଟି ଓ ଉନ୍ନତି ତ୍ୟାଗ ମାର୍ଗର ସ୍ଵତଃ ସମ୍ଭୁତ ଫଳ ମାତ୍ର । ସେମାନଙ୍କର ବୈଶିଷ୍ଟ୍ୟ ଆଧ୍ୟାତ୍ମିକତା ।

ବାସ୍ତବରେ ପାଶ୍ଚାତ୍ୟ ସଭ୍ୟତା ଓ ଭାରତୀୟ ସଭ୍ୟତା ମଧ୍ୟରେ ପ୍ରାବନ୍ଧିକ ପ୍ରଦାନ କରିଥିବା ତୁଳନାତ୍ମକ ବ୍ୟାଖ୍ୟା ପ୍ରଣିଧାନଯୋଗ୍ୟ ।

ପ୍ରଶ୍ନ -୧ ( ଖ )

ପ୍ରାୟ ୫୦ ଟି ଶବ୍ଦ ମଧ୍ୟରେ ସପ୍ରସଙ୍ଗ ସରଳାର୍ଥ ଲେଖ ।

ପ୍ରଶ୍ନ: ବିରାଟ ସାଗର ଆଜି ଦୁର୍ଲାଘ୍ୟ ହୋଇ ନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇରହିନାହିଁ ।

ଉତ୍ତର  -୧ (ଖ )

ଉ: ବିରାଟ ସାଗର.................ରହିନାହିଁ ।

ଶଂସିତ ଗାଦ୍ଯାଂସ ଟି ବିଶିଷ୍ଠ ଶିକ୍ଷାବିତ ବଂଶୀଧର ସାମନ୍ତରାୟ ରଚିତ “ସଭ୍ୟତା ଓ ବିଜ୍ଞାନ” ଶୀର୍ଷକ ପ୍ରବନ୍ଧର ଅଂଶବିଶେଷ । ଆଲୋଚ୍ୟ ପ୍ରସଙ୍ଗରେ ପ୍ରାବନ୍ଧିକ ବିଜ୍ଞାନର ଅଲୌକିକ ଶକ୍ତି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ବିଜ୍ଞାନ ବଳରେ ବଳୀୟାନ ମାନବ ଆଜି ସଭ୍ୟତା ର ଉଚ୍ଚୋତ୍ତମ ସୋପାନ ଆରୋହଣ କରିବାରେ ସକ୍ଷମ ହୋଇପାରିଛି । କଳ୍ପନାତିତ ଭାବେ ବୈଷୟିକ ଉନ୍ନତିରେ ସେମାନେ ଅଗ୍ରସର ହୋଇଛନ୍ତି । ଯାହାକି ପୂର୍ବବର୍ତ୍ତୀ ମାନବ ସ୍ଵପ୍ନରେ ସୁଦ୍ଧା ଚିନ୍ତା କରି ପାରି ନ ଥିବ । ରେଳ ,ମଟର ,ଉଡାଜାହାଜ ,ବୁଡାଜହାଜ ବେତାର ଯନ୍ତ୍ର ରେଡିଓ ଟେଲିଭିଜନ ଓ ଟେଲିଫୋନ ପ୍ରଭୃତି ଉପକରଣ ମାଧ୍ୟମରେ ବୈଷୟିକ ସୁଖ ,ସମୃଦ୍ଧି ସମ୍ପାଦନରେ ମନୁଷ୍ୟ ସକ୍ଷମ ହୋଇପାରିଛି। କଲ୍ପନାତିତ ଭାବେ ବୈଷୟିକ ଉନ୍ନତିରେ ସେମାନେ ଅଗ୍ରସର ହୋଇଛନ୍ତି । ଯାହାକି ପୂର୍ବବର୍ତ୍ତୀ ମାନବ ସ୍ଵପ୍ନରେ ସୁଦ୍ଧା ଚିନ୍ତା କରିପାରି ନ ଥିବ । ରେଳ,ମଟର,ଉଡାଜାହାଜ,ବୁଡାଜହାଜ,ବେତରା ଯନ୍ତ୍ର,ରେଡିଓ,ଟେଲିଭିଜନ,ଓ ଟେଲିଫୋନ ପ୍ରବୃତି ଉପକରଣ ମାଧ୍ୟମରେ ବୈଷୟିକ ସୁଖ,ସମୃଦ୍ଧି ସମ୍ପାଦନରେ ମନୁଷ୍ୟ ସକ୍ଷମ ହୋଇପାରିଛି । ଯେଉଁ ନଭଶ୍ଚୁମ୍ଭୀ ହିମାଳୟ ତା’ ପାଇଁ ଦୁରୂହ ହୋଇ ରହିଥିଲା ସେଠାରେ ସେ ରାଜତ୍ଵ କରୁଛି ଏବଂ  ଯେଉଁ ଅନନ୍ତ ମହାସାଗର ଦୁରଳାଘ୍ୟ ଥିଲା ,ଆଜି ତାହା ହୋଇରହି ନାହିଁ। ଏ ସମସ୍ତ ବିଜ୍ଞାନର ଅବଦାନ କହିଲେ ଅତ୍ଯୁକ୍ତି ହେବ ନାହିଁ ।ନିଃସନ୍ଦେହରେ ଜଡ ବିଜ୍ଞାନର ଅନୁଶୀଳନ ଓ ଚର୍ଚ୍ଚା ହିଁ ମନୁଷ୍ୟକୁ ସଫଳତାର ସ୍ଵାଦ ଚଖାଇବାରେ ସକ୍ଷମ ହୋଇଛି । ପ୍ରାବନ୍ଧିକ ବର୍ଣ୍ଣନା ବେଶ ଯୁକ୍ତି ଯୁକ୍ତ ।

ପ୍ରଶ୍ନ -୨

ପ୍ରଶ୍ନ: ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର । (ପ୍ରାୟ 120 ଟି ଶବ୍ଦରେ ଉତ୍ତର ଲେଖ)

କିମ୍ବା ,”ରାଘବଙ୍କ ଲଙ୍କା ଯାତ୍ରାନୁକୁଳ”କବିତାରେ କବି କିପରି ରାବଣକୁ ଏକ ସଫଳ କୂଟନୀତିଜ୍ଞ ଭାବରେ ଉପସ୍ଥାପନ କରିଛନ୍ତି,ତାହା ବର୍ଣ୍ଣନା କର ।

ଉତ୍ତର  -୨

ଉ.ରୀତିଯୁଗୀୟ କାବ୍ୟଧାରାରେ ସର୍ବଶ୍ରେଷ୍ଠ ରୂପକାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡିଆ ସାହିତ୍ୟ ଆକାଶର ଏକ ଉଜ୍ଜ୍ଵଳ ତାରକା ସଦୃଶ। ରାମତାରକ ମନ୍ତ୍ର ଜପ କରି ହାସଲ କରିଥିବା କବିତ୍ଵ ତାଙ୍କ ସାରସ୍ଵତ ଜଗତର ମୁକୁଟବିହୀନ ସମ୍ରାଟ ଭାବରେ ଅଧିଷ୍ଠିତ କରାଇପାରିଛି ।“ଲାବଣ୍ୟବତୀ”,କୋଟି ବ୍ରମ୍ହାଣ୍ଡ ସୁନ୍ଦରୀ”,ବୈଦେହିଶ ବିଳାସ “, “ପ୍ରେମସୁଧାନିଧି” ଆଦି ଅନେକ କାବ୍ୟ ଉତ୍କଳ ବାଣୀ ଭଣ୍ଡାରର ଏକ ଏକ ଅମୂଲ୍ୟ ରତ୍ନ । ଆଲୋଚ୍ୟ କବିତା “ରାଘବ ଙ୍କ ଯାତ୍ରାନୁକୁଳ “କବିଙ୍କ ପ୍ରସିଦ୍ଧ ରାମକାବ୍ୟ “କ” ଆଦ୍ୟ ଆଦ୍ୟ ଅକ୍ଷର ନିୟମରେ ରଚିତ “ବୈଦେହିଶ ବିଳାସ “ ର ଚାଳିଶତମ ଛାନ୍ଦର ଅଂଶ ବିଶେଷ । ଉକ୍ତ ପ୍ରସଙ୍ଗରେ ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତା ଙ୍କୁ ଲଙ୍କାଧିପତି ରାବଣ କବଳରୁ ଉଦ୍ଧାର ପାଇଁ ଚଳାଇଥିବା ପ୍ରସ୍ତୁତି ପର୍ବ ସମ୍ପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ରାବଣ ର କୂଟନୀତି ଉପରେ ଆଲୋକପାତ କରିଛନ୍ତି ।

ଜାନକୀ ଉଦ୍ଧାର ପାଇଁ ରାଘବ ପ୍ରୟାସ ସମ୍ପର୍କରେ ଅବଗତ ହେବା ପରେ ବିଂଶତିକର ରାବଣ ବ୍ୟସ୍ତବିବ୍ରତ ହୋଇପଡିଛି । ଅନ୍ୟ ଏକ ଘଟଣା କ୍ରମେ ରେ ତା’ର କନିଷ୍ଠ ଭ୍ରାତା ବିଭୀଷଣ ଜ୍ୟୋଷ୍ଠଭ୍ରାତା ଙ୍କର ଅନ୍ୟାୟ କାର୍ଯ୍ୟକଳାପ ବିରୋଧ କରି ଶ୍ରୀରାମଙ୍କ ଶରଣାପନ୍ନ ହୋଇଛନ୍ତି । ପ୍ରବୀଣ କୂଟନୀତିଜ୍ଞ ରାବଣ ବୁଝପାରିଛି  ଏହାଦ୍ବାରା ତ’ର ପରାଜୟ ସୁନିଶ୍ଚିତ । ଏଣୁ ସେ ବିଭୀଷଣଙ୍କୁ ନାନା ଭାବରେ ପ୍ରଲୁବଧ କରି ଫେରାଇ ନେବା ପାଇଁ ଉଦ୍ୟମ କରିଛି । ଏଥି ନିମିତ୍ତ ରାବଣ ତା’ର ଦୁଇ ଜଣ ଧୁରନ୍ଧର ମନ୍ତ୍ରୀ ସୁଉକା-ସାରଣଙ୍କୁ ଦୁତ ରୂପେ ବିଭୀଷଣ ନିକଟକୁ ପ୍ରେରଣା କରିଛି ।ଜ୍ୟୋଷ୍ଟ ଭ୍ରାତା ପିତୃତୁଲ୍ୟ କହି ତା’ର ଭୁଲ ନ ଧରିବା ତଥା ଉଚ୍ଚକୁଳ ସମ୍ଭୁତ ହୋଇ ବନଚାରୀ ଭସ୍ମ ବିଲେପିତ ରାମଚନ୍ଦ୍ର ଙ୍କ ଶରଣାପନ୍ନହେବା ଉଚିତ ନୁହେଁ ବୋଲି ସେ ବାର୍ତ୍ତା ଦେଇଛି । କବିଙ୍କ ଭାଷାରେ-

“ବିଭୁତି କି ଭୁଞ୍ଜୁଥିଲେ ବିଭୁତିଭୂଷଣ

ବଡ କୂଳେ ଜନମି ଶରଣ କି କାରଣେ ଯେ?”

ଏତଦଭିନ୍ନ ରାବଣ ଜାଣିଥିଲା ସିତାଙ୍କ ଉଦ୍ଧାର କାର୍ଯ୍ୟରେ ଶ୍ରୀରାମଙ୍କୁ ମହାବଳୀ ସୁଗ୍ରୀବଙ୍କ ନେତୃତ୍ବରେ ବାନରସେନା ସହାୟତା କରୁଛନ୍ତି । ତନ୍ମଧ୍ୟରୁ ଅମିତ ବଳଶାଳୀ ଅଙ୍ଗଦ ଙ୍କ ପିତାଙ୍କୁ ପ୍ରଭୁ ଶ୍ରୀରାମ ବିନା କାରଣରେ ନିଧନ କରିଥିବାରୁ ସେ ଅଙ୍ଗଦଙ୍କ ଶତ୍ରୁ ଅଟନ୍ତି । ତେଣୁ ନିଜର କୂଟନୀତି ପ୍ରୟୋଗ କରି ରାବଣ,ପିତାଶତ୍ରୁ କୁ ବିରୋଧ କରି ପିତୃବ୍ୟ ସହ ଶ୍ରୀରାମଙ୍କୁ ପରିତ୍ୟାଗ କରିବା ପାଇଁ ପରାମର୍ଶ ଦେଇଛି । ରାବଣର ଏହି କୂଟନୀତିକୁ କବି ଚମତ୍କାର ଭାବେ କବିତାରେ ବର୍ଣ୍ଣନା କରି ଲେଖିଛନ୍ତି –

“ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୂଣ୍ୟ

ବାଦ ରଚାଇ ପିତୃବ୍ୟ ବାହୁଡାଅ ସୈନ୍ୟ ଯେ ।“

ତ୍ରିଭୁବନ ବିଜୟୀ ଲଙ୍କାଧିପତି ରାବଣ ଦୁତ ସୁଉକା-ସାରଣ ମାଧ୍ୟମରେ ଶତ୍ରୁ ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା ମଧ୍ୟ କଳି ନେଇଛି ଯାହା ତା’ର କୂଟନୀତିର ଅନ୍ୟ ଏକ ନିଦର୍ଶନ । ଜଣେ ମନ୍ଦବୁଦ୍ଧି ରାକ୍ଷସ ଭିନ୍ନ ଏକ ରାଜା ତଥା ଉଚ୍ଚକୋଟିର କୂଟନୀତିଜ୍ଞଭାବରେ ରାବଣକୁ ବର୍ଣନା କରି କବି ତା’ର ଚରିତ୍ର ର ଅନ୍ୟ ଏକ ଦିଗ ଉନ୍ମୋଚନ କରିଛନ୍ତି ।

ପ୍ରଶ୍ନ - ୨ ( ଖ )

ପ୍ରାୟ ୫୦ ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ ।

ପ୍ରଶ୍ନ : “ବିସ୍ମଇ ନିଶ୍ଵାସ ତେଜି ବାରୁଣେ ପ୍ରସନ୍ନେ

ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ” ।

ଉତ୍ତର  -୨ ( ଖ )

ଉ. “ବିସ୍ମଇ ନିଶ୍ଵାସ ......... ଦର୍ଭ ଶୟନେ ଯେ” ।

ଉଦ୍ଧୃତାଂଶ ଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିରଚିତ “ବୈଦେହିଶ ବିଳାସ “କାବ୍ୟ ର ଚାଳିଶ ଛାନ୍ଦ ଅନ୍ତର୍ଗତ “ରାଘବଙ୍କ ଯାତ୍ରାନୁକୁଳ” ଶୀର୍ଷକ କବିତା ର ଅଂଶବିଶେଷ ଅଟେ । ଆଲୋଚ୍ୟ ପ୍ରସଙ୍ଗରେ କବି ରଘୁପତି ରାମଚନ୍ଦ୍ର ଙ୍କ ସୀତା ପ୍ରାପ୍ତି ନିମନ୍ତେ ସେତୁ ବାନ୍ଧିବାର ପ୍ରୟାସ ଓ ଏଥି ନିମନ୍ତେ ଜଳାଧିପତି ବାରୁଣଙ୍କୁ ପ୍ରସନ୍ନ କରିବା ନିମନ୍ତେ ଆଚରିତ ବିଧି ସମ୍ପକରେ ବର୍ଣ୍ଣନା କରିଛନ୍ତି ।

ମହାବୀର ହନୁମାନ ଙ୍କ ଠାରୁ ସିତାଙ୍କ ଅବସ୍ଥିତି ସୂଚନା ପାଇଲା ପରେ ଆଯୋଧ୍ୟାପତି ରାଘବ ଲଙ୍କାରୁ ଜାନକୀଙ୍କୁ ଉଦ୍ଧାର ପାଇଁ ତା’ର ଚତୁର୍ଦିଗରେ ଘେରି ରହିଥିବା ଅତଳ ଜଳଧି ଲଙ୍ଘିବାକୁ ପରିକଳ୍ପନା କରିଛନ୍ତି । ମାତ୍ର ସମୁଦ୍ରରେ ବନ୍ଧ ବାନ୍ଧିବାରେ ପ୍ରୟାସ କରି ବାନର ସେନା ଯେତେ ପାହାଡ ,ପର୍ବତ ଆଣି ସେଥିରେ ନିକ୍ଷେପ କରିଛନ୍ତି ,ସେସବୁ ମହୋଦଧିର ତରଙ୍ଗମାଳା କେଉଁଆଡେ ନିଶ୍ଚିହ୍ନ କରିଦେଇଛି । ବିଷମୟରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଚାହିଁ ରହିଛନ୍ତି । ସେ ବୁଝିପାରିଛନ୍ତି ଯେ ଜଳାଧିପତି ବରୁଣ ଙ୍କ ପ୍ରସନ୍ନତା ବିନା ଜଳରେ ସେତୁ ସମ୍ଭବ ନୁହେଁ । ଏଣୁ ଶ୍ରୀରାମ ବିନା ଆହରରେ କୁଶ ଶଯ୍ୟା ରେ ଶୟନ କରି ତାଙ୍କର ଆଶ୍ରିବାଦ ଭିକ୍ଷା କରିଛନ୍ତି ।

ଜଗତର ସର୍ବମୟ କର୍ତ୍ତା ଭଗବାନ ରାମଚନ୍ଦ୍ର ଙ୍କର ଏତାଦୃଶ ମାନବୀୟ ଆଚରଣ ତାଙ୍କୁ ମର୍ଯ୍ୟାଦା ପୁରୁଷତ୍ତମ ର ଆଖ୍ୟା ପ୍ରାଦାନ କରିଛି ।

ପ୍ରଶ୍ନ - ୩


  • ସମ୍ବାଦପତ୍ରର ଉପାଦେୟତା (ପ୍ରାୟ 120 ଟି ଶବ୍ଦରେ ଉତ୍ତର ଲେଖ)
  • (ଉପକ୍ରମ-ଇତିହାସ-ପ୍ରକାଶନ-ଉପାଦେୟତା-ଉପସଂହାର)

    ଉତ୍ତର  -୩

    ଉ. ଆଜିର ଯୁଗରେ ପଲ୍ହୀଠାରୁ ନଗର ପର୍ଯ୍ୟନ୍ତ,ଅରଣ୍ୟଠାରୁ ଆକାଶ,ସର୍ବତ୍ର ପରିଲକ୍ଷିତ ହୁଏ ବିଜ୍ଞାନର ଜାୟଜାତ୍ରା । ବିଜ୍ଞାନ ବଳରେ ବଳୀୟାନ ମାନବ ଉପଲବ୍ଦ୍ଧ କରିପାରିଛି ଜୀବନର ବାସ୍ତବତା । ଅତୀତର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ସେ ଜ୍ଞାନ ର ପରିସୀମା ପରିବ୍ୟାପ୍ତ କରିଛି । ସମଗ୍ର ବିଶ୍ଵର ଖବର ହାତ ପାହାନ୍ତାରେ ପାଇବା ପାଇଁ ମନୁଷ୍ୟ ହୋଇଉଠିଛି ବ୍ୟଗ୍ର । ଯାହା ଫଳରେ ଜନ୍ମନେଇଛି “ସମ୍ବାଦପତ୍ର” । ସାଜର ସବୁ ବର୍ଗର ବ୍ୟକ୍ତି ପାଇଁ ଅନ୍ନ ,ବସ୍ତ୍ର କୁ ଛାଡିଦେଲେ ଏହା ପାଲଟିଛି ସର୍ବଶ୍ରେଷ୍ଠ ଆବଶ୍ୟକତା ।

    ସଂବାଦପତ୍ର ର ଇତିହାସ ବହୁ ପୁରୁଣା । ସର୍ବପ୍ରଥମେ ଛପା ସଂବାଦପତ୍ର ଚୀନ ରେ ଆତ୍ମପ୍ରକାଶ କରିଥିବାର ଜନାଜାଏ ।କେହି ଏହାର ଶ୍ରେୟ ଇଟାଲୀ କୁ ଦେଇଥାନ୍ତି । ପରବର୍ତ୍ତୀ କାଳରେ ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ ଫଳରେ ସମଗ୍ର ୟୁରୋପୀୟ କୁ ଏହା ବ୍ୟାପୀ ଯାଇଥିଲା । ମାତ୍ର ୧୭୮୦ ଖ୍ରୀଷ୍ଟାବ୍ଦରେ “ବେଙ୍ଗଲ ଗେଜେଟ” ନାମକ ଏକ ସମ୍ବାଦପତ୍ର ସର୍ବପ୍ରଥମେ ଭାରତର କଲିକତା ସହରରେ ପ୍ରକାଶ ପାଇଲା । ଓଡିଶା ରେ ୧୮୬୬ ଖ୍ରୀଷ୍ଟାବ୍ଦରେ କର୍ମଯୋଗୀ ଗୌରିଶଙ୍କର ରାୟ ଙ୍କ ସମ୍ପାଦିତ “ଉତ୍କଳ ଦୀପିକା” ପ୍ରଥମ ଓଡିଆ ଛପା ସଂବାଦପତ୍ର ଭାବେ ପରିଗଣିତ । ଇତି ମଧ୍ୟରେ ନାନା ଘାଟ,ପ୍ରତିଘାତ ଦେଇ ସମ୍ବାଦ ପତ୍ର ଦୀର୍ଘ ପଥ ଅତିକ୍ରମ କରିସାରିଛି । ଅଧୁନା ଓଡିଶାରେ “ସମାଜ”,”ପ୍ରଗତିବାଦୀ”,”ସମ୍ବାଦ”,”ଧାରିତ୍ରି”,”ପ୍ରମେୟ”,”ପ୍ରଜାତନ୍ତ୍ର”,ସମୟ”,ମାତୃଭୂମି”,”ଦିନଲିପି,””ଅନୁପମା”,ଭାରତ” ଆଦି ଓଡିଆ ଦୈନିକ ସମ୍ବାଦପତ୍ର ଜନସାଧାରଣ ଙ୍କୁ ଖବର ଯୋଗାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ।

    ସମ୍ବାଦପତ୍ର ର ପ୍ରକାଶନ ଅୟାନତ ଜଟିଳ ପ୍ରକ୍ରିୟା ଦେଇ ଚାଲେ । ଏହା ଏକ ବିରାଟ ଅନୁଷ୍ଠାନ । ଏହାର ସମ୍ପାଦନା ପାଇଁ ମୁଖ୍ୟ ସମ୍ପାଦକ,ସହ ସମ୍ପାଦକ,ମୁଦ୍ରାକର ଓ ଖବର ସଂଗ୍ରହ ପାଇଁ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ରହିଥାନ୍ତି । ଏହା ଛଡା ଛ।ପିବା ପାଇଁ ମୁଦ୍ରଣ ଯନ୍ତ୍ର ଓ ଚଳାଇବା ପାଇଁ ଅନେକ କର୍ମଚାରୀ ରହିଥାନ୍ତି, ଏହାଛଡା ଛାପିବା ପାଇଁ ମୁଦ୍ରଣ ଯନ୍ତ୍ର ଓ ଚଳାଇବା ପାଇଁ ଅନେକ କର୍ମଚାରୀ ରହିଥାନ୍ତି,ଯାହା ଅତ୍ୟନ୍ତ ବ୍ୟୟବହୁଳ ଅଟେ । ଅବଶ୍ୟ ବର୍ତ୍ତମାନ କମ୍ପ୍ୟୁଟର, ମୋବାଇଲ ଓ ଟେଲିପ୍ରିଣ୍ଟର  ଆସିବା ଫଳରେ ଏହି କାର୍ଯ୍ୟ ଅତ୍ୟନ୍ତ ସହଜ ହୋଇପାରିଛି ।

    ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ବିବେଚିତ ସଂବାଦପତ୍ର ର ଉପାଦେୟତା ସର୍ବଜନବିଦିତ । ବିଶାଳ ପୃଥିବୀ ଆଜି ସଙ୍କୁଚିତ ହୋଇଛି କେବଳ ସମ୍ବାଦପତ୍ର ପାଇଁ । ପଲକ ମାତ୍ରେକେ ସମଗ୍ର ବିଶ୍ଵର ଘଟଣାବଳୀ ଆମ ପାଖରେ ପହଞ୍ଚିପାରୁଛି । ସଂବାଦପତ୍ର ସାମାଜିକ ଜୀବନକୁ ସୂଚାରୁ ରୂପେ ପରିଚାଳିତ କରିଥାଏ । ଛାତ୍ରଛାତ୍ରୀ ,ବ୍ୟବସାୟୀ,ଚଳଚିତ୍ର ପ୍ରେମୀ ,କୃଷକ ଭଳି ସମାଜର ସବୁଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ରବିବାସରୀୟା ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ବିଭିନ୍ନ ଗଛ ,ଉପନ୍ୟାସ,କବିତା ସାହିତ୍ୟାନୁରାଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ରବିବାସରୀୟା ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ବିଭିନ୍ନ ଗଛ,ଉପନ୍ୟାସ,କବିତା ସାହିତ୍ୟାନୁରାଗୀ ଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ଏହା ଭିନ୍ନ,କ୍ରିଡା,ଶିଶୁ,ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଵତନ୍ତ୍ର ପ୍ରୁଷ୍ଠା ମନୋରଞ୍ଜନ ର ମାଧ୍ୟମ ହୋଇଥାଏ । ବନ୍ୟା,ବାତ୍ୟା,ବର୍ଷା,ସମ୍ବନ୍ଧୀୟ ଆଗୁଆ ସୂଚନା ଖବର କାଗଜ ପ୍ରୁଷ୍ଠା ରୁ ପାଇ କୃଷକ ଲାଭବାନ ହୋଇଥାଏ । ନିୟମିତ ସଂବାଦପତ୍ର ପଠନରେ ବେକାର ଯୁବକ-ଯୁବତୀ କର୍ମ ସଂସ୍ଥାପନ ର ସୁଯୋଗ ପାଇଥାନ୍ତି ।

    ବର୍ତ୍ତମାନ ସମୟରେ ବୈଦୁତିକ ଗଣମାଧ୍ୟମଗୁଡିକ ସମ୍ବାଦ ପରିବେଷଣ କରିବାରେ ନିଜ ନିଜ ମଧ୍ୟରେ ପ୍ରତିଯୋଗୀତା କରୁଥିବା ସମୟରେ ଖବରକାଗଜ ତା’ର ସଭା ହରାଇ ନାହିଁ ।ନିଜସ୍ଵ ଶୈଳୀରେ ଖବର ଦେଇ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମାତ୍ର ଏହାର ସମ୍ପାଦକ ଯଦି ନିରପେକ୍ଷ ନ ହୁଅନ୍ତି,ଅନ୍ୟର ଚରିତ୍ର ସଂହାର,ହିଂସା,ବିଦ୍ଵେଷ ସୃଷ୍ଟି କରୁଥିବା ସମ୍ବାଦ ପ୍ରକାଶ କରନ୍ତି,ତେବେ ରାଷ୍ଟ୍ରୀୟ ଏକଟା ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ସମାଜର ଅମଙ୍ଗଳ ହେବ ।

    ପ୍ରଶ୍ନ - ୪

    ପ୍ରଶ୍ନ ତୁମ ଆକଳରେ ବ୍ୟାପୀଥିବା ମ୍ୟାଲେରିଆ ରୋଗର ପ୍ରତିକାର ନିମନ୍ତେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଙ୍କ ନିକଟକୁ ଦରଖାସ୍ତ ଲେଖ । (ପ୍ରାୟ ୧୦୦ ଟି ଶବ୍ଦରେ ପତ୍ର ବା ଦରଖାସ୍ତ ଲେଖ) ।

    ଉତ୍ତର - ୪

     

     

    ଉ. ମାନନୀୟ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

     

    ମହୋଦୟ.........ସମିପେଷୁ ।

    ବିଷୟ: ମ୍ୟାଲେରିଆ ରୋଗରେ ପ୍ରତିକାର।

     

    ମହାଶୟ,

    ନମ୍ରତା ର ସହିତ ଆମେ ନିମ୍ନ ସ୍ବାକ୍ଷରକାରୀ ହରିପୂର ଗ୍ରାମର ଅଧିବାସୀଗଣ ଆମ୍ଭର ନିମ୍ନୋକ୍ତ ସମସ୍ଯା ସମ୍ପର୍କରେ ଆପଣଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଏହାର ବିହିତ ପ୍ରତିକାର ନିମନ୍ତେ ପ୍ରାର୍ଥନା କରୁଅଛୁ । ଏହିକି ଯେ ଗଲା କିଛି ଦିନ ହେଲା ଆମ ଅଞ୍ଚଳରେ ମ୍ୟାଲେରିଆ ର ପ୍ରାଦୁର୍ଭାବ ଦେଖାଦେଇଛି । ଗ୍ରାମର ଚତୁର୍ପାର୍ଶ୍ବରେ ନାଳନର୍ଦ୍ଦମା ଓ ଖାଲକ୍ଷମା ପରିପୂର୍ଣ୍ଣ ଥିବାରୁ ମଶାବଂଶ ବୃଦ୍ଧି କରିବାରେ ଏହା ସହାୟକ ହେଉଛି । ପୁନଶ୍ଚ ଦୀର୍ଘ ଦିନ ଧରି ଏହା ସଫା ନ ହେବା ତଥା ମଶାତେଲ ପକା ନଯିବା ଫଳରେ ସମସ୍ୟା ଅତ୍ୟନ୍ତ ଉତ୍କଟ ହେଲାଣି । ଏ ସଙ୍କ୍ରାନ୍ତରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମ୍ୟାଲେରିଆ ନିରାକରଣ ଅଧିକାରୀଙ୍କୁ ଖବର ଦିଆଯାଇଥିଲେ ସୁଦ୍ଧା ଫଳ କିଛି ହେଉ ନାହିଁ ।ସଚେତନତା ଅଭାବରୁ ଗ୍ରାମବାସୀମାନେ ମଶାରୀ ଟାଣି ଶୋଇବା କିମ୍ବା ମଶା ଦାଉରୁ ରକ୍ଷା ପାଇବା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା କରୁନାହାନ୍ତି । ନିକଟରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି ଓ କେତେକ କଟକରେ ଚିକିତ୍ସିତ ହେଉଛନ୍ତି ?

    ଏଣୁ ବିନୀତ ଅନୁରୋଧ କରୁକି,ଆପଣ ଏହି ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ କରି ଯୁଦ୍ଧ କାଳୀନ ଭିତ୍ତିରେ ଏହି ରୋଗ ଦାଉରୁ ଆମ ଗ୍ରାମବାସୀ ଙ୍କୁ ରକ୍ଷା କରିବାକୁ ଉଚିତ ପଦକ୍ଷେପ ଗ୍ରହଣ କଲେ ଆମ୍ଭେମାନେ ବିରୋପକୃତ ହେବୁ ।

     

    ହରିପୂର                                                                                  (ଇତି)

    ତା ୩୧.୧୨.୨୦୧୮                                                       ଆପଣଙ୍କ ବିଶ୍ଵସ୍ତ

    ହରିପୂର ଗ୍ରାମବାସୀବୃନ୍ଦ

    (ସ୍ଵାକ୍ଷର)

    ୧.

    ୨.

    ୩.

    ଠିକଣା

     

    ପ୍ରାପକ

    ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ

    କଟକ

    ପିନ-୭୪୦୦୧୦

     

    ପ୍ରେରକ

    ହରିପୂର ଗ୍ରାମାବସିବୃନ୍ଦ

    ପୋ-ହରିପୂର

    କଟକ-୭୫୪୩୦୦

    ପ୍ରଶ୍ନ -୫

    ନିମ୍ନ ଅନୁଚ୍ଛେଦଟିକୁ ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନଗୁଡିକର ଉତ୍ତର ଲେଖା । ପ୍ରତିଟି ଉତ୍ତର ୨୫ ଟି ଶବ୍ଦରେ ହେବା ଆବଶ୍ୟକ ।

     

    ମଣିଷର ବଞ୍ଚିରହିବା ପାଇଁ ଯେଉଁ କେତେଗୁଡିଏ ଜିନିଷର ଆବଶ୍ୟକତା ରହିଛି,ତନ୍ମଧ୍ୟରୁ ପରିବେଶ ଅନ୍ୟତମ।ଆଲୋକ,ବାୟୁ ,ଉତ୍ତାପ ଓ ଜଳ ବ୍ଯତୀତ ମଣିଷ ବଞ୍ଚିରହିବା ଅସମ୍ଭବ । ଯେଉଁ ପ୍ରକୃତିର ସହାୟତା ରେ ମଣିଷ ସୁସ୍ଥ ଓ ସୁନ୍ଦର ହୋଇଥିଲା ଆଜି ତାକୁ ନିଃଶେଷ କରି ମଣିଷ ନିଜେ ନିଶ୍ଵା ହୋଇଯାଇଛି । ତା’ର ଭବିଷ୍ୟତ ଅନ୍ଧକାରମୟ ତା’ର ଭାବି ଉତ୍ତରାଧିକାରୀ ଏକ ସମ୍ଭବଣାହୀନ ଭବିଷ୍ୟତ କୁ ଦେଖି ବିତସ୍ପୃହ । ମନୁଷ୍ୟ ର ଶ୍ଵସକ୍ରିୟା ନିମିତ୍ତ ଯେଉଁ ସୁଦ୍ଧା ବାୟୁର ଆବଶ୍ୟକତା ରହିଛି,ତାହା ବର୍ତ୍ତମାନ ଦୃସ୍ପ୍ରାପ୍ୟ । ଶରୀର ଗଠନ ନିମିତ୍ତ ଆବଶ୍ୟକ ହେଉଥିବା ଜଳ ମଧ୍ୟ ପ୍ରଦୂଷିତ । ଏପରି ଅବସ୍ଥାରେ ପରିବେଶ ର ସୁରକ୍ଷା କରିବା ତା’ର ପ୍ରଥମ କର୍ତ୍ତବ୍ୟ ।ଆମ ଜୀବନ ଆମ ହାତ ମୁଠାରେ । ଆମେ ଚାହିଁଲେ ଏହାକୁ ସହଜ ସୁନ୍ଦର କରିପାରିବା । ଆଜିର ଆହ୍ଵାନ “ପରିବେଶ ସୁରକ୍ଷା,ଜୀବନ ରକ୍ଷା” ।

    ଉତ୍ତର - ୫

    ପ୍ରଶ୍ନାବଳୀ:୧ .ମନୁଷ୍ୟ ଆଜି କାହିଁକି ନିଃସ୍ଵ ହୋଇଯାଇଛି ?

    ୨ : କେଉଁ ଜିନିଷ ମଣିଷର ବଞ୍ଚିରହିବା ପାଇଁ ଆବଶ୍ୟକ?

    ୩: ବର୍ତ୍ତମାନ ଦୁଷ୍ପ୍ରାପ୍ୟ କ’ଣ ?

    ୪: ଆମର ପ୍ରଥମ କର୍ତ୍ତବ୍ୟ କ’ଣ ହେବା ଉଚିତ ?

    ୫ : କିଏ ଓ କାହିଁକି ବୀତସ୍ପୃହ ?

    • ଉତ୍ତର :ମଣିଷକୁ ସୁସ୍ଥ ଜୀବନଯାପନ କରିବାରେ ପ୍ରକୃତି ସହାୟକ ହୋଇଥାଏ ।ମାତ୍ର ସେ ନିଜେ ପ୍ରକୃତିକୁ ଧ୍ଵଂସ କରିବାରେ ଲାଗିଛି । ଯାହା ଫଳରେ ମନୁଷ୍ୟ ଆଜି ନିଃସ୍ଵ ହୋଇଯାଇଛି ।
    • ମଣିଷ ବଞ୍ଚିରହିବା ପାଇଁ ଜଳ,ବାୟୁ,ଉତ୍ତାପ ଓ ଆଲୋକର ଆବଶ୍ୟକତା ରହିଛି;ଯାହାକି ପ୍ରକୃତିର ଦାନ ଅଟେ ।
    • ପରିବେଶ ଦୂଷିତ ହେବା ଫଳରେ ମନୁଷ୍ୟ ର ଶ୍ଵାସକ୍ରିୟା ନିମିତ୍ତ ଆବଶ୍ୟକ ହେଉଥିବା ସୁଦ୍ଧା ବାୟୁ ବର୍ତ୍ତମାନ ଦୃସ୍ପାପ୍ୟ ହୋଇପଡିଛି ।
    • ମନୁଷ୍ୟ ଜୀବନଧାରଣ ପାଇଁ ଆବଶ୍ୟକ ପରିବେଶ ର ସ୍ରକଷା ଆମ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ।
    • ପରିବେଶ ଯେପରି ନିରନ୍ତର ଧ୍ଵଂସ ପାଇବାରେ ଲାଗିଛି ତାକୁ ଦେଖି ମନୁଷ୍ୟର ଭାବି ଉତ୍ତରାଧିକାରୀ ବିତସ୍ପୃହ । କାରଣ ତାଙ୍କ ପାଖରେ ଅଛି ଏକ ସମ୍ଭବନାହୀନ ଭବିଷ୍ୟତ ।

    ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )

     

    Last Modified : 3/3/2020



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate