ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ରାଷ୍ଟ୍ରୀୟ ସେବାରେ ଯୁବସମାଜ ପାଇଁ ଆହ୍ଵାନ
ସେଆର କରନ୍ତୁ

ରାଷ୍ଟ୍ରୀୟ ସେବାରେ ଯୁବସମାଜ ପାଇଁ ଆହ୍ଵାନ

ରାଷ୍ଟ୍ରୀୟ ସେବାରେ ଯୁବସମାଜ ପାଇଁ ଆହ୍ଵାନ ବିଷୟରେ ସୂଚନା ।

ଜାତୀୟ ସେବା ଯୋଜନା

ପ୍ରାକ୍ ସ୍ୱାଧୀନତା କାଳରେ ବ୍ରିଟିଶ୍ ସରକାରଙ୍କ ପ୍ରବର୍ତ୍ତିତ ଶିକ୍ଷା ବ୍ୟବସ୍ଥା କେବଳ ସାକ୍ଷରତାଭିତ୍ତିକ ଥିଲା । ସ୍ଵାଧୀନୋତ୍ତର ଭାରତରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ପରିକଳ୍ପନାରେ ଭାରତର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା କ୍ଷେତ୍ରରେ ଜଡ଼ିତ କରିବା ଆରମ୍ଭ ହୋଇଥିଲା । କାରଣ ଶିକ୍ଷାର୍ଥୀମାନେ ଖାଲି ଅଧୟନ ଭିତରେ ସୀମିତ ନରହି ସର୍ବାଙ୍ଗୀନ ବିକାଶ ଓ ପୂର୍ଣ୍ଣାଙ୍ଗ ଶିକ୍ଷାଲାଭ ପାଇଁ ସାମାଜିକ ଚଳଣି, ସଭ୍ୟତା ଓ ସଂସ୍କୃତି ଭିତରେ ତଲ୍ଲୀନ ହେବା ଆବଶ୍ୟକ । ଏହା ଦ୍ଵାରା ଶିକ୍ଷାର୍ଥୀର ଚିନ୍ତାଚେତନା ପରିବ୍ୟାପ୍ତ ହୁଏ । ଏକ ଉତ୍ତମ ମଣିଷ ହୋଇ ସେ ଦେଶ ଓ ଏକ ପ୍ରଗତିଶୀଳ ଶାନ୍ତିକାମୀ ବିଶ୍ଵ ଗଠନରେ ସହାୟକ ହୁଏ । ଜୀବନର ଆରମ୍ଭରୁ ସେ ତା’ର ଚତୁଃପାର୍ଶ୍ଵର ପୃଥିବୀକୁ ଚିହ୍ନିଥାଏ । ଏହା ତାକୁ ସଚେତନଶୀଳ ମଣିଷ କରି ଗଢ଼ି ଥାଏ । ମଣିଷ ଜୀବନର ସକଳ ଦୁଃଖ, ଝଡ଼ଝଞ୍ଜା, ତାକୁ ବିବ୍ରତ କରିପାରେନି । ବସ୍ତୁବାଦ ଓ ଭୋଗବାଦ ଠାରୁ ଦୂରରେ ରହି ସେ ନିରୂତା ଆଧାର୍ମିକତାର ମଣିଷଟିଏ ପାଲଟିଯାଏ ସାରା ମଣିଷ ଜାତିକୁ ସେ ଭଲପାଏ । ରାଷ୍ଟ୍ର ସେବାରେ ସେ ନିଜକୁ ସୈନିକଟିଏ ମନେକରେ । ରାଷ୍ଟ୍ର ହୋଇଥାଏ ତା’ ଆଖିରେ ତା’ର ପରିବାର । ସ୍ୱତଃସ୍ଫୁର୍ତ୍ତ ଭାବେ ଶିକ୍ଷାର୍ଥୀ ମନରୁ ହିଂସା-ଦ୍ଵେଷ, ରାଗ, ମିଥ୍ୟାଚାର, ଅହଙ୍କାର, ଈର୍ଷା ପରାୟଣତା, ପରଶ୍ରୀକାତରତା ପରି ଦୁର୍ଗୁଣଗୁଡ଼ିକ ଦୂରେଇଯାଏ । ଅଧୂକନ୍ତୁ ଏହା ଯୁବ ସମାଜ ମନରେ ଜାତୀୟତାଭାବ, ସ୍ଵଦେଶପ୍ରୀତି, ଭ୍ରାତୃତ୍ଵବୋଧ, ସ୍ନେହ-ମମତା, ନିଭୀକତା ଭାବ ଉଦ୍ରେକ କରେ । ସେବା ମାଧ୍ୟମରେ ଯୁବସମାଜର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ ।

ଲକ୍ଷ୍ୟ

ଏହି ମହାନ୍ ଲକ୍ଷ୍ୟକୁ ନେଇ ବାପୁଜୀଙ୍କ ଆଦର୍ଶରେ ତଲ୍ଲୀନ ଜାତୀୟ ସେବା ଯୋଜନା (NSS)ର ଅୟମାରମ୍ଭ ହୋଇଥିଲା । ବିଶେଷତଃ ସାମ୍ପ୍ରତିକ ସମାଜରେ ବହୁ ହିଂସା, ପାଶବିକତା ଓ ବ୍ୟକ୍ତି ଚରିତ୍ରର ଅବକ୍ଷୟ ତଥା ରାଷ୍ଟ୍ରୀୟ ସଂହତି ପ୍ରତି ବିପଦର ଆଶଙ୍କା ଥିବାବେଳେ ଜାତୀୟ ସେବା ଯୋଜନା National Service Scheme (NSS) ଏକ ଉପାଦେୟ ତଥା ବଳିଷ୍ଠ ପ୍ରତିକାର, ଏବେକାର ଘଡ଼ିସନ୍ଧି ସମୟରେ ରାଷ୍ଟ୍ରୀୟ ସେବାରେ ଏହା ଯୁବ ସମାଜ ପାଇଁ ଏକ ଆହ୍ଵାନ  ଅଟେ ।

କଲେଜ ଶିକ୍ଷାରେ ଏହା ଭାରତ ସରକାରଙ୍କର ଏକ ମହତ୍ଵ ଯୋଜନ। ଅଟେ । ଯୁବ ସମାଜରେ ଉତ୍ତର ଦାୟିତ୍ଵ (Accountibility) ଓ ସ୍ଵଚ୍ଛତା (Transparancy)ର ବିକାଶ ଧାରାରେ ରାଷ୍ଟ୍ରର ସେବା ଓ ସଂହତି ବୃଦ୍ଧି ଏହାର ମୂଳଲକ୍ଷ୍ୟ । ବିଶେଷତଃ ସେବା କାର୍ଯ୍ୟ ମାଧ୍ୟମରେ ସର୍ବସାଧାରଣ, ଶିକ୍ଷକ ଓ ଶିକ୍ଷାର୍ଥୀ ମନରେ ସ୍ୱେଚ୍ଛାକୃତ ସେବା ମନୋବଳକୁ ଏହା ଦୃଢ଼ କରିଥାଏ । ସଫଳତା ଅର୍ଜନ କ୍ଷେତ୍ରରେ ଜ୍ଞାନ ଓ କର୍ମର ଆବଶ୍ୟକତା ଯେ କିଭଳି ଅପରିହାର୍ଯ୍ୟ, ତାହା ଶିଖାଇଥାଏ । ଏହି ଜାତୀୟ ସେବା ଯୋଜନା (NSS) ଏବେ ଭାରତର ସର୍ବବୃହତ୍ ସେବାମୂଳକ ସଂଗଠନ । ଶିକ୍ଷା ବ୍ୟବସ୍ଥାରେ ସମାଜ ସେବାକୁ ଅନ୍ତର୍ଭୁକ୍ତ କରି ଛାତ୍ର ଶିକ୍ଷକ ମଧ୍ୟରେ ସୁସମ୍ପର୍କ ଓ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ସେମାନେ ବସବାସ କରୁଥିବା ସମାଜ ସହ ଅବଗତ କରାଇବା କ୍ଷେତ୍ରରେ ଏହା ଶିକ୍ଷାର ଏକ ଅଂଶ ରୂପେ ଶିକ୍ଷାନୁଷ୍ଠାନରେ ସ୍ୱେଚ୍ଛାକୃତ ଭାବେ ଆରମ୍ଭ ପାଇଁ ଡଃ ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ବିଶ୍ଵବିଦ୍ୟାଳୟ ଆୟୋଗ (University Grant Commission) ପ୍ରଥମେ ସୁପାରିଶ କରିଥିଲେ । ୧୯୫୨ ମସିହାରେ ଭାରତ ସରକାରଙ୍କର ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ବେଳେ ଶିକ୍ଷାର୍ଥୀମାନେ ପାଠପଢ଼ା ବେଳେ ଏକବର୍ଷ ସେବାକାର୍ଯ୍ୟ କରିବା ଉଚିତ ବୋଲି ଗୁରୁତ୍ଵାରୋପ କରାଗଲା । ତତ୍କାଳୀନ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ । ତେଣୁ ସମାଜସେବା ଜଣେ ସ୍ନାତକର ପ୍ରାଥମିକ ଆବଶ୍ୟକତା ଅଟେ ଉତ୍ତମ ନାଗରିକ ହେବା ପାଇଁ ୧୯୫୯ରେ ଏହି ଯୋଜନାକୁ ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କର ସମ୍ମିଳନୀରେ ଉପସ୍ଥାପନା କରାଗଲା । ସେହିବର୍ଷ ଅଗଷ୍ଟ ୨୮ ତାରିଖରେ ଡଃ ସି.ଡି. ଦେଶମୁଖଙ୍କ ଅଧ୍ୟକ୍ଷତାରେ ଏକ ଜାତୀୟ ସେବା କମିଟି ଗଠନ କରାଗଲା । ୧୯୬୪୬୬ ମସିହାରେ ଡଃ ଡି.ଏସ୍. କୋଠାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଶିକ୍ଷାକମିଶନ୍ ସମାଜ ସେବାକୁ ଶିକ୍ଷାର ଏକ ଅଙ୍ଗ ବୋଲି ସୁପାରିଶ କଲେ । ଏହାପରେ ଶିକ୍ଷା ମନ୍ତ୍ରଣାଳୟ ଓ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ (UGC) ମିଳିତ ଭାବେ ସମାଜ ସେବାକୁ ଶିକ୍ଷାନୁଷ୍ଠାନରେ । କାର୍ଯ୍ୟକାରୀ କରିବାକୁ ଘୋଷଣା କଲେ । ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ଏହାର କାର୍ଯ୍ୟକାରିତା ପାଇଁ ଭାରତ ସରକାର ପାଞ୍ଚ କୋଟି ଟଙ୍କା ମଞ୍ଜୁର କଲେ । ସେପ୍ଟେମ୍ବର ୨୪ ତାରିଖ ୧୯୬୯ ମସିହାରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡଃ ଭି.କେ.ଆର୍.ଭି. ରାଓ  ଦେଶର ୩୭ଟି ବିଶ୍ୱବିଦ୍ୟାଳୟର ୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଜାତୀୟ ସେବା ଯୋଜନାର କାର୍ଯ୍ୟକାରିତା ପାଇଁ ସବୁ ପ୍ରଦେଶର ମୁଖ୍ୟମନ୍ତ୍ରୀ ମାନଙ୍କର ପୂର୍ଣ୍ଣ ସହଯୋଗ କାମନା କଲେ ।

ଆଜିର ଏହି ଜାତୀୟ ସେବା ଯୋଜନା ଆରମ୍ଭର ଦୀର୍ଘ ତିନି ଦଶନ୍ଧି ପରେ ୧୬୦ଟି ବିଶ୍ଵବିଦ୍ୟାଳୟରେ ସାଢ଼େ ସାତ ହଜାର ଶିକ୍ଷକଙ୍କ ତତ୍ଵାବଧାନରେ ଆଠ ହଜାର ଶାଖା ମାଧ୍ୟମରେ ୧୩ ଲକ୍ଷ ୫୨ ହଜାର । ସେଚ୍ଛାସେବୀଙ୍କୁ ନେଇ ଏହି ଶ୍ରମଦାନ ଭିତ୍ତିକ ଅନୁଷ୍ଠାନ କର୍ମମୁଖର ହୋଇ ଉଠିଛି । ସାଧାରଣ ଭାବେ ବିଶ୍ଵବିଦ୍ୟାଳୟ ଦ୍ଵାରା ସ୍ଵୀକୃତିପ୍ରାପ୍ତ । ତଥା ସହ ବନ୍ଦନ (Affiliation) ଲାଭ କରିଥିବା  । ମହାବିଦ୍ୟାଳୟ ଗୁଡ଼ିକର ଶିକ୍ଷାର୍ଥୀମାନଙ୍କୁ ନେଇ ଜଣେ ଜଣେ ଅଧ୍ୟାପକ । ବା ଅଧ୍ୟାପିକାଙ୍କୁ ନେଇ ଗୋଟିଏ ଲେଖାଏଁ ଶାଖା ଗଠିତ ହୋଇଛି ।  ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାକୁ ଆଖି ଆଗରେ ରଖି ଏହି ଅନୁଷ୍ଠାନଗୁଡ଼ିକ । ନିୟମିତ ଓ ଦୀର୍ଘ ଛୁଟିମାନଙ୍କରେ ସ୍ୱତନ୍ତ୍ର ଅବକାଶକାଳୀନ ଶିବିର  କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ପ୍ରତି ବର୍ଷ ଗୋଟିଏ ଗୋଟିଏ ଗାଁକୁ ପୋଷ୍ୟଗ୍ରାମ (Adopted Village) ରୂପେ ଗ୍ରହଣ କରି । ଏଥିରେ ଶ୍ରମଦାନ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଲୋକମାନଙ୍କୁ ଅବଗତ କରିବା, ନାଗରିକର ଅକାର ସମ୍ପର୍କରେ ସଚେତନତା ବୃଦ୍ଧିପରି ବହୁ କାର୍ଯ୍ୟକ୍ରମମାନ ହାତକୁ ନେଇଥାନ୍ତି । ବୃକ୍ଷରୋପଣ, ପରିବେଶ ସୁରକ୍ଷା, ସ୍ଵାସ୍ଥ୍ୟ ପରୀକ୍ଷା, ରକ୍ତଦାନ, ପରିମଳ ବ୍ୟବସ୍ଥା, ନିରକ୍ଷରତା ଦୂରୀକରଣ, ସାମାଜିକ ସଚେତନତା ବୃଦ୍ଧି, ଏଡ୍ସ୍ ସଚେତନତା, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଅଙ୍ଗରୋପଣ, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପ୍ରତିଷେଧକ ଟୀକାଦାନ, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର, ଜାତୀୟ ସଂହତି ବୃଦ୍ଧି ଓ କୁଷ୍ଠ - ହଇଜା ପରି ସଂକ୍ରାମକ ରୋଗର ନିଦାନ ଓ ବିଭିନ୍ନ କୁ-ସଂସ୍କାର ବିରୁଦ୍ଧରେ ବିଭିନ୍ନ କାର୍ଯ୍ୟକ୍ରମମାନ ସେଚ୍ଛାସେବୀମାନଙ୍କ ସହାୟତାରେ ହୋଇଥାଏ ।

ଦେଶର ମୁଖ୍ୟ ଶକ୍ତି ଯୁବଶକ୍ତି

ଭାରତ ପରି ଏକ ବିଶାଳ ଜନବହୁଳ ଦେଶର ମୁଖ୍ୟ ଶକ୍ତି ଯୁବଶକ୍ତି (Youth Power)କୁ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ପାଇଁ ଜାତୀୟ ସେବା ଯୋଜନା ରାଷ୍ଟ୍ରସ୍ତରୀୟ ବିଭିନ୍ନ ଆହ୍ଵାନ ମାନ ହାତକୁ ନେବା ଉଲ୍ଲେଖନୀୟ । ସେହି ପର୍ଯ୍ୟାୟରେ ୧୯୭୩ ମସିହାରେ ଦୁର୍ଭିକ୍ଷ ଦୂରୀକରଣରେ ଯୁବ ସମାଜ’ ୧୯୭୪-୭୫ରେ ଆବର୍ଜନା ଓ ରୋଗ ଦୂରୀକରଣରେ ଯୁବ ସମାଜ’, ୧୯୯୩-୯୫ ବର୍ଷ ପାଇଁ “ଜାତୀୟ ସଂହତି ଓ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ଯୁବସମାଜ’, ୧୯୯୫୯୬ରେ ‘ଜଳ ପ୍ରକଳ୍ପର ପରିଚାଳନା ଓ ଅନାବାଦି ଜମିର ଉନ୍ନତି ପାଇଁ ଯୁବସମାଜ’ ଏବଂ ଏବେ ସୁସ୍ଥ ସମାଜ ଗଠନ ପାଇଁ ଯୁବ ସମାଜ, ‘ଜଳଛାୟା ପ୍ରକଳ୍ପ, ଜଳ ସଂରକ୍ଷଣ ଓ ଏହାର ସୁବିନିଯୋଗ ଶିରୋନାମାରେ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକରି ଆସୁଛନ୍ତି ।

ବାସ୍ତବିକ୍, ବହୁବିଧ ରାଷ୍ଟ୍ରୀୟ ସେବାରେ ଜାତୀୟ ସେବା ଯୋଜନା ଆଜିର ଯୁବ ସମାଜ ପାଇଁ ଏକ ସଫଳ ଆହ୍ମାନ ଅଟେ । ବ୍ୟକ୍ତି ଚରିତ୍ରର ବିକାଶ ଓ ସୁସ୍ଥ ସାମାଜିକତାର ସୁରକ୍ଷାରେ ଏହା ଯେ ଖାଲି ସହାୟକ, ତା’ ନୁହେଁ ଆହୁରି ମଧ୍ୟ ପ୍ରବୃଦ୍ଧ ରାଷ୍ଟ୍ର ନିର୍ମାଣରେ ଏହା ସହାୟକ ହୋଇଥାଏ ଓ ଯୁବ ସମାଜର ଚିନ୍ତାଚେତନାକୁ ବିକଶିତ, ମାର୍ଜିତ କରିଥାଏ ।

ଆଧାର - ଇ ମାଗାଜିନ

2.96774193548
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top