ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକୃଷ୍ଣନ୍
ସେଆର କରନ୍ତୁ

ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକୃଷ୍ଣନ୍

ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକୃଷ୍ଣନ୍ ବିଷୟରେ ସୂଚନା ।

ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଜୀବନୀ

ଭାରତମାତାର ଯେଉଁ କତିପୟ ସନ୍ତାନମାନେ ସେମାନଙ୍କ ପ୍ରଜ୍ଞା ଓ ପାଣ୍ଡିତ୍ୟ ଯୋଗୁଁ ପୃଥିବୀରେ ସୁପରିଚିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଅନ୍ୟତମ । ସ୍ଵାମୀ ବିବେକାନନ୍ଦଙ୍କ ପରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ, ଯେ କି ଭାରତୀୟ ଚିନ୍ତାଧାରା, ତା’ର ଉନ୍ନତ ସଂସ୍କୃତି ଓ ପରମ୍ପରା ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅତି । ଦୃଢ଼ ଭାବରେ ଉପସ୍ଥାପିତ କରିପାରିଥିଲେ । କେବଳ ଭାରତ ନୁହେଁ, ସାରା ଜଗତକୁ ସେ ନିଜର ଜ୍ଞାନାଲୋକ ଦ୍ଵାରା ଉଭାସିତ କରିଥିଲେ । ତାଙ୍କ ଅଦମ୍ୟ ଚେଷ୍ଟାଯୋଗୁଁ ଭାରତୀୟ ଦର୍ଶନ, ଭାରତୀୟ ଚିନ୍ତାଧାରା । ବିଦେଶରେ ଆଦରଲାଭ କରିଥିଲା ।

ସର୍ବପଲ୍ଲୀ ନାମକ ମାନ୍ଦ୍ରାଜର ଗୋଟିଏ କ୍ଷୁଦ୍ର ଗ୍ରାମରେ, ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ବାସସ୍ଥାନ ସର୍ବପଲ୍ଲୀ ଗ୍ରାମରେ ହୋଇଥିବାରୁ ପ୍ରଥା ଅନୁସାରେ ତାଙ୍କ । ନାମ ପୂର୍ବରୁ ‘ସର୍ବପଲ୍ଲୀ’ ସଂଯୋଗ କରାଯାଇଥିଲା । ତାଙ୍କ ପିତାଙ୍କ ନାମ ସର୍ବପଲ୍ଲୀ ବୀରସ୍ଵାମୀ ଓ ମାତାଙ୍କ ନାମ ସିତାମ୍ମା ଥିଲା । ପିତା  ବୀରସ୍ୱାମୀଙ୍କର ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ନଥିଲା । ସେ ପୁରୋହିତିକରି ଯାହାକିଛି ରୋଜଗାର କରୁଥିଲେ, ସେଥିରେ ପାଞ୍ଚାଟି ପୁତ୍ରକନ୍ୟାଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମନୁଷ୍ୟ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ତତ୍କାଳୀନ ଖ୍ରୀଷ୍ଟିଆନ ମିଶନାରୀ ପରିଚାଳିତ ଏକ ଶିକ୍ଷାନୁଷ୍ଠାନରେ ରାଧାକୃଷ୍ଣଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା ।

ବାଲ୍ୟଶିକ୍ଷା

ବାଲ୍ୟଶିକ୍ଷା ସମାପନପରେ ମାନ୍ଦ୍ରାଜ ଖ୍ରୀଷ୍ଟିଆନ କଲେଜରେ ରାଧାକୃଷ୍ଣଙ୍କର ଉଚ୍ଚଶିକ୍ଷା ଆରମ୍ଭ ହେଲା । ସେ ବି.ଏ. ପରୀକ୍ଷାରେ ଅନର୍ସ ସହିତ ଦର୍ଶନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ । ବିବେକାନନ୍ଦଙ୍କର ଓଜସ୍ଵିନୀ ବକୃତା ତାଙ୍କୁ ବେଦାନ୍ତ ଅଧ୍ୟୟନ ଦିଗରେ ପ୍ରବଳ ଉତ୍ସାହ ପ୍ରଦାନ କରିଥିଲା । ସେ ମାନ୍ଦ୍ରାଜ କଲେଜରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏମ୍.ଏ. ପାଶ୍ କରିଥିଲେ । ସେ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କଲେ ଓ ଅଧ୍ୟାପକ ଥିଲାବେଳେ ମଧ୍ୟ ସେ ସର୍ବଦା ଅଧ୍ୟୟନରତ ରହୁଥିଲେ । ସେ ୧୯୧୮ ମସିହାରେ ମହୀଶୁର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ରୂପେ ଯୋଗ ଦେଲେ । ସାର୍ ଆଶୁତୋଷ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟରେ କୁଳପତି ଥିଲେ । ସେ ରାଧାକୃଷ୍ଣଙ୍କୁ କଲିକତା ବିଶ୍ଵବିଦ୍ୟାଳୟରେ । ଅଧାପନା କରିବା ପାଇଁ ଚାହୁଁଥିଲେ । ଆଶୁତୋଷ ମୁର୍ମାଜୀଙ୍କର କହିବା ମୁତାବକ କଲିକତା ବିଶ୍ୱବିଦ୍ୟାଳୟରେ ୫ମ ଜର୍ଜଙ୍କ ଦର୍ଶନ ପ୍ରାଧ୍ୟାପକ । ପଦବୀ ପାଇଁ ରାଧାକ୍ରିଷ୍ଣନ୍ ଆବେଦନ କରିଥିଲେ । ଏହି ପଦବୀ ପାଇଁ ବହୁ ଅଭିଜ୍ଞ ଅଧାପକ ଆବେଦନ କରିଥିଲେ, ମାତ୍ର କମିଟି ସେସବୁକୁ ଗ୍ରହଣ ନକରି ଡକ୍ଟର ରାଧାକୃଷ୍ଣଙ୍କୁ ଏହି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ସୁପାରିଶ କଲେ । ପରେ କଲିକତା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍  ଏବଂ ଭାରତ ସରକାର ଏହି ସୁପାରିଶକୁ ଗ୍ରହଣ କଲେ।

ଆନ୍ତର୍ଜାତୀୟ ସମ୍ମିଳନୀରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ସମ୍ବନ୍ଧରେ

ଡକ୍ଟର ରାଧାକୃଷ୍ଣନ୍ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ । ଅଧାପକ ଥିଲାବେଳେ ପାଶ୍ଚାତ୍ୟ ଦାର୍ଶନିକ ମାନଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଲେ । ୧୯୨୬ ମସିହାରେ ଲଣ୍ଡନ ଠାରେ ସମଗ୍ର ବ୍ରିଟିଶ୍ ସାମ୍ରାଜ୍ୟର ଯେଉଁ ବିଶ୍ଵବିଦ୍ୟାଳୟ କଂଗ୍ରେସ ଅନୁଷ୍ଠିତ ହୋଇଥିଲା ଏବଂ ସେହି ବର୍ଷ ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ଯେଉଁ ଆନ୍ତର୍ଜାତୀୟ ଦର୍ଶନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା, ସେଥିରେ ଡକ୍ଟର ରାଧାକୃଷ୍ଣନ୍ ଯୋଗ ଦେଇଥିଲେ । ଏହି ସମସ୍ତ ଆନ୍ତର୍ଜାତୀୟ ସମ୍ମିଳନୀରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ସମ୍ବନ୍ଧରେ ଯେଉଁ ତୁଳନାତ୍ମକ ବସ୍ତୁତା ସେ ଦେଇଥିଲେ । ଏବଂ ହିନ୍ଦୁଧର୍ମର ସ୍ଵରୁପ ଯେପରି ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟାନ କରିଥିଲେ, ସେଥିରେ ପାଶ୍ଚାତ୍ୟ ଦାର୍ଶନିକ ତଥା ବିଦ୍ଵାନମଣ୍ଡଳୀ ଚମକୃତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ । ଡକ୍ଟର ରାଧାକୃଷ୍ଣନ୍ ଅଭ୍ୟାଗତ ଅଧ୍ୟାପକ ରୂପେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ଇଷ୍ଟର୍ଣ୍ଣ ରିଲିଜିଅନ୍ ଏବଂ ୱେଷ୍ଟର୍ଣ୍ଣ ଗେଟ୍' ଶୀର୍ଷକ ଏକ ସୁଚିନ୍ତିତ ବକୃତାମାଳା ପରିବେଷଣ କରିଥିଲେ । ଏହା ଶୁଣିବା ପରେ ଶ୍ରୋତାମାନେ ଭାରତୀୟ ଦର୍ଶନ ସମ୍ବନ୍ଧରେ ଯେ । କେବଳ ସମ୍ୟକ ଜ୍ଞାନଲାଭ କରିଥିଲେ ତା’ନୁହେଁ, ସେମାନଙ୍କର ଧାରଣା ହେଲା, ଯେପରି କି ରାଧାକୃଷ୍ଣନ୍ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାଧାରା ମଧ୍ୟରେ ଏକ ଅପୂର୍ବ ମିଳନ ଆଣିବାରେ ସମ୍ପୂର୍ଣ୍ଣ କୃତକାର୍ଯ୍ୟ ହୋଇଅଛନ୍ତି । ୧୯୩୮ ମସିହାରୁ ୧୯୪୧ ମସିହା ପର୍ଯ୍ୟନ୍ତ କଲିକତା ବିଶ୍ୱବିଦ୍ୟାଳୟ । ପ୍ରତ୍ୟେକ ବର୍ଷ ପ୍ରଫେସର ରାଧାକୃଷ୍ଣଙ୍କୁ ଜାନୁଆରୀଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଛ’ମାସ ଛୁଟି ଦେବାର ବ୍ୟବସ୍ଥା କଲେ । ଏହି ସମୟରେ ସେ ଇଂଲଣ୍ଡ ଯାଇ ଧାରାବାହିକ ଭାବରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ‘Eastern Religion and Ethics’ ବିଷୟରେ ସାରଗର୍ଭକ ବସ୍ତୃତାମାନ ପ୍ରଦାନ କରୁଥିଲେ । ୧୯୩୯ ଓ ୧୯୪୦ ମସିହାରେ ସେ କଲିକତା ଓ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକତ୍ଵ କରିବା ସଂଗେସଂଗେ ବନାରସ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କୁଳପତି ଭାବେ କାର୍ଯ୍ୟ କରୁଥିଲେ । ୧୯୪୧ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଅବ୍ୟାହତି ନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୁଳପତି ହିସାବରେ ଯୋଗଦାନ କରିଥିଲେ । ଏହା ପୂର୍ବରୁ ୧୯୩୧ ମସିହାରେ ସେ ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ହୋଇଥିଲେ ଏବଂ ତାଙ୍କ ଯୋଗଦାନ କରିବାର ଅକାଳ ମଧ୍ୟରେ ଏହି ବିଶ୍ଵବିଦ୍ୟାଳୟ ଏକ ପ୍ରସିଦ୍ଧ ଗବେଷଣା କେନ୍ଦ୍ରରେ ପରିଣତ ହୋଇପାରିଥିଲା।

ପ୍ରାଚୀ ତଥା ପାଶ୍ଚାତ୍ୟ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର । ଅଧାପକ ଓ କୁଳପତି ଡକ୍ଟର ରାଧାକୃଷ୍ଣନ୍ ବେସରକାରୀ ରାଷ୍ଟ୍ରଦୂତ ହିସାବରେ ୟୁରୋପ ଓ ଆମେରିକାର ପ୍ରାୟ ପ୍ରତ୍ୟେକ ରାଜଧାନୀରେ ଯେପରି ଭାବରେ ସମ୍ବଦ୍ଧିତ ହୋଇଥିଲେ, ତାହା ଅତୁଳନୀୟ । ରୁରେ ରାଷ୍ଟ୍ରଦୂତ ଥିଲାବେଳେ ସେ ରୁଷ୍ଠ ଏବଂ ଭାରତ ମଧ୍ୟରେ ସୁସମ୍ପର୍କ । ସ୍ଥାପନ କରିବା ପାଇଁ ସମର୍ଥ ହୋଇପାରିଥିଲେ ।  ୧୯୫୨ ମସିହାରେ ସୋଭିଏତ୍ ରୁରୁ ଫେରି ଡକ୍ଟର ରାଧାକୃଷ୍ଣନ୍ ଭାରତର ଉପରାଷ୍ଟ୍ରପତି ରୂପେ ଦାୟିତ୍ଵ ଗ୍ରହଣ କଲେ । ଭାରତର ଉପରାଷ୍ଟ୍ରପତି ହେବା ଦୃଷ୍ଟି ରାଜ୍ୟସଭାର ଅଧ୍ୟକ୍ଷ ରୂପେ ସେ ପ୍ରତ୍ୟେକ ସଭ୍ୟଙ୍କର ଶ୍ରଦ୍ଧା ଓ ଭକ୍ତି ଆକର୍ଷଣ କରିପାରିଥିଲେ । ୧୯୫୩ ମସିହାରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କର ‘ପରରାଷ୍ଟ୍ରନୀତି ବ୍ୟାଖ୍ୟାନ କରିବା ପାଇଁ ଆମେରିକା ଯାଇଥିଲେ । ଆମେରିକାରେ ଥିଲାବେଳେ ସେ ସେଠାକାର ବିଭିନ୍ନ ସ୍ଥାନରେ ଭୂମଣ୍ଡଳୀୟ ଗଣତନ୍ତ୍ର ଓ ‘ଆଧୁନିକ ସଭ୍ୟତାର ଭବିଷ୍ୟତ’ ସମ୍ବନ୍ଧରେ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣମାନ ପ୍ରଦାନ କରିଥିଲେ । ୧୯୬୨ ମସିହା ମେ ମାସରେ ସେ ଭାରତର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ହିସାବରେ ଅଧ୍ୟକ୍ଷିତ ହୋଇଥିଲେ । ରାଷ୍ଟ୍ରପତି ପଦଗ୍ରହଣ କରିବା ପରେ ତାଙ୍କର ଚରମ ଲକ୍ଷ୍ୟ ଥିଲା ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା । ରାଷ୍ଟ୍ରପତି ହିସାବରେ ସେ ଇରାନ୍, ଆଫଗାନିସ୍ଥାନ, ଇଂଲଣ୍ଡ, ଆମେରିକା ଓ ସୋଭିଏତ୍ ରୁଷ ଆଦି ଦେଶମାନ ଗସ୍ତକରି ମାନବ ସମାଜର ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆବଶ୍ୟକତା ସମ୍ବନ୍ଧରେ ଭାଷଣମାନ ପ୍ରଦାନ କରିଥିଲେ । ରାଷ୍ଟ୍ରପତି  ରାଧାକୃଷ୍ଣଙ୍କର ଉଚ୍ଚ ଚିନ୍ତାଧାରା, ଗଭୀର ଆତ୍ମବିଶ୍ବାସ, ସମୁହ ବିଶ୍ଵପ୍ରୀତି ଓ ଗଭୀର ପ୍ରେମପୂର୍ଣ୍ଣ ତାତ୍ତିକ ଓଜସ୍ଵିନୀ ଭାଷଣ ଫଳରେ ସବୁଦେଶର ଅବାସୀମାନେ ଭାରତୀୟ ଦୃଷ୍ଟିକୋଣ ସମ୍ୟକ୍ ଭାବରେ ଉପଲ କରିଥିଲେ ଏବଂ ଯେଉଁ ସବୁ ଦେଶର ଭାରତ ପ୍ରତି ତିକ୍ତ ଭାବ ଥିଲା, ତାହା ଅନେକାଂଶରେ ଦୂରୀଭୂତ ହୋଇପାରିଥିଲା । ଡକ୍ଟର ରାଧାକୃଷ୍ଣନ୍ ଜଣେ ଦାର୍ଶନିକ ଓ ରାଜନୀତିଜ୍ଞ ଭାବରେ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ । ଦାର୍ଶନିକ ଓ ଶିକ୍ଷାବିତ୍ ଭାବରେ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ । ଦାର୍ଶନିକ ଓ ଶିକ୍ଷାବିତ୍ ହିସାବରେ ସେ ବକ୍ତା, ଲେଖକ, ପ୍ରାଚୀର ଋଷି, ସଂସ୍କୃତିବିତ୍, କଲିକତା ଓ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ତଥା ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କୁଳାଧୂପତି ହୋଇ ଯେପରି ଯଶସ୍ୱୀ ହୋଇ ପାରିଥିଲେ, ରାଜନୀତିଜ୍ଞ ହିସାବରେ ସୋଭିଏତ୍ ରୁଷରେ ଭାରତର ରାଷ୍ଟ୍ରଦୂତ ହୋଇ, ଭାରତର ରୁଷ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସମର୍ଥ ହୋଇପାରିଥିଲେ । ରାଜନୀତିଜ୍ଞ ହୋଇ ମଧ୍ୟ ସେ ଷ୍ଟାଲିନ୍, ମାଓସେତୁଙ୍ଗ, ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ଉପଦେଶ ଦେବା ପାଇଁ ସମର୍ଥ ହୋଇଥିଲେ ।

ରାଷ୍ଟ୍ରଗୁରୁ ସମ୍ମାନରେ ଭୂଷିତ

ରାଧାକୃଷ୍ଣଙ୍କର ଛାତ୍ରବତ୍ସଳତା ତାଙ୍କୁ ପରିଶେଷରେ ଭାରତର ରାଷ୍ଟ୍ର ଗୁରୁ ସମ୍ମାନରେ ଭୂଷିତ କରିଥିଲା । ଥରେ କଲିକତା ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ତାଙ୍କ ପାଖକୁ ଲେଖୁଥଲେ - ମୁଁ ଜଣେ ଗରିବ ଛାତ୍ର ହୋଇଥିବାରୁ ଆପଣଙ୍କ ଦ୍ଵାରା ଲିଖୁତ ଇଣ୍ଡିଆନ୍ ଫିଲୋସୋଫି’ ବହି କିଣିବାକୁ ଅସମର୍ଥ । ଯଦି ଦୟାକରି ପରୀକ୍ଷା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଥିବା ଖଣ୍ଡିଏ ବହି ମୋତେ ଦିଅନ୍ତେ, ତା’ହେଲେ ଉପକୃତ ହୁଅନ୍ତି ଓ ପରୀକ୍ଷା ପରେ ଫେରାଇ ଦିଅନ୍ତି ।”

ସେତେବେଳେ ରାଧାକୃଷ୍ଣନ୍ ଥିଲେ ଭାରତର ଉପରାଷ୍ଟ୍ରପତି । ଚିଠିଟି ପାଇଲା ପରେ କାଳବିଳମ୍ବ ନକରି ଡାକରେ ବହିଟି ପଠାଇ ଏକ ଚିଠିରେ ଲେଖୁଥିଲେ - ବହିଟିକୁ ଫେରାଇବାର ଆବଶ୍ୟକତା ନାହିଁ ।” ଦୁଃସ୍ଥ ଛାତ୍ରମାନଙ୍କୁ ସାହାଯ୍ୟ କରିବାରେ ରାଧାକୃଷ୍ଣନ୍ ଥିଲେ ସର୍ବଦା ମୁକ୍ତ ହସ୍ତ ।

ପ୍ରଖ୍ୟାତ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଆଜି ମର ଜଗତରେ ନାହାନ୍ତି ସତ, ମାତ୍ର ଭଗବଦ୍ ଗୀତା, ବ୍ରହ୍ମସୂତ୍ର ଓ ଉପନିଷଦ୍ ଆଦି ଭାରତୀୟ ଶାସ୍ତ୍ର ସମୂହ ଉପରେ ସେ ଯେଉଁ କାଳଜୟୀ ପୁସ୍ତକମାନ ଲିପିବଦ୍ଧ କରିଯାଇଅଛନ୍ତି, ତଦ୍ୱାରା ସେ ମହାନ୍ ଆଚାର୍ଯ୍ୟ ଶଙ୍କର, ରାମାନୁଜଙ୍କ ସହିତ ସମାନ ଆସନରେ ଅଧ୍ୟଷ୍ଠିତ ହୋଇଅଛନ୍ତି ଓ ବିବେକାନନ୍ଦଙ୍କ ସଦୃଶ୍ୟ ଭାରତୀୟ ଧର୍ମ ଓ ସଂସ୍କୃତିକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରଚାର ଓ ପ୍ରସାର କରିବା ପାଇଁ ସମର୍ଥ ହୋଇପାରିଛନ୍ତି । ତାଙ୍କର ବିବରା, ପାଣ୍ଡିତ୍ୟ, ରାଷ୍ଟ୍ର ପରିଚାଳନାରେ କୁଶଳତା, ସର୍ବୋପରି ତାଙ୍କର ମାନବିକତା ଉତ୍କଳ ଜ୍ୟୋତି ରୂପେ କାଳେ କାଳେ ଦେଦିତ୍ୟମାନ ରହି ଏହି ସଂସାରରେ ଦିଗହରା ଭ୍ରାନ୍ତମାନବକୁ ପ୍ରକୃତ ପଥ ପ୍ରଦର୍ଶନ କରୁଥିବ ।

ସହାୟକ ଗ୍ରନ୍ଥସୂଚୀ :

  1. Radhakrishnan- A Biography, by Sarvepalligopal
  2. ଭାରତରତ୍ନ ସିରିଜ୍ – ସର୍ବପଲ୍ଲୀ ରାଧାକୃଷ୍ଣନ୍, ସଙ୍କଳକ- ଆଲୋକ ସାହିତ୍ୟ ପ୍ରତିଷ୍ଠାନ ସମ୍ପାଦକ ମଣ୍ଡଳୀ ।

ଆଧାର - ଇ ମଗାଜିନ

2.96774193548
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top