অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱାଳା ଯୋଜନା

ଉପକ୍ରମ

ପ୍ରଧାନମନ୍ତ୍ରୀ ଉଜ୍ଵାଳା ଯୋଜନା ହେଉଛି ଭାରତ ସରକାରଙ୍କ ପେଟ୍ରୋଲିୟମ ନାଚୁରାଲ ଗ୍ୟାସ ବିଭାଗ ତରଫରୁ ବିପିଏଲ ପରିବାରକୁ LPG ଯୋଗାଣ କରିବା । ଉପଭୋକ୍ତା କୈନ୍ଦ୍ରୀକ ଉଦ୍ୟମ –

  • ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧିନରେ ବିପିଏଲ୍ ପରିବାରଗୁଡ଼ିକୁ ଆଗାମୀ ୩ବର୍ଷ ମଧ୍ୟରେ ପ୍ରତି ସଂଯୋଗୀକରଣରେ ୧୬୦୦ ଟଙ୍କାର ଆର୍ଥିକ ସହାୟତା ସହିତ ୫କୋଟି ଏଲ୍ପିଜି ସଂଯୋଗ ଉପଲବ୍ଧ କରାଯିବ ।
  • ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ୮୦୦୦କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
  • ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୧ ମଇ ୨୦୧୬ରେ ଉତ୍ତର ପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।
  • ମହିଳାଙ୍କ ନାମରେ ଗ୍ୟାସ କନେକ୍ସନ ରହିବ ଯେଉଁଥିରୁ ମହିଳାଙ୍କୁ ଅଧିକାର ମିଳିବ ।
  • ସାମାଜିକ- ଆର୍ଥିକ-ଜାତି-ଜନଗଣନା ପରିସଂଖ୍ୟାନ ଆଧାରରେ ବିପିଏଲ୍ ପରିବାରଗୁଡ଼ିକ ଚିହ୍ନଟ ହେବେ ।
  • ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ୧ଲକ୍ଷ ଅତିରିକ୍ତ ପ୍ରତ୍ୟକ୍ଷ ରୋଜଗାର ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।
  • ସିଲିଣ୍ଡର, ଚୁଲ୍ଲା, ରେଗୁଲେଟର୍, ଗ୍ୟାସ୍ ହୋଜ୍ ଆଦିର ଆବଶ୍ୟକତା ପଡିବ, ନୂଆ ଯୋଜନା ଆରମ୍ଭ ହେବାର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ବ୍ୟାପକ ସମର୍ଥନ ମିଳିବାର ସମ୍ଭାବନା ଅଛି କାରଣ ଘରୋଇ ଭାବେ ସମସ୍ତ ପ୍ରକାର ଉତ୍ପାଦନ ହେବ ।
  • ଏଥିରେ ଭାରତୀୟ ଶିଳ୍ପକୁ ଆଗାମୀ ୩ବର୍ଷ ମଧ୍ୟରେ ଅତିକମ୍ ରେ ୧୦,୦୦୦ କୋଟି ଟଙ୍କାର ବ୍ୟବସାୟର ଅତିରିକ୍ତ ସୁଯୋଗ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଆବଶ୍ୟକତା

ଭାରତରେ ଗରିବଙ୍କ ପାଖରେ ବହୁତ କମ୍ ରନ୍ଧନଗ୍ୟାସର ସୁବିଧା ରହିଛି । LPG ସିଲିଣ୍ଡରର ବ୍ୟବହାର ସହର ତଥା ଅର୍ଦ୍ଧ ସହରରେ ବହୁଭାବରେ ଦେଖାଯାଏ । କିନ୍ତୁ ଗ୍ରାମାଞ୍ଚଳରେ ମହିଳାଙ୍କ ପାଖରେ ରୋଷେଇ କରିବା ପାଇଁ ଜାଳେଣୀର ବ୍ୟବସ୍ଥା ନଥାଏ । କିନ୍ତୁ ଜୀବାଶ୍ମରେ ରୋଷେଇ କରିବା ଦ୍ଵାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । WHO ଦ୍ଵାରା କରାଯାଇଥିବା ଗବେଷଣାରୁ ଜଣାଯାଏ ଯେ ଏଥିପାଇଁ ପାଖାପାଖି ୫ ଲକ୍ଷ ମହିଳା ମୃତ୍ୟୁ ମୁଖରେ ପଡନ୍ତି । ବିନା ସଂକ୍ରମଣ ରୋଗ ଯେପରି ହାର୍ଟ ରୋଗ, ହାର୍ଟ ଆଟାକ, ଶ୍ଵାସନଳୀ ସଂକ୍ରମଣ ଇତ୍ୟାଦି । ଏହା ଶିଶୁଙ୍କ ପାଇଁ ମଧ୍ୟ ମାରାତ୍ମକ । ରୋଷେଇ ଘରୁ ବାହାରୁଥିବା ଧୂଆଁ ଏକ ଘଣ୍ଟାରେ ୪୦୦ ସିଗାରେଟ୍ ରୁ ବାହାରୁଥିବା ଧୂଆଁ ସାଙ୍ଗରେ ସମ୍ମାନ ।

LPG କନେକ୍ସନ BPL ପରିବାରକୁ କରିବାଦ୍ଵାରା ରୋଷେଇ ଗ୍ୟାସର ସାରାଦେଶରେ ବିକେନ୍ଦ୍ରୀକରଣ କରାଯାଇପାରିବ । ମହିଳାଙ୍କୁ ସଶକ୍ତି କରାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟକୁ ରକ୍ଷା କରିବା । ଏହା ସେମାନଙ୍କ କଠିନ ପରିଶ୍ରମକୁ କମ୍ କରିବା ସହ ସମୟ ବଞ୍ଚାଇବ । ଗ୍ରାମ୍ୟ ଯୁବକଙ୍କୁ ଏହାକୁ ଯୋଗାଣ କରିବା ପରି ରୋଜଗାର ଯୋଗାଇବ ।

ହିତାଧିକାରୀ

ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା BPL ପରିବାରକୁ ଚିହ୍ନଟ କରାଯିବ । ସୋସିଓ-ଇକୋନୋମିକ କାଷ୍ଟ ଗଣନା (SECC)-୨୦୧୧ ଗ୍ରାମାଞ୍ଚଳ ଡାଟାବେସକୁ ନେଇ ଏହା  ବିତରଣ କରାଯିବ । BPL ପରିବାର ମଧ୍ୟରୁ SC /ST ତଥା ପଛୁଆଶ୍ରେଣୀକୁ ଅଗ୍ରାଧିକାର ଦିଆଯିବ । LPG କନେକ୍ସନ ପରିବାରର ମହିଳାଙ୍କ ନାମରେ ରହିବ ।

ଯୋଜନାର ଅବଧି

ସାରାଦେଶରେ ଏହି ଯୋଜନା ତିନିବର୍ଷ କାର୍ଯ୍ୟକାରୀ କରାଯିବ। ଅର୍ଥନୈତିକ ବର୍ଷ ୨୦୧୬-୧୭,୨୦୧୭-୧୮ ଏବଂ ୨୦୧୮- ୧୯।

ନାଗରିକଙ୍କର ସୁବିଧା

୫ କୋଟିର ଏହି LPG କନେକ୍ସନ BPL ପରିବାରକୁ ଯୋଗାଇ ଦିଆଯିବ । ଏହି ଯୋଜନାରେ ୧୬୦୦ ଟଙ୍କାର ଏବଂ ଆର୍ଥିକ ସହାୟତା ପରିବାରକୁ ଯୋଗାଇ ଦିଆଯିବ । ୧୬୦୦ଟଙ୍କା ମଧ୍ୟରେ ଗୋଟିଏ ସିଲିଣ୍ଡର, ପ୍ରେସର ରେଗୁଲେଟର, ବୁକଲେଟ, ସେଫଟିହସ ଇତ୍ୟାଦି ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯିବ ।

ଯୋଜନା କାର୍ଯ୍ୟକାରିତା ରୂପରେଖ

  • ବିପିଏଲ୍ ପରିବାରରେ LPG କନେକସନ ନଥିଲେ ପରିବାରର ମହିଳା ଉପଯୁକ୍ତ ଫର୍ମରେ ବିତରକଙ୍କ ପାଖରେ ଗ୍ୟାସ ପାଇଁ ଆବେଦନ କରିପାରିବେ ।
  • ଯେତେବେଳେ ଫର୍ମ ପୂରଣ କରାଯିବ  ସେତେବେଳେ ଠିକଣା,ଜନଧନ ବ୍ୟାଙ୍କ ଆକାଉଣ୍ଟସ, ଆଧାର ନମ୍ବର ଇତ୍ୟାଦି ପୂରଣ କରିବେ । ଯଦି ଆଧାର ନମ୍ବର ନଥିବ ତେବେ UIDAI ଦ୍ଵାରା କିପରି ଆଧାର ନମ୍ବର ମିଳିପାରିବ ସେ ବ୍ୟବସ୍ଥା କରିବା ଆବଶ୍ୟକ।
  • LPGର କ୍ଷେତ୍ର ଅଧିକାରୀ ଦରଖାସ୍ତ ପାଇବା ପରେ ତାଙ୍କୁ SECC-୨୦୧୧ ଡାଟାବେସ ସହ ତଦାରଖ କରି ତାକୁ OMC ୱେବ ସାଇଟରେ ଲଗିଂ କରି ପାଶୱାଡ ପ୍ରଦାନ କରିବେ ।
  • ଯାଞ୍ଚପରେ ପ୍ରକୃତ ହିତାଧିକାରୀଙ୍କୁ କନେକସନ ଯୋଗାଇ ଦିଆହେବ ।
  • OMC ଦ୍ଵାରା ବିଭିନ୍ନ ଜାଗାରେ ମେଳାର ଆୟୋଜନ କରାଯାଇ LPG ବଣ୍ଟନର ବ୍ୟବସ୍ଥା କରାଯିବ ।
  • ଏହି ଯୋଜନାରେ BPL ପରିବାରଙ୍କ କ୍ଷେତ୍ର ପରିଦର୍ଶନ କରାଯାଇ ସିଲିଣ୍ଡର (୧୪.୨କେଜି, ୫କେଜି ଇତ୍ୟାଦି ) ଯୋଗାଣ କରାଯିବ ।

ଆଧାର - Pradhan Mantri Ujjwala Yojana website

ଅଧିକ ତଥ୍ୟ ପାଇଁ

  1. Application form for LPG connections under Pradhan Mantri Ujjwala Yojana
  2. FAQs on Pradhan Mantri Ujjwala Yojana
  3. Pradhan Mantri Ujjwala Yojana - Scheme guidelines

 

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate