ଭଣ୍ଡାରଣ ଗୁଣାଙ୍କ ବା ଭଣ୍ଡାରଣୀୟତା ଜଳଭର ପ୍ରତି ଏକକ ପୃଷ୍ଠଭାଗ କ୍ଷେତ୍ରରୁ ଜଳଭର ଭଣ୍ଡାରଣରୁ ବାହାରୁଥିବା ଜଳର ଆୟତନ କିମ୍ବା ତନ୍ମଧ୍ୟକୁ ପ୍ରବେଶ କରୁଥିବା ଜଳର ଆୟତନ ଏବଂ ପ୍ରତି ଏକକ ଜଳସ୍ତର ବା ଅନ୍ତର୍ନିହିତ ପୃଷ୍ଠଭାଗର ହ୍ରାସ (ଅର୍ଥାତ – ମୁଣ୍ଡରେ ପରିବର୍ତ୍ତନ)। ଗୋଟିଏ ଅନାବଦ୍ଧିତ ଜଳଭରର ବିଶିଷ୍ଟ ଉପଜ ଏହାର ଭଣ୍ଡାରଣ ଗୁଣାଙ୍କ ସହିତ ସମାନ ହୋଇଥାଏ । ସାଧାରଣଭାବରେ ଏହା ୦.୦୧ ରୁ ୦.୦୩ ମଧ୍ୟରେ ସୀମିତ, ଯଦିଓ ବିଶେଷରୂପେ ଆଗ୍ନେୟ ଓ ରୂପାନ୍ତରିତ ଶିଳା ମଧ୍ୟରେ ନ୍ୟୁନତର ବିଶିଷ୍ଟ ଉପଜ ଆଶା କରାଯାଇପାରେ । ଆବଦ୍ଧିତ ଜଳଭର ପାଇଁ ବିଶିଷ୍ଟ ଉପଜ ନିର୍ଦ୍ଧାରଣ କରିହୁଏ ନାହିଁ, କାରଣ ଜଳଭର ବସ୍ତୁ ପମ୍ଫିଙ୍ଗ କାଳରେ ଜଳଶୂନ୍ୟ ହୋଇନଥାଏ । ଏହା ମଧ୍ୟ ଅନ୍ୟତମ କାରଣ ଯେ, ଭଣ୍ଡାରଣ ଗୁଣାଙ୍କ ମୂଲ୍ୟ ଆବଦ୍ଧିତ ଜଳଭର ପାଇଁ କାହିଁକି ଅତି କ୍ଷୁଦ୍ର ହୋଇଥାଏ। ଯେତେବେଳେ ଆବଦ୍ଧିତ ଜଳଭରରେ ପମ୍ଫ କରାଯାଏ, ସେତେବେଳେ ଜଳଭର ବସ୍ତୁର ସଙ୍କୁଚନ ଓ ଜଳର ସଂପ୍ରସାରଣ ର ମିଳିତ ପ୍ରଭାବବଶତଃ ପମ୍ଫିଙ୍ଗ କାଳରେ ଜଳଭର ଅନ୍ତର୍ଗତ ଚାପ ହ୍ରାସ ପାଇ ଜଳକୁ ବାହାରକୁ ପ୍ରେରିତ କରିଅଥାଏ, ଯଦ୍ଵାରା ଜଳ ହାସଲ କରାଯାଇଥାଏ । ତେଣୁ ଜଳଭର ସଂପୂର୍ଣ୍ଣ ରୂପେ ଜଳଶୂନ୍ୟ ହୋଇନଥାଏ । ନିଦର୍ଶନସ୍ୱରୂପ, ଆବଦ୍ଧିତ ଜଳଭରର ଭଣ୍ଡାରଣ ଗୁଣାଙ୍କ ୧୦ ରୁ ମଧ୍ୟରେ ସୀମିତ ହୋଇଥାଏ । ପାରଗମ୍ୟତା (ଜଳଶକ୍ତିଚାଳିତ ପରିବାହିତା) ଶିଳାବସ୍ତୁର ଚରିତ୍ର ତାର ଯେଉଁ କାର୍ଯ୍ୟକାରିତାକୁ ସଂଶ୍ଳିଷ୍ଟ କରି ଜଳର ପ୍ରବାହକୁ ସୁଗମ କରିଥାଏ, ତାକୁ ପାରଗମ୍ୟତା ବା ଜଳଶକ୍ତିଚାଳିତ ପରିବାହିତା କୁହାଯାଏ । ଏହା ଜଳ ସଂଚାଳନ ଛିଦ୍ରାଦ ବସ୍ତୁର କ୍ଷମତା ବର୍ଣ୍ଣନା କରିଥାଏ । ଜଳଶକ୍ତି ଚାଳିତ ପରିବାହିତା: ଏହା ଛିଦ୍ରାଳ ବସ୍ତୁର ଗୋଟିଏ ଏକକ ପ୍ରସ୍ଥଚ୍ଛେଦ ସ୍ଥାନ ଦେଇ ଏକ ବିଶିଷ୍ଟ ତାପମାତ୍ରା ମଧ୍ୟରେ ଗୋଟିଏ ଏକକ ଜଳଶକ୍ତିଚାଳିତ କ୍ରମନିମ୍ନତା (ଏକ) ର ପ୍ରଭାବ ମାଧ୍ୟମରେ ଜଳର ଆୟତନୀ ପ୍ରବାହର ହାର ଅଟେ । (ଏହାର ମାପ ମିଟର ପ୍ରତି ସେକେଣ୍ଡ ଏକକ କିମ୍ବା ମିଟର ପ୍ରତି ଦିନ ହିସାବରେ କରାଯାଇଥାଏ) । ଜଳଶକ୍ତିଚାଳିତ ପରିବାହିତା ଛିଦ୍ରଗୁଡିକର ଆକାର ଓ ଆକୃତି, ଛିଦ୍ରଗୁଡିକ ମଧ୍ୟରେ ଥିବା ଅନ୍ତଃସଂଯୋଗର ଫଲୋତ୍ପାଦକଟା ଏବଂ ଜଳର ଭୌତିକ ଗୁଣ ଦ୍ଵାରା ପରିଚାଳିତ ହୋଇଥାଏ । ଯେଉଁ ଆବକ୍ଷେପ ସ୍ଥୂଳତର, ସେଗୁଡିକ ଛିଦ୍ରଗୁଡିକ ମଧ୍ୟରେ ସଂଯୋଗନଳୀଗୁଡିକ ସୂକ୍ଷ୍ମ ଅବକ୍ଷେପଠାରୁ ବୃହତ୍ତର ହୋଇଥାଏ, ଏଣୁ ସ୍ଥୂଳ ଅବକ୍ଷେପରେ ଜଳଶକ୍ତିଚାଳିତ ପରିବାହିତା ଉଚ୍ଚତର ହୁଏ । ଜଳଶକ୍ତିଚାଳିତ ପରିବାହିତାର କେତେକ ଆଦର୍ଶସ୍ୱରୂପ ମୂଲ୍ୟ ଶିଳା ଓ ଶିଳାବସ୍ତୁ ସୂକ୍ଷ୍ମରୁ ସ୍ଥୂଳ ଗେରେଡା ସୂକ୍ଷ୍ମ ରୁ ସ୍ଥୂଳ ବାଲି ପଟୁ , ବାୟୁପ୍ରବାହିତ ମୃତ୍ତିକା ହିମଜ ସୂକ୍ଷ୍ମ ମୃତ୍ତିକା ଅଣଅପକ୍ଷୟିତ ସାମୁଦ୍ରିକ ପଙ୍କ କର୍ଦ୍ଦମପଥର ଫାଟବିହୀନ ଆଗ୍ନେୟ ଓ ରୂପାନ୍ତରିତ ଶିଳା ବାଲିଆପଥର, ଉତ୍ତମ ରୂପେ ସିମେଣ୍ଟିକୃତ , ଯୋଡବିହୀନ ଚୂନପଥର ଯୋଡବିହୀନ ସ୍ପଟିକୀୟ ଟୁଫ (ସ୍ଥୂଳ ଆଗ୍ନେୟଶିଳା ବସ୍ତୁ – tuff) ବାଲିଆପଥର , ଚୂର୍ଣ୍ଣଶୀଳ ଫାଟଯୁକ୍ତ ଆଗ୍ନେୟ ଓ ରୂପାନ୍ତରିତ ଶିଳା ପୁଟିକୀୟ ବାସାଲଟ ବିବରମୟ ଚୂନପଥର ଯେତେବେଳେ ମୁଣ୍ଡର ଦୁଇଟି ବିନ୍ଦୁ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ସେତେବେଳେ ଭୂତଳଜଳ ପ୍ରବାହର ଗତି ଆରମ୍ଭ ହୋଇଥାଏ । ତେଣୁ ଉଚ୍ଚ ମୁଣ୍ଡ ସ୍ଥାନରୁ ନିମ୍ନ ମୁଣ୍ଡ ସ୍ଥାନକୁ ଜଳ ଗତି କରିଥାଏ । ଡର୍ଶିଙ୍କ ନିୟମ ପ୍ରବାହର ବେଗ ଏବଂ ମୁଣ୍ଡ ପାର୍ଥକ୍ୟ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଏ । ଏହା ନିମ୍ନମତେ ଲେଖାଯାଇପାରେ। V = K ( - )/L ଯେଉଁଠି , V = ବେଗ K = ଜଳଶକ୍ତିଚାଳିତ ପରିବାହିତା ( - ) = ଜଳଶକ୍ତିଚାଳିତ ମୁଣ୍ଡର ପାର୍ଥକ୍ୟ ଜଳଭର ଉପରେ କରାଯାଇଥିବା ମାପର ଦୈର୍ଘ୍ୟ L ଡର୍ଶିଙ୍କ ସମୀକରଣକୁ ମଧ୍ୟ ନିମ୍ନମତେ ଲେଖାଯାଇପାରେ । Q = KIA ଯେଉଁଠି Q = ପ୍ରତିଚ୍ଛେଦ ଅଞ୍ଚଳ ମାଧ୍ୟମରେ ନିର୍ଗମନ ଘନମିଟର ପ୍ରତି ଦିନ K = ଜଳଭରର ଜଳଶକ୍ତିଚାଳିତ ପରିବାହିତା ମିଟର ପ୍ରତି ଦିନ I = ଜଳଶକ୍ତିଚାଳିତ କ୍ରମନିମ୍ନତା , ତାହା ହେଉଛି (( - ) / L A = ଜଳଭର ପ୍ରତିଚ୍ଛେଦ କ୍ଷେତ୍ରଫଳ ବର୍ଗମିଟରରେ । ଜଳଶକ୍ତିଚାଳିତ ପରିବାହିତାର ମୂଲ୍ୟ ଏକ ଆନାବଦ୍ଧିତ ସ୍ତର ଅନ୍ତର୍ଗତ କଣିକାଗୁଡିକର ଆକାର ଓ ଶୃଙ୍ଖଳାବଦ୍ଧିତା ଉପରେ ଏବଂ ଆବଦ୍ଧିତ ସ୍ତର ଅନ୍ତର୍ଗତ ଛିଦ୍ରଗୁଡିକର ଆକାର ଓ ଚରିତ୍ର ତଥା ସରଳ ପଦାର୍ଥର ଶ୍ୟାନତା ଉପରେ ନିର୍ଭର କରିଥାଏ । ତେଣୁ, ଭୂତତ୍ତ୍ଵ (ଶିଳାର ପ୍ରକାର ଓ ସେଗୁଡିକରେ ଥିବା ଉନ୍ମୋକ୍ତପଥ) ଜଳ କ୍ଷେତ୍ରରେ ଜଳଶକ୍ତିଚାଳିତ ପରିବାହିତାକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ ଜଳଶକ୍ତିଚାଳିତ ପରିବାହିତା ଗୋଟିଏ ଏକକ ପ୍ରତିଚ୍ଛେଦତ ସ୍ଥାନରୁ ଛିଦ୍ରାଳ ମାଧ୍ୟମ ଦେଇ ପ୍ରଭାବିତ ହେଉଥିବା ଜଳଶକ୍ତିଚାଳିତ କ୍ରମନିମ୍ନତା ୧ ର ପ୍ରତି ଏକକ ସମୟ ମଧ୍ୟରେ ଜଳର ପରିମାଣର ସୂଚନା ଦେଇଥାଏ । ୧ ଏ ଏକ ଜଳଶକ୍ତିଚାଳିତ କ୍ରମନିମ୍ନତା ପ୍ରତି ୧ ମିଟର ଗତି ପଥ ପାଇଁ ମୁଣ୍ଡ (ନିଦର୍ଶନ ରୂପେ ଜଳପୃଷ୍ଠରେଖା)୧ ମିଟର ହ୍ରାସ ପାଇବାକୁ ବୁଝାଇଥାଏ । ଜଳସ୍ତର କିମ୍ବା ଅନ୍ତର୍ନିର୍ହିତ ପୃଷ୍ଠଭାଗର ଗଡାଣି ପ୍ରତି ଏକକ ଦୁରତ୍ଵ ହେଉଛି ଜଳଶକ୍ତିଚାଳିତ କ୍ରମନିମ୍ନତା, ଯାହାର ବଶବର୍ତ୍ତୀ ହୋଇ ଗୋଟିଏ ଜଳଛାଯା ଅନ୍ତର୍ଗତ ଜଳଭର ମଧ୍ୟରେ ଭୂତଳଜଳର ପ୍ରବାହ ବା ଗତି ଘଟିଥାଏ । ଯଦି ଜଳଭରର ବେଧ ପ୍ରସ୍ଥ, ଏହାର ଜଳଶକ୍ତିଚାଳିତ ପରିବାହିତା ଏବଂ ଜଳଶକ୍ତିଚାଳିତ କ୍ରମନିମ୍ନତା ଜଣାଥାଏ, ତେବେ ଗୋଟିଏ ଜଳଭରର ଏକ ଉଲମ୍ବ ଚ୍ଛେଦ ମଧ୍ୟଦେଇ ଯାଉଥିବା ମୋଟ ପ୍ରବାହକୁ ନିମ୍ନୋକ୍ତ ସଞ୍ଚାରଣୀୟତା ଅବଧାରଣ ପ୍ରୟୋଗପୂର୍ବକ ଗଣନା କରିହେବ । କଲଭରର ପ୍ରତ୍ୟେକ ମିଟର ମାଧ୍ୟମରେ ପ୍ରବାହ q କୁ ନିମ୍ନମତେ ଲେଖା ଯାଇପାରିବ । q = KbIL ଯେଉଁଠି K= ଜଳଭରର ଉଚ୍ଚତା ଉପରେ ହାରାହାରିକୃତ ଜଳଶକ୍ତିଚାଳିତ ପରିବାହିତ b= ଜଳଭରର ବେଧ ମିଟରରେ । I = ଜଳଶକ୍ତିଚାଳିତ କ୍ରମନିମ୍ନତା L = ଉଲମ୍ବରେ ସଂପୂର୍ଣ୍ଣ ବେଧ b ର ପ୍ରସ୍ଥ ସଞ୍ଚାରଣୀୟତା : ଆମେ ଜଳଶକ୍ତିଚାଳିତ ପରିବାହିତାର ଅର୍ଥ ବୁଝିଲେ ଯେ, ଶିଳାବସ୍ତୁ କିପରି ମାଧ୍ୟମ ଦେଇ ଜଳକୁ ପ୍ରବାହ ନିମନ୍ତେ ପଦାର୍ଥ କରୁଥିବା ଗୁଣର ଏହା ସୂଚନା ଦେଇଥାଏ । ସମଗ୍ର ଜଳଭରର ସଂଚାଳନ କ୍ଷମତା ସଞ୍ଚାରଣୀୟତା ଦ୍ଵାରା ବର୍ଣ୍ଣିତ ହୋଇଥାଏ । ଜଳଶକ୍ତିଚାଳିତ ପରିବାହିତାର ଉତ୍ପାଦ ଏବଂ ଜଳଭରର ବେଧ ଜଳଭରର ସଞ୍ଚାରଣୀୟତା (K * b) କୁ ପ୍ରତିନିଧିତ୍ଵ କରିଥାଏ । ସଞ୍ଚାରଣୀୟତା : ଜଳଭରର ଗୋଟିଏ ଏକକ ପ୍ରସ୍ଥ ଦେଇ ଏକ ଏକକ ଜଳଶକ୍ତିଚାଳିତ କ୍ରମନିମ୍ନତାରେ ପ୍ରବାହିତ ଜଳର ହାର । ପ୍ରାୟତଃ , ଏହା ଜଳଭରର ଏକ ମିଟର ପ୍ରସ୍ଥବିଶିଷ୍ଟ ଉଲମ୍ବ ଚ୍ଛେଦ ଦେଇ ଏବଂ ଜଳଭରର ଏକ ମିଟରବିଶିଷ୍ଟ ସଂପୂର୍ଣ୍ଣ ସଂତୃପ୍ତ ବେଧରେ ପରିବ୍ୟାପ୍ତ ଜଳଶକ୍ତିଚାଳିତ କ୍ରମନିମ୍ନତା ମଧ୍ୟ ଦେଇ ଘନମିଟର ପ୍ରତି ଦିନ (M3 /day) ହାରରେ ଜଳଭର ପ୍ରବାହକୁ ବାଖ୍ୟା କରିଥାଏ । ତେଣୁ, ଜଳଭରର କୌଣସି ଉଲମ୍ବ ଚ୍ଛେଦ ଦେଇ ପ୍ରବାହକୁ ସମୀକରଣ ପ୍ରକାରନ୍ତରଣ ନିମ୍ନମତେ ଦର୍ଶାଯାଇପାରେ । Q = KbIL (ଯେଉଁଠି Kb =T) Q = TIL ଯେଉଁଠି Q = ଜଳଭରର ପ୍ରସ୍ଥ “L “ ମାଧ୍ୟମ ଦେଇ ଘନମିଟର ପ୍ରତି ଦିନରେ ନିର୍ଗମନ n ଘନମିଟର ପ୍ରତି ଦିନ T = ସଞ୍ଚାରଣିୟତା ବର୍ଗମିଟର ପ୍ରତି ଦିନ ହିସାବରେ । I = ଜଳଶକ୍ତିଚାଳିତ କ୍ରମନିମ୍ନତା L = ଜଳଭରର ପ୍ରସ୍ଥ ଯାହା ମାଧ୍ୟମ ଦେଇ ଯାଇଥିବା ପ୍ରବାହ ମିଟରରେ । ଭଣ୍ଡାରଣ ଓ ସଞ୍ଚାରଣ ଗୁଣାଙ୍କଗୁଡିକର ନିର୍ଦ୍ଧାରଣ ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାରଣ ଚରିତ୍ର ନିମ୍ନମତେ ତିନୋଟି ପଦ୍ଧତି ନିର୍ଦ୍ଧାରଣ କରାଯାଇପାରେ : - ପମ୍ଫିଙ୍ଗ ପରୀକ୍ଷଣରୁ ସଂରୁହିତ ତଥ୍ୟ ବ୍ୟବହାର କରି ଜଳଭର ବସ୍ତୁର ଜଳଶକ୍ତିଚାଳିତ ଚରିତ୍ର ବିଶ୍ଳେଷଣ କରି । ପ୍ରୟୋଗଶାଳାର ପରୀକ୍ଷା ଉପରେ ପର୍ଯ୍ୟବେଶିତ ଗଣନା କରି । ଉପରୋକ୍ତ ତିନୋଟି ପଦ୍ଧତି ମଧ୍ୟରୁ ପମ୍ଫିଙ୍ଗ ପରୀକ୍ଷଣ କାଳରେ ପ୍ରତିଷ୍ଠିତ ଗୁଣାଙ୍କ ସବୁଠାରୁ ନିର୍ଭୁଲ ଏବଂ ଏହା ଗୋଟିଏ ଜଳଭର ଅନ୍ତର୍ଗତ ପ୍ରକୃତ ଜଳଶକ୍ତିଚାଳିତ ଅବସ୍ଥାକୁ ନିଶ୍ଚିତରୂପେ ପ୍ରତି ପ୍ରତିଫଳିତ କରିଥାଏ । ଜଳଛାୟା କାର୍ଯ୍ୟକ୍ରମଗୁଡିକ ସଂପୂର୍ଣ୍ଣ ରୂପେ କ୍ଷେତ୍ର ପର୍ଯ୍ୟବେଶିତ । ଯେହେତୁ ଜଳଛୟା ମଧ୍ୟରେ ପ୍ରାୟତଃ କୂପଗୁଡିକ ରହିଥାଏ, ତେଣୁ ସେଗୁଡିକକୁ ପରୀକ୍ଷା କରାଯାଇ ପାରେ (କିମ୍ବା ଏଭଳି କାର୍ଯ୍ୟକ୍ରମରେ ନୂତନ କୂପ ଖନନ ଅଥବା ବେଧନ କରାଯାଇଥାଏ) ଏହି କାରଣର ଜଳଛାୟା ଅନ୍ତର୍ଗତ ଏଭଳି ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାଳନ ଚରିତ୍ର ଆକଳନ ନିମନ୍ତେ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ପାଇବା ସୁବିଧାଜନକ ହୋଇଥାଏ । କୂପଗୁଡିକରେ ପମ୍ଫିଙ୍ଗ ପରୀକ୍ଷଣ : ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାଳନ ଗୁଣ ମାପିବାର ଏକ ମାଧ୍ୟମ : - ଗୋଟିଏ କୂପକୁ ପମ୍ଫିଙ୍ଗ କରିବା ତନ୍ମଧ୍ୟସ୍ଥ ଜଳପୃଷ୍ଠରେଖା ଉପରେ ତଥା ଜଳଭରର ପାର୍ଶ୍ଵବର୍ତ୍ତୀ ଭାଗ (ପର୍ଯ୍ୟବେକ୍ଷଣ କୂପ ମଧ୍ୟରେ)ପମ୍ଫିଙ୍ଗ ପରୀକ୍ଷଣ ସଚରାଚର ଦୁଇଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ କରିଥାଏ । ପମ୍ଫିଙ୍ଗ ପର୍ଯ୍ୟାୟ ଯେଉଁ ସମୟରେ କୂପ ମଧ୍ୟରେ ଜଳପୃଷ୍ଠରେଖାଗୁଡିକ ଖସିବାକୁ ଲାଗେ, ଏହାକୁ ନିମ୍ନକର୍ଷଣ ପର୍ଯ୍ୟାୟ କୁହାଯାଏ । ପମ୍ଫିଙ୍ଗ ପର୍ଯ୍ୟାୟର ପରବର୍ତ୍ତୀ ଅବଧି ଯେଉଁ ସମୟରେ ଜଳପୃଷ୍ଠରେଖା ଉଠିବାକୁ ଲାଗେ ତାହାକୁ କୂପରେ ପୁନଃପ୍ରାପ୍ତି ବା ପୁନର୍ଲାଭ ପର୍ଯ୍ୟାୟ କୁହାଯାଏ । ସମୟାନୁଯାୟୀ ଉଭୟ ନିମ୍ନକର୍ଷଣ ଓ ପୁନରୁଦ୍ଧାର ପର୍ଯ୍ୟାୟର ମାପ କରାଯାଇଥାଏ । ଏହା ପାରେ ପରୀକ୍ଷଣ ତଥ୍ୟକୁ ସଞ୍ଚାରଣୀୟତା , ଭଣ୍ଡାରନ ଗୁଣାଙ୍କ ଓ ଉପଯ ବା ବିଶିଷ୍ଟ ଦକ୍ଷତା ପାଇବା ପାଇଁ ବିଶ୍ଳେଷଣ କରାଯାଏ । ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ସ୍ଵୟଂ ଏକ ବିରାଟ ବିଷୟ ଏବଂ ଏହା ଜଳଭର ଓ ସ୍ୱଳ୍ପଜଳବାହୀ ସ୍ତରଗୁଡିକର ପ୍ରକୃତି ଓ ଜ୍ୟାମିତି , ସେଗୁଡିକର ସମ୍ପର୍କ ଓ ଗୁଣରେ ପାର୍ଥକ୍ୟଗୁଡିକୁ ଅନ୍ତର୍ଭୁକ୍ତ କରିଥାଏ , ଯାହାକୁ ଏକ ବିଶଦ ବିଶ୍ଳେଷଣ କରିବା ପୂର୍ବରୁ ଜାଣିବା ଆବଶ୍ୟକ । କିପରି ଭାବରେ ପମ୍ଫିଙ୍ଗ ପରୀକ୍ଷଣ ସଂପାଦାନ କରାଯାଏ ଏବଂ କିପରି ଭାବରେ ଜଳଭର ଓ କେତେକ କୂପ ପ୍ରାଚଳଗୁଡିକର ନିର୍ଣ୍ଣୟ କରାଯାଇ ପାରିବ ତାହା ବୁଝିବା ପାଇଁ ଏହା ଉପଯୋଗୀ ହୋଇଥାଏ । ପମ୍ଫିଙ୍ଗ ପରୀକ୍ଷଣ କାଳରେ ନେବାକୁ ଥିବା ମାପଗୁଡିକ : ପମ୍ଫିଙ୍ଗ କାଳରେ ନିଆଯାଉଥିବା ମାପଗୁଡିକ ନିମ୍ନମତେ ଦୁଇ ପ୍ରକାରର ହୋଇଥାଏ : ପମ୍ଫ କରାଯାଉଥିବା କୂପ ଓ ପାର୍ଶ୍ଵବର୍ତ୍ତୀ ପର୍ଯ୍ୟବେକ୍ଷଣ କୂପଗୁଡିକରେ କିମ୍ବା ଚାପମାପକଗୁଡିକରେ ଜଳପୃଷ୍ଠରେଖା ଗୁଡିକର ମାପ । କୂପର ନିଷ୍କାସନ ହାର ମାପ , ଯାହାକି କୂପରୁ ପମ୍ଫକରି ନିଷ୍କାସନ କରାଯାଉଥିବା ଜଳର ହାର । ପରୀକ୍ଷଣ କାଳରେ ଜଳପୃଷ୍ଠରେଖାର ମାପ ଅନେକ ଥର କରାଯିବା ଉଚିତ। ସଚରାଚର ଭାବରେ ମାପଗୁଡିକର ଆବୃତ୍ତି ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ଥର ହୋଇଥାଏ । ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଏଭଳି ପରୀକ୍ଷଣର ବ୍ୟାବହାରିକ ଅନୁଭୂତିର ଆଧାରରେ ପ୍ରଥମ ତିରିଶ ମିନିଟ ପାଇଁ ପ୍ରତି ପାଞ୍ଚ ମିନିଟରେ ଏବଂ ତାପରେ ପ୍ରତି ଦାସ ମିନିଟରେ ଜଳପୃଷ୍ଠରେଖାର ମାପ ନେବା ସମ୍ଭବପର ଅଟେ । ଆଦର୍ଶଗତ ଭାବରେ, ଗୋଟିଏ ପରୀକ୍ଷଣ ଏକାଧିକ ଘଣ୍ଟା ଏବଂ ଏପରିକି ଦିନଦିନ ଧରି ଅବ୍ୟାହାତ ରହିବା ଆବଶ୍ୟକ । ଅବଶ୍ୟ ଏହା ପ୍ରୟୋଗାତ୍ମକ ରୂପେ ସବୁସମୟରେ ସାଧନୀୟ ହୋଇନଥାଏ । ତେଣୁ ପରୀକ୍ଷଣଗୁଡିକ ନିମ୍ନକର୍ଷଣ ଅବଧି ପାଇଁ ତିନି ଘଣ୍ଟାରୁ ସାତ ଘଣ୍ଟା ଧରି ଏବଂ ପୁନର୍ଲାଭ ଅବଧି ପାଇଁ ସମାନ ସମୟ ସୀମା ମଧ୍ୟରେ କରାଯାଇଥାଏ । ଯେପରିକି ପୂର୍ବରୁ ଉଲ୍ଲେଖ କରାଯାଇଛି, ପମ୍ଫିଙ୍ଗ କୂପ ତଥା ପର୍ଯ୍ୟବେକ୍ଷଣ କୂପଗୁଡିକ ପାଇଁ ଜଳପୃଷ୍ଠରେଖା ମାପଗୁଡିକ ନିଶ୍ଚିତ ଭାବରେ ପମ୍ଫିଙ୍ଗ କୂପଠାରୁ ବିଭିନ୍ନ ଦୁରତ୍ଵରେ କରାଯିବା ଉଚିତ । ଅବଶ୍ୟ ଏକ ପୁନରାୟ ସବୁ ଠାରେ ସମ୍ଭବ ହୋଇନଥାଏ ଏବଂ ପ୍ରାୟତଃ କେବଳ ପମ୍ଫିଙ୍ଗ କୂପ ମଧ୍ୟରେ ହିଁ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇଥାଏ । ଏହା ଯଦିଓ ପର୍ଯ୍ୟବେକ୍ଷଣ କୂପରୁ ପ୍ରାପ୍ତ ତଥ୍ୟ ପ୍ରଭାବୀ ନୁହେଁ , ତଥାପି ଅତ୍ୟନ୍ତ ଉପଯୋଗୀ ଏବଂ ପ୍ରାୟତଃ ଅନେକ ଜଳଛାୟାଗୁଡିକରୁ ପମ୍ଫିଙ୍ଗପରୀକ୍ଷଣ ତଥ୍ୟ ପାଇବାର ଏକମାତ୍ର ସାଧନ ଅଟେ । କୂପରୁ ପମ୍ଫିଙ୍ଗର ହାରର ମାପ ବାରମ୍ବାର ବିରତି ପାରେ ନେବା ଉଚିତ, ଯଦିଓ ଜଳପୃଷ୍ଠରେଖା ମାପଗୁଡିକ ଭଳି ନିରନ୍ତର ଭାବରେ ନୁହେଁ । ଗୋଟିଏ ଜ୍ଞାତ ଆୟତନ ବିଶିଷ୍ଟ ଧାରକ ଦ୍ଵାରା ନିଷ୍କାସନ କୁ ସହଜରେ ମାପ କରାଯାଇପାରେ । ଧାରକର ଜ୍ଞାତ ଆୟତନକୁ ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ସମୟ ଲିପିବଦ୍ଧ କରାଯିବା ଦ୍ଵାରା ଏଭଳି ଧାରକରେ ନିଷ୍କାସନ ହାର ମାପ କରାଯାଇପାରେ । ଏକ ଧାରକ ଭଳି ମାପକ ସରଞ୍ଜାମର ଅଭାବ ସ୍ଥଳେ ନିଷ୍କାସନକୁ ପ୍ରକ୍ଷେପପଥ ପଦ୍ଧତି ସହାୟତାରେ ମଧ୍ୟ ମାପ କରାଯାଇପାରେ । ଏଥିପାଇଁ ବିଭିନ୍ନ ପାଠ୍ୟପୁସ୍ତକଗୁଡିଅକରେ ଆଦର୍ଶ ସାରଣୀମାନ ମିଳିପାରିବ । ଏଥିରେ ଏକ ଗାତ ବ୍ୟାସ ବିଶିଷ୍ଟ ଉଲମ୍ବ ଶୀର୍ଷ ଯାଏଁ, ଯେଉଁ ପର୍ଯ୍ୟନ୍ତ ଜଳ ଉଠିପାରେ ସେହି ଉଚ୍ଚତାର ମାପ ଅନ୍ତର୍ଭୁକ୍ତ କରାଯାଇଥାଏ । ସମଭାବରେ , ଏକଜ୍ଞାତ ବ୍ୟାସ ବିଶିଷ୍ଟ ଅନୁଭୂମିକ ନଳୀର ପୂର୍ଣ୍ଣପ୍ରବାହ କ୍ଷେତ୍ରରେ ନଳୀର ଶେଷମୁଣ୍ଡଠାରୁ ଜଳର ପ୍ରଭାବିତ ଝରଣା ବିନ୍ଦୁ ପର୍ଯ୍ୟନ୍ତ ଅନୁଭୂମିକ ଓ ଉଲମ୍ବ ଦ୍ଵାରା ନିଷ୍କାସିତ ମାପ କରାଯାଇପାରେ । ଏହା ପରାମର୍ଶଯୋଗ୍ୟ ଯେ ପମ୍ଫିଙ୍ଗ ଅବଧି ମଧ୍ୟରେ ପ୍ରତି ପନ୍ଦର ମିନିଟରେ ନିଷ୍କାସନ ମାପିବା ସୁସଙ୍ଗତ ଅଟେ । ପମ୍ଫିଙ୍ଗ କରାଯାଉଥିବାଜଳକୁ ଏକ କୋଣିଆ ଭାବେ ଖୋଳା ଗହ୍ଵରଯୁକ୍ତ ଗୋଟିଏ ପ୍ରବାହ ବାହିକା ମାଧ୍ୟମରେ ନିଷ୍କାସିତ କରିବା ଦ୍ଵାରା ପମ୍ଫିଙ୍ଗ ହାରକୁ ମଧ୍ୟ ମାପ କରାଯାଇପାରେ (ଯାହା ପାଇଁ ଅନେକ ପାଠ୍ୟପୁସ୍ତକଗୁଡିକରେ ଆଦର୍ଶ ସାରଣୀଗୁଡିକ ସହଜରେ ଉପଲବ୍ଧ ହୋଇଥାଏ ) ପମ୍ଫଟି ବନ୍ଦ ହେବା ପାରେ କୂପ ଓ ପର୍ଯ୍ୟବେକ୍ଷଣ କୂପଗୁଡିକ ଜଳପୃଷ୍ଠରେଖାଗୁଡିକ ବୃଦ୍ଧି ପାଇବା ଆରମ୍ଭ ହୁଏ । ପ୍ରାରମ୍ଭରେ ଏହା ଦ୍ରୁତ ବେଗରେ ଏବଂ ତା ପରେ ପମ୍ଫିଙ୍ଗ ଆରମ୍ଭ ହେବା ପୂର୍ବର ମୂଳ ପୃଷ୍ଠରେଖାର ପାଖାପାଖି ସ୍ତରରେ ପହଞ୍ଚିବା ବେଳକୁ କ୍ରମଶଃ ମନ୍ଥର ହୋଇଥାଏ । ପୁନର୍ଲାଭର ପରୀକ୍ଷଣ କାଳରେ ଏହି ବୃଦ୍ଧିକୁ ମାପ କରାଯାଇପାରିବ । ଯଦି କୂପର ପମ୍ଫିଙ୍ଗ ପର୍ଯ୍ୟାୟରେ ପରିକ୍ୟହୟନର ନିଷ୍କାସିତ ହାରରେ ଅତ୍ୟଧିକ ପାର୍ଥକ୍ୟ ଥାଏ , ତେବେ ପୁନର୍ଲାଭ ତଥ୍ୟ ନିମ୍ନକଷଣ ତଥ୍ୟ ତୁଳନାରେ ଅଧିକ ନିର୍ଭରଯୋଗ୍ୟ ହୋଇଥାଏ । କାରଣ ଜଳସ୍ତର ନିୟତ ହାରରେ ପୁନର୍ଲାଭ କରିଥାଏ । ଯାହାକି ପମ୍ଫିଙ୍ଗ ହାରର ହାରାହାରି ଅଟେ । ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ପୁନର୍ଲାଭ ପରିକୟାନ ବିଶେଷ ରୂପେ ଗୁରୁତ୍ଵପୂର୍ଣ୍ଣ । କାରଣ ପାରମ୍ପରିକ ନିମ୍ନକର୍ଷଣ ପରୀକ୍ଷଣ କାଳରେ ଯେଉଁ ବ୍ୟାବହାରିକ ଅସୁବିଧାଗୁଡିକର ସମ୍ଭାବନା ରହିଛି, ସେଗୁଡିକୁ ବିଚାରକୁ ନେଲେ ଏହା ସମ୍ପାଦନ କରିବା ଅତି ସହଜ । ଜଳପୃଷ୍ଠରେଖାଗୁଡିଅକର ଏବଂ ପମ୍ଫିଙ୍ଗ ହାରଗୁଡିକର ସମସ୍ତ ମାପଗୁଡିକ ଏକ ମୁଦ୍ରିତ ମାନକ ଫର୍ମରେ, ଯେଉଁଥିରେ ଅନ୍ତର୍ବାହ କିମ୍ବା ଉତ୍ପାଦକ ମଣ୍ଡଳ ଭଳି କ୍ଷେତ୍ର ତଥ୍ୟ ଗୁଡିକ ସମ୍ବନ୍ଧରେ ସୂଚନା ନିମନ୍ତେ ସ୍ଥାନ ଉପଲ୍ଲବ୍ଧ ଥିବ ସେଥିରେ ଲିପିବଦ୍ଧ କରାଯିବା ଉଚିତ । ସଂପୂର୍ଣ୍ଣ କରାଯାଇଥିବା ଫର୍ମଗୁଡିକୁ ଏକ ଫାଇଲ ମଧ୍ୟରେ ରଖାଯିବା ଉଚିତ । ଏହାଦ୍ଵାରା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଆବଶ୍ୟକ ଉକ୍ତ ତଥ୍ୟ ମିଳି ପାରିବ । ନିମ୍ନକର୍ଷଣ ଏବଂ /କିମ୍ବା ଅବଶେଷ ନିମ୍ନକର୍ଷଣ ସ୍ଵତନ୍ତ୍ର ପ୍ରକାରର ଗ୍ରାଫ କାଗଜରେ ପ୍ଳଟ କରାଯାଇତାହେ , ଯେଉଁଥିରେ ମିନିଟକୁ ସମୟ ସହିତ ଲଗାରିଥମିକ ମାନକ ଉପରେ ପ୍ରତିସ୍ଥାପନ କରାଯାଏ । ସାଧାରଣତଃ ଏଥିପାଇଁ ସେମି- ଲଗ ବା ଲଗ ଲଗ ଗ୍ରାଫ କାଗଜ ବ୍ୟବହାର କରାଯାଏ । ଅନେକ ମାନକ ବକ୍ରରେଖା ବା ଗ୍ରାଫ ରହିଛି ଯାହାକୁ ନେଇ ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣାଙ୍କ ନିର୍ଦ୍ଧାରଣରେ ଉପଏନଆଇଟି ହେବା ପାଇଁ ପ୍ରତିସ୍ଥାପନ ସମୟ ନିମ୍ନକର୍ଷଣ ତଥ୍ୟକୁ ମେଲ କରାଯାଇ ପାରିବ । ସମ୍ପ୍ରତିକାଳରେ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟକୁ ବିଶ୍ଳେଷଣ କରାଇବା ପାଇଁ ଅଧିକାଂଶ ମାନକ ପଦ୍ଧତି ସଫତୱେୟାର ରୂପେ ଉପଲ୍ଲବ୍ଧ, ଯାହା ଉପଯୋଗ ପାଇଁ ଅତ୍ୟନ୍ତ ସୁବିଧାଜନକ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ବିଶ୍ଳେଷଣ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଅଟେ । ଏହା କୂପର ପମ୍ଫିଙ୍ଗ ସମୟରେ ଓ ପାରେ ଜଳ ପ୍ରବାହ କିପରି ହେଉଛି, ତାହା ବ୍ୟତୀତ ଆହୁରି ଅନେକ ଘଟକ ସମ୍ବନ୍ଧରେ ସବିଶେଷ ବୁଝିବା ଆବଶ୍ୟକ କରିଥାଏ । ସାଧାରଣତଃ ବିଶ୍ଳେଷଣ ପଦ୍ଧତି ଚୟନ କରିବା ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ପଦ୍ଧତି ସପକ୍ଷରେ ସ୍ବୀକୃତି ପ୍ରଦାନ ପାଇଁ ସମ୍ଭାବିତ ଅବସ୍ଥାଗୁଡିକ ତୁଳନା କରାଯାଇଥାଏ । କେବଳ ବୁଝିବା ଉଦ୍ଦେଶ୍ୟରେ ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣାଙ୍କ ନିର୍ଣ୍ଣୟର ଏକ ମାନକ ପଦ୍ଧତି ନିମ୍ନରେ ଦର୍ଶାଯାଇଛି, ଯଦିଓ ଏହି ପଦ୍ଧତିକୁ ପ୍ରକୃତରେ ପ୍ରୟୋଗକାରୀଙ୍କ ବ୍ୟବହାର ପାଇଁ ସୁପାରିସ କରାଯାଉନାହିଁ । କୁପର – ଜାକବଙ୍କ ପଦ୍ଧତି ଦ୍ଵାରା ସଞ୍ଚାରଣୀୟତା (T) ଓ ଭଣ୍ଡାରଣ ଗୁଣାଙ୍କ (S) ନିର୍ଦ୍ଧାରଣ । ନିମ୍ନକର୍ଷଣ (S)ରମୂଲ୍ୟ ବନାମ ଆନୁଷଙ୍ଗିକ ସମୟ (t) କୁ ସେମି – ଲଗ କାଗଜ ଉପରେ (t କୁ ଲଗାରିଦମିକ ଅକ୍ଷରେ) ପ୍ରତିସ୍ଥାପନ କର ଏବଂ ପ୍ରତିସ୍ଥାପିତ କରାଯାଇଥିବା ବିନ୍ଦୁଗୁଡିକ ଦେଇ ଏକ ସରଳ ରେଖା ଅଙ୍କନ କର । ସରଳରେଖାକୁ ସମୟ ଅକ୍ଷ ସହିତ ମିଶିବା ପର୍ଯ୍ୟନ୍ତ ବଢିଆ ଯେଉଁଠାରେ s =0 ଅଟେ ଏବଂ t ର ମୂଲ୍ୟ ପଢ । ସରଳରେଖାର ଗଡାଣି s ନିର୍ଦ୍ଧାରଣ କର, ତାହା ହେଉଛି ପ୍ରତି ଲଗ ସମୟ ଚକ୍ର t ନିମ୍ନ କର୍ଷଣର ପାର୍ଥକ୍ୟ । Q (ପମ୍ଫିଙ୍ଗ କାଳରେ ମାପ କରାଯାଇଥିବା ହାରାହାରି ପମ୍ଫ ନିଷ୍କାସନ) ର ମୂଲ୍ୟକୁ T ନିର୍ଣ୍ଣୟ କରିବା ପାଇଁ ନିମ୍ନ ସମୀକରଣରେ ପରିବର୍ତ୍ତିତ କର : = ୨.୩୦୩Q /୨ IIs T ଓ t ର ଜ୍ଞାତ ମୂଲ୍ୟ ଦ୍ଵାରା ଭଣ୍ଡାରଣ ଗୁଣାଙ୍କ S କୁ ନିମ୍ନ ସମୀକରଣରୁ ପ୍ରାପ୍ତ କରାଯାଇପାରିବ । = ଯେଉଁଠି , R = ପମ୍ଫିଙ୍ଗ କୂପଠାରୁ ପର୍ଯ୍ୟବେକ୍ଷଣ କୂପର ଦୁରତ୍ଵ ) ପର୍ଯ୍ୟବେକ୍ଷଣଗୁଡିକ ପମ୍ଫିଙ୍ଗ କୂପରେ କରାଯାଉଥିବା ସ୍ଥଳେ କୂପର ବ୍ୟାସାର୍ଦ୍ଧକୁ R ରୂପେ ଗ୍ରହଣ କରାଯାଇପାରେ। ଏହା ହେଉଛି T O S ନିର୍ଦ୍ଧାରଣ ପାଇଁ ରହିଥିବା ଅନେକଗୁଡିଏ ପଦ୍ଧତି ମଧ୍ୟରୁ ଗୋଟିଏ ମାତ୍ର । ପଦ୍ଧତିର ଚୟନ ଅନେକ ଘଟକ ଏବଂ ପମ୍ଫିଙ୍ଗ ପରୀକ୍ଷଣ କରାଯାଇଥିବା ଅବସ୍ଥାର ପ୍ରକୃତ ଚରିତ୍ର ଉପରେ ନିର୍ଭର କରିଥାଏ । ଆଦର୍ଶ ପାଠ୍ୟପୁସ୍ତକ ମାନଙ୍କରେ ଏହି ପଦ୍ଧତିଗୁଡିକ ସମ୍ପର୍କରେ ଅତ୍ୟନ୍ତ ବିଶଦ ଭାବରେ ଦର୍ଶାଅ ଯାଇଥାଏ ଏବଂ ଏଗୁଡିକୁ କୌଣସି ନିର୍ଦ୍ଧିଷ୍ଟ ସ୍ଥିତି ବା ଜଳଛାୟା ପାଇଁ ଉପଯୁକ୍ତ ବିଶ୍ଳେଷଣର ପଦ୍ଧତି ଚୟନ କରିବା ନିମନ୍ତେ ବ୍ୟବହାର କରାଯାଇପାରେ । କୂପ – ଉତ୍ପାଦକତା ଆକଳନ ଜଳଭରର ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣଙ୍କ ଭଳି ଚରିତ୍ରଗୁଡିକୁ ନିର୍ଦ୍ଧାରଣ କରିବା ଅପେକ୍ଷା କୂପଗୁଡିକର ଦକ୍ଷତା ଆକଳନ କରିବା ଅଧିକ ସରଳ । ଗୋଟିଏ ଜଳଛାୟା ମଧ୍ୟରେ ଥିବା କେତେକ କୂପଗୁଡିକର ସମ୍ଭାବ୍ୟ କୂପ ଦକ୍ଷତା ବୁଝିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ, ସେଗୁଡିକୁ କ୍ରମବଦ୍ଧ ରୂପେ ବ୍ୟବହାର କରାଯାଇପାରିବ । ଅନ୍ତତଃପକ୍ଷେ ବିଭିନ୍ନ ଜଳଭାର କିମ୍ବା ଶିଳାସମୂହରେ ରହିଥିବା କେତେକ ପ୍ରତିନିଧିସ୍ଵରୂପୀ କୂପଗୁଡିକର କ୍ଷମତା ଓ ଦକ୍ଷତା ବୁଝିଆ ପାଇଁ ପରୀକ୍ଷଣ କରାଯିବା ଆବଶ୍ୟକ । ଅନେକ ସମୟରେ କୂପର ଉତ୍ପାଦକତା ବା ଦକ୍ଷତା ଜାଣିବା ଆବଶ୍ୟକ ହୋଇଥାଏ , ଯାହାକୁ ସାଧାରଣ ଭାରେ କୂପ ଉପଯ କୁହାଯାଏ । ଅବଶ୍ୟ କୂପ ଉପଯ ପାଇଁ ଅଧିକାଂଶ ସ୍ଥିତିରେ କୂପରୁ ପମ୍ଫ କରାଯାଉଥିବା ହାରକୁ ସରଳ ରୂପେ ନିଆଯାଇଥାଏ । କିନ୍ତୁ ଏହା ଏକ ଭ୍ରମ ସୃଷ୍ଟିକାରୀ ପ୍ରାଚଳ ଅଟେ, କାରଣ କୂପଗୁଡିକରେ ଅଧିକାଂଶ ପମ୍ଫିଙ୍ଗ ବ୍ୟବସ୍ଥା କୂପର ପମ୍ଫିଙ୍ଗ ସହନୀୟ ଦକ୍ଷତା (ଯାହାକି କୂପକୁ ଘେରି ରହିଥିବା ଶିଳାବସ୍ତୁର ଜଳଭାର ଚରିତ୍ରର କାର୍ଯ୍ୟ ଅଟେ) ଉପରେ ଆଧାରିତ ନ ହୋଇ ଜଳର ଆବଶ୍ୟକତା ଅନୁଯାୟୀ ଚୟନ କରାଯାଇଥାଏ । ଏହା ଏକ ସାଧାରଣ ନିରୀକ୍ଷଣ ଯେ, ଜଳଛାୟା ଅନ୍ତର୍ଗତ କୂପଗୁଡିକୁ ଏଭଳି ପମ୍ଫିଙ୍ଗ ବ୍ୟବସ୍ଥାଗୁଡିକ ଦ୍ଵାରା ପମ୍ଫ କରାଯାଇଥାଏ, ଯେଉଁଗୁଡିକ ଅତି କମ ସମୟ ମଧ୍ୟରେ ଅଧିକରୁ ଅଧିକ ଜଳ ପମ୍ଫ କରି ବାହାର କରିବା ପାଇଁ ଅଭିକଳ୍ପିତ ହୋଇଥାଏ । ଗୋଟିଏ କୂପର କାର୍ଯ୍ୟକାରିତାକୁ ଜଳଭର ଚରିତ୍ରଗୁଡିକ ଅନୁଯାୟୀ ଆକଳନ କରିବାକୁ ହେଲେ ଏହା ପରାମର୍ଶ ଦିଆଯାଏ ଯେ ଜଳପୃଷ୍ଠରେଖାର ଏକ ନିର୍ଦ୍ଧିଷ୍ଟ ହ୍ରାସ ପାଇଁ ଏକ କୂପ ନିଷ୍କାସନ କରିପାରୁଥିବା ଜଳର ଆୟତନ କରାଯିବା ଆବଶ୍ୟକ । ବିବିଷ୍ଟ କ୍ଷମତା କୁହାଯାଉଥିବା ଏକ ପ୍ରାଚଳ (ପୂର୍ବରୁ ଏହି ଅଧ୍ୟାୟରେ ବ୍ୟାଖ୍ୟା କରାଯାଇଛି) ଏହି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଏହାକୁ ସାଧାରଣଭାବେ ଲିଟର ପ୍ରତି ମିନିଟ ପ୍ରତି ମିଟର ନିମ୍ନକର୍ଷଣ କିମ୍ବା ଘନମିଟର ପ୍ରତି ଦିନ ପ୍ରତି ମିଟର ନିମ୍ନକର୍ଷଣ ରୂପେ ବର୍ଣ୍ଣନା କରାଯାଏ । ଏହା କୂପ ମଧ୍ୟରେ ନିଷ୍କାସନ ଅବଧି ଏବଂ ନିମ୍ନକର୍ଷଣର ପରିମାଣ ସହିତ ପରିବର୍ତ୍ତିତ ହୋଇଥାଏ । ପ୍ରାପ୍ତ ହୋଇପାରିବ ଏକ ଅଧିକ ପ୍ରଣାଳୀବଦ୍ଧ ନିର୍ଧାରଣ ପଦ୍ଧତି ହେଉଛି ବିଶେଷତଃ ବୃହତ୍ତ ବ୍ୟାସବିଶିଷ୍ଟ ଖୋଳାକୂପ ସ୍ଥିତିରେ, ଗୋଟିଏ କୂପର ପୁନର୍ଲାଭ ତଥ୍ୟର ବିଶ୍ଳେଷଣ ମଧ୍ୟମରେ କରାଯିବା । ସ୍ଳିଚର (୧୯୦୬) ବିଶିଷ୍ଟ କ୍ଷମତା ଆକଳନ କରିବା ପାଇଁ ଏକ ସରଳ ପଦ୍ଧତି ଦର୍ଶାଇଛନ୍ତି, ଯେଉଁତିରେ ଗୋଟିଏ କୂପର ପୁନର୍ଲାଭ ତଥ୍ୟ ବ୍ୟବହାର କରାଯାଇଥାଏ । ସ୍ଳିଛାଡ଼ଙ୍କ ବିଶିଷ୍ଟ କ୍ଷମତା (C) ପାଇଁ ସମୀକରଣ ହେଉଛି: - C = ଯେଉଁଠି , A = କୂପର ପ୍ରତିଚ୍ଛେଦର କ୍ଷେତ୍ରଫଳ ବର୍ଗ ମିଟରରେ S 1 = କୂପ ମଧ୍ୟରେ ମୋଟ ନିମ୍ନକର୍ଷଣ ମିଟରରେ । S 2 = କୂପ ମଧ୍ୟରେ ଅବଶେଷ ନିମ୍ନକର୍ଷଣ ମିଟରରେ t ସମୟରେ t = ପମ୍ଫିଙ୍ଗ ବନ୍ଦ କରାଯିବା ପରଠାରୁ ସମୟ ମିନିଟରେ । ସ୍ଳିଚରଙ୍କ ପଦ୍ଧତି ଦ୍ଵାରା ବିଶିଷ୍ଟ କ୍ଷମତା ଆକଳନ ) ଏହି ପଦ୍ଧତି ବନ୍ଦ ହେବା ପରଠାରୁ ବିଭିନ୍ନ ସମୟରେ (t) ଅବଶେଷ ନିମ୍ନକର୍ଷଣ (S2) ର ମାପ ଆବଶ୍ୟକ କରିଥାଏ । ସଂକ୍ଷେପରେ, କୂପର ପୁନର୍ଲାଭର ଏକ ରେକର୍ଡ । ମୋଟ ନିମ୍ନକର୍ଷଣ (S1) ଓ ଅବଶେଷ ନିମ୍ନକର୍ଷଣ (S2) ବନାମ ପମ୍ଫିଙ୍ଗ ବନ୍ଦ ହେବା ପରଠାରୁ ସଙ୍ଗତ ସମୟ (t) କୁ ଗୋଟିଏ ସେମି- ଲଗ କାଗଜରେ ପ୍ରତିସ୍ଥାପନ କର । ଅନୁପାତ S1 /s2 ଲଗାରିଦମିକ ସ୍ଲେଲରେ (Y- ଅକ୍ଷର) ଏବଂ ସମୟ t କୁ ଏରିଦମିକ ସ୍କେଲରେ (X – ଅକ୍ଷର) ପ୍ରତିସ୍ଥାପିତ କରାଯାଇଥାଏ । ପ୍ରତିସ୍ଥାପିତ କରଯାଇଥିବା ବିନ୍ଦୁଗୁଡିକ ମଧ୍ୟରେ ଏକ ସରଳ ରେଖା ଟାଣ । ସରଳରେଖାର ଗଡାଣି t ନିର୍ଣ୍ଣୟ କର, ଯାହାକି ଅନୁପାତ (S1/ s2 ) ର ଏକ ଲଗ – ଚକ୍ରରେ ସମୟରେ ମୂଲ୍ୟରେ ପରିବର୍ତ୍ତନ ଅଟେ । ବିଶିଷ୍ଟ କ୍ଷମତା C ପାଇବା ପାଇଁ ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ (A) ଏବଂ t ର ମୂଲ୍ୟ ସମୀକରଣ ପରିବର୍ତ୍ତନ କର । ବିଶିଷ୍ଟ କ୍ଷମତା ହେଉଛି ଗୋଟିଏ ଜଳଛାୟା ଅନ୍ତର୍ଗତ ଦୁଇ କିମ୍ବା ତତୋଧିକ କୂପର ଉତ୍ପାଦକତା ତୁଳନା ନିମନ୍ତେ ଏକ ଉପଯୋଗୀ ପ୍ରାଚଳ । କୂପଗୁଡିକର ଉତ୍ପାଦକତା ତୁଳନା କରିବା ସେଗୁଡିକର କୃଷିଭିତ୍ତିକ ସହାୟତା (କିମ୍ବା ଜଳସେଚନ ଦକ୍ଷତା) ଦ୍ରୁଷ୍ଟି ରୁ ମଧ୍ୟ ଉପଯୋଗୀ ହୋଇଥାଏ । ଦୃଷ୍ଟାନ୍ତ ସ୍ୱରୂପ , ଗୋଟିଏ କୂପର ବିଶିଷ୍ଟକ୍ଷମତା ଓ ଜଳସେଚନ ସାମର୍ଥ୍ୟ ଜ୍ଞାତ ଥିବା ସ୍ଥଳେ , କୂପଗୁଡିକର ସଂଶ୍ଳିଷ୍ଟ ବିଶିଷ୍ଟ କ୍ଷମତା ଆକଳନ ପରେ ସେଗୁଡିକର କୃଷିଭିତ୍ତିକ ଦକ୍ଷତା ଯୋଜନା କରିବା ପାଇଁ ଏକ ସୂଚକ ରୂପେ ବ୍ୟବହାର କରାଯାଇପାରିବ । ଜଳଛାୟା ଅନ୍ତର୍ଗତ କୂପଗୁଡିକର ବିଶିଷ୍ଟ କ୍ଷମତା ଓ କୃଷିଭିତ୍ତିକ ଦକ୍ଷତା ଉପରେ କୂପଗୁଡିକକୁ ଗୋଷ୍ଠୀ ଜଳ ପରିଚାଳନା ଆଧାରିତ ହୋଇଥାଏ । ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି