ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସତ୍ୟବାଦୀ ବନ ବିଦ୍ୟାଳୟ
ସେଆର କରନ୍ତୁ

ସତ୍ୟବାଦୀ ବନ ବିଦ୍ୟାଳୟ

ସତ୍ୟବାଦୀ ବନ ବିଦ୍ୟାଳୟ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ବିଦ୍ୟାଳୟ ପ୍ରତିଷ୍ଠା

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା ।

ବର୍ଣ୍ଣନା

ସମସ୍ତଙ୍କୁ ଶିକ୍ଷାଲାଭର ସୁବିଧା ସୁଯୋଗ ଦେବା ଥିଲା । ଏହି ବନବିଦ୍ୟାଳୟ ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ । ଏହି ବିଦ୍ୟାଳୟ ଶିକ୍ଷାଦାନ ସହ ସରଳ ଓ ବିଳାସହୀ ନ ଜୀବନଯାପନ କରିବାର ପ୍ରୋତ୍ସାହନ ଦେ ଉଥିଲା । ପ୍ରାଚୀନ ଗୁରୁକୁଳ ରୀତିରେ ପାଠଦାନ, ବୋଧ ଓ ଉପଲବ୍‌ ପାଇଁ ଯଥାଯଥ ଭାବେ ଶିକ୍ଷକମାନଙ୍କର ପ୍ରଯତ୍ନ, ଛାତ୍ରାବାସ । ରହଣୀରେ ସରଳ ଜୀବନଯା ପନର ଆଦର୍ଶ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ଏଠାରେ ବିଦ୍ୟାର୍ଥୀମାନଙ୍କର ଶାରୀରିକ, ମାନସିକ, । ବୌଦ୍ଧିକ ତଥା ହାର୍ଦ୍ଦିକ ବିକାଶ ପାଇଁ ସବୁ ରକମର ସୁବିଧା ସୁଯୋଗ ରଖାଯାଇଥିଲା । କ୍ରୀଡ଼ା-କସରତ, ସଂଗୀତ, ତର୍କସଭା, ଶିଳ୍ପ କୃଷି, ଲୋକସେବା, ଭ୍ରମଣ, ପୁସ୍ତକ ପଠନ, ଧର୍ମ ଶିକ୍ଷା, ନୀତି ଶିକ୍ଷା, ଆଲୋଚନା ସଭା ଆଦି ଜରିଆରେ ଛାତ୍ରମାନଙ୍କ ଠାରେ ନିହିତ ପ୍ରତିଭାର ଆରମ୍ଭ ହୋଇଥିଲା । ସେତେବେଳେ ପ୍ରତିଭା ବିକାଶ ପାଇଁ ଦୃଷ୍ଟି ଦିଆଯାଉଥିଲା । ଏତଦ୍ ବ୍ୟତୀତ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସାଧାରଣ ଶିକ୍ଷା ଦେବା ଥିଲା ଏହି ବିଦ୍ୟାଳୟର ମୌଳିକ ଆଦର୍ଶ । ଫଳତଃ ସ୍ଥାନୀୟ ସତ୍ୟବାଦୀ ଓ ତା’ର ଆଖପାଖ ଅଂଚଳର ପିଲାଙ୍କ ସହ ପୁରୀ, ଗଞ୍ଜାମ, କଟକ, ବାଲେଶ୍ଵର, ମେ ଦିନାପୁର, ମୟୁରଭଞ୍ଜରୁ ପିଲାଏ ଆସି ଏଠାରେ ନାମ ଲେଖାଉଥିଲେ । ଓଡ଼ିଶାର ବିଭିନ୍ନ ଗଡ଼ଜାତ ରାଜ୍ୟର ଧନିମାନୀ ଲୋକେ ସେମାନଙ୍କର ପିଲାଙ୍କୁ ଏଠାକାର ଛାତ୍ରାବାସରେ ରଖାଇ ପାଠ ପଢ଼ାଉଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ବିଚାର ଓ ଚିନ୍ତାଧାରା ଥିଲା ଅତି ଉତ୍ତମ ।

ଶିକ୍ଷକ

୧୯୧୧, ଅକ୍ଟୋବର ୧୧ ତାରିଖରେ ନୀଳକଣ୍ଠ ଦାସ ଏହି ବନବିଦ୍ୟାଳୟ ରେ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ତାଙ୍କର ନେତୃତ୍ଵରେ ଗୋପବନ୍ଧୁଙ୍କ ପରିକଳ୍ପିତ ହାଇସ୍କୁଲ ପ୍ରତିଷ୍ଠା ସମ୍ଭବପର ହୋଇପାରିଥିଲା । ପରବର୍ତ୍ତୀ କାଳରେ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇଥିଲେ ।

ଆଚାର୍ଯ୍ୟ ହରି ହର ଦାସ କଟକର ପ୍ୟାରିମୋହନ ଏକାଡ଼େମୀରୁ ଚାକିରି ଛାଡ଼ି ୧୯୧୨ ମସିହାରେ ବନବିଦ୍ୟାଳୟ ରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେହି ବର୍ଷ କଲିକତ। ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଗୋଦାବରୀଶ ମିଶ୍ର ଏଠାରେ ଯୋଗ ଦେଇଥିଲେ । ସେ ଯୋଗ ଦେବାର ବର୍ଷକ ପରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏଠାରେ ଶିକ୍ଷକ ହେଲେ । କୃପାସିନ୍ଧୁଙ୍କୁ ମିଶାଇ ଏମ୍.ଏ. ପାସ୍ କରିଥିବା ଶିକ୍ଷକ ହେଲେ ୩ ଜଣ । ନୀଳକଣ୍ଠ ଦାସ ଦର୍ଶନ ଶାସ୍ତ୍ରରେ, ଗୋଦାବରୀଶ ଅର୍ଥନୀତିରେ ଏମ୍.ଏ. ଥିଲାବେଳେ କୃପାସିନ୍ଧୁ ଥିଲେ ଇତିହାସରେ ଏମ୍.ଏ., ଆଚାର୍ଯ୍ୟ ହରିହର ଥିଲେ ଏଫ୍.ଏ. ପାଶ୍ କରିଥିବା ଶିକ୍ଷକ । ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ ।

ଶିକ୍ଷାଦାନ ପ୍ରଣାଳୀ

ପ୍ରତ୍ୟକ୍ଷ ପାଠଦାନରେ ପୂର୍ବପାଠର ଆଲୋଚନା ପକା ସହ ନୂତନ ପାଠର ଉପକ୍ରମ, ଉପସ୍ଥାପନା, ବୋଧଜ୍ଞାନ ପରୀକ୍ଷା ଓ ସର୍ବଶେଷରେ ଲବ୍ଧଜ୍ଞାନର ପରୀକ୍ଷା କର।ଯାଉଥିଲା। ଅଧ୍ୟୟନ, ପାଠାଭ୍ୟାସ ଉପରେ ଗୁରୁତ୍ଵ ଦିଆଯାଉଥିଲା । ଦକ୍ଷତ। ହାସଲ ରେ କୌଣସି ଅବୋଧ ର ହିଲେ, ଛାତ୍ର ମାନେ ଶିକ୍ଷକମାନଙ୍କ ସହ ପରାମର୍ଶ କରୁଥିଲେ । ଛାତ୍ର-ଶିକ୍ଷକ ଏକାଠି ବସି ଇଚ୍ଛାନୁସାରେ କବିତା, ଗୀତ, ପ୍ରବନ୍ଧ, ବକୃତା ଆଦି ଉପସ୍ଥାପନା କରିବା ପାଇଁ ଛାତ୍ର ମାନେ ସୁବିଧା ପାଉଥିଲେ ।

ଶୃଙ୍ଖଳା

ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା ପାଇଁ କର୍ମ ବଣ୍ଟନ କରାଯାଉଥିଲା । ପିଲାମାନେ ନିଜ ନିଜର କାମ କରୁଥିଲେ । ଶିକ୍ଷକମାନେ ତଦାରଖ କରୁଥିଲେ।

କ୍ରୀଡା ଓ ବ୍ୟାୟାମ

ସୁସ୍ଥ ମନ ପାଇଁ ଦର କାର ସୁସ୍ଥ ଶରୀର । ବନବିଦ୍ୟାଳୟର ପିଲାମାନେ ନିୟମିତ ବ୍ୟାୟାମ ଓ ଖେଳ କସରତ କରୁଥିଲେ । ବିଶେଷତଃ ଦେଶୀ ଖେଳ, ଦଣ୍ଡ ଖେଳ, ବାଗୁଡ଼ି, ଦୀର୍ଘଦୌଡ଼ ଆଦିର ପ୍ରତିଯୋଗିତା ଆୟୋଜନ କରାଯାଉଥିଲା । ଏତଦ୍ଵାରା ପିଲାମାନଙ୍କର ଦାୟିତ୍ଵବୋଧ ବଢୁଥିଲା ଓ ଶରୀର ସୁସ୍ଥସବଳ ରହୁଥିଲେ।

କୃତୀଛାତ୍ର

ଏହି ବିଦ୍ୟାଳୟର କୃତୀଛାତ୍ର ମାନଙ୍କ ମଧ୍ୟରୁ କବି ବୈକୁଣ୍ଠନାଥ ପଟ୍ଟନାୟକ, ଭଗବତୀ ପାଣିଗ୍ରାହୀ, ଉଦୟନାଥ ଷଢଙ୍ଗୀ, ଜଷ୍ଟିସ ହରିହର ମହାପାତ୍ର, ଅଧ୍ୟାପକ ସଦାଶିବ ମିଶ୍ର ଆଦି ପ୍ରଧାନ।

ଶେଷକଥା

ଭାରତର ଚାରିଆଡେ ଏହି ସ୍କୁଲଟିର ଖ୍ୟାତି ରହିଥିଲା । ସେ ସମୟର ବଡବଡ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ସ୍କୁଲ ଦେଖିବାକୁ ଆସୁଥିଲେ । ସ୍କୁଲ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।

ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ଵବିଦ୍ୟାଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।

ଆଧାର – ଓଡିଶା ସାହିତ୍ୟ ବ୍ୟୁରୋ

3.13043478261
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top