অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଇଲ୍ଡ ଲାଇନ 1098 ସେବା

1098 ଟେଲି ହେଲ୍ପଲାଇନ ମଡେଲ

ଚାଇଲ୍ଡଲାଇନ ଏକ ବ୍ୟବସ୍ଥା ଯ଼େଉଁଥିରେ ଏକ ଭଲ ପାଉଥିବା ନାନୀ କିମ୍ବା ଭାଇ ଥିବ ଯ଼ିଏ ଦୁର୍ବଳ ପିଲା ମାନଙ୍କର ପାଇଁ ୨୪ ଘଣ୍ଟା ଓ ୩୬୫ ଦିନ ରହିଥିବ । ଏକ ଫୋନ ନମ୍ବର ଯ଼ାହା ଭାରତର ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଆଶାର ସଂଚାର କରେ ଚାଇଲ୍ଡଲାଇନ ହେଉଛି ।  ଭାରତର ପ୍ରଥମ ୨୪ ଘଣ୍ଟିଆ ନିଶୁଳ୍କ, ଆପାତକାଳୀନ ଫୋନ ସେବା ଯ଼ାହା ଆବଶ୍ୟକ କରୁଥିବା ପିଲା ମାନଙ୍କୁ ସହଯ଼ୋଗ କରିଥାଏ ।

ଆପଣ ସମ୍ବନ୍ଧିତ ପ୍ରାପ୍ତ ବୟସ୍କ ବ୍ୟକ୍ତି ହୁଅନ୍ତି କିମ୍ବା ପିଲା ହୁଅନ୍ତୁ ଆପଣ ଆମର ଟୋଲ ଫ୍ରି ନମ୍ବର 1098 ଡାଏଲ କରି ପାରିବେ। ଆମ ଯ଼େ କେବଳ ପିଲା ମାନଙ୍କର ଆପାତକାଳୀନ ଆବଶ୍ୟକ ତାକୁ ଶୁଣୁ, ଆମେ ସେମାନଙ୍କର ଦୀର୍ଘକାଳୀନ ଦେଖାଶୁଣା ଓ ପୁନର୍ବାସ ପାଇଁ ଯ଼ୋଡି ଦେଉ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି କଲ ଜରିଆରେ ଦେଶର ୩୦ ଲକ୍ଷ ପିଲାଙ୍କ ନିକଟକୁ ପହଞ୍ଚି ସାରିଲୁଣି।

ଚାଇଲ୍ଡଲାଇନ ହେଉଛି ଏକ ପ୍ଲାଟଫର୍ମ ଯ଼ାହା କେନ୍ଦ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟMinistry for Women & Child Development, ଦୂର ସଂଚାର ମନ୍ତ୍ରଣାଳୟ, ରାସ୍ତା ଓ ଗୋଷ୍ଠୀର ଯ଼ୁବକ, ଲାଭ କରୁ ନ ଥିବା ସଙ୍ଗଠନ, ଏକାଡେମିକ ସଂସ୍ଥା,Department of Telecommunications କର୍ପୋରେଟ ସେକ୍ଟର ଓ ସମ୍ବନ୍ଧିତ ବ୍ୟକ୍ତି ମାନଙ୍କୁ ଆଣେ

ଚାଇଲ୍ଡଲାଇନ ସାଧାରଣ ଭାବେ ସମସ୍ତ ପିଲାଙ୍କର ଅଧିକାରର ସୁରକ୍ଷା ପାଇଁ କାମ କରେ ତେବେ ଏହାର ବିଶେଷ ଧ୍ୟlନ ଅଧିକ ଦୁର୍ବଳ ବର୍ଗର ଓ ଦେଖାଶୁଣା ଓ ସଂରକ୍ଷଣ ଆବଶ୍ୟକ କରୁଥିବା ପିଲାଙ୍କ ଉପରେ ରହିଥାଏ । ଏଥିରେ ନିମ୍ନ ପିଲା ମାନେ ସାମିଲ ଅଛନ୍ତି ।

  • ସଡକରେ ରହୁଥିବା ପିଲା, ଏବଂ ସଡକରେ ଏକୁଟିଆ ରହୁଥିବା ଯ଼ୁବକ ।
  • ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶିଶୁ ଶ୍ରମିକ ।
  • ଘରୋଇ ଚାକର ବିଶେଷ ଭାବେ ବାଳିକା ।
  • ପରିବାରରେ, ସ୍କୁଲରେ ବା ସଂସ୍ଥାନରେ ଶାରୀରିକ /ଯ଼ୌନ / ଭାବନାତ୍ମକ ଦୁର୍ବବ୍ୟବହାରର ଶୀକାର ହୋଇଥିବା ପିଲା
  • ଭାବନାତ୍ମକ ସମର୍ଥନ ଓ ପରାମର୍ଶ ଆବଶ୍ୟକ କରୁଥିବା ପିଲା
  • ବାଣିଜ୍ୟକ ସେକ୍ସ ବାର୍କର ମାନଙ୍କର ପିଲା
  • ଦେହ ବ୍ୟବସାୟର ପିଲା ପୀଡିତା
  • ପିଲା ଚାଲାଣର ପୀଡିତ ବା ପୀଡିତା
  • ପିତା ମାତା ବା ଅଭିଭାବକଙ୍କ ଦ୍ଵାରା ଛାଡି ଦିଆଯ଼ାଇଥିବା ପିଲା
  • ହଜି ଯ଼ାଇଥିବା ପିଲା
  • ଘରୁ ପଳାଇଥିବା ପିଲା
  • ଦୁର୍ବବ୍ୟବହାର ଶୀକାର ହୋଇଥିବା ପିଲା
  • ଭିନ୍ନକ୍ଷମ ପିଲା
  • ଆଇନ ସହ ବିବାଦରେ ଥିବା ପିଲା
  • ସଂସ୍ଥାନରେ ପିଲା
  • ମାନସିକ ଆହ୍ଵାନ ଥିବା ପିଲା
  • ଏଚଆଇଭି ଏଡସ ରେ ସଂକ୍ରମିତ ପିଲା
  • ବିପର୍ଯ୍ୟୟ ବା ବିବାଦରେ ପ୍ରଭାବିତ ପିଲା
  • ରାଜନୈତିକ ଶରଣାର୍ଥୀ ପିଲା
  • ଯ଼େଉଁ ପରିବାରର ଲୋକ ଅସୁବିଧାରେ ଅଛନ୍ତି ସେମାନଙ୍କର ପିଲା

ଚାଇଲ୍ଡ ଲାଇନର କାର୍ଯ୍ୟ

ଚାଇଲ୍ଡ ଲାଇନର ଗତିବିଧି

  • ଚାଇଲ୍ଡ ଲାଇନ ଟିମ ବିଭିନ୍ନ ଫୋନ କଲକୁ ଶୁଣିବା ସହ ତା ଉପରେ କାମ କରେ
  • ସଙ୍କଟରେ ହସ୍ତକ୍ଷେପ କରେ
  • ପ୍ରତ୍ୟକ୍ଷ ସହାୟତା , ମେଡିକାଲ, ରହିବା, ଶୋଷଣରୁ ରକ୍ଷା, ହଜି ଯ଼ାଇଥିବା ପିଲା, ବ୍ୟାପକ କାଉନସେଲିଂ
  • ଫୋନରେ ଭାବନାତ୍ମକ ସମର୍ଥନ ଏବଂ ପରାମର୍ଶ , ଫୋନ କରିଥିବା ବ୍ୟକ୍ତିକୁ ସୂଚନା ଓ ରେଫରାଲ ସେବା ଚାଇଲ୍ଡ ଲାଇନ ସାଇଲେଣ୍ଟ କଲ ସମ୍ପର୍କରେ ସୂଚନା
  • ଦୀର୍ଘ କାଳୀନ ପୁନର୍ବାସ ପିଲା ମାନଙ୍କର ଜରୁରୀକାଳୀନ ଆବଶ୍ୟକତା ପୂରଣ ହେବା ପରେ ଚାଇଲ୍ଡ ଲାଇନ ପିଲା ମାନଙ୍କ ପଢିବା, ଶିଖିବା, ଘରକୁ ଫେରିବା ଆଦି ବିକଳ୍ପ ଉପରେ ଚିନ୍ତା କରେ । ପିଲାର ନିଷ୍ପତ୍ତି ଅନୁଯ଼ାୟୀ ଚାଇଲ୍ଡ ଲାଇନ ସହରରେ ଥିବା ସଠିକ ସଙ୍ଗଠନ ସହ ଯ଼ୋଡେ

ଚାଇଲ୍ଡ ଲାଇନ କୁ ଚାଇଲ୍ଡ ରାଇଟ ସମ୍ମିଳନୀ

ଭାରତ ସରକାର ଚାଇଲ୍ଡ ଲାଇନ କୁ ଚାଇଲ୍ଡ ରାଇଟ କନଭେନସନର Child Rights Convention ରୂପେ ପ୍ରସ୍ତୁତ କରିଛନ୍ତି ପିଲା ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଏନଜିଓ ମାନଙ୍କ ସହ ଆବଶ୍ୟକତା ଥିବା ପିଲା ମାନଙ୍କୁ ଯ଼ୋଡିବା ପାଇଁ ଏକ ଏକକ ଝରକା ବୋଲି ଚାଇଲ୍ଜ ଲାଇନକୁ ଦେଖା ଯ଼ାଏ । ଦେଖାଶୁଣା ଓ ସଂରକ୍ଷଣ ଆବଶ୍ୟକ କରୁଥିବା ପିଲା ମାନେ ଏହାକୁ ଜାଣିବାକୁ ଚାଇଲ୍ଡ ଲାଇନ ସୁନିଶ୍ଚିତ କରିବାକୁ କାମ କରେ । ପିଲା ମାନଙ୍କର ମିତ୍ର ସେବା ପାଇବା, ଯ଼େତେବେଳେ ସେମାନେ ଚାହିଁବେ ଏହି ସେବା ତାଙ୍କୁ ଉପଲବ୍ଧ ହେବା ତଥା ସେମାନଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିଜେ ନିଷ୍ପତ୍ତି ଗ୍ରହଣକୁ ସୁନିଶ୍ଚିତ କରିବାକୁ ଚାଇଲ୍ଡ ଲାଇନ କାମ କରେ ।

ରାସ୍ତାରେ ରହୁଥିବା ପିଲା ମାନଙ୍କ ପାଇଁ ଦେଶର ପ୍ରଥମ ଟୋଲ ଫ୍ରି ନମ୍ବର ନ୍ଯାସନାଲ ଚାଇଲ୍ଡ ପ୍ରୋଟେକ୍ସନ ସେବାରେ ପରିଣତ ହୋଇଛି ଏହା 291 ସହରରେ କାମ କରୁଛି। ସମ୍ପୂର୍ଣ୍ଣ ଦେଶରୁ ଅସୁବିଧାରେ ଥିବା ପିଲା ମାନଙ୍କ ପାଇଁ ଧ୍ୟାନ ଦେବା ତଥା ସଂରକ୍ଷଣ ପାଇଁ 17 ବର୍ଷ ଧରି ମାର୍ଚ୍ଚ 2013 ପର୍ଯ୍ୟନ୍ତ ଚାଇଲ୍ଡ ଲାଇନ ପାଖକୁ ଅସଂଖ୍ୟା ଫୋନ କଲ ଆସିଛି ।

ଆଧାର - ଚାଇଲ୍ଡ ଲାଇନ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate