অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଲାଙ୍କ ପାଇଁ ପୋକ୍ସୋ ଇ- ବାକ୍ସ

ଭାରତରେ ପିଲାଙ୍କ ବିରୋଧରେ ଅପରାଧ

ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଅଧିକ ଘଟୁଥିଲେ ମଧ୍ୟ ଏହା ମଧ୍ୟରୁ ଅଳ୍ପ କେତେକ ରିପୋର୍ଟ କରାହୁଏ । ଏକ ସର୍ଭେ ରିପୋର୍ଟରୁ ଜଣାଯାଏ ଯେ ୫୩ ପ୍ରତିଶତ ଶିଶୁ ତାଙ୍କ ଜୀବନକାଳ ମଧ୍ୟରେ ଅନ୍ତତଃ ଥରେ ଯୌନ ଶୋଷଣର ଶିକାର ହୁଅନ୍ତି ।  ଅଧିକାଂଶ କ୍ଷେତ୍ରରେ ଅପରାଧ ନିଜ ପରିବାର ସଦସ୍ୟ / ସମ୍ପର୍କୀୟ କିମ୍ବା ଜଣାଶୁଣା ପରିଚିତଙ୍କ ଦ୍ଵାରା ହୋଇଥାଏ ।  ପୀଡିତ ଶିଶୁଟି  ଏମାନଙ୍କ ବିରୋଧରେ ରିପୋର୍ଟ କରେ ନାହିଁ ।

ଯୌନଶୋଷଣ ଦ୍ଵାରା  ଶିଶୁଟି ପାଇଥିବା ମାନସିକ ଆଘାତ ସାରା ଜୀବନକୁ ପ୍ରଭାବିତ କରିଥାଏ । ଯୌନ ଶୋଷଣ ଭୋଗିଥିବା ଶିଶୁଟିରେ ବ୍ୟବହାରରେ  ପରିବର୍ତ୍ତନ ଦେଖିବାକୁ ମିଳେ । ସେ ବେଳେବେଳେ ହିଂସ୍ର ହେବା ସହ ଅବସାଦ ଯୋଗୁଁ ଅନ୍ୟ ପ୍ରକାର ବ୍ୟବହାର କରିଥାଏ । ସେ ଏପରି ଘଟଣା ପାଇଁ  ନିଜକୁ ଦୋଷୀ ମନେ କରିବା ସହ ଲଜ୍ୟା ଅନୁଭବ କରେ ।

ପିଲାଙ୍କ ପାଇଁ ପୋକ୍ସୋ ଇ-ବାକ୍ସ

ପିଲାମାନଙ୍କୁ ଯୌନଶୋଷଣରୁ ରକ୍ଷା କରିବା ପାଇଁ ଅନ୍ଲାଇନ ଅଭିଯୋଗ ବାକ୍ସର ବ୍ୟବସ୍ଥା କରାଯାଇଛି । ନ୍ୟାସନାଲ କମିଶନ ଫର ପ୍ରୋଟେକସ ଅଫ ଚାଇଲ୍ଡ ରାଇଟ (NCPCR)ଶିଶୁ ମାନେ ଅପରାଧ ସମ୍ବନ୍ଧରେ ସିଧାସଳଖ  କମିଶନରଙ୍କୁ ଅଭିଯୋଗ କରିପାରିବେ । ପୋକ୍ସୋ ଆଇନ ୨୦୧୨ ଅନୁଯାୟୀ ଅନ୍ଲାଇନରେ ଅଭିଯୋଗ ଦାଖଲ କରିବା ସହଜ ହେବ ଓ ଦଣ୍ଡବିଧାନ ମଧ୍ୟ ଶୀଘ୍ର ହୋଇ ପାରିବ । ଇ-ବାକ୍ସ କାର୍ଯ୍ୟକାରୀ କରିବା ସହଜ ସାଧ୍ୟ ଓ ଅଭିଯୋଗକାରୀଙ୍କ ନାମ, ଠିକଣା ଗୋପନ ରଖାଯାଏ ।

ଏହା କେମିତି କାର୍ଯ୍ୟ କରେ ?

ପୋକ୍ସୋ ଇ-ବାକ୍ସ ପାଇଁ  click here ଏହି ଲିଙ୍କରେ କ୍ଲିକ କଲେ ସିଧା ସଳଖ ହୋମପେଜ "National Commission for Protection of Child Rights (NCPCR)" ୱେବସାଇଟକୁ ଯିବ । ଯେଉଁଠାରେ ବ୍ୟବହାରକାରୀ ଗୋଟିଏ ବଟନକୁ ଚିପିଲେ ପୋକ୍ସୋ ଇ-ବାକ୍ସରେ ଅଭିଯୋଗ କରିପାରିବେ ।

ଷ୍ଟେପ -୧

ଏହି ପୃଷ୍ଠାରେ ଏକ ଆନିମେସନ ଫିଲ୍ମ ରହିଛି । ଏହି ଫିଲ୍ମରେ NCPCR ଦ୍ଵାରା ପ୍ରସ୍ତୁତ ଏହି  ଆନିମେସନ ଫିଲ୍ମରେ ଦେଖାଯାଇଛି ଯେ ଶିଶୁଟି ସହ ଯାହା ଘଟିଛି, ସେଥିପାଇଁ ସେ ଦାୟୀ ନୁହେଁ, କିମ୍ବା ଏହା ତାର ଦୋଷ ନୁହେଁ ତେଣୁ ଏଥିପାଇଁ ସେ ଲଜିତ ହେବା କି  ନିଜକୁ ଅପରାଧି ମଣିବା ଠିକ୍ ନୁହେଁ । NCPCR ହେଉଛି ତାଙ୍କର ସାଙ୍ଗ ଯିଏ କି ତାଙ୍କୁ ସାହାଯ୍ୟ କରିବା ପାଇଁ ଗଢାହୋଇଛି ।

ଷ୍ଟେପ - ୨

ଏହି ପୃଷ୍ଠାରେ ଶିଶୁଟି ନିଜ ପ୍ରତି ହୋଇଥିବା ଯୌନଶୋଷଣର ଛବି ଉପରେ ସିଲେକ୍ଟ କରିବ ।

ଷ୍ଟେପ – ୩

ପୃଷ୍ଠା ୩ରେ ଥିବା ଫର୍ମକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯିବ ଯେପରି ମୋବାଇଲ ନମ୍ବର, ଇ-ମେଲ ଏବଂ  ଶୋଷଣର ବିବରଣୀ ଇତ୍ୟାଦି ଲେଖି ‘ସବମିଟ ବଟନ’କୁ ଦବାଇବେ । ଅଭିଯୋଗଟି ରେଜିଷ୍ଟ୍ରି ହେଲାପରେ ଆପେ ଆପେ ଗୋଟିଏ ଅଭିଯୋଗ ନମ୍ବରଟିଏ ଆସିଯିବ ।

ପୋକ୍ସୋ ଆଇନ ସମ୍ବନ୍ଧରେ

ଶିଶୁଙ୍କ ବିରୋଧରେ ହୋଇଥିବା ବିଭିନ୍ନ ପ୍ରକାର ଶୋଷଣକୁ ଆଖି ଆଗରେ ରଖି ଭାରତ ସରକାର ୨୦୧୨ରେ ପୋକ୍ସୋ ଆଇନ ପ୍ରଣୟନ କଲେ । ଯୌନ ଶୋଷଣ, ଯୌନ ସମ୍ବନ୍ଧିତ ଚିତ୍ର, ଶିଶୁଙ୍କୁ ସମସ୍ତ କ୍ଷେତ୍ରରେ ଆଇନ ସହାୟତା ଯୋଗାଇବା, ଶିଶୁଙ୍କ ସହ ବନ୍ଧୁତ୍ଵ ପୂର୍ଣ୍ଣ ଭାବରେ ଯୋଗାଯୋଗ ରଖି ଅଭିଯୋଗକୁ ଗ୍ରହଣ କରିବା, ବିଶେଷ କୋର୍ଟ ଦ୍ଵାରା ଅନୁସନ୍ଧାନ କୁ ତ୍ଵରାନିତ୍ଵ କରାଇବା । ପୋକ୍ସୋ ଆଇନରେ ୧୮ବର୍ଷ ପର୍ଯ୍ୟନ୍ତ ଜଣକୁ ଶିଶୁ ବୋଲି ଧରାଯିବ ।

ଆଧାର - "ନ୍ୟାସନାଲ କମିସନ ଫର ଅଫ ଚାଇଲ୍ଡ ରାଇଟ୍ସ (NCPCR)"

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate