অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷା

  • ଶିକ୍ଷା  ବିଲ -୨୦୦୯

    ଶିକ୍ଷା ବିଲ -୨୦୦୯

    ୬ରୁ ୧୪ ବର୍ଷ ବୟସବର୍ଗ ର ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିବାକୁ ଶିକ୍ଷାବିଲ ୨୦୦୯ ପ୍ରଣୟନ କରାଯାଇଛି । ଶିକ୍ଷା ଓ ସଚେତନତା ଅଭାବରୁ ସଂଖ୍ୟାଧିକ ଅଧିବାସୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଅନଭିଜ୍ଞ ରହନ୍ତି ଓ ସେଗୁଡିକ ସଫଳ ପାଇପାରନ୍ତି ନାହିଁ । ସେମାନଙ୍କୁ ଶିକ୍ଷାର ଆଲୋକ ଦ୍ଵାରା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷା ବିଲ ୨୦୦୯ ଏକ ବଳିଷ୍ଠ ପଦକ୍ଷେପ ।

  • ବାଳିକା ଶିକ୍ଷା

    ବାଳିକା ଶିକ୍ଷା

    ‘ମା ଟିଏ ଶିକ୍ଷିତ ହେଲେ ସାରା ପରିବାର ଶିକ୍ଷିତ ହୋଇଯାଏ ‘ ସେହି ଦୃଷ୍ଟିରୁ ଆଜି ବାଳିକା ମାନଙ୍କର ଶିକ୍ଷାକୁ ବେଶି ଗୁରୁତ୍ଵ ଦିଆଯାଉଛି । ସହରାଞ୍ଚଳଠାରୁ ଦୂର ଦୂରନ୍ତ ଆଧିବାସୀ ଅଧୁସିତ ଅଞ୍ଚଳ ରେ ମଧ୍ୟ ସରକାରୀ ବାଳିକା ବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି , ଯେଉଁ ଥିରେ ବାଳିକାମାନଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି । ତାହାରି ଫଳ ଯୋଗୁଁ ବାଳିକା ସ୍ଵାକ୍ଷରତା ହାର ବଢିଛି, ଅନେକ ଅନୁଷ୍ଠାନରେ ବାଳିକା ମାନଙ୍କ ସଫଳତା ର ହାର ବାଳକମାନଙ୍କ ଠାରୁ ଉପରେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ବାଳିକା ମାନେ ପ୍ରତିଷ୍ଠିତ ।

  • ବାଳିକାଙ୍କୁ ସୁରକ୍ଷା

    ବାଳିକାଙ୍କୁ ସୁରକ୍ଷା

    ସରକାରଙ୍କ ଯୋଜନା ଅନୁସାରେ ବାଳିକାମାନଙ୍କର ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ତେବେ ସେମାନଙ୍କୁ ଏକ ସୁରକ୍ଷିତ ବାତାବରଣ ରେ ଶିକ୍ଷା ଦେବାକୁ ସୁନିଶ୍ଚିତ କରିବା ମଧ୍ୟ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ । ଗାଁ ଗହଳିର ଝିଅମାନେ ମଧ୍ୟ ପୁରୁଷ ଓ କର୍ମଚାରୀଙ୍କ ଗହଣରେ ନିଜରକୁ ସହଜ ମନେ କରନ୍ତି । ଏହାକୁ ଦୃଷ୍ଟିରେ ରାଖୀ ସରକାର ଏବେ ବାଳିକା ବିଦ୍ୟାଳୟ ଓ ଛାତ୍ରଛାତ୍ରୀନିବାସ ମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତ ଦେବାର ବ୍ୟବସ୍ଥା କରିଛନ୍ତି ।

ଶିକ୍ଷା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ମାଗଣା, ବାଧ୍ୟତାମୂଳକ ଶିକ୍ଷା ଦେବା ହେଉଛି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଅନ୍ୟତମ । ୨୦୦୯ ରୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଭାରତ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରି ପାରିଛି ।

ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ଯାହା ଉପରେ ପ୍ରତ୍ୟେକ ନାଗରିକ ତଥା ଦେଶର ବିକାଶ ନିର୍ଭର କରେ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରଥିମିକ ବିଦ୍ୟାଳୟରେ ନାମ ଲେଖା, ନିୟମିତ ଉପସ୍ଥାନ ବୃଦ୍ଧି, ଡ୍ରପ ଆଉଟ ସଂଖ୍ୟାରେ ହ୍ରାସ ଇତ୍ୟାଦି ରେ ଆଶାତୀତ ଉନ୍ନତି ଘଟିଛି । ଭାରତର ଆର୍ଥିକ ବିକାଶରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି । ଅନ୍ୟପକ୍ଷରେ ଯେତେ ପ୍ରତିଶତ ଶିକ୍ଷା ହାର ବୃଦ୍ଧି ପାଇବା କଥା ତାହା ବୃଦ୍ଧି ହୋଇନାହିଁ ଯାହା ଚିନ୍ତାର କାରଣ ।

ଯଦିଓ ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ଏବଂ ଏହାକୁ ମାଗଣା, ବାଧ୍ୟତାମୂଳକ କରାଗଲେବି ପ୍ରଥିମିକ ଶିକ୍ଷାର ସାର୍ବଜନୀନ ଉନ୍ନତ୍ତିର ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଅନେକ ଅଞ୍ଚଳରେ ବିଦ୍ୟାଳୟରେ ୧୦୦ ପ୍ରତିଶତ ପିଲାଙ୍କ ନାମଲେଖା ଯାଇ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ସରକାର ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ବିଶ୍ଵର ସବୁଠାରୁ ବଡ କାର୍ଯ୍ୟକ୍ରମ ।

ପିଲାଙ୍କ ଅଧିକାର

ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି ।

ନୀତି ଓ ଯୋଜନା

୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ରହିଛି । ଏହା ସମ୍ବିଧାନର ୨୧ ତମ ଧାରାର ୮୬ ତମ ସଂଶୋଧନରେ ଉଲ୍ଲେଖ ରହିଛି ।

ପିଲାଙ୍କ ଦୃଷ୍ଟିରୁ

ଶିଶୁମାନଙ୍କ ପାଇଁ ଶିକ୍ଷା ଆଇନ ଦାୟକ ହେବା ଆବ୍ୟଶକ । ସହଜ, ଆଲୋଚନାତ୍ମକ ଏବଂ ସହଜ ବିଜ୍ଞାନ ଶିକ୍ଷା ସମ୍ବନ୍ଧରେ ଶିଶୁକୁ ଦିଆଗଲେ ଏହା ଅଧିକ ଶିକ୍ଷଣୀୟ ହୋଇପାରିଥାଏ । ଏହି ବିଭାଗରେ ପିଲାଙ୍କୁ ବିଭିନ୍ନ ଶିକ୍ଷଣ ପ୍ରକ୍ରିୟାରେ ଭାଗ ନେବା ପାଇଁ ପ୍ରୋତ୍ସାହନ ମିଳିଥାଏ ।

ଶିକ୍ଷକଙ୍କ ଦୃଷ୍ଟିରୁ

ପଢାଇବା ଓ ଶିଖିବା ହେଉଛି ଏକ ଗୁରୁତ୍ଵପୂର୍ଣ ପ୍ରକ୍ରିୟା । ଯେଉଁଥିରେ ଅନେକ ଦିଗ ରହିଥାଏ । ଶିକ୍ଷକ ମାନେ ପଢାଇବା ସମୟରେ ଅନେକ ଗୁଡିକ ଜ୍ଞାନ କୌଶଳ କୁ ସାମିଲ କରନ୍ତି ଯାହା ଛାତ୍ରଛାତ୍ରୀ ମାନଙ୍କୁ ଶିଖିବାରେ ସାହାଜ୍ୟ କରିଥାଏ ।

ଅନଲାଇନ ଶିକ୍ଷା

ବିଭିନ୍ନ ବୟସର ପିଲାମାନେ ସେମାନଙ୍କ ଦରକାର ହୋଇଥିବା ବିଷୟ ଉପରେ ଅଧିକ ଜ୍ଞାନ କୌଶଳ ଆହରଣ ନିମନ୍ତେ ଅନଲାଇନ ସୁବିଧା ନେଇଥାନ୍ତି । ତେଣୁ ଅନଲାଇନ ଶିକ୍ଷାରେ ଅଧିକ ତଥ୍ୟ ସିଏଚଏଚଟିର ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ହୋଇଥାଏ ।

ଶିକ୍ଷଣୀୟ ଅଭ୍ୟାସ

ଜଣଙ୍କ ଭିତରେ ବିଭିନ୍ନ ପ୍ରକାରର ବୁଦ୍ଧିମତା ରହିଥାଏ । ହାୱାର୍ଡ ଗାର୍ତନରକିର ମନସ୍ତତ୍ତ୍ୱିକ ଥିଓରୀ ଅନୁସାରେ ଜେନ ବ୍ୟକ୍ତିର ବୁଦ୍ଧିମତାକୁ ସେ ବିଭିନ୍ନ କ୍ଷେତ୍ର ରେ ଲାଗାଇଥାଏ । ପ୍ରତ୍ୟେକ ବ୍ୟକ୍ତି ପାଖରେ ୭ ପ୍ରକାର ବୁଦ୍ଧିମତା ଥାଏ । ଜଣେ ଜଣେ ଗୋଟିଏ କିମ୍ବା ଦୁଇଟି କୁ କାମରେ ଲଗାଇଥିବା ବେଳେ କେତେକ ସମସ୍ତ ୭ ଟି ଯାକ କୁ କାମରେ ଲଗାଇଥାନ୍ତି, କାରଣ ସେମାନଙ୍କର ବୁଦ୍ଧିମତାର ୭ ଟି ଜାକ ସ୍ତର ସମାନଥାଏ ।

କ୍ୟାରିୟର ମାର୍ଗଦର୍ଶକ

ଭବିଷ୍ୟତ କୁ ଭଲ ଭାବରେ ଗଢିବା ପାଇଁ କ୍ୟାରିୟର ମାର୍ଗଦର୍ଶକ ସହାୟତା କରିଥାଏ । ସ୍କୁଲ ଶିକ୍ଷା ପରେ ଅର୍ଥାତ ୧୦ମ, ଦ୍ଵାଦଶ ଶ୍ରେଣୀ ପାସ କରିଲାପରେ ଜଣେ କିପରି କ୍ୟାରିୟର ଗଢିପାରିବ, ତା ପାଇଁ କଣ ସୁବିଧା ସୁଯୋଗ ରହିଛି ସେ ସମ୍ବନ୍ଧରେ ବିଭିନ୍ନ ଅନୁଷ୍ଠାନ, ପାଠ୍ୟକ୍ରମ, ବୃତ୍ତିଗତ ଶିକ୍ଷା ଇତ୍ୟାଦି ର ସୂଚନା ଏହି ପୋର୍ଟାଲ ରେ ରହିଛି ।

ଆଇ ଟି ଶିକ୍ଷା

ଏହି ୱେବ ପୋର୍ଟାଲରେ ଅନେକ ଅଂଶ ବୈଷୟକ ଜ୍ଞାନ କୌଶଳ, ବିଭିନ୍ନ ଫଣ୍ଟ ଟେକ୍ନୋଲୋଜି ସମ୍ପର୍କରେ ଆଇ. ଟି. ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରେ । କମ୍ପ୍ୟୁଟର ସମ୍ପର୍କରେ ମୌଳିକ ଜ୍ଞାନ, ହାର୍ଡ ୱାୟାର, କୋରାଲଡ୍ର ଇତ୍ୟାଦି ସମ୍ପର୍କରେ ସୂଚନା ଦିଆଯାଏ ।

ଡିଜିଟାଲ ଶିକ୍ଷଣ ସମ୍ବଳ

ଏହି ଅଂଶରେ ବିଭିନ୍ନ ଅନଲାଇନ ଇଣ୍ଟରାକ୍ଟିଭ ସମ୍ବଳ ସମ୍ପର୍କରେ ସମ୍ୟକ ସୂଚନା ଦିଆଯ଼ାଇଛି ।

ସମ୍ବଳ ଲିଙ୍କ

ଏଥି ମଧ୍ୟରେ ଏସଏସ, ସରକାରୀ ସମ୍ବଳ , ମୌଳିକ ଶିକ୍ଷା ଏବଂ ଲିଙ୍ଗ ସମାନତା, ପିଲାଙ୍କ ଅଧିକାର ଓ ଆଡଭୋକେସି, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସମ୍ବଳ ଲିଙ୍କର ୱେବସାଇଟ ସାମିଲ ରହିଛି ।

ଆଲୋଚନା ଗୋଷ୍ଠୀ

ବିଭିନ୍ନ ପ୍ରକାର ସୂଚନା ପ୍ରଯୁକ୍ତର ଶିକ୍ଷା ପ୍ରଣାଳୀ ଦ୍ଵାରା ଶିକ୍ଷାର ପ୍ରଚାର ପ୍ରସାର କୁ ବ୍ୟାପକ କରାଯାଇଛି । ଗଣମାଧ୍ୟମ, କମ୍ପ୍ୟୁଟର ଇତ୍ୟାଦି ଦ୍ଵାରା ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଶିକ୍ଷାକୁ ସାର୍ବଜନୀନ କରାଯାଇ କିପରି ସଶକ୍ତିକରଣ କରାଯାଇ ପାରିବ ସେ ସମ୍ବନ୍ଧୀୟ ସୂଚନା ରହିଛି ।

Last Modified : 12/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate