ବର୍ତ୍ତମାନ ସମୟରେ “ଶିକ୍ଷାଗତ ଅଧିକାର”, “ସୂଚନା ଅଧିକାର” ଓ “ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର” ଆଦି ପ୍ରକାଶ କରୁଥିବା ଶବ୍ଦ ଗୁଡିକ ବାରମ୍ବାର ବ୍ୟବହାର କରାଯାଉଥିବାର ଦେଖା ଯାଉଛି । ବହୁବାର ତୁମେ ମଧ୍ୟ ଅନୁଭବ କରିବ ଯେ, ତୁମର କେତେକ ଅଧିକାର ଅଛି । ସେହି ସମୟରେ ତୁମକୁ ମଧ୍ୟ କୁହାଯାଇପାରେ, ତୁମ ଶିକ୍ଷକ ହୋଇ ପାରନ୍ତି ଯେ, ତୁମର ମଧ୍ୟ ଅନ୍ୟଲୋକମାନଙ୍କ ପ୍ରତି, ସମାଜପ୍ରତି, ଦେଶ ବା ମନୁଷ୍ୟ ସମାଜପ୍ରତି କେତେକ କର୍ତ୍ତବ୍ୟ ରହିଛି । ତୁମେ କ’ଣ ଭାବୁଛ ପ୍ରତ୍ୟକ ବ୍ୟକ୍ତି ତାର ଅଧିକାର ଉପଭୋଗ କରୁଛି ଓ ତାର କର୍ତ୍ତବ୍ୟ ସମ୍ପାଦନ କରୁଛି ? ବୋଧହୁଏ ନୁହଁ । କିନ୍ତୁ ପ୍ରତ୍ୟକ ଏକମତ ହେବ ଯେ, କେତେକ ଅଧିକାର ରହିଛି, ଯାହାକି ପ୍ରତ୍ୟକ ନାଗରିକ ଉପଭୋଗ କରନ୍ତି । ନିର୍ଦ୍ଧିଷ୍ଟ ଭାବରେ, ଆମଦେଶଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେତେକ ଅଧିକାର ଅଛି ଯାହାକି ପ୍ରତ୍ୟକ ନାଗରିକକୁ ପ୍ରଦାନ କରିବାକୁ ପ୍ରତିଶୃତି ଦିଆ ଯାଉଛି । ସେହିପରି କେତେକ କର୍ତ୍ତବ୍ୟ ଅଛି, ଯାହାକି ପ୍ରତ୍ୟକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ସମ୍ପାଦନ କରିବାକୁ ବାଧ୍ୟ । ସେଥିପାଇଁ ଭାରତର ସମ୍ବିଧାନ ତାର ନାଗରିକ ମାନଙ୍କୁ କେତେକ ଅଧିକାର ପ୍ରଦାନ କରିବାର ପ୍ରତିଶୃତି ଦେଇଛି, ଯାହାକୁ ମୌଳିକ ଅଧିକାର କୁହାଯାଏ । ଅନ୍ୟପକ୍ଷରେ ଭାରତୀୟ ସମ୍ବିଧାନ କେତେକ ମୌଳିକ କର୍ତ୍ତବ୍ୟ ତାଲିକାଭୁକ୍ତ କରିଛି, ଯାହାକି ପ୍ରତ୍ୟକ ନାଗରିକ ସମ୍ପାଦନ କରିବା ଆଶାକରାଯାଏ । ଏହାକୁ ମୌଳିକ କର୍ତ୍ତବ୍ୟ କୁହାଯାଏ । ଏହି ଅଧ୍ୟାୟ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଆମେ ବହୁ ସମୟରେ ‘ଅଧିକାର’ ବିଷୟରେ ଆଲୋଚନା କରୁ, କିନ୍ତୁ ତୁମେ ଜାଣକି “ଅଧିକାର” ର ଅର୍ଥ କ’ଣ ? “ଅଧିକାର” ହେଉଛି, ଲୋକମାନଙ୍କ ଭିତରେ ନିୟମର ଆଦାନ ପ୍ରଦାନ । ଏହା ଗୋଟିଏ ରାଷ୍ଟ୍ର, ବ୍ୟକ୍ତି କିମ୍ବା ଦଳର କାର୍ଯ୍ୟ ଉପରେ ପ୍ରଭାବ ବିସ୍ତାର କରେ । ଉଦାହରଣ ସ୍ୱରୂପ ଯଦି ଜଣଙ୍କର ଜୀବନ ଧାରଣର ଅଧିକାର ରହିଛି, ଏହାର ଅର୍ଥ ଅନ୍ୟକାହାର ତାକୁ ମାରିବାର ସ୍ଵାଧୀନତା ନାହିଁ । ‘ଅଧିକାର’ ର ଅର୍ଥ ହେଉଛି, ଜଣେ ବ୍ୟକ୍ତିର ଦାବୀ ଯାହାକି ତାର ବ୍ୟକ୍ତିଗତ ଉନ୍ନତି ପାଇଁ ଆବଶ୍ୟକ ଏବଂ ତାହା ରାଷ୍ଟ୍ର ବା ସମାଜ ଦ୍ଵାରା ସ୍ଵୀକୃତ । ଏଗୁଡିକ ସ୍ଵାଧୀନତାର ନ୍ୟାୟିକ, ସାମାଜିକ କିମ୍ବା ନୀତିଗତ ନିୟମ ଏବଂ ମୌଳିକ ସ୍ତରର ନିୟମ ଯାହାକି ଲୋକମାନଙ୍କୁ କେତେକ ନ୍ୟାୟିକ ବ୍ୟବସ୍ଥା, ସାମାଜିକପ୍ରଥା ଓ ନୀତିଗତ ସିଦ୍ଧାନ୍ତ ଅନୁସାରେ ପ୍ରଦାନ କରାଯାଇଛି ।
ଅଧିକାରକୁ ସଭ୍ୟତାର ମୌଳିକ ବୋଲି ବିଚାର କରାଯାଏ ଯେହେତୁ ଏହା ସମାଜ ଓ ସଂସ୍କୃତିର ସ୍ଥାୟୀସ୍ତମ୍ଭ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକାରର ପ୍ରକୃତ ଅର୍ଥ ସାର୍ଥକ ହୁଏ ଯଦି ପ୍ରତ୍ୟକ ବ୍ୟକ୍ତି ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି । କର୍ତ୍ତବ୍ୟ ହେଉଛି, ଯାହା ଜଣେ କରିବା ପାଇଁ ଆଶା ଓ ଆବଶ୍ୟକ କରେ । ଉଦାହରଣ ସ୍ୱରୂପ ପିତାମାତାଙ୍କର ସେମାନଙ୍କ ସନ୍ତାନର ଯତ୍ନ ନେବା କର୍ତ୍ତବ୍ୟ । ତୁମର ତୁମ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦେବା ଶିକ୍ଷକର କର୍ତ୍ତବ୍ୟ । ପ୍ରକୃତରେ ଅଧିକାର କର୍ତ୍ତବ୍ୟ ହେଉଛି ଦୁଇଟି ଛକ ଯାହା ଉପରେ ଜୀବନ ରଥ ସରଳ ଭାବରେ ଆଗକୁ ଗତିକରେ । ଜୀବନ ଆହୁରି ସରଳ ହୋଇ ପାରିବ ଯଦି ଅଧିକାର ଓ କର୍ତ୍ତବ୍ୟ ସାଙ୍ଗ ହୋଇ ଗତି କରିବେ ଓ ପ୍ରତ୍ୟକର ସହଯୋଗୀ ହେବେ । ଅଧିକାର ହେଉଛି, ଯାହା ଅନ୍ୟଜଣେ ଆମପାଇଁ କରୁ ବୋଲି ଆମେ ଇଚ୍ଛାକରୁ । ଅନ୍ୟପକ୍ଷରେ କର୍ତ୍ତବ୍ୟ ହେଉଛି ଯେଉଁ କାର୍ଯ୍ୟ ଆମେ ଅନ୍ୟପାଇଁ କରୁ । ତେଣୁ ଅଧିକାର ହେଉଛି ଅନ୍ୟର ଅଧିକାର ପ୍ରତି ସମ୍ମାନ ଦେଖାଇବା ପାଇଁ ଆମ ଭିତରେ ଏକ ପ୍ରତିଶୃତି । ଅଧିକାର ସହିତ ରହିଥିବା ପ୍ରତିଶୃତି ହେଉଛି କର୍ତ୍ତବ୍ୟ । ଯଦି ସର୍ବସାଧାରଣ ସୁବିଧା ଯଥା ପରିବହନ କିମ୍ବା ସ୍ୱାସ୍ଥ୍ୟସେବା ଉପଭୋଗ କରିବା ଆମର ଅଧିକାର ସେହିପରି ଏହାମଧ୍ୟ ଆମର କର୍ତ୍ତବ୍ୟ । ଅନ୍ୟମାନଙ୍କୁ ଏହି ସୁବିଧାର ସୁଯୋଗ ପ୍ରଦାନ କରିବା । ଯଦି ସ୍ଵାଧୀନତା ପାଇଆ ଆମର ଅଧିକାର, ତାର ଅପବ୍ୟବହାର ନକରିବା ଓ ତାଦ୍ଵାରା ଅନ୍ୟର କ୍ଷତି ନ ଘଟାଇବା ମଧ୍ୟ ଆମର କର୍ତ୍ତବ୍ୟ ।
ଆମେ ଯେପରି ଦେଖିଛୁ, ଅଧିକାର ହେଉଛି ଦାବୀ ସମୂହ ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର କରେ । ସେହି ଅର୍ଥରେ ଅଧିକାରର ଏକ ଲମ୍ବା ତାଲିକା ରହିଛି । ଏହି ସମସ୍ତ ଅଧିକାର ସମାଜ ଦ୍ଵାରା ସ୍ଵୀକୃତ, କିନ୍ତୁ କେତେକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାର ରାଷ୍ଟ୍ରଦ୍ଵାରା ସ୍ଵୀକୃତ ଓ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହି ଅଧିକାର ଗୁଡିକୁ ମୌଳିକ ଅଧିକାର କୁହାଯାଏ । ଏହି ଅଧିକାର ଗୁଡିକ ଦୁଇଟି କାରଣ ପାଇଁ ମୌଳିକ ବୋଲି କୁହାଯାଏ । ପ୍ରଥମତଃ ଏଗୁଡିକ ସମ୍ବିଧାନରେ ଲିପିବଦ୍ଧ ହୋଇଛି, ଯିଏକି ସେମାନଙ୍କୁ ଏହି ଅଧିକାରର ପ୍ରତିଶୃତି ଦେଉଛି । ଦ୍ଵିତୀୟତଃ ଏଗୁଡିକ ଆଇନସିଦ୍ଧ ଅର୍ଥାତ ନ୍ୟାୟାଳୟ ଦ୍ଵାରା ବାଧ୍ୟତାମୂଳକ ଅଟେ । “ନ୍ୟାୟ ପାଇବାର ଯୋଗ୍ୟ” ର ଅର୍ଥ ହେଉଛି, ଯଦି କୌଣସି ସ୍ଥଳରେ ଏହାର ବିଚ୍ୟୁତି ଘଟେ, ଜଣେ ବ୍ୟକ୍ତି ତାର ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରିବ । ଯଦି ସରକାର ଆଇନ ପ୍ରଣଯନ କରି ଏଥିରୁ କୌଣସି ଅଧିକାରକୁ ସଙ୍କୁଚିତ କରିଦିଅନ୍ତି, ଏହା ନ୍ୟାୟାଳୟ ଦ୍ଵାରା ଅଯୋଗ୍ୟ ଘୋଷଣା କରାଯାଏ । ଏହି ଅଧିକାର ସମ୍ବିଧାନର ୩ୟ ଭାଗରେ ପ୍ରଦାନ କରାଯାଇଛି ସମ୍ବିଧାନ ନାଗରିକକୁ ଛଅଟି ମୌଳିକ ଅଧିକାର ପ୍ରଦାନ କରିଅଛି । ଯଥା – (କ) ସମାନତାର ଅଧିକାର, (ଖ) ସ୍ଵାଧୀନତାର ଅଧିକାର (ଗ) ଶୋଷଣ ବିରୋଧୀ ଅଧିକାର (ଘ) ଧର୍ମଗତ ସ୍ଵାଧୀନତାର ଅଧିକାର (ଙ) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ଚ) ସାମ୍ବିଧାନିକ ପ୍ରତିକାର ଅଧିକାର । ଯଦିଓ ଏହି ଅଧିକାର ଗୁଡିକ ସମସ୍ତଙ୍କ ପାଇଁ ପ୍ରଜୁର୍ଯ୍ୟ, ସମ୍ବିଧାନ କେତେକ ସ୍ଵତନ୍ତ୍ରତା ଓ ସୀମିତତା ରକ୍ଷା କରିଛି ।
ଆମ ସମାଜରେ ସମାନତାର ଅଧିକାର ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିକାରର ଉଦ୍ଦେଶ୍ୟ ହେଉଛି, ଏପରି ନିୟମ ପ୍ରବର୍ତ୍ତନ କରିବା ଯେଉଁଠାରେ ସମସ୍ତ ନାଗରିକ ଆଇନ ଆଗରେ ସମାନ ହେବେ । ଆଇନ ଆଗରେ ସମସ୍ତେ ସମାନ, ଏହା ପ୍ରଦାନ କରିବା ପାଇଁ କିମ୍ବା ଭାରତର ପ୍ରତ୍ୟକ ନାଗରିକ ମାନଙ୍କୁ ଆଇନର ସୁରକ୍ଷା ଦେବାସହ, ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ ଓ ଜନ୍ମସ୍ଥାନ ନିର୍ବିଶେଷରେ କୌଣସି ପାର୍ଥକ୍ୟ ନର୍କାହିବା ପାଇଁ ଧାରା ୧୪-୧୮ ମଧ୍ୟରେ ପାଞ୍ଚଟି ବ୍ୟବସ୍ଥା ରହିଛି
ତୁମେ ରାଜିହେବଯେ, ପ୍ରତ୍ୟକ ପ୍ରାଣୀପାଇଁ ସ୍ଵାଧୀନତା ହେଉଛି ଚିର ଅଭିଳଷିତ ଇଚ୍ଛା । ମନୁଷ୍ୟ ଜାତିର ନିଶ୍ଚିତ ଭାବରେ ସ୍ଵାଧୀନତା ଆବଶ୍ୟକ । ତୁମେ ମଧ୍ୟ ସ୍ଵାଧୀନତା ଲାଭ କରିବାକୁ ଇଚ୍ଛା କରେ । ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନତାର ଅଧିକାର ଅର୍ପଣ କରିଛି । ଏହି ଅଧିକାର ସମ୍ବିଧାନର ଧାରା ୧୯-୨୦ ଦ୍ଵାରା ସ୍ଥିରୀକୃତ ହୋଇଛି । ନିମ୍ନରେ ଚାରି ଶ୍ରେଣୀର ସ୍ଵାଧୀନତାର ଅଧିକାର ପ୍ରକାଶ କରାଯାଇଛି ।
ଏହି ସ୍ଵାଧୀନତା ଗୁଡିକ ଦେବାର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ପରିବେଶ ସୃଷ୍ଟି କରିବା । ସେଗୁଡିକ ଉପରେ କେତେକ ନିର୍ଦ୍ଧିଷ୍ଟ ଯୁକ୍ତିସମ୍ମତ ନିୟନ୍ତ୍ରଣ ଜାରି କରିବା ପାଇଁ ସମ୍ବିଧାନ ରାଷ୍ଟ୍ରକୁ କ୍ଷମତା ପ୍ରଦାନ କରିଛି ।
ସମ୍ବିଧାନର ଧାରା ୨୦ ଦୋଷପାଇଁ ଦଣ୍ଡ ଭୋଗିବା ସମ୍ପର୍କରେ ସୁରକ୍ଷା ପ୍ରଦାନକରେ । ଦୋଷୀ ଦୋଷକଲା ବେଳେ ଯଦି ତାହାକୁ ଦୋଷ ବୋଲି ବିବେଚନା କରାଯାଉନଥାଏ, ତେବେ ଦୋଷୀକୁ ଦଣ୍ଡ ଦିଆଯାଇ ପାରିବ ନାହିଁ । ଦୋଷ କରିବା ସମୟରେ ପ୍ରଚଳିତ ଆଇନ ଅନୁସାରେ ଯେତିକି ଦଣ୍ଡ ପାଇବାର ବ୍ୟବସ୍ଥା ଥାଏ, ତାଠାରୁ ଅଧିକ ଦଣ୍ଡ କାହାକୁ ଦିଆଯାଇ ପାରିବ ନାହିଁ । ଆଉମଧ୍ୟ ଜଣକ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଏବଂ ଦଣ୍ଡ ଗୋଟିଏ ଦୋଷ ପାଇଁ ଥରେ ମାତ୍ର ଦିଆଯାଇ ପାରିବ ଏବଂ ତାକୁ ମଧ୍ୟ ତ ନିଜ ବିପକ୍ଷରେ ସାକ୍ଷୀ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ ।
ସମ୍ବିଧାନର ଧାରା ୨୧ ଅନୁସାରେ କୌଣସି ବ୍ୟକ୍ତି ପ୍ରତିଷ୍ଠିତ ପଦ୍ଧତି ଅନୁସୃତ ନହୋଇ କେବେହେଲେ ତାର ଜୀବନ ଓ ବ୍ୟକ୍ତି ସ୍ଵାଧୀନତାରୁ ବଞ୍ଚିତ ହୋଇ ପାରିବ ନାହିଁ ।
ଧାରା ୨୨ ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ବନ୍ଦୀ ହେବା ସମୟରେ ତାକୁ ସୂଚନା ଦିଆଯିବା ଆବଶ୍ୟକ । ବନ୍ଦୀହେବାର କାରଣକୁ ଦୃଷ୍ଟିରେ ରଖି ଯେତେ ଶୀଘ୍ର ପାଇ ତାକୁ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାନ ପାଇଁ ତାର ପସନ୍ଦ ଅନୁସାରେ ଜଣେ ଓକିଲ ସହ ଆଲୋଚନା କରିବାକୁ ଅନୁମତି ଦିଆଯିବା ଉଚିତ୍ ।
ମୋଟ ଉପରେ ପ୍ରତିଶେଧକ ମୂଳକ ଅଟକ ଆଇନ୍ ଦ୍ଵାରା ବନ୍ଦୀ ହୋଇଥିବା ବ୍ୟକ୍ତିକୁ ଛାଡି ଅନ୍ୟ ସମସ୍ତ ବନ୍ଦୀ ହୋଇଥିବା ବ୍ୟକ୍ତିକୁ ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ନିକଟବର୍ତ୍ତୀ ବିଚାର ପତିଙ୍କ ସମ୍ମୁଖରେ ଉପସ୍ଥିତ କରାଇବାକୁ ପଡିବ । ପ୍ରତିଶେଧକ ମୂଳକ ଅଟକ ଆଇନ ଦ୍ଵାରା ବନ୍ଦୀ ହୋଇଥିବା ବ୍ୟକ୍ତିକୁ ଗୋଟିଏ ପରାମର୍ଶଦାତା ବୋର୍ଡ କୁ ବନ୍ଦୀହେବାର ୩ମାସ ମଧ୍ୟରେ ପଠାଇବାକୁ ପଡିବ ।
ତୁମେ କେବେ ଚିନ୍ତା କରିଛ କି, କେତେ ପ୍ରକାରରେ ଆମ ସମାଜରେ ଶୋଷଣ କରାଯାଇଥାଏ ? ତୁମେ ଦେଖିଥାଇପାର ଯେ, ଗୋଟିଏ ସାନପିଲା ଗୋଟିଏ ଚାଦୋକାନରେ କାମ କରୁଛି କିମ୍ବା ଗୋଟିଏ ଗରିବ ଅଶିକ୍ଷିତ ଲୋକ ଗୋଟିଏ ଧନୀଲୋକ ଘରେ କାମ କରିବାକୁ ବାଧ୍ୟ ହେଉଛି । ପ୍ରଥାନୁସାରେ ଭାରତୀୟ ସମାଜରେ ଅନେକ ସାମାଜିକ ସ୍ତର ରହିଛି ଓ ବିଭିନ୍ନ ପ୍ରକାର ଶୋଷଣକୁ ଏହା ଉତ୍ସାହିତ କରେ । ଯେଉଁଥିପାଇଁକି ସମ୍ବିଧାନରେ ଶୋଷଣ ବିରୋଦ୍ଧାରେ ବ୍ୟବସ୍ଥା କରାଯାଇଛି । ନାଗରିକମାନଙ୍କୁ ଶୋଷଣ ବିରୋଧି ଅଧିକାରର ପ୍ରତିଶୃତି ସମ୍ବିଧାନର ଧାରା ୨୩ ଓ ୨୪ରେ ଦିଆଯାଇଛି । ଏହି ଦୁଇଟି ବ୍ୟବସ୍ଥା ହେଉଛି –
ତୁମେ ଯାହାଜାଣିଛ, ସମ୍ବିଧାନର ମୁଖବନ୍ଧରେ ଘୋଷଣାର ଗୋଟିଏ ଲକ୍ଷ୍ୟ ହେଉଛି, “ସମସ୍ତ ନାଗରିକଙ୍କର ମୁକ୍ତ ଧର୍ମଭାବନା, ବିଶ୍ଵାସ, ପୂଜାକୁ ସୁରକ୍ଷିତ ରଖିବା” । ଯେହେତୁ ଭାରତ ଏକ ବହୁଧର୍ମୀୟ ରାଷ୍ଟ୍ର ଯେଉଁଠାରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିୟାନ ଏବଂ ଆଉ ବହୁ ଧର୍ମ ସମ୍ପ୍ରଦାୟର ଲୋକ ଏକତ୍ର ବାସକରନ୍ତି । ସମ୍ବିଧାନ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଘୋଷଣା କରନ୍ତି । ଏହାର ଅର୍ଥ ଭାରତରେ କୌଣସି ଗୋଟିଏ ନିଜସ୍ଵ ଧର୍ମ ନାହିଁ । କିନ୍ତୁ ଏହା ସମସ୍ତ ନାଗରିକଙ୍କୁ ଯେକୌଣସି ଧର୍ମରେ ବିଶ୍ଵାସ ରଖିବା ପାଇଁ ଓ ନିଜଇଚ୍ଛା ଅନୁସାରେ ଯେ କୌଣସି ପ୍ରକାରରେ ପୂଜା କରିବା ପାଇଁ ସ୍ଵାଧୀନତା ପ୍ରଦାନ କରିଛି । କିନ୍ତୁ ଏହା ଅନ୍ୟର ଧର୍ମ ବିଶ୍ଵାସ ଓ ପୂଜା ପଦ୍ଧତିରେ ବାଧା ସୃଷ୍ଟିକରିବା ଉଚିତ୍ ନୁହେଁ । ଏହି ସ୍ଵାଧୀନତା ବିଦେଶୀମାନଙ୍କ ପାଇଁ ମଧ୍ୟ ଉପଲବ୍ଧ । ଧର୍ମୀୟ ସ୍ଵାଧୀନତା ସମ୍ପର୍କରେ ସମ୍ବିଧାନ ନିମ୍ନଲିଖିତ ଚାରୋଟି ବ୍ୟବସ୍ଥା ଧାରା ୨୫-୨୮ ମଧ୍ୟରେ କରିଅଛି ।
ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର ଯାହାର ସଂସ୍କୃତି, ବର୍ଣ୍ଣମାଳା, ଭାଷା ଓ ଧର୍ମରେ ବହୁ ବିଭିନ୍ନତା ଦେଖାଯାଏ । ଆମେ ଯାହା ଜାଣୁ ଗଣତନ୍ତ୍ର ହେଉଛି ସଂଖ୍ୟା ଗରିଷ୍ଠର ଶାସନ । କିନ୍ତୁ ସଂଖ୍ୟା ଲଘୁମାନେ ମଧ୍ୟ ଏହାର ସଫଳ କାର୍ଯ୍ୟକରିଥା ପାଇଁ ସମଭାବରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ସଂଖ୍ୟାଲଘୁ ମାନଙ୍କର ଭାଷା, ସଂସ୍କୃତି ଓ ଧର୍ମର ସୁରକ୍ଷା ଏକାନ୍ତ ଆବଶ୍ୟକ ଯାହାଫଳରେ ସଂଖ୍ୟାଲଘୁମାନେ ସଂଖ୍ୟା ଗରିଷ୍ଠ ଶାସନରେ ଅବହେଳିତ ବା ଦୁର୍ବଳ ବୋଲି ଭାବିବେ ନାହିଁ । ଯେହେତୁ ଲୋକମାନେ ନିଜର ସଂସ୍କୃତି ଓ ଭାଷାକୁ ନେଇ ଗର୍ବ କରନ୍ତି, ତେଣୁ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ନାମରେ ଏକ ସ୍ଵତନ୍ତ୍ର ଅଧିକାର ମୌଳିକ ଅଧିକାର ଅଧ୍ୟାୟରେ ଯୋଗ କରାଗଲା । ଧାରା ୨୯-୩୦ ରେ ଦୁଇଟି ମୁଖ୍ୟ ବ୍ୟବସ୍ଥା ଗ୍ରହଣ କରାଗଲା ।
ଯେତେବେଳେ ମୌଳିକ ଅଧିକାର ଗୁଡିକ ଆଇନସିଦ୍ଧ, ସେଗୁଡିକ ବାଧ୍ୟତାମୂଳକ । ସେଗୁଡିକ ଆଇନଦ୍ଵାରା କାର୍ଯ୍ୟକାରୀ କରାଯାଇ ପାରେ କାରଣ ପ୍ରତ୍ୟକ ନାଗରିକ ଏଥିପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରେ ଯଦି ତାହାର ଉଲଙ୍ଘନ ଘଟେ । କିନ୍ତୁ ପ୍ରକୃତରେ ଏହା ସେପରି ନୁହେଁ । ଆମର ନୀତିଦିନିଆ ଜୀବନରେ ମୌଳିକ ଅଧିକାର ସଙ୍କୁଚିତ କରିବା ବଡ ଚିନ୍ତାର ବିଷୟ । ସେଥିପାଇଁ ଆମ ସମ୍ବିଧାନ ଏହି ମୌଳିକ ଅଧିକାର ଗୁଡିକୁ ଆଇନ ପ୍ରଣୟନ ସଂସ୍ଥା ବା କାର୍ଯ୍ୟକାରୀ ସଂସ୍ଥା ପରିବର୍ତ୍ତନ କରିବାର ଅନୁମତି ପ୍ରଦାନ କରିନାହିଁ । ମୌଳିକ ଅଧିକାରର ସୁରକ୍ଷାପାଇଁ ଆଇନଗତ ପ୍ରତିକାର ପ୍ରଦାନ କରାଯାଇଛି । ଏହାକୁ ସମ୍ବିଧାନ ପ୍ରତିକାର ଅଧିକାର କୁହାଯାଏ ଯାହାକି ଧାରା ୩୨ରେ ରହିଛି । ଯେତେବେଳେ ଆମର କୌଣସି ଅଧିକାର ସଙ୍କୁଚିତ ହୁଏ ଆମେ ନ୍ୟାୟଳୟ ମାଧ୍ୟମରେ ନ୍ୟାୟ ପାଇବାକୁ ଚେଷ୍ଟାକରୁ । ଆମେ ସିଧାସଳଖ ଭାବରେ ଉଚ୍ଚତମ ନ୍ୟାୟାଳୟରେ ଆଶ୍ରୟ ନେଇପାରିବା ଯେ କି ନିର୍ଦ୍ଦେଶ, ଆଦେଶ ବା ରିଟ୍ ଦ୍ଵାରା ଏହି ମୌଳିକ ଅଧିକାରକୁ ପୁନଃ କାର୍ଯ୍ୟକାରୀ କରିପାରେ ।
୨୦୦୨ ମସିହାରେ ସମ୍ବିଧାନର ୮୬ତମ ସଂଶୋଧନରେ ମୌଳିକ ଅଧିକାର ଅଧ୍ୟାୟରେ ଧାରା ୨୧(କ) ଯୋଗକରି ଶିକ୍ଷାଗତ ଅଧିକାର କରାଗଲା । ଏହା ଦୀର୍ଘଦିନର ଦାବୀ । ତେଣୁ ୬-୧୪ ବର୍ଷ ବୟସର ପିଲାମାନେ (ସେମାନଙ୍କର ପରିବାର) ମଧ୍ୟ ବାଧ୍ୟତାମୂଳକ, ଅବୈତନିକ ଶିକ୍ଷା, ମୌଳିକ ଅଧିକାର ଭାବରେ ଦାବୀ କରିପାରିବେ । ଦେଶକୁ ନିରକ୍ଷର ବିହୀନ କରିବା ପାଇଁ ଏହା ଏକ ବଡ ପଦକ୍ଷେପ । କିନ୍ତୁ ଏହି ସଂଯୋଗ ଅର୍ଥହୀନା ଭାବରେ ପଡିରହିଲା ଯେହେତୁ ୨୦୦୯ ମସିହା ପରୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ । ୨୦୦୯ରେ ସାଂସଦ ଶିକ୍ଷାଗତ ଅଧିକାର ଧାରା ୨୦୦୯ ପାରିତ କଲା । ଏହି ଧାରାର ଲକ୍ଷ୍ୟ ହେଉଛି ପ୍ରତ୍ୟକ ପିଲା ଯାହାର ବୟସ ୬-୧୪ ବର୍ଷ ଏବଂ ବିଦ୍ୟାଳୟକୁ ଯାଉନାହିଁ ସେ ବିଦ୍ୟାଳୟକୁ ଯିବ ଓ ଉପଯୁକ୍ତ ଶିକ୍ଷାପାଇବ ; ଏହା ହେଉଛି ତାର ଅଧିକାର । ମୌଳିକ ଅଧିକାର ମଧ୍ୟ ମାନବୀୟ ଅଧିକାର ଅଟେ ।
ତୁମେ ପଢିଛ ଯେ, ମୌଳିକ ଅଧିକାର ପ୍ରକୃତରେ ପ୍ରତ୍ୟକ ନାଗରିକର କଲ୍ୟାଣ ପାଇଁ ଏକାନ୍ତ ଆବଶ୍ୟକ । ଆମେ ମଧ୍ୟ ଜାଣୁ ଲୋକମାନେ ସଦାସର୍ବଦା, ଅନ୍ୟାୟ, ଶୋଷଣ ଓ ଅସମାନତା ବିରୁଦ୍ଧରେ ଲଢେଇ କରି ଆସୁଛନ୍ତି । ଗୋଟିଏ ଉନ୍ନତତର ପରିବେଶ ଗଠନ, ଉଲ ବା ବାଷପୋଯୋଗୀ ଅବସ୍ଥା ଏବଂ ସମ୍ମାନର ସୁରକ୍ଷା ଏହାର ଉଦ୍ଦେଶ୍ୟ । ଏହି ଅଧିକାର ଗୁଡିକ ସମସ୍ତ ମାନବ ଜାତିପାଇଁ ଉପଲବ୍ଧ କରାଇବା ପାଇଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉଦ୍ୟମ ଚାଲି ଆସିଛି ଯାହାକି ଅଧିକାରକୁ ପରିଚିତ କରାଇଛି ଏବଂ ଏହା ମାନବିକ ଅଧିକାର ନାମରେ ଉତ୍ତମ ରୂପେ ପରିଚିତ । ଯୁକ୍ତରାଷ୍ଟ୍ର ଆମେରିକାର ସାଧାରଣ ସଭା ୧୯୪୮ ମସିହାରେ ମାନବିକ ଅଧିକାରକୁ ଗ୍ରହଣ କଲା ଏବଂ ମାନବିକ ଅଧିକାରକୁ ସାଧାରଣ ଘୋଷଣାରେ ଲିପିବଦ୍ଧ କଲା ଯାହାକି ତୁମେ ପରେ ପଢିବ । କେତେକ ମାନବୀୟ ଅଧିକାର ହେଉଛି; ଆଇନ ଦୃଷ୍ଟିରେ ସମସ୍ତେ ସମାନ, ବାଛବିଚାର ମୁକ୍ତ, ବଞ୍ଚିବାର ଅଧିକାରମ ସ୍ଵାଧୀନତା ଓ ବ୍ୟକ୍ତିଗତ ସୁରକ୍ଷା, ମୁକ୍ତଭବାରେ ବିଚରଣ କରିବାର ସ୍ଵାଧୀନତା, ଶିକ୍ଷାଗତ ଅଧିକାର, ବିବାହ ଓ ପରିବାର ଅଧିକାର, ଚିନ୍ତାଧାରା, ବିଚାର ଓ ଧରମଗତ ସ୍ଵାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଓ ସଂଗଠନ ଅଧିକାର ଏବଂ ସାମ୍ପ୍ରଦାୟିକ ସାଂସ୍କୃତିକ ଜୀବନ ସହ ଯୋଗଦାନ ଅଧିକାର । ଯଦି ତୁମେ ଉପରୋକ୍ତ ଅଧିକାର ଗୁଡିକ ସାବଧାନତା ସହ ପରୀକ୍ଷା କରିବ, ସେଗୁଡିକ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ତୁମେ ଜାଣିପାରିବ । ସେଥିପାଇଁ ଅନେକଗୁଡିକେ ମାନବିକ ଅଧିକାରକୁ ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟରେ ସ୍ଥାନ ଦିଆଯାଇଛି । ଏଜୁନ ମାନବିକ ଅଧିକାର ଗୁଡିକ ମୌଳିକ ଅଧିକାରରେ ସ୍ଥାନ ପାଇ ପାରିବ ନାହିଁ, ସେଗୁଡିକ ରାଷ୍ଟ୍ରନୀତି ନିଏଦ୍ଦେଷାନାମା ଅଧ୍ୟାୟରେ ସ୍ଥାନ ପାଇଛି । ସର୍ବୋପରି ମାନବିକ ଅଧିକାରର ଗୁରୁତ୍ଵକୁ ଆଖିଆଗରେ ରଖି, ୧୯୯୩ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ମାନବିକ ଅଧିକାର ପରିଷଦ ଗଠିତ ହେଲା । ଯାହାର ଉଦ୍ଦେଶ୍ୟ ହେଉଛି, ଭାରତର ନାଗରିକ ମାନଙ୍କୁ ସେହି ଅଧିକାର ଗୁଡିକ ଉପଭୋଗ କରିବାର ପ୍ରତିଶ୍ରୁତି ଦେବା ।
ମୌଳିକ କର୍ତ୍ତବ୍ୟ ପାଠକରି ସାରିଲାପରେ ତୁମେ ନିଶ୍ଚିତ ଭାବରେ ଲକ୍ଷ କରିଥିବ ଓ ଅନୁଭବ କରିଥିବ ଯେ, ପ୍ରତ୍ୟକ ଅଧିକାର ବଦଳରେ ସମାଜ ପ୍ରତ୍ୟକ ନାଗରିକ ତା ପାଇଁ କିଛି କାର୍ଯ୍ୟ କରିବା ଆଶାକରେ ଯାହାକୁ ସମଷ୍ଟିଗତ ଭାବରେ କର୍ତ୍ତବ୍ୟ ବୋଲି କୁହାଯାଏ । ସେହିପରି କେତେକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଭାରତର ସମ୍ବିଧାନରେ ଲିପିବଦ୍ଧ କରାଯାଇଛି । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିବା ମୂଳ ସମ୍ବିଧାନରେ ନାଗରିକ ମାନଙ୍କର କର୍ତ୍ତବ୍ୟ ବିଷୟରେ କିଛି ଦେଖାଯାଇନାହିଁ । ଏହା ଆଶା କରାଯାଉଥିଲା ଯେ, ଭାରତର ନାଗରିକମାନେ ତାଙ୍କର କର୍ତ୍ତବ୍ୟ ସ୍ଵେଚ୍ଛାକୃତ ଭାବେ କରିବେ । କିନ୍ତୁ ଯାହା ଆଶା କରାଯାଉଥିଲା ତାହା ହେଲାନାହିଁ । ତେଣୁ ଦଶଟି ମୌଳିକ କର୍ତ୍ତବ୍ୟ ସମ୍ବିଧାନର ୪ର୍ଥ ଭାଗରେ ଧାରା ୫୧ (କ) ଅଧିନରେ ୧୯୭୬ ମସିହାର ୪୨ତମ ସମ୍ବିଧାନ ସଂଶୋଧନରେ ଯୋଗ କରାଗଲା । ଯାହାହେଉ, ମୌଳିକ ଅଧିକାର ଗୁଡିକ ଆଇନନୁମୋଦିତ ଏବଂ ମୌଳିକ କର୍ତ୍ତବ୍ୟ ଗୁଡିକ ଆଇନନୁମୋଦିତ ନୁହେଁ । ଏହାର ଅର୍ଥ ମୌଳିକ କର୍ତ୍ତବ୍ୟ ଭଙ୍ଗକରିବା ଅର୍ଥାତ୍ ନାଗରିକ ମାନଙ୍କଦ୍ଵାରା ସେହି କର୍ତ୍ତବ୍ୟ ସଂପାଦିତ ନହେଲେ, ତାହା ଦଣ୍ଡନୀୟ ନୁହେଁ । ନିମ୍ନୋକ୍ତ ୧୦ଟି କର୍ତ୍ତବ୍ୟ ଭାରତର ସମ୍ବିଧାନରେ ଲିପିବଦ୍ଧ ହୋଇଛି ।
ଏହା ବ୍ୟତୀତ ଗୋଟିଏ ନୂତନ କର୍ତ୍ତବ୍ୟ ୨୦୦୯ରେ ହୋଇଥିବା ଶିକ୍ଷାଗତ ଅଧିକାର ଧାରାପରେ ଯୋଗ କରାଯାଇଛି । ପିତାମାତା କିମ୍ବା ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ୬ରୁ ୧୪ବର୍ଷ ମଧ୍ୟରେ ଶିକ୍ଷା ଦେବାର ସୁରକ୍ଷା ଯୋଗାଇ ଦେବେ ।
ଏହି କର୍ତ୍ତବ୍ୟ ଗୁଡିକ ହେଉଛି କାର୍ଯ୍ୟକରିବାର ନିୟମ । ଯେହେତୁ ସେ ଗୁଡିକ ଆଇନାନୁମୋଦିତ ନୁହେଁ, ଏହା ପଛରେ କୌଣସି ଆଇନଗତ ପ୍ରଭାବ ନାହିଁ । ତୁମେ ଯେପରି ଦେଖୁଛ, ଅଳ୍ପ କେତେକ କର୍ତ୍ତବ୍ୟ ମୂଲ୍ୟହୀନ । ଉଦାହରଣ ଜଣେ ସାଧାରଣ ନାଗରିକ “ପୂର୍ଣ୍ଣାଙ୍ଗ ସଂସ୍କୃତି” ଉନ୍ନତ ଐତିହ୍ୟ, ମାନବବାଦ, ବ୍ୟକ୍ତିଗତ ଓ ସମଷ୍ଟିଗତ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ସର୍ବୋତ୍ତମତା” ପ୍ରଭୃତିର ଅର୍ଥ ବୁଝିବା ଅକ୍ଷମ ହୋଇପାରେ । ସେମାନେ ଏହି କର୍ତ୍ତବ୍ୟ ଗୁଡିକର ଗୁରୁତ୍ଵ ବୁଝିପାରିବେ, ଯେତେବେଳେ ଏହି ବ୍ୟବହୃତ ଶବ୍ଦ ଗୁଡିକୁ ସରଳ କରି ଦିଆଯିବ । ବିଭିନ୍ନ ସମୟରେ ଦାବୀ କରାଯାଉଛି ବର୍ତ୍ତମାନର ତାଲିକାକୁ ସଂଶୋଧନ କରିବା ସହ ଭାଷାକୁ ସରଳ ବାସ୍ତବବାଡି ଓ ଅର୍ଥପୂର୍ଣ୍ଣ କରିବାପାଇଁ ଏବଂ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଆଉ କିଛି ବାସ୍ତବବାଦୀ କର୍ତ୍ତବ୍ୟ ସଂଯୋଗ କରିବା ପାଇଁ । ଯେତେଦୂର ପାରନ୍ତି ସେଗୁଡିକୁ ଆଇନାନୁମୋଦିତ କରାଯିବା ଉଚିତ୍ ।
ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 5/11/2021