ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସଂଘର୍ଷର ଇତିହାସ ଓ ଅମର ଶହୀଦ କଷ୍ଟି ଡାକୁଆ
ସେଆର କରନ୍ତୁ

ସଂଘର୍ଷର ଇତିହାସ ଓ ଅମର ଶହୀଦ କଷ୍ଟି ଡାକୁଆ

ସଂଘର୍ଷର ଇତିହାସ ଓ ଅମର ଶହୀଦ କଷ୍ଟି ଡାକୁଆ ବିଷୟରେ ସୂଚନା I

ନୟାଗଡ଼ ଓ ରଣପୁରରେ ଜାତୀୟ ଆନ୍ଦୋଳନ ତୀବ୍ରତର

ବିଂଶ ଶତାବ୍ଦୀ ଆରମ୍ଭରୁ ୧୯୩୮ ଖ୍ରୀଷ୍ଟାବ୍ଦରେ ସମାଜବାଦୀ ନେତା ମାନଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଓ ରଣପୁରରେ ଜାତୀୟ ଆନ୍ଦୋଳନ ତୀବ୍ରତର ହେଲା । ସେସମୟରେ ମଧ୍ୟ ଢେଙ୍କାନାଳ, ଅନୁଗୋଳ, ତାଳଚେରରେ ଏହା ଘଟିଥିଲା । ରାଜାମାନଙ୍କ ଅତ୍ୟାଚାରରୁ ସ୍ଵାଧୀନ ହେବାକୁ ଥିଲା ଏ ପ୍ରଜାମାନଙ୍କ ଆନ୍ଦୋଳନ । ଏହା ପ୍ରଜା ଆନ୍ଦୋଳନ ନାମରେ ଖ୍ୟାତ ଥିଲା । ବିଂଶ ଶତାବ୍ଦୀ ଆରମ୍ଭରେ ଅର୍ଥାତ୍ । ୧୯୨୧ ମସିହା କଂଗ୍ରେସ ଅସହଯୋଗ ଆନ୍ଦୋଳନରେ ବହୁକର୍ମୀ ଯୋଗଦେଇ ନୟାଗଡ଼କୁ ରାଜନୈତିକ ମାନଚିତ୍ରରେ ସ୍ଥାନ ଦେଇଥିଲେ । ୧୯୩୧ରୁ ୧୯୩୪ ମସିହା ମଧ୍ୟରେ ଗଡ଼ଜାତ ମିଶ୍ରଣରେ ଏହି ଚାରିଗୋଟି ଗଡ଼ଜାତର ମିଶ୍ରଣ ଥିଲା ଅଭୁତପୂର୍ବ ।

ନୟାଗଡ଼ର ଆନ୍ଦୋଳନାତ୍ମକ

ସ୍ୱତନ୍ତ୍ର ଓଡ଼ିଶା ଗଠନ କ୍ଷେତ୍ରରେ ନୟାଗଡ଼ର ଆନ୍ଦୋଳନାତ୍ମକ କାର୍ଯ୍ୟ ୧୯୩୯ ମସିହାରେ ଏ ଅଞ୍ଚଳରେ କନ୍ଧମେଳି ହୋଇ ପ୍ରଜାଆନ୍ଦୋଳନ ହେଲା । ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁରକୁ ସାମିଲ କରି ଏହା ଏକ ଭୟାବହ ରୂପ ନେଲା । ରଣପୁରରେ ପ୍ରଜାମାନେ ଏକ ଶବକୁ ଶଗଡ଼ରେ ପକାଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ କହିଲେ ଗୋରା ସାହେବ ମାରିଛନ୍ତି । ଏହା ଶୁଣି ନୟାଗଡ଼ ରାଜାଙ୍କ ପାଖେଥିବା ପଲଟିକାଲ ଏଜେଣ୍ଟ ରଣପୁର ରାଜାଙ୍କ ପାଖକୁ ଗଲା କିନ୍ତୁ ରାଜାଙ୍କ କଥା ନମାନି ଉଭ୍ୟକ୍ତ ଜନତାଙ୍କ ପାଖକୁ ଏକାକି ମାଡ଼ି ଆସିଲେ । ଫଳରେ ଉଭ୍ୟକ୍ତ ଜନତାଙ୍କ ଘେରରେ ପଡ଼ି ନିଜକୁ ବଞ୍ଚାଇବାକୁ ଜଣେ ଲୋକର ଦ୍ଵାରସ୍ଥ ହେଲେ । ନିଜ ଅଣ୍ଟାରୁ ପିସ୍ତଲ ବାହାର କରିବା ପୂର୍ବରୁ ସେ ଲୋକ ପଛରୁ କବାଟ ବନ୍ଦ କରି ଦେଲା । ଫଳରେ ଉଭ୍ୟକ୍ତ ଜନତା ମାଡ଼ି ଯାଇ ବାଉଁଶ ଠେଙ୍ଗାରେ ପିଟି ପିଟି ପଲଟିକାଲ ଏଜେଣ୍ଟ ମେଜର ବେଜଲଗେଟଙ୍କୁ ମାରି ଦେଲେ । ଏହା ଥିଲା ତା.୫.୧.୧୯୩୯ ମସିହା । ତା’ପରେ ବ୍ରିଟିଶ ବାହିନୀ ରଣପୁରକୁ ଜାଳି ଦେବାକୁ କହିବାରୁ ରଣପୁର ରାଜା କହିଲେ – ପ୍ରଥମେ ମୋତେ ମାର ତା’ ପରେ ପ୍ରଜାମାନଙ୍କୁ ମାରିବ । ବ୍ରିଟିଶ ବାହିନୀ ନୟାଗଡ଼କୁ ଆସିବା ଶୁଣି ନୟାଗଡ଼ ସୀମାରେ ବତିଶି ପୋଲିଆ ଶଂଖକୁ ଭାଙ୍ଗି ଦିଆଯାଇ ତାଙ୍କ ଗତିପଥକୁ ବନ୍ଦ କରି ଦିଆଗଲା । ଏହି ହତ୍ୟାକାଣ୍ଡରେ ପ୍ରଜାମଣ୍ଡଳ ସମ୍ପାଦକ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ମିଥ୍ୟାଭାବରେ ଜଡ଼ିତ କରି ଶାସକବର୍ଗ ବିଚାର କରି ଭାଗଲପୁର ଜେଲ୍ ରେ ତା.୪.୪.୧୯୪୧ ମସିହାରେ ଫାଶୀ ଦେଇଥିଲେ । ଗାନ୍ଧିଜୀଙ୍କ ଆହ୍ଵାନରେ ଭାରତଛାଡ଼ ଆନ୍ଦୋଳନ ସଂଗଠିତ ହୋଇ କାର୍ଯ୍ୟ କରୁଥିବାବେଳେ ଉଭ୍ୟକ୍ତ ଜନତାଙ୍କୁ ବ୍ରିଟିଶ ବାହିନୀ ଗୁଳି କରିବାରୁ ଜଣେ ମୃତ୍ୟୁବରଣ କଲେ ଓ କେତେକଙ୍କୁ ଧରି ନେଇଥିଲେ । ଏହି ଆନ୍ଦୋଳନ ତିନିଜଣଙ୍କ ନେତୃତ୍ବରେ କରାଯାଇଥିବା ଭାବି ତାଙ୍କ ଉପରେ ଅତ୍ୟାଚାର କରାଗଲା । ଏ ଅତ୍ୟାଚାର ଏଭଳି ଥିଲା ଯେ ସେ ତିନିଜଣ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କଲେ । ତା’ପରେ ପରେ ନୟାଗଡ଼ର ନନ୍ଦିପୁର ଗ୍ରାମରେ ପ୍ରଜାମଣ୍ଡଳର କର୍ମୀମାନେ ପ୍ରଥମେ ଏକତ୍ର ହୋଇଥିଲେ । ଉକ୍ତ ସଭାରେ ନୟାଗଡ଼ ଅଞ୍ଚଳ ଗୋଡ଼ିପଡ଼ାର ଶ୍ରୀଧର ଦାଶ ଥିଲେ ଅନ୍ୟତମ ନେତା । ତାଙ୍କୁ ସାହାଯ୍ୟ କରୁଥାନ୍ତି ବାହାଡାଝୋଲା ଗ୍ରାମର ବାଞ୍ଛାନିଧ ସେନାପତି, ଓଡ଼ଗାଁର ଲକ୍ଷ୍ମଣନନ୍ଦ, ଭାଲିଆ ଡିହର ମୁଲା ଇତ୍ୟାଦି । ଏହି ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା ଗୋପପୁର ଗ୍ରାମର ନାରାୟଣ ବେହେରାଙ୍କୁ ଦେଶଦ୍ରୋହୀ ଆଇନ ଓ ଦେଶରକ୍ଷା ଆଇନ ଦ୍ୱାରା ପୂର୍ବରୁ । ଧରି ନେଇ ଜେଲ୍‌ରେ ଅଟକ ରଖାଯାଇଥାଏ । ଶ୍ରୀଧର ଦାଶ, ବାଞ୍ଛାନିଧ୍ୟ ସେନାପତି, ନାରାୟଣ ନନ୍ଦ, ଶୁକ୍ର ବେହେରା, ଲକ୍ଷ୍ମଣ ମହାରଣା, କୁବେର ସାହୁ, ଉଦୟନାଥ ପୃଷ୍ଟି ଇତ୍ୟାଦି ୧୯ ଜଣଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଗଲା । ଫଳରେ ନୟାଗଡ଼ରେ ଘୋର ଉତ୍ତେଜନା ପ୍ରକାଶ ପାଇଲା । ଏଇ ପ୍ରଜାମଣ୍ଡଳର ନେତାମାନଙ୍କୁ ମୁକ୍ତି କରିବା ପାଇଁ ପ୍ରଜାମାନେ ତତ୍ପର ହୋଇ ଉଠିଲେ । ସର୍ବଶ୍ରୀ ଆନନ୍ଦଚନ୍ଦ୍ର ସ୍ବାଇଁ, ନାରାୟଣ ଉପାଧ୍ୟାୟ, ସଦାଶିବ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ମଲିକ ପ୍ରମୁଖଙ୍କ ନେତୃତ୍ୱରେ ପ୍ରଜା ଜାଗରଣ କାର୍ଯ୍ୟ ଚାଲିଲା । ତା.୧୯.୯.୧୯୪୨ ରିଖ ଦିନ ଶତାଧିକ  ପ୍ରଜା ମଂଜାମ ଜିଲ୍ଲାର କୁମ୍ପାପଡ଼ାରେ ଏକ ସଭା କରି ସେମାନଙ୍କ ନେତାମାନଙ୍କୁ ମୁକ୍ତ କରିବା ପାଇଁ ଶପଥ ଦେଲେ।

୧୯୪୨ ମସିହା ଅକ୍ଟୋବର ୧୦ ତାରିଖ ଦିନ ଅନେକ କର୍ମୀ ନେତା, ଜନତା ନୟାଗଡ଼ର ଗୋଡ଼ିପଡ଼ା ଥାନା ଅନ୍ତର୍ଗତ ମହୁଲିଆ ଠାରେ ଏକତ୍ରିତ ହୋଇ ବିଚାରାଳୟ, ଥାନା ଓ ଅନ୍ୟାନ୍ୟ ସରକାରୀ ଦପ୍ତର ଓ ରାଜାଙ୍କ ବିଚାର ବିଭାଗକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଶପଥ ନେଲେ । ଏଥିରେ ନୟାଗଡ଼ର ବିଭିନ୍ନ ପ୍ରାନ୍ତରୁ ପ୍ରଜାମାନେ ସଂଗଠିତ ହୋଇ ରାଜପ୍ରାସାଦ ଅଭିମୁଖେ ଆସିବା ପାଇଁ ସ୍ଥିର ହେଲା । ଏହା ଦୁଇଟି ଦଳରେ ବିଭକ୍ତ ହୋଇ ମାଳ ଅଞ୍ଚଳରୁ ବାହାରିବା ପ୍ରସ୍ତାବ ନିଆଗଲା । ଆନନ୍ଦ ଚନ୍ଦ୍ର ସ୍ଵାଇଁ ବରଗୋଳା ମାଳ ଅଞ୍ଚଳର ଓ ସଦାଶିବ ଷଡ଼ଙ୍ଗୀ ଗୋଛାମାଳ ଅଞ୍ଚଳର ଦାୟିତ୍ଵରେ ରହିଲେ । ଗୋଟିଏ ଦଳ ସଡ଼କ ଦେଇ ନୂଆଗାଁ ବାଟେ ନୟାଗଡ଼ ଯିବା ଓ ଅନ୍ୟଟି ମାଳିଅଞ୍ଚଳରୁ ବାହାରି ବାହାଡ଼ା ଝୋଲା ଦେଇ ମହିପୁର ବାଟେ ନୟାଗଡ଼ରେ ପହଞ୍ଚିବେ । ଏହି ଦୁଇଦଳ ବିଭକ୍ତ ହୋଇ ଓସ୍ତିଆ ମାଳ ଅଞ୍ଚଳ ଜନସାଧାରଣଙ୍କୁ ଏକତ୍ରିତ କରି ନୟାଗଡ଼ ଠାରେ ସମବେତ ହେବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଗଲା । ଏହାକ୍ରମେ ଓଡ଼ଗାଁ, ବାହାଡ଼ାଝୋଲା, ବାରାବୋଲା ଗ୍ରାମ ମାନଙ୍କୁ ବ୍ୟାପିଗଲା ।

ବରବୋଇମାଳ ଅଞ୍ଚଳରେ ଏକ ବଡ଼ସଭା

ନୟାଗଡ଼ ଓ ନୂଆଗାଁ ଦଳକୁ ନେବା ନିମନ୍ତେ ବରବୋଇମାଳ ଅଞ୍ଚଳରେ ଏକ ବଡ଼ସଭା ହେଲା । କଷ୍ଟି ଡାକୁଆ ହେଲେ ଏ ଦଳର ଦଳପତି । ଏଇ କଷ୍ଟିଡାକୁଆଙ୍କ ଘର ନୟାଗଡ଼ ମହିପୁର ଠାରୁ ପ୍ରାୟ ୧୦/୧୧ କି.ମି. ଦୂର ଜଙ୍ଗଲ ମାଳ ଅଞ୍ଚଳ ପାହାଡ଼ ପର୍ବତର ପାଦ ଦେଶରେ କୁସବିଡ଼ା ଗ୍ରାମରେ । ସେ ୧୮୯୭ ଖ୍ରୀଷ୍ଟାବ୍ଦରେ ପିତା ଅର୍ଜୁନ । ଡାକୁଆ ଓ ମାତା ନାରବାଙ୍କର ଦ୍ଵିତୀୟ ସନ୍ତାନ । ସେହି କଷ୍ଟି ଡାକୁଆ । ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ କଥା ସମସ୍ତଙ୍କୁ ଶୁଣାଇ ଅନୁପ୍ରାଣିତ । କରିପାରିଥିଲେ । ୧୯୪୨ ମସିହା ଅକ୍ଟୋବର ୯ ତାରିଖରେ ଗୋରା ଶାସନ ଓ ରାଜତନ୍ତ୍ର ଶାସନ ହେବା ପାଇଁ ସମସ୍ତଙ୍କୁ ବୁଝାଇଥିଲେ । ସେଦିନ ଆନନ୍ଦଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ଵରେ ସେଠାକୁ ଆସିଥିବା ପ୍ରଜାମଣ୍ଡଳ । କର୍ମୀଙ୍କ ସହ ସ୍ଥାନୀୟ କର୍ମୀମାନେ କଷ୍ଟି ଡାକୁଆଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ପରଦିନ କଷ୍ଟି ଡାକୁଆଙ୍କ ଗ୍ରାମର ବରକୋଳାମାଳ ଅଞ୍ଚଳର ବିପ୍ଳବୀ ଜନତାଙ୍କୁ ଦୁଇ ଭାଗ କରାଯାଇ ଗୋଟିଏ ଦଳର ନେତୃତ୍ଵ ନେଲେ ଆନନ୍ଦଚନ୍ଦ୍ର ସ୍ଵାଇଁ ଓ ଅନ୍ୟଟିର ନେତୃତ୍ଵ ନେଲେ କଣ୍ଡୁରୀ  ପରିଡ଼ା । ନୂଆଗାଁ ଥାନାକୁ ଭାଙ୍ଗିବା, ସରକାରୀ କୋଠାବାଡ଼ି ଧ୍ଵଂସ କରିବା ଓ ଏ ଅଞ୍ଚଳରୁ ରାଜତନ୍ତ୍ର ଲୋପ କରିବାକୁ ସେହି ଦିନ ପ୍ରସ୍ତାବ ନିଆଗଲା । ଏ ପଟୁଆରରେ ଅନେକ ଥିଲେ ଆଦିବାସୀ ଓ କନ୍ଧ ସଂପ୍ରଦାୟର ଲୋକ । ଆନନ୍ଦ ସ୍ୱାଇଁଙ୍କ ଦଳ ପ୍ରଥମେ ମାଳ ଅଞ୍ଚଳ ବରକୋଳା ଡାକବଙ୍ଗଳାରେ ପହଞ୍ଚିଲେ । ଡାକବଙ୍ଗଳା କର୍ମଚାରୀ ଓ ୭/୮ ଜଣ ପୋଲିସ ଏମାନଙ୍କ ଡାକ ଶୁଣି ନିଜର ବନ୍ଧୁକ, ଗୁଳିଗୋଳା ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇ ଗଲେ । ପରେ ବଙ୍ଗଳାରେ ବିପ୍ଳବୀ ମାନେ  ନିଆଁ ଲଗାଇ ଦେଲେ। ଅନ୍ୟ ଦଳଙ୍କୁ ଧରି ପଟୁଆରରେ ଆସି ମିଳିତ ହେଲେ ବିପ୍ଳବୀ କଷ୍ଟି ଡାକୁଆ । ସେ ହାତରେ ପତାକା ଧରି ଲୋକଙ୍କୁ ଉତ୍ସାହିତ କରୁଥାନ୍ତି । ଏ ସମସ୍ତ ଥାନା ପାଖରେ ପହଞ୍ଚଲାପରେ ଥାନାର ଭାରପ୍ରାପ୍ତ ପୋଲିସ ସବ୍-ଇନିସ୍‌ପେକ୍ଟର ବେଣୁଧର ପଟ୍ଟନାୟକ ଶୋଭାଯାତ୍ରାର ଜୟଧ୍ଵନି ଶୁଣି ଓ ତାଙ୍କର ଗତିବିଧ ଲକ୍ଷ୍ୟ କରି ଗୁଳି ଚଳାଇବାକୁ ଆଦେଶ ଦେଲେ । ଏଣେ କଷ୍ଟି ଡାକୁଆଙ୍କ ଦଳ ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି । ଅପରପକ୍ଷରୁ ଶିଖି  ମନାଇଙ୍କ ସହ ପୋଲିସ ବାହିନୀ ପହଞ୍ଚିଥାନ୍ତି । ଭାରପ୍ରାପ୍ତ ପୋଲିସ ଅଫିସର, ସବ -  ଇନିସ୍‌ପେକୁର ବେଣୁଧର ପଟ୍ଟନାୟକଙ୍କ ପାଟିରୁ କଥା ନସରୁଣୁ ଲିଙ୍ଗା ନାୟକ ଧଡ଼ପଡ଼ ହୋଇ ଗୁଳି ଚଳାଇଥିଲେ । ସେ ଗୁଳି କଷ୍ଟି ଡାକୁଆଙ୍କ ପେଟରେ ବାଜିଲା । ସେ ପେଟରେ ହାତ ରଖି ଉଚ୍ଚକଣ୍ଠରେ କହି ଉଠିଲେ – ଭାରତ ମାତାକି ଜୟ, ମହାତ୍ମା ଗାନ୍ଧୀ କି ଜୟ ମୁକ୍ତି ସଂଗ୍ରାମୀ ଜନତାଙ୍କୁ କୌଣସି ସଙ୍କେତ ନଦେଇ ପୋଲିସର ବନ୍ଧୁକରୁ ଗୁଳି ଫୁଟି ଉଠିଲା । ଏଥିରେ କେତେ ଆହତ ହେଲେ । ଆହାତ ଅବସ୍ଥାରେ କ୍ଷେତ୍ରବାସୀ ପରିଡ଼ା, ବାଉରୀବନ୍ଧୁ ପରିଡ଼ା ଓ ମଙ୍ଗୁ । ପଳାଇବାରୁ ଅନ୍ୟମାନେ ମଧ୍ୟ ପଳାଇଲେ । ଏକଥା ବେଣୁଧର ପଟ୍ଟନାୟକ ରାଜାଙ୍କୁ ଜଣାଇବାରୁ ରାଜା ବେଣୁଧର ପଟ୍ଟନାୟକଙ୍କୁ ବୀରବର ଉପାଧି  ଓ ଲିଙ୍ଗା ନାୟକଙ୍କୁ ଧପଡ଼ ସିଂହ ଉପାଧି  ଦେଇଥିଲେ ।

ତିରିଶ ବର୍ଷ ବୟସରେ ବିପ୍ଳବୀ କଷ୍ଟି ଡାକୁଆ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଦେଶ ପାଇଁ ପ୍ରାଣବଳୀ ଦେଇ ନୟାଗଡ଼ ଇତିହାସରେ ଏକ ଜ୍ବଳନ୍ତ ତାରକା ଓ ଅମର ହୋଇ ରହିଛନ୍ତି ।

ଆଧାର - ଇ ମଗାଜିନ

2.9512195122
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top