ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାଧୀନ ଓଡ଼ିଶାର ପ୍ରଥମ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ
ସେଆର କରନ୍ତୁ

ସ୍ଵାଧୀନ ଓଡ଼ିଶାର ପ୍ରଥମ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ

ସ୍ଵାଧୀନ ଓଡ଼ିଶାର ପ୍ରଥମ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ ବିଷୟରେ ସୂଚନା ।

ଓଡ଼ିଶାର ପ୍ରଥମ ଲୋକସଭା ନିର୍ବାଚନ ମଣ୍ଡଳୀ

ସର୍ବସାଧାରଣଙ୍କ ପ୍ରତି ନିଧତ୍ଵ ଆଇନ, ୧୯୫୧ ଅନୁସାରେ ଲୋକସଭାକୁ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇ ସଭ୍ୟମାନେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରିବା ଦୃଷ୍ଟେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣର ଆବଶ୍ୟକତାକୁ ନେଇ ପ୍ରଥମ ସୀମା ନିଦ୍ଧାରଣ ହୋଇଥିଲା, ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୧୯୫୧ ମସିହାରେ । ପ୍ରଥମ ସାଧାରଣ ନିର୍ବାଚନ, ୧୯୫୨ ପାଇଁ ଭାରତର ୪୦୧ ଗୋଟି ଆସନ ମଧ୍ୟରୁ ଓଡ଼ିଶା ପାଇଁ ସାଧାରଣ୧୩, ହରିଜନ-୩, ଆଦିବାସୀ-୪ ରୂପେ ମୋଟ ୨୦ ଗୋଟି ଆସନ ନିମନ୍ତେ ୧୬ ଗୋଟି ନିର୍ବାଚନ ମଣ୍ଡଳୀ ଆବଣ୍ଟିତ ହୋଇଥିଲା । ସେଥିମଧ୍ୟରୁ ଦୁଇ ସଭ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ଥିଲା ଚାରିଗୋଟି ଏବଂ ଏକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ୧୨ ଗୋଟି, ଯଥା –   ଦୁଇ ସଭ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ

  1. କଳାହାଣ୍ଡି - ବଲାଙ୍ଗୀର (ସାଧାରଣ ଓ ଆଦିବାସୀ)
  2. ଯାଜପୁର - କେନ୍ଦୁଝର (ସାଧାରଣ ଓ ହରିଜନ)
  3. ଢେଙ୍କାନାଳ - ପଶ୍ଚିମ କଟକ (ସାଧାରଣ ଓ ହରିଜନ)
  4. ବାଲେଶ୍ଵର (ସାଧାରଣ ଓ ହରିଜନ) ଏବଂ

ଏକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀଗୁଡ଼ିକର ନାମ ହେଲା –

  1. ଗଞ୍ଜାମ ଦକ୍ଷିଣ,
  2. କେନ୍ଦ୍ରପଡ଼ା,
  3. ସୁନ୍ଦରଗଡ଼ (ଆଦିବାସୀ),
  4. ମୟୂରଭଞ୍ଜ (ଆଦିବାସୀ),
  5. ପୁରୀ
  6. ଖୋର୍ଦ୍ଧା,
  7. ସମ୍ବଲପୁର,
  8. ଘୁମୁସର,
  9. ନବରଙ୍ଗପୁର,
  10. କଟକ,
  11. ବରଗଡ଼,
  12. ରାୟଗଡ଼ା-ଫୁଲବାଣୀ (ଆଦିବାସୀ) ।

ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରୁ ନିର୍ବାଚିତ ହୋଇଥିବା ସଭ୍ୟମାନେ ସ୍ଵାଧୀନ ଓଡ଼ିଶାର ପ୍ରଥମ ଲୋକସଭା ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲେ, ଯଥା- ସର୍ବଶ୍ରୀ ମହାରାଜା ଆର.ଏନ. ସିଂହଦେଓ, ଗିରିଧାରୀ ଭୋଇ (ଉଭୟ ଗଣତନ୍ତ୍ର ପରିଷଦ), ଭୁବନାନନ୍ଦ ଦାସ (କଂଗ୍ରେସ), ଲକ୍ଷ୍ମୀଧର ଜେନା (ଗଣତନ୍ତ୍ର ପରିଷଦ), ସାରଙ୍ଗଧର ଦାସ (ସୋସାଲିଷ୍ଟ), ନିରଞ୍ଜନ ଜେନା, ଭାଗବତ ସାହୁ, କାହ୍ନୁ ଚରଣ ଜେନା (ସମସ୍ତେ କଂଗ୍ରେସ), ବିଜୟ ଚନ୍ଦ୍ର ଦାସ (କମ୍ୟୁନିଷ୍ଟ), ନିତ୍ୟାନନ୍ଦ କାନୁନ୍‌ଗୋ, ଶିବନାରାୟଣ ସିଂହ, ରାମଚନ୍ଦ୍ର ମାଝା, ଲୋକନାଥ ମିଶ୍ର, ଲିଙ୍ଗରାଜ ମିଶ୍ର (ସମସ୍ତେ କଂଗ୍ରେସ), ନଟବର ପାଣ୍ଡେ (ଗଣତନ୍ତ୍ର ପରିଷଦ), ଉମାଚରଣ ପଟ୍ଟନାୟକ (ସ୍ଵାଧୀନ ପାଟି), ପୁନାଦା ଶୁବାରାଓ (ଗଣତନ୍ତ୍ର ପରିଷଦ), ହରେକୃଷ୍ଣ ମହତାବ (କଂଗ୍ରେସ), ଘନଶ୍ୟାମ ଦାସିନୀ (ସ୍ୱାଧୀନ ପାଟି), ତୋୟାକା ସାଙ୍ଗମା (କଂଗ୍ରେସ) ।

ଉପରୋକ୍ତ କୋଡ଼ିଏ ଜଣ ସଭ୍ୟଙ୍କ ମଧ୍ୟରୁ ତୋୟାକା ସାଙ୍ଗମା (ଆଦିବାସୀ) ପ୍ରଥମଥର ପାଇଁ ରାୟଗଡ଼ା-ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦିନ୍ଦରେ ନିର୍ବାଚିତ ହୋଇଥିଲେ ।

ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ

ପ୍ରଥମ ସୀମା ନିର୍ଦ୍ଧାରଣ କମିଶନଙ୍କ ୧୯୫୭ ଆଦେଶ ଅନୁସାରେ ଭାରତର ନିର୍ବାଚନ ମଣ୍ଡଳୀର ସଂଖ୍ୟା ୪୦୩କୁ ବୃଦ୍ଧି ପାଇବା ସହ ଓଡ଼ିଶା ପାଇଁ ସାଧାରଣ-୧୩ ବଦଳରେ ୧୨, ହରିଜନ-୩ ବଦଳରେ ୪ ଏବଂ ଆଦିବାସୀ ଆସନ ୪ ଗୋଟି ରୂପେ ମୋଟ ୨୦ ଜଣ ସଭ୍ୟଙ୍କ ପାଇଁ ୧୪ ଗୋଟି ନିର୍ବାଚନ ମଣ୍ଡଳୀ ଆବଣ୍ଟିତ ହୋଇଥିଲା । ପ୍ରଥମ ସାଧାରଣ ନିର୍ବାଚନ ବେଳେ ଦୁଇଟି ସ୍ଥାନର ନାମକରଣ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକୁ ପରିବର୍ତ୍ତିତ କରି ଏକ ସ୍ଥାନର ନାମ ନେଇ ପାଞ୍ଚଗୋଟି ଦୁଇ ସଭ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବା ସହ ଆଉ ପାଞ୍ଚଗୋଟି ଏକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀର ନୂତନ ନାମକରଣ କରାଯାଇଥିଲା, ଯଥା –  ଦୁଇ ସଭ୍ୟ ବିଶିଷ୍ଟ ନୂତନ ନିର୍ବାଚନ ମଣ୍ଡଳୀ

  1. କଳାହାଣ୍ଡି (କଳାହାଣ୍ଡି-ବଲାଙ୍ଗୀର ନାମ ପରିବର୍ତ୍ତେ) ସାଧାରଣ ଓ ହରିଜନ
  2. ସମ୍ବଲପୁର (କଳାହାଣ୍ଡି-ବଲାଙ୍ଗୀର ନାମ ପରିବର୍ତ୍ତେ ) ସାଧାରଣ ଓ ହରିଜନ (ସମ୍ବଲପୁର ହରିଜନ ନୂତନ ଭାବେ ସୃଷ୍ଟି)
  3. କେନ୍ଦ୍ରାପଡ଼ା (କେନ୍ଦ୍ରାପଡ଼ା-ହରିଜନ ନୂତନ ଭାବେ ସୃଷ୍ଟି) ସାଧାରଣ ଓ ହରିଜନ
  4. ଗଞ୍ଜାମ (ଗଞ୍ଜାମ ଦକ୍ଷିଣ ଓ ଘୁମୁସରର ମିଶ୍ରଣଜନିତ ନୂତନ ନାମ) ସାଧାରଣ ଓ ହରିଜନ
  5. କୋରାପୁଟ (ନୂତନ ଭାବେ ସୃଷ୍ଟି) ସାଧାରଣ ଓ ଆଦିବାସୀ

ନୂତନ ନାମକରଣ ହୋଇଥିବା ଏକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀଗୁଡ଼ିକର ନାମ, ଯଥା-

  1. ଅନୁଗୋଳ (ବରଗଡ଼ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତେ),
  2. କେନ୍ଦୁଝର (ଯାଜପୁର-କେନ୍ଦୁଝର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତେ),
  3. ଭୁବନେଶ୍ଵର (ନୂତନ ଭାବେ ସୃଷ୍ଟି),
  4. ଢେଙ୍କାନାଳ ଢେଙ୍କାନାଳ-ପଶ୍ଚିମ କଟକ ପରିବହେଁ)

ପ୍ରଥମ ସାଧାରଣ ନିର୍ବାଚନ ବେଳେ ଥିବା ବାଲେଶ୍ଵର (ଦ୍ଵୈତ ଆସନ ବିଶିଷ୍ଟ) ସମେତ ଅନ୍ୟ ଚାରିଗୋଟି ଏକ ଆସନ ବିଶିଷ୍ଟ ନିର୍ବାଚନ ମଣ୍ଡଳୀର ନାମ ଅପରିବର୍ତ୍ତିତ ରହିଥିଲା ।

ଉପରୋକ୍ତ ନଅଗୋଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ । ସେହି ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ ଭାବେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ଵ କରିଥିବା ସଭ୍ୟମାନେ ହେଲେ- ସର୍ବଶ୍ରୀ ପ୍ରତାପକେଶରୀ ଦେବ, ବିଜୟ ଚନ୍ଦ୍ର ପ୍ରଧାନ (ଉଭୟେ ଗଣତନ୍ତ୍ର ପରିଷଦ), ବନମାଳୀ କୁମ୍ଭାର (କଂଗ୍ରେସ), ବୈଷ୍ଣବ ଚରଣ ମଳିକ (ପ୍ରଜା ସୋସାଲିଷ୍ଟ ପାର୍ଟି), ମୋହନ ନାୟକ (କଂଗ୍ରେସ), ଉମାଚରଣ ପଟ୍ଟନାୟକ (ସ୍ୱାଧୀନ ପାର୍ଟି ), ରଚାକୋଣ୍ଡା ଜଗନ୍ନାଥ ରାଓ, ତୋୟାକା ସାଙ୍ଗମା (ଉଭୟ କଂଗ୍ରେସ), ପ୍ରତାପ ଗଙ୍ଗଦେବ ବଡ଼କୁମାର (ଗଣତନ୍ତ୍ର ପରିଷଦ), ଲକ୍ଷ୍ମୀନାରାୟଣ ଭଞ୍ଜଦେଓ, ନୃସିଂହ ଚରଣ ସାମନ୍ତ ସିଂହାର (ଉଭୟ କଂଗ୍ରେସ) । ପ୍ରକାଶ ଥାଉକି, ତୋୟାକା ସାଙ୍ଗମା ପ୍ରଥମ ସାଧାରଣ ନିର୍ବାଚନରେ ରାୟଗଡ଼ା-ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ନିନ୍ଦରେ ନିର୍ବାଚିତ ହୋଇଥିଲେ ।

ଦୁଇସଭ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ପ୍ରତ୍ୟାହାର ଆଇନ, ୧୯୬୧ ବଳରେ ଭାରତର ଲୋକସଭା ନିର୍ବାଚନ ମଣ୍ଡଳୀର ସଂଖ୍ୟା ୪୯୪କୁ ବୃଦ୍ଧି ପାଇବା ଅବକାଶରେ ଓଡ଼ିଶାର ବା ଛଅଗୋଟି ଦ୍ଵୈତ ନିର୍ବାଚନ ମଣ୍ଡଳୀ ବିଲୋପ ହୋଇଯାଇଥିଲା ଏବଂ ସେସବୁର ନାମ ସହିତ ଆଉ ଛଅଗୋଟି ନୂତନ ନିର୍ବାଚନ ମଣ୍ଡଳୀର ନାମକରଣ ହୋଇଥିଲା, ଯଥା –

  1. ଭଦ୍ରକ ହରିଜନ ( ବାଲେଶ୍ଵର ଏସ୍.ସି. ବଦଳରେ ),
  2. ଫୁଲବାଣୀ (କଳାହାଣ୍ଡି ଭାଗ ଭାଗ ହେବା ପରେ),
  3. ଭଞ୍ଜନଗର ହରିଜନ,
  4. ଛତ୍ରପୁର (ଗଞ୍ଜାମ ଭାଗ ଭାଗ ହୋଇ ଦୁଇଟି ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା),
  5. ଯାଜପୁର ହରିଜନ ( କେନ୍ଦ୍ରାପଡ଼ା ଏସ୍.ସି. ବଦଳରେ),
  6. ନବରଙ୍ଗପୁର (କୋରାପୁଟ ଭାଗ ଭାଗ ହେବା ପରେ) ।

ଉପରୋକ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକର ପ୍ରଥମ ନିର୍ବାଚିତ ଲୋକସଭା ସଦସ୍ୟଭାବେ ଗୌରବ ଅର୍ଜନ କରିଥିବା ସଭ୍ୟମାନେ ହେଲେ - ସର୍ବଶ୍ରୀ କାହ୍ନୁ ଚରଣ ଜେନା (କଂଗ୍ରେସ), ରାଜେନ୍ଦ୍ର କୋହର (ଗଣତନ୍ତ୍ର ପରିଷଦ), ମୋହନ ନାୟକ (କଂଗ୍ରେସ), ଅନନ୍ତ ତ୍ରିପାଠୀ ଶର୍ମା (କଂଗ୍ରେସ), ରାମଚନ୍ଦ୍ର ମଳିକ (କଂଗ୍ରେସ), ହୃଷିକେଶ ମହାନନ୍ଦ । (ଗଣତନ୍ତ୍ର ପରିଷଦ) । ପ୍ରକାଶ ଥାଉକି, ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମା ପ୍ରଥମ ସାଧାରଣ ନିର୍ବାଚନ ପରେ ଗଞ୍ଜାମ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ନିର୍ବାଚିତ ହୋଇ ପ୍ରଥମ ସଭ୍ୟ ହୋଇପାରିଥିଲେ । ଚତୁର୍ଥ ସାଧାରଣ ନିର୍ବାଚନ ୧୯୬୭ ସମୟରେ ତିନୋଟି ନିର୍ବାଚନ ମଣ୍ଡଳୀର ମର୍ଯ୍ୟାଦାରେ ପରିବର୍ତ୍ତନ କରାଯାଇ ନୂତନ । ନାମକରଣ କରାଯାଇଥିଲା, ଯଥା –

  1. ବଲାଙ୍ଗୀର (ବଲାଙ୍ଗୀର ଏସ୍.ସି. ବଦଳରେ),
  2. କେନ୍ଦୁଝର ଏସ୍.ଟି. (କେନ୍ଦୁଝର ସାଧାରଣ ବଦଳରେ),
  3. ଫୁଲବାଣୀ ଏସ୍.ସି. (ଫୁଲବାଣୀ ସାଧାରଣ ବଦଳରେ)

ଉପରୋକ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକର ପ୍ରଥମ ନିର୍ବାଚିତ ସଭ୍ୟଭାବେ ଗୌରବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ହେଲେ ସର୍ବଶ୍ରୀ ରାଜରାଜ ସିଂହଦେଓ, ଗୁରୁଚରଣ ନାୟକ, ଅନିରୁଦ୍ଧ ଦୀପା (ସମସ୍ତେ ସ୍ଵତନ୍ତ୍ର) ।

ତୃତୀୟ ସୀମା ନିର୍ଦ୍ଧାରଣ କମିଶନ ୧୯୭୪ଙ୍କ ଆଦେଶ ମତେ ଭାରତର ନିର୍ବାଚନ ମଣ୍ଡଳୀର ସଂଖ୍ୟା ୫୪୨କୁ ବୃଦ୍ଧି ପାଇ ଓଡ଼ିଶାକୁ ମୋଟ ୨୧ ଗୋଟି ନିର୍ବାଚନ ମଣ୍ଡଳୀ ଆବଣ୍ଟିତ ହୋଇଥିଲା । ସେହି ଅନୁସାରେ

  1. ଜଗତସିଂହପୁର ନାମରେ ଏକ ନୂଆ ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବା ସହିତ ଭଞ୍ଜ ନଗରକୁ
  2. ଆସ୍କା, ଛତ୍ରପୁରକୁ
  3. ବ୍ରହ୍ମପୁର, ଅନୁଗୋଳକୁ
  4. ଦେବଗଡ଼ ନିର୍ବାଚନ ମଣ୍ଡଳୀ ନାମରେ ନାମିତ କରାଯାଇ ୧୯୭୭ ମସିହାରେ ସାଧାରଣ ନିର୍ବାଚନ ମଣ୍ଡଳୀ ଅନୁଷ୍ଠିତ ହୋଇଥିଲା ।

ଉପରୋକ୍ତ ଚାରିଗୋଟି ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସର୍ବଶ୍ରୀ ପ୍ରଦ୍ୟୁମ୍ନ କିଶୋର ବଳ (ଜନତା), ରାମଚନ୍ଦ୍ର ରଥ, ରଚାକୋଣ୍ଡା । ଜଗନ୍ନାଥ ରାଓ (ଉଭୟ କଂଗ୍ରେସ), ପବିତ୍ର ମୋହନ ପ୍ରଧାନ (ଜନତା) ନିର୍ବାଚିତ ହୋଇ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ପ୍ରଥମ ଲୋକସଭା ସଭ୍ୟ ଭାବେ ଗୌରବ ଅର୍ଜନ କରିଥିଲେ ।

ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସଂପୃକ୍ତ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ନିର୍ବାଚିତ ସଭ୍ୟ ହେବାର ଗୌରବ ଅର୍ଜନ କରିଥିବା ସଦସ୍ୟମାନେ ହେଲେଶ୍ରୀ କାହ୍ନୁ ଚରଣ ଜେନା – ବାଲେଶ୍ଵର (ଏସ୍.ସି.) ପ୍ରଥମ ସାଧାରଣ ନିର୍ବାଚନ) ଏବଂ ଭଦ୍ରକ (ଏସ୍.ସି.) (ତୃତୀୟ ସାଧାରଣ ନିର୍ବାଚନ), ଶ୍ରୀ ଉମାଚରଣ ପଟ୍ଟନାୟକ – ଘୁମୁସର ( ପ୍ରଥମ ସାଧାରଣ ନିର୍ବାଚନ) ଏବଂ ଗଞ୍ଜାମ ସାଧାରଣ ଦ୍ଵିତୀୟ ସାଧାରଣ ନିର୍ବାଚନ), ଶ୍ରୀ ତୋୟାକା ସାଙ୍ଗମା - ରାୟଗଡ଼ା-ଫୁଲବାଣୀ (ପ୍ରଥମ ସାଧାରଣ ନିର୍ବାଚନ) ଏବଂ କୋରାପୁଟ ( ଏସ୍.ଟି) (ତୃତୀୟ ସାଧାରଣ ନିର୍ବାଚନ), ଶ୍ରୀ ମୋହନ ନାୟକ – ଗଞ୍ଜାମ ଏସ୍.ସି. (ଦ୍ଵିତୀୟ ସାଧାରଣ ନିର୍ବାଚନ) ଏବଂ ଭଞ୍ଜନଗର (ତୃତୀୟ ସାଧାରଣ ନିର୍ବାଚନ), ଶ୍ରୀ ଆର୍ ଜଗନ୍ନାଥ ରାଓ – କୋରାପୁଟ ସାଧାରଣ (ଦ୍ଵିତୀୟ ସାଧାରଣ ନିର୍ବାଚନ) ଏବଂ ବ୍ରହ୍ମପୁର (ଷଷ୍ଠ ସାଧାରଣ ନିର୍ବାଚନ) ।

ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମା ତୃତୀୟ ସାଧାରଣ ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ପ୍ରଥମ ସଭ୍ୟ ହୋଇପାରିଥିଲେ ମଧ୍ୟ ସେ ଦ୍ଵିତୀୟ ସାଧାରଣ ନିର୍ବାଚନ ଅବରେ ଗଞ୍ଜାମ (ସାଧାରଣ) ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ଜୟଲାଭ କରି ପ୍ରଥମ ଥର ପାଇଁ ସଭ୍ୟ ହୋଇପାରିଥିଲେ । ସେହିଭଳି ପ୍ରଥମ ଲୋକସଭା ନିର୍ବାଚନ ଅବଧୂରେ କଟକ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ନିର୍ବାଚିତ ହୋଇ ଶ୍ରୀ ବୀରକିଶୋର ଦାସ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟ ହୋଇପାରିଥିଲେ।

ସ୍ଵାଧୀନ ଓଡ଼ିଶାର ପ୍ରଥମ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ସଭ୍ୟଭାବେ କଂଗ୍ରେସ ଦଳରୁ ସର୍ବାଧିକ  -୪୧ ଜଣ ନିର୍ବାଚନ ଲଢ଼ି ୧୯ ଜଣ, ଗଣତନ୍ତ୍ର ପରିଷଦ ଦଳରୁ ୨୭ ଜଣ ନିର୍ବାଚିତ ଲଢ଼ି ୧୨ ଜଣ, ପ୍ରଜା ସୋସାଲିଷ୍ଟ ଦଳରୁ ୧୬ ଜଣ ନିର୍ବାଚନ ଲଢ଼ି ୨ ଜଣ, ସ୍ଵାଧୀନ ପାର୍ଟି ରୁ ୨୫ ଜଣ ନିର୍ବାଚନ ଲଢ଼ି ୩ ଜଣ, ସ୍ଵତନ୍ତ୍ର ପାର୍ଟିରୁ ୪ ଜଣ ନିର୍ବାଚନ ଲଢ଼ି ୩ ଜଣ, ଜନତାରୁ ୫ ଜଣ ନିର୍ବାଚନ ଲଢ଼ି ୨ ଜଣ ତଥା କମ୍ୟୁନିଷ୍ଟ ପାର୍ଟିରୁ ୧୦ ଜଣ ନିର୍ବାଚନ ଲଢି ଜଣେ ଲେଖାଏଁ ନିର୍ବାଚିତ ହୋଇଥିଲେ । ଏତଦ୍‌ବ୍ୟତୀତ କିଷାନ ମଜଦୁର ମଣ୍ଡଳ ପାର୍ଟି ରୁ ଦୁଇ ଜଣ ଓ ଭାରତୀୟ ଜନସଂଘ ଦଳରୁ ଜଣେ ନିର୍ବାଚନ ଲଢ଼ି ହାରି ଯାଇଥିଲେ ।

ଉପରୋକ୍ତ ସଭ୍ୟମାନଙ୍କ ମଧ୍ୟରୁ ଶ୍ରୀ ମୋହନ ନାୟକ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ  ୮୬ ଶତକଡ଼ା ଭୋଟ ପାଇ ତଥା ଶ୍ରୀ ଲକ୍ଷ୍ମୀଧର ଜେନା ଯାଜପୁର-କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ସର୍ବନିମ୍ନ ଶତକଡ଼ା ୧୮.୩ ଭାଗ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ସମୟର ସ୍ରୋତରେ ପ୍ରଥମ ସାଧାରଣ ନିର୍ବାଚନଠାରୁ ଅଦ୍ୟାବ ସୃଷ୍ଟି ହୋଇଥିବା ୩୯ ଗୋଟି ନିର୍ବାଚନ ମଣ୍ଡଳୀ (ଉଭୟ ଦୁଇ ଆସନ ତଥା ଏକ ଆସନ ବିଶିଷ୍ଟ) ନିର୍ବାଚନ ମଣ୍ଡଳୀରୁ ୪ ଜଣ ସଭ୍ୟ ନିର୍ବାଚିତ ହୋଇ ଲୋକ ସଭାରେ ଓଡ଼ିଶା ନିର୍ବାଚନ ମଣ୍ଡଳୀଗୁଡ଼ିକର ପ୍ରଥମ ସଭ୍ୟଭାବେ ପ୍ରତିନିଧତ୍ କରିପାରିଛନ୍ତି । ମାତ୍ର ସେଇ ନିର୍ବାଚନ ମଣ୍ଡଳୀଗୁଡ଼ିକର ନାମ ପରିବର୍ତ୍ତନ ହେବା ସହ ନୂତନ । ଭାବେ କିଛି ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇ ନିମ୍ନ ପ୍ରକାରରେ ନାମକରଣ ହୋଇରହିଛି, ଯେଉଁ ଗୁଡ଼ିକରେ ଏବେ ନିର୍ବାଚନ ଅନୁଷ୍ଠିତ ହେଉଛି । ସେଗୁଡ଼ିକ ହେଲା –

  1. ମୟୂରଭଞ୍ଜ (ଏସ୍.ଟି.)
  2. ବାଲେଶ୍ଵର
  3. ଭଦ୍ରକ (ଏସ୍.ସି.)
  4. ଯାଜପୁର ( ଏସ୍.ସି.)
  5. କେନ୍ଦ୍ରାପଡ଼ା
  6. କଟକ
  7. ଜଗତସିଂହପୁର
  8. ପୁରୀ
  9. ଭୁବନେଶ୍ୱର
  10. ଆସ୍କା
  11. ବ୍ରହ୍ମପୁର
  12. କୋରାପୁଟ (ଏସ୍.ଟି.)
  13. ନବରଙ୍ଗପୁର (ଏସ୍.ଟି.)
  14. କଳାହାଣ୍ଡି
  15. ଫୁଲବାଣୀ (ଏସ୍.ସି.)
  16. ବଲାଙ୍ଗୀର
  17. ସମ୍ବଲପୁର
  18. ଦେବଗଡ଼
  19. ଢେଙ୍କାନାଳ
  20. ସୁନ୍ଦରଗଡ଼ (ଏସ୍.ଟି.)
  21. କେନ୍ଦୁଝର (ଏସ୍.ଟି.)

ତଥ୍ୟ :

  1. India Decides - Elections, 52-91.
  2. India Votes, Popular Prakashan, Bombay.
  3. Delimitation Commission Reports.
  4. Parliament Bulletins.
  5. Loksabha Bulletins.

ଆଧାର - ଇ ମାଗାଜିନ

2.96774193548
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top