অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳଛାୟାଞ୍ଚଳରେ ଭୂତଳଜଳର କୃଷିଭିତ୍ତିକ ଉପଯୋଗ

ଉପକ୍ରମ

ଜଳଛାୟା କାର୍ଯ୍ୟକ୍ରମଗୁଡିକ ସାଧାରଣତଃ ଗ୍ରାମୀଣ ଭାବରେ ସୀମିତ, ଯେଉଁଠାରେ କୃଷି ଓ ଆନୁଷଙ୍ଗିକ ଦ୍ରୁଷ୍ଟିକୋଣ ଜଳ କିପରି ବିନିଯୋଗ ଓ ନିଷ୍କାସିତ ହେବ ତାହା ନିର୍ଧାରଣ କରିଥାଏ ।  ଏହି ସକ୍ରିୟାତାଗୁଡିକ ନିର୍ଦ୍ଧିଷ୍ଟ ମାନର ଜଳ ଦାବି କରିଥାଏ ଏବଂ ଜଳବିନିଯୋଗର ପ୍ରଭାବ ସମ୍ବନ୍ଧରେ ବୁଝିବା ମଧ୍ୟ ଆବଶ୍ୟକ କରିଥାଏ । ମୃତ୍ତିକା ପ୍ରକାରଗୁଡିକର ଅନୁଧ୍ୟାନ ନିର୍ଦ୍ଧିଷ୍ଟ ମୃତ୍ତିକା ପାଇଁ ପରିସ୍ରବଣ ହାର ନିର୍ଣ୍ଣୟ କରିଥାଏ । ତେଣୁ ଉପଲବ୍ଧ ଭୂତଳଜଳର ଉପଯୁକ୍ତ ବିନିଯୋଗ, ଯୋଜନା ନିମନ୍ତେ ମୃତ୍ତିକା ପ୍ରକାର , ଶସ୍ୟ ଖସଡା ଏବଂ ଜଳର ମାନ ସମନ୍ଵିତ  ରୂପେ ନିର୍ଦ୍ଧାରଣ କରିବାକୁ ପଡିବ ।

କୃଷିରେ ଜଳର ମାନ ସମସ୍ୟା ଲବଣତା ଓ ଆବିଷାଳତା ଅନ୍ତର୍ଭୁକ୍ତ କରିଥାଏ । ଯେତେବେଳେ ଶୀର୍ଷ ମୃତ୍ତିକା ମଧ୍ୟରେ ଲବଣ ସଞ୍ଚିତ ହୋଇଥାଏ , ସେତେବେଳେ ଅତିଶୟ ଲବଣତା ଉତ୍ପନ୍ନ ହୁଏ ।  ଏହି ଲବଣ ଶସ୍ୟ ଉତ୍ପାଦନକୁ ପ୍ରଭାବିତ କରିପାରେ , କାରଣ ଶସ୍ୟ ମୂଳ , ବିଶେଷତଃ ଉପର ମୂଳମଣ୍ଡଳ ଲବଣାକ୍ତ ଦ୍ରବଣରୁ ପର୍ଯ୍ୟାପ୍ତ ଜଳ ଓ ପୋଷାକ ପଦାର୍ଥ ଶୋଷଣ କରିବାରେ ଅତ୍ୟନ୍ତ ଅସୁବିଧା ହୋଇଥାଏ ।  ମୃତ୍ତିକା ମଣ୍ଡଳରେ ଲବଣର ସଂଭବନ ଯୋଗୁଁ ମୃତ୍ତିକାର ପାରଗମ୍ୟତା ମଧ୍ୟ ହ୍ରାସ ପାଏ, ଫଳତଃ ଶସ୍ୟ ଉତ୍ପାଦିକାରେ ହ୍ରାସ ଘଟିଥାଏ (ପର୍ଯ୍ୟାପ୍ତ ଜଳ ମୂଳମଣ୍ଡଳକୁ ପହଞ୍ଚିପାରେ ନାହିଁ ) ଆବିଷାଲତା ମଧ୍ୟ ଉତ୍ତମ ଉପଯ ଅବ୍ୟାହତ ରଖିବା ଦିଗରେ ଏକ ସମସ୍ୟା । କେତେକ ଜଳରେ ନିର୍ଦ୍ଧିଷ୍ଟ ଅବୟବର ଗାଢତା ଅତ୍ୟଧିକ ପରିମାଣରେ ରହିଥାଏ, ଯଦ୍ଵାରା ନିର୍ଦ୍ଧିଷ୍ଟ ଉଦ୍ଭିଦଙ୍କର ବୃଦ୍ଧି ପଚାଇ ଯାଏ , କିମ୍ବା ଏପରିକି ସେଗୁଡିକର ଅପସାରିତ ମଧ୍ୟ ହୋଇଥାନ୍ତି ।  ବୋରୋନ, କ୍ଳୋରାଇଡ ଓ ସୋଡିୟମ ହେଉଛି ସାଧାରଣ ଆବିଷାଳ ପଦାର୍ଥ   ।

ମୃତ୍ତିକା ଉପରେ ସୋଡିୟମର ଗୁରୁତ୍ଵପୂର୍ଣ୍ଣ ଓ ସଦୁରପ୍ରସାରୀ ପ୍ରଭାବ ରହିଛି । ଭୂତଳଜରରେ ସୋଡିୟମ ହେଉଛି ନିର୍ଦ୍ଧିଷ୍ଟ ପ୍ରକାରର ଶିଳାଗୁଡିଅକର ଅପକ୍ଷୟ କାଳରେ ଦ୍ରବନୀୟ ଉତ୍ପାଦଗୁଡିକର ମୁକ୍ତ ହେବାର ପରିମାଣ । ଅବଶ୍ୟ ହାଲାଇଟ ଭଳି ଲବଣର ନିକ୍ଷାଳନ ଦ୍ଵାରା ସୋଡିୟମ ଜଳସ୍ତରକୁ ମଧ୍ୟ ଆସିପାରେ ।

  1. ଅମ୍ଳତ୍ଵ - ଖାରତ୍ଵ
  2. ସୋଡିୟମ ଆଶୋଷଣ ଅନୁପାତ
  3. ଆମୋନିୟମ – ନାଇତ୍ରୋଜେନ
  4. ବାଇକାର୍ବୋନେଟ
  5. ବୋରୋନ
  6. କାଲସିୟମ
  7. କାର୍ବୋନେଟ
  8. କ୍ଳୋରାଇଡ
  9. ବିଦ୍ୟୁତ ପରିବାହିତା
  10. ଲୌହ
  11. ଲିଥିୟମ
  12. ମାଗ୍ନେସିୟମ
  13. ନାଇଟ୍ରେଟ – ନାଇଟ୍ରୋଜେନ
  14. ଫସ୍ପେଟ   - ଫସଫରସ
  15. ସୋଡିୟମ
  16. ସଲଫେଟ

ସୋଡିୟମ ଏବଂ କାଲସିୟମ ଯୁକ୍ତ ମାଗ୍ନେସିୟମର ଅନୁପାତ ହେଉଛି କୃଷିର ନିର୍ଦ୍ଧିଷ୍ଟ ପରିମାଣ   । ଯେତେବଳେ ସୋଡିୟମବହୁଳ ଜଳ ମୃତ୍ତିକାରେ ପ୍ରୟୋଗ କରାଯାଏ , ମୃତ୍ତିକାରେ ଥିବା ପଙ୍କ ଦ୍ଵାରା କାଲସିୟମ ଓ ମାଗ୍ନେସିୟମ ପ୍ରତିବଦଳରେ ସୋଡିୟମ ଗ୍ରହଣ କରି ନିଆଯାଏ   ।  ଏହି ପ୍ରତିକ୍ରିୟାକୁ ମୌଳିକ ବିନିୟମ କୁହାଯାଏ   । ମୌଳିକ ବିନିୟମ ମୃତ୍ତିକାର ଭୌତିକ ଗୁଣକୁ ପରିବର୍ତ୍ତନ କରେ ଏବଂ ଉଦ୍ଭିଦର ବୃଦ୍ଧିକୁ ବାଧା ଦେବାକୁ ଅଗ୍ରସର ହୋଇଥାଏ  । ସୋଡିୟମବହୁଳ ମୃତ୍ତିକା ଯେତେବେଳେ ଆର୍ଦ୍ର ହୁଏ, ତାହା ଚିକିଟା ହୋଇଯାଏ ଓ ସେଥିପାଇଁ ସ୍ୱଳ୍ପ ପାରାଗମ୍ୟତା ରହିଥାଏ   ।  ଏହି ମୃତ୍ତିକା ଯେତେବଳେ ଶୁଷ୍କ ହୁଏ, ତାହା କାଲସିୟମ ଓ ମାଗ୍ନେସିୟମ ଆୟନ ଧାରଣ କରିଥାଏ , ତେବେ ସେଥିରେ ଉତ୍ତମ ପାରଗମ୍ୟତା ରହେ ଏବଂ ସଜହରେ କର୍ଷିତ ହୋଇପାରେ   ।  ଯଦି ସେଚ ଜଳରେ କାଲସିୟମ ଓ ମାଗ୍ନେସିୟମ ଆୟନଗୁଡିକ ସୋଡିୟମ ଆୟନଗୁଡିକର ସମାନ ହେବାକୁ ପର୍ଯ୍ୟାପ୍ତ ହୋଇଥାନ୍ତି ତେବେ ସେଗୁଡିକ କୃଷି ପାଇଁ ଉତ୍ତମ , ଯଦିଓ ମୋଟ ଖଣିଜ ପରିମାଣ ଅତ୍ୟଧିକ ହୋଇଥାଏ । ସୋଡିୟମର ପ୍ରଭାବ ସୋଡିୟମ ଆଶୋଷଣ ଅନୁପାତ (SAR) ଦ୍ଵାରା ନିର୍ଦ୍ଧାରଣ କରାଯାଇପାରିବ , ଯାହାକୁ ନିମ୍ନ ପ୍ରଦର୍ଶିତ ସମୀକରଣ ଦ୍ଵାରା ଗଣନା କରାଯାଇଥାଏ   ।

ସୋଡିୟମ ଆଶୋଷଣ ଅନୁପାତ  (SAR) = Na/{Ca + Mg)/୨} ୧/୨

ଯେଉଁଠି ସୋଡିୟମ , କାଲସିୟମ ଓ ମାଗ୍ନେସିୟମ ହେଉଛନ୍ତି ଜଳବିଶ୍ଳେଷଣରୁ ପ୍ରତି ଲିଟର ମିଲି ମୂଲ୍ୟାଙ୍କ ସୋଡିୟମ ଆଶୋଷଣ ଅନୁପାତରେ ମୂଲ୍ୟ ୧୦ ରୁ କମ ହୋଇଥିଲେ , ତାହା ସୋଡିୟମ ସମସ୍ୟାରୁ କମ ବିପଦ ସୂଚିତ କରେ   ।  ୧୮ କିମ୍ବା ତଦୁର୍ଦ୍ଧ୍ଵ ମୂଲ୍ୟରୁ ମୃତ୍ତିକା ମଧ୍ୟରେ ନିଶ୍ଚିତ ଭାବରେ ଅତ୍ୟଧିକ ସୋଡିୟମର ସଂଭବନ ଘଟିଥିବା ସୂଚନା ମିଳିଥାଏ  ।

ଜଳ ଦ୍ଵାରା ବାହିତ ଅଧିକାଂଶ ଖଣିଜଗୁଡିକ ଉଦ୍ଭିଦ ମାନଙ୍କ ଦ୍ଵାରା କରାଯାଇ ନଥାନ୍ତି  । ସେଗୁଡିକ ମୃତ୍ତିକା ମଧ୍ୟରେ ରହିଯିବା ଅଥବା ଅବ୍ୟବହୃତ ଜଳ ଭାଗରେ ଦ୍ରବୀଭୁତ ହୋଇ ରହିଯିବାର ସମ୍ଭାବନା ରହିଛି   ।  ଜଳସେଚନ ପରିଚାଳନା ଅଭ୍ୟାସ, ମୃତ୍ତିକା ସୁସ୍ଥ ରଖିବାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ  ।  ଯଦ୍ଵାରା ଭୂତଳଜଳ ଦ୍ଵାରା ଜଳସେଚନକୁ ଏକ ସହନୀୟ ଧାରାରେ ଅବ୍ୟାହାତ ରଖାଯାଇପାରିବ  ।  ଏହି ପରିଚାଳନା ଅଭ୍ୟାସଗୁଡିକ ନିମ୍ନଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ କରିଥାଏ ।

  1. ଫସଲ ପାଇଁ ଯଥେଷ୍ଟ ମୃତ୍ତିକା – ଜଳ ଯୋଗାଣକୁ ବଜାୟ ରଖିବା ନିମନ୍ତେ ବାରମ୍ବାର ଜଳସେଚନ କରିବା   ।
  2. ବିଦ୍ୟମାନ ତଥା ସର୍ବୋଚ୍ଚ ଲବଣତା ସମସ୍ୟାକୁ ସୁହାଇବା ଭଳି ବୃକ୍ଷ ରୋପଣ କରିବା  ।
  3. ନିକ୍ଷାଲନ ଆବଶ୍ୟକତାକୁ ତୃପ୍ତ କରିବା ପାଇଁ ନିୟମିତ ଭାବରେ ଅତିରିକ୍ତ ଜଳ ବିନିଯୋଗ କରିବା   ।
  4. ଉତ୍ତମ ଲବଣ ନିୟନ୍ତ୍ରଣ ସାଧନ ନିମନ୍ତେ ଜଳସେଚନ ପଦ୍ଧତି କରିବା ,  ଏବଂ
  5. ସାଂସ୍କୃତିକ ଅଭ୍ୟାସର ପରିବର୍ତ୍ତନ କରିବା   ।

ଜଳଛାୟା ମଧ୍ୟରେ ଜଳସେଚନ ଅଭ୍ୟାସ ଏବଂ ମାନବ ସକ୍ରିୟତାର ପ୍ରତ୍ୟୁତ୍ତରରେ ଜଳର ମାନ , ସ୍ଥାନ ଓ ସମୟର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇଥାଏ   ।  ଗୋଟିଏ ଜଳଛାୟାରେ ଜଳବିଜ୍ଞାନୟୟ ଓ ଜଳଭୂବିଜ୍ଞାନୀୟ ଅନୁଧ୍ୟାନର ଅଂଶବିଶେଷ ସ୍ୱରୂପ ନିୟମିତ ଧାରାରେ ଜଳର ମାପ ପର୍ଯ୍ୟବେକ୍ଷଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସକ୍ରିୟତା ଅଟେ   ।  ସ୍ଥାନ ଓ କାଳରେ ପରିବର୍ତ୍ତନ ଘଟୁଥିବା ଜଳର ମ ପରିବର୍ତ୍ତନକୁ ନିୟମିତ ରୂପେ ଲିପିବଧ କରାଯିବା ଆବଶ୍ୟକ,  ଯଦ୍ଵାରା ଉପଯୁକ୍ତ ଜଳସେଚନ ତଥା ଜଳଛାୟା କାର୍ଯ୍ୟକ୍ରମର ଅଂଶ ରୂପେ ଗ୍ରହଣ/ ବା ପରିବର୍ତ୍ତନ କରାଯାଉଥିବା ଜଳ  ପରିଚାଳନା ଅଭ୍ୟାସକୁ ପାରଙ୍ଗମ କରିହେବ   ।

ସେଚ୍ଚ ଜଳରେ ବିରଳ ମୌଳିକ ତତ୍ତ୍ଵଗୁଡିକର ସର୍ବୋଚ୍ଚ ପରାମର୍ଶିତା ଗାଢତା

ମୌଳିକ

ମୃତ୍ତିକାର ନିରନ୍ତରଭାବରେ ବିନିଯୋଗ କରାଯାଉଥିବା ଜଳ ପାଇଁ (ମି .ଗ୍ରା ପ୍ରତି ଲିଟର )

ପି.ଏଚ. ମାନ ୬.୦ ରୁ ୮.୫ ବିଶିଷ୍ଟ ସୂକ୍ଷ୍ମ ବୟନିତ ମୃତ୍ତିକାରେ ୨୦ ବର୍ଷ ପର୍ଯ୍ୟନ୍ତ ବିନିଯୋଗ ନିମନ୍ତେ ( ମି .ଗ୍ରା ପ୍ରତି ଲିଟର )

ଆଲୁନିମିୟମ

୫.୦

୨୦.୦

ଆର୍ସେନିକ

୦.୧

୨.୦

ବେରିଲିୟମ

୦.୧

୦.୫

ବୋରୋନ

*

୨.୦

କାଡମିୟମ

୦.୦୧

୦.୦୫

କ୍ରୋମିୟମ

୦.୨

୨.୦

କୋବାଲଟ

୦.୦୫

୫.୦

ତମ୍ବା

୦.୨

୫.୦

ଫ୍ଲୁରାଇଡ

୧.୦

୧୫.୦

ଲୌହ

୫.୦

୨୦.୦

ସୀସା

୫.୦

୧୦.୦

ଲିଥିୟମ

୨.୫

୨.୫

ମାଙ୍ଗାନିଜ

୦.୨

୧୦.୦

ମଲିବଡେନମ

୦.୦୧

୦.୦୫

ନିକେଲ

୦.୨

୨.୦

ସେଲେନିୟମ

୦.୦୨

୦.୦୨

ଭାନାଡିୟମ

୦.୧

୧.୦

ଦସ୍ତା

୨.୦

୧୦.୦

  • ଯେତେବେଳେ  ୦.୭୫ ମି.ଗ୍ରା ପ୍ରତି ଲିଟର କୌଣସି ସମସ୍ୟା ନାହିଁ ,  ୦.୭୫ ଓ ୨.୦ ମି.ଗ୍ରା ପ୍ରତି ଲିଟର ମଧ୍ୟରେ ବର୍ଦ୍ଧିତ ସମସ୍ୟା, ଯେତେବେଳେ ୨.୦ ମି. ଗ୍ରା ପ୍ରତି ଲିଟରରୁ ଊର୍ଦ୍ଧ୍ଵ ଉତ୍କଟ ସମସ୍ୟା  ।
  • କେବଳ ଅମ୍ଳୀୟ ସୂକ୍ଷ୍ମ ବୟନିତ ମୃତ୍ତିକା ଏବଂ ଆପେକ୍ଷିକ ରୂପେ ଅଧିକ ଲୌହ ଆସ୍କାଇଡ ରଚକ ସହିତ ଥିବା ଅମ୍ଳୀୟ ମୃତ୍ତିକା ପାଇଁ   ।

ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate