অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇନ୍ଧନ ରୂପେ ଅଙ୍ଗାରକାମ୍ଳ

ଇନ୍ଧନ ରୂପେ ଅଙ୍ଗାରକାମ୍ଳ

ଇନ୍ଧନ ରୂପେ  ଅଙ୍ଗାରକାମ୍ଳ

ଅଙ୍ଗାରଭିତ୍ତିକ ଇନ୍ଧନର ଦହନରୁ ଅଙ୍ଗାରକାମ୍ଳ ଜାତ ହୁଏ । ଏହାକୁ ଏକ ପରିବେଶ ଦୂଷିତକାରୀ ବର୍ଜ୍ୟବସ୍ତୁ ରୂପେ ଗଣନା କରାଯାଏ । ପୁନଶ୍ଚ ସାଧାରଣତଃ ଏପ୍ରକାର ବିଦ୍ୟୁତ-ରାସାୟନିକ ପ୍ରତିକ୍ରିୟାରୁ ଅଳ୍ପଅଳ୍ପ ପରିମାଣରେ ନାନାଦି ଉତ୍ପାଦର ମିଶ୍ରଣ ସୃଷ୍ଟି ହୋଇଥାଏ ।

ବର୍ତ୍ତମାନ ଅଣଲେଉଟା ଭାବେ ମଣିଷର ଅଣାୟତ୍ତ ହୋଇ ଚାଲିଥିବା  ବିଶ୍ଵ ପ୍ରସାରୀ ବିଧ୍ଵଂସକାରୀ ସମସ୍ୟାଟି ହେଲା ଜାଗତିକ ଉଷ୍ମତା ବୃଦ୍ଧି । ଧରାପୃଷ୍ଠାରେ ଜୀବଜଗତକୁ ବିଲୁପ୍ତ କରି ଏକ ଅଭିନବ ପ୍ରଳୟର ଆବାହନ କରିବାର ସାମର୍ଥ୍ୟ ଏହାର ରହିଛି । ତେବେ ବସ୍ତୁବାଦୀ ଲାଳସାର ସର୍ବଗ୍ରାସୀ ପ୍ରଭାବରେ ହଜି ହଜି ଯାଉଥିବା ମାନବିକ ଚେତନା। ଏ ବିପଦକୁ ଦେଖି  ନ ଦେଖିଲା ଭଳି ଆଚରଣ କରୁଛି । ନଚେତ୍ ସବୁଜ ଗୃହ ବାଷ୍ଟ ନିର୍ଗମନ ହ୍ରାସ ଲାଗି ବିବିଧ ପଦକ୍ଷେପ ମାଧ୍ୟମରେ ଏହାକୁ ପ୍ରାକ୍-ଶିଳ୍ପ ବିପ୍ଳବ କାଳ ତୁଳନାରେ ୨ ଡିଗ୍ରୀ (ବାଞ୍ଚନୀୟ ଭାବେ ୧.୫ ଡିଗ୍ରୀ.) ସେଲସିୟସ୍ ରୁ ଅଧକ ବଢ଼ିବାକୁ ନ ଦେବା ଏବଂ ତଦ୍ଦ୍ଵାରା ବିଶ୍ଵକୁ ଏହାର ପ୍ରଳୟଙ୍କରୀ ପରିଣାମରୁ ରକ୍ଷା କରିବା ଉଦ୍ଦେଶ୍ୟରେ ୨୦୧୫ ମସିହାରେ ପ୍ୟାରିସଠାରେ ୧୯୭ ଦେଶର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ରାଜିନାମାରୁ ମୁଣ୍ଡ ପିଛା ସର୍ବାଧକ ବାଷ୍ପୀୟ ନିର୍ଗମନ ଘଟାଉଥିବା ଏବଂ ବର୍ତ୍ତମାନର ଅବସ୍ଥା ପାଇଁ ସର୍ବାଧକ ଅବଦାନ ଦେଉଥିବା ଦେଶ ଆମେରିକା ତହିଁରୁ ଓହରି ଯିବାର ନିଷ୍ପତ୍ତିର କାରଣ ଅନ୍ୟ କ'ଣ ହୋଇପାରେ ? ତଥାପି ସୁଖର କଥା ଯେ, ଅନ୍ୟସବୁ ଦେଶ। ଏହି ସ୍ଵାର୍ଥ-ସର୍ବସ୍ଵ ଅପରିଣାମଦର୍ଶୀ ମାର୍ଗ ଅନୁସରଣ କରିବାରୁ ନିବୃତ୍ତ ରହିଛନ୍ତି ଏବଂ ବୈଜ୍ଞାନିକମାନେ ନୂତନ ନୂତନ ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ଜାଗତିକ ଉଷ୍ମତାକୁ ସର୍ବାଧିକ ଅବଦାନ ଦେଉଥିବା ଅଙ୍ଗାରକାମ୍ଳ ବାଷ୍ପର କେବଳ ନିର୍ଗମନ ହ୍ରାସ କରିବା ଦିଗରେ ଯେ ପଦକ୍ଷେପ ନେଇ ଚାଲିଛନ୍ତି ତା' ନୁହେଁ, ସେଥିସହିତ ନିର୍ଗତ ହେଉଥିବା ଏ ବାଷ୍ପକୁ ବାୟୁମଣ୍ଡଳରେ ମିଶିବାକୁ ନ ଦେଇ ତାହାକୁ ନିରାପଦ ଭାବେ ଗଚ୍ଛିତ କରିବା କିମ୍ବା ଅନ୍ୟ କୌଣସି ରୂପେ ବିନିଯୋଗ କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

ବାୟୁ ମଣ୍ଡଳ

ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ନିୟୁତ ପ୍ରତି ୪୦୦ ଭାଗରୁ ଅଧିକ ହେବା ବିପଜ୍ଜନକ ବୋଲି ବୈଜ୍ଞାନିକମାନଙ୍କ ମତ । କାରଣ, ଏହା ପରେ ଏହାର ପ୍ରଭାବ ଅଣଲେଉଟା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଶିଳ୍ପ ବିପ୍ଳବର ଆରମ୍ଭ ବେଳକୁ ଏହାର ମାତ୍ରା ପ୍ରାୟ ୨୯୦ ଭାଗ ଥିଲାବେଳେ ୧୯୬୦ ଦଶକର ପ୍ରାରମ୍ଭରେ ୩୨୦ ଭାଗରେ ପହଞ୍ଚଥିଲା । ଏବେ ତାହା ସେହି ବିପଦ ସଂକେତ ଅତିକ୍ରମ କରି ପହଞ୍ଚୁଗଲାଣି ୪୦୬ ଭାଗରେ (ଏପ୍ରିଲ, ୨୦୧୬) । ୨୦୧୫ ମସିହା ଆକଳନ ଅନୁସାରେ ସମଗ୍ର ବିଶ୍ଵରେ ବାର୍ଷିକ ନିର୍ଗତ ହୋଇଥାଏ ୩୬.୦୫ ବିଲିୟନ୍ (ହଜାର-ନିୟୁତ) ଟନ୍ ଅଙ୍ଗାରକାମ୍ଳ । ତାହା ସର୍ବାଧିକ ଘଟିଥାଏ। ଚାଇନାରେ (୧୦.୬୪ ବିଲିୟନ୍ ଟନ୍) । ତା' ପଛକୁ କ୍ରମାନୁସାରେ ଅଛନ୍ତି ଆମେରିକା (୫.୧୭), ୟୁରୋପୀୟ ଦେଶ ସମୂହ (୩:୪୭), ଭାରତ (୨.୪୫), ରୁଷିଆ (୧୮୭), ଜାପାନ (୧.୩୨), ଆନ୍ତର୍ଜାତିକ ଜାହାଜ ଚଳାଚଳ (୦.୬୪), ଇରନ୍ (୦.୬୩), ଦକ୍ଷିଣକୋରିଆ (୦.୬୨), କାନାଡ଼ା (୦.୫୬), ସାଉଦି ଆରବ (୦.୫୧) ଏବଂ ଇଣ୍ଡୋନେସିଆ (୦.୫୦)। ଅବଶିଷ୍ଟ ବିଶ୍ଵରୁ ନିର୍ଗମନ ହୁଏ ୭.୬୭ ବିଲିୟନ ଟନ୍ ଅଙ୍ଗାରକାମ୍ଳ । ଏହାକୁ ସଂକୁଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ତଥାକଥିତ ପ୍ରଗତି ଲାଳସାରେ ଆମେ ଏଡ଼ାଇ ଚାଲିଛୁ। ଏପରିସ୍ଥଳେ, ତାହାର ବିକଳ୍ପ ସଦୁପଯୋଗ ଏହି ବିଷକୁ ଅମୃତରେ ପରିଣତ କଲାଭଳି ବିସ୍ମୟକର ଯାଦୁଟିଏ ହୋଇପାରନ୍ତା ।

ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଯେଉଁ କେତେକ ସଫଳତା ହାସଲ କରିଛନ୍ତି, ତହିରୁ ଅନ୍ୟତମ ତଥା ଗୁରୁତ୍ୱପୂର୍ଣ୍ଣ ହେଲା ଅଙ୍ଗାରକାମ୍ଳ ଇନ୍ଧନ ରୂପେ ବ୍ୟବହାର କରିବା । ଏହା ଏକ ବହନ ପ୍ରତିରୋଧା ବାଷ୍ପ । ଏଣୁ ଅଗ୍ନି ନିର୍ବାପକମାନଙ୍କରେ ଏହାକୁ ବ୍ୟବହାର କରାଯାଏ । ଏପରିସ୍ଥଳେ ତହିଁରୁ ଇନ୍ଧନ ଉତ୍ପାଦନ ଚିନ୍ତାଧାରା ସ୍ଵବିରୋଧାଭାଷୀ ମନେ ହୋଇପାରେ । ତେବେ ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି ଆମେରିକା ଶକ୍ତି ବିଭାଗର ଓକରିଜ୍ ଜାତୀୟ ବିଜ୍ଞାନାଗାରର ବୈଜ୍ଞାନିକମାନେ । ଅତି ଆକସ୍ମିକ ଭାବେ ସେମାନେ ଏହି ସବୁଜ ଗୃହ ବାଷ୍ଠକୁ କମ୍ ପ୍ରଦୂଷଣକାରୀ ତଥା ପୁନଃ ଚକ୍ରଣଯୋଗ୍ୟ ଇନ୍ଧନ ସୁରାସାର ବା ଇଥାନେଲ୍‌ରେ ପରିଣତ କରିପାରିଛନ୍ତି । ‘କେମେଷ୍ଟି ସିଲେକ୍ଟ' (ଅକ୍ଟୋବର ୨୦୧୬) ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ ସେମାନେ ଏଥିଯାଇଁ ଅଙ୍ଗାର, ତମ୍ବା ଓ ଯବକ୍ଷାରଜାନରୁ ପ୍ରସ୍ତୁତ ଉତପ୍ରେରକ ବ୍ୟବହାର କରିଥିବାର ସୂଚନା ଦେଇଛନ୍ତି ।

ଏହାର ମୁଖ୍ୟ ଲେଖକ ଆଡାମ୍ ରୋଣ୍ଟିନୋନ୍ ସ୍ଵୀକାର କରନ୍ତି ଯେ, ତାଙ୍କୁ ଏ ସଫଳତା ମିଳିଥିଲା ଅତି ଆକସ୍କିକ ଭବେ । ଏକ ପରୀକ୍ଷାରେ ସେ ଏବଂ ତାଙ୍କ ସହଯୋଗୀମାନେ ଜଳ ଓ ଅଙ୍ଗାରକାମ୍ଳର ମିଶ୍ରଣ ମଧ୍ୟରେ ଏହି ଉତପ୍ରେରାକେର ଉପସ୍ଥିତିରେ ବିଦ୍ୟୁତ ପ୍ରବାହ ଘଟାଇଥିଲେ । ସେମାନେ

ଆଶା କରିଥିଲେ  ଯେ, ଏହା କୌଣସି ଜଟିଳ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିବ, ଯାହାକି ମୁଖ୍ୟତଃ ଦହନ ପ୍ରକ୍ରିୟାକୁ ପ୍ରତ୍ୟାବର୍ତ୍ତୀ କରିଥାଏ । ତେବେ ତହିରେ ଅଙ୍ଗାରକାମ୍ଳ ସିଧାସଳଖ ତଳ ସହିତ ସୁରାସାର ସୃଷ୍ଟି କଲା । ଏହାର ଉତ୍ପନ୍ନ

ମାତ୍ରା ଥିଲା ଆଶ୍ଚର୍ଯ୍ୟଜନକ ଭାବେ ଅଧିକ  ୬୩ ଶତାଂଶ । ଯେକୌଣସି ଅଙ୍ଗାରଭିତ୍ତିକ ଇନ୍ଧନର ଦହନରୁ ଅଙ୍ଗାରକାମ୍ଳ ଜାତ ହୁଏ । ଏହାକୁ ଏକ ପରିବେଶ, ଦୂଷିତକାରୀ ବର୍ଜ୍ୟବସ୍ତୁ ରୂପେ ଗଣନା କରାଯାଏ । ପୁନଶ୍ଚ ସାଧାରଣତଃ ଏପ୍ରକାର ବିଦ୍ୟୁତ-ରାସାୟନିକ ପ୍ରତିକ୍ରିୟାରୁ ଅଳ୍ପ ଅଳ୍ପ ପରିମାଣରେ ନାନାଦି ଉତ୍ପାଦର ମିଶ୍ରଣ ସୃଷ୍ଟି ହୋଇଥାଏ । କିନ୍ତୁ ରୋଣ୍ଡିନୋମ୍‌ଙ୍କ ଗବେଷକ ଦଳ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଚୟନାତ୍ମକ ଭାବେ ପଶ୍ଚାତତ୍ମୁଖୀ କରି ଏହାକୁ ସୁରାସାର ଇନ୍ଧନ ପ୍ରସ୍ତୁତିରେଉପଯୋଗ କରିବାକୁ ସମର୍ଥ ହୋଇଥଲେ ।

ଅଙ୍ଗାରକାମ୍ଳରୁ ଏହାର ପ୍ରସ୍ତୁତିକୁ ବିସ୍ମୟକର ବୋଲି କୁହାଯିବାର କାରଣ ହେଲା, ଗୋଟିଏ ଉତପ୍ରେରକ ବ୍ୟବହାର କରି ସିଧାସଳଖ ଏହା ଲାଭ କରିବା ଥିଲା ସେମାନଙ୍କ ପରିକଳ୍ପନାର ବାହାରେ । ତେବେ ଏଠାରେ ବ୍ୟବହୃତ ଉତ୍‌ପ୍ରେରକର ନୂତନତା ହେଲା ତାହାର ନାନୋ-ଅନୁପାତିକ ଗଠନ, ଯାହାକି ଏ ଯାଦୁ ସମ୍ଭବ କରିଥିଲା । ଏହା ପ୍ରସ୍ତୁତ ହୋଇଥିଲା ତମ୍ବାର ନାନୋକଣିକା ଉପରେ ଯବକ୍ଷାରଜାନ ଶୋଷଣ କରିଥିବା ଗ୍ରାଫିନ୍

(ଅଙ୍ଗୀର)ର ସୁଷ୍ମ ତୀଷ୍ଟ କଣିକାଗୁଚ୍ଛ ଖଚିତ କରି। ବୈଦ୍ୟୁତିକ ବ୍ୟବସ୍ଥାଟିରେ ଏହା ବିଦ୍ୟୁତଦଣ୍ଡ ରୂପେ ନିୟୋଜିତ ହୋଇଥିଲା । ଅତଏବ ବେଶ ଶସ୍ତା ହୋଇଥିବା ଏସବୁ ପଦାର୍ଥ ଉପରେ ନିର୍ଭରଶୀଳ ଥିଲା ଏହି ପ୍ରକ୍ରିୟା । ପୁନଶ୍ଚ ସାଧାରଣ ତାପମାତ୍ରାରେ ଢଳ ମଧ୍ୟରେ ଏହା ସମ୍ଭବ ହୋଇପାରୁଛି। ସେଥିପାଇଁ ଗବେଷକମାନେ ଆଶାବାଦୀ ଯେ, ଏଥିରୁ ବ୍ୟବସାୟ ଭିତ୍ତିରେ ସୁରାସାର ଉତ୍ପାଦନ ସମ୍ଭବ ହୋଇପାରିବ । ଫଳରେ ଜାଗତିକ ଉଷ୍ମତୀ ବୃଦ୍ଧିରେ ପ୍ରଧାନ ଭୂମିକା ନେଉଥିବା ଏକ ନମ୍ବର ସବୁଜଗୃହ ବାଷ୍ପ ଅଙ୍ଗାରକାମ୍ଳର ସୁପରିଚାଳନା ଦିଗରେ ନୂତନ ପଥଟିଏ ଉନ୍ମୁକ୍ତ ହେବ, ଯାହାକି ହୁଏତ ବିଶ୍ୱକୁ ଏ ବିପତ୍ତିରୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସଂଗୃହିତ: ପ୍ରଫେସର ରମେଶ ଚନ୍ଦ୍ର  ଭୁବନେଶ୍ଵର ମୋ: ୯୪୩୭୮୩୯୮୩୧



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate