অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ସରକାର,ସ୍ଥାନୀୟ କର୍ତ୍ତୃପକ୍ଷ ଓ ମାତାପିତାଙ୍କ କର୍ତ୍ତବ୍ୟ)

ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର – ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ

ଏହି ଆଇନ ଲାଗୁ ହେବାର ୩ ବର୍ଷ ମଧ୍ୟରେ ଏହାର ବିଧିବିଧାନ ଗୁଡିକୁ କାର୍ଯ୍ୟକାରୀ କରିବାକୁ ଉପଯୁକ୍ତ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷ, ଯେଉଁଠାରେ ପ୍ରାଥମିକ ବିଦ୍ୟାଳୟ ନାହିଁ, ସେଠାରେ ବିଦ୍ୟାଳୟ ପ୍ରତିଷ୍ଠା କରିବେ । ଘରଠାରୁ ତେବେ ଦୂରରେ କେଉଁ ପ୍ରକାର ବିଦ୍ୟାଳୟ ପ୍ରତିଷ୍ଠା କରିବେ, ତାହା କରିବେ ।

ଆର୍ଥିକ ଏବଂ ଅନ୍ୟାନ୍ୟ ଦାୟିତ୍ଵ

  1. ଏହି ଆଇନର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠିଯୋଗାଡ ବ୍ୟବସ୍ଥା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ଵ ରହିବ ।
  2. ଆଇନର ବ୍ୟବସ୍ଥାଗୁଡିକର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶର ଅଟକଳ ଓ ଦୈନନ୍ଦିନ ବ୍ୟୟର ଏକ ଅଟକଳ ପ୍ରସ୍ତୁତି କରିବେ ।
  3. ରାଜ୍ୟ ସରକାରଙ୍କ ସହ ପରାମର୍ଶ କ୍ରମେ, ଏହି ଆଇନର ଉପଧାରା (୨) ରେ ପ୍ରଦତ୍ତ ଓ ନିର୍ଦ୍ଧାରିତ ମତେ, ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନାଜନିତ ବ୍ୟୟଭାରର ନିର୍ଦ୍ଦିଷ୍ଟ  ପ୍ରତିଶତ ପରିମାଣର ଅର୍ଥରାଶି ରାଜସ୍ଵ ଅନୁଦାନ ଆକାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।
  4. ସମ୍ବିଧାନ ନିୟମ ୨୮୦ ର ଧାରା-୩ର ଉପଧାରା (ଘ) ଅଧୀନରେ କୌଣସି ରାଜ୍ୟ ସରକାରଙ୍କୁ ଅତିରିକ୍ତ ଆର୍ଥିକ ସମ୍ବଳ ଅନୁଦାନର ଆବଶ୍ୟକତା ସଂପର୍କରେ ପରୀକ୍ଷଣ ପାଇଁ ଜାତୀୟ ଅର୍ଥ ଆୟୋଗଙ୍କୁ ନିର୍ଦେଶ ଦେବା ପାଇଁ କେନ୍ଦ୍ର ସରକାର ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିପାରନ୍ତି,ଯଦ୍ୱାରା ସେହି ରାଜ୍ୟ ସରକାର,ଆଇନର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଜ ଅଂଶ ପାଇଁ ପାଣ୍ଠି ବ୍ୟବସ୍ଥା କରିବେ ।
  5. ଉପଧାରା (୪) ର ବିଧିବ୍ୟବସ୍ଥାକୁ ଖିଲାପ ନ କରି,ରାଜ୍ୟ ସରକାର ଉପଧାରା (୩) ଅନୁସାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନୁଦାନ ଓ ଅତିରିକ୍ତ ସମ୍ବଳ ଓ ଅନ୍ୟାନ୍ୟ ଉତ୍ସରୁ ପ୍ରାପ୍ତ ସମ୍ବଳକୁ ନେଇ ସଂପୃକ୍ତ ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଉତ୍ତରଦାୟୀ ରହିବେ ।

କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ

  1. ଧାରା -୨୯ରେ ନିର୍ଧାରିତ କର୍ତ୍ତୃପକ୍ଷଙ୍କ ସହଯୋଗରେ ଜାତୀୟ ପାଠ୍ୟକ୍ରମର ଏକ ଖସଡା ପ୍ରସ୍ତୁତ କରିବେ ।
  2. ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ମାନକ ପ୍ରସ୍ତୁତି କରି ତାହାକୁ କାର୍ଯ୍ୟକ୍ଷମ କରିବେ ।
  3. ଗବେଷଣା,ଯୋଜନାପ୍ରସ୍ତୁତି,ସାମର୍ଥ୍ୟ ଗଠନ ଓ ନୂତନତ୍ଵ ଆଣିବା ପାଇଁ ବୈଷୟିକ ଓ ସମ୍ବଳ ସହାୟତା ରାଜ୍ୟ ସରକାରଙ୍କୁ ଯୋଗାଇ ଦେବେ ।

ସରକାରଙ୍କ କର୍ତ୍ତବ୍ୟ

  1. ସବୁ ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିବେ :
  2. ଏଥିପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ,ମାଲିକାନାରେ ଚାଳିତ,ନିୟନ୍ତ୍ରିତ କିମ୍ବା ଆର୍ଥିକ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟରେ ଯଦି ଶିଶୁ ପଢୁଥାଏ ବା ଅଭିଭାବକ ପଢାଉଥାନ୍ତି,ତେବେ ସରକାରଙ୍କ ପ୍ରଣୀତ ‘ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ ‘ଅନୁଯାୟୀ ସେହି ବିଦ୍ୟାଳୟରୁ ସେହି ଶିଶୁ ବା ତା’ର ଅଭିଭାବକ କୌଣସି ପ୍ରକାର ଆର୍ଥିକ ସହଯୋଗ ବା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଦାବୀ କରିପାରିବେ ନାହିଁ ।

    ବ୍ୟାଖ୍ୟା :- ‘ ବାଧ୍ୟତାମୂଳକ ଶିକ୍ଷା ‘ର ଅର୍ଥ ହେଉଛି ନିମ୍ନଲିଖିତ ନିୟମଗୁଡିକ ପ୍ରତି ସରକାରଙ୍କର ଦାୟିତ୍ଵବଦ୍ଧତା ।

    • ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କୁ ମାଗଣା ପ୍ରାଥମିକ ଶିକ୍ଷା ଯୋଗାଇବା ; ବା
    • ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କର ବିଦ୍ୟାଳୟରେ ନାମଲେଖା, ଉପସ୍ଥାନ  ଓ ପ୍ରାଥମିକ ଶିକ୍ଷା ସମାପ୍ତି ନିଶ୍ଚିତ  କରିବା ।
  3. ଆଇନର ଧାରା ୬ ମତେ ଶିଶୁର ଘରପାଖରେ ବିଦ୍ୟାଳୟ ବ୍ୟବସ୍ଥା ନିଶ୍ଚିତ କରାଇବେ ।
  4. ଦୁର୍ବଳ ଶ୍ରେଣୀର ଶିଶୁ ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର ଶିଶୁମାନେ ବିଦ୍ୟାଳୟରେ ଯେପରି କୌଣସି ବାଛବିଚାରର ଶିକାର ନହେବେ ଏବଂ ବାଧାମୁକ୍ତ ଭାବେ ପ୍ରାଥମିକ ଶିକ୍ଷା ଶେଷ କରିବେ,ତାହାକୁ ନିଶ୍ଚିତ କରିବେ ।
  5. ବିଦ୍ୟାଳୟ ଗୃହ,ଶିକ୍ଷା ଓ ଶିକ୍ଷଣ ସାମଗ୍ରୀ ସମେତ ଆନୁଷଙ୍ଗିକ ଉତ୍ତମ ଭିତ୍ତିଭୂମି ଯୋଗାଇ ଦେବା ।
  6. ଧାରା-୪ ମତେ ସ୍ଵତନ୍ତ୍ର ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେବା
  7. ପ୍ରାଥମିକ ଶିକ୍ଷା ଅନୁସୂଚୀ ମତେ ଗୁଣାତ୍ଜକ ମାନର ପ୍ରାଥମିକ ଶିକ୍ଷା ପ୍ରଦାନକୁ ନିଶ୍ଚିତ କରିବା
  8. ପ୍ରାଥମିକ ଶିକ୍ଷା ନିମନ୍ତେ ଯଥାସମୟରେ ପାଠ୍ୟଖସଡା ସଂପୂର୍ଣ୍ଣ କରିବା ଓ ଶିକ୍ଷାର ବିଷୟ ନିର୍ଧାରଣ କରିବା ।
  9. ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେବା ।

ସ୍ଥାନୀୟ କର୍ତ୍ତୃପକ୍ଷ

  1. ପ୍ରତ୍ୟେକ ଶିଶୁକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ,ମାଲିକାନାରେ ଚାଳିତ,ନିୟନ୍ତ୍ରିତ କିମ୍ବା ଆର୍ଥିକ ସାହାଯ୍ୟପ୍ରାପ୍ତ କୌଣସି ବିଦ୍ୟାଳୟ ଭିନ୍ନ ଅନ୍ୟ କୌଣସି ବିଦ୍ୟାଳୟରେ ଶିଶୁ ପଢୁଥିଲେ,ସେହି ଶିଶୁ ବା ଅଭିବାବକ ଏହି ସରକାରୀ ‘ମାଗଣା’ ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ’ ଅନୁଯାୟୀ କୌଣସି ପ୍ରକାର ଆର୍ଥିକ ସହଯୋଗ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଦାବି କରିପାରିବେ ନାହିଁ।
  2. ଧାରା – ୬ ମତେ ବସତିର ଆଖପାଖରେ ଗୋଟିଏ ବିଦ୍ୟାଳୟ ବ୍ୟବସ୍ଥା କରିବେ ।
  3. ଦୁର୍ବଳ ଶ୍ରେଣୀର ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର କୌଣସି ଶିଶୁ ଯେପରି ପ୍ରାଥମିକ ବିଦ୍ୟାଳୟରେ ଭେଦଭାବର ଶିକାର ନହୋଇ ବାଧାମୁକ୍ତ ଭାବେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରିବେ, ତାହା ସୁନିଶ୍ଚିତ କରାଇବେ ।
  4. ବିଦ୍ୟାଳୟର ଆଖପାଖ ଅଞ୍ଚଳରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ଶିଶୁଙ୍କର ‘ସାମୁଦାୟକ ବିବରଣୀ’ ଲିପିବଦ୍ଧ କରିବେ।
  5. ବିଦ୍ୟାଳୟ ଆଖପାଖ ଅଞ୍ଚଳରେ ରହୁଥିବା ସବୁ ଶିଶୁ ଯେପରି ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବେ, ଶ୍ରେଣୀରେ ନିୟମିତ ଉପସ୍ଥିତ ରହିବେ; ଏବଂ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରିବେ ,ତାହା ସୁନିଶ୍ଚିତ କରାଇବେ ।
  6. ବିଦ୍ୟାଳୟ ଗୃହ , ଶିକ୍ଷକ,କର୍ମଚାରୀ ଓ ଶିକ୍ଷଣସାମଗ୍ରୀ ସମେତ ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବ୍ୟବସ୍ଥା କରିବେ ।
  7. ଧାରା-୪ ଅନୁଯାୟୀ ସ୍ଵତନ୍ତ୍ର ପ୍ରଶିକ୍ଷଣର ସୁବିଧା ଯୋଗାଇବେ ।
  8. ଉପଯୁକ୍ତ ଗୁଣାତ୍ଜକ ପ୍ରାଥମିକ ଶିକ୍ଷା ପ୍ରଦାନ ହେଉଥିବା ନିଶ୍ଚିତ କରାଇବେ ।
  9. ଠିକ୍ ସମୟରେ ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ଶିକ୍ଷାର ବିଷୟବସ୍ତୁ ଧାର୍ଯ ହେଉଥିବା ସଂକ୍ରାନ୍ତେ ନିଶ୍ଚିତ ହେବେ ।
  10. ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣର ସୁବିଧା କରିବେ ।
  11. ଜୀବିକା ପାଇଁ ଦେଶାନ୍ତର ହେଉଥିବା ପରିବାରର ଶିଶୁମାନଙ୍କର ବିଦ୍ୟାଳୟରେ ନାମଲେଖାକୁ ନିଶ୍ଚିତ କରିବେ ।
  12. ଆଖପାଖ ଅଞ୍ଚଳର ବିଦ୍ୟାଳୟଗୁଡିକର କାର୍ଯ୍ୟ ପର୍ଯବେକ୍ଷଣ କରିବେ ,ଏବଂ
  13. ଶିକ୍ଷାପ୍ରଦାନର ଦିନପଞ୍ଜିକା ସ୍ଥିର କରିବେ ।

ଆଖପାଖ ବିଦ୍ୟାଳୟରେ ନିଜର ଝିଅପୁଅ ବା ପାଳିତ ଝିଅପୁଅ ଯେପରି ନାମଲେଖାଇ ପ୍ରାଥମିକ ଶିକ୍ଷା ପାଇବେ, ତାହା ସବୁ ମାଆବାପା, ଅଭିଭାବକଙ୍କର ଦାୟିତ୍ଵ । ୩ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ଯତ୍ନ ଓ ଶିକ୍ଷା ଯୋଗାଇ ଦେବା ନିମନ୍ତେ ଉପଯୁକ୍ତ ସରକାର ଶିଶୁମାନଙ୍କ ପାଇଁ ମାଗଣା  ପ୍ରାକ୍  ବିଦ୍ୟାଳୟ ଶିକ୍ଷା ଯୋଗାଇବାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ।

ଆଧାର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 6/14/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate