অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାଧୀନତା ସଂଗ୍ରାମରେ ‘ବରୁଣ ତୋଟା’ର ଅବଦାନ

‘ବରୁଣତୋଟା’ର ଅବସ୍ଥିତ

ଭାରତର ଐତିହାସିକ ସ୍ଵାଧୀନତା ସଂଗ୍ରାମର ଅନ୍ୟ କେତେକ ସଂଗ୍ରାମୀପୀଠ ତୁଳନାରେ ବିଦେଇପୁରଗଦୀ ବରୁଣତୋଟା’ର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ଅବିଭକ୍ତ ବାଲେଶ୍ଵର ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବିଦେଇପୁରଗଦୀ ‘ବରୁଣତୋଟା’ ସମୁଦ୍ର ଉପକୂଳରେ ଅବସ୍ଥିତ । ଉକ୍ତ ପୁଣ୍ୟ ଭୂମି ଚତୁଃପାର୍ଶ୍ଵରେ ଘେରି ରହିଛି ମନ୍ତେଇ ନଈ । କୋଷ୍ଠ କେନାଲ ଓ ବଙ୍ଗୋପସାଗର ନାଁ ଗାଁ କେତେ ଖଣ୍ଡି ଗ୍ରାମ ସହିତ ବହୁ ସାଂସ୍କୃତିକ ପୀଠସ୍ଥଳୀ ମଧ୍ୟ ବିଦ୍ୟମାନ । ଏ ପୁଣ୍ୟ ଭୂମି ଅଞ୍ଚଳଟି ଜିଲ୍ଲାର ଶସ୍ୟ ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରିକି ଧାନ, ଦୁଗ୍ଧ, ମତ୍ସ୍ୟ ଉତ୍ପାଦନ ଓ ଲୁଣ ମାରିବା ଥିଲା ଏକମାତ୍ର ଧନ୍ଦା । ଏହି ଅଞ୍ଚଳରେ ମଜୁରୀ ଦୁଇ ଅଣାରୁ ଚାରି ଅଣା ଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଖୁବ୍ ଶସ୍ତା ଥିଲା । କାମର ସମୟ ଥିଲା ସୂର୍ଯ୍ୟଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ । ଏହି ଅଞ୍ଚଳରେ ଅବାସୀମାନେ ସରଳ, କଷ୍ଟ ସହିଷ୍ଣୁ ଓ ପରିଶ୍ରମୀ ଥିଲେ । ରାସ୍ତା - ଘାଟ, ଶିକ୍ଷା-ସ୍ୱାସ୍ଥ୍ୟର ବିଶେଷ ସୁବିଧା ନଥିଲା । ପ୍ରତିବର୍ଷ ଲୁଣା, ବନ୍ୟାରେ ଧାନ ଫସଲ ନଷ୍ଟ ହେଉଥିଲା । ବର୍ଷା ଜଳ ଉପରେ ଏକମାତ୍ର ଚାଷ ନିର୍ଭର କରେ । ବର୍ଷର ଅଧିକାଂଶ ସମୟରେ ଲୋକମାନେ ପେଟ ପୋଷିବା ପାଇଁ ଦାଦନ ଶ୍ରମିକ ଭାବେ ପଡ଼ୋଶୀ ରାଜ୍ୟକୁ କାମ କରିବା ପାଇଁ ଯାଆନ୍ତି ।

ଉକ୍ତ ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭୂୟାଁ ଭାସ୍କର ଚନ୍ଦ୍ର ମହାପାତ୍ର, ରାଧାକାନ୍ତ ପାଢ଼ୀ, ଯୋଗେନ୍ଦ୍ର ମଣ୍ଡଳ ଓ ଶଶୀ କଳାଙ୍କ ଜମିଦାରୀ ଥିଲା । ଠିକ୍ ସେହି ସମୟରେ ବ୍ରିଟିଶ ସାମ୍ରାଜ୍ୟବାଦର ଶାସନ, ଶୋଷଣ ଓ ନିର୍ଯ୍ୟାତନାରେ ସମଗ୍ର ଭାରତବର୍ଷର ଜନସାଧାରଣ ଅତିଷ୍ଠ ହୋଇ ପରାଧୀନ ଭାରତବର୍ଷକୁ ସ୍ଵାଧୀନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ସ୍ଵାଧୀନତା ଆନ୍ଦୋଳନ । ସହରଠାରୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ବିଶାଳ ବୈପ୍ଳବିକ ଆନ୍ଦୋଳନ ହେଲା । ଆମ ଦେଶର ବହୁ ଜାତି, ବହୁ ଭାଷା, ବହୁ ଧର୍ମର ଓ ବହୁ ସଂସ୍କୃତିର ଲୋକ ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଇ କେତେ ଯେ ଶହୀଦ ହୋଇଛନ୍ତି ତା’ର ହିସାବ ନାହିଁ ।

ସ୍ଵାଧୀନତା ସଂଗ୍ରାମରେ ବିଦେଇପୁରଗଦୀ ‘ବରୁଣ ତୋଟା’ର ଭୂମିକା

ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନର ସ୍ରୋତ ପ୍ରବଳ ଭାବରେ ପ୍ରବାହିତ ହେଲା । ବାସୁଦେବପୁର ଥାନାର ଇରମ ନଈ ଘରଦର ସ୍ୱାଧୀନତାର ଅଗ୍ନି ସ୍କୁଲିଙ୍ଗ ସମଗ୍ର ବେଳାଭୂମି ଗ୍ରାମମାନଙ୍କୁ ପ୍ରସାରିତ ହେଉଥିଲା । ଜାତୀୟ କବି ଓ ଓଡ଼ିଶାର ବରପୁତ୍ର ବାଞ୍ଛାନିଧ୍ୟ ମହାନ୍ତିଙ୍କ ବଜ୍ର ଗମ୍ଭୀର ସୁଲଳିତ କଣ୍ଠ ସଂଗୀତ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇ ଜାତୀୟ ମୁକ୍ତି ଆନ୍ଦୋଳନରେ ଝାସ ଦେବା ପାଇଁ ପ୍ରେରଣା ଯୋଗାଇ ଥିଲା ।

ସମଗ୍ର ବିଦେଇପୁର ଗଦୀ ଅଞ୍ଚଳରେ ସେହି ସମୟରେ ତାଙ୍କର ପ୍ରଭାବ ପଡ଼ି ସାରିଥାଏ । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବ ଓ ଭାଗବତ ସାହୁ ବିଦେଇପୁରଗଦୀ ଅଞ୍ଚଳରେ ବୁଲି ସ୍ଵାଧୀନତାର ବାର୍ତ୍ତା ପ୍ରଚାର କରୁଥାନ୍ତି । ବିଦେଇପୁରଗଦୀ ଅଞ୍ଚଳରେ ଉପେନ୍ଦ୍ର ବେହେରା ଓ ଗୋପୀନାଥ ବେହେରା ଓ ବହୁ ଉଦୀୟମାନ । ଯୁବକ ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଦେଶପ୍ରେମରେ ଉଦ୍‌ବୋଧ ହୋଇ ପରାଧୀନ ଭାରତବର୍ଷକୁ ସ୍ୱାଧୀନ କରିବା ଲକ୍ଷ୍ୟ ନେଇ ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଲେ । ସେମାନଙ୍କର ଅଦ୍ୟମ ସାହସ, ନିଷ୍ଠାପର ଦେଶପ୍ରେମ ଲୋକ ମାନଙ୍କୁ ଅନୁପ୍ରାଣିତ କଲା । ସେମାନେ ବ୍ରିଟିଶ ସରକାର ବିରୁଦ୍ଧରେ ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଜଣେ ଜଣେ ସୈନିକ ଭାବେ କାର୍ଯ୍ୟ କରିଥିଲେ । ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ ଉପେନ୍ଦ୍ର ବେହେରା ଓ ଗୋପୀନାଥ ବେହେରା । ଉପେନ୍ଦ୍ର ମାଷ୍ଟ୍ର ନାମରେ ପରିଚିତ । ସେ ଜଣେ ଶିକ୍ଷକ ମଧ୍ୟ ଥିଲେ ।

ଐତିହାସିକ ସ୍ଵାଧୀନତା ଆନ୍ଦୋଳନରେ ସମଗ୍ର ଭାରତବର୍ଷ ଦୋହୁଲୁ ଥାଏ, ଏହିପରି ପ୍ରେକ୍ଷୀରେ ୧୯୨୭ ମସିହାରେ ଗାନ୍ଧୀ, ଗୋପବନ୍ଧୁ, ମିରାବେନ, ମହାଦେବ ଦେଶାଇ, ମହତାବ ଓ ଭାଗବତ ସାହୁ ପ୍ରମୁଖ ବିଦେଇପୁର ଗଦୀ, ବରୁଣ ତେଟା ନିକଟସ୍ଥ ଚାରିବାଟିଆଠାରେ ପହଞ୍ଚିଥିଲେ । ସମଗ୍ର ଭେଡ଼ା ଅଞ୍ଚଳର ଆବାଳବୃଦ୍ଧ-ବନିତା କୀର୍ତ୍ତନ ଦଳସହ ଶଂଖ ହୁଳହୁଳି ସାଙ୍ଗକୁ ମହାତ୍ମା ଗାନ୍ଧୀଙ୍କ ଜୟନୀରେ ଚାରିବାଟିଆ ଗ୍ରାମ ମୁଖରିତ ହୋଇ ଉଠିଥିଲା । ପୁଷ୍ପମାଲ୍ୟ ଦେଇ ଗାନ୍ଧୀ, ଗୋପବନ୍ଧୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗାନ୍ଧୀ ଓ ଗୋପବନ୍ଧୁ ପ୍ରମୁଖ ଇଷ୍ଟଇଣ୍ଡିଆ କମ୍ପାନୀ ଡାକବଙ୍ଗଳାରେ ତିନି ଦିନ ଧରି ଅବସ୍ଥାନ କରିଥିଲେ । ପ୍ରତିଦିନ ସଭା କରି ଲୋକମାନଙ୍କୁ । ସ୍ଵାଧୀନତାର ବାର୍ତ୍ତା ପ୍ରଚାର କରୁଥିଲେ । ଗାନ୍ଧିଜୀଙ୍କ ବାଣୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଏକ ନୂତନ ଚେତନା ସୃଷ୍ଟି କଲା । ସମଗ୍ର ଭେଡ଼ା ଅଞ୍ଚଳରେ ସ୍ଵାଧୀନତା ଆନ୍ଦୋଳନର ଏକ ଅଭିନବ ରୂପ ଧାରଣ କଲା । ଲୋକମାନେ ନିଜର ସାମର୍ଥ୍ୟ ଅନୁଯାୟୀ ଅଧଲା ଛଦାମ ଠାରୁ ଅଣି ଦୋଅଣି ଏହିପରି କିଛି ଅର୍ଥ ଗାନ୍ଧିଜୀଙ୍କୁ ଦାନ କରିଥିଲେ ।

୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଲବଣ ସତ୍ୟାଗ୍ରହ ଦାଣ୍ଡିରେ ଆରମ୍ଭ ହେଲା । ତାହା ସମଗ୍ର ଭାରତବର୍ଷକୁ ବ୍ୟାପୀବାକୁ ଲାଗିଲା । ବିଦେଇପୁରଗଦୀ ବରୁଣ ତୋଟା’ ଓ ସମଗ୍ର ଭେଡ଼ା ଅଞ୍ଚଳରେ ଜନଜାଗରଣ ତନ୍ମଧ୍ୟରୁ ଅନ୍ୟତମ । ବହୁ ବିଶିଷ୍ଟ ନେତାମାନେ ବିଦେଇପୁରଗଦୀ ବରୁଣ ତୋଟା ଅଞ୍ଚଳରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବା ଓ କଂଗ୍ରେସର ସଭ୍ୟ ସଂଗ୍ରହ କରିବା ପାଇଁ ବହୁବାର ଆସିଛନ୍ତି ଓ ସଭାସମିତି କରି ଲୋକମାନଙ୍କୁ ଲବଣ ଆଇନ ଭଙ୍ଗ କରିବାପାଇଁ ଉବୋଧନ ଦେଇଥିଲେ । ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ି ଲୁଣିଆ, ତୁଡ଼ିଗଡ଼ିଆ, ଇରମ, ବଚ୍ଛଦା ଓ ଚୁଡ଼ାମଣି ସମେତ ଅନ୍ୟ କେତେକ ଅଞ୍ଚଳରେ ଲବଣ ଆଇନ ଭଙ୍ଗ କରାଯାଇ ବହୁ ନେତା ଗିରଫ ହୋଇଥିଲେ ।

ଲବଣ ଆନ୍ଦୋଳନ

୧୯୩୦ ମସିହାରେ ଲବଣ ଆନ୍ଦୋଳନ ପ୍ରଥମ ପର୍ଯ୍ୟାୟରେ । ଆଇନ ଅମାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବାରୁ ଇଂରେଜ ସରକାର । ଏକ ଆଇନ ପ୍ରଣୟନ କରି ଆନ୍ଦୋଳନକୁ ନିଷେଧାଜ୍ଞା ଜାରି କରି ଦେଇଥିଲେ । ଇଂରେଜ ସରକାରଙ୍କର ନିଷେଧାଜ୍ଞା ସୁଦ୍ରର ବିଦେଇପୁରଗଦୀ ବରୁଣ ତୋଟା ଅଞ୍ଚଳରେ ପହଞ୍ଚି ପାରି ନଥିବାରୁ । ସେମାନେ ବହୁଦିନ ଧରି ସମୁଦ୍ର କୂଳରେ ନିଭୀକତାରେ ଲୁଣ ମାରୁଥିଲେ । ଇଂରେଜ ସରକାର ଲବଣ କରକୁ ଦ୍ଵିଗୁଣିତ କରି ଲିଭର । ପୋଲରୁ ଲୁଣ ଆଣି ଆମ ଅଞ୍ଚଳରେ ବିକ୍ରୟ କରି ବହୁ ଅର୍ଥ ତାଙ୍କ ଦେଶକୁ ନେଇ ଯାଉଥିଲେ । ବାଲେଶ୍ଵରଠାରୁ ଧାମରା ପର୍ଯ୍ୟନ୍ତ ସମୁଦ୍ରକୂଳ ଅଞ୍ଚଳକୁ ଲୁଣା ଦାଣ୍ଡି କୁହାଯାଏ । ବିଦେଇପୁରଗଦୀ ବରୁଣତୋଟା ଲୁଣ ମର କେନ୍ଦ୍ର କୁ ଦମନ କରିବା ପାଇଁ ବିଦେଇପୁର ଠାରେ ଏକ ପୋଲିସ ଫାଣ୍ଡି ସରକାର ଖୋଲିଥିଲେ । । ଉକ୍ତ ଅଞ୍ଚଳରେ କୌଣସି ଲୋକ ଲୁଣ ମାରି ପାରିବ ନାହିଁ ବୋଲି ସରକାରଙ୍କ ତରଫରୁ ଡେଙ୍ଗୁରା ପିଟି ନିଷେଧାଜ୍ଞା ଜାରି କଲେ । ପୋଲିସ ଫୌଜ  ମାନଙ୍କର ଦିନକୁ ଦିନ ଦୌରାଯ୍ୟ ବୃଦ୍ଧି ପାଇବାକୁ ଲାଗିଲା ।  ଉପେନ୍ଦ୍ର ବେହେରା ଓ ଗୋପୀନାଥ ବେହେରା ପ୍ରମୁଖ ଗାଁକୁ ଗାଁ ବୁଲି ଲବଣ ଆଇନ ଭଙ୍ଗ କରିବା ପାଇଁ ଲୋକ ମାନଙ୍କୁ ସଂଗଠିତ କରିବାକୁ ଲାଗିଲେ ।

ଏହି ସମୟରେ ବିରସ ଗାଁର ହରିଜନ ପୁରୁଷ ଓ ମହିଳାମାନେ । ସମୁଦ୍ରରୁ ଲୁଣିପାଣି ଧରି ଫେରୁଥିବାବେଳେ ପୋଲିସ ସାମନାରେ ପଡ଼ିଲେ । ଲୋକମାନେ ପଳାଇଯିବାକୁ ଉଦ୍ୟମ କଲାବେଳେ । ପୋଲି ସମାନେ ସେମାନଙ୍କ ପାଣିହାଣ୍ଡି ପିଟି ଭାଙ୍ଗିବା ସହିତ । ଲୋକମାନଙ୍କୁ ନିସ୍ତୁକ ମାଡ଼ ଦେଲେ । ଲୋକମାନେ ଏକଜୁଟ ହୋଇ ପୋଲିସ ଠାରୁ ଲାଠି ଛଡ଼ାଇ ସେହି ଲାଠିରେ ପୋଲିସକୁ ପିଟିବା ଆରମ୍ଭ କଲେ । ପୋଲିସ ଆତ୍ମରକ୍ଷା କରିବା ନିମନ୍ତେ ଦୌଡ଼ି ଦୌଡ଼ି ଫାଣ୍ଡିକୁ ପଳେଇ ଗଲେ । ଏ ଖବର ବିରସ ଗାଁରେ ପ୍ରଚାରିତ ହେବା ମାତ୍ରେ ସେଦିନ ପୋଲିସ ଭୟରେ କେତେକ ଗାଁ ଛାଡ଼ି ପଳାଇ ଯାଇଥିଲେ ଓ ଆଉ କେତେକ ଧାନ ଅମାରରେ ଲୁଚି ରହିଥିଲେ । ଗାଁର ମୁଖିଆମାନେ ମେଳିବାନ୍ଧି ଥାନ୍ତି । ଘଟଣାର ପରଦିନ ଭୋରୁ ପୋଲିସବାହିନୀ ଅତର୍କିତ ଭାବେ ବିରସ ଗ୍ରାମକୁ ଘେରାଉ କରି ନାରୀ-ପୁରୁଷ ନିର୍ବିଶେଷରେ । ଯାହାକୁ ପାଇଲେ ତାକୁ ନିସ୍ତୁକ ମାଡ଼ ଦେଲେ । ଘରୁ ଖାଦ୍ୟ ପଦାର୍ଥ ବୋହି ନେଲେ । ଚେମା ଦାସ ଓ ଭାଗ ପାତ୍ରକୁ ହାତକଡ଼ା ପକାଇ । ଚଲାଇ ଚଲାଇ ଫାଣ୍ଡିକୁ ନେଇଥିଲେ । ଫାଣ୍ଡିରେ ତାଙ୍କ ଉପରେ ନିସ୍ତୁକ ମାଡ଼ ହେଲା । ଆଉ ମେଳି କରିବେ ନାହିଁ ବୋଲି ଏକ ସାଧା କାଗଜରେ । ତାଙ୍କଠାରୁ ଲେଖି ନେଲେ ଓ ପ୍ରତ୍ୟେକଙ୍କୁ ଦଶଟଙ୍କା ଲେଖାଏଁ ଜୋରିମାନା କଲେ ।

ଅପରପକ୍ଷରେ ପୋଲିସର ଅତ୍ୟାଚାରରେ ଜନଉବେଳନ ଦବି ନଯାଇ ଦିନକୁ ଦିନ ବଢ଼ିବାକୁ ଲାଗିଲା । ଗୁଳପଦାକୁ ଏକ ସଭା ଡକାଗଲା । ସଭାରେ ସଭାପତିତ୍ଵ କରିଥିଲେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭାଗବତ ସାହୁ । ବହୁ ସଂଖ୍ୟକ ଲୋକମାନେ ସଭାରେ ଯୋଗ ଦେଇଥିଲେ । ବାଞ୍ଛାନିଧି  ମହାନ୍ତିଙ୍କ ରଚିତ ଦେଶାତ୍ମବୋଧ ସଂଗୀତ ଗାଇଥିଲେ ବାଞ୍ଛାନିଧି ନାୟକ, ଚନ୍ଦ୍ରମଣି ଭୋଇ, ଗୋବିନ୍ଦ  ମହାନ୍ତି, ବଳରାମ, ପାଣ୍ଡବ, ଛୋଟବାଳକ ପୁରୁଷୋତ୍ତମ ସ୍ଵାଇଁ ଓ ମାନଗୋବିନ୍ଦ ଜେନା । ସଭା ଆରମ୍ଭରେ ସଂଗ୍ରାମୀ ନେତା ଉପେନ୍ଦ୍ର ବେହେରା ବ୍ରିଟିଶ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ଭାଷଣ ଦେବାସହ ଲୁଣମରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ । ଶେଷରେ ଭାଗବତ ବାବୁଙ୍କ ଭାଷଣରେ ଲୋକମାନେ । ଉଦବୋଧ ହୋଇ ଲୁଣମାରି ଗିରଫ ହେବା ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କଲେ । ସଭାରେ ଏକ ସତ୍ୟାଗ୍ରହ କମିଟି ଗଠନ କରାଯାଇ । ସତ୍ୟାଗ୍ରହୀ ମାନଙ୍କ ନାମ ତାଲିକା କରାଗଲା ଓ ସେଚ୍ଛାସେବକ ବାହିନୀ ଗଠନ କରାଗଲା । ଲବଣ ସତ୍ୟାଗ୍ରହ ଏପ୍ରିଲ ୧୬ ତାରିଖରେ ହେବା ପାଇଁ ନିଷ୍ପତ୍ତି କରାଗଲା । ବରୁଣ ତୋଟାରେ ଏକ ଛାମୁଣ୍ଡିଆ । ବାନ୍ଧିବା ପାଇଁ ସତ୍ୟାଗ୍ରହୀମାନେ ଏକ ଦାୟିତ୍ଵ ଗ୍ରହଣ କଲେ । ସେଦିନ ସମସ୍ତ କାମଦାମ ଏ ଅଞ୍ଚଳରେ ବନ୍ଦର ରହିବା ପାଇଁ ନିଷ୍ପତ୍ତି କରାଗଲା ।  ଶତ୍ରୁର ଆଗମନରେ ଶଂଖ ଧ୍ଵନି ଦ୍ଵାରା ସଂଗ୍ରାମୀ ମାନଙ୍କୁ ସତର୍କ କରାଇବା ଦାୟିତ୍ଵ ସେଚ୍ଛା ସେବକମାନଙ୍କ ଉପରେ ରହିଲା । ଏପ୍ରିଲ ୧୬ ତାରିଖକୁ  ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥାଏ । ପୂର୍ବ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧୬ ତାରିଖରେ ସମସ୍ତ କାମ ବନ୍ଦ ରହିବା ସତ୍ୟାଗ୍ରହ କମିଟି ଡାକରା ଦେଇଥିଲେ ମଧ୍ୟ ସେଦିନ ଦୁଇଜଣ ନିଷ୍ପତ୍ତି ବ୍ୟତିକ୍ରମ କରି ବିଲରେ ହଳ ବୁଲାଉ ଥିବାର ସଂଗ୍ରାମୀ ମାନେ ଜାଣି ପାରି ତାଙ୍କ ହଳ ଖୋଲି ଦେଇଥିଲେ।

୧୯୩୦ ମସିହା ଏପ୍ରିଲ ୧୬ ତାରିଖ ଦିନ ଐତିହାସିକ ବରୁଣ ତୋଟା ଆକାଶରେ ହଠାତ୍ ଦୁର୍ଦ୍ଦିନର ଛାୟା ଘୋଟି ଆସିଲା । ସେଦିନ ସେଠାରେ ପୋଲିସର ଅମାନୁଷିକ ଦମନ ଲୀଳା ଅନୁଷ୍ଠିତ ହେବ କିଏ ଜାଣି ଥିଲା । ରାସ୍ତାଘାଟର ସୁବିଧା ନଥିବା ବଣ ଜଙ୍ଗଲ ଫଳପୃଷ୍ଠା ଭରା ଐତିହାସିକ ବରୁଣ ତୋଟା ସମୁଦ୍ର କୂଳରେ ଅବସ୍ଥିତ ଓ ଲବଣ ସତ୍ୟାଗ୍ରହ ପାଇଁ ସେଞ୍ଚୁଲା ଉପଯୁକ୍ତ ସ୍ଥାନ । ସେହି ସ୍ଥାନରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୁଏ ଏପ୍ରିଲ ୧୬ ତାରିଖରେ । ଐତିହାସିକ ବରୁଣ ତୋଟାରେ ଲୁଣ ମାରିବାପାଇଁ ଛୋଟ ଛୋଟ ଚୁଲା ତିଆରି ସାଙ୍ଗକୁ ଲମ୍। ଦାଣ୍ଡି ଚାଳ ଘରଗୁଡ଼ିକ ବୃକ୍ଷବହୁଳ ବରୁଣ ତୋଟାକୁ ଅତ୍ୟନ୍ତ ମନୋରମ ପରିବେଶରେ ପରିଣତ କରିଥାଏ । ଏପ୍ରିଲ ୧୬ ତାରିଖରେ ଏ ଅଞ୍ଚଳରେ ସମସ୍ତ କାମ ବନ୍ଦ ଓ ସେଦିନ ସକାଳ ଥିଲା ମେଘାଚ୍ଛନ୍ନ । ବୈଶାଖର ଝାଞ୍ଜି ଫଟା ସୂର୍ଯ୍ୟର ଉତ୍ତପ୍ତ କିରଣ ଢାଙ୍କି ଯାଇଥିଲା ଐତିହାସିକ ବରୁଣ ତୋଟାର ମେଘାଚ୍ଛନ୍ନ ଆକାଶରେ ।

ବ୍ରିଟିଶ ପୋଲିସର ସମସ୍ତ ବାଧାକୁ ଭୃକ୍ଷେପ ନକରି ସେଦିନ ଗାଁଗଣ୍ଡାର ଆବାଳ-ବୃଦ୍ଧ-ବନିତା ଧାଡ଼ି ବାନ୍ଧି ଛୁଟୁଥାନ୍ତି ଐତିହାସିକ ବରୁଣ ତୋଟାକୁ । ସେହି ବରୁଣ ତୋଟା ଲୋକାରଣ୍ୟରେ ପରିଣତ ହେବାକୁ ଲାଗିଲା । ପ୍ରାୟ ୫୦୦୦ରୁ ଅଧିକ  ଲୋକ ସେଠାରେ ସମବେତ ହୋଇଥାନ୍ତି । ସୋରିଷ ପକାଇବାକୁ ରାହା ନାହିଁ । ଓଡ଼ିଶାର ବରେଣ୍ୟ ନେତା ହରେକୃଷ୍ଣ ମହତାବଙ୍କୁ ମାଟିପକ୍କାଠାରୁ ବିଦେଇପୁର ଗୁଳାପଦାକୁ ଏକ କୀନ ଦଳ ଶୋଭା ଯାତ୍ରାରେ ଅଣାଗଲା । ଗୁଳାପଦାଠାରେ ଏକ ପଥପ୍ରାନ୍ତ ସଭାରେ ମହତାବ ଯୋଗ ଦେଲେ ଓ ସଭାକାର୍ଯ୍ୟ ଶେଷ କରି ଏକ ଶୋଭା ଯାତ୍ରାରେ ଆସି ବରୁଣ ତୋଟାଠାରେ ପହଞ୍ଚିବା ମାତ୍ରେ ମହାତ୍ମା ଗାନ୍ଧୀଙ୍କ ଜୟଧ୍ଵନିରେ ସଭାସ୍ଥଳ ମୁଖରିତ ହୋଇ ଉଠିଲା । ପୁରୁଷ ସତ୍ୟାଗ୍ରହୀଙ୍କ ସହିତ ୨୫ ଜଣ ମହିଳା ସତ୍ୟାଗ୍ରହୀ ଯୋଗ ଦେଇଥିଲେ । ସତ୍ୟାଗ୍ରହ ପୂର୍ବରୁ ପୋଲିସ ଜାଣି ପାରିଥିଲା । ହରେକୃଷ୍ଣ ମହତାବ, ଗୋପୀନାଥ ବେହେରା, ମନୁ ସେନାପତି, ହରି କାଣ୍ଡି, ଭାବନ ସ୍ୱାଇଁ, ନୟନ ସ୍ଵାଇଁ ବନ୍ଧୁ ମହାନ୍ତି, ବୀର ସେନାପତି, ଦୀନବନ୍ଧୁ ଦାସ, ରଘୁନାଥ ରାୟ, ଦୈତାରୀ ମହାପାତ୍ର, ଭାଗିରଥ ସାହୁ, ଚେମା ଦାସ, ଭାଗ ପାତ୍ର, ନୀଳ ମହାଳିକ ପ୍ରମୁଖ ଅରଟରେ ସୂତା କାଟିଲେ । କବି ବାଞ୍ଛୋନିଧି ମହାନ୍ତିଙ୍କ ରଚିତ ଦେଶାତ୍ମବୋଧ ସଙ୍ଗୀତ ବୋଲୁ ଥିଲେ ବଳରାମ ପାଣ୍ଡବ । ବାଞ୍ଛାନିଧ୍ୟ ନାୟକ, ଗୋବିନ୍ଦ ମହାନ୍ତି, ଚନ୍ଦ୍ରମଣି ଭୋଇ, ପୁରୁଷୋତ୍ତମ ସ୍ଵାଇଁ ଓ ମାନଗୋବିନ୍ଦ ଜେନା, ଅପରାହ୍ନ ଗୋଟାଏ ବେଳେ ସଭା ଆରମ୍ଭ ହେଲା । ସଭାରେ ସଭାପତିତ୍ଵ କରିଥାନ୍ତି ଭାଗବତ ସାହୁ । ସଂଗ୍ରାମର ନେତୃତ୍ଵ ନେଇଥିବା ସଂଗ୍ରାମୀ ନେତା ଉପେନ୍ଦ୍ର ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ଓ ଲବଣ ଆଇନ ଭଙ୍ଗ କରିବା ସଂପର୍କରେ କହିବା ପରେ ଜଣକ ପରେ ଜରେ ବକ୍ତାମାନେ ଭାଷଣ ଦେବା ଆରମ୍ଭ କଲେ । ବକ୍ତାମାନଙ୍କର ଓଜସ୍ତିନି ଭାଷଣରେ ବରୁଣ ତୋଟାର ବାୟୁମଣ୍ଡଳ ସରଗରମ ହେବାକୁ ଲାଗିଲା । ଠିକ୍ ସେତେବେଳେ ପୋଲିସ ହିଂସିଲ ଶବ୍ଦ ଶୁଣାଯିବା ସହିତ ପୋଲିସ ଫୌଜ  ଐତିହାସିକ ବରୁଣ ତୋଟା ସତ୍ୟାଗ୍ରହ ସ୍ଥଳରେ ପହଞ୍ଚି ଗଲେ ଓ ସତ୍ୟାଗ୍ରହ କେନ୍ଦ୍ରକୁ ଘେରି ରହିଲେ । ବରୁଣ ତୋଟାର ଏକମାତ୍ର ରାସ୍ତାକୁ ପୋଲିସ ଫୌଜ  ଅବରୋଧ କଲେ । ପୋଲିସ ଫୌଜ  କ୍ରୋଧରେ ଜର୍ଜରିତ ହୋଇ କହୁଥାନ୍ତି, ଏହି ମୁହୁର୍ତ୍ତରେ ଏ ସ୍ଥାନ ଛାଡ଼ି ଚାଲିଯାଅ ନଚେତ୍ ରକ୍ତର ହୁରୀ ଖେଳାଯିବ । ସଭାରେ ଉପସ୍ଥିତ ଲୋକମାନେ ଆତଙ୍କିତ ଅବସ୍ଥାରେ ଛିଡ଼ା ହୋଇଥାନ୍ତି । ନେତାମାନେ ସଭାମଞ୍ଚରେ କହୁଥାନ୍ତି ମରିବା ପଛେ ଡରିବା ନାହିଁ, ଲବଣ ଆଇନ ଭଙ୍ଗ କରି ବ୍ରିଟିଶ ସରକାରକୁ ଚେତାଇ ଦେବାକୁ ହେବ । ଭାଗବତ ବାବୁ ନିର୍ଦ୍ଦେଶ ଦେଲେ ଲୁଣ ମାରିବା ପାଇଁ । ତାଙ୍କରି ନିର୍ଦ୍ଦେଶରେ ସତ୍ୟାଗ୍ରହୀମାନେ ଲୁଣ ମାରିବା ଆରମ୍ଭ କରିବା ମାତ୍ରେ ମହାତ୍ମା ଗାନ୍ଧୀଙ୍କ ଜୟଧ୍ଵନିରେ ବରୁଣ ତୋଟା ପ୍ରକମ୍ପିତ ହୋଇ ଉଠିଲା । ଠିକ୍ ସେହି ସମୟରେ ବ୍ରିଟିଶ ମୌଜା ସଭାସ୍ଥଳରେ ପଶି ଆଖୁବୁଜା ଲାଠି ଚାଳନା ଆରମ୍ଭ କଲେ । ମାଡ଼ ଭୟରେ କେତେକ ଲୋକ ପଳାଇ ଯିବାକୁ ଉଦ୍ୟମ କଲେ ମଧ୍ୟ ରାସ୍ତା ଅବରୋଧ ଯୋଗୁଁ ଯାଇ ପାରିଲେ ନାହିଁ । ସତ୍ୟାଗ୍ରହର ଏକମାତ୍ର ରାସ୍ତାକୁ ପୋଲିସ ଅବରୋଧ କରି ଦେଇଥିଲେ । ପୋଲିସ ଫୌଜ ମାଡ଼ରେ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ କେତେକ ଆହତ ହୋଇ ସେଠାରେ ପଡ଼ି ରହିଲେ । ପୋଲିସ ଫୌଜ  ଚୁଲି ହାଣ୍ଡିକୁ ଗୋଇଠା ମାରି ଭାଙ୍ଗି ବାବେଳେ ଜଣେ ଫୌଜ ର ଗୋଡ଼ ପୋଡ଼ି ଯାଇଥିଲା । ଅପରପକ୍ଷରେ ସତ୍ୟାଗ୍ରହୀ ଦୀନବନ୍ଧୁ ଦାସ, ବୀର ସେନାପତି, ଗୋପୀନାଥ ବେହେରା, ଭାଗ ରାଉତ, ନୀଳ ମହାଳିକ, ଅମ୍ବିକା ଦେଈ, ବାୟାଣୀ ଦେଈ, ହାରା ଦେଈ ୫୦ ଜଣରୁ ଊଦ୍ଧ ସତ୍ୟାଗ୍ରହୀମାନେ ପୋଲିସର ଅମାନୁଷିକ ଅତ୍ୟାଚାରରେ ଶୀକାର ହୋଇ ବରୁଣ ତୋଟାରେ ଗଡ଼ିଯାଇ ଚିତ୍କାର କରୁଥାନ୍ତି । ପୋଲିସ ଫୌଜ  ବୋଟୁ ଜୋତାରେ ସତ୍ୟାଗ୍ରହୀମାନଙ୍କୁ ମାଡ଼ି ଚକଟି ଦେବା ଫଳରେ କେତେ ସତ୍ୟାଗ୍ରହୀ ମାନଙ୍କର ଗୋଡ଼ ହାତ ଭାଙ୍ଗି ଯିବା ସଙ୍ଗେ ସଙ୍ଗେ କେତେକଙ୍କର ମୁଣ୍ଡ ଫାଟି ରକ୍ତ ନିଗିଡ଼ି ଗଲା, ସେହି ବରୁଣ ତୋଟାରେ । ଫୌଜ ମାନଙ୍କର ଆନନ୍ଦ କହିଲେ ନସରେ । ଆହତ ସଂଗ୍ରାମୀମାନଙ୍କର କରୁଣ ଚିତ୍କାରରେ ବରୁଣ ତୋଟା କୋଳାହଳରେ ପ୍ରିୟମାଣ ହୋଇପଡ଼ିଥାଏ । ଆହତ ମାନଙ୍କର ଚିତ୍କାର ଓ ହୋହାଲ୍ଲା ମଧ୍ୟରେ ସତ୍ୟାଗ୍ରହୀମାନେ ବିଚଳିତ ନହୋଇ ବାଇଜ୍ ଆଟିକା ଉଠା ଚୁଲି ସାହାଯ୍ୟରେ ନିଜର କାର୍ଯ୍ୟ ସଂପାଦନ କଲେ । ସାଧାରଣ ଲୋକମାନେ ପୋଲିସ ଲାଠିରେ ଆହତ ହୋଇ ରାସ୍ତାଘାଟରେ ପଡ଼ି ଚିତ୍କାର କରୁଥାନ୍ତି । ଆହତ ସତ୍ୟାଗ୍ରହୀମାନଙ୍କର ପାଣି ପାଣି ଚିତ୍କାରରେ ବରୁଣ ତୋଟା କୋଳାହଳରେ ଫାଟି ପଡୁଥାଏ । ସତ୍ୟାଗ୍ରହୀମାନଙ୍କୁ ପାଣି ଦେବାବେଳେ ପୋଲିସ ଫୌଜ ପାଣି ଛଡ଼ାଇ ଫିଙ୍ଗି ଦେଉଥିଲେ । ସତ୍ୟାଗ୍ରହୀମାନଙ୍କର ଚିତ୍କାର ଓ କୋଳାହଳରେ ବରୁଣ ତୋଟା ଶୁଷ୍କ ଓ ନିଷ୍ପ୍ରଭ ପାଲଟି ଯାଇଥିଲା । ବାସ୍ତବିକ ସେଦିନର ଅପରାହ୍ନର ଘଟଣା ଲୁହ ଲହୁର ଏକ କରୁଣ ସମାବେଶ ଆହତ ସତ୍ୟାଗ୍ରହୀମାନଙ୍କର କରୁଣ । ଆର୍ତ୍ତନାଦ ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଜିଲ୍ଲାକୁ ବ୍ୟାପୀ ଗଲା ଆତ୍ମୀୟ ସୃଜନମାନଙ୍କର ସୁଅ ଛୁଟିଲା ବରୁଣ ତୋଟାକୁ । ଏକ ଦିଗରେ ସେଦିନ ଉତ୍ତଳ ଜନକ୍ରୋଧ ଅନ୍ୟ ଦିଗରେ ଆହତ ଆତ୍ମୀୟ ସ୍ବଜନଙ୍କ କାନ୍ଦ, ଐତିହାସିକ ବରୁଣ ତୋଟା ସ୍ନାନରେ ପ୍ରିୟମାଣ ହୋଇ ପଡ଼ିଥିଲା।

ଏହି ପରିପ୍ରେକ୍ଷୀରେ ଲୁଣକୁ ଏକପାତ୍ରରେ ହାତରେ ଧରି । ଭାଗବତ ବାବୁ ସମସ୍ତଙ୍କ ଦୃଷ୍ଟିକୁ ଆଣିଲେ । ପୋଲିସ ସଭାସ୍ଥଳରେ ଭାଗବତ ସାହୁ ଓ ଉପେନ୍ଦ୍ର ବେହେରା ପ୍ରମୁଖଙ୍କ ହାତରେ ହାତକଡ଼ା । ପକାଇ ଚଲାଇ ଚଲାଇ ଥାନାକୁ ନେଉଥାନ୍ତି । ଶହ ଶହ ସତ୍ୟାଗ୍ରହୀ ଓ ଜନସାଧାରଣ ନେତାଙ୍କ ମୁକ୍ତି ଦାବୀ କରି ତାଙ୍କ ସହିତ ଚାଲିଥାନ୍ତି । ରାସ୍ତାରେ ଯାଉଥିବା ବେଳେ ଗାଁର ମହିଳା ମାନେ ରାସ୍ତା ଉପରକୁ । ଆସି ଶଂଖ ହୁଳହୁଳି ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଉଥାନ୍ତି ।

ଭାଗବତ ବାବୁ ଲୁଣକୁ ନିଲାମ ଡାକି ଡାକି ଚାଲିଥାନ୍ତି । ଗଦେଇବିନ୍ଧା ଗ୍ରାମର ବେନୁ ମାହୁନ୍ତ ଲୁଣକୁ ଏକ ଶତ ଟଙ୍କାରେ ନିଲାମ ଧରିଥିଲେ । ଭାଗବତ ବାବୁ ଓ ଉପେନ୍ଦ୍ର ବେହେରା ଥାନାରେ ପହଞ୍ଚିବା ମାତ୍ରେ ତାଙ୍କୁ ଦେବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ପୋଲିସ୍ ଲୋକ ମାନଙ୍କୁ ଘଉଡ଼ାଇ ଦେଇଥିଲେ । ପୋଲିସ ତରଫରୁ ସେମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କରାଗଲା । ତାଙ୍କ ବିରୁଦ୍ଧରେ କେଶରୁ ଡକରାଯାଇ ତାଙ୍କୁ ଚଲାଇ ଚଲାଇ ପଦ୍ମପୁର ଓ ଇଚ୍ଛାପୁର ଦେଇ ଭଦ୍ରକ କୋର୍ଟକୁ ନିଆଗଲା ।

ପୋଲିସର ଅମାନୁଷିକ ଅତ୍ୟାଚାରରେ ଏ ଅଞ୍ଚଳର ଜନ ଉଦବେଳନ ଜୋରଦାର ହେବାକୁ ଲାଗିଲା । ଏହା ଏକ ୭୪ ବର୍ଷ ତଳର କଥା । ଯେଉଁମାନେ ଦେଶପ୍ରେମରେ ଉଦବୋଧ ହୋଇ ନିଜ ଜୀବନକୁ ପାଣି ଛଡ଼ାଇ ଦେଇ ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ, ସେମାନେ ଦେଶ ଓ ଜାତି ନିକଟରେ ଚିର ନମତ୍ସ୍ୟ ଓ ସ୍ମରଣୀୟ ହୋଇ ରହିବେ । ବିଦେଇପୁରଗଦୀ ବରୁଣ ତୋଟା ସ୍ଵାଧୀନତା ସଂଗ୍ରାମ ଇତିହାସରେ ଅଭୁଲା ସ୍ମୃତି ହୋଇ ରହିବ, ଏଥିରେ ସନ୍ଦେହ ନାହିଁ ।

ସ୍ଵାଧୀତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସଂଗ୍ରାମଭୂଇଁ ବିଦେଇପୁରଗଦୀ ବରୁଣ ତୋଟାକୁ ଲୋକଲୋଚନକୁ ଆଣିବାରେ ଐତିହାସିକବିତ୍ ଡକ୍ଟର ଜଗନ୍ନାଥ ପଟ୍ଟନାୟକ, ଲୋଚନ ଜେନା ଓ ନାରାୟଣ ପ୍ରସାଦ ଜେନାଙ୍କ ଅବଦାନ ଭୁଲିବାର ନୁହେଁ ।

ଆଧାର - ଇ ମଗାଜିନ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate