ଶକ୍ତି କ'ଣ ? ଶକ୍ତି ଶବ୍ଦର ଅର୍ଥ ବିସ୍ତୃତ । ସାଧାରଣତଃ ଶକ୍ତି ହେଉଛି ମାନବ, ପ୍ରାଣୀ ବା କୌଣସି ଭୌତିକ ବସ୍ତୁର କାର୍ଯ୍ୟ କରିବାର ଅଥବା ପରିବର୍ତ୍ତନ କରିବାର କ୍ଷମତା । ଏହା କୌଣସି ବ୍ୟକ୍ତିର କରିବାର ବା କହିବାର କ୍ଷମତାକୁ ବୁଝାଇପାରେ । ବିଜ୍ଞାନରେ ଏହା କୌଣସି ଭୌତିକ ପ୍ରଣାଳୀର ପରିବର୍ତ୍ତନ କରିବାର କ୍ଷମତାକୁ ବୁଝାଇଥାଏ । ଅର୍ଥନୀତିରେ ବଜାରର ଏକ ଅଂଶକୁ ଶକ୍ତି କୁହାଯାଇପାରେ । ବିଜ୍ଞାନରେ ଶକ୍ତି - କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ । ମୂଳତଃ ଶକ୍ତି ଦୁଇ ପ୍ରକାରର ହୋଇଥାଏ । ଗତିଜ ଶକ୍ତି ସ୍ଥିତିଜ ଶକ୍ତି ଶକ୍ତି ସଂରକ୍ଷଣ ଶକ୍ତିର ସୃଷ୍ଟି କିମ୍ବା ବିନାଶ ନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରିପାରେ । କୌଣସି ଆବଦ୍ଧ ତନ୍ତ୍ରରେ ଥିବା ଶକ୍ତି ସବୁବେଳେ ସମାନ । ଏହି ନିୟମକୁ ଶକ୍ତି ସଂରକ୍ଷଣର ନିୟମ କୁହାଯାଏ। ଶକ୍ତି ସଂରକ୍ଷଣ ନିୟମର ଦୃଷ୍ଟାନ୍ତ - କୌଣସି ବସ୍ତୁର ଶକ୍ତିକୁ ମପାଯାଉ । ଶକ୍ତି ପରିବର୍ତ୍ତନ ଘଟି ସ୍ଥିତିଜରୁ ଗତିଜ ଓ ପୁନର୍ବାର ଗତିଜରୁ ସ୍ଥିତିଜ ହେଉ । ଶେଷରେ ବସ୍ତୁର ଶକ୍ତିକୁ ପୁଣି ମପାଯାଉ । ଆରମ୍ଭ ଓ ଶେଷ ସମୟର ମାପ ସର୍ବଦା ସମାନ ରହିବ । ବସ୍ତୁ ଓ ଶକ୍ତିର ସଂରକ୍ଷଣ - ଏବେ ଜଣା ପଡ଼ିଲାଣି ଯେ ଆଣବିକ ବିଖଣ୍ଡନ ଓ ସମ୍ମିଶ୍ରଣ ଦ୍ୱାରା ବସ୍ତୁକୁ ଶକ୍ତିରେ ଏବଂ ଶକ୍ତିକୁ ବସ୍ତୁରେ ପରିବର୍ତ୍ତନ କରିହେବ । ଅତଏବ ଶକ୍ତି ସଂରକ୍ଷଣର ନିୟମ ପରିବର୍ତ୍ତିତ ହୋଇ ବସ୍ତୁ ଓ ଶକ୍ତି ସଂରକ୍ଷଣର ନିୟମରେ ପରିଣତ ହେଲା । ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ ପ୍ରଥମେ ଏହାର ଗାଣିତିକ ସୂତ୍ର ପ୍ରଦାନ କରିଥିଲେ: E = mc2 । ଶକ୍ତିର ପ୍ରକାର ବୈଜ୍ଞାନିକ ମାନେ ଅନେକ ପ୍ରକାରର ଶକ୍ତିକୁ ଚିହ୍ନଟ କରି ଦେଖି ସାରିଲେଣି ଯେ ସେମାନେ ପରସ୍ପର ପରିବର୍ତ୍ତନଶୀଳ । ଉଦାହରଣ ସ୍ୱରୂପ - ଆଲୋକ ଶକ୍ତି ଶବ୍ଦ ଶକ୍ତି ପୁନର୍ନବୀକରଣୀୟ ଶକ୍ତି ସୌର ଶକ୍ତି ଆଣବିକ ଶକ୍ତି ସ୍ଥିତିସ୍ଥାପକ ଶକ୍ତି ମାଧ୍ୟାକର୍ଷଣ ଜନିତ ସ୍ଥିତିଜ ଶକ୍ତି ଗତିଜ ଶକ୍ତି ଅନ୍ଧକାର ଶକ୍ତି ହାମିଲ୍ଟୋନିଆନ୍ ଶକ୍ତି ଆଭ୍ୟନ୍ତରୀଣ ଶକ୍ତି ଶକ୍ତିର ମାପ ଶକ୍ତିକୁ ମପା ଯାଇପାରେ । ଅର୍ଥାତ୍, କୌଣସି ବସ୍ତୁର ଶକ୍ତିକୁ ସଂଖ୍ୟାରେ ତଉଲା ଯାଇପାରିବ । ଅନ୍ୟାନ୍ୟ ମାପ ପରି, ଶକ୍ତିର ମଧ୍ୟ ଏକକ ଅଛି । ଶକ୍ତି ମାପର ଏକକ ମାପ ପାଇଁ ଅତି ଗୁରୁତ୍ୱପୂର୍ଣ । ଶକ୍ତି ମାପର କେତେକ ଏକକ - ଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍ସ୍ ପ୍ରେସ୍କଟ୍ ଜୁଲ୍ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି.2 ସେ.−୨ ବିଦ୍ୟୁତ୍ ଶକ୍ତିର ଏକକ ହେଉଛି କିଲୋୱାଟ୍-ଘଣ୍ଟା । ଏକ କିଲୋୱାଟ୍-ଘଣ୍ଟା ହେଉଛି ୩୬,୦୦,୦୦୦ ଜୁଲ୍ (୩୬୦୦କିଲୋଜୁଲ୍ ବା ୩.୬ ମେଗାଜୁଲ୍) । ଆଧାର - ଶକ୍ତି ବିଭାଗ