ଆନ୍ତର୍ଜାତୀୟ ଆଇନଗତ ବ୍ୟବସ୍ଥା ଆନ୍ତର୍ଜାତିକ ଆଇନ ଅନୁସାରେ ଗୋଟିଏ ପିଲାର ଅର୍ଥ ହେଲା ଯ଼େ ପ୍ରତ୍ୟେକ ମଣିଷ ଯ଼ାହାର ବୟସ ୧୮ ବର୍ଷରୁ କମ୍ ହୋଇଥିବ । ଏହା ହେଉଛି ସମଗ୍ର ବିଶ୍ଵରେ ସ୍ଵୀକାର କରାଯ଼ାଇଥିବା ସଂଜ୍ଞା. ଓ ୟୁନାଇଟେଡ ନେଶନ୍ସ କନଭେନସନ ଅନ ହ୍ଯୁମାନ ରାଇଟ୍ସ (ୟୁଏନସିଆରସି) ଦ୍ଵାରା ଏହା ପ୍ରଣୟନ ହୋଇଛି। ତଥା ଅଧିକାଂଶ ଦେଶ ଦ୍ଵାରା ଏହି ଆନ୍ତର୍ଜାତିକ ଆଇନଗତ ଇନଷ୍ଟ୍ରୁମେଣ୍ଟକୁ ସ୍ଵୀକାର କରାଯ଼ାଇଛି। ଭାରତ ସର୍ବଦା ୧୮ ବର୍ଷରୁ କମ୍ ଆୟୁ ବର୍ଗର ଲୋକଙ୍କୁ ଏକ ନିଶ୍ଚିତ ଆଇନଗତ ଏକକ ଭାବେ ମାନ୍ୟତା ଦେଇ ଆସିଛି । ତେଣୁ ଲୋକ ମାନେ ୧୮ ବର୍ଷ ହେଲେ ମତଦାନ କରି ପାରିବେ ଓ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରି ପାରିବେ ବାଲ୍ୟବିବାହ ନିରୋଧ ଆଇନ ୧୯୨୯ ଅନୁସାରେ ୧୮ ବର୍ଷରୁ କମ ଝିଅ ଓ ୨୧ ବର୍ଷରୁ କମ ପୁଅର ବାହାଘର ମନା। ୧୯୯୨ ରେ ଯୁଏନସିଆରସିରେ ଅନୁମୋଦନ ପରେ ଭାରତ ତାର ଜୁଭେନାଇଲ ଜଷ୍ଟିସ ଆଇନରେ ପରିବର୍ତ୍ତନ କରି ସୁନିଶ୍ଚିତ କରିଛି ଯ଼େ ୧୮ ବର୍ଷରୁ କମ୍ ପ୍ରତ୍ୟେକ ବ୍ୟକ୍ତି ଯ଼ିଏ ଦେଖାଶୁଣା ଆବଶ୍ୟକ କରେ, ସରକାରଙ୍କ ଠାରୁ ଏହା ପାଇବାକୁ ଯୋଗ୍ୟ । ତେବେ ଅନ୍ୟ କେତେକ ଆଇନରେ ପିଲା ମାନଙ୍କୁ ବିଭିନ୍ନ ପ୍ରକାରେ ସଂଜ୍ଞାକୃତ କରାଯ଼ାଇଛି, ଓ ଯୁଏନସିଆରସି ସହିତ ସମାନତା ଅଣାଯ଼ାଇ ପାରି ନାହିଁ. ଯ଼େପରିକି ପୂର୍ବରୁ କୁହାଯ଼ାଇଛି ଯ଼େ ଝିଅ ମାନଙ୍କର ପରିପକ୍ଵତା ପାଇଁ ବୟସ ୧୮ ବର୍ଷ ହୋଇଥିବା ବେଳେ ପୁଅ ମାନଙ୍କ ପାଇଁ ଏହା ୨୧ ବର୍ଷ ରହିଛି । ଏହାର ଅର୍ଥ ହେଲା ଯ଼େ ଆପଣଙ୍କ ସହର/ ଗାଁ /ମହାନଗରରେ ରହୁଥିବା ୧୮ ବର୍ଷରୁ କମ୍ ସମସ୍ତ ବ୍ୟକ୍ତିଙ୍କୁ ପିଲା ବୋଲି ଧରାଯ଼ିବ ଓ ସେମାନେ ଆପଣଙ୍କର ସହାୟତା ଓ ସମର୍ଥନ ଆବଶ୍ୟକ କରନ୍ତି । ବ୍ୟକ୍ତିକୁ କଣ ପିଲା କରେ, ବ୍ୟକ୍ତିର ବୟସ.ଯ଼ଦି କେହି ବ୍ୟକ୍ତିର ବୟସ ୧୮ ବର୍ଷରୁ କମ୍ ଓ ତାର ନିଜର ପିଲା ପିଲି ଅଛନ୍ତି ତେବେ ସେ ମଧ୍ୟ ଆନ୍ତର୍ଜାତିକ ଷ୍ଟାଣ୍ଡାର୍ଡ ଅନୁସାରେ ପିଲା ବୋଲି ଧରାଯ଼ିବ । ମୁଖ୍ୟ ପ୍ରସଙ୍ଗ ୧୮ ବର୍ଷରୁ କମ୍ ସମସ୍ତ ବ୍ୟକ୍ତି ହେଉଛନ୍ତି ପିଲା । ବାଲ୍ୟାବସ୍ଥା ହେଉଛି ଏକ ପ୍ରକ୍ରିୟl ଯ଼ାହା ଦେଇ ପ୍ରତ୍ୟେକ ବ୍ୟକ୍ତିଗତି କରେ । ବାଲ୍ୟାବସ୍ଥାରେ ପିଲା ମାନଙ୍କର ଅଲଗା ଅଲଗା ଅଭିଜ୍ଞତା ରହିଥାଏ। ସମସ୍ତ ପିଲା ମାନେ ଶୋଷଣ ଓ ଦୁର୍ବ୍ୟବହାର ବିପକ୍ଷରେ ସଂରକ୍ଷଣ ଆବଶ୍ୟକ କରନ୍ତି । ପିଲାମାନେ ବିଶେଷ ଧ୍ୟାନ ଆବଶ୍ୟକ ପିଲା ମାନେ ପ୍ରାପ୍ତ ବୟସ୍କଙ୍କ ତୁଳନାରେ ଅଧିକ ଦୁର୍ବଳ। ତେଣୁ ସରକାର ଓ ସମାଜର କାମ କରିବା ବା ନ କରିବାବ ଦ୍ଵାରା ଅନ୍ୟ କୌଣସି ଆୟୁବର୍ଗ ତୁଳନାରେ ସେମାନେ ଅଧିକ ପ୍ରଭାବିତ ହୁଅନ୍ତି । ଆମ ସମାଜ ସହିତ ଅନେକ ସମାଜରେ ଏପରି ମତ ରହିଛି ଯ଼େ ପିଲା ମାନେ ତାଙ୍କର ଅଭିଭାବକ ମାନଙ୍କର ସମ୍ପତ୍ତି ଓ ସେମାନେ ପ୍ରାପ୍ତ ବୟସ୍କ ହେବାକୁ ଯ଼ାଉଛନ୍ତି ତଥା ସମାଜ ପ୍ରତି ସେମାନେ ବର୍ତ୍ତମାନ ଯ଼ୋଗଦାନ କରିବାକୁ ପ୍ରସ୍ତୁତ ନାହାଁନ୍ତି । ପିଲା ମାନଙ୍କ ନିଜର ମନ ରହିଛି,ସେମାନେ ନିଜର ମତ ଦେଇ ପାରିବେ ବିକଳ୍ପ ବାଛିବାର ତାଙ୍କର ସମର୍ଥ ରହିଛି, ନିଷ୍ପତ୍ତି ଗ୍ରହଣ କରିବାର ତାଙ୍କର କ୍ଷମତା ରହିଛି , ପିଲାମାନଙ୍କୁ ଏପରି ଭାବେ ମନେ କରାଯ଼ାଏ ନାହିଁ । ପ୍ରାପ୍ତ ବୟସ୍କଙ୍କ ଦ୍ଵାରା ତାଙ୍କର ଜୀବନ ମାର୍ଗଦର୍ଶନ କରାଯ଼ାଉ ନାହିଁ ବରଂ ତାଙ୍କ ଜୀବନ ସମ୍ପର୍କରେ ନିଷ୍ପତ୍ତି ନିଆଯ଼ାଉଛି । ପିଲା ମାନଙ୍କର ମତଦାନର ଅଧିକାର ନାହିଁ ବା ସେମାନେ ରାଜନୀତିକୁ ପ୍ରଭାବିତ କରି ପାରିବେ ନାହିଁ ବା ସେମାନଙ୍କର ଆର୍ଥିକ କ୍ଷମତା ମଧ୍ୟ ନାହିଁ । ତେଣୁ ପ୍ରାୟତଃ ତାଙ୍କ କଥା ଶୁଣାଯ଼ାଏ ନାହିଁ। ପିଲା ମାନେ ବିଶେଷ ଭାବେ ଦୁର୍ବ୍ୟବହାର ଓ ଶୋଷଣର ଶୀକାର ହୁଅନ୍ତି । ପିଲାମାନଙ୍କର ଅଧିକାର ଦେଶରେ ଥିବା ଆଇନ ଓ ଆମେ ଅନୁମୋଦନ କରି ସ୍ଵୀକାର କରିଥିବା ବିଭିନ୍ନ ଆନ୍ତର୍ଜାତିକ ଆଇନଗତ ବ୍ୟବସ୍ଥା ଅନୁଯ଼ାଯୀ ୧୮ ବର୍ଷରୁ ପିଲା ମାନେ ସେମାନଙ୍କର ଅଧିକାର ପାଇବାକୁ ହକଦାର । ଭାରତର ସମ୍ବିଧାନ ସମସ୍ତ ପିଲା ମାନଙ୍କୁ କିଛି ଅଧିକାର ପ୍ରଦାନ କରିଛି, ଯ଼ାହା ସ୍ଵତନ୍ତ୍ର ଭାବେ ତାଙ୍କ ପାଇଁ ସାମିଲ କରାଯ଼ାଇଛି । ଏଗୁଡିକ ମଧ୍ୟରେ। ୬ ରୁ ୧୪ ବର୍ଷ ମଧ୍ୟରେ ସମସ୍ତ ପିଲାଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାର ଅଧିକାର ( ଆର୍ଟିକଲ ୨୧ ଏ)। ୧୪ ବର୍ଷ ପର୍ଯ୍ୟନ୍ତ ବିପଜ୍ଜନକ ସ୍ଥାନରେ ନିଯ଼ୁକ୍ତିରୁ ରକ୍ଷା ପାଇବାର ଅଧିକାର (ଆର୍ଟିକଲ ୨୪)। ଖରାପ ବ୍ୟବହାରର ସମ୍ମୁଖୀନ ହେବା ତଥା ଆର୍ଥିକ ଆବଶ୍ୟକତା କାରଣରୁ ତାର ବୟସ କିମ୍ବା ଶକ୍ତି ଅନୁସାରେ ଅନୁପଯୁକ୍ତ କାମରେ ପ୍ରବେଶରୁ ରକ୍ଷା ପାଇବାର ଅଧିକାର (ଆର୍ଟିକଲ ୩୯ ଇ) । ସ୍ଵସ୍ଥ ପରିବେଶ ବିକଶିତ କରିବା ପାଇଁ, ସ୍ଵାଧୀନତା ଓ ମର୍ଯ଼ାଦାର ସ୍ଥିତି ଉତ୍ପନ୍ନ କରିବାକୁ ଅଧିକାର ଏବଂ ବାଲ୍ୟାବସ୍ଥା ଓ ଯ଼ୁବକଙ୍କ ଶୋଷଣ ବିରଦ୍ଧରେ ନୈତିକ ଓ ବସ୍ତୁବାଦୀ ସଂରକ୍ଷଣର ଅଧିକାର ( ଆର୍ଟିକଲ ୩୯ ଏଫ) । ଏହା ବ୍ୟତୀତ ଭାରତର ନାଗରିକ ଭାବେ ଯ଼େପରି ଅନ୍ୟ କୌଣସି ପୁରୁଷ ବା ମହିଳାଙ୍କ ପରି ଅଧିକାର ରହିଛି। ସମାନତାର ଅଧିକାର (ଆର୍ଟିକଲ ୧୪) । ଭେଦଭାବ ବିରୁଦ୍ଧରେ ଅଧିକାର (ଆର୍ଟିକଲ ୧୫) । ବ୍ୟକ୍ତିଗତ ସମ୍ପତ୍ତି ଓ ଆଇନର ଠିକ ପ୍ରକ୍ରିଯାର ଅଧିକାର (ଆର୍ଟିକଲ ୨୧) । ଚାଲାଣ ଓ ଗୋତିଶ୍ରମିକ ହେବା ପାଇଁ ବାଧ୍ୟ କରାଯ଼ିବାରୁ ରକ୍ଷା ପାଇବାର ଅଧିକାର (ଆର୍ଟିକଲ ୨୩)। ସମାଜର ଦୁର୍ବଳ ବର୍ଗର ଲୋକ ମାନଙ୍କର ସାମାଜିକ ଅନ୍ୟାୟ ଓ ସମସ୍ତ ପ୍ରକାରର ଶୋଷଣରୁ ରକ୍ଷା ପାଇବାର ଅଧିକାର (ଆର୍ଟିକଲ ୪୬) । ରାଜ୍ୟ ଦାୟିତ୍ଵ । ମହିଳା ଓ ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଉଚିତ (ଆର୍ଟିକଲ ୧୪) (ଆର୍ଟିକଲ ୧୫(୩)। ସଂଖ୍ୟାଲଘୁ ମାନଙ୍କର ସ୍ଵାର୍ଥ ରକ୍ଷା କରିବା ଉଚିତ (ଆର୍ଟିକଲ ୨୯) । ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କ ଶିକ୍ଷାଗତ ସ୍ଵାର୍ଥର ରକ୍ଷା କରିବା ଉଚିତ . (ଆର୍ଟିକଲ ୪୬) । ସର୍ବଜନିକ ସ୍ଵାର୍ଥରେ ସୁଧାର ତଥା ଲୋକ ମାନଙ୍କର ପୋଷଣ ଓ ଜୀବନ ଧାରଣର ମାନରେ ବୃଦ୍ଧି କରିବା ଉଚିତ(ଆର୍ଟିକଲ ୪୭) । ସମ୍ବିଧାନ ବ୍ୟତୀତ ଏପରି ଅନେକ ଆଇନ ରହିଛି ଯ଼ାହା ସ୍ଵତନ୍ତ୍ର ଭାବେ ପିଲା ମାନଙ୍କ ପାଇଁ ଲାଗୁ ହୁଏ । ଦାୟୀତ୍ଵବାନ ନାଗରିକ ଓ ଶିକ୍ଷକ ହିସାବରେ ଆପଣଙ୍କୁ ପରାମର୍ଶ ଦିଆଯ଼ାଉଛି । ଯ଼େ ଆପଣ ଏହି ଆଇନ ଗୁଡିକ ସମ୍ପର୍କରେ ଜାଣିବା ସହ ଏହାର ଗୁରୁତ୍ଵ ସମ୍ପର୍କରେ ଜାଣନ୍ତୁ । ଏହି ବୁକଲେଟର ବିଭିନ୍ନ ସେକ୍ସନରେ ଏ ସମ୍ପର୍କରେ ସୂଚନା ଦିଆଯ଼ାଇଛି । ମିଳିତ ଜାତିସଂଘର ସମ୍ମିଳନୀ ପିଲା ମାନଙ୍କ ସମ୍ପର୍କରେ ଥିବା ଆନ୍ତର୍ଜାତିକ ଆଇନ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପିଲା ମାନଙ୍କର ଅଧିକାର ସମ୍ପର୍କରେ ମିଳିତ ଜାତିସଂଘର କନଭେନସନ, ଏହାକୁ ଲୋକପ୍ରିୟ ଭାବେ ସିଆରସି ବୋଲି କୁହାଯ଼ାଏ । ଭାରତର ସମ୍ବିଧାନ ଓ ଆଇନ ସହ ଏହି କନଭେନସନ ମିଶି ପିଲା ମାନଙ୍କର ଅଧିକାର କଣ ରହିବ ତାହା ସ୍ଥିର କରାଯ଼ାଏ. ପିଲା ମାନଙ୍କର ଅଧିକାର ସମ୍ପର୍କରେ ମିଳିତ ଜାତିସଂଘର କନଭେନସନଟି କଣ ବୟସ ନିର୍ବିଶେଷରେ ସମସ୍ତ ନାଗରିକ ମାନଙ୍କର, ପିଲା ମାନଙ୍କର ମଧ୍ୟ ମାନବିକ ଅଧିକାର ରହିଛି । ତେବେ ସେମାନଙ୍କର ବିଶେଷ ମାନ୍ୟତା ଥିବା କାରଣରୁ ପିଲା ମାନଙ୍କୁ ପ୍ରାପ୍ତ ପିଲା ମାନଙ୍କର ମଧ୍ୟ କିଛି ବିଶେଷ ଅଧିକାର ରହିଛି । ଏହାକୁ ପିଲା ମାନଙ୍କର ଅଧିକାର ବୋଲି କୁହାଯ଼ାଏ ଓ ଏହାକୁ ପିଲା ମାନଙ୍କର ଅଧିକାର ସମ୍ପର୍କରେ ମିଳିତ ଜାତିସଂଘର କନଭେନସନ (ସିଆରସି)ରେ ଘୋଷଣା କରାଯ଼ାଇଛି । ପିଲା ମାନଙ୍କର ଅଧିକାର ସମ୍ପର୍କରେ ମିଳିତ ଜାତିସଂଘର କନଭେନସନ (ସିଆରସି)ରେ ଥିବା ଗୁରୁତ୍ଵପୂର୍ଣ୍ଣ ତଥ୍ୟ ୧୮ ବର୍ଷରୁ କମ୍ ବାଳକ ଓ ବାଳିକା ଉଭୟଙ୍କ ପ୍ରତି ଲାଗୁ ହୋଇଥାଏ ଓ ସେମାନେ ଯ଼ଦି ବିବାହ କରିଥାନ୍ତି, ଓ ତାଙ୍କର ପିଲାପିଲି ଥାଆନ୍ତି ତେବେ ମଧ୍ୟଏହା ଲାଗୁ ହୋଇଥାଏ । ପିଲାମାନଙ୍କର ସବୁଠାରୁ ଭଲ ସ୍ଵାର୍ଥରେ, ଭେଦଭାବ ବିହୀନତା ଏବଂ ପିଲାମାନଙ୍କ ସମ୍ପର୍କରେ ସମ୍ମାନସ୍ପଦ ବିଚାର ଆଦି ସିଦ୍ଧାନ୍ତ ଉପରେ ଏହି କନଭେନସନ ପରିଚାଳିତ। ଏହା ପରିବାର ଉପରେ ବିଶେଷ ଭାବେ ଗୁରୁତ୍ଵ ଦିଏ ତଥା ପିଲା ମାନଙ୍କର ସ୍ଵସ୍ଥ ବିକାଶ ପାଇଁ ଆବଶ୍ୟକ ପରିବେଶ ତିଆରି ଆବଶ୍ୟକତା ଉପରେ ଜୋର ଦିଏ । ଏହାସମାଜରେ ପିଲା ମାନଙ୍କ ପ୍ରତି ନିରପେକ୍ଷ ଓ ସମାନ ବ୍ୟବହାର କିପରି କରାଯ଼ିବ ତାହାକୁ ସୁନିଶ୍ଚିତ କରିବା ଓ ସମ୍ମାନ ଦେବାକୁ ସରକାରଙ୍କୁ କହିଥାଏ.। ବଂଚି ରହିବା ସଂରକ୍ଷଣ ବିକାଶ ଭାଗିଦାରିତା ବଞ୍ଚି ରହିବାର ଅଧିକାରରେ ନିମ୍ନ ଲିଖିତ ଅଧିକାରସାମିଲ ରହିଛି ଜୀବନର ଅଧିକାର । ସ୍ଵାସ୍ଥ୍ୟର ସର୍ବୋଚ୍ଚ ମାନ । ପୋଷଣ । ଜୀବନ ଧାରଣର ପର୍ଯ୍ୟାପ୍ତ ମାନ । ଏକ ନାମ ଓ ଜାତୀୟତା । ବିକାଶର ଅଧିକାରରେ ନିମ୍ନ ଲିଖିତ କଥା ସାମିଲ ରହିଛି ଶିକ୍ଷାର ଅଧିକାର । ବାଲ୍ୟାବସ୍ଥା ଦେଖାଶୁଣା ଓ ବିକାଶକୁ ସମର୍ଥନ କରିବା । ସାମାଜିକ ସୁରକ୍ଷା . ଅବସର ବିନୋଦନ ଓ ସାଂସ୍କୃତିକ ଗତିବିଧିର ଅଧିକାର । ସଂରକ୍ଷଣର ଅଧିକାରରେ ସାମିଲ ରହିଛି । ସମସ୍ତ ପ୍ରକାରର ଶୋଷଣ । ସମସ୍ତ ପ୍ରକାରର ଦୁର୍ବବ୍ୟବହାର । ଅମାନବିକ ବା ଖରାପ ବ୍ୟବହାର । ଅବହେଳା । ଜରୁରୀକାଳୀନ ସ୍ଥିତି, ସଶସ୍ତ୍ର ବିବାଦ, ଭିନ୍ନକ୍ଷମତା ଆଦି ବିଶେଷ ପରିସ୍ଥିତି ସ୍ଵତନ୍ତ୍ର ସଂରକ୍ଷଣ । ଭାଗୀଦାରିତାର ଅଧିକାର ରେ ନିମ୍ନ ଲିଖିତ କଥା ସାମିଲ ରହିଛି । ପିଲା ମାନଙ୍କର ବିଚାରର ସମ୍ମାନ । ଅଭିବ୍ୟକ୍ତିର ସ୍ଵତନ୍ତ୍ରତା । ସଠିକ ସୂଚନା ପ୍ରାପ୍ତ କରିବାର ଅଧିକାର । ବିଚାର, ବିବେକ ଓ ଧର୍ମର ଅଧିକାର । ପ୍ରତ୍ୟେକ ଅଧିକାର ଅନ୍ୟ ସହ ନିର୍ଭରଶୀଳ ଓ ଅବିଭାଜ୍ୟ। ତେବେ ସେମାନଙ୍କର ପ୍ରକୃତି କାରଣରୁ ସମସ୍ତ ଅଧିକାରକୁ ନିମ୍ନ ଆଧାରରେ ବିଭାଜିତ କରାଯ଼ାଇ ପାରେ । ତତକ୍ଷଣାତ ଅଧିକାର ( ନାଗରିକ ଓ ରାଜନୀତିକ ଅଧିକାର) ଏହା ମଧ୍ୟରେ ଏପରି ଜିନିଷ ରହିଛି ଯ଼େପରି ଭେଦଭାବ, ଦଣ୍ଡ, ଆପରାଧିକ ମାମଲାରେ ନିଷ୍ପକ୍ଷ ଶୁଣାଣୀର ଅଧିକାର ଏବଂ କିଶୋର ମାନଙ୍କ ପାଇଁ ନ୍ୟାୟ ହେତୁ ଅଲଗା ପ୍ରଣାଳୀ, ଜୀବନର ଅଧିକାର, ଜାତୀୟତା ଅଧିକାର , ପରିବାର ସହ ପୁଣି ଏକାଠି ହେବାର ଅଧିକାର । ଅନେକ ସଂରକ୍ଷଣ ଅଧିକାର ତତକ୍ଷଣାତ ଅଧିକାର ଶ୍ରେଣୀରେ ଆସେ ତେଣୁ ତତକ୍ଷଣାତ ଧ୍ୟାନ ଦେବା ଓ ହସ୍ତକ୍ଷେପ କରିବାକୁ ଏହା ଦାବି କରିଥାଏ।ପ୍ରଗତିଶୀଳ ଅଧିକାର ( ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର) ଯ଼ାହା ମଧ୍ୟରେ ରହିଛି । ସ୍ୱାସ୍ଥ୍ୟ ଶିକ୍ଷା ଓ ଅନ୍ୟ ଅଧିକାର ଯ଼ାହା ପ୍ରଥମ ଶ୍ରେଣୀରେ ଆସେ ନାହିଁ । ଏଗୁଡିକ ଆର୍ଟିକଲ ୪ ଅଧୀନରେ ଥିବା ସିଆରସିରେ ଉଲ୍ଲେଖ କରାଯ଼ାଇଛି, ଯ଼େଉଁଥିରେ କୁହାଯ଼ାଇଛି ଯ଼େ ,ଆର୍ଥିକ, ସାମାଜିକ ଓ ସାଂସ୍କୃତିତ ଅଧିକାର ସମ୍ପର୍କରେ ରାଜ୍ୟ ପାର୍ଟୀ ମାନେ ସେମାନଙ୍କର ଉପଲବ୍ଧ ସମ୍ବଳର ସର୍ବାଧିକ ସ୍ତର ପର୍ଯ୍ୟନ୍ତ ଏପରି ପଦକ୍ଷେପ ନେବେ ଏବଂ ଯେଉଁଠାରେ ଆବଶ୍ୟକ ଆନ୍ତର୍ଜାତିକ ସହଯ଼ୋଗର ଫ୍ରେମବର୍କ ମଧ୍ୟରେ ପଦକ୍ଷେପ ନେବେ । ପିଲା ମାନେ ବଡ ହେବା ସହିତ ସେମାନଙ୍କ ମଧ୍ୟରେ ଅନେକ ସାମର୍ଥ ବିକଶିତ ହୋଇଥାଏ ତଥା ପରିପକ୍ଵତା ବଢିଥାଏ । ଏହାର ଅର୍ଥ ଏଇଆ ନୁହେଁ ଯ଼େ ଯ଼େତେବେଳେ ସେମାନେ ୧୫ ରୁ ୧୬ ବର୍ଷ ମଧ୍ୟରେ ହୋଇଥାନ୍ତି । ସେତେବେଳେ ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତା ନଥାଏ। ତେବେ ଗୋଷ୍ଠୀର ଲୋକମାନେ ସେମାନଙ୍କର ପରିପକ୍ଵତା ହୋଇଯ଼ାଇଥିବା ଭାବିବା କାରଣରୁ ସେମାନଙ୍କୁ ସଂରକ୍ଷଣ କମ କରିବା ଉଚିତ ନୁହେଁ । ସେମାନେ ସର୍ବଶ୍ରେଷ୍ଠ ସଂରକ୍ଷଣ,ସୁଯ଼ୋଗ ପ୍ରଦାନ କରାଯ଼ିବା ଉଚିତ ଯ଼ାହା ଦ୍ଵାରା ସେମାନେ ପ୍ରାପ୍ତ ବୟସ୍କ ହେବାର ଯ଼ାତ୍ରାକୁ ସଠିକ୍ ଭାବେ ଆରମ୍ଭ କରାଯ଼ିବା ସୁନିଶ୍ଟିତ କରାଯ଼ାଇ ପାରିବ। ଆଧାର - କ୍ଲାପ