ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାଧୀନତା ସଂଗ୍ରାମୀ ହାରାମଣି କାନୁନ୍‌ଗୋ
ସେଆର କରନ୍ତୁ

ସ୍ଵାଧୀନତା ସଂଗ୍ରାମୀ ହାରାମଣି କାନୁନ୍‌ଗୋ

ସ୍ଵାଧୀନତା ସଂଗ୍ରାମୀ ହାରାମଣି କାନୁନ୍‌ଗୋ ବିଷୟରେ ସୂଚନା I

ହାରାମଣି କାନୁନ୍‌ଗୋଙ୍କ ପରିଚୟ ଏବଂ ସ୍ଵଭାବର

ଦେବୀ-କନ୍ଦଳ ଦୀପାଞ୍ଚଳର ଉନ୍ନତି ନିମନ୍ତେ ଯେଉଁମାନଙ୍କର ତ୍ୟାଗ, ନିଷ୍ଠା ଓ ସେବା ଜାତିସ୍ମର ସେମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା କ୍ରାନ୍ତି କାରୀ ନେତ୍ରୀ ହାରାମଣି କାନୁନ୍‌ଗୋ ଅନ୍ୟତମ । କଟକ ଜିଲ୍ଲାର ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂଚଳର ପ୍ରଥମ ମହିଳା ସ୍ଵାଧୀନତା ସଂଗ୍ରାମୀ ଭାବେ ସେ ଗଣ୍ୟ ହୁଅନ୍ତି । ଏଠାକାର ପୂର୍ବତନ ବିଧାୟକ ତଥା ଜନପ୍ରିୟ ନେତା ସ୍ଵର୍ଗତଃ ମୁରଲୀଧର କାନୁନ୍‌ଗୋ ହେଉଛନ୍ତି ତାଙ୍କ ସ୍ଵାମୀ । ସେ ମଧ୍ୟ ଥିଲେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଥିଲେ ।

ସେ ଥିଲେ ଏକାଧାରରେ ସରଳ, ଶାନ୍ତ ଶିଷ୍ଟ ଓ ନମ୍ର ସ୍ଵଭାବର । ମୋଟା ଧଡ଼ିଥିବା ଧଳାଶାଢ଼ୀ ଖଣ୍ଡିଏ ପିନ୍ଧିବାକୁ ସେ ପସନ୍ଦ କରୁଥିଲେ । ଏତଦ୍‌ବ୍ୟତୀତ ଲୋକାଲ ବୋର୍ଡ଼ର ସଦସ୍ୟ, ସୁନ୍ଦର ଗ୍ରାମ ମଧ୍ୟ ଇଂରାଜୀ, କସର୍ଜା ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉତ୍ତାରଣ ଉଚ୍ଚ ବିଦ୍ୟାଳୟ ଓ ଗୋବିନ୍ଦପୁର ସ୍ଵାସ୍ଥ୍ୟ କେନ୍ଦ୍ର ଆଦିର ପରିଚାଳନା କମିଟିର ସଭ୍ୟ, କଟକ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାପତି ସହ ବହୁ ଅନୁଷ୍ଠାନରେ ତାଙ୍କର ସଂପୃକ୍ତି ରହିବା ସହିତ ସମାଜସେବୀ, ସ୍ଵାଧୀନତା ସଂଗ୍ରାମୀ ସର୍ବୋପରି ଧୋୟା ଅଂଚଳର ମା’ ଭାବେ ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ ।

ମୁରଲୀ ବାବୁଙ୍କ ସହ ଦେଶ ପାଇଁ କାମ କରୁଥିବା ବେଳେ ସେ ଜାତୀୟ ସ୍ତରର ବହୁ ମାନ୍ୟଗଣ୍ୟ ନେତା ଯଥା- ଖାଁ ଅବଦୁଲ ଗଫର ଖାଁ, ଜବାହରଲାଲ ନେହେରୁ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ସଂପର୍କରେ ଆସିଥିଲେ । ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ସେ ମାଡ୍ରାସ,  ଆବେଦୀ ଆସାମ ଓ କଲିକତା କଂଗ୍ରେସ ଅଧିବେସନରେ ଭେଟି ଥିଲେ । ବିବାହ ପୂର୍ବରୁ ସମାଜସେବା ଓ ସ୍ୱେଚ୍ଛାସେବୀ କାର୍ଯ୍ୟରେ ବକୁଳ ବନ ବିଦ୍ୟାଳୟକୁ ଯାଇ ସେଠାରେ ଜାତିର ପୂଜ୍ୟ ପିତା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ସହ ମିଶି ବିଭିନ୍ନ ଅଂଚଳ ବୁଲି ଦେଖିବା  ସାଂଗକୁ । ଲୋକମାନଙ୍କ ଅଭାବ ଅସୁବିଧା କଥା ପଚାରି ବୁଝୁଥିଲେ । ସାଂଗଠନିକ  କାର୍ଯ୍ୟରେ ସେ ଦିଲ୍ଲୀ ବ୍ୟତୀତ ଭାରତର ଅନ୍ୟାନ୍ୟ ବଡ଼ ବଡ଼ ସ୍ଥାନ  ଭ୍ରମଣ କରିଥିଲେ ।

ସ୍ୱର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ବିଶିଷ୍ଟ  ସ୍ଵାଧୀନତା ସଂଗ୍ରାମୀ ଭାବେ ତାମ୍ରପଦକ ପାଇବା  ସହ ସ୍ୱର୍ଗତା ହାରାମଣି କାନୁନ୍‌ଗୋ ବହୁ ରାଜ୍ୟ ଓ  ଜିଲ୍ଲାସ୍ତରୀୟ ସମ୍ମାନର ଅଧ୍ୟକାରୀ ହୋଇଛନ୍ତି । ତାଙ୍କର କର୍ମସ୍ଥଳୀ ଥିଲା ଡିମିରି । ପର ମୁହୁର୍ତ୍ତରେ  ସେ ସ୍ଥାୟୀ ଭାବରେ ବାବଜାଠାରେ ବସବାସ କରି ରହୁଥିଲେ ।

ଏହି ପ୍ରତିଭା ସଂପନ୍ନାଙ୍କର ଆବିର୍ଭାବ ହୁଏ ୧୯୧୭ ମସିହା ଫ୍ରେବୃୟାରୀ ମାସ ୧୫ ତାରିଖ, ଫଗୁଦଶମୀ, ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ୍ ଅଧୀନସ୍ଥ ନୂଆଗାଁ (ଅଠାନ୍ତର) ଗ୍ରାମରେ । ସେତେବେଳର ସମାଜର ରକ୍ଷଣଶୀଳତା ଓ ଶିକ୍ଷାର ପ୍ରସାର ଅଭାବରୁ ସେ ମାତ୍ର । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତାଙ୍କ ପିତାଙ୍କ ନାମ ଜୟକୃଷ୍ଣ ମହାନ୍ତି ଓ ମାତାଙ୍କ ନାମ ଥିଲା ସାଧବାଣୀ । ସେ ପିତାମାତାଙ୍କର ଅଲିଅଳ ଝିଅ ଥିଲେ ।

ଯେତେବେଳେ ଜାତିର ପୂଜ୍ୟ ପିତା ମହାତ୍ମା ଗାନ୍ଧୀଙ୍କ ଡାକରା ଆକୁମାରୀ ହିମାଚଳ ଦେଶପ୍ରେମୀଙ୍କୁ ବ୍ରିଟିଶ ଶକ୍ତି ବିରୋଧରେ ଏକଜୁଟ ହେବାର ଆହ୍ଵାନ ତୋଳୁଥାଏ, ସେହି ସମୟରେ ହାରାମଣି ଡିମିରି ଗ୍ରାମକୁ ବୋହୂ ହୋଇ ଆସିଥିଲେ । ୧୯୩୯ରେ ବୋଧହୁଏ ଏହି । ବିବାହ ଉତ୍ସବ ଅତ୍ୟନ୍ତ ନିରାଡ଼ମ୍ବରପୂର୍ଣ୍ଣ ଭାବରେ ସଂପନ୍ନ ହୋଇଥିଲା । ସେତେବେଳେ ଯୁବ ନେତୃତ୍ଵ ନେଇଥାନ୍ତି ମୁରଲୀବାବୁ । ସେ ଥିଲେ ନୀତି ଓ ଆଦର୍ଶବାଦୀ । ତାଙ୍କ ବିବାହର ପ୍ରାୟ ଦେଢ଼ବର୍ଷ ପରେ ତାଙ୍କର ଝିଅଟିଏ ହୋଇଥିଲା, ଆଉ ତା’ର ନାଁ ଥିଲା ସ୍ୱାଧୀନ । ସ୍ୱାଧୀନ ଛୋଟ ଥିଲା ବେଳେ ସେ ୧୯୪୨ ମସିହା ଅଗଷ୍ଟ ୯ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଜଗତସିଂହପୁରର ଗ୍ରାମକୁ ଗ୍ରାମ ଯାଇ ଭାରତଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ପ୍ରଚାର କରିଥିଲେ । ଅସୀମ ଶକ୍ତି ଓ ସାହସର ସହିତ ବ୍ରିଟିଶ ଶକ୍ତି ବିରୋଧରେ ବିଭିନ୍ନ ସଭାସମିତି, ଥାନା ପୋଡ଼ି ତଥା ଅନ୍ୟାନ୍ୟ କାର୍ଯ୍ୟକରି ଅଗଷ୍ଟ ୨୬ ତାରିଖରେ ଗିରଫ ହୋଇ କଟକ ଜେଲରେ ସଶ୍ରମ କାରାଦଣ୍ଡ ଭୋଗ କରିଥିଲେ । ସେ ପ୍ରଥମେ ଜେଲ ଗଲାବେଳେ ତାଙ୍କର ଶ୍ଵଶୁର ଅଚେତ ହୋଇ ପଡ଼ିଥିଲେ ଓ ପରିବାରର ସମସ୍ତେ ଅଧକ ମର୍ମାହତ ହୋଇଥିଲେ । ତାଙ୍କଠାରୁ କ୍ଷୀର ଖାଉଥିବା ଝିଅ ସ୍ଵାଧୀନକୁ ସେ ଛାଡ଼ିକରି ଯେଉଁଭଳି ଜେଲ ଯାଇ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରୁଥିଲେ, ତାହା ସଂଗ୍ରାମୀ ଇତିହାସରେ ବାସ୍ତବରେ ଏକ ଅବିସ୍ମରଣୀୟ ଘଟଣା ବୋଲି ମନେହୁଏ ।

ଶ୍ରୀମତୀ ହାରାମଣି କାନୁନ୍‌ଗୋ ସ୍ଵାଧୀନତା ସଂଗ୍ରାମ

ଜେଲରେ ପ୍ରଥମେ ବିଚାରାଧୀନ ଓ ପରେ ଅଟକବନ୍ଦୀ ଭାବରେ ତାଙ୍କୁ ଦୁଇ ବର୍ଷ ତିନିମାସ ରହିବାକୁ ପଡ଼ିଥିଲା । ଜେଲରେ ତାଙ୍କ ସହ ରମା ଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ହରିପ୍ରିୟା ଦେବୀ ଓ ସୁନାମଣି ଦେବୀଙ୍କ ସମେତ ବହୁ ମହିଳା ସଂଗ୍ରାମୀ ଥିଲେ । କିନ୍ତୁ ଭାରତଛାଡ଼ ଆନ୍ଦୋଳନରେ ପ୍ରଥମ ମହିଳା ବନ୍ଦୀ ଥିଲେ ରମା ଦେବୀ । ତାଙ୍କ ପରେ ପରେ ଏ ସମସ୍ତ ବନ୍ଦୀ କଟକ ଜେଲର ବାର ନମ୍ବର ଖୁଆଡ଼ିରେ ରହିଥିଲେ । ତାଙ୍କ ସହିତ କେତେ ମାସ କଟକ ଜେଲ୍‌ରେ ଜେଲରେ କଟାଇବା ପରେ ଭୂଦାନ ନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା ବ୍ରହ୍ମପୁର ଜେଲକୁ ବଦଳି ହୋଇଥିଲେ । ମୁକ୍ତି ସଂଗ୍ରାମର ସ୍ମୃତି ରୋମନ୍ଥନ କରି ବର୍ଷୀୟାନ ସଂଗ୍ରାମୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା କହନ୍ତି ‘ବନ୍ଦୀ ଜୀବନରେ ମୁକ୍ତ ପରିବେଶରୁ ଆସିଥିବା ନୂଆ ବନ୍ଦୀଙ୍କୁ ଖୁଆଡ଼କୁ  ଅଣାଯିବା ବେଳେ ନୂଆ ବୋହୂର ମୁହଁ ଦେଖିଲାପରି  ଆମେ ଉତ୍ସୁକ ହୋଇଯାଉ । ପ୍ରଥମେ ହିସାବ ହୁଏ ସେ କି କାମ କରି ଏ ପୁରସ୍କାର ପାଇଛନ୍ତି । ତାହା ପରେ ପଚରାପଚରି କରି ବୁଝିବାକୁ ହୁଏ ସେ ଆମର ଭାଉଜ ହେବେ କି ଭଉଣୀ ହେବେ । ଶ୍ରୀମତୀ ହାରାମଣି କାନୁନ୍‌ଗୋ ଆସିଲାରୁ ହିସାବ କରି ଦେଖାଗଲା ଯେହେତୁ ଆମେ ମୁରଲୀବାବୁଙ୍କୁ ବହୁ ବର୍ଷ ଆଗରୁ ଜାଣିଥିଲୁ, ତେଣୁ ସେ ହେବେ ଭାଉଜ।”

ବହୁ ଦୁଃଖ ଯନ୍ତ୍ରଣାରେ ସେ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାଙ୍କ ହସ ହସ ମୁହଁ କେବେ ମଳିନ ପଡ଼ି ନଥିଲା । ଜେଲ ଖାନାରେ ବିଷାଦ ଲାଗୁଥିବା ମୂହୁର୍ତ୍ତ ଗୁଡ଼ିକୁ କଟାଇବା ପାଇଁ ଅଭିଜ୍ଞ ନେତୃ ସ୍ଥାନୀୟ ବ୍ୟକ୍ତିମାନେ ବନ୍ଦୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିଲେ । ସିଲେଇ କରିବା, ସୂତା କାଟିବା ସାଂଗକୁ ହିନ୍ଦୀ, ଇଂରାଜୀ, ଓଡ଼ିଆ ଭଜନ, ଜଣାଣ ବିଭିନ୍ନ ମହାପୁରୁଷମାନଙ୍କ ଜୀବନୀ ଶିକ୍ଷା ଆଦି ଯେ ଯାହା ଜାଣିଥିଲେ ସେତେବେଳେ ପରସ୍ପରକୁ ପଢ଼ାଇ ଦେଉଥିଲେ । କଟକ ଜେଲର ସେହି ବାର ନମ୍ବର ଖୁଆଡ଼ିରେ ହାରାମଣି ଦେବୀ ରହିଥିଲାବେଳେ ହିନ୍ଦୀ ପଢ଼ିବା ଆରମ୍ଭ କରିଥିଲେ ଓ ତାକୁ ଖୁବ୍ ଶୀଘ୍ର ଆୟତ୍ତ କରିପାରିଥିଲେ ।

ସେ କିଛି କାଳ ଚୌଦ୍ଵାର, ଅନୁଗୋଳ ଓ ବ୍ରହ୍ମପୁର ଜେଲ୍‌ରେ  ମଧ୍ୟ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହେବାପରେ ମଧ୍ୟ ସେ ଗାଁ ଗହଳର ଲୋକଙ୍କ ସହିତ ସଂପର୍କ ରକ୍ଷା କରୁଥିଲେ ଓ ଗ୍ରାମାଞ୍ଚଳର ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁଥିଲେ । (ସେତେବେଳେ ମୁରଲୀବାବୁ ବ୍ରହ୍ମପୁର ଜେଲ୍‌ରେ ଥାଆନ୍ତି) ନିଜ ଝିଅ ତାଙ୍କୁ ଚିହ୍ନପାରି ନଥିଲା । ତତପରେ ହାରାମଣି ରମା ଦେବୀଙ୍କ ପରାମର୍ଶକ୍ରମେ  ସାକ୍ଷୀଗୋପାଳର କାଦୁଆ ଆଶ୍ରମରେ କିଛିକାଳ ଅବସ୍ଥାନ କରିଥିଲେ । ସେତେବେଳେ କୃପାସିନ୍ଧୁ ହୋତା ଓ ସୁନାମଣି ଦେବୀଙ୍କ ଦ୍ଵାରା ଏହି ଆଶ୍ରମ ପରିଚାଳିତ ହେଉଥିଲା । ବିଶେଷକରି ଏଠାରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ତ୍ରୀ ମାନଙ୍କୁ ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ବୈଷୟିକ ତାଲିମ ଦିଆଯାଉଥିଲା । ଆଶ୍ରମ ତରଫରୁ ହାରାମଣିଙ୍କୁ ସୂତାକଟା, ହରିଜନ ସେବା, ରାସ୍ତା ସଫେଇ ଓ ଦୁଃସ୍ଥ ଲୋକମାନଙ୍କ ସ୍ଵାସ୍ଥ୍ୟ ଉନ୍ନତି ନିମନ୍ତେ ସଚେତନତା ସୃଷ୍ଟି କରିବା ବ୍ୟତିରେକେ ସ୍ତ୍ରୀ ଲୋକମାନଙ୍କୁ ତାଲିମ ଦେଉଥିଲେ । ସେଠାରୁ ଫେରି ସେ ଲୋକାଲ ବୋର୍ଡ଼ର ସଦସ୍ୟ ହୋଇଥିଲେ । ତତ୍ପରେ ପରେ ହାରାମଣି କଟକ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାପତି ଦାୟିତ୍ଵ  ମଧ୍ୟ ସୂଚାରୁ ରୂପେ ଚଳାଇଥିଲେ ।

ଇତିମଧ୍ୟରେ ମୁରଲୀବାବୁ ଜେଲରୁ ଫେରିଥାନ୍ତି । ବର୍ଷ ବର୍ଷ ଧରି ସ୍ଵାମୀ ସ୍ତ୍ରୀ ଦେଶ ସେବା କାର୍ଯ୍ୟରେ ପୃଥକ୍ ପୃଥକ୍ ଭାବରେ । ଜେଲରେ ରହୁଥିବାବେଳେ କିଛି ଦିନ ଏକାଠି ରହିବା ପାଇଁ ମନସ୍ଥ । କରିଥିଲେ କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା ଭିନ୍ନ ଧରଣର । ଏହି ସମୟରେ । ମୁରଲୀବାବୁଙ୍କୁ ପୁନଶ୍ଚ ଗିରଫ କରାଗଲା । ତାଙ୍କର ଦୋଷ ଥିଲା ପୂର୍ବରୁ । ସେ ଖଲାସ ହେବା ସମୟରେ ଥାନା ଭିତରେ ରହି କାର୍ଯ୍ୟ କରିବେ କିନ୍ତୁ ନିର୍ଦ୍ଦେଶ ନମାନି ଥାନା ବାହାରକୁ ଯାଇ ଆଇନ ଅମାନ୍ୟ କରିଥିବାରୁ ତାଙ୍କୁ ପୁରୀ ଜେଲ ଏବଂ ପରେ କଟକ ଜେଲ୍‌କୁ ବଦଳି କରାଯାଇଥିଲା । ଏଣେ ହାରାମଣି ଦେବୀଙ୍କୁ ମାଳତୀ ଦେବୀ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା, ଗ୍ରାମ ସଫେଇ, ସୂତାକଟା ଓ ଛୋଟ ପିଲାଙ୍କୁ ବିଦ୍ୟାଶିକ୍ଷା ପାଇଁ ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସକୁ ନେଇଗଲେ । ସେଠାରେ  ସେ ପ୍ରାୟ ଦୁଇ ବର୍ଷ ରହି ଏ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ନିର୍ବାହ କରିଥିଲେ । ବିଶେଷକରି ଜାତି-ବର୍ଣ୍ଣ-ନିର୍ବିଶେଷରେ ଅଶ୍ୟତା ଦୂର ଏଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମୁରଲୀବାବୁଙ୍କ ଆଦର୍ଶକୁ ଆପଣେଇ ନେଇ ସେ ଯେତେବେଳେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଲେ, ସେତେବେଳେ  ତାଙ୍କୁ କମ୍ ଶରବ୍ୟର ଶୀକାର ହେବାକୁ ପଡ଼ି ନଥିଲା । ଯେତେବେଳେ ଗାଁରୁ ଗାଁ ବୁଲି କଂଗ୍ରେସ ସଦସ୍ୟ ସଂଗ୍ରହ କରୁଥିଲେ, ସେତେବେଳେ  କେହି କେହି କଂଗ୍ରେସ ସଦସ୍ୟ ଟଙ୍କା ପଇସା ନେଇ ପାରିବାର ପୋଷୁଛି ବୋଲି ଆକ୍ଷେପ କରୁଥିଲେ ମଧ୍ୟ ସେ ଏଥିପ୍ରତି ଆଦୌ ଭ୍ରୂକ୍ଷେପ କରିନଥିଲେ । କାରଣ ଲୋକମାନଙ୍କର ଶିକ୍ଷାଦୀକ୍ଷା ଓ ସଚେତନତା ସେତେବେଳେ ଉନ୍ନତ ନଥିଲା। କେତେକ ଅସହିଷ୍ଣୁ ମଧ୍ୟ ହୋଇ ପଡୁଥିଲେ । ତେଣୁ ସେ ମନପ୍ରାଣ ଦେଇ ସମାଜ କାମରେ ନିମଗ୍ନ ରହୁଥିଲେ । ଲୋକାଲ ବୋର୍ଡ ସଦସ୍ୟା ଥିଲାବେଳେ ସେ ନିଜ ଅଂଚଳ ରେ କୂଅ, ପୋଖରୀ, ରାସ୍ତାଘାଟ, ବିଦ୍ୟାଳୟ ଆଦି ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ ।

ହାରାମଣି ଦେବୀ ଯେଉଁ ନାରୀ ନେତ୍ରୀମାନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ, ସେମାନଙ୍କ ମଧ୍ୟରେ ବିମଳା ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ଉତ୍ତରା ଚୌଧୁରୀ, ଶଶୀ ଦେବୀ, ସୁଶୀଳା ଦେବୀ, ବେଲ ଦେବୀ, ନିଶାମଣି ଦେବୀ, କ୍ଷୀପ୍ରମଣି ଦେବୀ, ବିଳାସୀ ଦେବୀ ଓ ପ୍ରିୟମ୍ବଦା ଦେବୀ ଅନ୍ୟତମ ।

ଶେଷକୃତ୍ତ୍ୟ

ଗତ ୨୦୦୩ ଅଗଷ୍ଟ ୯ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନର ସ୍ମାରକୀ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବାକୁ ଯାଇଥିବା ଓଡ଼ିଶାର ଦଶଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ହାରାମଣି ନୂଆଦିଲ୍ଲୀର ଓଡ଼ିଶା ଭବନ ଠାରେ ଗତ ତା .୮ .୮. ୧୯୦୩ ଦିନ କରିବା ପାଇଁ ସେ ହୃଦଘାତରେ ପରଲୋକ ଗମନ କରିଥିଲେ ।

କ୍ରାନ୍ତିକାରୀ ନେତ୍ରୀ ହାରାମଣିଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗୋବିନ୍ଦପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତ୍ତାରଣ ପଞ୍ଚାୟତରେ ବାବଜା (ଛିଣ୍ଡାକୁଳ) ଗ୍ରାମ ଶ୍ମଶାନରେ ସଂପନ୍ନ ହୋଇଥିଲା ।

ମୁରଲୀଧରଙ୍କ ବିୟୋଗର ପ୍ରାୟ ବାର ବର୍ଷ ପରେ ହାରାମଣି କାନୁନ୍‌ଗୋଙ୍କ ବିୟୋଗ ହୋଇଥିଲା । ତାଙ୍କ ଅନ୍ତିମ ଜୀବନ ପର୍ଯ୍ୟନ୍ତ ଏ ମାଟି ଓ ଏ ଦେଶକୁ ସେ ଭଲ ପାଇ ଚାଲିଥିଲେ ।

ଚିରନ୍ତନ ସ୍ମୃତି

ସେ ଅତ୍ୟନ୍ତ ସ୍ନେହମୟୀ, ସରଳ, ଅକପଟ ଭଲ ପାଇବା ନେଇ ଗାନ୍ଧୀ ଆଦର୍ଶରେ ସମର୍ପିତା ଥିଲେ । ତାଙ୍କ ଭଳି ଗାନ୍ଧୀବାଦୀ ନେତ୍ରୀ, ସ୍ଵାଧୀନତା ସଂଗ୍ରାମୀ, ବୟୋଜ୍ୟେଷ୍ଠା ଆଜି ନାହାନ୍ତି ସତ ହେଲେ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି ... ଏହି ମହାନ୍ ସଂଗ୍ରାମୀ ଓଡ଼ିଆ ନାରୀର ଗର୍ବ ଓ ଗୌରବ ... ବ୍ରିଟିଶ ପୋଲିସଦ୍ଵାରା ବହୁବାର । ଗିରଫ ହୋଇ ତିନିବର୍ଷରୁ ଊଦ୍ଧ ସମୟ ଜେଲ ଦଣ୍ଡ ଭୋଗ କରି ସେ ନାନା ନିର୍ଯ୍ୟାତନା ମଥାପାତି ସହିବା ସାଂଗକୁ ଦେଶର ଘଡ଼ିସନ୍ଧି ମୁହୁର୍ତ୍ତରେ ଯେଉଁଭଳି ସାହସର ସହିତ ଉତ୍ସର୍ଗୀକୃତ ମନୋବଳ ନେଇ ସଂଗ୍ରାମ ଚଳାଇଥିଲେ ତାଙ୍କର ଆଦର୍ଶ, ତ୍ୟାଗ ଓ ଦେଶ ପ୍ରୀତି ଆମର ଧେୟ ହେଉ ।

ଆଧାର - ଇ ମଗାଜିନ

2.95238095238
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top