ଶକ୍ତି ବିଭିନ୍ନ ସ୍ରୋତରୁ ଆସିଥାଏ। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ପ୍ରାୟ ୧୦ ପ୍ରକାରର ଶକ୍ତି ସ୍ରୋତ ଅଛି। ଯଦିଓ ଅନ୍ୟାନ୍ୟ ପ୍ରକାରର ଶକ୍ତି ସ୍ରୋତ ବାହାରିଛି, କୌଣସି ଶକ୍ତି ସ୍ରୋତ ମାନବ ସମାଜକୁ ଏକ ଚିରନ୍ତନ ସ୍ରୋତ ଦେବାରେ ସକ୍ଷମ ହୋଇନାହାନ୍ତି। ସମସ୍ତ ପ୍ରକାରର ସ୍ରୋତ ବିଦ୍ୟୁତ ଉତ୍ପାଦନ ପାଇଁ ହିଁ ବ୍ୟବହାର ହୋଇଥାନ୍ତି। ସମସ୍ତ କାର୍ଯ୍ୟ ଏକ ବୈଦ୍ୟୁତିକ କାର୍ଯ୍ୟର ଶ୍ରେଣୀ ଭୁକ୍ତ ହୋଇଥାନ୍ତି; ଆପଣ କାର ଚଳାନ୍ତୁ ବା ବଲବ ଜଳାନ୍ତୁ, ସବୁ ଏକ ବୈଦ୍ୟୁତିକ କାର୍ଯ୍ୟ। ସବୁ ପ୍ରକାରର କାର୍ଯ୍ୟ ବିଦ୍ୟୁତ ଶକ୍ତି ଉପରେ ନିର୍ଭରଶୀଳ। ନିମ୍ନରେ ବିଭିନ୍ନ ପ୍ରକାରର ଶକ୍ତି ସ୍ରୋତ ଉପରେ ଆଲୋଚନା କରାଗଲା -
ଏଥିରେ ସୂର୍ଯ୍ୟାଲୋକ ବ୍ୟବହାର କରାଯାଇ ତାହାକୁ ଶକ୍ତିରେ ରୂପାନ୍ତର କରାଯାଇଥାଏ। ବହୁତ ବଡ ଜାଗା ଯଥା ମରୁଭୂମି ଇତ୍ୟାଦିରେ ବଡ ବଡ ସୌର ଫଳକ ବସାଯାଇ କେତେକ ଘରକୁ ଗରମ ପାଣି, ଆଲୁଅ ଇତ୍ୟାଦି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥାଏ।
ସୌରଶକ୍ତିରେ କେବଳ ଅସୁବିଧା ହଉଛି କେତେକ ଅଞ୍ଚଳରେ ପ୍ରର୍ଯ୍ୟାପ୍ତ ମାତ୍ରାରେ ଏହା ଉପଲବ୍ଧ ହେଉଥିଲାବେଳେ ଅନେକ ଜାଗାରେ ଏହା କିଞ୍ଚିତ ମାତ୍ରାରେ ଉପଲବ୍ଧ ହୋଇଥାଏ।
ଆଜିକାଲି ପବନ ଶକ୍ତି ବହୁତ ସାଧାରଣ ହୋଇଗଲାଣି। ବର୍ତ୍ତମାନ ବହୁତ ନୂତନ ପଦ୍ଧତି ସବୁ ଆବିଷ୍କୃତ ହେଲାଣି,ଯାହାକି ପବନ କଳ ସବୁ ବସାଇବାରେ ସାହାଯ୍ୟ କରିଛି। ବଡ ବଡ ଟରବାଇନ ସବୁ ବସି ବହୁତ ଶକ୍ତି ଉତ୍ପାଦନ କରୁଛି।
ଯଦିଓ ଏହା ଏକ ବଳିଷ୍ଠ ବିକଳ୍ପ ଭାବେ ପରିଗଣିତ ହେଉଥିଲା, କେତେକ ପବନକଳ ପରିଚାଳକଙ୍କ ଅନୁଯାୟୀ ଏହା ପରିବେଶ ଉପରେ ବହୁତକୁ ପରିଣାମ ମଧ୍ୟ ପକାଇଥାଏ।
ଏହା ପୃଥିବୀର ଆଭ୍ୟନ୍ତରରୁ ସୃଷ୍ଟି ହୋଇଥାଏ। ଏହା ସ୍ଵଚ୍ଛ, ସୁଦୂରପ୍ରସାରୀ ଏବଂ ପରିବେଷସହ ବନ୍ଧୁତ୍ତ୍ଵପୂର୍ଣ୍ଣ। ପୃଥିବୀର ଅଭ୍ୟନ୍ତରରେ ସଦାବେଳେ ଏକ ଉତ୍ତାପ ସୃଷ୍ଟି ହୋଇଥାଏ। ଆଭ୍ୟନ୍ତରରେ ଥିବା ପ୍ରସ୍ତର ଆଭ୍ୟନ୍ତରୀଣ ଜଳକୁ ଗରମ କରିଥାଏ ଯାହାକି ବାଷ୍ପ ସୃଷ୍ଟି କରେ। ଏହି ବାଷ୍ପ ଟରବାଇନ ଚଳାଇବାରେ ସାହାଯ୍ୟ କରେ। ଏହି ଟରବାଇନରୁ ବିଦ୍ୟୁତ ଉତ୍ପାଦିତ ହୋଇଥାଏ। ଏହା ବହୁ ପୁରକାଳରୁ ପଣି ଗରମ କରିବା ପାଇଁ ଆଲୋକ ପାଇଁ ବ୍ୟବହୃତ ହୋଇଆସିଛି। କିନ୍ତୁ ଏହା ପୃଥିବୀର ସବୁ ଜାଗାରେ ସମାନ ଭାବେ ଉପଲବ୍ଧ ନୁହେଁ।
ଯବକ୍ଷାରଜାନ ପାଣିରୁ ମିଳିଥାଏ। ଏହା ପୃଥିବୀରେ ମିଳୁଥିବା ସବୁଠାରୁ ଅଧିକ ମୌଳିକ ପଦାର୍ଥ। ପାଣିରେ ଦୁଇ ତୃତିୟାଂଶ ଯବକ୍ଷାରଜାନ ଥାଏ। ଜାଣି କି ଅଲଗା କରି ଏହାକୁ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରେ। ଯବକ୍ଷାରଜାନ ଏକ ଶକ୍ତିଶାଳୀ ଉତ୍ସ। ଏହାକୁ ବିଭିନ୍ନ କାର୍ଯ୍ୟରେ ଯଥା ଜାହାଜ ଚଳାଇବା, ଗାଡି ଚଳାଇବା, ଘର ଏବଂ କଳକାରଖାନା ଚଳାଇବା ଇତ୍ୟାଦି କାର୍ଯ୍ୟରେ ବ୍ୟବହାର କରାଯାଇପାରେ। ଏହା ସମ୍ପୂର୍ଣ୍ଣ ଭାବରେ ପୁନଃବ୍ୟବହାର କ୍ଷମ, ଦରକାର ବେଳେ ଉତ୍ପାଦନଯୋଗ୍ୟ ଏବଂ ଏହାର କୌଣଷି ବିଷକ୍ତ ପାର୍ଶ୍ଵପ୍ରତିକ୍ରିୟା ନାହିଁ।
ଏହାଦ୍ଵାରା ଜୁଆର ଓ ଭଟ୍ଟାର ଶକ୍ତି କୁ ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରାଯାଇଥାଏ। ଏହା କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭବ। ଏଥିରେ ବହୁମାତ୍ରାରେ ଅର୍ଥ ବିନିଯୋଗ କରିବାକୁ ପଡିଥାଏ ତଥା ବହୁତ କମ ମାତ୍ରାରେ ଜାଗା ମିଳୁ ଥିବାରୁ ଏହା ଏକ ଏକ ସଶକ୍ତ ବିକଳ୍ପ ଭାବରେ ପରିଗଣିତ ହୁଏନାହିଁ।
ସମୁଦ୍ରର ତରଙ୍ଗରୁ ଏହି ଶକ୍ତି ଉତ୍ପାଦିତ ହୋଇଥାଏ। ଏହା ମଧ୍ୟ ପୁନ ଉପ୍ତାଦନ କ୍ଷମ, ପରିବେଶବନ୍ଧୁ ଏବଂ ବାତାବରଣ ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ। ଏହା କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେହି ମିଳିଥାଏ ଏବଂ ଅନେକ ଦେଶର ତୈଳ ନିର୍ଭରଶୀଳତା ହ୍ରାସ କରିଥାଏ। କିନ୍ତୁ ଏହା ଉପକୂଳବର୍ତ୍ତୀ ଅଞ୍ଚଳର ସାମୁଦ୍ରିକ ବ୍ୟବସ୍ଥା ଉପରେ କେତେଅଂଶରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏହା ଶବ୍ଦ ପ୍ରଦୂଷଣ ମଧ୍ୟ କରିଥାଏ।
ଜଳବିଦ୍ୟୁତ ଶକ୍ତି
ବହୁତ ଲୋକ ଜାଣି ନାହାନ୍ତି ଯେ ପୃଥିବୀର ଅଧିକାଂଶ ଦେଶ ଜଳବିଦ୍ୟୁତ ଶକ୍ତି ଉପରେ ନିର୍ଭର କରିଥାନ୍ତି। ଯଦି ଆପଣ ବନ୍ଧା ଦେଖିଲେ, ଜାଣନ୍ତୁ ଯେ ଏହା କୌଣସି ସହରକୁ ବା କୌଣସି ଜାଗାକୁ ବିଦ୍ୟୁତ ଯୋଗଉଥିବ।
ଏହା ପୃଥିବୀରେ ପ୍ରାୟତଃ ପ୍ରତ୍ୟେକ ଜାଗାରେ ବ୍ୟବହାର କରାଯାଇଥାଏ। ଜୈବ ବସ୍ତୁ କହିଲେ ସାଧାରଣତଃ ଗଛ, ଲତା,କାଠ ଖଣ୍ଡ, ପ୍ରାଣୀ ଶରୀର ଇତ୍ୟାଦିକୁ ବୁଝାଇଥାଏ। ଜୈବବସ୍ତୁରୁ ଉତ୍ପାଦିତ ଶସ୍ୟ ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏହି ଶକ୍ତି ସାଧାରଣତଃ ବହୁତ ଅଙ୍ଗାରକାମ୍ଳ ଛାଡିଥାଏ।
ଯଦିଓ ଆଣବିକ ଶକ୍ତିର ସୁରକ୍ଷା ଓ ନିରପଦତ୍ତ୍ଵ ନେଇ ଅନେକ ବିତର୍କ ହୋଇଥାଏ, ତଥାପି, ଆଣବିକ ଶକ୍ତି ବିଶ୍ଵର ଏକ ବଡ ଧରଣର ଶକ୍ତି ଉତ୍ସ। ଏହା ଏକ ନିର୍ଦ୍ଦିଷ୍ଟ ଆଣବିକ ପଦ୍ଧତିରେ ଉତ୍ପାଦିତ ହୋଇଥାଏ ତଥା କାର୍ଯ୍ୟରେ ଲଗାଯାଇଥାଏ।
ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ତେଲ ଇତ୍ୟାଦି ସବୁ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। କିନ୍ତୁ ଏହା ସୀମିତ ମାତ୍ରା ରେ ଉପଲବ୍ଧ। ବର୍ତ୍ତମାନ ର ବ୍ୟବହାରର ପରିମାଣକୁ ଦେଖିଲେ ବୋଧହୁଏ ଏହା ଆସନ୍ତା ୧୦୦ ବର୍ଷ ମଧ୍ୟରେ ସରିଯିବ।
ଆଧାର - ଶକ୍ତି ବିଭାଗ , ଓଡ଼ିଶା ସରକାର
Last Modified : 7/3/2020