অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରିଫାଇନାରୀକ୍ଷମତାର ବିସ୍ତାର

ପାରାଦୀପ ରିଫାଇନାରୀ

  1. ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ଵାରା ଓଡିଶାର ପାରାଦୀପଠାରେ ୩୪,୫୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ବାର୍ଷିକ ୧୫ ମିଲିୟନ ମେଟ୍ରିକଟନ୍ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ  ରିଫାଇନାରୀର ସ୍ଥାପନା କରାଯାଇଛି ।
  2. ଏହି ରିଫାଇନାରୀକୁ ୭ ଫେବୃୟାରୀ ୨୦୧୬ ରେ ରାଷ୍ଟ୍ରକୁ ସମର୍ପିତ କରାଯାଏଛି ।
  3. ୧୨.୨ ନେଲସନ କମ୍ପ୍ଲେକସିଟି ଫେକ୍ଟର ଥିବା ଏହି ରିଫାଇନାରୀ ଉଚ୍ଚ ସଲଫର ଯୁକ୍ତ ଭାରୀ, ଆସୋଧିକ ତୈଳ ସହିତ ପ୍ରକାରର ଆଶୋଧିତ ତେଲକୁ ଶୋଧତ କରାଇବାରେ ସକ୍ଷମ ।

କୋଟି ରିଫାଇନାରୀ

  1. ୨୭ ଅପ୍ରେଲ ୧୯୩ ଭାରତ ସରକାର ଆମେରିକାର ଫିଲିଷ୍ପ ପେଟ୍ରୋଲିୟମ କମ୍ପାନୀ ଏବଂ କୋଲକତାର ଡଙ୍ଗନ ବ୍ରହର୍ସ ମଧ୍ୟରେ ହୋଇଥିବା ବୁଝାମଣାର ପରିଣାମ ସ୍ୱରୂପ କୋଟି ରିଫାଇନାରୀ ନାମକ ଏକ  ରାଷ୍ଟ୍ରାୟତ ସଂସ୍ଥାର ସ୍ଥାପନା କରାଯାଇଛି । ଏହି ରିଫାଇନାରୀର ବିଲୟ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ କରିଦିଆଯାଇଛି ।
  2. ସମନ୍ଵିତ ରିଫାଇନାରୀ ସମ୍ପ୍ରସାରଣ ପ୍ରକଳ୍ପ( ଆଇଆରଇପି) ରେ ଏହି ରିଫାଇନାରୀ କ୍ଷମତାକୁ ୧୫.୫ ଏମେମଟିପି ଏକୁ ବୃଦ୍ଧି କରିବାକୁ ଯୋଜନା ଆରମ୍ଭ କରାଯାଇଛି । ପେଟ୍ରୋକେମିକାଲ ମାନୁଫାକଚରିଂରୁ ବିବିଧାତା ଆଣି ମୂଲ୍ୟ ବୃଦ୍ଧି ପାଇଁ କାମ କରାଯାଉଛି ।
  3. ଏହି ରିଫାଇନାରୀର ବିସ୍ତାରରେ ଅନୁମୋଦିତ ବ୍ୟୟ ୧୬,୫୦୪ କୋଟି ଟଙ୍କା ରହିଛି । ବିସ୍ତାର କାର୍ଯ୍ୟ ୨୦୧୬ ଅଗଷ୍ଟ ସୁଦ୍ଧା ସାରିବାର ସମ୍ଭାବନା ରହିଛି । ଅପ୍ରେଲ ୧୫,୨୦୧୬ ସୁଦ୍ଧା ୯୫.୩୦ ପ୍ରତିଶତ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିଛି ।

ବିଶାଖ ରିଫାଇନାରୀ

  1. ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ର ବିଶାଖ ରିଫାଇନାରୀର ଆରମ୍ଭ ୧୯୫୭ ରେ କେଲ୍ଟକ୍ସ ଅଏଲ ରିଫାଇନିଂ ଲିମିଟେଡ଼ ଦ୍ଵାରା କରାଯାଇଥିଲା । ୧୯୭୬ରେ ଭାରତ ସରକାର ଏହାର ଅଧିଗ୍ରହଣ କରିନେଇଥିଲେ ଏବଂ ୧୯୭୮ ରେ ଏହାର ବିଲୟ ଏଚପିସିଏଲରେ କରିଦିଆଯାଇଥିଲା ।
  2. ରିଫାଇନାରୀର ବର୍ତମାନ ଶୋଧନ କ୍ଷମତା ବାର୍ଷିକ ୮,୩୦୦ ମିଲିୟନ ମେଟ୍ରିକଟନ୍ ।
  3. ଏଚପିସିଏଲ ଦ୍ଵାରା ଏହି ରିଫାଇନାରୀର କ୍ଷମତା ବାର୍ଷିକ ୮,୩୦୦ ମିଲିୟନ ମେଟ୍ରିକଟ୍ ନରୁ ବଢାଇ ବାର୍ଷିକ ୧୫ ମିଲିୟନ ମେଟ୍ରିକଟନ୍ କରାଯିବାର ଯୋଜନା ରହିଛି ଏବଂ ଏହି ପ୍ରକଳ୍ପ ପାଇଁ ଆକଲିତ ବ୍ୟାୟ ୧୮,୪୦୦ କୋଟି ଟଙ୍କା ରହିଛି ।

ବରୌନି ରିଫାଇନାରୀ

  1. ବରୌନି ରିଫାଇନାରୀର ସ୍ଥାପନା ଜୁଲାଇ 1964ରେ ସୋଭିଏତ ସଂଘର ସହଯୋଗରେ ହୋଇଥିଲା । ରିଫାଇନାରୀର ବର୍ତମାନ କ୍ଷମତା ବାର୍ଷିକ ୬.୦୦ ଏମଏମଟିପିଏ ଅଟେ ।
  2. ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଦ୍ଵାରା ଏହି ରିଫାଇନାରୀର ବର୍ତମାନ କ୍ଷମତାକୁଦୁଇଟି ପର୍ଯ୍ୟାୟରେ ବାର୍ଷିକ ୬.୦୦ ମିଲିୟନ ମେଟ୍ରିକଟନରୁ ବଢାଇ ବାର୍ଷିକ ୯.୦୦ ମିଲିୟନ ମେଟ୍ରିକଟନ୍ କରାଯିବାର ଯୋଜନା ରହିଛି ।
  • ପର୍ଯ୍ୟାୟ ୧- ବାର୍ଷିକ ୬.୦୦ ଏମଏମଟିପିଏରୁ ବାର୍ଷିକ ୭ ମିଲିୟନ ମେଟ୍ରିକନକୁ ବୃଦ୍ଧି କରାଯିବ ।
  • ପର୍ଯ୍ୟାୟ ୨- ବାର୍ଷିକ ୭ ମିଲିୟନ ମେଟ୍ରିକଟନରୁ ବାର୍ଷିକ ୯.୦୦ ମିଲିୟନ ମେଟ୍ରିକଟନରୁ ଲକ୍ଷ୍ୟ ହାସଲ କରିବା
  • ପ୍ରଥମ ପର୍ଯ୍ୟାୟ ପାଇଁ କୌଶଳ କାରିଗରୀ ଆର୍ଥିକ ସମୀକ୍ଷା ସହିତ ବିସ୍ତୃତି ବିନ୍ୟାସ ଅଧ୍ୟୟନର କାମ ବର୍ତମାନ ଚାଲିଛି ଏବଂ ୨୦୧୬-୧୭ ସୁଦ୍ଧା ଏହି ପର୍ଯ୍ୟାୟର କ୍ରିୟାନ୍ଵୟନର ଯୋଜନା ରହିଛି । ଦ୍ଵିତୀୟ ପର୍ଯ୍ୟାୟ ୨୦୨୦-୨୦୨୧ ସୁଦ୍ଧା ସମ୍ପୁର୍ଣ୍ଣ ହେବାର ସମ୍ଭାବନା ରହିଛି ।

ବୀଣା ରିଫାଇନାରୀ

  1. ବୀଣା ରିଫାଇନାରୀର ସ୍ଥାପନା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ( ବିପିସିଏଲ) ଏବଂ ଓମାନ ଅଏଲ କର୍ପୋରେସନ ଲିମିଟେଡ଼ର ମିଳିତ ଉଦ୍ୟମ ଭାରତ ଓମାନ ରିଫାଇନାରୀଜ ଲିମିଟେଡ ଦ୍ଵାରା କରାଯାଇଥିଲା ଏବଂ ଏହା ମଇ ୨୦୧୧ ରେ ଆରମ୍ଭ ହୋଇଥିଲା ।
  2. ବିପିସିଏଲ ବୀମା ରିଫାଇନାରୀର ବର୍ତମାନ କ୍ଷମତା ବାର୍ଷିକ ୬.୦୦ ମିଲିୟନ କ୍ଷମତା ବାର୍ଷିକ ୬.୦୦ ମିଲିୟନ ମେଟ୍ରିକଟନରୁ ବାର୍ଷିକ ୭.୮ ମିଲିୟାନ ମେଟ୍ରିକଟନ ବୃଦ୍ଧି କରାଯିବାର ପ୍ରସ୍ତାବ  ରହିଛି ଯେଉଁଥିରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ପଶ୍ଚିମ ଉପକୂଳରେ ମେଗା ରିଫାଇନାରୀ

  1. ସାର୍ବଜନୀନ କ୍ଷେତ୍ରରେତୈଳ କମ୍ପାନୀ ଗୁଡିକ, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ( ଆଇଓସିଏଲ) ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ବିପିସିଏଲ) ହିନ୍ଦୁସ୍ଥାନ ପେଟ୍ରୋଲଲିୟମ କର୍ପୋରେସନ ଲିମିଟେଡ଼ ( ଏଚପିସିଏଲ ଏବଂ ଇଆଇଏଲ ମହାରାଷ୍ଟ୍ରରେ ଏକ ସମ୍ମିଳିତ ରିଫାଇନାରୀ ସହ ପେଟ୍ରୋଲ ରସାୟନ ପରିସରର ସ୍ଥାପନା ପାଇଁ ଘୋଷଣା  ହୋଇଛି । ଏହାର ରିଫାଇନିଙ୍ଗ କ୍ଷମତା ବାର୍ଷିକ ୬୦ ମିଲିୟନ ମେଟ୍ରିକଟନ ଏବଂ ଏହାର ଦୁଇଟି ପର୍ଯ୍ୟାୟରେ ପୂର୍ଣ୍ଣାଙ୍ଗ କରାଯିବ ।
  2. ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ଼ ( ଇଆଏଲ) ବିସ୍ତୁତ ବ୍ୟବହାର୍ଯ୍ୟତା ଅଧ୍ୟୟନ କରୁଛନ୍ତି । ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀ ଗୁଡିକ ଏବଂ ଇଆଇଏଲ, ନିର୍ମାଣ ସ୍ଥଳର ଚିହ୍ନଟ ପାଇଁ ମହାରାଷ୍ଟ୍ର ସରକାରଙ୍କ ସହିତ ଆଲୋଚନା କରୁଛନ୍ତି ।

୧ ଡିସେମ୍ବର ୨୦୧୪ ରେ ମାନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ତ୍ରିପୁରାର ପଲଟାନାଠାରେ ଓଟିପିସି ବିଦ୍ୟୁତ ପ୍ଳାଣ୍ଟର ୟୁନିଟ-୨ କୁ ରାଷ୍ଟ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପୂର୍ବୋତ୍ତର ଭାରତରେ ଅପଷ୍ଟ୍ରିମ୍ ମିଡିଷ୍ଟ୍ରିମ ଏବଂ ଡାଉନଷ୍ଟ୍ରିମ ପାଇଁ ୧,୩୦,୦୦୦ କୋଟି ପୁଞ୍ଜି ବିନିଯୋଗ କରିବା ପାଇଁ ୯ ଫେବୃୟାରୀ ୨୦୧୬ ରେ ପୂର୍ବୋତାର ଭାରତ ପାଇଁ ହାଇଡ୍ରୋ କାର୍ବନ ଭିଜନ ୨୦୩୦ ଜାରି   କରାଯାଇଥିଲା । ପୂର୍ବୋତ୍ତର ଭାରତରେ ଅନୁସନ୍ଧାନ ଏବଂ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଆଞ୍ଚଲରେ ଘରୋଇ କମ୍ପାନୀଗୁଡିକ ଗ୍ୟାସ ଅପରେସନରରେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ମାନନୀୟ ପ୍ରଧାନମନ୍ତ୍ରୀ ଫେବୃୟାରୀ ୨୦୧୬ ରେ ନୁମଲିଗଡ ରିଫାଇନାରୀ ଲିମିଟେଡ଼ରେ ସ୍ଵଦେଶୀ କୌଶଳ ଦ୍ଵାରା ସର୍ବାଧିକ ମହମ ଉତ୍ପାଦନ କରିପାରିବା ଭଳି ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ଆଧାର

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଲୟ ଭାରତ ସରକାର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate